“ଅଭିଯୋଗ ସମାଧାନ ବ୍ୟବସ୍ଥା ଏକ ଗଣତନ୍ତ୍ରର ସବୁଠୁ ବଡ଼ ସାମର୍ଥ୍ୟ। ସମନ୍ୱିତ ଲୋକପାଳ ଯୋଜନା ଏହି ଉଦ୍ଦେଶ୍ୟକୁ ପୂରଣ କରିବା ଦିଗରେ ଦୀର୍ଘଦିନ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ”
“ରିଟେଲ ଡାଇରେକ୍ଟ ଯୋଜନା ଅର୍ଥବ୍ୟବସ୍ଥାରେ ସମସ୍ତଙ୍କୁ ଅନ୍ତର୍ଭୂକ୍ତ କରିବାର ପ୍ରୟାସକୁ ସୁଦୃଢ଼ କରିବ କାରଣ ଏହା ମଧ୍ୟବିତ୍ତ, କର୍ମଚାରୀ, କ୍ଷୁଦ୍ର ବ୍ୟବସାୟୀ ଓ ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କର ସ୍ୱଳ୍ପ ଜମା ସହିତ ସରକାରୀ ସିକ୍ୟୁରିଟିଜରେ ପ୍ରତ୍ୟକ୍ଷ ଓ ନିରାପଦ ଭାବେ ସାମିଲ କରିବ”
“ସରକାରଙ୍କ ପଦକ୍ଷେପ କାରଣରୁ, ବ୍ୟାଙ୍କ ପ୍ରଶାସନରେ ସୁଧାର ଆସିଛି ଏବଂ ଜମାକାରୀମାନଙ୍କ ମଧ୍ୟରେ ଏହି ବ୍ୟବସ୍ଥା ପ୍ରତି ବିଶ୍ୱାସ ଆହୁରି ସୁଦୃଢ଼ ହେଉଛି”
“ନିକଟ ଅତୀତରେ ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକର ପ୍ରଭାବ ବଢ଼ାଇବାରେ ଆରବିଆଇର ଏହି ନିଷ୍ପତ୍ତି ସହାୟକ ହୋଇପାରିବ”
“୬-୭ ବର୍ଷ ପୂର୍ବରୁ, ବ୍ୟାଙ୍କସେବା, ପେନସନ ଓ ବୀମା କେବଳ ଭାରତର ନିର୍ଦ୍ଦିଷ୍ଟ ବର୍ଗଙ୍କ ଦ୍ୱାରା ବ୍ୟବହୃତ ହେଉଥିଲା”
“ମାତ୍ର ୭ ବର୍ଷ ମଧ୍ୟରେ, ଭାରତରେ ଡିଜିଟାଲ କାରବାର ୧୯ ଗୁଣା ବୃଦ୍ଧି ପାଇଛି। ଆଜି ଆମର ବ୍ୟାଙ୍କ ସେବା ୨୪ ଘଣ୍ଟା, ୭ ଦିନ ଏବଂ ୧୨ ମାସ ଧରି ଦେଶର ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ ମିଳିପାରୁଛି”
“ଆମକୁ ଦେଶର ନାଗରିକମାନଙ୍କର ଆବଶ୍ୟକତାକୁ କେନ୍ଦ୍ରରେ ରଖିବାକୁ ହେବ ଏବଂ ନିବେଶକମାନଙ୍କ ବିଶ୍ୱାସ ଦୃଢ଼ କରିବାକୁ ପଡ଼ିବ”
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସ ଉପସ୍ଥିତ ଥିଲେ।

ନମସ୍କାର ଆଜ୍ଞା, ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ମହାଶୟା, ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସ ମହାଶୟ, କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ମହାନୁଭବ, ଭଦ୍ର ମହିଳା ଏବଂ ଭଦ୍ର ବ୍ୟକ୍ତିଗଣ, କରୋନାର ଏହି ଆହ୍ୱାନପୂର୍ଣ୍ଣ ସମୟରେ ଦେଶର ଅର୍ଥ ମନ୍ତ୍ରଣାଳୟ, ଆରବିଆଇ ଏବଂ ଅନ୍ୟ ଆର୍ଥିକ ସଂସ୍ଥା ଗୁଡିକ ବହୁତ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ଅମୃତ ମହୋତ୍ସବର ଏହି କାଳଖଣ୍ଡରେ, ଏକବିଂଶ ଶତାବ୍ଦୀର ଏହି ଗୁରୁତ୍ୱପୂର୍ଣ୍ଣ ଦଶକ ଦେଶର ବିକାଶ ପ।ଇଁ ବହୁତ ଗୁରୁତ୍ୱ ରଖୁଛି । ଏଭଳି ସମୟରେ ଆରବିଆଇର ଭୂମିକା ମଧ୍ୟ ହେଉଛି ବହୁତ ବଡ଼ ଗୁରୁତ୍ବପୂର୍ଣ୍ଣ । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଟିମ୍ ଆରବିଆଇ, ଦେଶର ଆଶା ଆକାଂକ୍ଷା ଆଗରେ ସଠିକ୍ ପ୍ରମାଣିତ ହେବ।

ସାଥୀଗଣ,

ବିଗତ 6-7 ବର୍ଷ ଧରି, କେନ୍ଦ୍ର ସରକାର, ସାଧାରଣ ମଣିଷ, ସେମାନଙ୍କର ହିତକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛି । ଏକ ନିୟାମକ ଭାବେ ଆରବିଆଇ, ଅନ୍ୟ ଆର୍ଥିକ ସଂସ୍ଥା ଗୁଡିକ ସହିତ କ୍ରମାଗତ ଭାବେ କରିଚାଲିଛି । ମୁଁ ଖୁସି ହେ ଆରବିଆଇ ମଧ୍ୟ ସାଧାରଣ ମଣିଷଙ୍କ ସୁବିଧା ବୃଦ୍ଧି କରିବା ଲାଗି, ସାଧାରଣ ନାଗରିକଙ୍କୁ ଧ୍ୟାନରେ ରଖି କ୍ରମାଗତ ଅନେକ ପଦକ୍ଷେପ ନେଇଛି । ଆଜି ସେଥିରେ ଆଉ ଏକ ପଦକ୍ଷେପ ଯୋଡି ହୋଇଛି । ଆଜି ଯେଉଁ ଦୁଇଟି ଯୋଜନାର  ଶୁଭାରମ୍ଭ କରାଯାଇଛି, ତାହା ଦ୍ୱାରା ଦେଶରେ ନିବେଶର ପରିସର ସଂପ୍ରସାରିତ ହେବ ଏବଂ କ୍ୟାପିଟାଲ ମାର୍କେଟରେ ପ୍ରବେଶ କରିବା, ନିବେଶକଙ୍କ ପାଇଁ ଅଧିକ ସହଜ, ଅଧିକ ସୁରକ୍ଷିତ ହେବ । ରିଟେଲ ଡାଇରେକ୍ଟ ଯୋଜନାରେ ଦେଶର ଛୋଟ ନିବେଶକମାନଙ୍କୁ ସରକାରୀ ସିକ୍ୟୁରିଟିଜ ବା ପ୍ରତିଭୂତିରେ ନିବେଶର ସରଳ ଏବଂ ସୁରକ୍ଷିତ ମାଧ୍ୟମ ମିଳିଯାଇଛି । ସେହିପରି, ସମନ୍ୱିତ ଲୋକପାଳ ଯୋଜନାରେ ଦେଶର ଛୋଟ ନିବେଶକମାନଙ୍କୁ ସରକାରୀ ସିକ୍ୟୁରିଟିଜ୍ ବା ପ୍ରତିଭୂତିରେ ନିବେଶର ସରଳ ଏବଂ ସୁରକ୍ଷିତ ମାଧ୍ୟମ ମିଳିଯାଇଛି । ସେହିପରି, ସମନ୍ୱିତ ଲୋକପାଳ ଯୋଜନା ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଏକ ରାଷ୍ଟ୍ର, ଏକ ଲୋକପାଳର ଏହି ବ୍ୟବସ୍ଥା ଆଜି ସାକାର ରୂପ ନେଇଛି । ଏହାଦ୍ୱାରା ବ୍ୟାଙ୍କ ଗ୍ରାହକମାନଙ୍କର ସମସ୍ତ ଅଭିଯୋଗ, ସମସ୍ତ ସମସ୍ୟାର ସମାଧାନ ଠିକ୍ ସମୟରେ, କୌଣସି ଅସୁବିଧା ବିନା ହୋଇ ପାରିବ । ଆଉ ମୋର ଏହା ସ୍ପଷ୍ଟ ମତ ଯେ, ଗଣତନ୍ତ୍ରର ସବୁଠାରୁ ବଡ଼ ସାମର୍ଥ୍ୟ ଆପଣ ଅଭିଯୋଗ ସମାଧାନର ବ୍ୟବସ୍ଥାରେ କେତେ ସୁଦୃଢ ଅଛନ୍ତି, କେତେ ସମ୍ବେଦନଶୀଳ ଅଛନ୍ତି, କେତେ ସକ୍ରିୟ ଅଛନ୍ତି, ଏହା ହିଁ ହେଉଛି ଗଣତନ୍ତ୍ରରେ ସବୁଠାରୁ ବଡ଼ କସୌଟି।

ସାଥୀଗଣ,

ଅର୍ଥ ବ୍ୟବସ୍ଥାରେ ସମସ୍ତଙ୍କର ଭାଗିଦାରୀକୁ ପ୍ରୋତ୍ସାହିତ କରିବାର ଯେଉଁ ଭାବନା ରହିଛି, ରିଟେଲ ଡାଇରେକ୍ଟ ଯୋଜନା ନୂତନ ଶୀଖର ଦେବାକୁଯାଉଛି । ଦେଶର ବିକାଶରେ ସରକାରୀ ପ୍ରତିଭୂତି ବଜାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ସହିତ ସାଧାରଣତଃ ଲୋକ ପରିଚିତ ଅଛନ୍ତି । ବିଶେଷ କରି ଆଜି ଯେତେବେଳେ ଦେଶ ନିଜର ଭୌତିକ ଓ ଡିଜିଟାଲ ଭିତିଭୂମିକୁ ଆଧୁନିକ କରିବାରେ ଲାଗି ପଡିଛି, ଅଦ୍ଭୁତପୂର୍ବ ନିବେଶ କରୁଛି, ସେତେବେଳେ ଛୋଟରୁ ଛୋଟ ନିବେଶକମାନଙ୍କର ପ୍ରୟାସ ଏବଂ ସହଯୋଗ, ଭାଗିଦାରୀ ବହୁତ କାର୍ଯ୍ୟରେ ଆସିବାକୁ ଯ।ଉଛି । ଏପର୍ଯ୍ୟନ୍ତ ସରକାରୀ ପ୍ରତିଭୂତି ବଜାରରେ ଆମର ମଧ୍ୟମ ବର୍ଗ, ଆମର କର୍ମଚାରୀମାନେ, ଆମର ଛୋଟ ବ୍ୟବସାୟୀ, ବରିଷ୍ଠ ନାଗରିକ ଅର୍ଥାତ ଯେଉଁମାନଙ୍କର ଛୋଟ- ଛୋଟ ସଂଚୟ ଅଛି, ସେମାନଙ୍କୁ ପ୍ରତିଭୂତିରେ ନିବେଶ ପାଇଁ ବ୍ୟାଙ୍କ, ବୀମା ଅବା ମ୍ୟୁଚୁଆଲ ଫଣ୍ଡ ଭଳି ଅପ୍ରତ୍ୟକ୍ଷ ପଥ ଆପଣାଇବାକୁ ପଡ଼ୁଥିଲା । ଏବେ ସେମାନଙ୍କୁ ସୁରକ୍ଷିତ ନିବେଶର ଆଉ ଏକ ଉନ୍ନତ ବିକଳ୍ପ ମିଳିବାକୁ ଯାଉଛି। ଏବେ ଦେଶର ଏକ ବହୁତ ବଡ଼ ବର୍ଗକୁ, ସରକାରୀ ପ୍ରତିଭୂତିରେ, ଦେଶର ସମ୍ପଦର ନିର୍ମାଣରେ ସିଧାସଳଖ ନିବେଶ କରିବା ଆହୁରି ସହଜ ହେବ । ଏହା ମଧ୍ୟ ଆପଣମାନେ ଜାଣିଛନ୍ତି ଯେ ଭାରତରେ ସମସ୍ତ ସରକାରୀ ପ୍ରତିଭୂତିରେ ଗ୍ୟାରେଣ୍ଟିଯୁକ୍ତ ସମାଧାନର ବ୍ୟବସ୍ଥା ରହିଥାଏ। ଏଭଳି କ୍ଷେତ୍ରରେ ଛୋଟ ନିବେଶକଙ୍କୁ ସୁରକ୍ଷାର ଏକ ଆଶ୍ୱାସନା ମିଳିଥାଏ । ଅର୍ଥାତ ଛୋଟ ନିବେଶକ ସୁରକ୍ଷିତ ନିବେଶ ଉପରେ ଭଲ ରିଟର୍ଣ୍ଣର ଭରସା ପ।ଇବେ ଏବଂ ସରକାରଙ୍କୁ ଭିତିଭୂମିର ବିକାଶ ପାଇଁ ଦେଶର ସାଧାରଣ ମଣିଷର ଆଶା ଆକାଂକ୍ଷା ଅନୁସାରେ ନୂତନ ଭାରତ ନିର୍ମାଣ ପାଇଁ ଯେଉଁ ସବୁ ବ୍ୟବସ୍ଥାମାନ ବିକଶିତ କରିବା ଉଚିତ ତାହ। ପାଇଁ ଆବଶ୍ୟକ ସଂସାଧନ ମିଳିବ। ଆଉ ଏହା ହିଁ ତ ହେଉଛି ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ନାଗରିକ ଏବଂ ସରକାରଙ୍କର ସାମୁହିକ ଶକ୍ତି, ହେଉଛି ସାମୁହିକ ପ୍ରୟାସ।

ସାଥୀଗଣ,

ସାଧାରଣତଃ ଆର୍ଥିକ କଥାବାର୍ତ୍ତା ଟିକେ ଟେକ୍ନିକାଲ ହୋଇଯାଇଥାଏ, ସାଧାରଣ ମଣିଷ ମୁଖ୍ୟାଂଶ ପଢ଼ି ଛାଡ଼ି ଦେଇଥାଏ ଆଉ ଏଥିପାଇଁ ସାଧାରଣ ମଣିଷକୁ ଉନ୍ନତ ପଦ୍ଧତିରେ ଏହି କଥାକୁ ବୁଝାଇବା ଏବଂ ସେମାନଙ୍କୁ କହିବା, ମୁଁ ଭାବୁଛି ଆଜିର ସମୟର ଆହ୍ୱାନ । କାରଣ ଆମେ ଯେତେବେଳେ ଆର୍ଥିକ ଅନ୍ତର୍ଭୁକ୍ତିକରଣ କଥା କହିଥାଉ, ସେତେବେଳେ ଏହି ଦେଶର ଶେଷ ବ୍ୟକ୍ତିକୁ ମଧ୍ୟ ଏହି ପ୍ରକ୍ରିୟାର ଅଂଶ କରିବାକୁ ଚାହିଁଥାଉ । ଆପଣ ବିଶେଷଜ୍ଞମାନେ ଏହି ସମସ୍ତ କଥା ସହିତ ଭଲ ଭାବେ ପରିଚିତ, କିନ୍ତୁ ଦେଶର ସାଧାରଣ ଜନତାଙ୍କ ପାଇଁ ମଧ୍ୟ ଏହି ଯୋଜନା ସେମାନଙ୍କୁ ବହୁତ ସହାୟତା କରିବ। ଯେପରି ସେମାନଙ୍କୁ ଜଣାଥିବ ଏହି ଯୋଜନା ଅଧୀନରେ ପାଣ୍ଠି ପରିଚାଳକଙ୍କର ଆବଶ୍ୟକତା ପଡ଼ିବ ନାହିଁ, ସିଧାସଳଖ ‘ରିଟେଲ ଡାଇରେକ୍ଟ ଗିଲ୍ଟ (ଗିଲ୍ଟ) ଆରଡିଜି ଆକାଉଣ୍ଟ’ ଖୋଲା ଯାଇ ପାରିବ । ଏହି ଆକାଉଣ୍ଟ ମଧ୍ୟ ଅନ ଲାଇନରେ ଖୋଲା ଯାଇ ପାରିବ ଏବଂ ପ୍ରତିଭୂତିର କିଣାବିକା ଅନ୍ ଲାଇନରେ ସମ୍ଭବ ହୋଇ ପାରିବ । ଦରମା ପାଉଥିବା ଲୋକ ହୁଅନ୍ତୁ ଅବା ପୁଣି ପେନସନଧାରୀଙ୍କ ପାଇଁ ଘରେ ବସି ସୁରକ୍ଷିତ ନିବେଶର ଏହା ହେଉଛି ବହୁତ ବଡ଼ ବିକଳ୍ପ । ଏଥିପାଇଁ କେଉଁଠାକୁ ଯିବା- ଆସିବାର ଆବଶ୍ୟକତା ନାହିଁ, ଫୋନ୍ ଏବଂ ଇଣ୍ଟରନେଟ ମାଧ୍ୟମରେ ହିଁ ଆପଣ ମୋବାଇଲ ଫୋନରେ ଯଦି ଇଣ୍ଟରନେଟ ଅଛି ସେତେବେଳେ ଆପଣଙ୍କ କାର୍ଯ୍ୟ ହୋଇଯିବ । ଏହି ଆରଡିଜି ଆକାଉଣ୍ଟ, ନିବେଶକଙ୍କ ସଂଚୟ ଖାତା ସହିତ ମଧ୍ୟ ସଂଯୋଗ ହେବ । ଯାହାଦ୍ୱାରା ସ୍ୱୟଂକ୍ରିୟ ଭାବେ କିଣାକିଣି, କ୍ରୟ- ବିକ୍ରୟ ଯେଉଁ କାର୍ଯ୍ୟ ତାହା ସ୍ୱୟଂଚାଳିତ ଭାବେ ସମ୍ଭବ ହୋଇ ପାରିବ। ଆପଣ କଳ୍ପନା କରି ପାରିବେ ଲୋକମାନଙ୍କୁ ଏହାଦ୍ୱାରା କେତେ ସହଜ ହେବ ।

ସାଥୀଗଣ,

ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ସହଜରେ ପ୍ରବେଶର ଯେତିକି ଆବଶ୍ୟକତା ରହିଛି, ସହଜରେ ନିବେଶ ଏବଂ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଉପରେ ସାଧାରଣ ଜନତାଙ୍କର ବିଶ୍ୱାସ ମଧ୍ୟ ସାଧାରଣ ଜନତାଙ୍କର ସୁବିଧା ମଧ୍ୟ ସାଧାରଣ ଜନତାଙ୍କର ସରଳତା ମଧ୍ୟ ହେଉଛି ସେତିକି ଆବଶ୍ୟକ । ଏକ ସୁଦୃଢ଼ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସୁଦୃଢ଼ ହେଉଥିବା ଅର୍ଥବ୍ୟବସ୍ଥା ପାଇଁ ହେଉଛି ବହୁତ ଜରୁରୀ। 2014 ପୂର୍ବର କିଛି ବର୍ଷ ମଧ୍ୟରେ ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଯେଉଁଭଳି ଭାବେ କ୍ଷତି ପହଞ୍ଚା ଯାଇଥିଲା, ତାହା ଆଜି ପ୍ରତ୍ୟେକଙ୍କୁ ଜଣାଅଛି ଯେ, କେଉଁ ପ୍ରକାରର ପରିସ୍ଥିତି ସୃଷ୍ଟି ହୋଇ ଯାଇଥିଲା, କ’ଣ କିଛି ସବୁ ହୋଇ ନଥିଲା । ବିଗତ 7 ବର୍ଷ ମଧ୍ୟରେ, ଏନପିଏ ଗୁଡ଼ିକୁ ପାରଦର୍ଶିତା ସହିତ ଚିହ୍ନଟ କରାଯାଇଛି, ସଂକଳ୍ପ ଏବଂ ପୁନରୁଦ୍ଧାର ଉପରେ ଧ୍ୟାନ ଦିଆଗଲା, ଘରୋଇ କ୍ଷେତ୍ରର ବ୍ୟାଙ୍କଗୁଡ଼ିକୁ ରି-କ୍ୟାପିଟାଲାଇଜ କରାଗଲା, ଆର୍ଥିକ ବ୍ୟବସ୍ଥା ଏବଂ ଘରୋଇ କ୍ଷେତ୍ରର ବ୍ୟାଙ୍କଗୁଡ଼ିକରେ ଗୋଟିଏ ପରେ ଗୋଟିଏ ସଂସ୍କାର ଅଣାଗଲା। ଯେଉଁ ଇଚ୍ଛାକୃତ ଖିଲାପକାରୀ, ପୂର୍ବରୁ ବ୍ୟବସ୍ଥା ସହିତ ଖେଳୁଥିଲେ, ଏବେ ସେମାନଙ୍କ ପାଇଁ ବଜାରରୁ ପାଣ୍ଠି ଯୋଗାଡ଼ କରିବାର ରାସ୍ତା ବନ୍ଦ କରି ଦିଆ।ଇଛି । ଘରୋଇ କ୍ଷେତ୍ରର ବ୍ୟାଙ୍କଗୁଡ଼ିକ ସହିତ ଜଡ଼ିତ ପ୍ରଶାସନରେ ସୁବିଧା ହେଉ, ନିଷ୍ପତ୍ତି ନେବାରେ, ବଦଳି- ନିଯୁକ୍ତି ସହିତ ଜଡ଼ିତ ସ୍ୱାଧୀନତା ହେଉ, ଛୋଟ- ଛୋଟ ବ୍ୟାଙ୍କଗୁଡ଼ିକୁ ବିଲୟ କରି ବଡ଼ ବ୍ୟାଙ୍କର ଗଠନ ହେଉ କିମ୍ବା ଜାତୀୟ ସମ୍ବଳ ପୁନଃନିର୍ମାଣ କମ୍ପାନୀ ଲିମିଟେଡ଼ର ସ୍ଥାପନା ହେଉ, ଏହି ସବୁ ପଦକ୍ଷେପ ଦ୍ୱାରା ଆଜି ବ୍ୟାଙ୍କିଙ୍ଗ କ୍ଷେତ୍ରରେ ନୂତନ ବିଶ୍ୱାସ, ନୂତନ ଉର୍ଜ୍ଜା ଫେରୁଛି।

ସାଥୀଗଣ,

ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ପାଇଁ ସମବାୟ ବ୍ୟାଙ୍କଗୁଡ଼ିକୁ ମଧ୍ୟ ଆରବିଆଇର ପରିସର ମଧ୍ୟକୁ ଅଣାଗଲା । ଏହା ଫଳରେ ଏହି ବ୍ୟାଙ୍କଗୁଡ଼ିକର ପ୍ରଶାସନରେ ମଧ୍ୟ ସଂସ୍କାର ଆସୁଛି ଆଉ ଯେଉଁ ଲକ୍ଷ- ଲକ୍ଷ ଜମାକାରୀ ଅଛନ୍ତି, ସେମାନଙ୍କ ଭିତରେ ମଧ୍ୟ ଏହି ବ୍ୟବସ୍ଥା ପ୍ରତି ବିଶ୍ୱାସ ସୁଦୃଢ଼ ହେଉଛି । ବିଗତ କିଛି ସମୟ ମଧ୍ୟରେ ଜମାକାରୀଙ୍କ ହିତକୁ ଦୃଷ୍ଟିରେ ରଖି, ଅନେକଗୁଡ଼ିଏ ନିଷ୍ପତ୍ତି ନିଆ ଯାଇଛି । ୱାନ ନେସନ, ୱାନ ଅମ୍ବୁଡ୍ସମ୍ୟାନ ବ୍ୟବସ୍ଥା ଦ୍ବାରା ଜମାକାରୀ ଏବଂ ନିବଶେକ ପ୍ରଥମେ ପ୍ରତିବଦ୍ଧତାରୁ ବଳ ମିଳିଛି । ଆଜି ଯେଉଁ ଯୋଜନା ସବୁର ଶୁଭାରମ୍ଭ ହୋଇଛି, ଏହାଦ୍ୱାରା ବ୍ୟାଙ୍କ, ଏନବିଏଫସି ଏବଂ ପ୍ରି-ପେଡ଼ ଇନଷ୍ଟ୍ରୁମେଂଟରେ 44 କୋଟି ଋଣ ଆକାଉଣ୍ଟଟ ଏବଂ 220 କୋଟି ସଞ୍ଚୟ  ଏହାର ଯେଉଁସବୁ ଖାତା ଧାରକ ଅଛନ୍ତି ସେହି ଧାରକମାନଙ୍କୁ ସିଧାସଳଖ ଆଶ୍ୱାସନା ମିଳିବ । ଏବେ ଆରବିଆଇ ଦ୍ୱାରା ପରିଚାଳିତ ସମସ୍ତ ସଂସ୍ଥାଗୁଡ଼ିକ ପାଇଁ ଅଭିଯୋଗ ଦରଜ କରିବା, ଟ୍ରାକ କରିବା ଏବଂ ଅନୁଧ୍ୟାନ କରିବାର ଗୋଟିଏ ହିଁ ପ୍ଲାଟଫର୍ମ ହେବ। ଅର୍ଥାତ, ଅଭିଯୋଗ ନିବାରଣ ପାଇଁ ଖାତା ଧାରକଙ୍କୁ ଏବେ ଆଉ ଏକ ସହଜ ବିକଳ୍ପ ମିଳିଛି । ଯେମିତିକି, ଯଦି କାହାର ବ୍ୟାଙ୍କ ଖାତା ଲକ୍ଷ୍ନୌରେ ଅଛି ଆଉ ସେ ଦିଲ୍ଲୀରେ କାମ କରୁଛନ୍ତି । ତେବେ ଆଗରୁ ଏହା ହେଉଥିଲା ଯେ ତାଙ୍କୁ ଲକ୍ଷ୍ନୌର ଅମ୍ବୁଡ୍ସମ୍ୟାନକୁ ହିଁ ଅଭିଯୋଗ କରିବାକୁ ପଡ଼ୁଥିଲା । କିନ୍ତୁ ଏବେ ତାଙ୍କୁ ଭାରତରେ ଯେ କୌଣସି ସ୍ଥାନରୁ ମଧ୍ୟ ନିଜର ଅଭିଯୋଗ ଦାଖଲ କରିବାର ସୁବିଧା ମିଳିଯାଇଛି । ମୋତେ ଏହା ମଧ୍ୟ ଅବଗତ କର।।ଇଛି ଯେ ଅନଲାଇନ୍ ଠକେଇ, ସାଇବର ଠକେଇ ସହିତ ଜଡ଼ିତ ମାମଲାଗୁଡ଼ିକର ସମାଧାନ କରିବା ପାଇଁ ଆରବିଆଇ ଏହି ଯୋଜନାରେ କୃତ୍ରିମ ବୁଦ୍ଧିମତ୍ତାର ବ୍ୟାପକ ଭାବେ ଉପଯୋଗ କରିବାର ବ୍ୟବସ୍ଥା କରିଛନ୍ତି । ଏହାଦ୍ୱାରା ବ୍ୟାଙ୍କ ଏବଂ ଯାଞ୍ଚ କରୁଥିବା ସଂସ୍ଥାଗୁଡ଼ିକ ମଧ୍ୟରେ କମରୁ ଅତି କମ ସମୟ ଭିତରେ ଉନ୍ନତ ତାଳମେଳ ସୁନିଶ୍ଚିତ ହୋଇ ପାରିବ । ଯେତେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ, ଠକାମୀ ଦ୍ବାରା ନିଅଯାଇଥିବା ଅର୍ଥର ପୁନଃରୁଦ୍ଧାର ସମ୍ଭାବନା ସେତିକି ହିଁ ଅଧିକ ହେବ । ଏଭଳି ପଦକ୍ଷେପଗୁଡ଼ିକ ଦ୍ୱାରା ଡିଜିଟାଲ ଅନୁପ୍ରବେଶ ଏବଂ ଗ୍ରାହକଙ୍କ ସମ୍ପୃକ୍ତିର ପରିସର ମଧ୍ୟ ବଡ଼ ବିଶ୍ୱାସର ସହିତ ବୃଦ୍ଧି ହେବ, ଗ୍ରାହକମାନଙ୍କର ଆହୁରି ଅଧିକ ବିଶ୍ୱାସ ବୃଦ୍ଧି ପାଇବ।

ସାଥୀଗଣ,

ବିଗତ ବର୍ଷମାନଙ୍କରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ, ଆର୍ଥିକ କ୍ଷେତ୍ରରେ ସମାବେଶରୁ ନେଇ ଟେକ୍ନୋଲୋଜିକାଲ ସମନ୍ବଞ ଏବଂ ଅନ୍ୟାନ୍ୟ ପରିବର୍ତନ ପାଇଁ, ସେମାନଙ୍କର ଶକ୍ତି ଆମେ କୋଭିଡ଼ର ଏହି କଷ୍ଟସାଧ୍ୟ ସମୟରେ ମଧ୍ୟ ଦେଖିଛୁ । ଆଉ ସେହି କାରଣରୁ ସାଧାରଣ ମଣିଷଙ୍କ ସେବା କରିବାର ଏକ ସନ୍ତୋଷ ମଧ୍ୟ ସୃଷ୍ଟି ହୋଇଥାଏ। ସରକାର ଯେଉଁ ବଡ଼- ବଡ଼ ନିଷ୍ପତି ନେଉଥିଲେ, ତାହାର ପ୍ରଭାବ ବୃଦ୍ଧି କରିବାରେ ଆରବିଆଇର ନିଷ୍ପତ୍ତି ବହୁତ ବଡ଼ ସାହାଯ୍ୟ କରିଛି। ଆଉ ମୁଁ ଆରବିଆଇ ଗଭର୍ଣ୍ଣର ଆଉ ତାଙ୍କର ସମଗ୍ର ଟିମକୁ ସାର୍ବଜନିକ ରୂପରେ ଏହି ସଙ୍କଟ ସମୟରେ ଯେଉଁଭଳି ଭାବେ ସେ ଜିନିଷ ସବୁକୁ ସାହସର ସହିତ ଯେଉଁସବୁ ନିଷ୍ପତ୍ତି ନେଇଛନ୍ତି ଏଥିପାଇଁ ତାଙ୍କୁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି । ସରକାରଙ୍କ ଦ୍ୱାରା ଯେଉଁ କ୍ରେଡିଟ ଗ୍ୟାରେଣ୍ଟି ଯୋଜନାର ଘୋଷଣା କରାଯାଇଥିଲା, ତାହା ମାଧ୍ୟମରେ ପ୍ରାୟ 2 ଲକ୍ଷ 90 ହଜାର କୋଟି ଟଙ୍କାରୁ ଅଧିକ ଋଣ ମଞ୍ଜୁର କରାଯାଇ ସାରିଛି । ଏହାର ସାହାଯ୍ୟ ଫଳରେ ପଚିଶି କୋଟିରୁ ଅଧିକ ହିତାଧିକାରୀ ନିଜର ଉଦ୍ୟମ ଆହୁରି ସୁଦୃଢ଼ କରିଛନ୍ତି । ଏଥିରେ ଅଧିକାଂଶ ହେଉଛନ୍ତି ଏମଏସଏମଇ ଗୁଡ଼ିକ, ହେଉଛନ୍ତି ଆମର ମଧ୍ୟମବର୍ଗର ଛୋଟ-ଛୋଟ ଉଦ୍ୟମୀ।

ସାଥୀଗଣ,

କୋଭିଡ଼ର ସମୟରେ ହିଁ ସରକାରଙ୍କ ଦ୍ୱାରା ଛୋଟ-ଛୋଟ କୃଷକମାନଙ୍କୁ କିଷାନ କ୍ରେଡିଟ କାର୍ଡ ଦେବାପାଇଁ ବିଶେଷ ଭାବେ ପ୍ରୟାସ କରାଗଲା ଯାହା ଫଳରେ ଅଢ଼େଇ କୋଟିରୁ ଅଧିକ କୃଷକଙ୍କୁ କେସିସି କାର୍ଡ କୁଡିକ ମଧ୍ୟ ମିଳିଲା ଏବଂ ପ୍ରାୟ ଦୁଇ ଲକ୍ଷ ପଂଚସ୍ତରୀ ହଜାର କୋଟିର କୃଷି ଋଣ ମଧ୍ୟ ସେମାନଙ୍କୁ ମିଳିଗଲା। ପିଏମ ସ୍ୱନିଧି ଯୋଜନା ଫଳରେ ପ୍ରାୟ 26 ଲକ୍ଷ ଉଠା ଦୋକାନୀ ଯେଉଁମାନେ ଠେଲା ଚଲାଉଛନ୍ତି, ପନିପରିବା ବିକ୍ରି କରୁଛନ୍ତି । ଏଭଳି 26 ଲକ୍ଷ ଲୋକଙ୍କୁ ଋଣ ମିଳି ସାରିଛି, ଆଉ ଆପଣମାନେ କଳ୍ପନା କରି ପାରୁଥିବେ, କୋଭିଡ଼ ସମୟରେ, ଏହି କଷ୍ଟସାଧ୍ୟ ସମୟ ପରେ 26 ଲକ୍ଷରୁ ଅଧିକ ଆମର ଉଠା ଦୋକାନୀଙ୍କୁ  ସାହାଯ୍ୟ ମିଳିଯାଉ, କେତେ ବଡ଼ ସେମାନଙ୍କ ପାଇଁ ସମ୍ବଳ ପାଲଟିଗଲା । ଏହି ଯୋଜନା ସେମାନଙ୍କୁ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହିତ ମଧ୍ୟ ଯୋଡ଼ି ଦେଇଛି । ଏଭଳି ଅନେକ ପଦ​‌କ୍ଷେପ ଦ୍ୱାରା ଗାଁ ଏବଂ ସହରମାନଙ୍କରେ ଆର୍ଥିକ ଗତିବିଧିକୁ ପୁଣିଥରେ ଆରମ୍ଭ କରିବାରେ ବହୁତ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଛନ୍ତି।

ସାଥୀଗଣ,

୬-୭ ବର୍ଷ ପୂର୍ବରୁ ଭାରତରେ ବ୍ୟାଙ୍କିଙ୍ଗ, ପେନସନ, ବୀମା, ଏ ସବୁକିଛି ଏକମାତ୍ର କ୍ଲବ ଭଳି କାର୍ଯ୍ୟ କରୁଥିଲା । ଦେଶର ସାଧାରଣ ନାଗରିକ, ଗରିବ ପରିବାର, କୃଷକ, ଛୋଟ-ଛୋଟ ବ୍ୟବସାୟୀ-ବେପାରୀ, ମହିଳା, ଦଳିତ- ବଂଚିତ- ପଛୁଆ, ଏ ସମସ୍ତଙ୍କ ପାଇଁ ଏସବୁ ସୁବିଧା ଗୁଡ଼ିକ ବହୁତ ଦୂରରେ ରହିଥିଲା । ଯେଉଁ ଲୋକମାନଙ୍କ ଉପରେ ଏହି ଦାୟିତ୍ୱ ରହିଥିଲା ଯେ ଗରିବ ମାନଙ୍କ ପାଖରେ ଏହି ସବୁ ସୁବିଧାଗୁଡ଼ିକ ପହଞ୍ଚାଇବାର ଦାୟିତ୍ୱ ଥିଲା, ସେମାନେ ମଧ୍ୟ ଏହା ଉପରେ କେବେ ଧ୍ୟାନ ଦେଲେ ନାହିଁ । ବରଂ ପରିବର୍ତ୍ତନ ନ ହେଉ, କୌଣସି ପରିବର୍ତନ ନ ହେଉ, ଗରିବଙ୍କ ପର୍ଯ୍ୟନ୍ତ ଯିବାର ରାସ୍ତାକୁ ବନ୍ଦ କରିବା ପାଇଁ ଯେଉଁ କିଛି ମଧ୍ୟ ତର୍କ ଦେଇ ପାରନ୍ତି। ଭିନ୍ନ- ଭିନ୍ନ ପ୍ରକାରର ବାହାନା ଏହାର ପରମ୍ପରା ହୋଇ ଯାଇଥିଲା । ଆଉ ଏଥିପାଇଁ କ’ଣ କିଛି ସବୁ କୁହା ଯାଉ ନଥିଲା, ଖୋଲାଖୋଲି ଭାବେ ନିର୍ଲଜ ଭଳି କୁହା ଯାଉଥିଲା । ଆରେ, ବ୍ୟାଙ୍କର ଶାଖା ନାହିଁ, କର୍ମଚାରୀ ନାହାଁନ୍ତି, ଇଣ୍ଟରନେଟ ନାହିଁ, ଲୋକମାନଙ୍କ ମଧ୍ୟରେ ସଚେତନତା ନାହିଁ, ଏମିତି କେତେ ନା କେତେ ତର୍କ ଦିଆ ଯାଉଥିଲା । ଅଣ-ଉତ୍ପାଦକ ସଞ୍ଚୟ ଏବଂ ଅନୌପଚାରିକ ଋଣ, ଏଥିଯୋଗୁଁ ସାଧାରଣ ନାଗରିକଙ୍କ ଅବସ୍ଥା ମଧ୍ୟ ଖରାପ ହେବାରେ ଲାଗିଥିଲା ଏବଂ ଦେଶର ବିକାଶରେ ସେମାନଙ୍କର ଭାଗିଦାରୀ ମଧ୍ୟ ନ ଥିବା ଭଳି ଥିଲା । ପେନସନ୍ ଏବଂ ବୀମା କେବଳ ସମୃଦ୍ଧ ପରିବାରର ଭାଗ୍ୟରେ ବୋଲି ବିଶ୍ୱାସ କରାଯାଉଥିଲା । କିନ୍ତୁ ଆଜି ପରିସ୍ଥିତି ବଦଳୁଛି । ଆଜି କେବଳ ଆର୍ଥିକ ଅନ୍ତର୍ଭୂକ୍ତିକରଣ ନୁହେଁ, ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ କ୍ଷେତ୍ରରେ ସହଜ ପ୍ରବେଶ ଭାରତର ପରିଚୟ ପାଲଟିଛି । ଆଜି, ଭିନ୍ନ- ଭିନ୍ନ ପେନସନ୍ ଯୋଜନା ଅଧୀନରେ, ସମାଜର ପ୍ରତ୍ୟେକ ବ୍ୟକ୍ତି 60 ବର୍ଷ ବୟସ ପରେ ପେନସନ ସୁବିଧା ସହିତ ଯୋଡି ହୋଇ ପାରିବେ। ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ ପ୍ରାୟ 38 କୋଟି ଦେଶବାସୀ ପ୍ରତ୍ୟେକ 2- 2 ଲକ୍ଷ ଟଙ୍କା ବୀମା ସୁରକ୍ଷା​‌​‌  ସହିତ ଯୋଡି ହୋଇଛନ୍ତି। ଦେଶର ପ୍ରାୟ ପ୍ରତ୍ୟେକ ଗ୍ରାମରେ 5 କିଲୋମିଟର ପରିସରରେ ବ୍ୟାଙ୍କ ଶାଖା କିମ୍ବା ବ୍ୟାଙ୍କ ପ୍ରତିନିଧିଙ୍କ ସୁବିଧା ପହଞ୍ଚି ପାରୁଛି। ଆଜି ସାରା ଦେଶରେ ପ୍ରାୟ 8.5 ଲକ୍ଷ ବ୍ୟାଙ୍କିଙ୍ଗ୍ ଟଚ୍ ପଏଣ୍ଟ ଅଛି, ଯାହା ଦେଶର ପ୍ରତ୍ୟେକ ନାଗରିକଙ୍କ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ପର୍ଯ୍ୟନ୍ତ ପହଞ୍ଚିବାକୁ ବୃଦ୍ଧି କରୁଛି । ଜନ ଧନ ଯୋଜନା ଅଧୀନରେ 42 କୋଟିରୁ ଅଧିକ ଶୂନ ଅର୍ଥରେ ବ୍ୟାଙ୍କ ଖାତା ଖୋଲାଯାଇଥିଲା, ଯେଉଁଥିରେ ଆଜି ଗରିବଙ୍କର ହଜାର ହଜାର କୋଟି ଟଙ୍କା ଜମା ହୋଇଛି । ମୁଦ୍ରା ଯୋଜନାରେ ଆଜି ମହିଳା, ଦଳିତ- ପଛୁଆ-ଆଦିବାସୀମାନଙ୍କ ମଧ୍ୟରେ ବ୍ୟବସାୟୀ- କାରବାର କରୁଥିବା ଲୋକଙ୍କର ଏକ ନୂତନ ପିଢୀ ସାମ୍ନାକୁ ଆସିଛନ୍ତି, ଆଉ ସ୍ବନିଧି ଯୋଜନା ମାଧ୍ୟମରେ ରାସ୍ତା କଡରେ- ଠେଲା ମାଧ୍ୟମରେ ବିକ୍ରି କରୁଥିବା ଲୋକ ମଧ୍ୟ  ଅନୁଷ୍ଠାନିକ ଭାବେ ଋଣ ସହିତ ଯୋଡି ହୋଇପାରିଛନ୍ତି।

ସାଥୀଗଣ,

ଯେତେବେଳେ ଶେଷ ମାଇଲ୍ ଆର୍ଥିକ ଅନ୍ତର୍ଭୂକ୍ତିକରଣ ସହିତ ଡିଜିଟାଲ୍ ସଶକ୍ତିକରଣ ଯୋଡି ହୋଇଯିବ, ତେବେ ତାହା ଦ୍ବାରା ଦେଶର ଲୋକଙ୍କୁ ଏକ ନୂତନ ଶକ୍ତି ପ୍ରଦାନ କରିବ । 31 କୋଟିରୁ ଅଧିକ ଟଙ୍କା ରୂପୟେ କାର୍ଡ, ପ୍ରାୟ 50 ଲକ୍ଷ ପିଓଏସ (PoS) /ଏମ ପିଓଏସ ( m-PoS) ମେସିନ୍ ଆଜି ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଡିଜିଟାଲ୍ କାରବାରକୁ ସମ୍ଭବ କରିପାରିଛି । ୟୁପିଆଇ ଖୁବ୍ କମ୍ ସମୟ ମଧ୍ୟରେ ଡିଜିଟାଲ୍ କାରବାର ଦୃଷ୍ଟିରୁ ଭାରତକୁ ବିଶ୍ୱର ଅଗ୍ରଣୀ ଦେଶ କରିପାରିଛି । କେବଳ 7 ବର୍ଷ ମଧ୍ୟରେ ଭାରତ ଡିଜିଟାଲ କାରବାର କ୍ଷେତ୍ରରେ ଭାରତ 19 ଗୁଣ ଲମ୍ଫ ପ୍ରଦାନ କରିଛି । ଆଜି, ଆମର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା 24 ଘଣ୍ଟା, 7 ଦିନ ଏବଂ 12 ମାସ ଦେଶର ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ କାର୍ଯ୍ୟକ୍ଷମ । ଏହାର ଲାଭ କରୋନାର ଏହି ସମୟରେ ଆମେ ମଧ୍ୟ ଦେଖିଛୁ।

ସାଥୀଗଣ,

ଆରବିଆଇ ଏକ ସମ୍ବେଦନଶୀଳ ନିୟାମକ ହେବା ଏବଂ ପରିବର୍ତ୍ତିତ ପରିସ୍ଥିତି ପାଇଁ ନିଜକୁ ପ୍ରସ୍ତୁତ ରଖିବା ହେଉଛି ଦେଶର ଏକ ବଡ଼ ଶକ୍ତି । ଆଜିକାଲି ଆପଣ ଦେଖୁଛନ୍ତି ଯେ ଫନଟେକ୍ ଭଳି କ୍ଷେତ୍ରରେ ଆମର ଭାରତୀୟ ଷ୍ଟାର୍ଟଅପ୍ସ୍ କିପରି ବିଶ୍ୱ ଚାମ୍ପିଅନ୍ ହେଇ ପାରିଛି। ଏହି କ୍ଷେତ୍ରରେ ଟେକ୍ନୋଲୋଜିରେ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି । ଆମ ଦେଶର ଯୁବକମାନେ ଭାରତକୁ ଏକ ଅଭିନବ ବିଶ୍ବ ଶକ୍ତିରେ ପରିଣତ କରିଛନ୍ତି । ଏଭଳି ପରିସ୍ଥିତିରେ, ଆମର ନିୟାମକ ବ୍ୟବସ୍ଥା, ଏହି ପରିବର୍ତ୍ତନ ଗୁଡିକ ବିଷୟରେ ସଚେତନ ହେବା ଏବଂ ଆମର ଆର୍ଥିକ ବ୍ୟବସ୍ଥାକୁ ବିଶ୍ୱ ସ୍ତରୀୟ କରି ରଖିବା ପାଇଁ, ଏକ ଉପଯୁକ୍ତ ଇକୋ ସିଷ୍ଟମ୍ ନିର୍ମାଣ କରିବା ଆବଶ୍ୟକ, ତାହାକୁ ସଶକ୍ତ କରନ୍ତୁ।

ସାଥୀଗଣ,

ଆମକୁ ଦେଶର ନାଗରିକମାନଙ୍କର ଆବଶ୍ୟକତାକୁ କେନ୍ଦ୍ରରେ ରଖିବାକୁ ପଡ଼ିବ, ନିବେଶକମାନଙ୍କ ବିଶ୍ୱାସକୁ ନିରନ୍ତର ମଜବୁତ କରିବାକୁ ପଡ଼ିବ । ମୋର ସମ୍ପୂର୍ଣ୍ଣ ବିଶ୍ବାସ ଯେ ଏକ ସମ୍ବେଦନଶୀଳ ତଥା ନିବେଶକ ଅନୁକୂଳ ଲକ୍ଷ୍ୟସ୍ଥଳ ଭାବରେ ଭାରତର ନୂତନ ପରିଚୟକୁ ଆରବିଆଇ ନିରନ୍ତର ସଶକ୍ତ କରୁଛି ଏବଂ ମୁଁ ନିଶ୍ଚିତ ଯେ ଏହାକୁ ଆହୁରି ସଶକ୍ତ କରି ଚାଲିବ । ମୁଁ ପୁଣି ଥରେ, ଏହି ବଡ ସଂସ୍କାର ପାଇଁ ଆପଣ ସମସ୍ତ ହିତଧାରକଙ୍କୁ ଏହି ପଦକ୍ଷେପ ଆଣିଥିବା ସମସ୍ତଙ୍କୁ ଟେକ୍ନୋଲୋଜିର ଲମ୍ଫ ପ୍ରଦାନ କରିଥିବାରୁ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି ! ବହୁତ- ବହୁତ ଧନ୍ୟବାଦ !

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Over 2.17 Crore UP Farmers Receive Rs 4,352 Crore As PM Modi Releases PM-Kisan Installment

Media Coverage

Over 2.17 Crore UP Farmers Receive Rs 4,352 Crore As PM Modi Releases PM-Kisan Installment
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the transformative impact of Yoga
June 22, 2026

The Prime Minister, Shri Narendra Modi, said that the remarkable success of the International Day of Yoga is proof that Yoga is not only helping millions of people across the world achieve physical well-being, but is also inspiring them to lead positive lives with confidence.

The Prime Minister shared a Sanskrit Subhashitam-

“चित्तप्रशमनोपायो योग इत्यभिधीयते। प्राणस्पन्दनिरोधो वा द्वेधा योगस्य धारणा॥”

The Subhashitam conveys that yoga is the means of completely calming and quieting the mind. To attain this goal, two principal methods of yoga are prescribed: calming the mind and regulating the flow of the breath.

The Prime Minister wrote on X;

“अंतर्राष्ट्रीय योग दिवस की बड़ी सफलता इस बात का प्रमाण है कि योग न केवल दुनियाभर में करोड़ों लोगों को शारीरिक रूप से स्वस्थ बना रहा है, बल्कि उन्हें आत्मविश्वास के साथ सकारात्मक जीवन जीने के लिए प्रेरित भी कर रहा है।

चित्तप्रशमनोपायो योग इत्यभिधीयते। प्राणस्पन्दनिरोधो वा द्वेधा योगस्य धारणा॥”