ବିଶ୍ଵର ସାମୂହିକ ଯୋଗାଭ୍ୟାସ

Published By : Admin | May 26, 2015 | 15:00 IST

2014 ମସିହା ସେପ୍ଟେମ୍ବର ମାସରେ ମିଳିତ ଜାତିସଂଘର ସାଧାରଣର ପରିଷଦ ରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ଵ ସମୁଦାୟକୁ ସମୂହ ଭାବେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ ପାଇଁ ଆହ୍ଵାନ ଜଣାଇଥିଲେ । ମହାନ ଭାରତୀୟ ସଂସ୍କୃତିରୁ ଉଦ୍ଭବ ଏହି ବୈଚିତ୍ରମୟ ଯୋଗ ପରମ୍ପରା ପାଇଁ ଏହା ଉପଯୁକ୍ତ ସମ୍ମାନ ହେବ ବୋଲି ସେ ନିଜ ଭାଷଣରେ କହିଥିଲେ ।



2014 ଡିସେମ୍ବର ମାସରେ ମିଳିତ ଜାତିସଂଘ ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲା ଏବଂ ବିଶ୍ଵର 177ଟି ରାଷ୍ଟ୍ର ଏହାକୁ ସମର୍ଥନ ଜଣାଇବା ସହ ଜୁନ 21 ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ ରୂପେ ପାଳନ ନିମନ୍ତେ ସଂକଳ୍ପ ଗ୍ରହଣ କରିଥିଲେ । ଏହି 177 ଟି ରାଷ୍ଟ୍ର ବିଶ୍ଵର ସବୁ ମହାଦେଶର ଏବଂ ସବୁ କ୍ଷେତ୍ରକୁ ପ୍ରତିନିଧିତ୍ଵ କରନ୍ତି ।



ଜୁନ 21କୁ ଆନ୍ତର୍ଜାତିକ ଯୋଗ ଦିବସ ଘୋଷଣା ବିଶ୍ଵରେ ଯୋଗକୁ ଲୋକପ୍ରିୟ କରିବା ଦିଗରେ ଯଥେଷ୍ଟ ମାତ୍ରାରେ ସହାୟକ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଯୋଗର ଜଣେ ନିଷ୍ଠାପର ଅଭ୍ୟାସକାରୀ ଏବଂ ଯୋଗରେ ଜ୍ଞାନ, କର୍ମ ଓ ଭକ୍ତିର ଅପୂର୍ବ ସମନ୍ଵୟ ତଥା ଏହା ମଣିଷକୁ “ରୋଗ ମୁକ୍ତି” ଓ “ଭୋଗ ମୁକ୍ତି” ପ୍ରଦାନ କରିବ ବୋଲି ଶ୍ରୀ ମୋଦୀ ମତପୋଷଣ କରିଛନ୍ତି । ବସ୍ତୁତଃ, ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ଯୁବକମାନଙ୍କ ମଧ୍ୟରେ ଯୋଗକୁ ଅଧିକ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ କାର୍ଯ୍ୟରତ ସେ ଏକ ସ୍ଵତନ୍ତ୍ର ଯୋଗ ବିଶ୍ଵବିଦ୍ୟାଳୟର ଉଦ୍ଘାଟନ କରିଥିଲେ ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Private investment to GDP in FY24 set to hit 8-Year high since FY16: SBI Report

Media Coverage

Private investment to GDP in FY24 set to hit 8-Year high since FY16: SBI Report
NM on the go

Nm on the go

Always be the first to hear from the PM. Get the App Now!
...

ମେ 5,2017, ହେଉଛି ଦକ୍ଷିଣ ଏସିଆ ପାଇଁ ଐତିହାସିକ ଦିନ । ଦୁଇ ବର୍ଷ ପୂର୍ବରୁ ଭାରତ ଦକ୍ଷିଣ ଏସିଆରେ ବିକାଶ ଓ ସମୃଦ୍ଧି ପାଇଁ ଉନ୍ନତ ମହାକାଶ ଜ୍ଞାନକୌଶଳ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲା । ଦକ୍ଷିଣ ଏସିଆ ସାଟେଲାଇଟର ସଫଳ ପ୍ରକ୍ଷେପଣ ଏହାକୁ ପ୍ରମାଣିତ କରୁଛି । 

ଆକାଶରେ ଏହାର ସ୍ଥିତି ଉଚ୍ଚରେ ରହିଛି ଓ ଦକ୍ଷିଣ ଏସିଆ ଦେଶଗୁଡିକର ଘନିଷ୍ଠ ସମ୍ପର୍କକୁ ମହାକାଶ ବାହାରକୁ ସମ୍ପ୍ରସାରିତ କରାଇଛି! 

ଇତିହାସ ସୃଷ୍ଟିର ପ୍ରତୀକ ସ୍ୱରୂପ ଆଫଗାନିସ୍ତାନ, ବାଂଲାଦେଶ, ଭୂଟାନ, ନେପାଳ, ମାଳଦ୍ୱୀପ ଓ ଶ୍ରୀଲଙ୍କାର ନେତୃତ୍ୱ ଆଜି ଏହି ପ୍ରକ୍ଷେପଣ ସମାରୋହରେ ସାମିଲ ହୋଇଛନ୍ତି ।

ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ,ଦକ୍ଷିଣ ଏସିଆ ସାଟେଲାଇଟର ସଫଳ ପ୍ରକ୍ଷେପଣରୁ ତା'ର ସମ୍ଭାବିତ କାର୍ଯ୍ୟ ଉପରେ ପୁରା ବର୍ଣ୍ଣନା କରିଥିଲେ ।

ସେ କହିଲେ,ଏଭଳି ପରିଯୋଜନା ଦକ୍ଷିଣ ଏସିଆରେ ପ୍ରଥମ ଓ ଏହା ମାଧ୍ୟମରେ ଫଳପ୍ରଦ ଯୋଗାଯୋଗ,ଉତ୍ତମ ପ୍ରଶାସନ,ଉତ୍ତମ ବ୍ୟାଙ୍କିଙ୍ଗ୍ ଓ ଦୁର୍ଗମ ଅଂଚଳରେ ଉତ୍ତମ ଶିକ୍ଷା,ପାଣିପାଗର ଅଧିକ ସଠିକ୍ ପୂର୍ବାନୁମାନ ଓ କୁଶଳ ସମ୍ବଳ ମାନଚିତ୍ର, ଟେଲି ମେଡିସିନ ମାଧ୍ୟମରେ ଶୀର୍ଷ ଚିକିତ୍ସା ସେବା ସହ ଲୋକଙ୍କୁ ଯୋଡ଼ିବା ଓ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ତ୍ୱରିତ ପ୍ରତିକ୍ରିୟା ହୋଇପାରିବ ।

ଶ୍ରୀ ମୋଦୀ ଏହା ମଧ୍ୟ କହିଲେ ,''ଯେତେବେଳେ ଆମେ ହାତ ମିଳାଇବା ଓ ପରସ୍ପର ମଧ୍ୟରେ ଜ୍ଞାନ, କୌଶଳ ଓ ବିକାଶର ଫଳକୁ ଭାଗିଦାର କରିବା, ଆମେ ଆମର ବିକାଶ ଓ ସମୃଦ୍ଧିକୁ ଗତିଶୀଳ କରିପାରିବା ।''