“ପରିବେଶ, ସ୍ଥାୟୀ ଓ ନିରନ୍ତର ବିକାଶ ମୋର ୨୦ବର୍ଷ ଧରି କ୍ଷମତାରେ ପ୍ରଥମେ ଗୁଜରାଟ ଓ ପରେ ଜାତୀୟସ୍ତରରେ ମୁଖ୍ୟ ବିଷୟ ରହିଛି”
“ନ୍ୟାୟ ସଙ୍ଗତ ଓ ଶକ୍ତି ଗରିବଙ୍କୁ ପହଞ୍ଚାଇବା ଆମ ପରିବେଶ ନୀତିର ମୁଖ୍ୟ ଅଙ୍ଗ”
“ପରିବେଶ ବୃହତ ବିବିଧତାର ଦେଶ ଓ ଏହାର ପରିବେଶ ନିରାପତ୍ତା ଆମର କର୍ତ୍ତବ୍ୟ”
“ପରିବେଶ ପ୍ରତି ନ୍ୟାୟ କରି ହିଁ ଏହାର ନିରନ୍ତର ଓ ସ୍ଥାୟୀ ବିକାଶ ସମ୍ଭବ”
“ଆଗାମୀ ୨୦ବର୍ଷ ମଧ୍ୟରେ ଭାରତର ଶକ୍ତି ଆବଶ୍ୟକତା ଦ୍ୱିଗୁଣିତ ହେବାର ସମ୍ଭାବନା ରହିଛି । ଏହାକୁ ଅଣଦେଖା କରିବା ଅର୍ଥ ଲକ୍ଷ ଲକ୍ଷ ଜନଜୀବନକୁ ଉପେକ୍ଷା”
“ବିକାଶଶୀଳ ଦେଶମାନେ ପ୍ରଯୁକ୍ତି ହସ୍ତାନ୍ତରଣ ଓ ଆର୍ଥିକ ସହାୟତା ଭଳି ଅଙ୍ଗୀକାରବଦ୍ଧତାକୁ ପୂରଣ କରିବା ଆବଶ୍ୟକ”
“ସ୍ୱଚ୍ଛ ଶକ୍ତି ଉପଲବ୍ଧ ନେଇ ବିଶ୍ୱର ବିଭିନ୍ନ ଗ୍ରୀଡରୁ ଉଦ୍ୟମ ହେବା ଦରକାର । ଭାରତ ଏହି ବିଶ୍ୱବ୍ୟାପୀ ଉଦ୍ୟମର ସମର୍ଥକ”
ବିଶ୍ୱ ସ୍ଥଳ ଭାଗର ଶତକଡା ୨.୪ ଭାଗ ଥିବା ଭାରତରେ ବିଶ୍ୱର ପାଖାପାଖି ଆଠ ପ୍ରତିଶତ ଜୀବଜଗତ ରହିଛି । ଭାରତ ଏକ ବୃହତ ବିବିଧତାର ଦେଶ ହୋଇଥିବାରୁ ଏହାର ପରିବେଶର ନିରାପତ୍ତା ଆମର କର୍ତ୍ତବ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶକ୍ତି ଓ ସମ୍ପଦ ପ୍ରତିଷ୍ଠା(ଟିଆରଆଇ)ରେ (୧୬.୦୨.୨୦୨୨) ବିଶ୍ୱ ସ୍ୱାସ୍ଥ୍ୟ ଓ ନିରନ୍ତର ବିକାଶ ଶିଖର ସମ୍ମିଳନୀରେ ଭିଡିଓ ବାର୍ତ୍ତା ଦ୍ୱାରା ଉଦ୍‌ଘାଟନୀ ଅଭିଭାଷଣ ପ୍ରଦାନ କରିଛନ୍ତି । ଡୋମିନିକା ସାଧାରଣତନ୍ତ୍ର ରାଷ୍ଟ୍ରପତି ଶ୍ରୀ ଲୁଇ ଆବିନ୍ଦର, ଗୁଏନା ମିଳିତ ସାଧାରଣତନ୍ତ୍ରର ରାଷ୍ଟ୍ରପତି  ମହମ୍ମଦ ଇରଫାନ ଅଲ୍ଲୀ, ଜାତିସଂଘ ଉପମହାସଚିବ ଶ୍ରୀମତୀ ଅମୀନା ଜେ ମହମ୍ମଦ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭୁପିନ୍ଦର ଯାଦବ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କର ଗୁଜରାଟ ଓ କେନ୍ଦ୍ରରେ କ୍ଷମତାର ଦୀର୍ଘ କୋଡିଏ ବର୍ଷରେ ସେ କିପରି ପରିବେଶ, ସ୍ଥାୟୀ ଏବଂ ନିରନ୍ତର ବିକାଶକୁ ଅଗ୍ରାଧିକାର ଦେଇ ଆସିଛନ୍ତି ତାହାର ସ୍ମୃତିଚାରଣ କରିଥିଲେ ।  ସେ କହିଥିଲେ ଯେ ପୃଥିବୀ ଗ୍ରହ ଭଙ୍ଗୁର ନୁହେଁ ମାତ୍ର ଗ୍ରହ ଓ ପ୍ରକୃତି ପ୍ରତି ଅଙ୍ଗୀକାରବଦ୍ଧତା, ଭଙ୍ଗୁର ଓ କ୍ଷଣିକ । ୧୯୭୨ ମସିହା ଷ୍ଟକ ହୋମ ସମ୍ମିଳନୀ ପରଠାରୁ ଗତ ପଚାଶବର୍ଷ ମଧ୍ୟରେ ଏ ଦିଗରେ ବିଶେଷ କିଛି ହୋଇନାହିଁ । ମାତ୍ର ଭାରତରେ ଆମେ ଏ ଦିଗରେ କାର୍ଯ୍ୟ କରିଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । “ଗରିବ ଜନସାଧାରଣଙ୍କ ନିମନ୍ତେ ଯଥାର୍ଥ ଶକ୍ତି ପହଞ୍ଚାଇବାକୁ ଆମ ପରିବେଶ ନୀତିରେ ଅଗ୍ରାଧିକାର ଦିଆଯାଇଛି ।” ନଅକୋଟି ପରିବାରକୁ ଉଜ୍ଜ୍ୱଳା ଯୋଜନା ଅଧୀନରେ ସ୍ୱଚ୍ଛ ଇନ୍ଧନ, ପିଏମ୍ କୁସୁମ ଯୋଜନାରେ କୃଷକମାନଙ୍କୁ ଅକ୍ଷୟ ଶକ୍ତି ସହ ସୌର ପ୍ୟାନେଲ ପାଇଁ ପ୍ରୋତ୍ସାହନ ଓ ଗ୍ରୀଡ୍‌କୁ କଳକା ଶକ୍ତି ଯୋଗାଣ ନିରନ୍ତର ବିକାଶର ପରିଚାୟକ ବୋଲି ସେ କହିଛନ୍ତି ।

ଗତ ସାତବର୍ଷ ଧରି ଚାଲିଥିବା ଏଲଇଡି ବଲ୍‌ବ ବଣ୍ଟନ ଯୋଜନା ଯୋଗୁଁ ୨୨୦ ବିଲିୟନ ୟୁନିଟ୍ ବିଦ୍ୟୁତ ଶକ୍ତି ସଞ୍ଚୟ ସହ ବାର୍ଷିକ ୧୮୦ବିଲିୟନ ଟନ୍ ଅଙ୍ଗାରକାମ୍ଳ ଉଦ୍‌ଗୀକରଣ ରୋକାଯାଇ ପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହାଛଡା ଜାତୀୟ ଉଦ୍‌ଯାନ ମିଶନ ସବୁଜ ଉଦଯାନକୁ ରଖିବାକୁ ଧରି ରଖିବାକୁ ଲକ୍ଷ୍ୟ ରଖିଛି । ଗ୍ରୀନ ହାଇଡ୍ରୋଜେନର ଆବଶ୍ୟକତାକୁ ଉପଲବ୍ଧ କରିବା ପାଇଁ ଶୈକ୍ଷିକ ଓ ଟେରି ଭଳି ଗବେଷଣା ପ୍ରତିଷ୍ଠାନ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

ବିଶ୍ୱ ସ୍ଥଳ ଭାଗର ଶତକଡା ୨.୪ ଭାଗ ଥିବା ଭାରତରେ ବିଶ୍ୱର ପାଖାପାଖି ଆଠ ପ୍ରତିଶତ ଜୀବଜଗତ ରହିଛି । ଭାରତ ଏକ ବୃହତ ବିବିଧତାର ଦେଶ ହୋଇଥିବାରୁ ଏହାର ପରିବେଶର ନିରାପତ୍ତା ଆମର କର୍ତ୍ତବ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସୁରକ୍ଷିତ ଅଞ୍ଚଳ ବ୍ୟବସ୍ଥାକୁ ମଜବୁତ କରିବା ଉପରେ ମନ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ ଆନ୍ତର୍ଜାତିକ ପ୍ରାକୃତିକ ସଂରକ୍ଷଣ ସଂଘ ଭଳି ଆନ୍ତର୍ଜାତିକ ସଂସ୍ଥାକୁ ଭାରତର ସ୍ୱୀକୃତି ଉପରେ କହିଥିଲେ । ହରିୟାଣାର ଆରାବଳୀ ଜୈବ ବିବିଧତା ଉଦ୍ୟାନ ଏକ ଫଳପ୍ରଦ ଜୈବ ବିବିଧତା ସଂରକ୍ଷଣ ସ୍ଥାନ ଭାବେ ଓଇଏଲଏମ ସ୍ଥଳଭାବେ ସ୍ୱୀକୃତି ଲାଭ କରିଛି ।

ରାମସର ସ୍ଥାନଭାବେ ଭାରତରେ ଦୁଇଟି ସନ୍ତସନ୍ତିଆ ଅଞ୍ଚଳର ସ୍ୱୀକୃତିକୁ ମିଶାଇ ଦେଶରେ ପ୍ରାୟ ଦଶଲକ୍ଷ ହେକ୍ଟର ରାମସର ଅଞ୍ଚଳ ରହିଛି ।

୨୦୧୫ ମସିହାଠାରୁ ନଷ୍ଟ ହୋଇଯାଉଥିବା ଜମିର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯିବା ପରଠାରୁ ୧୧.୫ ନିୟୁତ ହେକ୍ଟର ଜମିର ପୁନରୁଦ୍ଧାର  କରାଯାଇଛି । ଜମିକୁ ନଷ୍ଟ ହେବାରୁ ରୋକିବା ଆମର ଜାତୀୟ ଅଙ୍ଗୀକାରବଦ୍ଧତା ଓ ଏହା ହାସଲ ଲାଗି ଆମେ ଲାଗିପଡିଛୁ । ୟୁଏନ୍‌ଏଫ ଓ ଟ୍ରିପଲ ସି ଅଧୀନରେ ଥିବା ସମସ୍ତ ଦାୟିତ୍ୱ ଆମେ ସମ୍ପାଦନ କରିବାରେ ବିଶ୍ୱାସ କରୁ । ଗ୍ଲାସଗୋ କପ-୨୬ରେ ମଧ୍ୟ ଆମେ ଆମର ଇଚ୍ଛାପ୍ରକଟ କରିଛୁ ।

ଜଳବାୟୁ ପ୍ରତି ଉଚିତ ନ୍ୟାୟ କରି ଆମେ ପରିବେଶଜନିତ ନିରନ୍ତର ବିକାଶ ସାଧନ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ସେ କହିଥିଲେ ଯେ ଭାରତବାସୀଙ୍କ ଶକ୍ତି ଆବଶ୍ୟକତା ଆଗାମୀ ୨୦ବର୍ଷ ମଧ୍ୟରେ ଦ୍ୱିଗୁଣିତ ହୋଇଯିବ । “ ଲୋକଙ୍କୁ ଏହା ନ ଦେବା ଅର୍ଥ ହେଉଛି ସେମାନଙ୍କ ଜୀବନକୁ ଉପେକ୍ଷା କରିବା ସଦୃଶ । ସଫଳ ଜଳବାୟୁ ପରିଚାଳନା ପାଇଁ ମଧ୍ୟ ଅର୍ଥର ଆବଶ୍ୟକତା ନେଇ ସେମାନଙ୍କ ଅଙ୍ଗୀକାରବଦ୍ଧତାକୁ ପୂରଣ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିରନ୍ତର ବିକାଶ ପାଇଁ ବିଶ୍ୱବ୍ୟାପୀ ସହଯୋଗ ଦରକାର । ଏହି ପାରସ୍ପରିକ ନିର୍ଭରଶୀଳତାକୁ ଆମେ ସ୍ୱୀକୃତି ଦେଇଛୁ । ଆନ୍ତର୍ଜାତିକ ସୌର ଚୁକ୍ତି ନେଇ ଆମର ଲକ୍ଷ୍ୟ ହେଲା “ ଗୋଟିଏ ସୂର୍ଯ୍ୟ, ଗୋଟିଏ ପୃଥିବୀ ଓ ଗୋଟିଏ ଗ୍ରୀଡ” । ସବୁବେଳେ ଆମେ ବିଶ୍ୱର ଏହି ଗ୍ରୀଡରୁ ସ୍ୱଚ୍ଛ ଶକ୍ତି ପାଇବା ପାଇଁ ଉଦ୍ୟମ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ବିପର୍ଯ୍ୟୟ ପ୍ରବଣ ଅଞ୍ଚଳଗୁଡିକରେ ବିପର୍ଯ୍ୟୟ ନମନୀୟ ଭିତ୍ତିଭୂମି (ସିଡିଆରଆଇ) ଏବଂ ଦ୍ୱୀପାଞ୍ଚଳ ରାଜ୍ୟ ପାଇଁ ନମନୀୟ ଭିତ୍ତିଭୂମି ବ୍ୟବସ୍ଥା କରାଯାଉଛି । ଦ୍ୱୀପାଞ୍ଚଳ ରାଜ୍ୟଗୁଡିକ ପ୍ରତି ଅଧିକ ବିପଦ ଥିବାରୁ ସେଗୁଡିକର ସୁରକ୍ଷା ଅନିବାର୍ଯ୍ୟ ବୋଲି ସେ କହିଛନ୍ତି ।

 ପ୍ରଧାନମନ୍ତ୍ରୀ ଦୁଇଟି ପଦକ୍ଷେପ ଜୀବନ ପାଇଁ ଆବଶ୍ୟକ ବୋଲି କହିଛନ୍ତି । ତାହାହେଲା ପରିବେଶ ପାଇଁ ଜୀବନ ଶୈଳୀ ଓ ପ୍ରୋ ପ୍ଲାନେଟ ପିପୁଲ(୩-ପିଏସ୍‌) ଏହି ବୈଶ୍ୱିକ ମିଳନ ଆମ ପରିବେଶ ମୂଳଭିତ୍ତି ସୁଦୃଢ କରିବା ସହ ଏହାକୁ ସୁରକ୍ଷିତ ରଖିବ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cotton duty relief: Textile industry welcomes import tax waiver, sees boost for exports and MSMEs

Media Coverage

Cotton duty relief: Textile industry welcomes import tax waiver, sees boost for exports and MSMEs
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tribute to Lokmata Ahilyabai Holkar on her birth anniversary
May 31, 2026

The Prime Minister, Shri Narendra Modi has paid tributes to Lokmata Ahilyabai Holkar on her birth anniversary.

Shri Modi said that the entire nation remembers Lokmata Ahilyabai Holkar with deep respect and reverence for her wisdom, compassion and unwavering commitment to public welfare.

The Prime Minister noted that her life remains an exemplary model of good governance, patriotism and cultural pride. He said that she always led with courage and a strong sense of duty.

The Prime Minister highlighted her unparalleled contribution to ensuring justice and welfare for all, as well as her efforts towards the reconstruction of sacred temples and pilgrimage sites across the country. He remarked that her work further strengthened India’s cultural consciousness.

The Prime Minister stated that Lokmata Ahilyabai Holkar’s dedication to society, culture and nation-building will continue to inspire every generation of the country.

The Prime Minister wrote on X;

“लोकमाता अहिल्याबाई होल्कर जी को उनकी जयंती पर कोटि-कोटि नमन! बुद्धिमत्ता, करुणा और जनकल्याण के प्रति अटूट निष्ठा को लेकर पूरा देश उन्हें आदर और सम्मान के साथ स्मरण करता है। उनका जीवन सुशासन, राष्ट्रभक्ति और सांस्कृतिक गौरव का एक उत्कृष्ट उदाहरण है। उन्होंने सदैव साहस और कर्तव्यनिष्ठा के साथ नेतृत्व किया। देशभर में पावन मंदिरों और तीर्थस्थलों के पुनर्निर्माण से लेकर सभी के लिए न्याय और कल्याण सुनिश्चित करने में उन्होंने अतुलनीय योगदान दिया। उन्होंने भारत की सांस्कृतिक चेतना को और सशक्त बनाया। समाज, संस्कृति और राष्ट्र निर्माण के प्रति उनका समर्पण भाव देश की हर पीढ़ी को प्रेरित करता रहेगा।”