୧୭୬ କିଲୋମିଟର ଦୈର୍ଘ୍ୟ ୫୫୫୦ କୋଟିରୁ ଅଧିକ ମୂଲ୍ୟର ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି
କାଜିପେଟରେ ୫୦୦ କୋଟିରୁ ଅଧିକ ମୂଲ୍ୟର ରେଲୱେ ଉତ୍ପାଦନ ୟୁନିଟ୍ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି
ଭଦ୍ରକାଳୀ ମନ୍ଦିରରେ ଦର୍ଶନ ଏବଂ ପୂଜା କରିଛନ୍ତି
“ତେଲୁଗୁ ଲୋକମାନଙ୍କର ଦକ୍ଷତା ସବୁବେଳେ ଭାରତର ସାମର୍ଥ୍ୟକୁ ବୃଦ୍ଧି କରିଛି”
“ଆଜିର ନୂତନ ଯୁବ ଭାରତ ଶକ୍ତିରେ ଭରପୂର ହୋଇଛି”
“ପୁରୁଣା ଭିତ୍ତିଭୂମି ସହିତ ଭାରତରେ ଦ୍ରୁତ ଗତିରେ ବିକାଶ ଅସମ୍ଭବ”
“ତେଲଙ୍ଗାନା ଆଖପାଖର ଅର୍ଥନୈତିକ କେନ୍ଦ୍ରଗୁଡ଼ିକୁ ସଂଯୋଗ କରୁଛି ଏବଂ ଅର୍ଥନୈତିକ କାର୍ଯ୍ୟକଳାପର କେନ୍ଦ୍ର ପାଲଟିଛି”
“ଉତ୍ପାଦନ କ୍ଷେତ୍ର ଯୁବକମାନଙ୍କ ପାଇଁ ରୋଜଗାରର ଏକ ବଡ଼ ଉତ୍ସ ପାଲଟିଛି”

ତେଲଙ୍ଗାନା ପ୍ରଜଳଂଦରିକୀ ନା ଅଭିନନ୍ଦଲୁ...

ତେଲଙ୍ଗାନାର ରାଜ୍ୟପାଳ ତାମିଲସାଇ ସୌଦରାଜନ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହଯୋଗୀ ନୀତିନ ଗଡ଼କରୀ ଜୀ, ଜି. କିଶନ ରେଡ୍ଡି ଜୀ, ଭାଇ ସଞ୍ଜୟ ଜୀ, ଅନ୍ୟ ମହାନୁଭବ ଏବଂ ତେଲଙ୍ଗାନାର ମୋର ଭାଇ ଓ ଭଉଣୀମାନେ । ନିକଟରେ ତେଲଙ୍ଗାନା ନିଜର ସ୍ଥାପନାର ୯ ବର୍ଷ ପୂରଣ କରିଛି । ତେଲଙ୍ଗାନା ରାଜ୍ୟ ହୁଏତ ନୂଆ ହୋଇଛି କିନ୍ତୁ ଭାରତର ଇତିହାସରେ ତେଲଙ୍ଗାନାର ଯୋଗଦାନ, ଏଠିକାର ଲୋକମାନଙ୍କର ଯୋଗଦାନ ସବୁବେଳେ ବହୁତ ବଡ଼ ରହିଛି । ତେଲୁଗୁ ଲୋକମାନଙ୍କର ସାମର୍ଥ୍ୟ ସବୁବେଳେ ଭାରତର ସାମର୍ଥ୍ୟକୁ ବଢ଼ାଇଛି । ସେଥିପାଇଁ ଆଜି ଯେତେବେଳେ ବିଶ୍ୱର ପଞ୍ଚମ ସବୁଠାରୁ ବଡ଼ ଅର୍ଥନୈତିକ ଶକ୍ତି ହୋଇପାରିଛି ତେବେ ସେଥିରେ ମଧ୍ୟ ତେଲଙ୍ଗାନାର ଲୋକମାନଙ୍କର ବଡ଼ ଭୂମିକା ରହିଛି । ଏବଂ ଏମିତିରେ, ଆଜି ଯେତେବେଳେ ସମଗ୍ର ବିଶ୍ୱ ଭାରତରେ ବିନିଯୋଗ ପାଇଁ ଆଗକୁ ଆସୁଛନ୍ତି, ବିକଶିତ ଭାରତକୁ ନେଇ ଏତେ ଉତ୍ସାହ ଅଛି । ସେତେବେଳେ ତେଲଙ୍ଗାନାର ସମ୍ମୁଖରେ ସୁଯୋଗ ହିଁ ସୁଯୋଗ ଅଛି ।

 

ସାଥୀମାନେ,

ଆଜିର ନୂତନ ଭାରତ, ଯୁବକମାନଙ୍କ ଭାରତ ଅଟେ, ଅନେକ ଶକ୍ତିରେ ପରିପୂର୍ଣ୍ଣ ଭାରତ ଅଟେ । ଏକବିଂଶ ଶତାବ୍ଦୀର ଏହି ତୃତୀୟ ଦଶନ୍ଧିରେ ଆମ ନିକଟରେ ସ୍ୱର୍ଣ୍ଣିମ କାଳ ଆସିଛି । ଆମକୁ ଏହି ସ୍ୱର୍ଣ୍ଣିମ କାଳର ପ୍ରତ୍ୟେକ ସେକେଣ୍ଡକୁ ସମ୍ପୂର୍ଣ୍ଣ ଭାବରେ ବ୍ୟବହାର କରିବାକୁ ହେବ । ଦେଶର କୌଣସି ମଧ୍ୟ କୋଶ, ଦ୍ରୁତ ବିକାଶର କୌଣସି ମଧ୍ୟ ସମ୍ଭାବନାରେ ପଛରେ ରହିବା ଉଚିତ ନୁହେଁ । ଏହି ସମ୍ଭାବନାକୁ ଶକ୍ତି ଦେବା ପାଇଁ ଗତ ୯ ବର୍ଷରେ ଭାରତ ସରକାର ତେଲଙ୍ଗାନାର ବିକାଶରେ, ଏଠିକାର ସଂଯୋଗୀକରଣ ଉପରେ ବିଶେଷ ଧ୍ୟାନ ଦେଇଛନ୍ତି । ଏହି କ୍ରମରେ ଆଜି ତେଲଙ୍ଗାନାର ସଂଯୋଗୀକରଣ ଏବଂ ଉତ୍ପାଦନ ସହିତ ଜଡ଼ିତ ୬ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ଏହି ସମସ୍ତ ପ୍ରକଳ୍ପ ପାଇଁ ତେଲଙ୍ଗାନାର ଜନସାଧାରଣଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

ସାଥୀମାନେ,

ନୂତନ ଲକ୍ଷ୍ୟ ଥିବ ତେବେ ନୂତନ ରାସ୍ତା ମଧ୍ୟ ପ୍ରସ୍ତୁତ କରିବାକୁ ପଡ଼ିଥାଏ । ଭାରତର ଦ୍ରୁତ ବିକାଶ ପୁରାତନ ଭିତ୍ତିଭୂମିର ଶକ୍ତି ଉପରେ ସମ୍ଭବ ନ ଥିଲା । ଯିବା-ଆସିବାରେ ଯଦି ଅଧିକ ସମୟ ନଷ୍ଟ ହେବ, ଲଜିଷ୍ଟିକ୍ସ ଯଦି ମହଙ୍ଗା ହେବ, ତେବେ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ କ୍ଷତି ହୋଇଥାଏ ଏବଂ ଲୋକମାନଙ୍କୁ ମଧ୍ୟ ଅସୁବିଧା ହୋଇଥାଏ । ସେଥିପାଇଁ ଆମର ସରକାର ପୂର୍ବରୁ ବହୁତ ଅଧିକ ଦ୍ରୁତ ଗତିରେ ଏବଂ ମାପରେ କାର୍ଯ୍ୟ କରୁଛନ୍ତି । ଆଜି ସମସ୍ତ ପ୍ରକାରର ଭିତ୍ତିଭୂମି ପାଇଁ ପୂର୍ବରୁ ଅନେକ ଗୁଣ ଅଧିକ ଦ୍ରୁତ ଗତିରେ କାର୍ଯ୍ୟ ହେଉଛି । ଆଜି ସମଗ୍ର ଦେଶରେ ରାଜପଥ, ଏକ୍ସପ୍ରେସ ୱେ, ଇକନୋମିକ କରିଡର, ଇଣ୍ଡଷ୍ଟ୍ରିଆଲ କରିଡର ଗୋଟିଏ ଜାଲ ବିଛାଇଛି । ଦୁଇ ଲେନର ରାଜପଥ କୋର ଲେନ ପାଇଁ ଏବଂ ଚାରି ଲେନ ରାଜପଥ ୬ ଲେନରେ ପରିବର୍ତ୍ତନ କରାଯାଉଛି । ୯ ବର୍ଷ ପୂର୍ବରୁ ଯେଉଁ ତେଲଙ୍ଗାନାର ଜାତୀୟ ରାଜପଥର ନେଟୱର୍କ ୨୫୦୦ କିଲୋମିଟର ଥିଲା । ଆଜି ଏହାର ବୃଦ୍ଧି ଘଟି ୫୦୦୦ କିଲୋମିଟର ହୋଇ ସାରିଛି । ଆଜି ତେଲଙ୍ଗାନାରେ ୨୫୦୦ କିଲୋମିଟରର ଜାତୀୟ ରାଜପଥ ପ୍ରକଳ୍ପର ନିର୍ମାଣ ପାଇଁ ଅଲଗା ଅଲଗା ଚରଣରେ ଅଛି । ଭାରତମାଳା ପ୍ରକଳ୍ପ ଅନ୍ତର୍ଗତ ଯେଉଁ ଡର୍ଜନ ଡର୍ଜନ କରିଡର୍ସ ଦେଶରେ ନିର୍ମାଣ ହେଉଛି । ସେଥିରୁ ଅନେକ ତେଲଙ୍ଗାନା ହୋଇ ଯାଉଛି । ହାଇଦ୍ରବାଦ-ଇଂଦୋର ଇକନୋମିକ କରିଡର, ସୁରଟ-ଚେନ୍ନାଇ ଇକନୋମିକ କରିଡର, ହାଇଦ୍ରାବାଦ-ପଣଜୀ ଇକନୋମିକ କରିଡର, ହାଇଦ୍ରାବାଦ-ବିଶାଖପଟନମ ଇଣ୍ଟର କରିଡର ଏମିତି ଅନେକ ଉଦାହରଣ ଆମ ସମ୍ମୁଖରେଅଛି । ଗୋଟିଏ ଭାବରେ, ତେଲେଙ୍ଗାନାର ପଡ଼ୋଶୀ ଆର୍ଥିକ କେନ୍ଦ୍ରଗୁଡିକୁ ସଂଯୋଗ କରୁଛି ଏବଂ ଆର୍ଥିକ ଗତିବିଧିଗୁଡ଼ିକର କେନ୍ଦ୍ର ତିଆରି ହେଉଛି ।

 

ସାଥୀମାନେ,

ଆଜି ନାଗପୁର-ବିଜୟୱାଡ଼ା କରିଡରର ମଂଚୋରିୟଲରୁ ୱ।ରାଙ୍ଗଲ ସେକ୍ସନର ମଧ୍ୟ ଶିଳାନ୍ୟାସ ହୋଇଛି । ଏହି ତେଲେଙ୍ଗାନାକୁ ମହାରାଷ୍ଟ୍ର ଏବଂ ଆନ୍ଧ୍ର ପ୍ରଦେଶରୁ ଆଧୁନିକ ସଂଯୋଗୀକରଣ ଦେଇଥାଏ । ଏହାଦ୍ୱାରା ମଂଚୋରିୟଲ ଏବଂ ୱ।ରାଙ୍ଗଲ ମଧ୍ୟରେ ଥିବା ଦୂରତା ବହୁତ କମ ହୋଇଯିବ ଏବଂ ଟ୍ରାଫିକ ଉଡର ସମସ୍ୟାକୁ ମଧ୍ୟ କମ କରିବ । ଏହା ବିଶେଷ ଭାବରେ ସେହି ବାଟ ଦେଇ ଯାଇଥାଏ, ଯେଉଁଠାରେ ବିକାଶର ଅଭାବ ଥିଲା, ଯେଉଁଠି ଆମର ଆଦିବାସୀ ସମ୍ପ୍ରଦାୟର ଭାଇ-ଭଉଣୀମାନେ ବହୁ ସଂଖ୍ୟାରେ ରହୁଛନ୍ତି । ଏହି କରିଡର, ବହୁ ପରିମାଣରେ ସଂଯୋଗୀକରଣର ଦୃଷ୍ଟି ମଧ୍ୟ ମଜଭୁତ ହେବ । କରୀମନଗର-ୱ।ରାଙ୍ଗଲ ସେକ୍ସନରେ ୪ ଲେନ ପରିବର୍ତ୍ତନ ହେବାରେ ହାଇଦ୍ରାବାଦ-ୱ।ରାଙ୍ଗଲ ଇଣ୍ଡଷ୍ଟ୍ରିଆଲ କରିଡର, କାକତିୟା ମେଗା ଟେକ୍ସଟାଇଲ ପାର୍କ ଏବଂ ୱ।ରାଙ୍ଗଲ ଏସଇଜେଡର ସଂଯୋଗୀକରଣ ମଧ୍ୟ ସଶକ୍ତ ହେବ ।

ସାଥୀମାନେ,

ଭାରତ ସରକାର, ଆଜି ତେଲେଙ୍ଗାନାରେ ଯେଉଁ ସଂଯୋଗ ବଢୁଛି । ତାହାର ଲାଭ ତେଲେଙ୍ଗାନାର ଇଣ୍ଡଷ୍ଟ୍ରିକୁ ହେଉଛି, ଏଠିକାର ପର୍ଯ୍ୟଟନକୁ ହେଉଛି । ତେଲେଙ୍ଗାନାରେ ଯେଉଁ ଅନେକ ହେରିଟେଜ ସେଣ୍ଟର୍ସ ଅଛି, ଆସ୍ଥାର ସ୍ଥାନ ଅଛି, ସେଠାରେ ଯିବା ଆସିବା ବର୍ତ୍ତମାନ ଏବଂ ଅଧିକ ସୁବିଧାଜନକ ହେଉଛି । ଏଠାରେ ଯେଉଁ ଏଗ୍ରିକଲଚର ସହିତ ଜଡ଼ିତ ଉଦ୍ୟୋଗ ଅଛି, କରୀମନଗରର ଗ୍ରାନାଇଟ ଇଣ୍ଡଷ୍ଟ୍ରି ଅଛି, ତାହାକୁ ମଧ୍ୟ ଭାରତ ସରକାରଙ୍କ ଏହି ପ୍ରୟାସରୁ ସାହାଯ୍ୟ ମିଳୁଛି । ଅର୍ଥାତ ଚାଷୀ ହୁଅନ୍ତୁ କିମ୍ବା ଶ୍ରମିକ, ଛାତ୍ର ହୁଅନ୍ତୁ କିମ୍ବା ବୃତ୍ତିଗତ, ସମସ୍ତଙ୍କୁ ଏହାର ଲାଭ ହେଉଛି । ଏହାଦ୍ୱାରା ଯୁବଗୋଷ୍ଠୀ ସେମାନଙ୍କ ଘର ନିକଟରେ ରୋଜଗାର, ସ୍ୱରୋଜଗାରର ନୂତନ ସୁଯୋଗ ମଧ୍ୟ ମିଳୁଛି ।

ସାଥୀମାନେ,

ଯୁବକମାନଙ୍କ ପାଇଁ ରୋଜଗାରର ଆହୁରି ବଡ଼ ମାଧ୍ୟମ ଦେଶର ଉତ୍ପାଦନ କ୍ଷେତ୍ରରେ ସୃଷ୍ଟି ହେଉଛି, ମେକ ଇନ୍ ଇଣ୍ଡିଆ ଅଭିଯାନ ସୃଷ୍ଟି ହେଉଛି । ଆମ ଦେଶରେ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ପିଏଲଆଇ ଯୋଜନା ଆରମ୍ଭ ହୋଇଛି । ଅର୍ଥାତ ଯିଏ ଅଧିକ ଉତ୍ପାଦନ କରୁଛି, ତାହାକୁ ଭାରତ ସରକାରଙ୍କ ପକ୍ଷରୁ ବିଶେଷ ସାହାଯ୍ୟ ମିଳୁଛି । ଏହା ଅନ୍ତର୍ଗତ ୫୦ରୁ ଅଧିକ ବଡ଼ ପ୍ରକଳ୍ପ ଏଠାରେ ତେଲେଙ୍ଗାନାରେ ଅଛି । ଆପଣ ଜାଣିଛନ୍ତି ଯେ ଭାରତ ଚଳିତ ବର୍ଷ ପ୍ରତିରକ୍ଷା ଏକ୍ସପୋର୍ଟରେ ନୂତନ ରେକର୍ଡ କରିଛି । ଭାରତର ଡିଫେନ୍ସ ଏକ୍ସପୋର୍ଟ ୯ ବର୍ଷ ପୂର୍ବରୁ ଏକ ହଜାର କୋଟି ଟଙ୍କାରୁ ମଧ୍ୟ କମ ଥିଲା । ଆଜି ଏହା ୧୬ ହଜାର କୋଟି ଟଙ୍କା ଅତିକ୍ରମ କରିଛି । ଏହାର ଲାଭ ହାଇଦ୍ରାବାଦ ସ୍ଥିତ ଭାରତ ଡାୟନାମିକ୍ସ ଲିମିଟେଡକୁ ମଧ୍ୟ ହେଉଛି ।

ସାଥୀମାନେ,

ଆଜି ଭାରତୀୟ ରେଳ ମଧ୍ୟ ଉତ୍ପାଦନ କ୍ଷେତ୍ରରେ ନୂତନ ରେକର୍ଡ, ନୂତନ ଠିକଣା ପ୍ରସ୍ତୁତ କରୁଛନ୍ତି । ବର୍ତ୍ତମାନ ସମୟରେ ମେଡ୍ ଇନ୍ ଇଣ୍ଡିଆ ବଂଦେ ଭାରତ ଟ୍ରେନଗୁଡ଼ିକର ବହୁତ ଚର୍ଚ୍ଚା ଅଛି । ଗତ ବର୍ଷମାନଙ୍କରେ ଭାରତୀୟ ରେଳ ହଜାର ହଜାର ଆଧୁନିକ କୋଚ ଏବଂ ଲୋକମୋଟିଭ କରିଛନ୍ତି । ଭାରତୀୟ ରେଳର ଏହି କାୟାକଳ୍ପରେ ବର୍ତ୍ତମାନ କାଜୀପେଟ ମଧ୍ୟ ମେକ୍ ଇନ୍ ଇଣ୍ଡିଆର ନୂତନ ଶକ୍ତିର ସହିତ ଯୋଡ଼ି ହେବାକୁ ଯାଉଛନ୍ତି । ବର୍ତ୍ତମାନ ଏଠାରେ ପ୍ରତ୍ୟେକ ମାସରେ ଡର୍ଜନ ଡର୍ଜନ ୱେଗନ ନିର୍ମାଣ ହେବ । ଏହାଦ୍ୱାରା ଏହି କ୍ଷେତ୍ର ରୋଜଗାରରେ ନୂତନ ସୁଯୋଗ ତିଆରି ହେବ, ଏଠିକାର ପ୍ରତ୍ୟେକ ପରିବାରକୁ କୌଣସି ନା କୌଣସି ଭାବରେ ଲାଭ ହେବ । ଏଠାରେ ସବକା ସାଥ, ସବକା ବିକାଶ ଅଛି । ବିକାଶର ଏହି ମନ୍ତ୍ର ଉପରେ ତେଲେଙ୍ଗାନାକୁ ଆମକୁ ଆଗକୁ ବଢ଼ାଇବାକୁ ହେବ। ପୁଣିଥରେ ଆପଣ ସମସ୍ତଙ୍କୁ ଏପରି ଅନେକ ପ୍ରଗତିଶୀଳ କାର୍ଯ୍ୟକ୍ରମ ପାଇଁ ଆୟୋଜନ ପାଇଁ, ବିକାଶର ନୂତନ ଧାରା ପାଇଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ବହୁତ ବହୁତ ଧନ୍ୟବାଦ ଜଣାଉଛି! ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Govt launches ₹20,000 crore credit guarantee scheme to boost MFIs

Media Coverage

Govt launches ₹20,000 crore credit guarantee scheme to boost MFIs
NM on the go

Nm on the go

Always be the first to hear from the PM. Get the App Now!
...
Prime Minister reflects on Navratri’s journey of unwavering faith
March 21, 2026

Prime Minister Shri Narendra Modi shared his reflections today on the spiritual significance of the holy festival of Navratri, highlighting the transformative power of faith in the Mother Goddess.Shri Modi shared a devotional hymn dedicated to the Goddess on this occasion.

The Prime Minister wrote on X:

"जगतजननी माता पर अटूट विश्वास उनके भक्तों में नई चेतना और स्फूर्ति का संचार करने वाला है।"