PM Modi to inaugurate the Dr. Ambedkar National Memorial at 26, Alipur Road in Delhi on 13 April

ଭାରତରତ୍ନ ଡ.ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ 13 ରେ ନୂଆଦିଲ୍ଲୀସ୍ଥିତ 26, ଆଲିପୁର ରୋଡଠାରେ ଡ.ବାବାସାହେବ ଆମ୍ବେଦକର ରାଷ୍ଟ୍ରୀୟ ସ୍ମାରକୀର ଉଦଘାଟନ କରିବେ  ।

ଡ. ବାବାସାହେବ ଆମ୍ବେଦକର ଡିସେମ୍ବର 6, 1956 ରେ ଏହି ସ୍ଥାନରେ ମହାପରିନିର୍ବାଣ ପ୍ରାପ୍ତ କରିଥିଲେ  ।

ଡ. ଆମ୍ବେଦକରଙ୍କ ମହାପରିନିର୍ବାଣ ସ୍ଥଳ, 26, ଆଲିପୁର ରୋଡକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ 2003 ରେ ଜାତି ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ  ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ସ୍ମାରକୀ ନିର୍ମାଣ ପାଇଁ 21 ମାର୍ଚ୍ଚ, 2016 ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ  ।

ଭାରତୀୟ ସମ୍ବିଧାନର ମୁଖ୍ୟ ସ୍ଥପତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମିତ ହୋଇଥିବା ଯୋଗୁଁ ଏହି ସ୍ମାରକୀକୁ ଏକ ପୁସ୍ତକର ସ୍ୱରୁପ ପ୍ରଦାନ କରାଯାଇଛି  ।

ଏହି ସ୍ମାରକୀ ଜରିଆରେ ସ୍ଥିର ଓ ଗତିଶୀଳ ମାଧ୍ୟମ ଏବଂ ଦୃଶ୍ୟଶ୍ରାବ୍ୟ ସାମଗ୍ରୀ ତଥା ମଲ୍ଟି ମିଡିଆ ପ୍ରଯୁକ୍ତି କୌଶଳର ବ୍ୟାପକ ଉପଯୋଗ ମାଧ୍ୟମରେ ଡ.ଆମ୍ବେଦକରଙ୍କ ଜୀବନୀ ଓ ରାଷ୍ଟ୍ର ପ୍ରତି ତାଙ୍କ ଅବଦାନ ସମ୍ପର୍କରେ ବୌଦ୍ଧିକ ତଥା ମନନଶୀଳ ଧାରଣା ପ୍ରଦର୍ଶନ କରାଯିବ  ।

ଏହି ସ୍ମାରକୀରେ ଧ୍ୟାନ କରିବା ପାଇଁ ଏକ ହଲ ନିର୍ମିତ ହୋଇଛି  । ତୋରଣ ଦ୍ୱାର, ବୋଧୀ ବୃକ୍ଷ, ମ୍ୟୁଜିକାଲ ଫାଉଣ୍ଟେନ ଏବଂ ସ୍ମାରକୀ ସମ୍ମୁଖରେ ମନୋରମ ଆଲୋକର ବ୍ୟବସ୍ଥା ସହିତ ଅନ୍ୟ ପ୍ରମୁଖ କ୍ଷେତ୍ରଗୁଡିକ ପ୍ରତି ଧ୍ୟାନ ଦିଆଯାଇଛି  ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
GIFT City scales new heights as India's 1st international finance and IT hub

Media Coverage

GIFT City scales new heights as India's 1st international finance and IT hub
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 30, 2026
March 30, 2026

Mann Ki Baat to Mission Mode: How PM Modi's Initiatives Spark Hope in Health, Innovation, Security & Nature