ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମହିଳାଙ୍କୁ ସମ୍ମାନ ଏବଂ ସଶକ୍ତିକରଣ ପାଇଁ ଆମ ସରକାର ପ୍ରତିବଦ୍ଧ । ଶ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ଭାରତୀୟ ଡାକ ଦ୍ୱାରା ଆରମ୍ଭ ହୋଇଥିବା “ମହିଳା ସମ୍ମାନ ବଚତ ପତ୍ର” ଏହାର ସର୍ବୋତ୍ତମ ଉଦାହରଣ ।
ଅର୍ଥ ମନ୍ତ୍ରଣାଳୟ ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର, ୨୦୨୩ ପାଇଁ ଗେଜେଟ ବିଜ୍ଞପ୍ତି ଜାରି କରିଛି ଏବଂ ତୁରନ୍ତ ପ୍ରଭାବ ସହିତ ୧.୫୯ ଲକ୍ଷ ଡାକଘରେ ଉପଲବ୍ଧ କରାଯାଇଛି । ୨୦୨୩-୨୪ ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ‘ଆଜାଦୀ କା ଅମୃତ ମହୋତ୍ସବ' କୁ ସ୍ମରଣ କରିବା ପାଇଁ ଏହି ଯୋଜନା ଘୋଷଣା କରାଯାଇଥିଲା ଏବଂ ବାଳିକାଙ୍କ ସମେତ ମହିଳାଙ୍କ ଆର୍ଥିକ ଅନ୍ତର୍ଭୂକ୍ତି ତଥା ସଶକ୍ତିକରଣ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
ଭାରତୀୟ ଡାକର ଟୁଇଟ୍ର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ମହିଳାଙ୍କୁ ସମ୍ମାନ ଏବଂ ସଶକ୍ତିକରଣ ପାଇଁ ଆମ ସରକାର ପ୍ରତିବଦ୍ଧ ଏବଂ “ମହିଳା ସମ୍ମାନ ବଚତ ପତ୍ର” ଏହାର ସର୍ବୋତ୍ତମ ଉଦାହରଣ ।”
https://pib.gov.in/PressReleasePage.aspx?PRID=1912742”
महिलाओं के सम्मान और सशक्तिकरण के लिए हमारी सरकार प्रतिबद्ध है और ‘‘महिला सम्मान बचत पत्र’’ इसका बेहतरीन उदाहरण है। https://t.co/ixzvvBIkfi https://t.co/xTbrNQdv6P
— Narendra Modi (@narendramodi) April 3, 2023


