ଭାରତ ରତ୍ନ ସମ୍ମାନରେ ବିଭୂଷିତ ମହାନ ବ୍ୟକ୍ତିତ୍ଵମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ, ସମାଜ ପ୍ରତି ନାନାଜୀ ଦେଶମୁଖଙ୍କ ଅବଦାନକୁ ଭୂରି ଭୂରି ପ୍ରଶଂସା କରି କହିଥିଲେ ଯେ ନାନାଜୀ ଦେଶମୁଖଙ୍କ ଗ୍ରାମୀଣ ବିକାଶ କ୍ଷେତ୍ରରେ ଯୋଗଦାନ ହିଁ ଗ୍ରାମାଂଚଳରେ ବସବାସ କରୁଥିବା ଲୋକମାନଙ୍କୁ ସଶକ୍ତ କରାଇବା ପାଇଁ ଏକ ନୂତନ ମାର୍ଗ ପ୍ରଦର୍ଶିତ କରିଛି । ସେ ଦଳିତମାନଙ୍କ ପ୍ରତି ବିନମ୍ରତା, କରୁଣା ଏବଂ ସେବା ପ୍ରଦାନ କ୍ଷେତ୍ରରେ ଏକ ଅନନ୍ୟ ବ୍ୟକ୍ତିତ୍ୱ ଥିଲେ । ସେ ପ୍ରକୃତରେ ଜଣେ ଭାରତ ରତ୍ନ ଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘ଭୂପେନ ହଜାରିକାଙ୍କ ସଙ୍ଗୀତ ପିଢି ପରେ ପିଢି ଲୋକମାନଙ୍କ ଦ୍ୱାରା ପ୍ରଶଂସିତ ହେଉଛି । ସେ ବିଶ୍ୱ ସ୍ତରରେ ଭାରତର ସଙ୍ଗୀତ ପରମ୍ପରାକୁ ଲୋକପ୍ରିୟ କରିଥିଲେ । ଭୂପେନ ଦା’ଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଇଥିବାରୁ ମୁଁ ଅତ୍ୟନ୍ତ ଖୁସି ।’

ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ‘ପ୍ରଣବ ଦା’ ଆମ ସମୟର ଜଣେ ଉତ୍କୃଷ୍ଟ ରାଜନେତା । ତାଙ୍କର ଦଶନ୍ଧି ଦଶନ୍ଧି ପର୍ଯ୍ୟନ୍ତ ଦେଶ ପ୍ରତି ନିଃସ୍ୱାର୍ଥପର ଏବଂ ନିରନ୍ତର ସେବା, ଦେଶର ବିକାଶ ମାର୍ଗରେ ଏକ ମଜଭୂତ ଛାପ ଛାଡିଯାଇଛି । ତାଙ୍କ ଜ୍ଞାନ ଏବଂ ଧୀଶକ୍ତି ଅତୁଳନୀୟ । ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଇଥିବାରୁ ମୁଁ ଅତ୍ୟନ୍ତ ଖୁସି । ’

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's banking sector resilient; 11-13% credit growth for January-June likely: Survey

Media Coverage

India's banking sector resilient; 11-13% credit growth for January-June likely: Survey
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 20, 2026
April 20, 2026

Honouring Saints, Powering Futures: PM Modi’s Leadership That Blends Heritage, Highways and High Growth