ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଦେଶରେ ଧନ୍ଦାମୂଳକ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଲାଗି ଏକ ପ୍ରମୁଖ ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶରେ ଥିବା ଶିଳ୍ପ ତାଲିମ ପ୍ରତିଷ୍ଠାନଗୁଡ଼ିକର ଉନ୍ନତିକରଣ ପାଇଁ ଏକ ଜାତୀୟ ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି ମିଳିଛି। ସେହିପରି କେନ୍ଦ୍ର ପ୍ରାୟୋଜିତ ଯୋଜନା ମାଧ୍ୟମରେ ଦକ୍ଷତା ବିକାଶ ପାଇଁ ୫ଟି ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରାଯାଇଛି। ଭୁବନେଶ୍ୱରରେ ମଧ୍ୟ ଗୋଟିଏ କେନ୍ଦ୍ର ପ୍ରତିଷ୍ଠା ହେବ।

ଶିଳ୍ପ ତାଲିମ ପ୍ରତିଷ୍ଠାନଗୁଡ଼ିକର ଉନ୍ନତିକରଣ ଏବଂ ଦକ୍ଷତା ବିକାଶ ପାଇଁ ୫ଟି ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ୨୦୨୪-୨୫ ଓ ୨୦୨୫-୨୬ ବଜେଟରେ କରାଯାଇଥିବା ଘୋଷଣା ଅନୁରୂପ ହେବ ଏବଂ ଏହାକୁ ୬୦ ହଜାର କୋଟି ଟଙ୍କାର ବଜେଟ୍‌ ସହିତ କେନ୍ଦ୍ର ପ୍ରାୟୋଜିତ ଯୋଜନା ରୂପେ କାର୍ଯ୍ୟକାରୀ କରାଯିବ। ଏଥିରେ କେନ୍ଦ୍ର ଅଂଶଧନ ୩୦ ହଜାର କୋଟି ଟଙ୍କା, ରାଜ୍ୟ ଭାଗ ୨୦ ହଜାର କୋଟି ଟଙ୍କା ଏବଂ ଶିଳ୍ପ ଭାଗ ୧୦ ହଜାର କୋଟି ଟଙ୍କା ରହିବ । କେନ୍ଦ୍ର ଭାଗ ପାଇଁ ଏସୀୟ ବିକାଶ ବ୍ୟାଙ୍କ ଏବଂ ବିଶ୍ୱ ବ୍ୟାଙ୍କ ୫୦ ପ୍ରତିଶତ ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦେବେ ।

ଏହି ଯୋଜନା ହବ୍ ଏବଂ ସ୍ପୋକ୍ ବ୍ୟବସ୍ଥାରେ ଥିବା ୧ହଜାର ଟି ସରକାରୀ ଆଇଟିଆଇ ଗୁଡ଼ିକର ଉନ୍ନତିକରଣ ଉପରେ ଧ୍ୟାନ ଦେବ । ଏସବୁ ଆଇଟିଆଇରେ ଉଦ୍ୟୋଗ ସହ ଯୋଡ଼ି ହୋଇଥିବା ନୂତନ ବୃତ୍ତିଗତ (ପାଠ୍ୟକ୍ରମ) ଗୁଡ଼ିକ ଯୋଡ଼ାଯିବ। ଦକ୍ଷତା ବିକାଶ ପାଇଁ ପାଞ୍ଚଟି ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ସମେତ ପାଞ୍ଚଟି ଜାତୀୟ ଦକ୍ଷତା ତାଲିମ ପ୍ରତିଷ୍ଠାନ-ଏନଏସଟିଆଇର କ୍ଷମତା ବୃଦ୍ଧି ନିମନ୍ତେ ମଧ୍ୟ ଯୋଜନାକୁ କାର୍ଯ୍ୟକାରୀ କରାଯିବ ।

ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ରାଜ୍ୟ ସରକାର ଏବଂ ଶିଳ୍ପ ସହଯୋଗରେ ବର୍ତ୍ତମାନର ଆଇଟିଆଇ ଗୁଡ଼ିକୁ ସରକାରୀ ମାଲିକାନାଧୀନ ଶିଳ୍ପ ପରିଚାଳିତ ଆକାଂକ୍ଷୀ ଦକ୍ଷତା ବିକାଶ ପ୍ରତିଷ୍ଠାନ ଭାବେ ପ୍ରତିଷ୍ଠା କରିବା। ପାଞ୍ଚ ବର୍ଷର ଅବଧି ମଧ୍ୟରେ, 20 ଲକ୍ଷ ଯୁବବର୍ଗ ଶିଳ୍ପ କ୍ଷେତ୍ରର ମାନବ ସମ୍ବଳର ଆବଶ୍ୟକତାକୁ ପୂରଣ କରୁଥିବା ପାଠ୍ୟକ୍ରମ ତାଲିମ ପାଇ କୁଶଳୀ ହେବେ। ଏହି ଯୋଜନା ସ୍ଥାନୀୟ ଶ୍ରମଶକ୍ତି ଯୋଗାଣ ଏବଂ ଶିଳ୍ପ ଚାହିଦା ମଧ୍ୟରେ ସମନ୍ୱୟ ସୁନିଶ୍ଚିତ କରିବା ଉପରେ ଧ୍ୟାନ ଦେବ, ଯାହାଦ୍ୱାରା ଏମ୍.ଏସ୍.ଏମ୍.ଇ. ସମେତ ଶିଳ୍ପାନୁଷ୍ଠାନଗୁଡ଼ିକୁ ନିଯୁକ୍ତି ପାଇଁ ପ୍ରସ୍ତୁତ ଶ୍ରମ ବଳ ମିଳିପାରିବ।

ଅତୀତରେ ବିଭିନ୍ନ ଯୋଜନା ଅଧୀନରେ ପ୍ରଦାନ କରାଯାଇଥିବା ଆର୍ଥିକ ସହାୟତା ଆଇ.ଟି.ଆଇ. ଗୁଡ଼ିକର ସମ୍ପୂର୍ଣ୍ଣ ଉନ୍ନତିକରଣ ଆବଶ୍ୟକତାକୁ ପୂରଣ କରିବା ପାଇଁ ଅନୁକୂଳ ନଥିଲା। ବିଶେଷ କରି ନୂତନ ଯୁଗର ପାଠ୍ୟକ୍ରମ ପ୍ରବର୍ତ୍ତନ ପାଇଁ ଭିତ୍ତିଭୂମି ରକ୍ଷଣାବେକ୍ଷଣ, କ୍ଷମତା ସମ୍ପ୍ରସାରଣ ଏବଂ ପୁଞ୍ଜି ଯୋଗାଣର ବର୍ଦ୍ଧିତ ନିବେଶ ଆବଶ୍ୟକତାକୁ ସମାଧାନ କରିବା ପାଇଁ ଯଥେଷ୍ଟ ନଥିଲା। ଏହାକୁ ଦୂର କରିବା ପାଇଁ, ପ୍ରସ୍ତାବିତ ଯୋଜନା ଅଧୀନରେ ଏକ ଆବଶ୍ୟକତା ଆଧାରିତ ନିବେଶ ବ୍ୟବସ୍ଥା ରଖାଯାଇଛି, ଯାହା ପ୍ରତ୍ୟେକ ଅନୁଷ୍ଠାନର ନିର୍ଦ୍ଦିଷ୍ଟ ଭିତ୍ତିଭୂମି, କ୍ଷମତା ଏବଂ ବାଣିଜ୍ୟ ସମ୍ବନ୍ଧୀୟ ଆବଶ୍ୟକତା ଆଧାରରେ ପାଣ୍ଠି ଆବଣ୍ଟନରେ ନମନୀୟତାକୁ ଅନୁମତି ଦେଇଥାଏ। ପ୍ରଥମ ଥର ପାଇଁ, ଏହି ଯୋଜନା ନିରନ୍ତର ଭିତ୍ତିରେ ଆଇ.ଟି.ଆଇ. ଉନ୍ନତିକରଣର ଯୋଜନା ଏବଂ ପରିଚାଳନାରେ ଗଭୀର ଶିଳ୍ପ ସଂଯୋଗ ପ୍ରତିଷ୍ଠା କରିବାକୁ ଚାହୁଁଛି। ଏହି ଯୋଜନା ଏକ ଫଳାଫଳ-ପରିଚାଳିତ କାର୍ଯ୍ୟାନ୍ୱୟନ ରଣନୀତି ପାଇଁ ଏକ ଶିଳ୍ପ ନେତୃତ୍ୱାଧୀନ ସ୍ୱତନ୍ତ୍ର ଉଦ୍ଦେଶ୍ୟ ଯାନ (ଏସ.ପି.ଭି.) ମଡେଲ ଗ୍ରହଣ କରିବ, ଯାହା ଆଇ.ଟି.ଆଇ. ଇକୋସିଷ୍ଟମର ଉନ୍ନତି ପାଇଁ ପୂର୍ବ ପ୍ରୟାସଠାରୁ ଭିନ୍ନ ହେବ।

ଏହି ଯୋଜନା ଅଧୀନରେ ଭୁବନେଶ୍ୱର, ଚେନ୍ନାଇ, ହାଇଦ୍ରାବାଦ, କାନପୁର ଏବଂ ଲୁଧିଆନାରେ ପାଞ୍ଚଟି ଜାତୀୟ ଦକ୍ଷତା ତାଲିମ ପ୍ରତିଷ୍ଠାନ (ଏନ୍.ଏସ୍.ଟି.ଆଇ.) ରେ ପ୍ରଶିକ୍ଷକଙ୍କ ଉନ୍ନତ ତାଲିମ (ଟି.ଓ.ଟି.) ସୁବିଧା ପାଇଁ ଭିତ୍ତିଭୂମିର ଉନ୍ନତିକରଣ କରାଯିବ। ଏହାବ୍ୟତୀତ ୫୦,୦୦୦ ପ୍ରଶିକ୍ଷକଙ୍କୁ ପ୍ରି-ସର୍ଭିସ୍ ଏବଂ ଇନ୍-ସର୍ଭିସ୍ ତାଲିମ ପ୍ରଦାନ କରାଯିବ।

ଭିତ୍ତିଭୂମି, ପାଠ୍ୟକ୍ରମର ପ୍ରାସଙ୍ଗିକତା, ନିଯୁକ୍ତି ସାମର୍ଥ୍ୟ ଏବଂ ଧନ୍ଦାମୂଳକ ପ୍ରଶିକ୍ଷଣ କ୍ଷେତ୍ରରେ ଦୀର୍ଘକାଳୀନ ଆହ୍ୱାନର ମୁକାବିଲା କରି, ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଆଇ.ଟି.ଆଇ. ଗୁଡ଼ିକୁ ଦକ୍ଷ ମାନବ ସମ୍ବଳର ଆବଶ୍ୟକତାକୁ ପୂରଣ କରିବା ପାଇଁ ଅଗ୍ରଭାଗରେ ରଖିବା, ଯାହା ଏକ ବିଶ୍ୱସ୍ତରୀୟ ଉତ୍ପାଦନ ଏବଂ ନବସୃଜନ ଶକ୍ତି କେନ୍ଦ୍ର ହେବା ଦିଗରେ ଭାରତର ଯାତ୍ରା ସହିତ ଯୋଡ଼ି ହୋଇ ରହିଛି। ଏହା ଶିଳ୍ପ ଚାହିଦା ଅନୁଯାୟୀ କୁଶଳୀ ଶ୍ରମିକଙ୍କ ଏକ ଭଣ୍ଡାର ସୃଷ୍ଟି କରିବ, ଯାହାଦ୍ୱାରା ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ୍ ଏବଂ ଅକ୍ଷୟ ଶକ୍ତି ଭଳି ଉଚ୍ଚ ଅଭିବୃଦ୍ଧି କ୍ଷେତ୍ରରେ ଦକ୍ଷତା ବିକାଶ ଅଭାବ ଦୂର ହେବ। ମୋଟାମୋଟି ଭାବେ ଏହି ପ୍ରସ୍ତାବିତ ଯୋଜନା ପ୍ରଧାନମନ୍ତ୍ରୀଙ୍କ ‘ବିକଶିତ ଭାରତ’ର ପରିକଳ୍ପନା ସହିତ ମେଳ ଖାଉଛି । ଏଥିରେ ଉଭୟ ବର୍ତ୍ତମାନର ଏବଂ ଭବିଷ୍ୟତର ଶିଳ୍ପ ଆବଶ୍ୟକତାକୁ ପୂରଣ କରିବା ପାଇଁ ଦକ୍ଷତା ବିକାଶ ଏକ ପ୍ରମୁଖ ସହାୟକ ଭାବେ କାର୍ଯ୍ୟ କରୁଛି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India develops first indigenous expendable turbo jet engine in 350 kg thrust class

Media Coverage

India develops first indigenous expendable turbo jet engine in 350 kg thrust class
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 27, 2026
July 27, 2026

Viksit Bharat in Motion: Indigenous Warships, Deepwater Energy, Transparent Exams & Cultural Revival