୧୫ ରୁ ୧୬ ଜୁନ୍ ୨୦୨୫ ଯାଏ ସାଇପ୍ରସକୁ ସରକାରୀ ଗସ୍ତରେ ଯାଇଥିବା ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ସାଇପ୍ରସ୍‌ର ରାଷ୍ଟ୍ରପତି ଶ୍ରୀ ନିକୋସ୍ କ୍ରିଷ୍ଟୋଡୋଲିଡେସ୍। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ହେଉଛି ଦୁଇ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଥମ ସାଇପ୍ରସ୍‌ ଗସ୍ତ। ଶ୍ରୀ ମୋଦୀଙ୍କ ଏହି ଗସ୍ତ ହେଉଛି ଏକ ମାଇଲଖୁଣ୍ଟ ଯାହା ଦୁଇ ଦେଶ ମଧ୍ୟରେ ଥିବା ଗଭୀର ଓ ସ୍ଥାୟୀ ବନ୍ଧୁତାକୁ ଦୋହରାଉଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ କେବଳ ଏକ ସହଭାଗୀ ଇତିହାସ ନୁହେଁ, ବରଂ ଏକ ମିଳିତ ରଣନୀତିକ ଦୂରଦୃଷ୍ଟି, ପାରସ୍ପରିକ ବିଶ୍ୱାସ ଓ ସମ୍ମାନ ଉପରେ ଆଧାରିତ ଏକ ଭବିଷ୍ୟତମୁଖୀ ସହଭାଗିତାକୁ ପ୍ରଦର୍ଶିତ କରୁଛି।

 

ଦୁଇ ନେତା ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ବ୍ୟାପକ ଆଲୋଚନା କରିଥିଲେ। ଏହା ସାଇପ୍ରସ ଏବଂ ଭାରତ ମଧ୍ୟରେ ବୃଦ୍ଧି ପାଉଥିବା ସହଯୋଗର ବ୍ୟାପକତା ଓ ଗଭୀରତାର ଗୁରୁତ୍ୱ ଦର୍ଶାଉଛି। ଦୁଇ ଦେଶର ଗତିଶୀଳ ଓ ବିକଶିତ ସଂପର୍କକୁ ପ୍ରଦର୍ଶିତ କରୁଥିବା ଅର୍ଥନୈତିକ, ପ୍ରଯୁକ୍ତିବିଦ୍ୟା ଏବଂ ଲୋକ-ଲୋକ ସମ୍ପର୍କରେ ଆସିଥିବା ସାମ୍ପ୍ରତିକ ପ୍ରଗତିକୁ ଉଭୟ ନେତା ସ୍ୱାଗତ କରିଥିଲେ।

ସାଇପ୍ରସ୍ ଓ ଭାରତର ମୂଲ୍ୟବୋଧ, ସ୍ୱାର୍ଥ, ଆନ୍ତର୍ଜାତୀୟ ଦୃଷ୍ଟିଭଙ୍ଗୀ ଓ ଦୃଷ୍ଟିକୋଣର ବର୍ଦ୍ଧିତ ସହଯୋଗକୁ ସ୍ୱୀକାର କରି, ଉଭୟ ପକ୍ଷ ପ୍ରମୁଖ କ୍ଷେତ୍ରରେ ଏହି ସହଭାଗିତାକୁ ଆହୁରି ଆଗକୁ ବଢ଼ାଇବା ପାଇଁ ସଂକଳ୍ପ ପ୍ରକାଶ କରିଛନ୍ତି । ଆଞ୍ଚଳିକ ଏବଂ ବିଶ୍ୱ ଶାନ୍ତି, ସମୃଦ୍ଧି ଏବଂ ସ୍ଥିରତା ପ୍ରଦାନରେ ବିଶ୍ୱସ୍ତ ଏବଂ ଅପରିହାର୍ଯ୍ୟ ସହଯୋଗୀ ଭାବେ ପରସ୍ପର ମଧ୍ୟରେ ସହଯୋଗକୁ ଆହୁରି ଦୃଢ଼ କରିବାକୁ ସାଇପ୍ରସ୍ ଓ ଭାରତ ପ୍ରତିଶ୍ରୁତିବଦ୍ଧ।


ନିମ୍ନଲିଖିତ ମିଳିତ ବିବୃତିରେ ସେମାନେ ସହମତ ହୋଇଛନ୍ତି:


ମିଳିତ ମୂଲ୍ୟବୋଧ ଓ ବିଶ୍ୱସ୍ତରୀୟ ପ୍ରତିଶ୍ରୁତି
 

ଦୁଇ ନେତା ଶାନ୍ତି, ଗଣତନ୍ତ୍ର, ଆଇନର ଶାସନ, ପ୍ରଭାବଶାଳୀ ବହୁପାକ୍ଷିକତା ଏବଂ ସ୍ଥାୟୀ ବିକାଶ ପ୍ରତି ସେମାନଙ୍କର ମିଳିତ ପ୍ରତିଶ୍ରୁତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ମିଳିତ ଜାତିସଂଘ ଚାର୍ଟର ଏବଂ ଅନ୍ତର୍ଜାତୀୟ ଆଇନ ଉପରେ ଆଧାରିତ ଏକ ନିୟମ-ଭିତ୍ତିକ ଅନ୍ତର୍ଜାତୀୟ ବ୍ୟବସ୍ଥା ପ୍ରତି ସେମାନଙ୍କର ସମର୍ଥନକୁ ଦୋହରାଇଥିଲେ ସେମାନେ। ନୌଚାଳନାରେ ସ୍ୱାଧୀନତା ଓ ସାର୍ବଭୌମ ସାମୁଦ୍ରିକ ଅଧିକାର ସମ୍ପର୍କରେ ମିଳିତ ଜାତିସଂଘ ସମୁଦ୍ର ଆଇନ ସମ୍ମେଳନ (ୟୁନାଇଟେଡ୍ ନେସନ୍‌ସ କନଭେନସନ୍ ଅନ୍‌ ଦି ଲ ଅଫ୍ ଦି ସି, ୟୁଏନ୍‌ସିଏଲ୍‌ଓଏସ୍) ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ ସେମାନେ।

 

ସମସ୍ତ ଦେଶର ସାର୍ବଭୌମତ୍ୱ ଏବଂ ସୀମାର ଅଖଣ୍ଡତା ପ୍ରତି ସେମାନଙ୍କର ଅଟଳ ସମର୍ଥନ ଦୋହରାଇଥିଲେ ଶ୍ରୀ ମୋଦୀ ଓ ଶ୍ରୀ କ୍ରିଷ୍ଟୋଡୋଲିଡେସ୍। ସେମାନେ ମଧ୍ୟପ୍ରାଚ୍ୟ ପରିସ୍ଥିତି ଏବଂ ୟୁକ୍ରେନ ଯୁଦ୍ଧ ସମେତ ଆନ୍ତର୍ଜାତୀୟ ପ୍ରସଙ୍ଗଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଦୁଇ ନେତା ପରମାଣୁ ଯୋଗାଣକାରୀ ଗୋଷ୍ଠୀରେ ଭାରତର ଯୋଗଦାନର ମୂଲ୍ୟକୁ ସ୍ୱୀକାର କରି ବିଶ୍ୱ ଅପ୍ରସାର ଚୁକ୍ତିର ଗୁରୁତ୍ୱକୁ ବଜାୟ ରଖିବା ନେଇ ମଧ୍ୟ ଆଲୋଚନା କରିଥିଲେ।

 

ମିଳିତ ଜାତିସଂଘ ଏବଂ ରାଜ୍ୟଗୋଷ୍ଠୀ ସମେତ ଆନ୍ତର୍ଜାତୀୟ ସଂଗଠନ ମଧ୍ୟରେ ଦୁଇ ଦେଶର ସମନ୍ୱୟକୁ ସୁଦୃଢ଼ ​​କରିବା ପାଇଁ ଉଭୟ ନେତା ଇଚ୍ଛାପ୍ରକାଶ କରିଥିଲେ। ଏହା ସହିତ ବିଶ୍ୱ ସ୍ଥାୟୀତ୍ୱ ଓ ସ୍ଥିରତାର ସ୍ତମ୍ଭ ଭାବେ ପରିଚିତ ମହାସାଗର ଶାସନର ଗୁରୁତ୍ୱ ବହନ କରୁଥିବା ୨୦୨୪ ଆପିଆ ରାଜ୍ୟଗୋଷ୍ଠୀ ମହାସାଗର ଘୋଷଣାନାମାକୁ କାର୍ଯ୍ୟକାରୀ କରିବା ପାଇଁ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ସହମତ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ଏପ୍ରିଲ ୨୦୨୪ରେ ସାଇପ୍ରସରେ ପ୍ରଥମ ରାଜ୍ୟଗୋଷ୍ଠୀ ମହାସାଗର ମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟଗୋଷ୍ଠୀ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସ୍ଥାୟୀ ମହାସାଗର ଶାସନକୁ ଆଗକୁ ବଢ଼ାଇବା ଏବଂ କ୍ଷମତାକୁ ସୁଦୃଢ଼ ​​କରିବା ପାଇଁ ବ୍ଲୁ ଚାର୍ଟର ସେଣ୍ଟର ଅଫ୍ ଏକ୍ସଲେନ୍ସର ପ୍ରତିଷ୍ଠା ମଧ୍ୟ ହୋଇଥିଲା।


ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାରର ଆବଶ୍ୟକତା ଉପରେ ମଧ୍ୟ ଦୁଇ ନେତା ଆଲୋଚନା କରିଥିଲେ। ଏହା ସହିତ କିପରି ଏହାକୁ ଆହୁରି ପ୍ରଭାବଶାଳୀ, ଦକ୍ଷ ଓ ସାଂପ୍ରତିକ ଭୌଗୋଳିକ-ରାଜନୈତିକ ଚ୍ୟାଲେଞ୍ଜର ପ୍ରତିନିଧି କରାଯାଇପାରିବ, ସେ ନେଇ ମଧ୍ୟ ଦୁଇ ନେତା ଆଲୋଚନା କରିଥିଲେ। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାରରେ ଆନ୍ତଃସରକାର ବୁଝାମଣାକୁ ଆଗେଇ ନେବାର ଅଭିଯାନକୁ ଦୁଇ ନେତା ସମର୍ଥନ କରିଥିଲେ। ଲିଖିତ ଆଲୋଚନା ଦିଗରେ ଲଗାତର ପ୍ରୟାସ ପ୍ରତି ଦୁଇ ନେତା ପ୍ରତିଶ୍ରୁତିବଦ୍ଧତା ଦୋହରାଇଥିଲେ। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଉନ୍ନତ ପ୍ରତିନିଧିତ୍ୱ ଗୁଣ ପ୍ରତି ସାଇପ୍ରସ୍ ନିଜର ସମର୍ଥନ ଦୋହରାଇ ମିଳିତ ଜାତିସଂଘର ପରିବର୍ଦ୍ଧିତ ସୁରକ୍ଷା ପରିଷଦରେ ଭାରତ ସ୍ଥାୟୀ ସଦସ୍ୟତା ପ୍ରତି ସମର୍ଥନ ଜଣାଇଥିଲା ସାଇପ୍ରସ୍।

 

ଜାତିସଂଘରେ ପରସ୍ପରକୁ ଘନିଷ୍ଠ ଭାବେ ସହଯୋଗ କରିବାକୁ ଓ ସମର୍ଥନ କରିବାକୁ ଉଭୟ ପକ୍ଷ ସହମତ ହୋଇଥିଲେ। ଏହା ସହିତ ବିଭିନ୍ନ ବହୁପାକ୍ଷିକ ମଞ୍ଚରେ ପରସ୍ପରର ପ୍ରାର୍ଥୀତ୍ୱକୁ ସମର୍ଥନ କରିବାକୁ ମଧ୍ୟ ଉଭୟେ ରାଜି ହୋଇଥିଲେ।


ରାଜନୈତିକ ଆଲୋଚନା

ନିୟମିତ ଭାବେ ରାଜନୈତିକ ଆଲୋଚନା କରିବା ପାଇଁ ଦୁଇ ପକ୍ଷ ରାଜି ହୋଇଥିଲେ। ବିଭିନ୍ନ କ୍ଷେତ୍ରରେ ସମନ୍ୱୟକୁ ଆହୁରି ଅଧିକ ସୁସଂଗଠିତ କରିବାକୁ ଓ ସହଯୋଗକୁ ଆହୁରି ସୁଦୃଢ଼ କରିବାକୁ ସାଇପ୍ରସ୍‌ର ବୈଦେଶିକ ମନ୍ତ୍ରଣାଳୟ ଓ ଭାରତର ବୈଦେଶିକ ମନ୍ତ୍ରଣାଳୟ ମଧ୍ୟରେ ଥିବା ଦ୍ୱିପାକ୍ଷିକ ପ୍ରକ୍ରିୟାର ଉପଯୋଗ କରିବା ପାଇଁ ରାଜି ହୋଇଥିଲେ ଦୁଇ ପକ୍ଷ। କେଉଁ କେଉଁ କ୍ଷେତ୍ରରେ ଦୁଇ ଦେଶ ପରସ୍ପରକୁ ସହଯୋଗ କରିବେ, ସେଥିପାଇଁ କଣ ହେବ ଯୋଜନାର ରୂପରେଖ, ଏହାର ପ୍ରସ୍ତୁତି ନେଇ ଘନିଷ୍ଠ ସମନ୍ୱୟ ରକ୍ଷା କରି ଦୁଇ ଦେଶର ବୈଦେଶିକ ମନ୍ତ୍ରଣାଳୟ କାମ କରିବେ ଓ ତାର ତଦାରଖ ସହିତ କାର୍ଯ୍ୟକାରୀତାର ନିରୀକ୍ଷଣ କରିବେ।

ସାର୍ବଭୌମତ୍ୱ ଓ ଶାନ୍ତି ପ୍ରତି ସମର୍ଥନ

ସାଇପ୍ରସ୍ ପ୍ରସଙ୍ଗର ସାମଗ୍ରିକ ଓ ସ୍ଥାୟୀ ସମାଧାନ ପାଇଁ ମିଳିତ ଜାତିସଂଘର ମଧ୍ୟସ୍ଥତାରେ ପୁଣି ଥରେ ପ୍ରୟାସ ପ୍ରତି ସାଇପ୍ରସ୍ ଓ ଭାରତ ନିଜର ଦୃଢ଼ ସମର୍ଥନ ଜଣାଇଛନ୍ତି। ଜାତିସଂଘର ନିୟମ ଆଧାରରେ ଓ ମିଳିତ ଜାତିସଂଘର ସୁରକ୍ଷା ପରିଷଦର ନିର୍ଦ୍ଦିଷ୍ଟ ପ୍ରସ୍ତାବ ଅନୁସାରେ ଦ୍ୱି-ଜୋନାଲ ଓ ରାଜନୈତିକ ସମାନତା ସହିତ ଦ୍ୱି-ସାଂପ୍ରଦାୟିକ ଫେଡେରେସନ ଆଧାରରେ ଏହି ସମାଧାନ ପାଇଁ ଦୁଇ ଦେଶ ନିଜର ପ୍ରତିବଦ୍ଧତା ଜଣାଇଛନ୍ତି।

ସାଇପ୍ରସ୍‌ର ସ୍ୱାଧୀନତା, ସୌର୍ବଭୌମତ୍ୱ, ସୀମା ସଂପର୍କିତ ଅଖଣ୍ଡତା ଓ ଏକତା ପାଇଁ ଭାରତ ନିଜର ଦୃଢ଼ ଓ ନିରବଚ୍ଛିନ୍ନ ସମର୍ଥନ ଦୋହରାଇଛି ଭାରତ। ଏହି ଦିଗରେ କୌଣସି ଏକପାଖିଆ ନିଷ୍ପତ୍ତି ନ ନେବା ସପକ୍ଷରେ ମତ ଦେଇଛନ୍ତି। ଅର୍ଥପୂର୍ଣ୍ଣ କଥାବାର୍ତ୍ତା ପୁଣି ଥରେ ଆରମ୍ଭ କରିବାର ଉପଯୁକ୍ତ ପରିବେଶ ସୃଷ୍ଟି କରିବାରେ ଏହା ଆବଶ୍ୟକ ବୋଲି କୁହାଯାଇଛି।


ସୁରକ୍ଷା, ପ୍ରତିରକ୍ଷା ଓ ସଂକଟ ସହଯୋଗ

ସେ ଅନ୍ତର୍ଜାତୀୟ ଆତଙ୍କବାଦ ହେଉ କି ସୀମାପାର ଆତଙ୍କବାଦ, ସବୁ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପଓ ଓ ହିଂସାତ୍ମକ ଉଗ୍ରବାଦକୁ ସ୍ପଷ୍ଟ ଭାବେ କଡ଼ା ନିନ୍ଦା କରିଛନ୍ତି ସାଇପ୍ରସ୍ ଓ ଭାରତ। ଶାନ୍ତି ଓ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରୁଥିବା ହାଇବ୍ରିଡ୍ ଆତଙ୍କବାଦକୁ ମୁକାବିଲା କରିବା ଲାଗି ଦୃଢ ପ୍ରତିବଦ୍ଧତା ଦୋହରାଇଛନ୍ତି ଦୁଇଦେଶ।

ସୀମାପାର ଆତଙ୍କବାଦର ମୁକାବିଲାରେ ଭାରତ ପ୍ରତି ଦୃଢ଼ ଓ ଅକୁଣ୍ଠ ସମର୍ଥନ ଜଣାଇଛି ସାଇପ୍ରସ୍। କିଛି ଦିନ ତଳେ ହୋଇଥିବା ଜାମ୍ମୁ କାଶ୍ମୀର ପହଲଗାଁଓ ଆତଙ୍କାଦୀ ଆକ୍ରମଣରେ ବେସାମରିକ ଲୋକଙ୍କ ଜଘନ୍ୟ ହତ୍ୟାକୁ ଦୁଇ ନେତା କଡ଼ା ଭାଷାରେ ନିନ୍ଦା କରିଛନ୍ତି। କୌଣସି ପରିସ୍ଥିତିରେ ମଧ୍ୟ ଆତଙ୍କବାଦର ଯଥାର୍ଥତାକୁ ପ୍ରତ୍ୟାଖ୍ୟାନ କରିବା ସହିତ ଏଥିପ୍ରତି ଶୂନ୍ୟ ସହନଶୀଳ ଆଭିମୁଖ୍ୟ ଦୋହରାଇଥିଲେ ଦୁଇ ନେତା। ଏହି ଆତଙ୍କବାଦୀ ଆକ୍ରମଣର ଦୋଷୀଙ୍କୁ କଡ଼ା ଦଣ୍ଡ ପ୍ରଦାନ ଉପରେ ଉଭୟେ ଗୁରୁତ୍ୱାରୋପ କରିଥିଲେ।

ଅନ୍ୟ ଦେଶର ସୌର୍ବଭୌମତ୍ୱକୁ ସମ୍ମାନ ପ୍ରଦାନ କରିବାକୁ ଓ ସମସ୍ତ ପ୍ରକାରର ସୀମାପାର ଆତଙ୍କବାଦକୁ ନିନ୍ଦା କରିବା ପାଇ ସମସ୍ତ ରାଷ୍ଟ୍ରକୁ ଆହ୍ୱାନ ଦେଇଥିଲେ ଭାରତର ପ୍ରଧାନମନ୍ତ୍ରୀ ଓ ସାଇପ୍ରସ୍‌ର ରାଷ୍ଟ୍ରପତି। ଆତଙ୍କବାଦୀଙ୍କ ନେଟଓ୍ୱର୍କକୁ ପାଣ୍ଠିଯୋଗାଣ ବନ୍ଦ କରିବାକୁ, ଆତଙ୍କବାଦୀଙ୍କ ଆଡ୍ଡା ଓ ସେମାନଙ୍କର ନିରାପଦ ଆଶ୍ରୟସ୍ଥଳୀକୁ ଧ୍ୱସ କରିବାକୁ ଏବ ଦୋଷୀକୁ ତୁରନ୍ତ ଦଣ୍ଡବିଧାନ ପାଇଁ ଦୁଇ ନେତା ଆହ୍ୱାନ ଦେଇଛନ୍ତି। ସୀମାପାର ଆତଙ୍କବାଦର ମୁକାବିଲା ପାଇଁ ବ୍ୟାପକ, ସମନ୍ୱିତ ଓ ସ୍ଥାୟୀ ଆଭିମୁଖ୍ୟର ଆବଶ୍ୟକତା ଉପରେ ଜୋର୍ ଦେଇ ଉଭୟ ନେତା ଦ୍ୱିପାକ୍ଷିକ ଭାବେ ଓ ବହୁସ୍ତରୀୟ ବ୍ୟବସ୍ଥାରେ ପରସ୍ପରକୁ ସହଯୋଗ କରି କାମ କରିବା ଉପରେ ସେମାନେ ଗୁରୁତ୍ୱାରୋପ କରିଛନ୍ତି।

 

ଉଭୟ ନେତା ଆତଙ୍କବାଦ ବିରୋଧରେ ବହୁପାକ୍ଷିକ ପ୍ରୟାସକୁ ସୁଦୃଢ଼ ​​କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃଦୋହରାଇଛନ୍ତି ଏବଂ ଜାତିସଂଘ ଢାଞ୍ଚା ମଧ୍ୟରେ ଅନ୍ତର୍ଜାତୀୟ ଆତଙ୍କବାଦ ଉପରେ ବ୍ୟାପକ ସମ୍ମିଳନୀକୁ ଶୀଘ୍ର ଚୂଡ଼ାନ୍ତ ଏବଂ ଗ୍ରହଣ କରିବା ପାଇଁ ଆହ୍ୱାନ କରିଛନ୍ତି। ସେମାନେ 1267 UNSC ପ୍ରତିବନ୍ଧକ କମିଟି ଅଧୀନରେ ଆତଙ୍କବାଦୀ ସମେତ ସମସ୍ତ ଜାତିସଂଘ ଏବଂ EU ଦ୍ୱାରା ନିର୍ଣ୍ଣିତ ଆତଙ୍କବାଦୀ ଏବଂ ଆତଙ୍କବାଦୀ ସଂସ୍ଥା, ସମ୍ପୃକ୍ତ ପ୍ରକ୍ସି ଗୋଷ୍ଠୀ, ସୁବିଧାଦାତା ଏବଂ ପ୍ରାୟୋଜକଙ୍କ ବିରୁଦ୍ଧରେ ମିଳିତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ। ସେମାନେ ଜାତିସଂଘ ଏବଂ ଆର୍ଥିକ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟ ବାହିନୀ (FATF) ମାଧ୍ୟମରେ ଆତଙ୍କବାଦୀ ପାଣ୍ଠି ଯୋଗାଣ ଚ୍ୟାନେଲଗୁଡ଼ିକୁ ବାଧା ଦେବା ପାଇଁ ସକ୍ରିୟ ପଦକ୍ଷେପ ନେବା ଜାରି ରଖିବା ପାଇଁ ସେମାନଙ୍କର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଥିଲେ।

 

ଆତଙ୍କବାଦର ମୁକାବିଲାରେ ବହୁପାକ୍ଷିକ ପ୍ରୟାସକୁ ସୁଦୃଢ଼ ​​କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ଉଭୟ ନେତା ଏବଂ ଜାତିସଂଘ ଢାଞ୍ଚା ମଧ୍ୟରେ ଅନ୍ତର୍ଜାତୀୟ ଆତଙ୍କବାଦ ଉପରେ ବିସ୍ତୃତ ଆଲୋଚନାକୁ ଶୀଘ୍ର ଚୂଡ଼ାନ୍ତ କରି ଗ୍ରହଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଜାତିସଂଘ ଏବଂ EU ଦ୍ୱାରା ଘୋଷିତ ସମସ୍ତ ଆତଙ୍କବାଦୀ, ଆତଙ୍କବାଦୀ ସଂସ୍ଥା, ସେମାନଙ୍କର ପ୍ରତିନିଧି ଗୋଷ୍ଠୀ, ସମର୍ଥକ ଓ ପ୍ରାୟୋଜକଙ୍କ ବିରୁଦ୍ଧରେ 1267 ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପ୍ରତିବନ୍ଧକ କମିଟି ଅଧୀନରେ ମିଳିତ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଆହ୍ୱାନ ଦେଇଥିଲେ। ଜାତିସଂଘ ଏବଂ ଫାଇନାନ୍‌ସିଆଲ୍ ଆକ୍ସନ ଟାକ୍ସଫୋର୍ସ (ଏଫ୍ଏଟିଏଫ୍ ) ମାଧ୍ୟମରେ ଆତଙ୍କବାଦୀ ପାଣ୍ଠି ଯୋଗାଣ ଚ୍ୟାନେଲଗୁଡ଼ିକୁ ବନ୍ଦ କରିବା ପାଇଁ ସକ୍ରିୟ ପଦକ୍ଷେପ ନେବା ଜାରି ରଖିବା ପାଇଁ ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଥିଲେ ସେମାନେ।

 

ଅନ୍ତର୍ଜାତୀୟ ସ୍ତରରେ ସୁରକ୍ଷା ସଂପର୍କିତ ଚ୍ୟାଲେଞ୍ଜ ଦେଖାଦେଇଛି ବୋଲି ସ୍ୱୀକାର କରି ଦୁଇ ନେତା ରଣନୀତିକ ସ୍ୱାୟତ୍ତତା, ପ୍ରତିରକ୍ଷା ପ୍ରସ୍ତୁତି ଏବଂ ପ୍ରତିରକ୍ଷା କ୍ଷମତା ବୃଦ୍ଧିର ଗୁରୁତ୍ୱ ଉପରେ ଜୋର୍ ଦେଇଥିଲେ।

ପ୍ରତିରକ୍ଷା ଓ ସୁରକ୍ଷା କ୍ଷେତ୍ରରେ ପରସ୍ପରକୁ ସହଯୋଗକୁ ଆହୁରି ଦୃଢ଼ କରିବା ପାଇଁ ଦୁଇ ନେତା ରାଜି ହୋଇଛନ୍ତି। ବିଶେଷ କରି ସାଇବର୍ ସୁରକ୍ଷା ଓ ଆଗକୁ ଆସୁଥିବା ଟେକ୍ନୋଲଜି ଉପରେ ଫୋକସ୍ ସହିତ ପରସ୍ପରର ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ମଧ୍ୟ ସହଯୋଗ କରିବାକୁ ସହମତି ହୋଇଛି।

ଭାରତ ଓ ସାଇପ୍ରସ୍‌କୁ ପ୍ରାଚୀନ ନୌସେନା ପରମ୍ପରା ସହିତ ସାମୁଦ୍ରିକ ରାଷ୍ଟ୍ର ଭାବେ ସ୍ୱୀକାର କରି ଉଭୟ ନେତା ସାମୁଦ୍ରିକ କ୍ଷେତ୍ରରେ ଅଧିକ ସହଯୋଗ କରିବା ଉପରେ ମଧ୍ୟ ଆଲୋଚନା କରିଥିଲେ। ସେମାନେ ଭାରତୀୟ ନୌସେନା ଜାହାଜ ଦ୍ୱାରା ଅଧିକ ନିୟମିତ ବନ୍ଦର ପରିଦର୍ଶନକୁ ଉତ୍ସାହିତ କରିବେ ଏବଂ ସାମୁଦ୍ରିକ କ୍ଷେତ୍ର ସଚେତନତା ଏବଂ ଆଞ୍ଚଳିକ ସୁରକ୍ଷା ବୃଦ୍ଧି ପାଇଁ ମିଳିତ ସାମୁଦ୍ରିକ ତାଲିମ ଏବଂ ଅଭ୍ୟାସ ପାଇଁ ସୁଯୋଗ ଅନ୍ୱେଷଣ କରିବେ। ସେହି ଦୃଷ୍ଟିରୁ ଏବଂ ବିଶ୍ୱରେ ଦେଖା ଦେଇଥିବା ସଙ୍କଟକୁ ଦୃଷ୍ଟିରେ ରଖି, ଉଭୟ ପକ୍ଷ ଜରୁରୀକାଳୀନ ପ୍ରସ୍ତୁତି ଏବଂ ସମନ୍ୱିତ ସଙ୍କଟ ମୁକାବିଲାରେ ସହଯୋଗକୁ ଆହୁରି ସୁଦୃଢ଼ ​​କରିବାକୁ ପ୍ରତିବଦ୍ଧ ହୋଇଥିଲେ। ଅତୀତର ସଫଳ ପ୍ରୟାସକୁ ଆଧାର କରି ଦୁଇ ନେତା ସ୍ଥାନାନ୍ତର ଏବଂ ସନ୍ଧାନ ଓ ଉଦ୍ଧାର (SAR) କାର୍ଯ୍ୟରେ ସମନ୍ୱୟକୁ ଆନୁଷ୍ଠାନିକ କରିବାକୁ ସହମତ ହୋଇଥିଲେ।

 


ଯୋଗାଯୋଗ ଓ ଆଞ୍ଚଳିକ ସହଯୋଗ

ବିଭିନ୍ନ ଅଞ୍ଚଳରେ ମଧ୍ୟରେ ଏକ ସେତୁ ଭାବରେ କାମ କରିବାକୁ ସାଇପ୍ରସ୍ ଏବଂ ଭାରତର ଏକ ମିଳିତ ରଣନୀତିକ ଲକ୍ଷ୍ୟ ରହିଛି। ଉଭୟ ନେତା ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର (IMEC) ର ଗୁରୁତ୍ୱକୁ ଉପଲବ୍‌ଧ କରିଛନ୍ତି। ଏହା ହେଉଛି ଏକ ପରିବର୍ତ୍ତନକାରୀ, ବହୁ-ନୋଡାଲ ପଦକ୍ଷେପ ଯାହାକି ଶାନ୍ତି, ଅର୍ଥନୈତିକ ସମନ୍ୱୟ ଏବଂ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରେ। IMEC କୁ ଗଠନମୂଳକ ଆଞ୍ଚଳିକ ସହଯୋଗ ପାଇଁ ଏକ ଉତ୍‌ପ୍ରେରକ ଭାବରେ ଦେଖି, ସେମାନେ ପୂର୍ବ ଭୂମଧ୍ୟସାଗର ଏବଂ ବିସ୍ତୃତ ମଧ୍ୟପ୍ରାଚ୍ୟରେ ସ୍ଥିରତାକୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କର ମିଳିତ ପ୍ରତିବଦ୍ଧତାକୁ ଦୋହରାଇଲେ। ଏହା ସହିତ ଭାରତୀୟ ଉପଦ୍ୱୀପରୁ ସମଗ୍ର ମଧ୍ୟପ୍ରାଚ୍ୟ ଦେଇ ୟୁରୋପ ପର୍ଯ୍ୟନ୍ତ ଗଭୀର ସମ୍ପର୍କ ଏବଂ ଆନ୍ତଃସଂଯୋଗର କରିଡରକୁ ପ୍ରୋତ୍ସାହିତ କରିବାର ଗୁରୁତ୍ୱ ଉପରେ ଜୋର୍ ଦେଇଥିଲେ।

ସାଇପ୍ରସ୍ ହେଉଛି ୟୁରୋପର ପ୍ରବେଶଦ୍ୱାର। ଏହାକୁ ଗ୍ରହଣ କରିବା ସହିତ ଏହି ପରିପ୍ରେକ୍ଷୀରେ ଜାହାଜ ଚଳାଚଳ, ବିଭିନ୍ନ ସାମଗ୍ରୀ ମହଜୁଦ ରଖିବା ସହିତ ଏହାର ବିତରଣ ଓ ଲଜିଷ୍ଟିକ୍ସ ପାଇଁ ସାଇପ୍ରସ୍ ଏକ ଏକ ଆଞ୍ଚଳିକ କେନ୍ଦ୍ରର ଭୂମିକା ଗ୍ରହଣ କରିବ। ଏସବୁ ଦୃଷ୍ଟିରୁ ଭାରତୀୟ ଜାହାଜ କମ୍ପାନୀଗୁଡ଼ିକ ସାଇପ୍ରସରେ କାରବାର କରିବାର ସମ୍ଭାବନାକୁ ସେମାନେ ସ୍ୱାଗତ କରିଥିଲେ। ସାଇପ୍ରସ୍‌ସ୍ଥିତ ଓ ଭାରତୀୟ ସାମୁଦ୍ରିକ ସେବା ପ୍ରଦାନକାରୀ ସଂସ୍ଥାର ମିଳିତ ଉଦ୍ୟମରେ ଆର୍ଥିକ ଓ ଲଜିଷ୍ଟିକ୍‌ସ ସଂପର୍କକୁ ଆହୁରି ମଜଭୁତ କରିବା ଉପରେ ମଧ୍ୟ ସହମତି ହୋଇଛି।

 

ୟୁରୋପୀୟ ସଂଘ-ଭାରତ ରଣନୀତିକ ସଂପର୍କ

 

୨୦୨୬ ପ୍ରାରମ୍ଭରେ ସାଇପ୍ରସ ୟୁରୋପୀୟ ସଂଘ ପରିଷଦର ସଭାପତି ପଦ ଗ୍ରହଣ କରିବ। ଏହାକୁ ଦୃଷ୍ଟିରେ ରଖି ଉଭୟ ନେତା ୟୁରୋପୀୟ ସଂଘ-ଭାରତ ସମ୍ପର୍କକୁ ସୁଦୃଢ଼ ​​କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ସେମାନେ କମିଶନରଙ୍କ କଲେଜର ଭାରତ ଗସ୍ତକୁ ମନେ ପକାଇଥିଲେ ଏବଂ ପ୍ରଥମ ଭାରତ-ୟୁରୋପୀୟ ସଂଘ ରଣନୀତିକ ଆଲୋଚନା ଆରମ୍ଭ ହୋଇଥିବାରୁ ଏହାକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ। ଏହା ସହିତ ବାଣିଜ୍ୟ, ପ୍ରତିରକ୍ଷା ଏବଂ ସୁରକ୍ଷା, ସାମୁଦ୍ରିକ, ଯୋଗାଯୋ, ସ୍ୱଚ୍ଛ ଓ ସବୁଜ ଶକ୍ତି ଏବଂ ମହାକାଶ ସମେତ କମିଶନରଙ୍କ କଲେଜ ଗସ୍ତ ସମୟରେ ଚିହ୍ନଟ ହୋଇଥିବା ପ୍ରାଥମିକତା କ୍ଷେତ୍ରରେ ହୋଇଥିବା ଅଗ୍ରଗତି ଉପରେ ସନ୍ତୋଷ ପ୍ରକାଶ କରିଥିଲେ।


ୟୁରୋପୀୟ ସଂଘ ପରିଷଦର ସଭାପତିତ୍ୱ ସମୟରେ ୟୁରୋପୀୟ ସଂଘ-ଭାରତ ରଣନୀତିକ ସହଭାଗିତାକୁ ଆଗକୁ ବଢାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲା ସାଇପ୍ରସ୍। ୟୁରୋପୀୟ ସଂଘ ଓ ଭାରତ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିର ଅର୍ଥନୈତିକ ଏବଂ ରଣନୈତିକ ସମ୍ଭାବନାକୁ ସ୍ୱୀକାର କରି ଚଳିତ ବର୍ଷ ଶେଷ ସୁଦ୍ଧା EU-ଭାରତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ କରିବା ପାଇଁ ଉଭୟ ପକ୍ଷ ରାଜି ଥିବା ଜଣାଇଛନ୍ତି। ଇୟୁ -ଭାରତ ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ପରିଷଦ ମାଧ୍ୟମରେ ଚାଲିଥିବା କାର୍ଯ୍ୟକୁ ମଧ୍ୟ ସେମାନେ ସମର୍ଥନ ପ୍ରଦାନ କରିଥିଲେ ଓ ଏହି ପ୍ରମୁଖ ବିଶ୍ୱ ସହଭାଗୀତାକୁ ଆହୁରି ମଜଭୁତ କରିବାକୁ ୨୦୨୫ ରଣନୀତିକ ରୋଡମ୍ୟାପ୍ ବାହାରେ ମଧ୍ୟ ଏକ ସ୍ଥାୟୀ ଭବିଷ୍ୟତଦୃଷ୍ଟି ସମ୍ପନ୍ନ କାର୍ଯ୍ୟସୂଚୀ ବଜାୟ ରଖିବାକୁ ପ୍ରତିଶ୍ରୁତିବଦ୍ଧ ଥିଲେ।

 


ବାଣିଜ୍ୟ, ନବସୃଜନ, ଟେକ୍ନୋଲଜି ଓ ଅର୍ଥନୈତିକ ସୁଯୋଗ

 

ସାଇପ୍ରସ ଏବଂ ଭାରତ ମଧ୍ୟରେ ବର୍ଦ୍ଧିତ ରଣନୀତିକ ପରିପୂରକତାକୁ ସ୍ୱୀକାର କରି ବାଣିଜ୍ୟ, ପୁଂଜି ନିବେଶ ଏବଂ ବିଜ୍ଞାନ, ନବସୃଜନ ଓ ଗବେଷଣା କ୍ଷେତ୍ରରେ ସହଯୋଗ ଜରିଆରେ ଆର୍ଥିକ ସମ୍ପର୍କକୁ ଆହୁରି ବ୍ୟାପକ କରିବାକୁ ଦୁଇ ନେତା ପ୍ରତିଶ୍ରୁତିବଦ୍ଧ ହୋଇଥିଲେ।

 

ସହଯୋଗକୁ ଆଗକୁ ବଢ଼ାଇବା ପାଇଁ, ଦୁଇ ନେତା ଉଲ୍ଲେଖ କରିଥିଲେ ଯେ ସେମାନେ ଭାରତ ଗସ୍ତରେ ଆସୁଥିବା ସାଇପ୍ରସର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳକୁ ସ୍ୱାଗତ କରିବେ, ଯେଉଁଥିରେ ବ୍ୟବସାୟ ପ୍ରତିନିଧିମାନେ ସାମିଲ ହେବେ। ନିବେଶ ସୁଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସାଇପ୍ରସ-ଭାରତ ବ୍ୟବସାୟ ଫୋରମର ସଂଗଠନକୁ ମଧ୍ୟ ସ୍ୱାଗତ କରିବେ। ଏକ ରଣନୀତିକ ଆର୍ଥିକ ସହଭାଗୀତାକୁ ଆଗକୁ ବଢ଼ାଇବା ଉପରେ ସାଇପ୍ରସ-ଭାରତ ବ୍ୟବସାୟ ଗୋଲଟେବୁଲକୁ ମଧ୍ୟ ଦୁଇ ନେତା ସମ୍ବୋଧନ କରିଥିଲେ।

 

ଗବେଷଣା, ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟାରେ ସହଯୋଗକୁ ପ୍ରୋତ୍ସାହିତ କରିବାକୁ, ଷ୍ଟାର୍ଟଅପ୍, ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପ ମଧ୍ୟରେ ଦୃଢ଼ ସମ୍ପର୍କ ସ୍ଥାପନ କରିବା ଏବଂ କୃତ୍ରିମ ବୁଦ୍ଧିମତ୍ତା, ଡିଜିଟାଲ୍ ଭିତ୍ତିଭୂମି ଏବଂ ଗବେଷଣା ଭଳି ପ୍ରମୁଖ କ୍ଷେତ୍ରରେ ନବସୃଜନ ବିନିମୟକୁ ସମର୍ଥନ କରିବା ପାଇଁ ସହମତ ହୋଇଥିଲେ ଦୁଇ ନେତା। ଏହାକୁ ନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ଥିଲା।

 


ପରିବହନ, ପର୍ଯ୍ୟଟନ ଓ ଜନ ସଂପର୍କ

ଦୁଇ ଦେଶର ଲୋକଙ୍କ ମଧ୍ୟରେ ଜନ ସମ୍ପର୍କକୁ ଏକ ରଣନୀତିକ ସମ୍ପତ୍ତି ଏବଂ ଆର୍ଥିକ ଓ ସାଂସ୍କୃତିକ ସମ୍ପର୍କକୁ ଗଭୀର କରିବା ପାଇଁ ଗୁଣକ ଭାବରେ ଦୁଇ ନେତା ସ୍ୱୀକୃତି ଦେଇଛନ୍ତି। ୨୦୨୫ ଶେଷ ସୁଦ୍ଧା ଏକ ପରିବହନ ପାଇଲଟ୍ କାର୍ଯ୍ୟକ୍ରମ ବ୍ୟବସ୍ଥାକୁ ଚୂଡ଼ାନ୍ତ କରିବା ପାଇଁ ଉଭୟ ପକ୍ଷ କାର୍ଯ୍ୟ କରିବେ।


ସାଂସ୍କୃତିକ ଏବଂ ଲୋକ-ଲୋକ ସମ୍ପର୍କ ମାଧ୍ୟମରେ ପାରସ୍ପରିକ ବୁଝାମଣାକୁ ବୃଦ୍ଧି କରିବାର ମୂଲ୍ୟ ଉପରେ ଉଭୟ ପକ୍ଷ ଗୁରୁତ୍ୱାରୋପ କରିଥିଲେ। ପର୍ଯ୍ୟଟନ ବୃଦ୍ଧିର ସୁଯୋଗ ଖୋଜିବାକୁ ଏବଂ ସାଇପ୍ରସ-ଭାରତ ମଧ୍ୟରେ ସିଧାସଳଖ ବିମାନ ସଂଯୋଗ ସ୍ଥାପନ ପାଇଁ ସେମାନେ ସହମତ ହୋଇଥିଲେ। ଏହା ସହିତ ସୁଗମ ଯାତ୍ରା ଏବଂ ଦ୍ୱିପାକ୍ଷିକ ଆଦାନପ୍ରଦାନକୁ ବୃଦ୍ଧି କରିବା ପାଇଁ ସହଭାଗୀ ଅଂଶୀଦାରମାନଙ୍କ ମାଧ୍ୟମରେ ବିମାନ ମାର୍ଗକୁ ଉନ୍ନତ କରିବାକୁ ଦୁଇ ନେତା ସହମତ ହୋଇଥିଲେ।

ଭବିଷ୍ୟତ:୨୦୨୫-୨୦୨୯ ଯୋଜନାର ରୂପରେଖ

ଏହି ମିଳିତ ଘୋଷଣାନାମା ସାଇପ୍ରସ ଏବଂ ଭାରତ ମଧ୍ୟରେ ରଣନୀତିକ ସମ୍ପର୍କକୁ ଆହୁରି ଦୃଢ଼ୀଭୂତ କରିଛି। ଉଭୟ ନେତା ଦ୍ୱିପାକ୍ଷିକ ସହଯୋଗରେ ପ୍ରଗତି ଉପରେ ସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ବିଶ୍ୱାସ ପ୍ରକାଶ କରିଛନ୍ତି ଯେ ଏହି ସହଭାଗୀତା ଦିନକୁ ଦିନ ଆହୁରି ମଜଭୁ ହେବ ଯାହାକି ସେମାନଙ୍କ ଅଞ୍ଚଳରେ ଏବଂ ବାହାରେ ମଧ୍ୟ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧିକୁ ପ୍ରୋତ୍ସାହିତ କରିବ।

 

ସାଇପ୍ରସର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଆଗାମୀ ପାଞ୍ଚ ବର୍ଷ ପାଇଁ ସାଇପ୍ରସ ଏବଂ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମାର୍ଗଦର୍ଶନ କରିବା ପାଇଁ ଏକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯିବା ଉପରେ ନେତାମାନେ ସହମତ ହୋଇଥିଲେ। ...

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Project Cheetah: How A Species Declared Extinct During Nehru Era Returned To India Under Modi Govt

Media Coverage

Project Cheetah: How A Species Declared Extinct During Nehru Era Returned To India Under Modi Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister inaugurates Namo Hospital at Daman
June 05, 2026

Prime Minister Shri Narendra Modi today inaugurated the Namo Hospital at Daman. He stated that this is in line with the ongoing efforts towards providing quality health treatment to the people, noting that the hospital features modern facilities and will go a long way in addressing the healthcare needs of the Union Territory and surrounding areas.

The Prime Minister posted on X:

"In line with our efforts towards providing quality health treatment to the people, the Namo Hospital at Daman was inaugurated. It has modern facilities and will go a long way in addressing the healthcare needs of the Union Territory and surrounding areas."