ପ୍ରଧାନମନ୍ତ୍ରୀ ଆଜି ମହାରାଷ୍ଟ୍ର ପୁଣେଠାରେ କେତେକ ବିକାଶ ମୂଳକ ପ୍ରକଳ୍ପ ଶିଳାନ୍ୟାସ କରିବା ସହ ଉଦ୍‌ଘାଟନ ମଧ୍ୟ କରିଛନ୍ତି
ପୁଣେ ମେଟ୍ରୋରେ ଶେଷ ହୋଇଥିବା ସେକ୍ସନରେ ମେଟ୍ରୋ ଟ୍ରେନ ଯାତ୍ରାର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି
ପିଏମଏୱାଇ ଅଧୀନରେ ନିର୍ମିତ ହେବାକୁ ଥିବା ଓ ସମ୍ପୂର୍ଣ୍ଣ ହୋଇଥିବା ଆବାସସ୍ଥଳୀ ଶିଳାନ୍ୟାସ ଓ ହସ୍ତାନ୍ତର କାର୍ଯ୍ୟ ସମ୍ପନ୍ନ କରିଛନ୍ତି ।
ବର୍ଜ୍ୟରୁ ଶକ୍ତି କାରଖାନା କରିଛନ୍ତି ଉଦ୍‌ଘାଟନ
“ପୁଣେ ଏକ ଚଳଚଞ୍ଚଳ ନଗରୀ ଯାହାଦେଶର ଅର୍ଥନୀତିକୁ ଗତି ପ୍ରଦାନ କରିଛି ଓ ସମଗ୍ର ଦେଶର ଯୁବା ଶକ୍ତିଙ୍କ ସ୍ୱପ୍ନକୁ ସାକାର କରୁଛି”
“ଆଧୁନିକ ଭାରତର ମେଟ୍ରୋ ନୂତନ ଜୀବନ ରେଖା ପାଲଟିଛି”
“ସ୍ୱାଧୀନତା ପରଠାରୁ ମହାରାଷ୍ଟ୍ରର ଶିଳ୍ପ ବିକାଶ ଭାରତର ଶିଳ୍ପ ବିକାଶ ନିମନ୍ତେ ରାସ୍ତା ଉନ୍ମକ୍ତ କରିଛି”
“ସେ ଗରିବ ହେଉ ବା ମଧ୍ୟବିତ୍ ଶ୍ରେଣୀ ସମସ୍ତଙ୍କ ସ୍ୱପ୍ନ୍ନ ସାକାର କରିବା ହେଉଛି ମୋଦୀଙ୍କ ଗ୍ୟାରେଣ୍ଟି”

ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀମାନ ରାମେଶ ବୈଶ ମହୋଦୟ, ମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଦ ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଗଣ, ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବୀଶ ମହାଶୟ, ଅଜିତ ପାୱାର ମହାଶୟ,  ଭାଇ ଦିଲୀପ ମହାଶୟ, ଅନ୍ୟ ମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକଗଣ, ଭାଇ ଓ ଭଉଣୀମାନେ ।

ଅଗଷ୍ଟ ମାସ, ହେଉଛି ଉତ୍ସବ ଏବଂ ବିପ୍ଳବର ମାସ,

ବିପ୍ଳବର ଏହି ମାସ ଆରମ୍ଭରେ, ମୁଁ ପୁଣେରେ ଅଛି,

ଏଠାକୁ ଆସିବାର ମୋତେ ସୌଭାଗ୍ୟ ମିଳିଛି ।

ବାସ୍ତବରେ, ଭାରତର ସ୍ୱାଧୀନତା ଆନେ୍ଦାଳନକୁ ପୁଣେର ବହୁତ ବଡ ଯୋଗଦାନ ରହିଛି । ପୁଣେ, ବାଲ ଗଙ୍ଗାଧର ତିଲକଙ୍କ ଭଳି ଅନେକ ବିପ୍ଳବୀ, ସ୍ୱାଧୀନତା ସଗ୍ରାମୀ ଦେଶକୁ ଦେଇଛି । ଆଜି ମଧ୍ୟ ହେଉଛି ଲୋକଶାହିର ଅନ୍ନା ଭାଉ ସାଠେଙ୍କ ଜୟନ୍ତି । ଏହା ହେଉଛି ଆମ ସମସ୍ତଙ୍କ ପାଇଁ ବହୁତ ବିଶେଷ ଦିନ । ଅନ୍ନା ଭାଉ ସାଠେ, ମହାନ ସମାଜ ସଂସ୍କାରକ ଥିଲେ, ବାବା ସାହେବ ଆମ୍ବେଦକରଙ୍କ ଚିନ୍ତାଧାରାରେ ପ୍ରଭାବିତ ହୋଇଥିଲେ । ଆଜି ମଧ୍ୟ ବ୍ୟାପକ ସଂଖ୍ୟାରେ ଛାତ୍ର ଏବଂ ବିଦ୍ୱାନ ତାଙ୍କ ସାହିତ୍ୟ ଉପରେ ଗବେଷଣା କରୁଛନ୍ତି । ଅନ୍ନା ଭାଉ ସାଠେଙ୍କ କାର୍ଯ୍ୟ, ତାଙ୍କର ଆହ୍ୱାନ ଆଜି ମଧ୍ୟ ଆମ ସମସ୍ତଙ୍କୁ ପ୍ରେରଣା ଦେଉଛି ।

 

ସାଥୀଗଣ,

ପୁଣେ, ଦେଶର ଅର୍ଥ ବ୍ୟବସ୍ଥାକୁ ଗତି ଦେବାରେ, ସାରା ଦେଶର ଯୁବକମାନଙ୍କର ସ୍ୱପ୍ନକୁ ପୂରଣ କରୁଥିବା ଭଳି ହେଉଛି ଏକ ଜୀବନ୍ତ ସହର । ଆଜି ଯେଉଁ ପ୍ରକଳ୍ପ ପୁଣେ ଏବଂ ପିମ୍ପରୀ- ଚିଂଚୱାଡକୁ ମିଳିଛି, ତାହା ଦ୍ୱାରା ଏହି ଭୂମିକା ଆହୁରି ସଶକ୍ତ ହେବାକୁ ଯାଉଛି । ଏବେ ଏଠାରେ ପାଖାପାଖି 15 ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକର୍ପଣ ହୋଇଛି । ହଜାର ହଜାର ପରିବାରକୁ ପକ୍କା ଘର ମିଳିଛି, ଆବର୍ଜନାରୁ ସଂପଦ ପ୍ରସ୍ତୁତ କରିବାର, ଆବର୍ଜନାରୁ କଂଚନ ପ୍ରସ୍ତୁତ କରିବାର ଆଧୁନିକ ପ୍ଲାଂଟ ମିଳିଛି । ଏହି ସମସ୍ତ ପ୍ରକଳ୍ପ ଗୁଡିକ ପାଇଁ ମୁଁ ସମସ୍ତ ପୁଣେ ବାସୀଙ୍କୁ, ଏଠାକାର ସମସ୍ତ ନାଗରିକ ମାନଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।

ସାଥୀଗଣ,

ଆମ ସରକାର, ସହରରେ ରହୁଥିବା ଲୋକ ବିଶେଷକରି ମଧ୍ୟମ ବର୍ଗର, ପେଶାଦାରମାନଙ୍କର, ସେମାନଙ୍କର ଗୁଣାତ୍ମକ ଜୀବନ ଶୈଳୀକୁ ନେଇ ହେଉଛି ବହୁତ ଗମ୍ଭୀର । ଯେତେବେଳେ ଗୁଣାତ୍ମକ ଜୀବନ ଶୈଳୀ ସୁଧୁରି ଯାଇଥାଏ, ସେତେବେଳେ ସେହି ସହରର ବିକାଶ  ମଧ୍ୟ ଆହୁରି ଦ୍ରୁତ ଗତିରେ ହୋଇଥାଏ । ପୁଣେ ଭଳି ଆମ ସହରରେ ଗୁଣାତ୍ମକ ଜୀବନ ଶୈଳୀ ଅଧିକ ଉନ୍ନତ ହେଉ, ଏଥିପାଇଁ ଆମ ସରକାର କ୍ରମାଗତ ଭାବେ କାର୍ଯ୍ୟ କରୁଛନ୍ତି ।  ଏଠାକୁ ଆସିବା ପୂର୍ବରୁ ପୁଣେ ମେଟ୍ରୋର ଆଉ ଏକ ସେକ୍ସନର ଲୋକାର୍ପଣ ହୋଇଛି । ମୋର ସ୍ମରଣ ଅଛି, ଯେତେବେଳେ ପୁଣେ ମେଟ୍ରୋ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା, ସେତେବେଳେ ମୋତେ ଏହାର ଶିଳାନ୍ୟାସ କରିବାର ସୁଯୋଗ ମିଳିଥିଲା ଆଉ ଦେବେନ୍ଦ୍ର ମହାଶୟ ବଡ ମଜାଦାର ଢଙ୍ଗରେ ତାହାର ବର୍ଣ୍ଣନା ମଧ୍ୟ କଲେ । ଏହି 5 ବର୍ଷରେ ଏଠାରେ ପ୍ରାୟ 24 କିଲୋମିଟର ମେଟ୍ରୋ ନେଟୱର୍କ ଆରମ୍ଭ ହୋଇ ସାରିଛି ।

ସାଥୀଗଣ,

ଆମେ ଭାରତର ସହରମାନଙ୍କରେ ରହୁଥିବା ଲୋକମାନଙ୍କର ଜୀବନର ମାନଦଣ୍ଡ ଉନ୍ନତ ହେଉ ଏବଂ ତାକୁ ଯଦି ଆମେ ନୂତନ ଶୀଖର ଦେବାର ଅଛି ତେବେ ଆମକୁ ସାଧାରଣ ପରିବହନକୁ ଆଧୁନିକ କରିବାକୁ ହେବ । ଆଉ ଏଥିପାଇଁ ହିଁ ଆଜି ଭାରତର ସହରମାନଙ୍କରେ କ୍ରମାଗତ ଭାବେ ମେଟ୍ରୋ ନେଟୱର୍କର ସଂପ୍ରସାରଣ ହେଉଛି, ନୂଆ- ନୂଆ ଫ୍ଲାଏଓଭର ନିର୍ମାଣ କରାଯାଉଛି, ରେଡ ଲାଇଟ୍ସର ସଂଖ୍ୟା କମ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ବର୍ଷ 2014 ସୁଦ୍ଧା ଭାରତରେ 250 କିଲୋମିଟରରୁ ମଧ୍ୟ କମ୍ ମେଟ୍ରୋ ନେଟୱର୍କ ଥିଲା । ଏଥି ମଧ୍ୟରୁ ଅଧିକାଂଶ ଦିଲ୍ଲୀ-ଏନସିଆରରେ ହିଁ ଥିଲା । ଏବେ ଦେଶରେ ମେଟ୍ରୋ ନେଟୱର୍କ ବୃଦ୍ଧି ପାଇ 800 କିଲୋମିଟରରୁ ମଧ୍ୟ ଅଧିକ ହୋଇଯାଇଛି । ଏହା ବ୍ୟତୀତ ଏକ ହଜାର କିଲୋମିଟରର ନୂତନ ମେଟ୍ରୋ ଲାଇନ ପାଇଁ ମଧ୍ୟ କାର୍ଯ୍ୟ ଚାଲୁ ରହିଛି । 2014ରେ କେବଳ 5ଟି ସହରରେ ମେଟ୍ରୋ ନେଟୱର୍କ ଥିଲା । ଆଜି ଦେଶର 20ଟି ସହରରେ ମେଟ୍ରୋ ନେଟୱର୍କ ସଂଚାଳିତ ହେଉଛି । ମହାରାଷ୍ଟ୍ରରେ ହିଁ ପୁଣେ ବ୍ୟତୀତ ମୁମ୍ବଇ ଏବଂ ନାଗପୁରରେ ମଧ୍ୟ ମେଟ୍ରୋର ସଂପ୍ରସାରଣ ହେଉଛି । ଏହି ମେଟ୍ରୋ ନେଟୱର୍କ, ଆଧୁନିକ ଭାରତର ସହରଗୁଡିକ ପାଇଁ ନୂତନ ଜୀବନରେଖା ପାଲଟି ଯାଉଛି । ପୁଣେ ଭଳି ସହରରେ ପର୍ଯ୍ୟାବରଣର ସୁରକ୍ଷା ପାଇଁ, ପ୍ରଦୂଷଣ ହ୍ରାସ କରିବା ଲାଗି ମେଟ୍ରୋର ସଂପ୍ରସାରଣର ବହୁତ ଆବଶ୍ୟକତା ରହିଛି । ଏଥିପାଇଁ ମଧ୍ୟ ଆମ ସରକାର ମେଟ୍ରୋ ନେଟୱର୍କ ବୃଦ୍ଧି କରିବା ପାଇଁ ଏତେ ପରିଶ୍ରମ କରୁଛନ୍ତି ।

 

ଭାଇ ଓ ଭଉଣୀମାନେ,

ଗୁଣାତ୍ମକ ଜୀବନ ଶୈଳୀରେ ସୁଧାର ଆଣିବାର ଆଉ ଏକ ଦିଗ ହେଉଛି, ସହରରେ ପରିଷ୍କାର- ପରିଚ୍ଛନ୍ନତାର ବ୍ୟବସ୍ଥା ମଧ୍ୟ ହେଉ । ଗୋଟିଏ ସମୟ ଥିଲା, ଯେତେବେଳେ ବିକଶିତ ଦେଶର ସହରଗୁଡିକୁ ଦେଖି କୁହାଯାଉଥିଲା- ବାହଃ କେତେ ପରିଷ୍କାର ସହର । ଏବେ ଆମେ ଭାରତର ସହରଗୁଡ଼ିକୁ ମଧ୍ୟ ସେହିଭଳି ସମାଧାନ ଦେଉଛୁ । ସ୍ୱଚ୍ଛ ଭାରତ ଅଭିଯାନ, କେବଳ ଶୌଚାଳୟର ନିର୍ମାଣ ପର୍ଯ୍ୟନ୍ତ ସୀମିତ ନାହିଁ । ଏହି ଅଭିଯାନରେ ବର୍ଜ୍ୟ ପରିଚାଳନା ଉପରେ ମଧ୍ୟ ବହୁତ ଅଧିକ ଧ୍ୟାନ ଦିଆ ଯାଉଛି । ଆମ ସହରରେ ବଡ଼- ବଡ଼ ଆବର୍ଜନାର ପାହାଡ଼ ବହୁତ ବଡ଼ ସମସ୍ୟା ପାଲଟି ଯାଇଛି । ଆପଣମାନେ ମଧ୍ୟ ଜାଣିଛନ୍ତି ଯେ ପୁଣେରେ ଯେଉଁଠାରେ ମେଟ୍ରୋର ଡିପୋ ନିର୍ମାଣ ହୋଇଛି, ତାହା ପ୍ରଥମେ କୋଥରୁଡ ଆବର୍ଜନା ଡମ୍ପିଙ୍ଗୟାର୍ଡ ଭାବେ ପରିଚିତ ଥିଲା । ଏବେ ଏହି ଆବର୍ଜନାର ପାହାଡକୁ ହଟାଇବା ପାଇଁ ମଧ୍ୟ ମିଶନ ମୋଡରେ କାର୍ଯ୍ୟ ଚାଲୁ ରହିଛି । ଆଉ ଆମେ ଆବର୍ଜନାରୁ କଂଚନ- ଅର୍ଥ ବର୍ଜ୍ୟରୁ ସମ୍ପଦର ମନ୍ତ୍ର ଉପରେ କାର୍ଯ୍ୟ କରୁଛୁ । ପିମ୍ପରୀ- ଚିଂଚୱାଡ଼ର ଆବର୍ଜନାରୁ ଶକ୍ତି ପ୍ଲାଂଟ, ହେଉଛି ବହୁତ ହିଁ ଉନ୍ନତ ପ୍ରକଳ୍ପ । ଏଥିରେ ଆବର୍ଜନାରୁ ବିଜୁଳି ଉତ୍ପାଦନ ହେଉଛି । ଏହିଠାରେ ଯେଉଁ ବିଜୁଳି ଉତ୍ପନ୍ନ ହେବ, ସେଥିରୁ ନିଗମ ନିଜର ଆବଶ୍ୟକତା ମଧ୍ୟ ପୂରଣ କରି ପାରିବ । ଅର୍ଥାତ ପ୍ରଦୂଷଣର ସମସ୍ୟା ମଧ୍ୟ ରହିବ ନାହିଁ ଏବଂ ନଗର ନିଗମର ମଧ୍ୟ ସଂଚୟ ହୋଇ ପାରିବ ।

ସାଥୀଗଣ,

ସ୍ୱାଧୀନତାର ପରେ ହିଁ ମହାରାଷ୍ଟ୍ରର ଔଦ୍ୟୋଗିକ ବିକାଶ ଭାରତର ଔଦ୍ୟୋଗିକ ବିକାଶକୁ ନିରନ୍ତର ଗତି ପ୍ରଦାନ କରିଛି । ମହାରାଷ୍ଟ୍ରରେ ଔଦ୍ୟୋଗିକ ବିକାଶକୁ ଆହୁରି ଅଧିକ ବୃଦ୍ଧି କରିବା ପାଇଁ, ଏଠାରେ ଆଧୁନିକ ଭିତ୍ତିଭୂମିର ନିର୍ମାଣର ମଧ୍ୟ ସେତିକି ହିଁ ଆବଶ୍ୟକତା ରହିଛି । ଏଥିପାଇଁ ଆଜି ଆମ ସରକାର ମହାରାଷ୍ଟ୍ରରେ ଭିତ୍ତିଭୂମିରେ ଯେତେ ନିବେଶ କରୁଛନ୍ତି, ତାହା ହେଉଛି ଅଦ୍ଭୁତପୂର୍ବ । ଆଜି ଏଠାରେ ବଡ଼- ବଡ଼ ଏକ୍ସପ୍ରେସ-ୱେ, ନୂଆ- ନୂଆ ରେଳପଥ, ନୂଆ- ନୂଆ ବିମାନ ବନ୍ଦରର ନିର୍ମାଣ କରାଯାଉଛି । ରେଳବାଇର ବିକାଶ ପାଇଁ ଏଠାରେ 2014 ପୂର୍ବ ତୁଳନାରେ 12 ଗୁଣା ଅଧିକ ଖର୍ଚ୍ଚ କରାଯାଉଛି । ମହାରାଷ୍ଟ୍ରର ଭିନ୍ନ- ଭିନ୍ନ ସହରର ଆଖପାଖକୁ ରାଜ୍ୟର ଅର୍ଥନୈତିକ କେନ୍ଦ୍ର ସହିତ ଯୋଡ଼ା ଯାଉଛି । ମୁମ୍ବଇ- ଅହମ୍ମଦାବାଦ ହାଇସ୍ପିଡ଼ ରେଳ ଦ୍ୱାରା ଗୁଜରାଟ ଏବଂ ମହାରାଷ୍ଟ୍ର, ଉଭୟକୁ ଲାଭ ମିଳିବ । ଦିଲ୍ଲୀ- ମୁମ୍ବଇ ଅର୍ଥନୈତିକ କରିଡର, ମହାରାଷ୍ଟ୍ରକୁ ମଧ୍ୟପ୍ରଦେଶ ଏବଂ ଉତର ଭାରତର ଅନ୍ୟ ରାଜ୍ୟଗୁଡ଼ିକ ସହିତ ଯୋଡ଼ିବ । ପଶ୍ଚିମ ଉତ୍ସର୍ଗୀକୃତ ଫ୍ରେଟ କରିଡର ଦ୍ୱାରା ମହାରାଷ୍ଟ୍ର ଏବଂ ଉତର ଭାରତ ମଧ୍ୟରେ ରେଳ ଯୋଗାଯୋଗ ମଧ୍ୟ ସମ୍ପୂର୍ଣ୍ଣ ଭାବେ ବଦଳି ଯିବ । ମହାରାଷ୍ଟ୍ରକୁ ତେଲଙ୍ଗାନା, ଛତିଶଗଡ଼ ଏବଂ ଅନ୍ୟ ପଡୋଶୀ ରାଜ୍ୟଗୁଡ଼ିକ ସହିତ ଯୋଡ଼ିବା ପାଇଁ ଯେଉଁ ପରିବହନ ଲାଇନ୍ ନେଟୱର୍କ ବିଛା ଯାଇଛି, ତାହା ଦ୍ୱାରା ମଧ୍ୟ ମହାରାଷ୍ଟ୍ରର ଉଦ୍ୟୋଗ ଗୁଡ଼ିକୁ ନୂତନ ଗତି ମିଳିବାକୁ ଯାଉଛି । ତୈଳ ଏବଂ ଗ୍ୟାସ ପାଇପ୍ ଲାଇନ ହେଉ, ଔରଙ୍ଗାବାଦ ଔଦ୍ୟୋଗିକ ନଗରୀ ହେଉ, ନବୀ ମୁମ୍ବଇ ବିମାନ ବନ୍ଦର ହେଉ, ଶୈନ୍ଦ୍ର- ବିଡ଼କିନ ଔଦ୍ୟୋଗିକ ପାର୍କ ହେଉ, ଏହା ମହାରାଷ୍ଟ୍ରର ଅର୍ଥବ୍ୟବସ୍ଥାକୁ ନୂତନ ଗତି ଦେବାର ସାମର୍ଥ୍ୟ ରଖିଛି ।

 

ସାଥୀଗଣ,

ଆମ ସରକାର, ରାଜ୍ୟର ବିକାଶ ଦ୍ୱାରା, ଦେଶର ବିକାଶର ମନ୍ତ୍ରକୁ ନେଇ ଚାଲୁଛି । ଯେତେବେଳେ ମହାରାଷ୍ଟ୍ରର ବିକାଶ ହେବ, ସେତେବେଳେ ଭାରତର ବିକାଶ ହେବ । ଆଉ ଯେତେବେଳେ ଭାରତର ବିକାଶ ହେବ, ସେତେବେଳେ ତାହାର ସେତିକି ହିଁ ଲାଭ ମହାରାଷ୍ଟ୍ରକୁ ମଧ୍ୟ ମିଳିବ । ଆଜି-କାଲି, ସାରା ବିଶ୍ୱର ଲୋକ, ଭାରତର ଚର୍ଚ୍ଚା କରୁଛନ୍ତି । ଏହି ବିକାଶର ଲାଭ ମହାରାଷ୍ଟ୍ରକୁ ମଧ୍ୟ ହେଉଛି, ପୁଣେକୁ ମଧ୍ୟ ହେଉଛି । ଆପଣମାନେ ଦେଖୁଛନ୍ତି, ବିଗତ 9 ବର୍ଷରେ ଭାରତ ନବସୃଜନ ଏବଂ ଷ୍ଟାର୍ଟ- ଅପ୍ସ କ୍ଷେତ୍ରରେ ବିଶ୍ୱରେ ନୂତନ ପରିଚୟ ସୃଷ୍ଟି କରିଛି । 9 ବର୍ଷ ପୂର୍ବରୁ ଭାରତରେ ମାତ୍ର କେତେ ଶହ ଷ୍ଟାର୍ଟ ଅପ୍ସ ଥିଲା । ଆଜି ଆମେ 1 ଲକ୍ଷ ଷ୍ଟାର୍ଟଅପ୍ସକୁ ଅତିକ୍ରମ କରି ଯାଇଛେ । ଏହି ଷ୍ଟାର୍ଟ ଅପ୍ସ, ଏହି ଇକୋ ସିଷ୍ଟମ ଏଥିପାଇଁ ଏତେ ପ୍ରସ୍ଫୁଟିତ ହେଉଛି। କାରଣ ଆମେ ଡିଜିଟାଲ ଭିତ୍ତିଭୂମିର ସମ୍ପ୍ରସାରଣ କରିଛୁ । ଆଉ ଭାରତରେ ଡିଜିଟାଲ ଭିତିଭୂମିର ମୂଳଦୁଆ ନିର୍ମାଣ କରିବାରେ ପୁଣେର ବହୁତ ଐତିହାସିକ ଭୂମିକା ରହିଛି । ଶସ୍ତା ଡାଟା, ଶସ୍ତା ଫୋନ ଏବଂ ଗାଁ- ଗାଁରେ ପହଂଚୁଥିବା ଇଂଟରନେଟ ସୁବିଧା ଏହି କ୍ଷେତ୍ରକୁ ସୁଦୃଢ଼ କରୁଛି । ଆଜି ଭାରତ, ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ 5G ସେବା ଆରମ୍ଭ କରିଥିବା ଦେଶଗୁଡ଼ିକ ମଧ୍ୟରୁ ହେଉଛି ଗୋଟିଏ । ଆଜି ଦେଶରେ ଫିନଟେକ୍ ହେଉ, ବାୟୋଟେକ୍ ହେଉ, ଏଗ୍ରିଟେକ୍ ହେଉ, ପ୍ରତ୍ୟେକ କ୍ଷେତ୍ରରେ ଆମର ଯୁବକମାନେ ଚମକ୍ରାର କରୁଛନ୍ତି । ଏହାର ବହୁତ ବଡ଼ ଲାଭ ପୁଣେକୁ ହେଉଛି ।

ସାଥୀଗଣ,

ଗୋଟିଏ ପଟେ ମହାରାଷ୍ଟ୍ରରେ ଆମେ ଚତୁର୍ଦ୍ଦିଗରୁ ବିକାଶ ହେଉଥିବା ଦେଖୁଛେ । ସେହିପରି ଅନ୍ୟପଟେ ପଡୋଶୀ ରାଜ୍ୟ କର୍ଣ୍ଣାଟକରେ ଏହା ହେଉଛି, ତା’ ମଧ୍ୟ ଆମ ସାମ୍ନାରେ ଅଛି । ବେଙ୍ଗାଲୁରୁ ହେଉଛି ଏତେ ବଡ଼ ଆଇଟି କେନ୍ଦ୍ର, ହେଉଛି ବୈଶ୍ୱିକ ନିବେଶକଙ୍କର କେନ୍ଦ୍ର । ଏହା ଜରୁରୀ ଥିଲା ଯେ ଏହି ସମୟରେ ବେଙ୍ଗାଲୁରୁର, କର୍ଣ୍ଣାଟକର ଦ୍ରୁତ ଗତିରେ ବିକାଶ ହେଉ । କିନ୍ତୁ ସେଠାରେ ଯେଉଁଭଳି ଭାବେ ଘୋଷଣାମାନ କରି ସରକାର ଗଠନ କରାଯାଇଛି, ତାହାର ଦୁଃସ୍ପରିଣାମ ଏତେ କମ୍ ସମୟରେ ଆଜି ସାରା ବିଶ୍ୱ ଦେଖୁଛି ଆଉ ଚିନ୍ତାର ଅନୁଭବ କରୁଛି । ଯଦି କୌଣସି ଦଳ ନିଜର ନିହିତ ସ୍ୱାର୍ଥ ପାଇଁ ସରକାରୀ ରାଜକୋଷ ଖାଲି କରିଥାଏ, ତେବେ ଏହାର କ୍ଷତି ସର୍ବାଧିକ ଭାବେ ରାଜ୍ୟର ଲୋକମାନଙ୍କୁ ହୋଇଥାଏ, ଆମର ଯୁବ ପିଢ଼ୀଙ୍କର ଭବିଷ୍ୟତ ଉପରେ ପ୍ରଶ୍ନ ଚିହ୍ନ ଲାଗି ଯାଇଥାଏ । ଏହାଦ୍ୱାରା ସେହି ଦଳର ସରକାର ତ ଗଠନ ହୋଇ ଯାଇଥାଏ, କିନ୍ତୁ ଲୋକମାନଙ୍କର ଭବିଷ୍ୟତ ଅସୁବିଧାରେ ପଡ଼ି ଯାଇଥାଏ । ପରିସ୍ଥିତି ଏହା ରହିଛି ଯେ କର୍ଣ୍ଣାଟକ ସରକାର ନିଜେ ସ୍ୱୀକାର କରୁଛନ୍ତି ଯେ ତାଙ୍କ ପାଖରେ ବେଙ୍ଗାଲୁରୁର ବିକାଶ ପାଇଁ, କର୍ଣ୍ଣାଟକର ବିକାଶ ପାଇଁ, ରାଜକୋଷ ଖାଲି ପଡ଼ି ରହିଛି, ପଇସା ନାହିଁ । ଭାଇମାନେ, ଏହା ହେଉଛି ଦେଶ ପାଇଁ ବହୁତ ଚିନ୍ତାଜନକ । ଏହି ପରିସ୍ଥିତି ଆମେ ରାଜସ୍ଥାନରେ ମଧ୍ୟ ଦେଖୁଛୁ, ସେଠାରେ ମଧ୍ୟ ଋଣର ବୋଝ ବଢ଼ୁଛି, ବିକାଶର କାର୍ଯ୍ୟ ସ୍ଥିର ହୋଇ ଯାଇଛି 

ସାଥୀଗଣ,

ଦେଶକୁ ଆଗକୁ ବଢ଼ିବା ପାଇଁ, ବିକଶିତ କରିବା ପାଇଁ ନୀତି, ଉଦ୍ଦେଶ୍ୟ ଏବଂ ନିଷ୍ଠା, ସେତିକି ହିଁ ଆବଶ୍ୟକ । ସରକାରଙ୍କୁ, ବ୍ୟବସ୍ଥାକୁ ଚଳାଉଥିବା ଲୋକଙ୍କର ନୀତି, ଲକ୍ଷ୍ୟ ଏବଂ ନିଷ୍ଠା ହିଁ ସ୍ଥିର କରିଥାଏ ଯେ ବିକାଶ ହେବ କିମ୍ବା ହେବ ନାହିଁ । ଏବେ ଯେଭଳି ଗରିବଙ୍କୁ ପକ୍କା ଘର ଦେବାର ଯୋଜନା ରହିଛି । 2014 ପୂର୍ବରୁ ଯେଉଁ ସରକାର ଥିଲେ, ସେ ସହରରେ ଗରିବଙ୍କୁ ଘର ଦେବା ପାଇଁ 10 ବର୍ଷରେ ଦୁଇଟି ଯୋଜନା ଚାଲୁ କଲେ । ଏହି ଦୁଇଟି ଯୋଜନା ମାଧ୍ୟମରେ 10 ବର୍ଷ ମଧ୍ୟରେ ସାରା ଦେଶରେ ସହାରୀ ଗରିବଙ୍କ ପାଇଁ କେବଳ 8 ଲକ୍ଷ ଘର ହେଲା । କିନ୍ତୁ ଏହି ଘରଗୁଡ଼ିକର ଅବସ୍ଥା ଏତେ ଖରାପ ଥିଲା ଯେ ଅଧିକାଂଶ ଗରିବ ଏହି ଘରଗୁଡ଼ିକୁ ନେବା ପାଇଁ ହିଁ ମନା କରିଦେଲେ । ଏବେ ଆପଣମାନେ କଳ୍ପନା କରନ୍ତୁ, ବସ୍ତି- ଝୋପଡ ପଟ୍ଟିରେ ରହୁଥିବା ବ୍ୟକ୍ତି ମଧ୍ୟ ସେହି ଘରକୁ ପେବା ପାଇଁ ମନା କରିଦେଲେ, ତେବେ ସେହି ଘର କେତେ ଖରାପ ହୋଇଥିବ । ଆପଣମାନେ କଳ୍ପନା କରି ପାରିବେ ଯେ ଦେଶରେ ୟୁପିଏ ସମୟରେ ନିର୍ମାଣ କରାଯାଇଥିବା 2 ଲକ୍ଷରୁ ମଧ୍ୟ ଅଧିକ ଘର ଏଭଳି ଥିଲା, ଯାହାକୁ ନେବା ପାଇଁ କୌଣସି ଲୋକ ପ୍ରସ୍ତୁତ ହୋଇ ନ ଥିଲେ । ଆମର ଏଠାରେ ମହାରାଷ୍ଟ୍ରରେ ମଧ୍ୟ ସେହି ସମୟରେ ନିର୍ମାଣ କରାଯାଇଥିବା 50 ହଜାରରୁ ଅଧିକ ଘର ଏମିତି ହିଁ ଖାଲି ପଡ଼ିଥିଲା । ଏହା ହେଉଛି ଅର୍ଥ ନଷ୍ଟ, ଲୋକଙ୍କର ଅଭାବ ବୋଧ ପାଇଁ ଚିନ୍ତା ନାହିଁ ।

ଭାଇ ଓ ଭଉଣୀମାନେ,

2014ରେ ଆପଣମାନେ ଆମକୁ ସେବା କରିବାର ସୁଯୋଗ ଦେଲେ । ସରକାରରେ ଆସିବା ପରେ ଆମେ ସଠିକ ଉଦ୍ଦେଶ୍ୟ ନେଇ କାର୍ଯ୍ୟ ଆରମ୍ଭ କଲୁ ଆଉ ନୀତି ମଧ୍ୟ ପରିବର୍ତନ କଲୁ । ବିଗତ 9 ବର୍ଷରେ ଆମ ସରକାର ଗାଁରେ ଏବଂ ସହରମାନଙ୍କରେ ଗରିବଙ୍କ ପାଇଁ, 9କୋଟିରୁ ଅଧିକ ପକ୍କା ଘର କରିଛନ୍ତି । ଏଥିରେ ମଧ୍ୟ ସହରୀ ଗରିବଙ୍କ ପାଇଁ 75 ଲକ୍ଷରୁ ଅଧିକ ଘର ନିର୍ମାଣ କରାଯାଇଛି । ଆମେ ଏହି ନୂତନ ଘରଗୁଡ଼ିକର ନିର୍ମାଣରେ ପାରଦର୍ଶିତା ମଧ୍ୟ ଆଣିଛୁ ଆଉ ଏହାର ଗୁଣବତାକୁ ମଧ୍ୟ ସୁଧାରିଛୁ । ଆମ ସରକାର ଆଉ ଏକ ବଡ଼ କାର୍ଯ୍ୟ କରିଛନ୍ତି, ଯେଉଁ ଘର ସରକାର ଗରିବଙ୍କ ପାଇଁ ନିର୍ମାଣ କରି ଦେଉଛନ୍ତି, ସେଥିମଧ୍ୟରୁ ଅଧିକାଂଶ ଘର ମହିଳାମାନଙ୍କ ନାମରେ ପଞ୍ଜିକରଣ କରାଯାଉଛି । ଏହି ଘରଗୁଡ଼ିକର ମୂଲ୍ୟ ହେଉଛି କେତେ- କେତେ ଲକ୍ଷ । ଅର୍ଥାତ ବିଗତ 9 ବର୍ଷ ମଧ୍ୟରେ ଦେଶରେ କୋଟି କୋଟି ଏପରି ଭଉଣୀମାନେ ଅଛନ୍ତି, ଯେଉଁମାନେ ଲକ୍ଷପତି ହୋଇଛନ୍ତି, ମୋର ବଡ଼ ଭଉଣୀମାନେ ଲକ୍ଷପତି ହୋଇ ଯାଇଛନ୍ତି। ସେମାନଙ୍କ ନାମରେ ପ୍ରଥମ ଥର ପାଇଁ କୌଣସି ସମ୍ପତି ପଞ୍ଜିକୃତ ହୋଇଛି । ଆଜି ମଧ୍ୟ ଯେଉଁ ଭାଇମାନଙ୍କୁ ଓ ଭଉଣୀମାନଙ୍କୁ ନିଜର ଘର ମିଳିଛି, ସେମାନଙ୍କୁ ମୁଁ ବିଶେଷ ଭାବେ ଶୁଭେଚ୍ଛା ଜଣାଉଛି, ମୋ ତରଫରୁ ଅନେକ- ଅନେକ ଶୁଭକାମନା ଜଣାଉଛି । ଆଉ ଏ ଥରର ଗଣେଶ ଉତ୍ସବ ତ ସେମାନଙ୍କ ପାଇଁ ବହୁତ ଆଡମ୍ବରପୂର୍ଣ୍ଣ ହେବାକୁ ଯାଉଛି ।

 

ଭାଇ ଓ ଭଉଣୀମାନେ,

ଗରିବ ହୁଅନ୍ତୁ ଅବା ମଧ୍ୟବିତ ପରିବାର, ପ୍ରତ୍ୟେକଙ୍କ ସ୍ୱପ୍ନକୁ ପୂରଣ କରିବା ହିଁ ହେଉଛି ମୋଦୀଙ୍କର ଗ୍ୟାରେଣ୍ଟି । ଯେତେବେଳେ କୌଣସି ଏକ ସ୍ୱପ୍ନ ପୂରଣ ହୋଇଥାଏ, ସେତେବେଳେ ସେହି ସଫଳତାର କୋଳରୁ ଶହ- ଶହ ନୂତନ ସଂକଳ୍ପ ଜନ୍ମ ନେଇଥାଏ । ଏହି ସଂକଳ୍ପ ସେହି ବ୍ୟକ୍ତିଙ୍କ ଜୀବନର ସବୁଠାରୁ ବଡ଼ ଶକ୍ତି ହୋଇ ଯାଇଥାଏ । ଆମକୁ ଆପଣଙ୍କର ପିଲା, ଆପଣଙ୍କର ବର୍ତମାନ ଏବଂ ଆପଣଙ୍କର ଭବିଷ୍ୟତର ପିଢ଼ୀମାନଙ୍କ ପାଇଁ ଚିନ୍ତା ରହିଛି ।

ସାଥୀଗଣ,

କ୍ଷମତା ଆସିଥାଏ ଯାଇଥାଏ । ସମାଜ ଏବଂ ଦେଶ ସେହିଠାରେ ରହିଥାଏ । ଏଥିପାଇଁ ଆମର ପ୍ରୟାସ, ଆପଣମାନଙ୍କର ଆଜିର ସହିତ ଆପଣମାନଙ୍କର ଆସନ୍ତାକାଲିକୁ ମଧ୍ୟ ଉନ୍ନତ କରିବା ପାଇଁ ମଧ୍ୟ । ବିକଶିତ ଭାରତର ନିର୍ମାଣର ସଂକଳ୍ପ ହେଉଛି ଏହି ଭାବନାର ପ୍ରକଟୀକରଣ । ଏଥିପାଇଁ ଆମ ସମସ୍ତଙ୍କୁ ମିଳିମିଶି, ଏକା ସହିତ କାର୍ଯ୍ୟ କରିବାକୁ ହେବ । ଏଠାରେ ମହାରାଷ୍ଟ୍ରରେ, ଏତେ ଭିନ୍ନ- ଭିନ୍ନ ଦଳ ଏହି ଧ୍ୟେୟର ସହିତ ଏକାଠି ହୋଇ ଆସିଛନ୍ତି । ଏହା ହେଉଛି ଲକ୍ଷ୍ୟ ଯେ ସମସ୍ତଙ୍କର ଭାଗିଦାରୀ ଦ୍ୱାରା ମହାରାଷ୍ଟ୍ର ପାଇଁ ଆହୁରି ଉନ୍ନତ କାର୍ଯ୍ୟ ହୋଇ ପାରୁ, ମହାରାଷ୍ଟ୍ର ଦ୍ରୁତ ଗତିରେ ବିକାଶ କରୁ । ମହାରାଷ୍ଟ୍ର ସବୁବେଳେ ଆମକୁ ବହୁତ ଭଲ ପାଇବା ଦେଇଛି, ବହୁତ ଆଶୀର୍ବାଦ ଦେଇଛି । ଏହି ଆଶୀର୍ବାଦ ଏହିପରି ହିଁ ବଜାୟ ରହିବ, ଏହି କାମନା ସହିତ, ପୁଣି ଥରେ ବିକାଶର ପ୍ରକଳ୍ପଗୁଡ଼ିକ ପାଇଁ ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ।

ମୋ ସହିତ କୁହନ୍ତୁ ଭାରତ ମାତା କୀ ଜୟ!

ଭାରତ ମାତା କୀ ଜୟ!

ଭାରତ ମାତା କୀ ଜୟ!

ଧନ୍ୟବାଦ । 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways records highest-ever daily bookings, 22.26 lakh tickets booked

Media Coverage

Indian Railways records highest-ever daily bookings, 22.26 lakh tickets booked
NM on the go

Nm on the go

Always be the first to hear from the PM. Get the App Now!
...
Prime Minister remembers victims of 9/11 attacks, reiterates unwavering resolve to combat terrorism
September 11, 2026

The Prime Minister, Shri Narendra Modi has remembered and honoured the victims of the horrific 9/11 attacks on the 25th anniversary and expressed solidarity with the families whose lives were forever changed.

Shri Modi said that terrorism has claimed countless lives around the world and noted that, as a victim of cross-border terrorism, India has been at the forefront of the fight against terrorism for several decades.

He further added that while the threat of terrorism continues to evolve, India’s resolve and opposition to terrorism in all its forms and manifestations remain unwavering. He expressed solidarity with all efforts to combat this scourge.

The Prime Minister also shared glimpses from his visit to the 9/11 Memorial & Museum in 2014.

In a post on X, Shri Modi said;

“25 years on from the horrific 9/11 attacks, we remember and honour the victims and stand in solidarity with the families whose lives were forever changed.

Terrorism has claimed countless lives around the world. As a victim of cross-border terrorism, India has been at the forefront of this fight for several decades.

While the threat keeps evolving, our resolve and opposition to terrorism in all its forms and manifestations remain unwavering. We stand in solidarity with all efforts to combat this scourge.

Here are glimpses from my visit to the 9/11 Memorial & Museum in 2014.”