“Environment and sustainable development have been key focus areas for me all through my 20 years in office, first in Gujarat and now at the national level”
“Equitable energy access to the poor has been a cornerstone of our environmental policy”
“India is a mega-diverse country and It is our duty to protect this ecology”
“Environmental sustainability can only be achieved through climate justice”
“Energy requirements of the people of India are expected to nearly double in the next twenty years. Denying this energy would be denying life itself to millions”
“Developed countries need to fulfill their commitments on finance and technology transfer”
“Sustainability requires co-ordinated action for the global commons”
“We must work towards ensuring availability of clean energy from a world-wide grid everywhere at all times. This is the ''whole of the world'' approach that India's values stand for”
 

ଏକ ବିଂଶତମ ବିଶ୍ୱ ପରିପୋଷଣୀୟ ବିକାଶ ଶିଖର ସମ୍ମିଳନୀରେ ଆପଣଙ୍କ ସହିତ ଯୋଗ ଦେଇ ମୁଁ ଅତ୍ୟନ୍ତ ଆନନ୍ଦିତ ଅନୁଭବ କରୁଅଛି । ପ୍ରଥମେ ଗୁଜରାଟ ଏବଂ ପରେ ଜାତୀୟ ସ୍ତରରେ ମୋର ୨୦ ବର୍ଷର କାର୍ଯ୍ୟକାଳ ମଧ୍ୟରେ ମୋ ପାଇଁ ପରିବେଶ ଏବଂ ପରିପୋଷଣୀୟ ବିକାଶ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଧ୍ୟାନ କେନ୍ଦ୍ରିତ କରିବା ଭଳି ବିଷୟ ହୋଇ ରହି ଆସିଅଛି ।

ବନ୍ଧୁଗଣ, ଲୋକମାନେ ଆମ ଗ୍ରହକୁ କ୍ଷଣଭଙ୍ଗୁର କହୁଥିବା ଆମେ ଶୁଣିଛେ । କିନ୍ତୁ ଏହା ସେମିତି ଗ୍ରହ ନୁହେଁ, ଯାହା କ୍ଷଣଭଙ୍ଗୁର ଅଟେ । ଆମେ ମାନେ କ୍ଷଣଭଙ୍ଗୁର ବା କ୍ଷଣସ୍ଥାୟୀ ଅଟୁ । ଗ୍ରହ ପ୍ରତି, ପ୍ରକୃତି ପ୍ରତି ଆମର ପ୍ରତିବଦ୍ଧତା କ୍ଷଣସ୍ଥାୟୀ ରହି ଆସିଛି । ୧୯୭୨ରେ ଅନୁଷ୍ଠିତ ହୋଇଥିବା ଷ୍ଟକ୍‌ହୋମ୍ ସମ୍ମିଳନୀ ପରଠାରୁ ଗତ ୫୦ ବର୍ଷ ମଧ୍ୟରେ ଅନେକ କିଛି କୁହାଯାଇ ସାରିଛି । କିନ୍ତୁ ଅତି କମ୍ କାର୍ଯ୍ୟ କରା ଯାଇଛି । ପରନ୍ତୁ ଭାରତରେ ଆମେମାନେ କଥା ଅନୁସାରେ କାମ କରି ଚାଲିଛେ ।

ଆମର ପରିବେଶ ନିୟମର ଆଧାରଶିଳା ହେଉଛି ଗରିବମାନଙ୍କ ନିକଟରେ ସମାନ ପରିମାଣର ଶକ୍ତି ପହଂଚାଇବା । ଉଜ୍ଜ୍ୱଳା ଯୋଜନା ଅଧୀନରେ ୯୦ ମିଲିୟନ୍‌ରୁ ଅଧିକ ଘରକୁ ସ୍ୱଚ୍ଛ ରନ୍ଧନ ଜାଳେଣି ଯୋଗାଇ ଦିଆଯାଇଛି । ପିଏମ୍ - କୁସୁମ ଯୋଜନା ଅଧୀନରେ ଆମେ କୃଷକମାନଙ୍କୁ ନବୀକରଣୀୟ ଶକ୍ତି ପ୍ରଦାନ କରିଛୁ । ଆମେ କୃଷକମାନଙ୍କୁ ସୌର ପ୍ୟାନେଲ୍ ସ୍ଥାପନ କରିବା ନିମନ୍ତେ, ଏହାକୁ ବ୍ୟବହାର କରିବା ପାଇଁ ଏବଂ ଗ୍ରୀଡ୍‌କୁ ବଳକା ଶକ୍ତି ବିକ୍ରୟ କରିବା ପାଇଁ ପ୍ରୋତ୍ସାହିତ କରୁଛୁ । କେବଳ ସୌର ଶକ୍ତିରେ ଚାଲୁଥିବା ପମ୍ପ ସହିତ ଯେଉଁ ପମ୍ପଗୁଡିକ ପୂର୍ବରୁ ଅଛି, ସେଗୁଡିକୁ ସୌରଚାଳିତ କରିବା ନିମନ୍ତେ ପ୍ରୋତ୍ସାହିତ କରାଯାଉଛି । "ରାସାୟନିକ ସାରମୁକ୍ତ ପ୍ରାକୃତିକ କୃଷି’ ଉପରେ ଧ୍ୟାନ କେନ୍ଦ୍ରିତ କରିବା ପରିପୋଷଣୀୟତା ଏବଂ ନିଷ୍ପକ୍ଷତାକୁ ସାହାଯ୍ୟ କରିବ ।

ବନ୍ଧୁଗଣ, ସାତ ବର୍ଷରୁ ଅଧିକ ସମୟ ହେଲା ଆମର ଏଲ୍‌ଇଡି ବଲ୍‌ବ୍ ବିତରଣ କାର୍ଯ୍ୟ ଚାଲୁ ରହିଛି । ଏହା ବାର୍ଷିକ ୨୨୦ ବିଲିୟନ୍ ୟୁନିଟ୍‌ରୁ ଅଧିକ ବିଦ୍ୟୁତ୍ ବଂଚେଇବାରେ ସହାୟତା କରିଛି ଏବଂ ବାର୍ଷିକ ୧୮୦ ବିଲିୟନ୍ ଟନ୍ ଅଙ୍ଗାରକାମ୍ଳ ନିର୍ଗମନକୁ ଅଟକେଇବାରେ ସାହାଯ୍ୟ କରିଛି । ଆମେ ଜାତୀୟ ଉଦ୍‌ଜାନ ଲକ୍ଷ୍ୟ (ନ୍ୟାସନାଲ୍ ହାଇଡ୍ରୋଜେନ୍ ମିଶନ) ସ୍ଥାପନ କରିବା ନିମନ୍ତେ ଘୋଷଣା କରିଛୁ । ଏହାର ଉଦ୍ଦେଶ୍ୟ ହେଉଛି ଆମର ଭବିଷ୍ୟତକୁ ଶକ୍ତି ପ୍ରଦାନ କରିବା ନିମନ୍ତେ ଏକ ରୋମାଂଚକର ପ୍ରଯୁକ୍ତି ସବୁଜ ଉଦ୍‌ଜାନକୁ ବ୍ୟବହାର କରିବା । ମୁଁ ଟେରୀ ଭଳି ଶୈକ୍ଷିକ ଏବଂ ଅନୁସନ୍ଧାନ ସଂସ୍ଥାଗୁଡିକୁ ସବୁଜ ଉଦ୍‌ଜାନର ମାପ କରିହେବା ଯୋଗ୍ୟ ସାମର୍ଥ୍ୟକୁ ଅନୁଭବ କରାଇବା ନିମନ୍ତେ ଆଗେଇ ଆସିବାକୁ ପ୍ରୋତ୍ସାହିତ କରିଥାଏ । 

ବନ୍ଧୁଗଣ, ଭାରତ ଏକ ବିଶାଳ- ବହୁବିଧତାର ପୂର୍ଣ୍ଣ ରାଷ୍ଟ୍ର ଅଟେ । ବିଶ୍ୱର ସମୁଦାୟ ସ୍ଥଳ ଭାଗର ୨.୪ ପ୍ରତିଶତ ସହିତ, ଭାରତରେ ବିଶ୍ୱର ସମୁଦାୟ ପ୍ରଜାତିଗୁଡିକ ମଧ୍ୟରୁ ପ୍ରାୟ ୮ ପ୍ରତିଶତ ପ୍ରଜାତି ବସବାସ କରିଥାନ୍ତି । ଏହି ପାରିବେଶିକ ପରିସଂସ୍ଥାକୁ ସୁରକ୍ଷା ପ୍ରଦାନ କରିବା ହେଉଛି ଆମର କର୍ତବ୍ୟ । ଆମେ ଆମର ସୁରକ୍ଷିତ ଅଂଚଳ ନେଟୱର୍କକୁ ଦୃଢ଼ କରୁଛୁ । ଆଇ. ୟୁ. ସି. ଏନ୍‌. ଆମର କାର୍ଯ୍ୟକୁ ମାନ୍ୟତା ପ୍ରଦାନ କରିଛି । ହରିଆନାରେ ରହିଥିବା ଆରାବଳୀ ଜୈବ ବିବିଧତା ପାର୍କକୁ ଓ. ଇ. ସି. ଏମ୍‌. ସ୍ଥଳୀ ଭାବେ ଘୋଷଣା କରାଯାଇଛି । ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ଭାରତର ଆଉ ଦୁଇଟି ଆଦ୍‌ର୍ରଭୂମି ଏବେ କିଛି ଦିନ ତଳେ ରାମସାର୍ ସ୍ଥଳୀ ଭାବେ ଘୋଷିତ ହୋଇଛି । ବର୍ତମାନ ଭାରତରେ ୧ ମିଲିୟନ୍ ହେକ୍ଟର ଉପରେ ବ୍ୟାପି ରହିଥିବା ୪୯ଟି ରାମସାର ସ୍ଥଳୀ ରହିଛି । ଅବକ୍ଷୟିଷ୍ଣୁ ଭୂଭାଗର ସଂରକ୍ଷଣ କରିବା ଆମର ପ୍ରମୁଖ ଧ୍ୟାନ କେନ୍ଦ୍ରିତ କରିବା ଭଳି କ୍ଷେତ୍ର ଗୁଡ଼ିକ ମଧ୍ୟରୁ ଅନ୍ୟତମ । ୨୦୧୫ଠାରୁ ଆମେ ୧୧.୫ ମିଲିୟନ୍ ହେକ୍ଟର ଭୂଭାଗର ପୁନରୁଦ୍ଧାର କରି ସାରିଲୁଣି । ଆମେ ବନ୍ ଆହ୍ୱାନ ଅଧୀନରେ ଭୂଭାଗ ଅବକ୍ଷୟ ସ୍ଥିରତା/ ନିରପେକ୍ଷତାକୁ ହାସଲ କରିବାର ଜାତୀୟ ପ୍ରତିବଦ୍ଧତାକୁ ହାସଲ କରିବା ପଥରେ ରହିଛୁ । ଆମେ ୟୁ.ଏନ୍‌.ଏଫ୍‌.ସି.ସି.ସି. ଅଧୀନରେ କରିଥିବା ଆମର ସମସ୍ତ ପ୍ରତିବଦ୍ଧତାକୁ ପୂରଣ କରିବାରେ ଆମେ ଦୃଢ଼ ଭାବରେ ବିଶ୍ୱାସ କରୁ । ଆମେ ମଧ୍ୟ ଗ୍ଲାସ୍‌ଗୋଠାରେ ସିଓପି-୨୬ରେ ଆମର ଉଚ୍ଚାକାଂକ୍ଷା ସମ୍ପର୍କରେ ଉତ୍‌ଥାପନ କରି ସାରିଛୁ ।

ବନ୍ଧୁଗଣ, ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ, ଏବଂ ମୁଁ ନିଶ୍ଚିତ ହୋଇ କହିପାରେ ଯେ ଆପଣମାନେ ସମସ୍ତେ ଏ କଥାରେ ସହମତ ହେବେ କି ଜଳବାୟୁ ପ୍ରତି ନ୍ୟାୟ କରାଯିବା ଜରିଆରେ ହିଁ ପାରିବେଶିକ ପରିପୋଷଣୀୟତା ହାସଲ କରିହେବ । ଆସନ୍ତା କୋଡିଏ ବର୍ଷ ମଧ୍ୟରେ ଭାରତର ଲୋକମାନଙ୍କ ଶକ୍ତି ଆବଶ୍ୟକତା ପାଖାପାଖି ଦୁଇ ଗୁଣ ବୃଦ୍ଧି ପାଇବ । ଏହି ଶକ୍ତିକୁ ମନା କରିବାର ଅର୍ଥ ମିଲିଅନ୍ ମିଲିଅନ୍ ଲୋକଙ୍କୁ ଜୀବନ ବଂଚିବାକୁ ମନା କରିବା ସହିତ ସମାନ ହେବ । ସଫଳ ଜଳବାୟୁ କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଆବଶ୍ୟକ କରେ । ଏଥିପାଇଁ, ବିକଶିତ ଦେଶମାନେ ଅର୍ଥ ଏବଂ ପ୍ରଯୁକ୍ତି ବିଦ୍ୟାର ହସ୍ତାନ୍ତରଣ ଉପରେ ପ୍ରଦାନ କରିଥିବା ସେମାନଙ୍କର ପ୍ରତିଶ୍ରୁତିକୁ ପୂରଣ କରିବାର ଆବଶ୍ୟକତା ରହିଛି ।

ବନ୍ଧୁଗଣ, ପରିପୋଷଣୀୟତା ବୈଶ୍ୱିକ ସାଧାରଣ ଲକ୍ଷ୍ୟ ହାସଲ ନିମନ୍ତେ ସଂଯୋଜିତ କାର୍ଯ୍ୟକଳାପ ଆବଶ୍ୟକ କରେ । ଆନ୍ତର୍ଜାତିକ ସୌର ମେଂଟ ଜରିଆରେ ଆମର ଲକ୍ଷ୍ୟ ହେଉଛି ‘ଏକ ସୂର୍ଯ୍ୟ, ଏକ ବିଶ୍ୱ, ଏକ ଗ୍ରୀଡ୍ ।’ ଆମେମାନେ ଏକ ବିଶ୍ୱସ୍ତରୀୟ ଗ୍ରୀଡ୍‌ରୁ ପ୍ରତି ସ୍ଥାନରେ ସବୁ ସମୟରେ ସ୍ୱଚ୍ଛ ଶକ୍ତିର ଉପଲବ୍ଧତାକୁ ସୁନିଶ୍ଚିତ କରିବା ନିମନ୍ତେ କାମ କରିବା ଉଚିତ । ଏହା ହେଉଛି ‘ସମଗ୍ର ବିଶ୍ୱର’ ଆଭିମୁଖ୍ୟ ଯାହା ଭାରତର ମୂଲ୍ୟବୋଧର ପ୍ରତୀକ ।

ବନ୍ଧୁଗଣ, ବିପର୍ଯ୍ୟୟ ପ୍ରତିରୋଧୀ ଭିତିଭୂମି ପାଇଁ ସହଯୋଗ (ସି.ଡି.ଆର୍‌.ଆଇ) ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ସଂଘଟିତ ହେବା ପ୍ରତି ଉନ୍ମୁଖ ଅଂଚଳ ଗୁଡ଼ିକରେ ବଳିଷ୍ଠ ଭିତିଭୂମି ନିର୍ମାଣ କରିବାର ଲକ୍ଷ୍ୟ ବହନ କରେ । ସିଓପି-୨୬ର ପରିପ୍ରେକ୍ଷୀରେ ଆମେ ମଧ୍ୟ ‘ପ୍ରତିରୋଧୀ ଦ୍ୱୀପପୁଞ୍ଜ ରାଜ୍ୟମାନଙ୍କ ପାଇଁ ଭିତିଭୂମି’ ନାମରେ ଏକ ପଦକ୍ଷେପର ଶୁଭାରମ୍ଭ କରି ସାରିଛୁ । ଦ୍ୱୀପପୁଞ୍ଜ ବିକାଶ କରୁଥିବା ରାଜ୍ୟଗୁଡ଼ିକ ସର୍ବାଧିକ ବିପଦପ୍ରବଣ ଏବଂ ସେଥିପାଇଁ ଜରୁରୀ ସୁରକ୍ଷା ଆବଶ୍ୟକ କରନ୍ତି । 

ବନ୍ଧୁଗଣ, ଏହି ଦୁଇଗୋଟି ପଦକ୍ଷେପ ସହିତ, ଆମେ ବର୍ତମାନ ଏଲ୍‌ଆଇଏଫ୍‌ଇ (ଲାଇଫ୍‌)- ପରିବେଶ ପାଇଁ ଜୀବନଶୈଳୀକୁ ଯୋଗ କରିଛୁ । ଲାଇଫ୍ ହେଉଛି ଆମର ଏହି ଗ୍ରହର ପରିସ୍ଥିତିକୁ ଉନ୍ନତ କରିବା ନିମନ୍ତେ ଜୀବନଶୈଳୀର ପ୍ରସ୍ତୁତିକରଣ । ଲାଇଫ୍ ସମଗ୍ର ବିଶ୍ୱର ସମଭାବାପନ୍ନ ଲୋକ ମାନଙ୍କର ଏକ ମେଂଟ ହେବ ଯାହା ପରିପୋଷଣୀୟ ଜୀବନଶୈଳୀକୁ ପ୍ରୋତ୍ସାହନ ଯୋଗାଇବ । ମୁଁ ସେମାନଙ୍କୁ ୩ ପି ବୋଲି କୁହେ- ଗ୍ରହ ଅଭିମୁଖୀ ଲୋକମାନେ/ ଗ୍ରହର ମଙ୍ଗଳ କାମନା କରୁଥିବା ଲୋକମାନେ । ଏହି ଗ୍ରହର ମଙ୍ଗଳ କାମନା କରୁଥିବା ଲୋକମାନଙ୍କ (୩-ପି) ବିଶ୍ୱସ୍ତରୀୟ ଆନ୍ଦୋଳନ ହେଉଛି ଲାଇଫ୍ ନିମନ୍ତେ ମେଂଟ । ଏହି ତିନି ଗୋଟିଯାକ ବୈଶ୍ୱିକ ମେଂଟ ବିଶ୍ୱସ୍ତରୀୟ ସାଧାରଣ ପରିବେଶକୁ ଉନ୍ନତ କରିବା ନିମନ୍ତେ ଆମର ପାରିବେଶିକ ଉଦ୍ୟମ ଗୁଡ଼ିକର ଏକ ତ୍ରିଧାରା ଗଠନ କରିବ । 

ବନ୍ଧୁଗଣ, ଆମର ପରମ୍ପରା ଏବଂ ସଂସ୍କୃତିଗୁଡିକ ଆମ ପ୍ରେରଣାର ଉତ୍ସ ସମୂହ । ଲୋକ ମାନଙ୍କର ସ୍ୱାସ୍ଥ୍ୟ ଏବଂ ଗ୍ରହଣ ସ୍ୱାସ୍ଥ୍ୟ କିପରି ପରସ୍ପର ସହିତ ସମ୍ପୃକ୍ତ, ସେ ବିଷୟରେ ମୁଁ ୨୦୨୧ରେ କହିଥିଲି । ଭାରତୀୟମାନେ ସଦାସର୍ବଦା ପ୍ରକୃତି ସହିତ ନିବିଡ଼ତା/ ସଦ୍‌ଭାବ ରଖି ଜୀବନ ନିର୍ବାହ କରି ଆସିଛନ୍ତି । ଆମର ସଂସ୍କୃତି, ପର୍ବପର୍ବାଣି, ଦୈନନ୍ଦିନ ପ୍ରଥା ପରମ୍ପରା ଏବଂ ଅଗଣିତ ଫସଲ ଅମଳ ପର୍ବପର୍ବାଣି ପ୍ରକୃତି ସହିତ ଆମର ନିବିଡ଼ ବନ୍ଧନକୁ ପ୍ରଦର୍ଶିତ କରିଥାନ୍ତି । କମାଇବା, ପୁନଃବ୍ୟବହାର କରିବା, ପୁନଃ- ଚକ୍ରିକରଣ, ପୁନରୁଦ୍ଧାର, ପୁନଃ-ରୂପରେଖ ପ୍ରଦାନ କରିବା ଏବଂ ପୁନଃ- ନିର୍ମାଣ କରିବା ଭାରତର ସାଂସ୍କୃତିକ ଭାବଧାରାର ଅଂଶ ହୋଇ ରହି ଆସିଛି । ଭାରତ ଜଳବାୟୁ ପ୍ରତିରୋଧୀ ନୀତି ସମୂହ ଏବଂ ପ୍ରଥାଗୁଡ଼ିକ ପ୍ରତି ତାର କାର୍ଯ୍ୟ ଚାଲୁ ରଖିବ, ଯାହା ଆମେମାନେ ସବୁବେଳେ କରି ଆସିଛୁ । 

ଏତିକି କହି ଏବଂ ସେହି ପବିତ୍ର ପ୍ରତିଶ୍ରୁତି ସହିତ ଟେରୀ ଏବଂ ଏହି ସମ୍ମିଳନୀରେ ଯୋଗଦାନ କରିଥିବା ସମଗ୍ର ବିଶ୍ୱର ସମସ୍ତ ଅଂଶଗ୍ରହଣକାରୀ ମାନଙ୍କ ପ୍ରତି ମୁଁ ମୋର ଶୁଭେଚ୍ଛା ପ୍ରତିବେଦନ/ ଜ୍ଞାପନ କରୁଛି ।

ଧନ୍ୟବାଦ!

ଅଶେଷ ଅଶେଷ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
PM expresses happiness at enthusiasm of young friends from Uzbekistan
August 29, 2026

The Prime Minister, Shri Narendra Modi expressed happiness at the enthusiasm of young friends from Uzbekistan ahead of his visit to the country. Sharing a video showcasing their enthusiasm, the Prime Minister said that it was especially heartwarming to see them express themselves so beautifully in Hindi.

Shri Modi posted on X:

As I am about to begin my Uzbekistan visit, I am very happy to see the enthusiasm of my young friends from Uzbekistan, beautifully expressed in this video.

What makes it even more special is the fact that they did it in Hindi and they did it so well!