ରାଜା ଅବଦୁଲ୍ଲା ଦ୍ୱିତୀୟ ବିନ ଅଲ ହୁସେନଙ୍କ ନିମନ୍ତ୍ରଣରେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫ରୁ ୧୬ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଜୋର୍ଡାନର ହାସେମାଇଟ ରାଜ୍ୟ ଗସ୍ତ କରିବେ । ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ଭାରତ-ଜୋର୍ଡାନ ମଧ୍ୟରେ ସମ୍ପର୍କର ସମସ୍ତ ଦିଗ ଉପରେ ସମୀକ୍ଷା କରିବା ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଦୃଷ୍ଟିକୋଣ ଆଦାନପ୍ରଦାନ କରିବା ପାଇଁ ରାଜା ଅବଦୁଲ୍ଲା ଦ୍ୱିତୀୟ ବିନ ଅଲ ହୁସେନଙ୍କୁ ଭେଟିବେ । ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୭୫ତମ ବାର୍ଷିକୀ ଅବସରରେ ଆୟୋଜିତ ଏହି ଗସ୍ତ ଭାରତ ଓ ଜୋର୍ଡାନ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା, ପାରସ୍ପରିକ ଅଭିବୃଦ୍ଧି ଏବଂ ସମୃଦ୍ଧି ପାଇଁ ସହଯୋଗର ନୂତନ ମାର୍ଗ ଅନୁସନ୍ଧାନ କରିବା ତଥା ଆଞ୍ଚଳିକ ଶାନ୍ତି, ସମୃଦ୍ଧି, ସୁରକ୍ଷା ଏବଂ ସ୍ଥିରତାକୁ ପ୍ରୋତ୍ସାହିତ କରିବା ଦିଗରେ ଆମର ପ୍ରତିବଦ୍ଧତାକୁ ଦୋହରାଇବାର ଏକ ସୁଯୋଗ ପ୍ରଦାନ କରିବ ।

ଏହି ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟରେ, ଇଥିଓପିଆର ପ୍ରଧାନମନ୍ତ୍ରୀ ଡକ୍ଟର ଅବି ଅହମ୍ମଦ ଅଲ୍ଲୀଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ୧୬ରୁ ୧୭ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଇଥିଓପିଆକୁ ସରକାରୀ ଗସ୍ତରେ ଯିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହା ଇଥିଓପିଆକୁ ପ୍ରଥମ ଗସ୍ତ ହେବ । ସେ ଭାରତ-ଇଥିଓପିଆ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗ ଉପରେ ପ୍ରଧାନମନ୍ତ୍ରୀ ଡକ୍ଟର ଅବି ଅହମ୍ମଦ ଅଲ୍ଲୀଙ୍କ ସହିତ ବ୍ୟାପକ ଆଲୋଚନା କରିବେ । ଗ୍ଲୋବାଲ ସାଉଥରେ ଅଂଶୀଦାର ଭାବରେ, ଏହି ଗସ୍ତ ବନ୍ଧୁତା ଏବଂ ଦ୍ୱିପାକ୍ଷିକ ସହଯୋଗର ଘନିଷ୍ଠ ସମ୍ପର୍କକୁ ଆଗକୁ ବଢ଼ାଇବା ପାଇଁ ଦୁଇ ରାଷ୍ଟ୍ରର ସହଭାଗୀ ପ୍ରତିବଦ୍ଧତାର ପୁନରାବୃତ୍ତି ହେବ ।

ତାଙ୍କ ଗସ୍ତର ଶେଷ ପର୍ଯ୍ୟାୟରେ, ଓମାନର ସୁଲତାନ ହାଇଥମ ବିନ ତାରିକଙ୍କ ନିମନ୍ତ୍ରଣରେ, ପ୍ରଧାନମନ୍ତ୍ରୀ ୧୭ ରୁ ୧୮ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଓମାନର ସଲତନତ ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହା ଦ୍ୱିତୀୟ ଓମାନ ଗସ୍ତ ହେବ । ଭାରତ ଏବଂ ଓମାନ ଶତାବ୍ଦୀ ପୁରୁଣା ବନ୍ଧୁତା, ବାଣିଜ୍ୟିକ ସମ୍ପର୍କ ଏବଂ ଦୃଢ଼ ଲୋକସମ୍ପର୍କ ଉପରେ ଆଧାରିତ ଏକ ବ୍ୟାପକ ରଣନୈତିକ ସହଭାଗିତା ଶେୟାର କରିବେ । ଏହି ଗସ୍ତ ଦୁଇ ଦେଶ  ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୭୦ ବର୍ଷ ପୂର୍ତ୍ତିର ପ୍ରତୀକ । ଭାରତର ପ୍ରଧାନମନ୍ତ୍ରୀଙ୍କ ଏହି ଯାତ୍ରା ଡିସେମ୍ବର ୨୦୨୩ରେ ଓମାନର ସୁଲତାନଙ୍କ ଭାରତ ଗସ୍ତ ପରେ ହେବାକୁ ଯାଉଛି । ଏହି ଗସ୍ତ ଉଭୟ ପକ୍ଷ ପାଇଁ ବାଣିଜ୍ୟ, ନିବେଶ, ଶକ୍ତି, ପ୍ରତିରକ୍ଷା, ସୁରକ୍ଷା, ପ୍ରଯୁକ୍ତିବିଦ୍ୟା, କୃଷି ତଥା ସଂସ୍କୃତି କ୍ଷେତ୍ର ସମେତ ଦ୍ୱିପାକ୍ଷିକ ସହଭାଗୀତା ଉପରେ ବ୍ୟାପକ ସମୀକ୍ଷା କରିବା ଏବଂ ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ଆଦାନପ୍ରଦାନ କରିବାର ସୁଯୋଗ ପ୍ରଦାନ କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IndiaAI Mission-backed startup Avataar launches indigenous video AI model

Media Coverage

IndiaAI Mission-backed startup Avataar launches indigenous video AI model
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 13, 2026
June 13, 2026

Viksit Bharat Accelerating: Tech, Defense, Infra & Exports Power India's Global Leap Under the Leadership of PM Modi