• ସର୍ବାଧିକ ମାଓ ହିଂସା ପ୍ରଭାବିତ 35 ଜିଲ୍ଲା ପାଇଁ 3 ହଜାର କୋଟି ଟଙ୍କାର ବ୍ୟୟବରାଦ
  • ରାଷ୍ଟ୍ରୀୟ ଅପରାଧ ଓ ଅପରାଧି ଡାଟା ନେଟୱାର୍କରେ ସାମିଲ ହେବେ ଦେଶର ସବୁ ପୁଲିସ ଥାନା
  • ପୁଲିସ ବାହିନୀକୁ ମିଳିବ ଆଧୁନିକ ହାତ-ହତିଆର ଏବଂ ପରେନ୍ସିକ ବିଜ୍ଞାନାଗାରର ହେବ ଆଧୁନିକୀକରଣ

 

ଦେଶରେ ପୁଲିସ ବାହିନୀର ବ୍ୟାପକ ଆଧୁନିକୀକରଣ ହେବ । ଏଥିଲାଗି କେନ୍ଦ୍ର ସରକାର ଏକ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଯୋଜନା ଅଧିନରେ ଚଳିତ ଆର୍ଥିକ ବର୍ଷ 2017-18 ରୁ 2019-20 ମଧ୍ୟରେ 25,060 କୋଟି ଟଙ୍କା ବିନିଯୋଗ କରାଯିବ । ଏହି ତିନି ବର୍ଷ ମଧ୍ୟରେ କେନ୍ଦ୍ର ସରକାର ମୋଟ 18,636 କୋଟି ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାରମାନେ ଅବଶିଷ୍ଟ 6,424 କୋଟି ଟଙ୍କା ଖର୍ଚ୍ଚ କରିବେ । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ନୂତନ ଯୋଜନାର କେତେକେ ବୈଶିଷ୍ଟ୍ୟ ନିମ୍ନରେ ପ୍ରଦତ ହେଲା –

  • ଆଭ୍ୟନ୍ତରୀଣ ନିରାପତ୍ତା, ଆଇନ ଶୃଙ୍ଖଳା, ମହିଳା ସୁରକ୍ଷା, ପୁଲିସ ବଳକୁ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରିବା, ପୁଲିସ ବଳର ତ୍ୱରିତ ମୁତୟନ ଏବଂ ଏଥିପାଇଁ ଆବଶ୍ୟକ ସଂରଚନା ସହାୟତା, ହେଲିକେପ୍ଟର ଭଡା, ପୁଲିସ ବେତାର ଯୋଗାଯୋଗ ବ୍ୟବସ୍ଥାର ଉନ୍ନତିକରଣ, ରାଷ୍ଟ୍ରୀୟ ଉପଗ୍ରହ ନେଟୱାର୍କ ବ୍ୟବସ୍ଥା, ସିସିଟିଏନଏସ ପ୍ରକଳ୍ପ, ଇ-କାରାଗାର ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଲାଗି ନୂତନ ଯୋଜନାରେ ସ୍ୱତନ୍ତ୍ର ବ୍ୟୟ ପ୍ରାବଧାନ କରାଯାଇଛି ।
  • ନୂତନ ଆଧୁନୀକିକରଣ ଯୋଜନାରେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟ, ଉତ୍ତର-ପୂର୍ବାଂଚଳ ରାଜ୍ୟ ଏବଂ ଜାମ୍ମୁ-କାଶ୍ମୀରରେ ଆଭ୍ୟନ୍ତରୀଣ ନିରାପତ୍ତା ଖର୍ଚ୍ଚ ତୁଲାଇବା ଲାଗି କେନ୍ଦ୍ରୀୟ ବଜେଟରେ 10,132 କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି ।
  • ସର୍ବାଧିକ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ 35ଟି ଜିଲ୍ଲାରେ ଅନଗ୍ରସରତା ସମସ୍ୟାର ସମାଧାନ ଲାଗି ନୂତନ ଯୋଜନା ଅଧିନରେ ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା ପାଇଁ 3,000 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
  • ଉତ୍ତର-ପୂର୍ବାଂଚଳ ରାଜ୍ୟ ସମୂହରେ ପୁଲିସ ବାହିନୀ ଲାଗି ଆଧୁନିକ ଭିତ୍ତିଭୂମିର ନିର୍ମାଣ, ବିଶେଷ ତାଲିମ ଅନୁଷ୍ଠାନ ଏବଂ ତଦନ୍ତ ବ୍ୟବସ୍ଥାକୁ ସୁଗମ କରିବା ଲାଗି ସୁବିଧା ସୁଯୋଗ ପ୍ରଦାନ ସକାଶେ 100 କୋଟି ଟଙ୍କାର ପ୍ରାବଧାନ ହୋଇଛି ।
  • ଜାମ୍ମୁ-କାଶ୍ମୀର, ଉତ୍ତର-ପୂର୍ବାଂଚଳ ଏବଂ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟରେ ନିରାପତ୍ତା ସଂକ୍ରାନ୍ତ ଆହ୍ୱାନଗୁଡିକର ସଫଳ ମୁକାବିଲା ସହିତ ଅନଗ୍ରସର ଅଂଚଳରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ନୂତନ ଯୋଜନା ସହାୟକ ହେବ ।
  • ରାଜ୍ୟ ପୁଲିସ ବାହିନୀମାନଙ୍କ ପାଇଁ ଆଧୁନିକ ଭିତ୍ତିଭୂମି ନିର୍ମାଣ, ଫରେନ୍ସିକ ବିଜ୍ଞାନାଗାର ପ୍ରତିଷ୍ଠା, ନୂତନ ସାଜସରଞ୍ଜାମ ଯୋଗାଣ ଏବଂ ନୂଆ ଅନୁଷ୍ଠାନ ଗଠନ ଆଦି କ୍ଷେତ୍ରରେ କେନ୍ଦ୍ରୀୟ ସହାୟତା ଦିଆଯିବ । ଅପରାଧିକ ନ୍ୟାୟ ବ୍ୟବସ୍ଥା କ୍ଷେତ୍ରରେ ରହିଥିବା ବ୍ୟବଧାନକୁ ଦୂର କରିବାରେ ମଧ୍ୟ ଏହା ସହାୟକ ହେବ । ଏକ ରାଷ୍ଟ୍ରୀୟ ଅପରାଧିକ ଡାଟା ବେସ ତଥା ଅପରାଧି ତଥ୍ୟ ସମ୍ବଳିତ ନେଟୱାର୍କ ପ୍ରତିଷ୍ଠା ଲାଗି ସବୁ ପୁଲିସ ଷ୍ଟେସନ ମଧ୍ୟରେ ସମନ୍ୱୟ ରକ୍ଷା କରାଯିବ । ଏହାଛଡା କାରାଗାର, ଫରେନ୍ସିକ ବିଜ୍ଞାନାଗାର ଏବଂ ଆଇନ ସଂକ୍ରାନ୍ତ କାର୍ଯ୍ୟାଳୟଗୁଡିକ ମଧ୍ୟରେ ଉତ୍ତମ ସମନ୍ୱୟ ସ୍ଥାପନ କରାଯିବ ।
  • ପୁଲିସ ଆଧୁନିକୀକରଣ ଯୋଜନା ଅଧିନରେ ଆନ୍ଧ୍ର ପ୍ରଦେଶର ଅମରାବତୀଠାରେ ଏକ ନୂତନ ଅତ୍ୟାଧୁନିକ ଫରେନ୍ସିକ ବିଜ୍ଞାନାଗାର ପ୍ରତିଷ୍ଠା କରାଯିବ । ଜୟପୁର(ରାଜସ୍ଥାନ)ଠାରେ ଥିବା ସର୍ଦ୍ଦାର ପଟେଲ ବୈଶ୍ୱିକ ନିରାପତ୍ତା ଆତଙ୍କବାଦ ଓ ସନ୍ତ୍ରସବାଦ ନିରୋଧ କେନ୍ଦ୍ର ତଥା ଗୁଜରାଟର ଗାନ୍ଧୀନଗରଠାରେ ଥିବା ଫରେନ୍ସିକ ବିଶ୍ୱବିଦ୍ୟାଳୟର ଉନ୍ନତିକରଣ ହେବ ।

ଏହି ଯୋଜନା ବଳରେ କେନ୍ଦ୍ରୀୟ ଓ ରାଜ୍ୟ ପୁଲିସ ବାହିନୀମାନଙ୍କର ସାମର୍ଥ୍ୟ ଓ ଦକ୍ଷତା ବୃଦ୍ଧି ଘଟିବ ଏବଂ ଆଭ୍ୟନ୍ତରୀଣ ନିରାପତ୍ତାକୁ ସୁଦୃଢ଼ କରିବା ଦିଗରେ ଆବଶ୍ୟକ ବଳ ମିଳିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian economy navigated well external uncertainties: RBI Bulletin

Media Coverage

Indian economy navigated well external uncertainties: RBI Bulletin
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 23, 2026
July 23, 2026

Digital Rails, PLI Jobs & Swift Justice: How PM Modi’s Governance is Rewiring India’s Future