Himachal Pradesh, as a land of spirituality and bravery: PM Modi
Government is focusing on next-generation infrastructure in Himachal Pradesh. Projects related to highways, railways, power, solar energy and petroleum sector, are underway in the state: PM Modi
Those in habit of looting money now afraid of 'Chowkidar': PM Modi

ହିମାଚଳ ପ୍ରଦେଶ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଧରମଶାଳାଠାରେ ଜନ ଆଭାର ରାଲିକୁ ସମ୍ବୋଧନ କରିଛନ୍ତି ।

ମଞ୍ଚରେ ପହଞ୍ଚିବା ପୂର୍ବରୁ ସରକାରଙ୍କ ବିଭିନ୍ନ ଯୋଜନାର ଏକ ପ୍ରଦର୍ଶନୀ ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ । ଯୋଜନାସମୂହର ହିତାଧିକାରୀଙ୍କ ସହିତ ସେ ମଧ୍ୟ ମତ ବିନିମୟ କରିଥିଲେ ।

ବିଶାଳ ସମାବେଶକୁ ସମ୍ବୋଧିତ କରିବା ଅବସରରେ ସେ ହିମାଚଳ ପ୍ରଦେଶକୁ ସାଂସ୍କୃତିକ ଏବଂ ସାହାସୀ ରାଜ୍ୟ ରୂପେ ଅଭିହିତ କରି ପ୍ରଶଂସା କରିଥିଲେ ।

ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ଏହି ରାଜ୍ୟ ପ୍ରତି ସ୍ଵତନ୍ତ୍ର ସମ୍ପର୍କ ଥିବା ସେ ସ୍ମରଣ କରିଥିଲେ ।

ବିଗତ ଏକ ବର୍ଷରେ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଖାସ କରି ରାଜ୍ୟର ଗ୍ରାମୀଣ ଲୋକଙ୍କୁ ସମୃଦ୍ଧ କରାଇବାରେ ସକ୍ଷମ ହୋଇଥିବାରୁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ ।

ନୂତନ ପିଢିଙ୍କ ଭିତ୍ତିଭୂମି ଉପରେ ସରକାର ଗୁରୁତ୍ଵ ଦେଉଛନ୍ତି । ରାଜପଥ, ରେଳ, ଶକ୍ତି, ସୌରଶକ୍ତି ଏବଂ ପେଟ୍ରୋଲିୟମ କ୍ଷେତ୍ରରେ ହିମାଚଳ ପ୍ରଦେଶ ସରକାରଙ୍କ ଉନ୍ନୟନ କାର୍ଯ୍ୟ ଚାଲୁ ରହିଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

ରାଜ୍ୟରେ ପର୍ଯ୍ୟଟନର ବିସ୍ତୃତ ଭୂମିକା ରହିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ଦର୍ଶାଇଥିଲେ ଯେ, ଭାରତରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା 2013 ରୁ 2017 ମଧ୍ୟରେ 70 ଲକ୍ଷରୁ ବୃଦ୍ଧି ପାଇ ଏକ କୋଟିରେ ପହଞ୍ଚିଛି । ସେହିପରି 2013ରେ ହୋଟେଲ ମଞ୍ଜୁରୀ ସଂଖ୍ୟା 1200 ଥିବା ବେଳେ ବର୍ତ୍ତମାନ ତାହା 1800ରେ ପହଞ୍ଚିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ 40 ବର୍ଷ ଧରି ଅବସରପ୍ରାପ୍ତ ପ୍ରତିରକ୍ଷା କର୍ମଚାରୀମାନେ ‘ଏକ ପାହ୍ୟା, ଏକ ପେନସନ’ ବ୍ୟବସ୍ଥା ପାଇଁ ଦାବି କରିଆସୁଥିଲେ । ତାଙ୍କ ସରକାର କ୍ଷମତାକୁ ଆସିବା ପରେ ଏହି ପ୍ରସଙ୍ଗର ସମସ୍ତ ଦିଗକୁ ବିଚାର କରି ଏବଂ ସମ୍ବଳ ଓ ସାଧନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଗକୁ ବଢିଲେ । ତା’ପରେ ଅନ୍ତିମ ନିଷ୍ପତ୍ତି ସ୍ୱରୂପ OROP ବ୍ୟବସ୍ଥା ଲାଗୁ କରାଗଲା । ଏଥିରେ ଅବସରପ୍ରାପ୍ତ ପ୍ରତିରକ୍ଷା କର୍ମଚାରୀ ଉପକୃତ ହେଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ହିମାଚଳ ପ୍ରଦେଶର ଲୋକମାନଙ୍କୁ ସ୍ଵଚ୍ଛତା ରକ୍ଷା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁଁ ଭୂୟସୀ ପ୍ରଶଂସା କରିଥିଲେ । ରାଜ୍ୟବାସୀ ସ୍ଵଚ୍ଛତାକୁ ସଂସ୍କାର ରୂପେ ଗ୍ରହଣ କରିଛନ୍ତି ଯାହାକି ପର୍ଯ୍ୟଟନ କ୍ଷେତ୍ରର ବିକାଶରେ ବିଶେଷ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

 

ପ୍ରଧାନମନ୍ତ୍ରୀ କିଭଳି କେନ୍ଦ୍ର ସରକାର ଭ୍ରଷ୍ଟାଚାର ରୋକିବା ଦିଗରେ ପଦକ୍ଷେପ ନେଇଛନ୍ତି ତାହା ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ, ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ବ୍ୟବସ୍ଥା ଦ୍ଵାରା ସରକାରୀ ଧନର ବାଟମାରଣା ବନ୍ଦ ହୋଇଛି, ଦୁର୍ନୀତି ରୋକାଯାଇଛି ଏବଂ ପ୍ରାୟ 90 ହଜାର କୋଟି ଟଙ୍କା ସରକାର ସଞ୍ଚୟ କରିପାରିଛନ୍ତି ।

 

 

 

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India records highest-ever startup surge with 55,200 recognised in FY26

Media Coverage

India records highest-ever startup surge with 55,200 recognised in FY26
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 18, 2026
April 18, 2026

From Tap Water to 40,000 Manuscripts: Modi’s Vision Delivers Jobs, Clean Energy & Civilisational Pride