International Solar Alliance (ISA) has created a large platform in order to ensure climate justice, says PM Modi
Role being played by oil wells today will one day be played by sun rays: PM Modi at 1st assembly of ISA
We have decided to generate 40% of our electricity using non fossil fuel based resources by 2030: PM Modi
To fulfill the goals of Paris Agreement, we have started working on the action plan for the deployment of renewable energy: PM Modi
Along with Solar and Wind power, we are working fast on B3 i.e Biomass-Biofuel-Bioenergy: PM Modi at 1st assembly of ISA 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ମଙ୍ଗଳବାର) ବିଜ୍ଞାନ ଭବନଠାରେ ଆୟୋଜିତ ଆନ୍ତରାଷ୍ଟ୍ରୀୟ ସୌର ସଂଗଠନ (International Solar Alliance) ର ପ୍ରଥମ ଅଧିବେଶନକୁ ଉଦଘାଟନ କରିଥିଲେ  । ଏହି କାର୍ଯ୍ୟକ୍ରମ ଦ୍ୱିତୀୟ ଆଇଓଆରଏ ଅକ୍ଷୟ ଶକ୍ତି ମନ୍ତ୍ରୀସ୍ତରୀୟ ବୈଠକ, ଏବଂ ଦ୍ୱିତୀୟ ବୈଶ୍ୱିକ ରି-ଇନଭେଷ୍ଟ (ଅକ୍ଷୟ ଶକ୍ତି ନିବେଶକମାନଙ୍କର ବୈଠକ ଏବଂ ପ୍ରଦର୍ଶନୀ) ର ଉଦଘାଟନକୁ ମଧ୍ୟ ଦର୍ଶାଏ  ।

ଏହି ଅବସରରେ ଉପସ୍ଥିତ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଗତ 150 ରୁ 200 ବର୍ଷ ମଧ୍ୟରେ ମାନବଜାତି ଶକ୍ତିର ଆବଶ୍ୟକତା ପୂରଣ କରିବା ପାଇଁ ଜୀବାଷ୍ମ ଇନ୍ଧନ ଉପରେ ନିର୍ଭର କରୁଥିଲେ  । ସେ କହିଥିଲେ ଯେ ଶକ୍ତି ସମାଧାନ କ୍ଷେତ୍ରରେ ପ୍ରକୃତି ଏବେ ସଙ୍କେତ ଦେଉଛି ଯେ ସୌର, ବାୟୁ ଏବଂ ଜଳ ଭଳି ବିକଳ୍ପ ଅଧିକ ପୋଷଣୀୟ  । ଏହି ସନ୍ଦର୍ଭରେ ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଭବିଷ୍ୟତରେ ଯେତେବେଳେ ଲୋକମାନେ ଏକବିଂଶ ଶତାବ୍ଦୀରେ ମାନବ ଜାତିର କଲ୍ୟାଣ ପାଇଁ ସ୍ଥାପିତ ସଂଗଠନଗୁଡିକର ଆଲୋଚନା କରିବେ ସେତେବେଳେ ଆନ୍ତରାଷ୍ଟ୍ରୀୟ ସୌର ସଂଗଠନ, ସୂଚୀର ସର୍ବାଗ୍ରେ ଥିବ  । ସେ କହିଥିଲେ ଯେ ପରିଶେବକୁ ନ୍ୟାୟ ପ୍ରଦାନ କରିବା ଦିଗରେ ଏହା ହେଉଛି ଏକ ମହାନ ମଂଚ  । ଆନ୍ତରାଷ୍ଟ୍ରୀୟ ସୌର ସଂଗଠନ ଓପେକକୁ ଭବିଷ୍ୟତରେ ପ୍ରମୁଖ ବୈଶ୍ୱିକ ଶକ୍ତି ଯୋଗାଣକର୍ତ୍ତା ଭାବେ ପରିବର୍ତ୍ତିତ କରିପାରିବ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କ୍ରମବର୍ଦ୍ଧିଷ୍ଣୁ ଅକ୍ଷୟ ଶକ୍ତି ଉପଯୋଗର ପ୍ରଭାବ ଏବେ ଭାରତରେ ଦେଖାଯାଉଛି  । ସେ କହିଥିଲେ ଯେ ଭାରତ ଏକ କାର୍ଯ୍ୟ ଯୋଜନା ମାଧ୍ୟମରେ ପ୍ୟାରିସଠାରେ ହୋଇଥିବା ଚୁକ୍ତିର ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରୁଛି  । 2030 ମସିହା ସୁଦ୍ଧା ଅଣ ଜୀବାଷ୍ମ ଇନ୍ଧନ ଆଧାରିତ ଉତ୍ସ ଦ୍ୱାରା ଭାରତର ମୋଟ ଶକ୍ତି ଆବଶ୍ୟକତାର 40 ପ୍ରତିଶତ ଉତ୍ପନ୍ନ କରିବାର ଲକ୍ଷ୍ୟ ରଖିଛି  । ସେ କହିଥିଲେ ଯେ ଭାରତ ‘ଦାରିଦ୍ର୍ୟରୁ ଶକ୍ତି’ ର ନୂତନ ଆତ୍ମବିଶ୍ୱାସ ସହିତ ଅଗ୍ରସର ହେଉଛି  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଜୁଳି ଉତ୍ପାଦନ ସହିତ ବିଜୁଳି ଭଣ୍ଡାରଣ ମଧ୍ୟ ଗୁରୁତ୍ୱପୂର୍ଣ୍ଣ  । ଏହି ସନ୍ଦର୍ଭରେ ସେ ରାଷ୍ଟ୍ରୀୟ ଶକ୍ତି ଭଣ୍ଡାରଣ ମିଶନର ଉଲ୍ଲେଖ କରିଥିଲେ  । ସେ କହିଥିଲେ ଯେ ଏହି ମିଶନ ଜରିଆରେ ଆବଶ୍ୟକତା ସୃଷ୍ଟି, ସ୍ୱଦେଶୀ ନିର୍ମାଣ,  ଅଭିନବୀକରଣ, ଏବଂ ଭଣ୍ଡାରଣ ଉପରେ ସରକାର ଅଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ସୌର ଏବଂ ପବନ ଶକ୍ତି ବ୍ୟତୀତ ବାୟୋମାସ, ଜୈବ ଇନ୍ଧନ ଏବଂ ଜୈବ ଶକ୍ତି ଉତ୍ପାଦନ ବୃଦ୍ଧି ଦିଗରେ ବିସ୍ତାରିତ କାର୍ଯ୍ୟକ୍ରମ ହାତକୁ ନେଇଛି । ଭାରତର ପରିବହନ ବ୍ୟବସ୍ଥାକୁ ସ୍ୱଚ୍ଛ ଇନ୍ଧନ ଆଧାରିତ କରିବା ଉପରେ ମଧ୍ୟ ପଦକ୍ଷେପ ନିଆଯାଉଛି  । ଜୈବ ଅବଶିଷ୍ଟକୁ ଜୈବ ଇନ୍ଧନରେ ପରିବର୍ତ୍ତିତ କରି ଭାରତ ଏକ ଆହ୍ୱାନକୁ ଏକ ସୁଯୋଗରେ ପରିବର୍ତ୍ତିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Bosch Home to start AC exports from India in two years: CEO & President Jan Brockmann

Media Coverage

Bosch Home to start AC exports from India in two years: CEO & President Jan Brockmann
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam paying tribute to Shaheed Udham Singh
July 31, 2026

The Prime Minister, Shri Narendra Modi, paid heartfelt tributes to the great revolutionary martyr Udham Singh on his Balidan Diwas. He said that the saga of courage and valour embodied in Udham Singh’s life will continue to inspire every generation of the country to uphold the honour and self-respect of the motherland.

The Prime Minister shared a Sanskrit Subhashitam-

“न जातु शौर्यं पुरुषस्य भानुरस्तं गतो भवति कदापि शश्वत्।

यथा पुनस्तपति दिवाकरोऽयं तथा पुनर्विक्रमते स वीरः॥”

The Subhashitam conveys that The sun of valor never sets permanently. Just as the sun rises and shines brightly again, so too does a brave man triumph over every adversity with his valor.

The Prime Minister wrote on X;

“महान क्रांतिकारी शहीद उधम सिंह को उनके बलिदान दिवस पर सादर नमन। हिम्मत और हौसले से भरी उनकी जीवनगाथा देश की हर पीढ़ी को मातृभूमि के स्वाभिमान की रक्षा के लिए प्रेरित करती रहेगी।

न जातु शौर्यं पुरुषस्य भानुरस्तं गतो भवति कदापि शश्वत्।

यथा पुनस्तपति दिवाकरोऽयं तथा पुनर्विक्रमते स वीरः॥”