ଭାରତୀୟ ମହିଳାମାନଙ୍କ ଉପଲବ୍ଧିକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଏସବୁ ଉପଲବ୍ଧି ନାରୀ ଶକ୍ତିଙ୍କ ଆତ୍ମବିଶ୍ୱାସର ପରିଣାମ । ଏହି ଉପଲବ୍ଧିଗୁଡିକ ଅମୃତ କାଳର ସଂକଳ୍ପ ସାକାର ପାଇଁ ଆମକୁ ଭରସା ଦେଇଛି ।
ପ୍ରଧାନମନ୍ତ୍ରୀ, ବନ୍ଦେ ଭାରତ ଏକ୍ସପ୍ରେସର ପ୍ରଥମ ମହିଳା ଲୋକୋ ପାଇଲଟ ଶ୍ରୀମତୀ ସୁରେଖା ଯାଦବଙ୍କ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ରାଓସାହେବ ପାଟିଲ ଦାନଭେଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଏହା ନୂଆ ଭାରତର ନାରୀଶକ୍ତିର ଆତ୍ମବିଶ୍ୱାସ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆଜି ମହିଳାମାନେ ଯେଉଁ ଉପଲବ୍ଧି ହାସଲ କରୁଛନ୍ତି, ତାହା ଅମୃତକାଳରେ ଦେଶର ସଂକଳ୍ପଗୁଡିକୁ ସାକାର ପାଇଁ ବିଶ୍ୱାସ ପ୍ରଦାନ କରୁଛି ।”
यह नए भारत की नारीशक्ति का आत्मविश्वास है! जीवन के हर क्षेत्र में आज महिलाएं जिन उपलब्धियों को अपने नाम दर्ज करा रही हैं, वो अमृतकाल में देश के संकल्पों के साकार होने का विश्वास दिलाती हैं। https://t.co/cyFvpubnsl
— Narendra Modi (@narendramodi) March 15, 2023


