“ଅମୃତ କାଳ ବଜେଟ୍ ‘ସବୁଜ ଅଭିବୃଦ୍ଧି’ର ଗତିକୁ ତ୍ୱରାନ୍ୱିତ କରିଛି”
“ଏହି ସରକାରଙ୍କ ପ୍ରତ୍ୟେକ ବଜେଟ୍ ନୂଆ ଯୁଗର ସଂସ୍କାରକୁ ଆଗକୁ ବଢାଇଛି ଏବଂ ସାଂପ୍ରତିକ ସମସ୍ୟାର ସମାଧାନ ସୂତ୍ର ବାହାର କରିବାକୁ ଉଦ୍ୟମ କରିଛି”
“ବଜେଟ୍‌ରେ ଘୋଷଣା କରାଯାଇଥିବା ସବୁଜ ଊର୍ଜା ଭବିଷ୍ୟତ ବଂଶଧରଙ୍କ ପାଇଁ ବିକାଶର ନୂଆ ମୂଳଦୁଆ ପକାଇଛି”
“ ବିଶ୍ୱ ସବୁଜ ଊର୍ଜା ମାର୍କେଟରେ ଭାରତକୁ ନେତୃତ୍ୱର ସ୍ଥିତି ଦେବାରେ ବଜେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ”
“୨୦୧୪ଠାରୁ ବିଶ୍ୱର ପ୍ରମୁଖ ଅର୍ଥନୀତିଗୁଡିକ ମଧ୍ୟରେ ଭାରତ ଅକ୍ଷୟ ଶକ୍ତି ଉତ୍ପାଦନ ଦକ୍ଷତା ବୃଦ୍ଧିରେ ସବୁଠୁ ଅଧିକ ବେଗରେ କାର୍ଯ୍ୟ କରୁଛି”
“ଭାରତର ସୌର, ପବନ ଓ ବାୟୋଗ୍ୟାସ କ୍ଷେତ୍ରରେ ଯେଉଁ ସମ୍ଭାବନା ଓ ସୁଯୋଗ ଅଛି ତାହା ଘରୋଇ ଉଦ୍ୟୋଗ ପାଇଁ ସୁନାଖଣିଠାରୁ କୌଣସି ଗୁଣରେ କମ୍ ନୁହେଁ”
“ଭାରତର ପୁରୁଣା ଯାନ ସ୍କ୍ରାପ କରିବା ନୀତି ସବୁଜ ଅଭିବୃଦ୍ଧି ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ”
“ସବୁଜ ଊର୍ଜା କ୍ଷେତ୍ରରେ ବିଶ୍ୱର ନେତୃତ୍ୱ ନେବାକୁ ଭାରତର ପ୍ରଚୁର ସାମର୍ଥ୍ୟ ରହିଛି; ଏହା ପ୍ରଦୂଷଣମୁକ୍ତ ନିଯୁକ୍ତି ସୃଷ୍ଟି ସହିତ ବିଶ୍ୱର ମଙ୍ଗଳ ଦିଗରେ କାମ କରିବ”
“ଏହି ବଜେଟ୍ କେବଳ ଏକ ସୁଯୋଗ ନୁହେଁ, ଏହା ଆମ ଭବିଷ୍ୟତ ନିରାପତ୍ତାର ଗ୍ୟାରେଣ୍ଟି ବହନ କରେ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ଗ୍ରୀନ ଗ୍ରୋଥ ବା ସବୁଜ ଅଭିବୃଦ୍ଧି ସଂକ୍ରାନ୍ତ ଏକ ବଜେଟ୍ ପରବର୍ତ୍ତୀ ୱେବିନାରରେ  ଉଦ୍‌ବୋଧନ ଦେଇଛନ୍ତି । ଚଳିତ ବର୍ଷର ବଜେଟ ଉପରେ ସରକାର ଯେଉଁ ୧୨ଟି ୱେବିନାର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସେ ଶୃଙ୍ଖଳାରେ ଏହା ପ୍ରଥମ । ୨୦୨୩ ବଜେଟ୍‌ରେ ଯେଉଁ ସବୁ ପ୍ରସ୍ତାବନା ରହିଛି ସେ ସମ୍ପର୍କରେ ବିଚାର ଆଲୋଚନା କରିବା ସହିତ ସେସବୁର ସଫଳ ରୂପାୟନ କରିବା ନିମନ୍ତେ ଏହି ୱେବିନାର ଶୃଙ୍ଖଳାର ପରିକଳ୍ପନା କରାଯାଇଛି ।

 ଆଜିର ସମାବେଶରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୧୪ଠାରୁ ଏଯାଏ ଦେଶରେ ଉପସ୍ଥାପିତ ହୋଇଥିବା ସବୁ ବଜେଟ୍ ନୂଆ ଯୁଗର  ସଂସ୍କାରକୁ ଆଗକୁ ବଢାଇଛି । ଏହା ସହିତ ଏସବୁ ବଜେଟ୍ ସାଂପ୍ରତିକ ସମସ୍ୟାବଳୀର ସମାଧାନ କରିବାକୁ ବାଟ ଦେଖାଇଛି ।

ପ୍ରଧାନମନ୍ତ୍ରୀ ସବୁଜ ଅଭିବୃଦ୍ଧି ବା ଗ୍ରୀନ ଗ୍ରୋଥ ଏବଂ ଊର୍ଜା ପରିବର୍ତ୍ତନର ତିନିଟି ସ୍ତମ୍ଭ ଉପରେ ଗୁରୁତ୍ୱ ଦେଇଛନ୍ତି। ସେଥିରୁ ପ୍ରଥମଟି ହେଲା ଅକ୍ଷୟ ଶକ୍ତିର ଉତ୍ପାଦନକୁ ବଢାଇବା, ଦ୍ୱିତୀୟରେ ଅର୍ଥନୀତିରେ ଜୀବାଶ୍ମ ଇନ୍ଧନର ବ୍ୟବହାରକୁ ହ୍ରାସ କରିବା ଏବଂ ତୃତୀୟରେ ଦେଶରେ ଗ୍ୟାସଭିତ୍ତିକ ଅର୍ଥନୀତି ସୃଷ୍ଟି କରିବାକୁ ଦ୍ରୁତଗତିରେ ଅଗ୍ରସର ହେବା । ଏହି ରଣନୀତି ହିଁ ଇଥାନଲ ବ୍ଲେଡିଂ, ପିଏମ୍ କୁସୁମ ଯୋଜନା, ସୌରଶକ୍ତି ଉତ୍ପାଦନ ପାଇଁ ପ୍ରୋତ୍ସାହନ, ଛାତ ଉପରେ ସୌର ପ୍ରକଳ୍ପ, କୋଇଲା ବାଷ୍ପୀକରଣ ଓ ବ୍ୟାଟେରୀ ଷ୍ଟୋରେଜ ଭଳି ବିଷୟକୁ ବଜେଟ୍‌ରେ ଘୋଷଣା କରିବାକୁ ପ୍ରୋତ୍ସାହନ ଯୋଗାଇଛି । ବିଗତ କେତେବର୍ଷ ଧରି ଆମେ ଏସବୁ କ୍ଷେତ୍ରରେ ଅଗ୍ରାଧିକାର ଭିତ୍ତିରେ କାମ କରୁଛୁ । ପୂର୍ବବର୍ଷର ବଜେଟଗୁଡିକରେ ଘୋଷଣା କରାଯାଇଥିବା ବିଷୟର ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖ କରିବା ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶିଳ୍ପ ସଂସ୍ଥା ପାଇଁ ଏଥର ବଜେଟ୍‌ରେ ଗ୍ରୀନ କ୍ରେଡିଟ୍‌, ପିଏମ୍ ପ୍ରମାଣ ଯୋଜନା, ଗୋବର୍ଦ୍ଧନ ଯୋଜନା, ପୁରୁଣା ଯାନ ସ୍ପ୍ରାପିଂ ନୀତି, ଗ୍ରୀନ ହାଇଡ୍ରୋଜେନ ଓ ଆର୍ଦ୍ରଭୂମିର ସୁରକ୍ଷା ଚଳିତ ଥର ବଜେଟ୍‌ରେ ଘୋଷଣା କରାଯାଇଛି । ଏସବୁ ଘୋଷଣା ଭାରତର ଭବିଷ୍ୟତ ବଂଶଧରଙ୍କ ପାଇଁ ବିକାଶର ଏକ ନୂଆ ଆଧାରଶୀଳା ସ୍ଥାପନ କରିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ।

 ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଭାରତର ଶକ୍ତିଶାଳୀ ସ୍ଥିତି ବିଶ୍ୱରେ ଏକ ନୂଆ ପରିବର୍ତ୍ତନ ଆଣିବ । “ଏଥର ବଜେଟ ଭାରତକୁ ବିଶ୍ୱର ସବୁଜ ଊର୍ଜା ମାର୍କେଟରେ ନେତୃତ୍ୱ ସ୍ଥାନ ଦେବାରେ ସହାୟକ ହେବ । ସେଥିପାଇଁ ଆଜି ମୁଁ ବିଶ୍ୱର ଊର୍ଜା କ୍ଷେତ୍ରରେ ସବୁ ସମ୍ପୃକ୍ତ ପକ୍ଷଙ୍କୁ ଭାରତରେ ଗ୍ରୀନ ଏନର୍ଜୀ କ୍ଷେତ୍ରରେ ପୁଞ୍ଜିିନିବେଶ କରିବାକୁ ଆମନ୍ତ୍ରଣ କରୁଛି ।” ସେ ଆହୁରି କହିଛନ୍ତି ଯେ ବିଶ୍ୱ ଊର୍ଜା ନିବେଶକଙ୍କୁ ବଜେଟ୍ ଏକ ବଡ ସୁଯୋଗ ଦେଇଛି ଏବଂ ସେମାନେ ଭାରତର ଏ କ୍ଷେତ୍ରରେ ଶୀଘ୍ର ପୁଞ୍ଜି ନିବେଶ କରନ୍ତୁ । ଏହା ଷ୍ଟ୍ରାଟଅପ୍ କ୍ଷେତ୍ର ପାଇଁ ବିଶେଷ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ୨୦୧୪ ପରଠାରୁ ବିଶ୍ୱର ବୃହତ୍ ଅର୍ଥନୀତି ମଧ୍ୟରେ ଉତ୍ପାଦନ କ୍ଷମତା ସୃଷ୍ଟି କରିବାରେ ଭାରତ ସବୁଠାରୁ ଦ୍ରୁତତମ ପଦେକ୍ଷପ ଗ୍ରହଣ କରିବାର ମାନ୍ୟତା ପାଇଛିି । ଭାରତର ଉପଲବ୍ଧି ପ୍ରମାଣ କରୁଛି ଯେ ଅକ୍ଷୟ ଶକ୍ତି ସମ୍ବଳର ପୂର୍ଣ୍ଣ ଉପଯୋଗ ଭାରତ ଧାର୍ଯ୍ୟ ସମୟର ପୂର୍ବରୁ କରିପାରିବ । ବିଦ୍ୟୁତ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଭାରତ ଧାର୍ଯ୍ୟ ଲକ୍ଷ୍ୟର ୯ବର୍ଷ ପୂର୍ବରୁ ଅକ୍ଷୟ ଶକ୍ତି ଉତ୍ସରୁ ବିଜୁଳି ଉତ୍ପାଦନ କ୍ଷମତା ୪୦% ସୃଷ୍ଟି କରିବାରେ ସଫଳ ହୋଇଛି । ଅତଏବ ଏଥିପାଇଁ ଆଉ ଜୈବିକ ଇନ୍ଧନ ବ୍ୟବହାର କରାଯିବ ନାହିଁ । ସେହିଭଳି ପେଟ୍ରୋଲରେ ୧୦% ଇଥାନଲ ମିଶ୍ରଣ ଲକ୍ଷ୍ୟ ଭାରତ ଧାର୍ଯ୍ୟ ସମୟର ପାଂଚ ମାସ ପୂର୍ବରୁ ପୂରଣ କରିଥିଲା । ସେହିପରି ୨୦୨୩ ପରିବର୍ତ୍ତେ ୨୦୨୫-୨୬ ସୁଦ୍ଧା ୨୦% ଇଥାନଲ ବ୍ଲେଡିଂ ଲକ୍ଷ୍ୟ ପୂରଣ କରିବାକୁ ଭାରତ କାର୍ଯ୍ୟ କରୁଛି । ଭାରତ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ ଅଣ ପାରମ୍ପରିକ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

 ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଭାରତରେ ସୌର,ପବନ, ବାୟୋଗ୍ୟାସ, କୃଷି ବର୍ଜ୍ୟ ଆଦି ଅଣପାରମ୍ପରିକ ଅକ୍ଷୟ ଶକ୍ତି ଉତ୍ସରୁ ଊର୍ଜା ଉତ୍ପାଦନର ପ୍ରଚୁର ସାମର୍ଥ୍ୟ ରହିଛି । ଏହା ଆମ ଘରୋଇ କ୍ଷେତ୍ର ପାଇଁ ସୁନାଖଣି ବା ତେଲଖଣିଠାରୁ କୌଣସି ଗୁଣରେ କମ୍ ନୁହେଁ । ନିବେଶକ ଓ ଘରୋଇ କ୍ଷେତ୍ର ଏହାର ସୁଯୋଗ ନେବା ଆବଶ୍ୟକ । ସେ ଆହୁରି କହିଛନ୍ତି ଯେ ଜାତୀୟ ଗ୍ରୀନ ହାଇଡ୍ରୋଜେନ ମିଶନରେ ଭାରତ ୫ ଏମ୍‌ଏମ୍‌ଟି ସବୁଜ ଉଦ୍‌ଯାନ ଉତ୍ପାଦନ ଲକ୍ଷ୍ୟପୂରଣ ପାଇଁ କାର୍ଯ୍ୟ କରୁଛି । ଏଥିପାଇଁ ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବାକୁ ୧୯ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହାଛଡା ଇଲେକ୍‌ଟ୍ରୋଲାଇଜର ଉତ୍ପାଦନ, ଗ୍ରୀନ ଷ୍ଟିଲ ପ୍ରସ୍ତୁତି ଓ ଲଙ୍ଗ୍‌-ହଲ୍ ଫୁଏଲ ସେଲ ନିର୍ମାଣର ଯେଉଁ ବ୍ୟବସ୍ଥା ଆରମ୍ଭ ହୋଇଛି ନିବେଶକ ଏବଂ ଉତ୍ପାଦକ ତାହାର ସୁଯୋଗ ମଧ୍ୟ ନେବା ଉଚିତ ।

 ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୋବରରୁ ୧୦ହଜାର ନିୟୁତ ଘନମିଟର ବାୟୋଗ୍ୟାସ ଓ ୧.୫ ନିୟୁତ ଘନମିଟର ଗ୍ୟାସ ଉତ୍ପାଦନ କରିବାର କ୍ଷମତା ଭାରତରେ ରହିଛି । ଏହା ଦ୍ୱାରା ଦେଶର ସହରଞ୍ଚଳରେ ୮% ଗ୍ୟାସ ଆବଶ୍ୟକତା ପୂରଣ ହୋଇପାରିବ । ସେ ଦୃଷ୍ଟିରୁ ଗୋବର୍ଦ୍ଧନ ଯୋଜନା ଭାରତର ଜୈବ ଇନ୍ଧନ ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏଥର ବଜେଟ୍‌ରେ ଦେଶର ୫୦୦ ନୂଆ ବାୟୋଗ୍ୟାସର ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଗୋବର୍ଦ୍ଧନ ଯୋଜନାରେ ନିଷ୍ପତ୍ତି ନିଆଯାଇଛି । ଏହି ଆଧୁନିକ ପ୍ଲାଣ୍ଟରେ ଭାରତ ସରକାର ୧୦ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ । କୃଷି ଓ ପୌର ଆବର୍ଜନାକୁ ସିବିଜି ପ୍ରସ୍ତୁତ କରିବାକୁ ଘରୋଇ କ୍ଷେତ୍ରକୁ ଆକର୍ଷଣୀୟ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି ।

ଭାରତର ପୁରୁଣା ଗାଡିଗୁଡିକୁ ରାସ୍ତାରୁ ହଟାଇବା (ଯାନ ସ୍କ୍ରାପିଂ)ସଂକ୍ରାନ୍ତ ନୀତି ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ସବୁଜ ଅଭିବୃଦ୍ଧି ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ପନ୍ଦରବର୍ଷରୁ ଅଧିକ ପୁରୁଣା ପ୍ରାୟ ୩ଲକ୍ଷ ସରକାରୀ ଯାନକୁ ସ୍କ୍ରାପ କରିବା ପାଇଁ  କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁଡିକର ଯାନ ଏଥିରେ ଅନ୍ତର୍ଭୁକ୍ତ। ବଜେଟ୍‌ରେ ଏଥର ଏଥିପାଇଁ ୩୦୦୦କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ପୁରୁଣା ପୁଲିସ ଯାନ, ଆମ୍ବୁଲାନ୍ସ ଓ ବସ୍ ସବୁ ମଧ୍ୟ ଏହି ସ୍କ୍ରାପ ନୀତିର ଅନ୍ତର୍ଭୁକ୍ତ । ଏହି ଯାନ ସ୍କ୍ରାପିଂ ଏକ ବିରାଟ ବଜାର ସୃଷ୍ଟି କରିବ ଏବଂ ଏହାର ଟୁକୁରା ଲୁହା ଲକଡିକୁ ପୁନଃ ବ୍ୟବହାର ପାଇଁ ଲୋକେ କିଣିବେ ।

ପ୍ରଧାନମନ୍ତ୍ରୀ  କହିଛନ୍ତି ଯେ ଭାରତକୁ ତାହାର ବ୍ୟାଟେରୀ ଷ୍ଟୋରେଜ କ୍ଷମତାକୁ ଆସନ୍ତା ୬-୭ ବର୍ଷ ମଧ୍ୟରେ ୧୨୫ ଗିଗାୱାଟକୁ ବୃଦ୍ଧି କରିବାକୁ ହେବ । ସେଥିପାଇଁ ବ୍ୟାଟେରୀ ବିକାଶଶକାରଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ପାଣ୍ଠି ଯୋଗାଣର ବ୍ୟବସ୍ଥା କରାଯାଇଛି । ଏହା ଏକ ପୁଞ୍ଜି ସଂଘନ କ୍ଷେତ୍ର ହୋଇଥିବାରୁ ଏଥିପାଇଁ ଅଧିକ ନିବେଶ ଲୋଡା ।

ଭାରତର ଜଳପଥ ପରିବହନ କ୍ରମଶଃ ଅଧିକ ଲୋକପ୍ରିୟ ହେଉଛି । ଏବେ ଦେଶର ୫% ପଣ୍ୟ ତଟୀୟ ଜଳପଥରେ ପରିବହନ କରାଯାଉଛି । ଆଭ୍ୟନ୍ତରୀଣ ଜଳପଥରେ ଭାରତର ପଣ୍ୟ ପରିବହନ ପରିମାଣ ମାତ୍ର ୨% । ଭାରତରେ ଜଳପଥର ବିକାଶ ପାଇଁ ସରକାର ଅଗ୍ରାଧିକାର ଦେଉଛନ୍ତି ଏବଂ ଏହା ଦ୍ୱାରା ଦେଶର ପରିବହନ ବ୍ୟବସ୍ଥାରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିବ ।

 ନିଜର ଅଭିଭାଷଣ ଶେଷ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସବୁଜ ଊର୍ଜା ଟେକ୍‌ନୋଲେଜି କ୍ଷେତ୍ରରେ ବିଶ୍ୱକୁ ନେତୃତ୍ୱ ଦେବାକୁ ଭାରତ ଯଥେଷ୍ଟ ସାମର୍ଥ୍ୟ ରହିଛି । ପ୍ରଦୂଷଣମୁକ୍ତ କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ସବୁଜ ଇନ୍ଧନ କ୍ଷେତ୍ରରେ ଭାରତ ବିଶ୍ୱକୁ ନେତୃତ୍ୱ ପ୍ରଦାନ କରିବ । “ବଜେଟ୍ କେବଳ ଏକ ସୁଯୋଗ ନୁହେଁ,ଏହା ଭବିଷ୍ୟତ ନିରାପତ୍ତାର ଏକ ଗ୍ୟାରେଣ୍ଟିଂ ।” ବଜେଟ୍‌ର ସମସ୍ତ ପ୍ରସ୍ତାବନାକୁ ଶୀଘ୍ର କାର୍ଯ୍ୟକାରୀ କରି ଏହାର ଲାଭ ଉଠାଇବାକୁ ପ୍ରଧାନମନ୍ତ୍ରୀ ସବୁ ସମ୍ପୃକ୍ତ ପକ୍ଷଙ୍କୁ ଆହ୍ୱାନ ଦେଇଛନ୍ତି । ସରକାର ସର୍ବଦା ଆପଣମାନଙ୍କ ସହିତ ରହିଛି ଏବଂ ଆପଣମାନଙ୍କ ପ୍ରସ୍ତାବ ବିଚାରଯୋଗ୍ୟ ବୋଲି ସେ କହିଛନ୍ତି । 

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
PM expresses happiness at enthusiasm of young friends from Uzbekistan
August 29, 2026

The Prime Minister, Shri Narendra Modi expressed happiness at the enthusiasm of young friends from Uzbekistan ahead of his visit to the country. Sharing a video showcasing their enthusiasm, the Prime Minister said that it was especially heartwarming to see them express themselves so beautifully in Hindi.

Shri Modi posted on X:

As I am about to begin my Uzbekistan visit, I am very happy to see the enthusiasm of my young friends from Uzbekistan, beautifully expressed in this video.

What makes it even more special is the fact that they did it in Hindi and they did it so well!