“କ୍ରୀଡା ଭାବନା ଭବିଷ୍ୟତରେ କ୍ରୀଡାବିତମାନଙ୍କ ପାଇଁ ସଫଳତାର ଦ୍ୱାର ଖୋଲି ଦେବ”
“ଆଞ୍ଚଳିକ ସ୍ତରରେ ପ୍ରତିଯୋଗିତା କେବଳ ସ୍ଥାନୀୟ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରୁନାହିଁ ବରଂ ସମଗ୍ର ଅଞ୍ଚଳର କ୍ରୀଡାବିତମାନଙ୍କ ମନୋବଳ ବଢାଉଛି”
“ସାଂସଦ ଖେଳ ମହାକୁମ୍ଭ ଏକ ନୂଆ ରାସ୍ତା, ଏକ ନୂଆ ବ୍ୟବସ୍ଥା”
“ବିଶ୍ୱ କ୍ରୀଡାରେ ଦେଶର କ୍ଷମତା ପ୍ରଦର୍ଶିତ କରିବାରେ ସାଂସଦ ଖେଳ ମହାକୁମ୍ଭର ବହୁତ ବଡ ଭୂମିକା ରହିଛି”
“ସାଂସଦ ଖେଳ ମହାକୁମ୍ଭ କ୍ରୀଡାର ଭବିଷ୍ୟତ ପାଇଁ ବିଶାଳ ଭିତ୍ତିଭୂମି ସୃଷ୍ଟି କରିବାକୁ ଏକ ମଜବୁତ ମୂଳଦୁଆ ପକାଇଛି”
“୨୦୧୪ ତୁଳନାରେ କ୍ରୀଡା ମନ୍ତ୍ରଣାଳୟର ବଜେଟ ଆବଣ୍ଟନ ପ୍ରାୟ ୩ ଗୁଣ ଅଧିକ ରହିଛି”

ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ଗୋରଖପୁରର ସାଂସଦ ରବି କିଶନ ଶୁକ୍ଳା ଜୀ, ଉପସ୍ଥିତ ଯୁବ ଖେଳାଳୀବୃନ୍ଦ, କ୍ରୀଡା ପ୍ରଶିକ୍ଷକସମୁହ, ଅଭିଭାବକଗଣ ଏବଂ ବନ୍ଧୁଗଣ!
ସର୍ବପ୍ରଥମେ ମୁଁ ମହାଯୋଗୀ ଗୁରୁ ଗୋରଖନାଥଙ୍କ ପବିତ୍ର ଭୂମିକୁ ପ୍ରଣାମ କରୁଛି । ସାଂସଦ ଖେଳ ପ୍ରତିଯୋଗୀତାରେ ସାମିଲ ହୋଇଥିବା ସମସ୍ତ ଖେଳାଳିଙ୍କୁ ମୁଁ ଅଭିନନ୍ଦନ ଜଣାଉଛି, ନିଜର ଶୁଭେଚ୍ଛା ଜ୍ଞାପନ କରୁଛି । ଆପଣ ସମସ୍ତେ ଅନେକ ପରିଶ୍ରମ କରିଛନ୍ତି । ଏହି ପ୍ରତିଯୋଗୀତାରେ କେତେକ ଖେଳାଳି ବିଜୟୀ ହୋଇଥିବା ବେଳେ, ଆଉ କେତେକଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିବ । କ୍ରୀଡାର ପ୍ରାଙ୍ଗଣ ହେଉ ବା  ଜୀବନର, ବିଜୟ ପରାଜୟ ଲାଗି ରହିଛି । ମୁଁ କ୍ରୀଡାବିତମାନଙ୍କୁ ଏହା କହିବି ଯେ ଯଦି ଆପଣମାନେ ଏପର୍ଯ୍ୟନ୍ତ ପହଂଚିଛନ୍ତି, ତାହାହେଲେ ଆପଣମାନେ ହାରି ନାହାନ୍ତି । ଆପଣମାନେ ଜିତିବା ପାଇଁ ବହୁତ କିଛି ଶିଖିଛନ୍ତି, ଜ୍ଞାନ ଅର୍ଜନ କରିଛନ୍ତି, ଅନୁଭବ ପ୍ରାପ୍ତ କରିଛନ୍ତି ଏବଂ ଏହା ହିଁ ବିଜୟ ପାଇଁ ସର୍ବଶ୍ରେଷ୍ଠ ପୁଞ୍ଜି ଅଟେ । ଆପଣମାନେ ଦେଖିବେ, ଆପଣମାନଙ୍କ କ୍ରୀଡାବିତର ଭାବନା କିପରି ଭବିଷ୍ୟତରେ ଆପଣମାନଙ୍କ ପାଇଁ ସଫଳତାର ଦ୍ୱାର ଉନ୍ମୁକ୍ତ କରିବ ।
ମୋର ଯୁବ ସାଥୀଗଣ,
ମତେ କୁହାଯାଇଛି ଯେ, ଏହି ପ୍ରତିଯୋଗୀତାରେ କୁସ୍ତି, କବାଡି, ହକି ଭଳି ଖେଳ ସହିତ ଚିତ୍ରକଳା, ଲୋକଗୀତ, ଲୋକ ନୃତ୍ୟ ଏବଂ ତବଲା- ବଂଶୀବାଦକଙ୍କ ଭଳି କଳାକାରମାନେ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ଏହା ଏକ ଖୁବ ସୁନ୍ଦର, ପ୍ରଶଂସନୀୟ ଏବଂ ପ୍ରେରଣାଦାୟୀ ପଦକ୍ଷେପ ଅଟେ । ପ୍ରତିଭା ଖେଳର ହେଉ କିମ୍ବା କଳା – ସଂଗୀତର, ତାହାର ଭାବନା ଏବଂ ତାହାର ଉର୍ଜା ସମାନ ହିଁ ହୋଇଥାଏ । ବିଶେଷକରି ଆମର ଯେଉଁସବୁ ଭାରତୀୟ ରୀତି ନୀତି ରହିଛି, ଯେଉଁ ଯେଉଁ ଲୋକ ପରମ୍ପରା ରହିଛି, ସେସବୁକୁ ଆଗକୁ ବଢାଇବାର ନୈତିକ ଦାୟିତ୍ୱ ମଧ୍ୟ ଆମ ସମସ୍ତଙ୍କ ଉପରେ ମିଳିତ ଭାବେ ନ୍ୟସ୍ତ ରହିଛି । ରବି କିଶନ୍ ଜୀ ସ୍ୱୟଂ ଜଣେ ଏତେ ବଡ ପ୍ରତିଭାବାନ କଳାକାର ଅଟନ୍ତି, ଏଥିପାଇଁ ଏହା ସ୍ୱାଭାବିକ ଯେ ସେ କଳାର ମହତ୍ୱକୁ ଖୁବ ଭଲ ଭାବରେ ବୁଝନ୍ତି । ମୁଁ ଏହି ଆୟୋଜନ ପାଇଁ ରବି କିଶନ ଜୀଙ୍କୁ ବିଶେଷ ଭାବେ ଅଭିନନ୍ଦନ ଜଣାଉଛି ।
ବନ୍ଧୁଗଣ,
ଗତ କିଛି ସପ୍ତାହରେ ସାଂସଦ ଖେଳ ମହାକୁମ୍ଭରେ ଏହା ମୋର ତୃତୀୟ କାର୍ଯ୍ୟକ୍ରମ ଅଟେ । ମୁଁ ଭାବୁଛି ଯେ ଯଦି ଭାରତକୁ ବିଶ୍ୱର ସର୍ବଶ୍ରେଷ୍ଠ କ୍ରୀଡା ଶକ୍ତିରେ ପରିଣତ କରିବାର ଅଛି, ତେବେ ସେଥିପାଇଁ ଆମକୁ ନୂଆ ନୂଆ ଉପାୟ ଖୋଜିବାକୁ ପଡିବ, ନୂଆ ରାସ୍ତା ଚିହ୍ନଟ କରିବାକୁ ପଡିବ, ନୂତନ ବ୍ୟବସ୍ଥାଗୁଡିକର ମଧ୍ୟ ନିର୍ମାଣ କରିବାକୁ ପଡିବ । ଏହି ସାଂସଦ ଖେଳ ମହାକୁମ୍ଭ ଏଭଳି ହିଁ ଏକ ନୂତନ ମାର୍ଗ ଅଟେ, ନୂଆ ବ୍ୟବସ୍ଥା ଅଟେ । କ୍ରୀଡା ପ୍ରତିଭାମାନଙ୍କକୁ ଆଗକୁ ବଢାଇବା ପାଇଁ ଏହା ଅତ୍ୟନ୍ତ ଜରୁରୀ ଯେ ସ୍ଥାନୀୟ ସ୍ତରରେ ନିରନ୍ତର କ୍ରୀଡା ପ୍ରତିଯୋଗୀତାମାନ ଆୟୋଜିତ ହୋଇଚାଲୁ । ଲୋକସଭା ସ୍ତରରେ ଏଭଳି ପ୍ରତିଯୋଗୀତାମାନ ସ୍ଥାନୀୟ ପ୍ରତିଭାମାନଙ୍କୁ ତ ବିକଶିତ କରିଥାଏ, ତା ସହିତ ସମଗ୍ର ଅଂଚଳର ଖେଳାଳିମାନଙ୍କର ମନୋବଳକୁ ମଧ୍ୟ ବୃଦ୍ଧି କରିଥାଏ । ଆପଣମାନେ ଦେଖନ୍ତୁ, ଏହା ପୂର୍ବରୁ ଯେତେବେଳେ ଗୋରଖପୁରରେ ଖେଳ ମହାକୁମ୍ଭର ଆୟୋଜନ ହୋଇଥିଲା, ସେଥିରେ ପାଖାପାଖି ୧୮ରୁ ୨୦ ହଜାର ଖେଳାଳି ଭାଗ ନେଇଥିଲେ । ଚଳିତ ଥର ଏହି ସଂଖ୍ୟା ବୃଦ୍ଧି ପାଇ ୨୪- ୨୫ ହଜାରରେ ପହଂଚିଛି । ଏମାନଙ୍କ ମଧ୍ୟରେ ଆମର ପ୍ରାୟ ୯ ହଜାର ବାଳିକା କ୍ରୀଡାବିତ୍ ଅଛନ୍ତି । ଆପଣମାନଙ୍କ ମଧ୍ୟରେ ହଜାର ହଜାର ସଂଖ୍ୟାରେ ଏଭଳି ଯୁବକ ଯୁବତୀ ଅଛନ୍ତି, ଯେଉଁମାନେ କୌଣସି  ଛୋଟ ଛୋଟ ଗାଆଁରୁ ଆସିଛନ୍ତି, ଛୋଟ ଛୋଟ ସହରରୁ ଆସିଛନ୍ତି । ଏହା ଦର୍ଶାଉଛି ଯେ ସାଂସଦ ଖେଳ ପ୍ରତିଯୋଗୀତା କିଭଳି ଭାବେ ଯୁବା ଖେଳାଳିମାନଙ୍କୁ ନୂତନ ସୁଯୋଗ ପ୍ରଦାନ କରିବାର ନୂଆ ମଂଚ ଭାବେ ପ୍ରସ୍ତୁତ ହେଉଛି ।
ବନ୍ଧୁଗଣ,
କିଶୋର ଅବସ୍ଥାରେ ସାଧାରଣତଃ ଆମେ ଦେଖୁ ଯେ ପିଲାମାନେ କୌଣସି ଉଚ୍ଚା ଜିନିଷରୁ, କୌଣସି ଗଛର ଡାଳକୁ ଧରି ଓହଳିବାକୁ ଲାଗି ଥାଆନ୍ତି ଯେପରିକି ସେମାନଙ୍କର ଉଚ୍ଚତା ଆଉ ଟିକିଏ ବଢି ଯାଉ । ଅର୍ଥାତ୍ ବୟସ ଯାହା ବି ହେଉ, ଫିଟ ରହିବା ପାଇଁ ମନର ଏହି ଇଚ୍ଛା ସମସ୍ତଙ୍କ ଭିତରେ ରହିଥାଏ । ଆମର ଏଠାରେ ଗୋଟିଏ ସମୟ ଥିଲା ଯେତେବେଳେ ଗାଆଁ ଗଣ୍ଡାରେ ହେଉଥିବା ମେଳାରେ ଅନେକ ଖେଳ କୁଦ ମଧ୍ୟ ଆୟୋଜନ ହେଉଥିଲା । ଆଖଡାଗୁଡିକରେ ମଧ୍ୟ ବିଭିନ୍ନ ପ୍ରକାରର ଖେଳ କୁଦ ଚାଲିଥିଲା । କିନ୍ତୁ ସମୟ ବଦଳିଲା ଏବଂ ଏହି ସବୁ ପୁରୁଣା ବ୍ୟବସ୍ଥାଗୁଡିକ ଧିରେ ଧିରେ ହ୍ରାସ ପାଇବାକୁ ଲାଗିଲା । ପରିସ୍ଥିତି ତ ଏଭଳି ମଧ୍ୟ ହୋଇଗଲା ଯେ ସ୍କୁଲଗୁଡିକରେ ଶାରିରୀକ ତାଲିମର ଯେଉଁ ପିରିୟଡ ରହୁଥିଲା, ସେସବୁକୁ ମଧ୍ୟ ଟାଇମ ପାସର ପିରିୟଡ ଭାବେ ଗ୍ରହଣ କରି ନିଆଗଲା । ଏଭଳି ଚିନ୍ତାଧାରା କାରଣରୁ ଦେଶ ନିଜର ତିନି ଚାରି ପିଢୀକୁ ନଷ୍ଟ କରି ଦେଲା । ନାଁ ଭାରତରେ ଖେଳ ସୁବିଧାଗୁଡିକ ବୃଦ୍ଧି ପାଇଲା ନାଁ ହିଁ ନୂତନ କ୍ରୀଡା ବ୍ୟବସ୍ଥାଗୁଡିକୁ ସ୍ୱରୂପ ଦିଆଗଲା । ଆପଣମାନେ ଟିଭିରେ ଯେଉଁ ସବୁ ପ୍ରକାରର ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଦେଖନ୍ତି, ସେତେବେଳେ ଏକଥା ମଧ୍ୟ ଜାଣିପାରନ୍ତି ଯେ ସେମାନଙ୍କ ମଧ୍ୟରୁ କେତେ ଯେ ପିଲା ଛୋଟ ଛୋଟ ସହରର ହୋଇଥାଆନ୍ତି । ଏହିଭଳି ଆମ ଦେଶରେ ଅନେକ ଗୁପ୍ତ ଏବଂ ସୁପ୍ତ ସାମର୍ଥ୍ୟ ଅଛନ୍ତି, ଯେଉଁମାନେ ବାହାରକୁ ଆସିବା ପାଇଁ ବ୍ୟାକୁଳ ଅଟନ୍ତି । କ୍ରୀଡା ଜଗତର ଏଭଳି ସାମର୍ଥ୍ୟକୁ ସମ୍ମୁଖକୁ ଆଣିବାରେ ସାଂସଦ ଖେଳ ମହାକୁମ୍ଭର ବହୁତ ବଡ ଭୂମିକା ରହିଛି । ଆଜି ଦେଶରେ ଭାଜପାର ଶହ ଶହ ସାଂସଦ ଏଭଳି ଖେଳ ମହାକୁମ୍ଭର ଆୟୋଜନ କରାଉଛନ୍ତି । ଆପଣମାନେ କଳ୍ପନା କରନ୍ତୁ, କେତେ ବଡ ସଂଖ୍ୟାରେ ଯୁବା ଖେଳାଳିଙ୍କୁ ଆଗକୁ ବଢିବାର ସୁଯୋଗ ମିଳୁଛି । ଏହି ପ୍ରତିଯୋଗୀତାରୁ ଆଗକୁ ବଢି କେତେ ଖେଳାଳି ରାଜ୍ୟ ସ୍ତରରେ ଏବଂ ଜାତୀୟ ସ୍ତରରେ ଖେଳିବେ । ଆପଣମାନଙ୍କ ମଧ୍ୟରୁ ହିଁ ଏଭଳି ପ୍ରତିଭାମାନେ ବାହାରିବେ ଯେଉଁମାନେ ଆଗକୁ ଯାଇ ଅଲିମ୍ପିକସ ଭଳି ଆନ୍ତର୍ଜାତିକ ଆୟୋଜନରେ ଦେଶ ପାଇଁ ପଦକ ଜିତିବେ । ଏଥିପାଇଁ ମୁଁ ସାଂସଦ ଖେଳ ମହାକୁମ୍ଭକୁ ସେହି ମଜବୁତ ମୂଳଦୁଆ ଭଳି ମାନୁଛି ଯାହା ଉପରେ ଭବିଷ୍ୟତର ସୁରମ୍ୟ ଅଟ୍ଟାଳିକାର ନିର୍ମାଣ ହେବାକୁ ଯାଉଛି ।
ବନ୍ଧୁଗଣ,
ଖେଳ ମହାକୁମ୍ଭ ଭଳି ଆୟୋଜନ ସହିତ ହିଁ ଆଜି ଦେଶର ଛୋଟ ଛୋଟ ସହରରେ ସ୍ଥାନୀୟ ସ୍ତରରେ କ୍ରୀଡା ସୁବିଧାମାନ ନିର୍ମାଣ ଉପରେ ଜୋର ଦିଆଯାଉଛି । ଗୋରଖପୁରର ଆଂଚଳିକ ସ୍ପୋର୍ଟସ ଷ୍ଟାଡିୟମ ଏହାର ଏକ ବଡ ଉଦାହରଣ ଅଟେ । ଗୋରଖପୁରର ଗ୍ରାମୀଣ କ୍ଷେତ୍ରରେ ଯୁବକଯୁବତୀମାନଙ୍କ ପାଇଁ ମଧ୍ୟ ଶହେରୁ ଅଧିକ ଖେଳ ପଡିଆ ପ୍ରସ୍ତୁତ କରାଯାଇଛି । ମତେ କୁହାଯାଇଛି ଯେ ଚୌରିଚୌରାରେ ଗ୍ରାମୀଣ ମିନି ଷ୍ଟାଡିୟମ ମଧ୍ୟ ତିଆରି କରାଯାଉଛି । ଖେଲୋ ଇଣ୍ଡିଆ ଅଭିଯାନ ଅଧିନରେ ଅନ୍ୟ ଖେଳ ସୁବିଧାଗୁଡିକ ସହିତ ଖେଳାଳିମାନଙ୍କ ପ୍ରଶିକ୍ଷଣ ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି । ଏବେ ଦେଶ ଏକ ସାମଗ୍ରିକ ଲକ୍ଷ୍ୟ ସହିତ ଆଗକୁ ବଢୁଛି । ଚଳିତ ବର୍ଷର ବଜେଟରେ ଏଥିପାଇଁ ଅନେକଗୁଡିଏ ବ୍ୟବସ୍ଥା କରାଯାଇଛି । ୨୦୧୪ ତୁଳନାରେ କ୍ରୀଡା ମନ୍ତ୍ରଣାଳୟର ବଜେଟ ଏବେ ପ୍ରାୟ ୩ ଗୁଣା ଅଧିକ ହୋଇଛି ।  ଆଜି ଦେଶରେ ଅନେକୁଗଡିଏ ଆଧୁନିକ ଷ୍ଟାଡିୟମ ନିର୍ମିତ ହେଉଛି । ଟିଓପିଏସ୍ (ଟପ୍‌ସ୍‌) ଭଳି ଯୋଜନାଗୁଡିକ ଜରିଆରେ ଖେଳାଳିମାନଙ୍କ ପ୍ରଶିକ୍ଷଣ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଉଛି । ଖେଲୋ ଇଣ୍ଡିଆ ସହିତ ଫିଟ ଇଣ୍ଡିଆ ଏବଂ ଯୋଗ ଭଳି ଅଭିଯାନ ମଧ୍ୟ ଆଗକୁ ବଢୁଛି । ଉତମ ପୋଷଣ ପାଇଁ ମିଲେଟସ ଅର୍ଥାତ୍ ମୋଟା ଶସ୍ୟ ଉପରେ ଜୋର ଦିଆଯାଉଛି । ଯଅ, ବାଜରା, ଭଳି ମୋଟା ଶସ୍ୟ, ସୁପରଫୁଡ ଶ୍ରେଣୀରେ ଆସୁଛି । ଏଥିପାଇଁ ଦେଶ ଏହାକୁ ଶ୍ରୀଅନ୍ନର ପରିଚୟ ଦେଇଛି । ଆପଣ ସମସ୍ତଙ୍କୁ ଏହି ଅଭିଯାନଗୁଡିକ ସହ ଯୋଡି ହେବାକୁ ପଡିବ, ଦେଶର ଏହି ମିଶନର ନେତୃତ୍ୱ ନେବାକୁ ହେବ । ଆଜି ଅଲିମ୍ପିକ୍ସରୁ ନେଇ ଅନ୍ୟ ବଡ ବଡ ପ୍ରତିଯୋଗୀତା ପର୍ଯ୍ୟନ୍ତ, ଯେଉଁଭଳି ଭାରତର ଖେଳାଳିମାନେ ପଦକ ଜିତୁଛନ୍ତି, ସେହି ଧାରାକୁ ଆପଣମାନଙ୍କ ଭଳି ଯୁବା ଖେଳାଳି ହିଁ ଆଗକୁ ବଢାଇବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's space economy set to soar; projected to reach $40–45 billion in the next decade

Media Coverage

India's space economy set to soar; projected to reach $40–45 billion in the next decade
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the values of compassion and contentment
August 24, 2026

The Prime Minister, Shri Narendra Modi, said that compassion brings self-respect and contentment brings true happiness. He noted that this spirit further strengthens the bonds of cooperation and harmony in society.

The Prime Minister shared a Sanskrit Subhashitam-

“कारुण्येनात्मनो मानं तृष्णां च परितोषतः।

उत्थानेन जयेत्तन्द्रीं वितर्कं निश्चयाज्जयेत्॥”

The Subhashitam conveys that self-respect is achieved by showing kindness or compassion to others. Greed is overcome by being satisfied at one's fortune in life. One must conquer laziness, dubious reasoning and indecisiveness by exertion and entrepreneurship.

The Prime Minister wrote on X;

“करुणा से आत्म-सम्मान और संतोष से सच्ची खुशी मिलती है। इसी भाव से समाज में सहयोग और सद्भाव की डोर और सशक्त होती है।

कारुण्येनात्मनो मानं तृष्णां च परितोषतः।

उत्थानेन जयेत्तन्द्रीं वितर्कं निश्चयाज्जयेत्॥”