"ଜୈବ ଇନ୍ଧନ ଏକବିଂଶ ଶତାବ୍ଦୀରେ ଭାରତର ପ୍ରଗତିକୁ ଶକ୍ତି ଦେଇପାରିବ :ପ୍ରଧାନମନ୍ତ୍ରୀ ମୋଦୀ "
ଜୈବ ଇନ୍ଧନ କଞ୍ଚା ତେଲ ଉପରେ ଆମଦାନୀ ନିର୍ଭରତାକୁ କମ କରିବାରେ ସାହାଯ୍ୟ କରିପାରିବ । ତାହା ସ୍ୱଚ୍ଛ ପରିବେଶରେ ଯୋଗଦାନ ଦେଇପାରିବ :ପ୍ରଧାନମନ୍ତ୍ରୀ ମୋଦୀ
"ଜୈବ ଇନ୍ଧନର ଉପଯୋଗ ବୃଦ୍ଧିରୁ ଚାଷୀମାନଙ୍କ ଆୟରେ ବୃଦ୍ଧି ହେବ ଏବଂ ଦେଶରେ ବହୁ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ :ପ୍ରଧାନମନ୍ତ୍ରୀ ମୋଦୀ "
ଇଥାନଲ ବ୍ଲେଣ୍ଡିଂ/ମିଶ୍ରଣ କାର୍ଯ୍ୟକ୍ରମ ଅଧୀନରେ ,ପେଟ୍ରୋଲ ସହିତ ଇଥାନଲ ମିଶ୍ରଣ କରି ପାଖାପାଖି 4,000 କୋଟି ଟଙ୍କା ସଂଚୟ କରାଯାଇଛି ; ଏଥିରୁ ଚାଷୀମାନଙ୍କୁ ମଧ୍ୟ ଲାଭ ହୋଇଛି :ପ୍ରଧାନମନ୍ତ୍ରୀ ମୋଦୀ
We are working to make BioCNG from trash; CNG usage is being ramped up in public transport; we are trying to reduce dependence on CNG import: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ବିଶ୍ୱ ଜୈବ ଇନ୍ଧନ ଦିବସ ପାଳନ ଅବସରରେ ଆୟୋଜିତ ଉତ୍ସବକୁ ସମ୍ବୋଧିତ କରିଛନ୍ତି । ସେ ବିବିଧ ବର୍ଗଙ୍କ ଏକ ସମ୍ମିଳନୀରେ କୃଷକ, ବୈଜ୍ଞାନିକ, ଉଦ୍ୟୋଗୀ, ଛାତ୍ର, ସରକାରୀ କର୍ମଚାରୀ ଏବଂ ବିଧାୟକମାନଙ୍କୁ ସମ୍ବୋଧିତ କରିଥିଲେ ।

ସେ କହିଲେ ଯେ ଏକବିଂଶ ଶତାବ୍ଦୀରେ ଜୈବ ଇନ୍ଧନ ଭାରତକୁ ନୂତନ ଗତି ପ୍ରଦାନ କରିପାରିବ । ସେ ପୁନଶ୍ଚ କହିଲେ ଯେ ଶସ୍ୟରୁ ଉତ୍ପନ ଇନ୍ଧନ ଉଭୟ ଗ୍ରାମ ଓ ସହରର ଜନସାଧାରଣଙ୍କ ଜୀବନକୁ ପରିବର୍ତ୍ତିତ କରିପାରିବ ।

ସେ କହିଲେ ଯେ କୃଷିଜାତ ସାମଗ୍ରୀରୁ ଜୈବଇନ୍ଧନ ବା ଇଥାନଲ ଉତ୍ପାଦନ କରିବାର ଯୋଜନା ଶ୍ରୀ ଅଟଳ ବିହାରୀ ବାଜପାୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଗ୍ରହଣ କରାଯାଇଥିଲା । 2014 ପରେ ଇଥାନଲ ବ୍ଲେଣ୍ଡିଂ/ମିଶ୍ରଣ କାର୍ଯ୍ୟକ୍ରମ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରାଯାଇଥିଲା । ସେ କହିଲେ ଯେ କୃଷକମାନଙ୍କୁ ଲାଭ ପହଂଚାଇବା ବ୍ୟତୀତ, ଏହି ପଦକ୍ଷେପ ଫଳରେ ଗତବର୍ଷ 4,000 କୋଟି ଟଙ୍କାର ବୈଦେଶିକ ବିନିମୟ ମୁଦ୍ରା ସଂଚୟ କରିବାରେ ସହାୟକ ହୋଇଛି ଏବଂ ଆଗାମୀ 4 ବର୍ଷ ମଧ୍ୟରେ ଏହାକୁ 12,000କୋଟି ଟଙ୍କାରେ ପହଂଚାଇବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ବାୟୋମାସକୁ ବାୟୋ ଇନ୍ଧନରେ ରୂପାନ୍ତରିତ କରିବାର ପ୍ରୟାସରେ କେନ୍ଦ୍ର ସରକାର ବହୁ ପରିମାଣରେ ପୁଞ୍ଜିନିବେଶ କରୁଛନ୍ତି । 12 ଟି ଅତ୍ୟାଧୁନିକ ବିଶୋଧନାଗାର ପ୍ରତିଷ୍ଠା କରାଯିବାର ଯୋଜନା ରହିଛି । ଏହି ପ୍ରକ୍ରିୟା ମାଧ୍ୟମରେ ବହୁ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ପ୍ରଧାନମନ୍ତ୍ରୀ କହିଲେ ଯେ ଜନଧନ, ବନ୍ଧନ ଏବଂ ଗୋବର-ଧନ ଭଳି ଯୋଜନା ଗରିବ ଜନସାଧାରଣ, ତଫସିଲଭୁକ୍ତ ଜନଜାତି ଏବଂ କୃଷକମାନଙ୍କ ଜୀବନକୁ ରୂପାନ୍ତରିତ କରିବାରେ ସହାୟକ ହେଉଛି । ସେ କହିଲେ ଯେ ଜୈବ ଇନ୍ଧନର ରୂପାନ୍ତରଣକାରୀ କ୍ଷମତାକୁ ଛାତ୍ର, ଶିକ୍ଷକ, ବୈଜ୍ଞାନିକ, ଉଦ୍ୟୋଗକାରୀ ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ ମାଧ୍ୟମରେ ହୃଦୟଙ୍ଗମ କରାଯାଇ ପାରିବ । ଜୈବ ଇନ୍ଧନର ଲାଭକୁ ଗ୍ରାମାଂଚଳରେ ପହଂଚାଇବା ପାଇଁ ସହାୟତା କରିବା ଲାଗି ସେ ଉପସ୍ଥିତ ଥିବା ସମସ୍ତଙ୍କୁ ପ୍ରେରିତ କରିଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ “ଜୈବ ଇନ୍ଧନ 2018 କୁ ନେଇ ଜାତିୟ ନୀତି” ଶୀର୍ଷକରେ ଏକ ପତ୍ରିକା ଉନ୍ମୋଚନ କରିଥିଲେ । ସେ ମଧ୍ୟ “ପ୍ରୋଆକ୍ଟିଭ ଏଣ୍ଡ ରେସପନ୍ସିଭ ଫେଲିସିଟେସନ, ବାଏ ଇଂଟରାକ୍ଟିଭ ଏଣ୍ଡ ଭର୍ଚ୍ୟୁଅସ ଏନଭିରନମେଂଟାଲ ସିଙ୍ଗଲ-ୱିଣ୍ଡୋ ହବ” (ପରିବେଶ)ର ଶୁଭାରମ୍ଭ କରିଥିଲେ ।

 

बायोफ्यूल सिर्फ विज्ञान नहीं है बल्कि वो मंत्र है जो 21वीं सदी के भारत को नई ऊर्जा देने वाला है

बायोफ्यूल यानि फसलों से निकला ईंधन, कूड़े-कचरे से निकला ईंधन

ये गांव से लेकर शहर तक के जीवन को बदलने वाला है

आम के आम, गुठली के दाम की जो पुरानी कहावत है, उसका ये आधुनिक रूप है: PM

— PMO India (@PMOIndia) August 10, 2018

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Railways deploys AI on tracks, trains and stations to boost safety

Media Coverage

Railways deploys AI on tracks, trains and stations to boost safety
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the value and transformative power of knowledge
September 09, 2026

The Prime Minister, Shri Narendra Modi, shared a Sanskrit Subhashitam highlighting that wisdom teaches the art of living in harmony with society. He said that knowledge imparts wisdom and prosperity, fills the heart with joy and enhances one’s dignity.

The Prime Minister shared a Sanskrit Subhashitam-

“उपदिशति लोकवृत्तं वितरति वित्तं विनोदयति चित्तम्।

उत्तम्भयति महत्त्वं विद्या हृद्या सुराजसेवेव॥”

The Subhashitam conveys that wisdom teaches the art of living in harmony with society. It grants knowledge and prosperity, fills the heart with joy, and raises one's dignity. Thus, wisdom is as precious as service to righteous governance, beloved by the heart, and a force that uplifts life.

The Prime Minister wrote on X;

“उपदिशति लोकवृत्तं वितरति वित्तं विनोदयति चित्तम्।

उत्तम्भयति महत्त्वं विद्या हृद्या सुराजसेवेव॥”