Launches various new initiatives under e-court project
Pays tributes to the victims of 26/11 terrorist attack
“India is moving ahead with force and taking full pride in its diversity”
“‘We the people’ in the Preamble is a call, an oath and a trust”
“In the modern time, the Constitution has embraced all the cultural and moral emotions of the nation”
“Identity of India as the mother of democracy needs to be further strengthened”
“Azadi ka Amrit Kaal is ‘Kartavya Kaal’ for the nation”
“Be it people or institutions, our responsibilities are our first priority”
“Promote the prestige and reputation of India in the world as a team during G20 Presidency”
“Spirit of our constitution is youth-centric”
“We should talk more about the contribution of the women members of the Constituent Assembly”

ଭାରତର ମୁଖ୍ୟ ନ୍ୟାୟାଧୀଶ ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ଼ ଜୀ, କେନ୍ଦ୍ର ଆଇନ ମନ୍ତ୍ରୀ ଶ୍ରୀ କିରଣ ଜୀ, ଜଷ୍ଟିସ ଶ୍ରୀ ସଞ୍ଜୟ କିଶନ କୋଲ ଜୀ, ଜଷ୍ଟିସ ଶ୍ରୀ ଏସ. ଅବଦୁଲ ନଜୀର ଜୀ, ଆଇନ ରାଜ୍ୟମନ୍ତ୍ରୀ ଶ୍ରୀ ଏସ.ପି. ସିଂହ ବଘେଲ ଜୀ, ଏଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରମଣି ଜୀ, ସୁପ୍ରିମ କୋର୍ଟ ବାର୍ ଆସୋସିଏସନର ସଭାପତି ଶ୍ରୀ ବିକାଶ ସିଂହ ଜୀ, ଏଠାରେ ସମସ୍ତ ଉପସ୍ଥିତ ନ୍ୟାୟାଧୀଶଗଣ, ସମ୍ମାନିତ ଅତିଥିଗଣ, ମହିଳା ଏବଂ ଭଦ୍ର ଲୋକମାନେ, ନମସ୍କାର!

ଆପଣ ସମସ୍ତଙ୍କୁ ଏବଂ ସମସ୍ତ ଦେଶବାସୀଙ୍କୁ ସମ୍ବିଧାନ ଦିବସର ହାର୍ଦ୍ଦିକ ଶୁଭକାମନା । ୧୯୪୯ରେ ଏହା ଆଜିର ଦିନ ଥିଲା, ଯେତେବେଳେ ସ୍ୱତନ୍ତ୍ର ଭାରତ ନିଜ ପାଇଁ ଏକ ନୂତନ ଭବିଷ୍ୟତ ପାଇଁ ମୂଳଦୁଆ ସ୍ଥାପନ କରିଥିଲା । ଚଳିତ ଥର ସମ୍ବିଧାନ ଦିବସ ଏଥିପାଇଁ ମଧ୍ୟ ବିଶେଷ ଅଟେ କାରଣ ଭାରତ ନିଜର ସ୍ୱାଧୀନତାର ୭୫ ବର୍ଷ ପୂରଣ କରୁଛି, ଆମେ ସମସ୍ତେ ଅମୃତ ମହୋତ୍ସବ ପାଳନ କରୁଛୁ ।

ମୁଁ ଆଧୁନିକ ଭାରତର ସ୍ୱପ୍ନ ଦେଖିଥିବା ବାବା ସାହେବ ଆମ୍ବେଦକରଙ୍କ ସମେତ ସମ୍ବିଧାନ ସଭାର ସମସ୍ତ ସଦସ୍ୟମାନଙ୍କୁ, ସମସ୍ତ ସମ୍ବିଧାନ ନିର୍ମାତାମାନଙ୍କୁ ଆଦରପୂର୍ବକ ପ୍ରଣାମ କରୁଛି । ଗତ ସାତ ଦଶକରେ ସମ୍ବିଧାନର ବିକାଶ ଏବଂ ବିସ୍ତାର ଯାତ୍ରାରେ ବିଧାନମଣ୍ଡଳ, ନ୍ୟାୟତନ୍ତ୍ର ଏବଂ କାର୍ଯ୍ୟପାଳକମାନେ ଅଗଣିତ ଲୋକମାନଙ୍କର ମଧ୍ୟ ଯୋଗଦାନ ରହିଛି । ମୁଁ ଏହି ଅବସରରେ ଦେଶ ପକ୍ଷରୁ ସେମାନଙ୍କ ପ୍ରତି କୃତଜ୍ଞତା ଜଣାଉଛି ।

ସାଥୀମାନେ,

ଆଜି ୨୬/୧୧, ମୁମ୍ବାଇ ଆତଙ୍କବାଦ ଆକ୍ରମଣର ଦିନ ମଧ୍ୟ ଅଟେ । ୧୪ ବର୍ଷ ପୂର୍ବରୁ, ଯେତେବେଳେ ଭାରତ, ନିଜର ସମ୍ବିଧାନ ଏବଂ ନିଜର ନାଗରିକମାନଙ୍କର ଅଧିକାରର ପର୍ବ ପାଳନ କରୁଥିଲା, ସେହି ଦିନ ମାନବତାର ଶତ୍ରୁମାନେ ଭାରତ ଉପରେ ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ କରିଥିଲେ । ମୁମ୍ବାଇ ଆତଙ୍କ ଆକ୍ରମଣରେ ଯେଉଁମାନଙ୍କର ମୃତୁ୍ୟ ହୋଇଥିଲା, ମୁଁ ସେମାନଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ସାଥୀମାନେ,

ଆଜିର ବୈଶ୍ୱିକ ପରିସ୍ଥିତିରେ, ସମଗ୍ର ବିଶ୍ୱର ଦୃଷ୍ଟି ଭାରତ ଉପରେ ରହିଛି । ଭାରତର ଦୃଢ଼ ବିକାଶ, ଭାରତର ଦ୍ରୁତ ଗତିରେ ବଢୁଥିବା ଅର୍ଥ ବ୍ୟବସ୍ଥା ଏବଂ ଭାରତର ମଜବୁତ ହେଉଥିବା ଅନ୍ତରାଷ୍ଟ୍ରୀୟ ଛବି ମଧ୍ୟରେ, ଦୁନିଆ ଆମକୁ ବହୁତ ଭରସାର ସହିତ ଦେଖୁଛି । ଏକ ଏଭଳି ଦେଶ, ଯାହା ସମ୍ପର୍କରେ ଆଶଙ୍କା କରାଯାଉଥିଲା ଯେ ସେ ନିଜର ସ୍ୱାଧୀନତା ସ୍ଥିର ରଖିପାରିବେ ନାହିଁ, ଯାହା ସମ୍ପର୍କରେ କୁହାଯାଉଥିଲା ଯେ ତାହା ବିଚ୍ଛୁରିତ ହୋଇଯିବ । ଆଜି ସମ୍ପୂର୍ଣ୍ଣ ଶକ୍ତିର ସହିତ, ନିଜର ସମସ୍ତ ବିବିଧାଗୁଡ଼ିକ ଉପରେ ଗର୍ବ କରିବାକୁ ଯାଇ ଏ ଦେଶ ଆଗକୁ ବଢୁଛି । ଏବଂ ଏହାର ସବୁ ପଛରେ, ଆମର ସବୁଠାରୁ ବଡ଼ ଶକ୍ତି ଆମର ସମ୍ବିଧାନ ଅଟେ ।

ଆମର ସମ୍ବିଧାନର ଭୂମିକା ଆରମ୍ଭରେ ଯେଉଁ ‘ୱି ଦ ପିପୁଲ’ ଲେଖାଯାଇଛି, ଏହା କେବଳ ତିନୋଟି ଶବ୍ଦ ନୁହେଁ, ‘ୱି ଦ ପିପୁଲ’ ଏକ ଆହ୍ୱାନ ଅଟେ, ଏକ ପ୍ରତିଜ୍ଞା ଅଟେ, ଏକ ବିଶ୍ୱାସ ଅଟେ । ସମ୍ବିଧାନରେ ଲେଖାଯାଇଥିବା ଏହି ଭାବନା, ସେହି ଭାରତର ମୂଳ ଭାବନା ଅଟେ, ଯାହା ଦୁନିଆରେ ଲୋକତନ୍ତ୍ରର ଜନନୀ ରହି ଆସିଛି, ମଦର ଅଫ ଡେମୋକ୍ରେସି ରହିଆସିଛି । ଏହି ଭାବନା ଆବକୁ ବୈଶାଳୀର ଗଣରାଜ୍ୟର ମଧ୍ୟ ଦେଖାଯାଉଛି, ବେଦର ମନ୍ତ୍ରରେ ମଧ୍ୟ ଦେଖାଯାଇଥାଏ । ମହାଭାରତରେ ମଧ୍ୟ କୁହାଯାଇଛି-

ଲୋକ-ରଂଜନମ ଏବ ଅତ୍ର, ରାଜାଂ ଧର୍ମଃ ସନାତନଃ ।

ସତ୍ୟସ୍ୟ ରକ୍ଷଣଂ ଚୈବ, ବ୍ୟବହାରସ୍ୟ ଚାର୍ଜୱମ୍ । ।

ଅର୍ଥାତ, ଲୋକକୁ, ଅର୍ଥାତ ନାଗରିକଙ୍କୁ ସୁଖି ରଖିବା, ସତ୍ୟ ସହିତ ଛିଡ଼ା ହେବା ଏବଂ ସରଳ ବ୍ୟବହାର, ଏହା ରାଜ୍ୟର ବ୍ୟବହାର ହେବା ଆବଶ୍ୟକ । ଆଧୁନିକ ସନ୍ଦର୍ଭରେ ଭାରତର ସମ୍ବିଧାନ ଦେଶର ଏହି ସମସ୍ତ ସାଂସ୍କୃତିକ ଏବଂ ନୈତିକ ଭାବନାଗୁଡ଼ିକୁ ସମାହିତ କରାଯାଇଛି ।

ମୋତେ ସନ୍ତୋଷ ଲାଗୁଛି ଯେ, ଆଜି ଦେଶ ‘ମଦର ଅଫ ଡେମେକ୍ରେସି’ ଭାବରେ ନିଜର ଏହି ପ୍ରାଚୀନ ଆଦର୍ଶକୁ, ଏବଂ ସମ୍ବିଧାନର ଭାବନାକୁ ଲଗାତାର ମଜବୁତ କରୁଛି । ସମର୍ଥକ ଲୋକମାନଙ୍କ ନୀତିମାନଙ୍କର ଶକ୍ତିରୁ ଆଜି ଦେଶ ଏବଂ ଦେଶର ଗରୀବ, ଦେଶର ମା’-ଭଉଣୀମାନେ, ତାଙ୍କର ସଶକ୍ତୀକରଣ ହେଉଛି । ସାଧାରଣ ମଣିଷମାନଙ୍କ ପାଇଁ ଆଜି ଆଇନକୁ ସରଳ କରାଯାଉଛି । ସମୟାନୁସାରେ ନ୍ୟାୟ ପାଇଁ ଆମର ନ୍ୟାୟତନ୍ତ୍ର ମଧ୍ୟ କ୍ରମାଗତ ଅନେକ ସାର୍ଥକ ପଦକ୍ଷେପ ନେଇଛନ୍ତି । ଆଜି ମଧ୍ୟ ସୁପି୍ରମକୋର୍ଟ ଦ୍ୱାରା ଆରମ୍ଭ କରାଯାଇଥିବା ଇ-ଇନିସିଏଟିଭସକୁ ଶୁଭାରମ୍ଭ କରିବାର ସୁଯୋଗ ମୋତେ ମିଳିଛି । ମୁଁ ଏହି ଶୁଭାରମ୍ଭ ପାଇଁ, ଏବଂ ‘ନାୟ ପାଇଁ ସୁବିଧା’ର ପ୍ରୟାସ ପାଇଁ ମୁଁ ଆପଣ ସମସ୍ତଙ୍କୁ ଶୁଭକାମନା ଜଣାଉଛି ।

ସାଥୀମାନେ,

ଚଳିତଥର ୧୫ ଅଗଷ୍ଟକୁ ଲାଲକିଲ୍ଲାରୁ ମୁଁ କର୍ତ୍ତବ୍ୟର କଥା ଉପରେ ଜୋର ଦେଇଥିଲି । ଏହା ଆମର ସମ୍ବିଧାନର ଭାବନାର ପ୍ରକଟୀକରଣ ଅଟେ । ମହାତ୍ମା ଗାନ୍ଧୀ କହୁଥିଲେ ଯେ- “ଆମର ଅଧିକାର ଆମର ସେହି କର୍ତ୍ତବ୍ୟ ଅଟେ, ଯାହାକୁ ଆମେ ସ୍ୱଚ୍ଛ, ଅଖଣ୍ଡତା ଏବଂ ତ୍ୟାଗର ସହିତ ପୂରା କରିଥାଉ ।” ଆଜି ଅମୃତ କାଳରେ ଯେତେବେଳେ ଆମେ ସ୍ୱାଧୀନତାର ୭୫ ବର୍ଷ ପୂରଣ କରି ଆଗାମୀ ୨୫ ବର୍ଷର ଯାତ୍ରା ଆରମ୍ଭ କରିବାକୁ ଯାଉଛୁ, ସେତେବେଳେ ସମ୍ବିଧାନର ଏହି ମନ୍ତ୍ର ଦେଶ ପାଇଁ ଏକ ସଂକଳ୍ପ ହୋଇଛି ।

ସ୍ୱାଧୀନତାର ଏହି ଅମୃତ କାଳ ଦେଶ ପାଇଁ କର୍ତ୍ତବ୍ୟ କାଳ ଅଟେ । ତେଣିକି ସେ ବ୍ୟକ୍ତି ହେଉ କିମ୍ବା ସଂସ୍ଥା, ଆମର ଦାୟିତ୍ୱ ହିଁ ଆଜି ଆମର ପ୍ରଥମ ପ୍ରାଥମିକତା ଅଟେ । ନିଜର କର୍ତ୍ତବ୍ୟ ପଥରେ ଚାଲିବାକୁ ଯାଇ ଆମେ ଦେଶର ବିକାଶକୁ ନୂତନ ଶିଖରକୁ ନେଇପାରିବା । ଆଜି ଭାରତ ସମ୍ମୁଖରେ ପ୍ରତିଦିନ ନୂଆ ଅବସର ସୃଷ୍ଟି ହେଉଛି, ଭାରତ ପ୍ରତ୍ୟେକ ଆହ୍ୱାନକୁ ପାର କରିବାକୁ ଯାଇ ଆଗକୁ ବଢୁଛି ।

ଏକ ସପ୍ତାହ ପରେ ଭାରତକୁ ଜି-୨ଠ ପ୍ରେସିଡେନ୍ସି ମଧ୍ୟ ମିଳିବାକୁ ଯାଉଛି । ଏହା ବହୁତ ବଡ଼ ଅବସର ଅଟେ । ଆମେ ସମସ୍ତେ ଟିମ ଇଣ୍ଡିଆ ଭାବରେ ବିଶ୍ୱରେ ଭାରତର ପ୍ରତିଷ୍ଠାକୁ ବଢ଼ାଇବା, ଭାରତର ଯୋଗଦାନ ବିଶ୍ୱ ସମ୍ମୁଖକୁ ନେଇଯିବ, ଏହା ମଧ୍ୟ ଆମର ସମସ୍ତଙ୍କର ସାମୁହିକ ଦାୟିତ୍ୱ ଅଟେ । ଭାରତର ଗଣତନ୍ତ୍ରର ମା’ ଭାବରେ ଯେଉଁ ପରିଚୟ ଅଛି, ଆମକୁ ତାହାକୁ ଆହୁରି ସଶକ୍ତ କରିବାକୁ ହେବ ।

ସାଥୀମାନେ,

ଆମର ସମ୍ବିଧାନର ଆହୁରି ଏକ ବିଶେଷତା ଅଛି, ଯାହା ଆଜିର ଯୁବଗୋଷ୍ଠୀ ଭାରତରେ ଆହୁରି ମଧ୍ୟ ପ୍ରାସଙ୍ଗିକ ହୋଇଯାଇଛି । ଆମର ସମ୍ବିଧାନ ନିର୍ମାତାମାନେ ଆମକୁ ଏକ ଏଭଳି ସମ୍ବିଧାନ ଦେଇଛନ୍ତି, ଯାହା ଉନ୍ମୁକ୍ତ ଅଛି, ଭବିଷ୍ୟବାଦୀ ଦୃଷ୍ଟିକୋଣ ଅଛି ଏବଂ ନିଜର ଆଧୁନିକ ଦୃଷ୍ଟିକୋଣ ପାଇଁ ଜଣାଯାଇଥାଏ । ଏଥିପାଇଁ ସ୍ୱାଭାବିକ ଭାବରେ ଆମର ସମ୍ବିଧାନର ବିଚାରଧାରା ଯୁବକୈନ୍ଦ୍ରିକ ଅଟେ ।

ଆଜି ସ୍ପେଟର୍ସ ହେଉ କିମ୍ବା ଷ୍ଟାଟଅପ୍ସ, ସୂଚନା ପ୍ରଦୌଗିକ ହେଉ କିମ୍ବା ଡିଜିଟାଲ ପେମେଣ୍ଟସ, ଭାରତର ବିକାଶର ପ୍ରତ୍ୟେକ ବିସ୍ତୀର୍ଣ୍ଣତାରେ ଯୁବଶକ୍ତି ନିଜର ପତାକା ଲହରାଉଛି । ଆମର ସମ୍ବିଧାନ ଏବଂ ସଂସ୍ଥାମାନଙ୍କର ଭବିଷ୍ୟତର ଦାୟିତ୍ୱ ମଧ୍ୟ ଆମର ଏହି ଯୁବକମାନଙ୍କ କାନ୍ଧ ଉପରେ ରହିଛି ।

ଏଥିପାଇଁ, ଆଜି ସମ୍ବିଧାନ ଦିବସରେ ମୁଁ ସରକାରଙ୍କ ବ୍ୟବସ୍ଥାଗୁଡ଼ିକର, ଦେଶର ନ୍ୟାୟପାଳିକଙ୍କୁ ଗୋଟିଏ ଅନୁରୋଧ ମଧ୍ୟ କରିପାରିବି । ଆଜିର ଯୁବକମାନଙ୍କ ଠାରେ ସମ୍ବିଧାନକୁ ନେଇ ବୁଝିବାର ଶକ୍ତି ଆହୁରି ବୃଦ୍ଧି ଘଟୁ । ଏଥିପାଇଁ ଏହା ଜରୁରୀ ଅଟେ ଯେ ସେମାନେ ସାମ୍ବିଧାନିକ ବିଷୟ ଉପରେ ତର୍କ ଏବଂ ଆଲୋଚନାର ଅଂଶ ହେଉ । ଯେତେବେଳେ ଆମର ସମ୍ବିଧାନ ହେଲା, ସେତେବେଳେ ଦେଶ ସମ୍ମୁଖରେ କ’ଣ ପରିସ୍ଥିତି ମାନ ଥିବ, ସମ୍ବିଧାନ ସଭାର କଥାବାର୍ତ୍ତାରେ ସେହି ସମୟରେ କ’ଣ ହୋଇଥିଲା, ଆମର ଯୁବଶକ୍ତିଙ୍କୁ ଏହି ସମସ୍ତ ବିଷୟ ଉପରେ ଜ୍ଞାନ ରହିବା ଆବଶ୍ୟକ । ଏହାଦ୍ୱାରା ତାଙ୍କର ସମ୍ବିଧାନକୁ ନେଇ ଇଚ୍ଛାଶକ୍ତି ଆହୁରି ବୃଦ୍ଧି ହେବ । ଏହାଦ୍ୱାରା ଯୁବଗୋଷ୍ଠୀଙ୍କ ମଧ୍ୟରେ ସମାନତା ଏବଂ ସଶକ୍ତିକରଣ ଭଳି ବିଷୟଗୁଡ଼ିକୁ ବୁଝିବାର ଦୃଷ୍ଟିକୋଣ ସୃଷ୍ଟିହେବ ।

ଉଦାହରଣ ଭାବରେ, ଆମର ସମ୍ବିଧାନ ସଭାରେ ୧୫ ମହିଳା ସଦସ୍ୟ ଥିଲେ । ଏବଂ ସେଥିରେ ‘ଦକଶାୟିନୀ ବେଲାୟୁଧନ’ ନାମକ ମହିଳା ଥିଲେ, ଯିଏ ଏକ ପ୍ରକାରରେ ବଂଚିତ ସମାଜରୁ ବାହାରି ସେ ପର୍ଯ୍ୟନ୍ତ ପହଂଚିଥିଲେ। ସେ ଦଳିତ, ମଜଦୂରଙ୍କ ସହିତ ଜଡ଼ିତ ଅନେକ ବିଷୟ ଉପରେ ମହତ୍ତ୍ୱପୂର୍ଣ୍ଣ ହସ୍ତକ୍ଷେପ କରିଥିଲେ । ଦୁର୍ଗାବାଇ ଦେଶମୁଖ, ହିଂସା ମେହତା, ରାଜକୁମାରୀ ଅମୃତ କୌର, ଏହିଭଳି ଆହୁରି ଅନେକ ମହିଳା ସଦସ୍ୟମାନେ ମଧ୍ୟ ମହିଳାମାନଙ୍କ ସହିତ ଜଡ଼ିତ ବିଷୟ ଉପରେ ପ୍ରମୁଖ ଯୋଗଦାନ ଦେଇଥିଲେ । ତାଙ୍କର ଯୋଗଦାନର ଚର୍ଚ୍ଚା କମ ହୋଇ ପାରୁଥିଲା ।

ଯେତେବେଳେ ଆମର ଯୁବଗୋଷ୍ଠୀ ସେମାନଙ୍କୁ ଜାଣିବେ, ସେତେବେଳେ ତାଙ୍କୁ ନିଜର ପ୍ରଶ୍ନର ଉତ୍ତର ମଧ୍ୟ ମିଳିଯିବ। ଏହାଦ୍ୱାରା ସମ୍ବିଧାନ ପ୍ରତି ଯେଉଁ ନିଷ୍ଠା ସୃଷ୍ଟି ହେବ, ତାହା ଆମର ଲୋକତନ୍ତ୍ରକୁ, ଆମର ସମ୍ବିଧାନକୁ ଏବଂ ଦେଶର ଭବିଷ୍ୟତକୁ ମଜବୁତ କରିବ । ସ୍ୱାଧୀନତାର ଅମୃତ କାଳରେ, ଏହା ମଧ୍ୟ ଦେଶର ଏକ ପ୍ରମୁଖ ଆବଶ୍ୟକତା ଅଟେ । ମୋତେ ଆଶା ଅଛି, ସମ୍ବିଧାନ ଦିବସ ଏହି ଦିଗରେ ଆମର ସଂକଳ୍ପକୁ ଆହୁରି ଅଧିକ ଶକ୍ତି ଦେବ ।

ଏହି ବିଶ୍ୱାସ ସହିତ, ଆପଣ ସମସ୍ତଙ୍କୁ ବହୁତ ହବୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PLI scheme for food processing creates 3.39 lakh jobs, disburses ₹2,162 crore in Incentives

Media Coverage

PLI scheme for food processing creates 3.39 lakh jobs, disburses ₹2,162 crore in Incentives
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives in a mishap at a cracker factory in Thrissur, Keralam
April 21, 2026
PM announces ex-gratia from PMNRF

The Prime Minister, Shri Narendra Modi has condoled the loss of lives due to a mishap at a cracker factory in Thrissur, Keralam. Shri Modi also wished speedy recovery for those injured in the mishap.

The Prime Minister announced an ex-gratia from PMNRF of Rs. 2 lakh to the next of kin of each deceased and Rs. 50,000 for those injured.

The Prime Minister posted on X:

“Saddened to hear about the loss of lives due to the mishap at a cracker factory in Thrissur, Keralam. My deepest condolences to those who have lost their loved ones. May the injured recover at the earliest: PM @narendramodi"

"The Prime Minister has announced that an ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000." 

"തൃശൂരിലെ പടക്ക നിർമാണശാലയിലുണ്ടായ അപകടത്തിൽ നിരവധി ജീവനുകൾ പൊലിഞ്ഞ വാർത്തയറിഞ്ഞതിൽ ദുഃഖമുണ്ട്. പ്രിയപ്പെട്ടവരെ നഷ്ടപ്പെട്ടവരുടെ വേദനയിൽ പങ്കുചേരുന്നു. പരിക്കേറ്റവർ എത്രയും വേഗം സുഖം പ്രാപിക്കട്ടെ: പ്രധാനമന്ത്രി

@narendramodi."

"മരിച്ച ഓരോ വ്യക്തിയുടെയും കുടുംബത്തിന് പ്രധാനമന്ത്രിയുടെ ദേശീയ ദുരിതാശ്വാസ നിധിയിൽ (PMNRF) നിന്ന് 2 ലക്ഷം രൂപ ധനസഹായം നൽകുമെന്ന് പ്രധാനമന്ത്രി അറിയിച്ചു. പരിക്കേറ്റവർക്ക് 50,000 രൂപ വീതം നൽകും."