ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଘାଜିପୁର ଗସ୍ତ କରିଛନ୍ତି । ସେ ମହାରାଜ ସୁହେଲଦେବଙ୍କ ଉପରେ ସ୍ମାରକୀ ଡାକଟିକେଟ ଉନ୍ମୋଚନ କରିଥିଲେ । ସେ ମଧ୍ୟ ଘାଜିପୁର ମେଡିକାଲ କଲେଜର ଆଧାରଶିଳା ସ୍ଥାପନ କରିଥିଲେ ।

ଏହି ଅବସରରେ ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ଉନ୍ମୋଚିତ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ପୂର୍ବାଂଚଳକୁ ଏକ ମେଡିକାଲ କେନ୍ଦ୍ରରେ ପରିଣତ କରିବାରେ ଏବଂ କୃଷି ଗବେଷଣା କେନ୍ଦ୍ର ରୂପେ ଗଢିବାରେ ଅନେକ ପରିମାଣରେ ସଫଳ ଓ ସହାୟକ ହେବେ ।

ପ୍ରଧାନମନ୍ତ୍ରୀ ମହାରାଜ ସୁହେଲଦେବଙ୍କୁ ସ୍ମରଣ କରି କହିଥିଲେ ଯେ ସେ ଜଣେ ସାହସୀ ବୀର ଥିଲେ ଯିଏକି ଜନସାଧାରଣଙ୍କୁ ଅନୁପ୍ରାଣିତ କରିଛନ୍ତି । ସେ ମହାରାଜ ସୁହେଲଦେବଙ୍କ ରଣନୈତିକ କୌଶଳ ଏବଂ ପ୍ରଶାସନିକ ଦକ୍ଷତା ସମ୍ବନ୍ଧରେ ପ୍ରକାଶ କରିଥିଲେ । ଭାରତର ପ୍ରତିରକ୍ଷା, ସୁରକ୍ଷା ଏବଂ ଏହାର ସାମଜିକ ଜୀବନକୁ ସୁଦୃଢ଼ କରିବା ପାଇଁ ଯୋଗଦାନ କରିଥିବା ବ୍ୟକ୍ତିତ୍ୱମାନଙ୍କ ଐତିହାସିକ ସଂରକ୍ଷଣ କରିବା ନେଇ କେନ୍ଦ୍ର ସରକାର ସଂକଳ୍ପବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଉଭୟ କେନ୍ଦ୍ର ସରକାର ଏବଂ ଉତ୍ତରପ୍ରଦେଶର ରାଜ୍ୟ ସରକାର ଜନସାଧାରଣଙ୍କ ଆବଶ୍ୟକତାକୁ ନେଇ ସଚେତନ । ସେ କହିଲେ ଯେ ଲକ୍ଷ୍ୟ ହେଉଛି ସମସ୍ତଙ୍କ ପାଇଁ ଏକ ମର୍ଯ୍ୟଦାପୂର୍ଣ୍ଣ ଜୀବନ ଧାରଣ ନିଶ୍ଚିତ କରିବା ।

ପ୍ରଧାନମନ୍ତ୍ରୀ କହିଲେ ଯେ ଆଧାରଶିଳା ସ୍ଥାପନ କରାଯାଇଥିବା ମେଡିକାଲ କଲେଜ ଏହି ଅଂଚଳରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଉପଲବ୍ଧ କରାଇବ । ସେ କହିଲେ ଯେ ଏହା ଏହି ଅଂଚଳର ଜନସାଧାରଣଙ୍କର ଏକ ବହୁ ଦିନର ଦାବି ରହି ଆସିଥିଲା । ଅଂଚଳରେ ସ୍ୱାସ୍ଥ୍ୟ ସେବା ସୁବିଧାରେ ଉନ୍ନତି ଆଣିବା ପାଇଁ  ପ୍ରତିଷ୍ଠା କରାଯାଉଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ହସପିଟାଲ ମଧ୍ୟରେ ଏହା ଅନ୍ୟତମ । ଏହି ପ୍ରସଙ୍ଗରେ ସେ ଗୋରଖପୁର ଏବଂ ବାରାଣସୀରେ ପ୍ରତିଷ୍ଠା ହେବାକୁ ଥିବା ହସପିଟାଲ ସମ୍ବନ୍ଧରେ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ସ୍ୱାଧୀନତା ପରଠାରୁ ପ୍ରଥମ ଥର ପାଇଁ ସ୍ୱାସ୍ଥ୍ୟସେବାକୁ କେନ୍ଦ୍ର ସରକାରଙ୍କ ତରଫରୁ ଏତେ ପରିମାଣରେ ଧ୍ୟାନ ଦିଆଯାଉଛି । ସେ ମଧ୍ୟ ଆୟୁଷ୍ମାନ ଭାରତ ଯୋଜନା ଏବଂ ରୋଗୀମାନଙ୍କୁ ପ୍ରଦାନ କରାଯାଉଥିବା ଚିକିତ୍ସା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ସେ କହିଲେ ଯେ ମାତ୍ର 100 ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦ୍ୱାରା 6 ଲକ୍ଷରୁ ଉର୍ଦ୍ଧ୍ଵଜନସାଧାରଣ ଲାଭବାନ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ମଧ୍ୟ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବୀମା ଯୋଜନା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ ଏବଂ କହିଥିଲେ ଯେ ଦେଶବ୍ୟାପୀ 20 କୋଟି ଲୋକ ଜୀବନଜ୍ୟୋତି ଏବଂ ସୁରକ୍ଷା ବୀମା ଯୋଜନାରେ ସାମିଲ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ଅଂଚଳରେ କୃଷି ସହିତ ସଂପୃକ୍ତ ଅନେକ ପ୍ରକଳ୍ପ ବାବଦରେ ସୂଚନା ଦେଇଥିଲେ । ଏଥିରେ ଅନ୍ତର୍ଭୁକ୍ତ ରହିଛି  ବାରାଣସୀର ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନ, ବାରାଣସୀ ଓ ଘାଜିପୁରର କାର୍ଗୋ ସେଣ୍ଟର, ଗୋରଖପୁରର ସାର କାରଖାନା ଏବଂ ବନସାଗର ଜଳସେଚନ ପ୍ରକଳ୍ପ । ସେ କହିଲେ ଯେ ଏହି ପଦକ୍ଷେପଗୁଡ଼ିକ କୃଷକମାନଙ୍କୁ ସହାୟକ ହେବ ଏବଂ ସେମାନଙ୍କ ଆୟ ବୃଦ୍ଧିରେ ସାହାଯ୍ୟ କରିବ ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରି କହିଥିଲେ ଯେ ତୁରନ୍ତ ରାଜନୈତିକ ଲାଭ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ଦେଶର ସମସ୍ୟା ସମାଧାନ କରିବାରେ ସହାୟକ ହେବେ ନାହିଁ । ସେ କହିଲେ ଯେ କେନ୍ଦ୍ର ସରକାର  ଶସ୍ୟ ଆମଦାନୀ ଖର୍ଚ୍ଚର 1.5 ଗୁଣା ଆଧାରରେ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିଛନ୍ତି । କୃଷି କ୍ଷେତ୍ର ପାଇଁ ଗ୍ରହଣ କରାଯାଇଥିବା ଅନ୍ୟାନ୍ୟ ପଦକ୍ଷେପ ସମ୍ବନ୍ଧରେ ମଧ୍ୟ ସେ ବର୍ଣ୍ଣନା କରିଥିଲେ ।

ସଂଯୋଗ ସମ୍ପର୍କିତ ବିକାଶ ସମ୍ବନ୍ଧରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଲେ ଯେ ପୂର୍ବାଂଚଳ ଏକ୍ସପ୍ରେସସଡକ କାର୍ଯ୍ୟ ଦ୍ରୂତ ଗତିରେ ଆଗେଇ ଚାଲିଛି । ସେ କହିଲେ ଯେ ତାରିଘାଟ-ଘାଜିପୁର-ମାଉ ବ୍ରିଜର କାର୍ଯ୍ୟ ମଧ୍ୟ ଚାଲିଛି । ବାରାଣସୀ ଏବଂ କୋଲକାତା ମଧ୍ୟରେ ଏଇ ନିକଟରେ ଆରମ୍ଭ କରାଯାଇଥିବା ଜଳପଥ ମଧ୍ୟ ଘାଜିପୁର ପାଇଁ ଲାଭପ୍ରଦ ହେବ ବୋଲି ସେ ପ୍ରକାଶ କରଥିଲେ । ସେ କହିଲେ ଯେ ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ସ୍ଥାନୀୟ ଅଂଚଳରେ ବାଣିଜ୍ୟ ବ୍ୟବସାୟକୁ ଗତି ମିଳିବ ।

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's strong growth outlook intact despite global volatility: Govt

Media Coverage

India's strong growth outlook intact despite global volatility: Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tributes to former Prime Minister Chandra Shekhar on his birth anniversary
April 17, 2026

The Prime Minister, Shri Narendra Modi has paid tributes to former Prime Minister, Shri Chandra Shekhar on his birth anniversary.

The Prime Minister noted that this year marks the beginning of Chandra Shekhar Ji’s 100th birth anniversary and said it is an occasion to reiterate the commitment to realising his vision for a prosperous and just India.

Recalling his legacy, the Prime Minister said that Chandra Shekhar Ji is remembered as a mass leader blessed with courage, conviction and a deep commitment to democratic values. He highlighted that firmly rooted in the soil of India and sensitive to the aspirations of ordinary citizens, Chandra Shekhar Ji brought simplicity and clarity to public life.

The Prime Minister also recalled the instances when he had the opportunity to meet Chandra Shekhar Ji and exchange perspectives for the development of the nation.

The Prime Minister called upon the youth of India to read more about the thoughts and efforts of Chandra Shekhar Ji towards India’s progress.

In a X post, Shri Modi said;

“Tributes to former Prime Minister Chandra Shekhar Ji on his birth anniversary. This year marks the start of his 100th birth anniversary and is a time to reiterate our commitment to realising his vision for a prosperous and just India. Chandra Shekhar Ji is remembered as a mass leader blessed with courage, conviction and a deep commitment to democratic values. Firmly rooted in the soil of India and sensitive to the aspirations of ordinary citizens, he brought simplicity and clarity to public life. I recall the instances when I had the opportunity to meet him and exchange perspectives for the development of our nation. I call upon the youth of India to read more about his thoughts and efforts towards India’s progress.”