ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନର ଶିକରରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ
“ଉତ୍ସର୍ଗ କଲେ ୧.୨୫ ଲକ୍ଷ ପିଏମ କିଶାନ ସମୃଦ୍ଧି କେନ୍ଦ୍ର”
“ପିଏମ କିଶାନ ଅଧିନରେ ୧୭ ହଜାର କୋଟି ଟଙ୍କାର ଚତୁର୍ଦଶ କିସ୍ତି ଜାରି କଲେ”
“ଡିଜିଟାଲ ବାଣିଜ୍ୟ ମୁକ୍ତ ନେଟୱର୍କ (ଓଏନଡିସି) ପାଇଁ ୧୬୦୦ ଶହ କୃଷକ ଉତ୍ପାଦକ ସଂଗଠନର ମିଶ୍ରଣ ଆରମ୍ଭ”
“ଗନ୍ଧକ ପ୍ରଲେପଯୁକ୍ତ ୟୁରିଆ (ୟୁରିଆ ଗୋଲ୍ଡ)ର ଶୁଭାରମ୍ଭ; ପାଞ୍ଚଟି ମେଡିକାଲ କଲେଜ ଉଦଘାଟନ ଓ ସାତଟିର କଲେ ଶିଳାନ୍ୟାସ”
“କେନ୍ଦ୍ର ସରକାର କୃଷକଙ୍କ କଷ୍ଟ ଓ ଆବଶ୍ୟକତାକୁ ବୁଝିଛନ୍ତି”
“ୟୁରିଆ ମୂଲ୍ୟ ଯୋଗୁ ସରକାର ଚାଷୀଙ୍କୁ ଅସୁବିଧାରେ ପଡ଼ିବାକୁ ଦେବେ ନାହିଁ, ଯେତେବେଳେ ଜଣେ ଚାଷୀ ୟୁରିଆ କିଣିବାକୁ ଯାଏ ତା’ର ବିଶ୍ୱାସ ଅଛି ଯେ ଏଥିରେ ମୋଦୀ ଗ୍ୟାରେଣ୍ଟି ରହିଛି”
“ଗ୍ରାମ ବିକଶିତ ହେଲେ ହିଁ ଭାରତ ବିକଶିତ ହେବ”
“ରାଜସ୍ଥାନର ଆଧୁନିକ ଭିତ୍ତିଭୂମି ସୃଷ୍ଟି ହେଉଛି ଆମର ଅଗ୍ରାଧିକାର”
“ସମଗ୍ର ବିଶ୍ୱରେ ରାଜସ୍ଥାନର ଗର୍ବ ଓ ଐତିହ୍ୟକୁ ଆମେ ନୂତନ ପରିଚୟ ପ୍ରଦାନ କରିବା”

ରାଜସ୍ଥାନର ରାଜ୍ୟପାଳ ଶ୍ରୀମାନ କାଲରାଜ ମିଶ୍ର ଜୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାର ଜୀ, ଅନ୍ୟ ସମସ୍ତ ମନ୍ତ୍ରୀଗଣ, ସଂସଦରେ ମୋର ସାଥିଗଣ, ବିଧାୟଗଗଣ  ଏବଂ ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଆଜି ଏହି କାର୍ଯ୍ୟକ୍ରମରେ ଦେଶର ଲକ୍ଷ ଲକ୍ଷ ସ୍ଥାନରୁ ଆମ ସହ କୋଟି କୋଟି କୃଷକ ଆମ ସହିତ ଯୋଡ଼ି ହୋଇଛନ୍ତି । ମୁଁ ରାଜସ୍ଥାନର ଭୂମିରୁ ଦେଶର ସେହି କୋଟି କୋଟି କୃଷକମାନଙ୍କୁ ପ୍ରଣାମ କରୁଛି । ଏବଂ ରାଜସ୍ଥାନର ମୋର ପ୍ରିୟ ଭାଇ-ଭଉଣମାନେ ମଧ୍ୟ ଆଜି ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଶୋଭା ବୃଦ୍ଧି କରୁଛନ୍ତି ।

ଖଟୁ ଶ୍ୟାମ ଜୀଙ୍କର ଏହି ଦେଶ ସମଗ୍ର ଦେଶରେ ଥିବା ଭକ୍ତମାନଙ୍କୁ ଆତ୍ମବିଶ୍ୱାସ ଏବଂ ଭରସା ଦେଇଥାଏ । ମୋର ସୌଭାଗ୍ୟ ଯେ ଅନେକ ବିକାଶମୂଳକ ପ୍ରକଳ୍ପ ଆରମ୍ଭ କରିବାର ସୁଯୋଗ ମିଳିଛି । ଆଜି ଏଠାରୁ ଦେଶର କୋଟି କୋଟି କୃଷକମାନଙ୍କୁ ପିଏମ କିଶାନ ସମ୍ମାନ ନିଧିର ପ୍ରାୟ ୧୮ ହଜାର କୋଟି ଟଙ୍କା ପଠାଯାଇଛି । ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଛି ।

ଆଜି ଦେଶରେ ୧.୨୫ ଲକ୍ଷ ପିଏମ କିଶାନ ସମୃଦ୍ଧି କେନ୍ଦ୍ରର ଶୁଭାରମ୍ଭ ହୋଇଛି । ଗ୍ରାମ ତଥା ବ୍ଲକ ସ୍ତରରେ ସ୍ଥାପିତ ଏହି ପ୍ରଧାନମନ୍ତ୍ରୀ କିଶାନ ସମୃଦ୍ଧି କେନ୍ଦ୍ରରୁ କୋଟି କୋଟି କୃଷକମାନଙ୍କୁ ସିଧାସଳଖ ଲାଭ ହେବ । ଆଜି ୧୫୦୦ରୁ ଅଧିକ ଏଫପିଓ ପାଇଁ ଡିଜିଟାଲ ବାଣିଜ୍ୟ ପାଇଁ ଓପନ ନେଟୱର୍କ ଅର୍ଥାତ ଓଏନଡିସି ମଧ୍ୟ ଆମ କୃଷକମାନଙ୍କ ପାଇଁ ଉଦଘାଟନ କରାଯାଇଛି । ଏହା ସହିତ ଦେଶର ଯେକୌଣସି କୋଣରେ ମଧ୍ୟ ବସିଥିବା ଚାଷୀଙ୍କ ପାଇଁ ଉତ୍ପାଦକୁ ବଜାର ପର୍ଯ୍ୟନ୍ତ ପହଂଚାଇବା ଆହୁରି ଅଧିକ ସହଜ ହୋଇଯିବ ।

ଆଜି ଦେଶର କୃଷକମାନଙ୍କ ପାଇଁ ଏକ ନୂତନ ‘ୟୁରିଆ ଗୋଲ୍ଡ’ ମଧ୍ୟ ଆରମ୍ଭ କରାଯାଇଛି । ଏହା ବ୍ୟତୀତ ରାଜସ୍ଥାନର ଭିନ୍ନ ଭିନ୍ନ ସହରକୁ ନୂତନ ମେଡିକାଲ କଲେଜ ଏବଂ ଏକଲବ୍ୟ ମଡେଲ ସ୍କୁଲର ଉପହାର ମଧ୍ୟ ମିଳିଛି । ମୁଁ ଦେଶର ଲୋକମାନଙ୍କୁ ଏବଂ ବିଶେଷ କରି ମୋର କୃଷକ ଭାଇ-ଭଉଣୀମାନଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି, ଅନେକ ଶୁଭେଚ୍ଛା ଜଣାଉଛି ।

 

ସାଥୀମାନେ,

ରାଜସ୍ଥାନରେ ଶିକର ଏବଂ ଶେଖାୱାଟିର ଏହି ଅଂଶ ଏକ ପ୍ରକାର କୃଷକମାନଙ୍କର ଗଡ଼ ଅଟେ । ଏଠିକାର କୃଷକମାନେ ସର୍ବଦା ପ୍ରମାଣ କରିଛନ୍ତି ଯେ ସେମାନଙ୍କର ପରିଶ୍ରମ ଆଗରେ  କିଛି ମଧ୍ୟ କଷ୍ଟସାଧ୍ୟ ନାହିଁ । ଜଳର ଅଭାବ ସତ୍ତ୍ୱେ ଏଠିକାର କୃଷକମାନେ ମାଟିରୁ ଭରପୁର ଫସଲ କରି ଦେଖାଇଛନ୍ତି । କୃଷକର ସାମର୍ଥ୍ୟ, କୃଷକର ପରିଶ୍ରମ, ମାଟିରୁ ସୁନା ବାହାର କରିଥାଏ ଏବଂ ସେଥିପାଇଁ ଆମର ସରକାର ଦେଶର ଚାଷୀମାନଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଠିଆ ହୋଇଛନ୍ତି ।

ସ୍ୱାଧୀନତାର ଏତେ ଦଶନ୍ଧି ପରେ ଆଜି ଦେଶରେ ଏପରି ଏକ ସରକାର ଆସିଛି, ଯାହା କୃଷକଙ୍କ ଦୁଃଖ ଓ ଯନ୍ତ୍ରଣାକୁ ବୁଝିପାରୁଛି, ଚାଷୀଙ୍କ ଚିନ୍ତା ବୁଝିପାରୁଛି । ତେଣୁ ଗତ ନଅ ବର୍ଷ ମଧ୍ୟରେ ଭାରତ ସରକାର କୃଷକଙ୍କ ସ୍ୱାର୍ଥରେ କ୍ରମାଗତ ଭାବରେ ନିଷ୍ପତ୍ତି ନିଆଯାଇଛି । ଆମେ ବିହନ ଠାରୁ ବଜାର ପର୍ଯ୍ୟନ୍ତ କୃଷକମାନଙ୍କ ପାଇଁ ନୂତନ ବ୍ୟବସ୍ଥା ସୃଷ୍ଟି କରିଛୁ । ମୋର ମନେ ଅଛି, ରାଜସ୍ଥାନର ସୁରତଗଡ଼ରେ, ଆମେ ୨୦୧୫ରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା ଆରମ୍ଭ କରିଥିଲୁ । ଏହି ଯୋଜନା ମାଧ୍ୟମରେ ଆମ ଦେଶର କୃଷକମାନଙ୍କୁ କୋଟି କୋଟି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିଛୁ । ଏହି କାର୍ଡଗୁଡ଼ିକ ପାଇଁ ଆଜି କୃଷକମାନେ ମାଟିର ସ୍ୱାସ୍ଥ୍ୟ ବିଷୟରେ ଜାଣିବାକୁ ପାଉଛନ୍ତି । ସେମାନେ ସେହି ଅନୁଯାୟୀ ସାର ବ୍ୟବହାର କରୁଛନ୍ତି ।

ମୁଁ ଖୁସି ଯେ ଆଜି ରାଜସ୍ଥାନର ଚାଷୀଙ୍କ ପାଇଁ ଆଉ ଏକ ବଡ଼ ଯୋଜନା ଆରମ୍ଭ ହୋଇଛି । ଆଜି ସମଗ୍ର ଦେଶରେ ୧.୨୫ ଲକ୍ଷରୁ ଅଧିକ ପ୍ରଧାନମନ୍ତ୍ରୀ କିଶାନ ସମୃଦ୍ଧି କେନ୍ଦ୍ର ଉତ୍ସର୍ଗ କରାଯାଇଛି । ଏହି ସମସ୍ତ କେନ୍ଦ୍ରଗୁଡ଼ିକ ପ୍ରକୃତ ଅର୍ଥରେ କୃଷକଙ୍କ ସମୃଦ୍ଧତା ପାଇଁ ବାଟ ଖୋଲିବ । ଗୋଟିଏ ଉପାୟରେ କୃଷକମାନଙ୍କ ପାଇଁ ଏଗୁଡ଼ିକ ହେଉଛି ୱାନ୍ ଷ୍ଟପ୍ ସେଣ୍ଟର ।

ଆପଣ ଚାଷୀ ଭାଇ ଓ ଭଉଣୀମାନଙ୍କୁ ଅନେକ ସମୟରେ କୃଷି ସମ୍ବନ୍ଧୀୟ ସାମଗ୍ରୀ ପାଇଁ, ଅନ୍ୟାନ୍ୟ ଆବଶ୍ୟକତା ପାଇଁ ଭିନ୍ନ ଭିନ୍ନ ସ୍ଥାନକୁ ଯିବାକୁ ପଡ଼ିଥାଏ । ଏବେ ଆପଣଙ୍କୁ ଏପରି ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିବ ନାହିଁ । ବର୍ତ୍ତମାନ ପ୍ରଧାନମନ୍ତ୍ରୀ କିଶାନ ସମୃଦ୍ଧି କେନ୍ଦ୍ର, ଚାଷୀମାନଙ୍କୁ ସେଠାରୁ ବିହନ ଏବଂ ସାର ମଧ୍ୟ ପାଇପାରିବେ । ଏହା ବ୍ୟତୀତ କୃଷି ସମ୍ବନ୍ଧୀୟ ଉପକରଣ ଏବଂ ଅନ୍ୟାନ୍ୟ ଯନ୍ତ୍ର ମଧ୍ୟ ଏହି କେନ୍ଦ୍ରରୁ ପାଇପାରିବେ । ଏହି କେନ୍ଦ୍ରଗୁଡ଼ିକ ଚାଷ ସହିତ ଜଡ଼ିତ ପ୍ରତ୍ୟେକ ଅତ୍ୟାଧୁନିକ ସୂଚନା କୃଷକ ଚାଷୀମାନଙ୍କୁ ପ୍ରଦାନ କରିବେ । ମୁଁ ଦେଖିଛି ଯେ ଏହି ଯୋଜନା ବିଷୟରେ ସଠିକ୍ ସୂଚନା ଅଭାବରୁ ଅନେକ ଥର ମୋର କୃଷକ ଭାଇ ଓ ଭଉଣୀମାନେ ବହୁତ କଷ୍ଟ ପାଆନ୍ତି । ଏହି ପ୍ରଧାନମନ୍ତ୍ରୀ କିଶାନ ସମୃଦ୍ଧି କେନ୍ଦ୍ର ବର୍ତ୍ତମାନ କୃଷକମାନଙ୍କ ପାଇଁ ପ୍ରତ୍ୟେକ ଯୋଜନା ବିଷୟରେ ସଠିକ୍ ସମୟରେ ସୂଚନାର ମଧ୍ୟ ମାଧ୍ୟମ ହେବ ।

ଏବଂ ସାଥୀମାନେ,

ବର୍ତ୍ତମାନ ଏହା କେବଳ ଆରମ୍ଭ, ଏବଂ ମୁଁ ମୋର ଚାଷୀ ଭାଇମାନଙ୍କୁ ଅନୁରୋଧ କରୁଛି ଆପଣ ମଧ୍ୟ ଏହି ଅଭ୍ୟାସକୁ ଅବ୍ୟାହତି ରଖନ୍ତୁ, ଯଦିଓ ଆପଣଙ୍କୁ ଚାଷ ସମ୍ବନ୍ଧୀୟ କିଛି ଜିନିଷ କିଣିବାକୁ ନାହିଁ, କିନ୍ତୁ ଯଦି ଆପଣ ବଜାରକୁ ଯାଇଛନ୍ତି, ସେହି ସମୟରେ ଯଦି କୃଷକ ସମୃଦ୍ଧି କେନ୍ଦ୍ର ଅଛି, କିଛି ମଧ୍ୟ କିଣିବାକୁ ନାହିଁ ତେବେ ସେଠାକୁଯାଇ ବୁଲି ଆସନ୍ତୁ । କ’ଣ ଚାଲିଛି ଟିକିଏ ଦେଖନ୍ତୁ । ଆପଣ ନିଶ୍ଚୟ ଦେଖିଥିବେ ଯେ ଆମର ମା’-ଭଉଣୀମାନେ ପନିପରିବା କିଣିବାକୁ ଯାଆନ୍ତି, କିନ୍ତୁ ସେମାନେ କୌଣସି ଏକ ଶାଢ଼ିର ଦୋକାନ ଦେଖିଥାନ୍ତି, ନ’ କିଣନ୍ତୁ ପଛେ ସେଠାକୁ ଯାଇ ଟିକେ ବୁଲି ଆସନ୍ତି । ନୂଆ କ’ଣ ଆସିଛି, ଭେରାଇଟି କେଉଁ ଶାଢ଼ି ଆସିଛି, ନିଶ୍ଚିତ ଦେଖିବେ । ମୋର ଚାଷୀ ଭାଇ-ଭଉଣୀମାନେ ନିଶ୍ଚିତ ଭାବରେ ବୁଲିବେ, ପ୍ରତ୍ୟେକ ପ୍ରକାରର ଦେଖିବେ, କ’ଣ ନୂଆ ଆସିଛି କ’ଣ ନାହିଁ, ଦେଖିବେ । ଆପଣ ଦେଖନ୍ତୁ, ବହୁତ ଲାଭ ମିଳିବ । ସାଥୀମାନେ, ଚଳିତବର୍ଷ ଶେଷ ସୁଦ୍ଧା ଦେଶରେ ୨.୫ ଲକ୍ଷରୁ ଅଧିଖ ପ୍ରଧାନମନ୍ତ୍ରୀ କିଶାନ ସମୃଦ୍ଧି କେନ୍ଦ୍ର ପ୍ରତିଷ୍ଠା କରାଯିବ ।

 

ସାଥୀମାନେ,

ଆଜି କେନ୍ଦ୍ରରେ ଯେଉଁ ସରକାର ଅଛନ୍ତି, ସେମାନେ ଚାଷୀମାନଙ୍କ ଖର୍ଚ୍ଚ ହ୍ରାସ କରିବା ପାଇଁ, ସେମାନଙ୍କ ଖର୍ଚ୍ଚରେ ସାହାଯ୍ୟ କରିବା ପାଇଁ ସମ୍ପୂର୍ଣ୍ଣ ଆନ୍ତରିକତାର ସହ କାର୍ଯ୍ୟ କରୁଛନ୍ତି । ପିଏମ କିଶାନ ସମ୍ମାନ ନିଧି ହେଉଛି ବିଶ୍ୱର ସବୁଠାରୁ ବଡ଼ ଯୋଜନା ଅଟେ, ଯେଉଁଥିରେ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରାଯାଇଥାଏ । ଆଜିର ୧୪ତମ କିସ୍ତିକୁ ଯୋଡ଼ିବା ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ୨ ଲକ୍ଷ ୬୦ ହଜାର କୋଟିରୁ ଅଧିକ ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି । ଏହି ଅର୍ଥ ଚାଷୀମାନଙ୍କର ଅନେକ ଛୋଟ ଛୋଟ ଖର୍ଚ୍ଚକୁ ପୂରଣ କରିବାରେ ବହୁତ ସାହାଯ୍ୟ କରିଛି ।

ଆମର ସରକାର କିପରି ଚାଷୀ ଭାଇଙ୍କ ପଇସା ସଞ୍ଚୟ କରୁଛନ୍ତି, ତାହାର ଏକ ଉଦାହରଣ ୟୁରିଆର ମୂଲ୍ୟ ମଧ୍ୟ ଅଟେ । ଏବଂ ଦେଶର କୃଷକମାନେ ମୋ କଥା ଶୁଣୁଛନ୍ତି, ମୋ କଥା ଧ୍ୟାନର ସହିତ ଶୁଣନ୍ତୁ । ଆପଣ ଜାଣିଛନ୍ତି କରୋନାର କେତେ ବଡ଼ ଭୟଙ୍କର ମହାମାରୀ ଆସିଲା, ଏହାପରେ ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ହୋଇଥିଲା ଏବଂ ଏହି କାରଣରୁ ବଜାରରେ ବହୁତ ବଡ଼ ଉପର ତଳ ଦେଖା ଯାଇଥିଲା । ବିଶେଷକରି ଫର୍ଟିଲାଇଜର କ୍ଷେତ୍ରରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । କିନ୍ତୁ ଏହାର ପ୍ରଭାବ ଆମ ସରକାର ଚାଷୀମାନଙ୍କ ଉପରେ ପଡ଼ିବାକୁ ଦେଲେ ନ ଥିଲେ ।

ମୁଁ ଦେଶର ପ୍ରତ୍ୟେକ କୃଷକ ଭାଇ ଏବଂ ଭଉଣୀମାନଙ୍କୁ ସାର ମୂଲ୍ୟର ଏହି ସତ୍ୟତାକୁ କହିବାକୁ ଚାହିଁବି । ଆଜି ଭାରତରେ ୟୁରିଆର ବସ୍ତା ଆମ କୃଷକମାନଙ୍କୁ ୨୬୦ ଟଙ୍କାରେ ଦେଇଥାଉ, ସମାନ ପରିମାଣର ୟୁରିଆ ପଡ଼ୋଶୀ ପାକିସ୍ତାନର କୃଷକମାନଙ୍କ ପାଇଁ ପ୍ରାୟ ୮୦୦ ଟଙ୍କାରେ ସେହି ଅଖା ମିଳିଥାଏ । ଆଜି ଭାରତରେ ୟୁରିଆର ଯେଉଁ ଅଖା ଆମ ଚାଷୀମାନଙ୍କୁ ୨୬୦ ଟଙ୍କାରେ ଦିଆଯାଉଛି ସେତିକି ୟୁରିଆ ବାଂଲାଦେଶର ଚାଷୀମାନଙ୍କୁ େସେଠିକାର ବଜାରରେ ୭୨୦ ଟଙ୍କାରେ ମିଳିଥାଏ । ଆଜି ଭାରତରେ ୟୁରିଆର ଯେଉଁ ଅଖା ଆମ ଚାଷୀମାନଙ୍କୁ ୨୬୦ ଟଙ୍କାରେ ଦିଆଯାଉଛି ସେତିକି ୟୁରିଆର ଅଖା ଚୀନରେ ଚାଷୀମାନଙ୍କୁ ୨୧୦୦ ଟଙ୍କାରେ ମିଳୁଛି । ଏବଂ ଆପଣ ଜାଣିଛନ୍ତି ଆମେରିକାରେ ୟୁରିଆର ଏହି ଅଖା ଆଜିକାଲି କେତେ ଟଙ୍କାରେ ମିଳୁଛି? ୟୁରିଆର ଯେଉଁ ଅଖା ପାଇଁ ଆପଣ ୩୦୦ ଟଙ୍କାରୁ ମଧ୍ୟ କମ ଦେଇଥାଆନ୍ତି ସେହି ଅଖା ପାଇଁ ଆମେରିକାର ଚାଷୀମାନଙ୍କୁ ୩୦୦୦ ଟଙ୍କାରୁ ଅଧିକ ଖର୍ଚ୍ଚ କିରବାକୁ ପଡ଼ିଥାଏ । କେଉଁଠି ତିନିଶହ ଟଙ୍କା କେଉଁଠି ତିନି ହଜାର । ଆମ ସରକାର, ୟୁରିଆର ମୂଲ୍ୟ ହେତୁ ଭାରତର ଚାଷୀମାନଙ୍କୁ ସମସ୍ୟା ହେବ ନାହିଁ ଏବଂ ଏହି ସତ୍ୟତାକୁ ଦେଶର ଚାଷୀ ଦେଖୁଛନ୍ତି, ପ୍ରତ୍ୟେକ ଦିନ ଅନୁଭବ କରୁଛନ୍ତି । ଯେତେବେଳେ ୟୁରିଆ କିଣିବାକୁ ଯାଆନ୍ତି, ସେତେବେଳେ ତାଙ୍କର ଦୃଢ଼ ବିଶ୍ୱାସ ରହିଛି ଯେ ଏହା ମୋଦୀଙ୍କ ଗ୍ୟାରେଣ୍ଟି ଅଟେ । ଯାହାକୁ ଗ୍ୟାରେଣ୍ଟି କୁହାଯାଏ, ଯଦି ତୁମେ ଚାଷୀଙ୍କୁ ପଚାରିବ ତେବେ ଜଣାପଡ଼ିବ ।

 

ସାଥୀମାନେ,

ରାଜସ୍ଥାନରେ ଆପଣ ସମସ୍ତ ଚାଷୀ, ଆପଣଙ୍କ କଠିନ ପରିଶ୍ରମ ସହିତ ମିଲେଟ ପରି କଠିନ ଶସ୍ୟ କରିଥାନ୍ତି ଏବଂ ଆମ ଦେଶର ଭିନ୍ନ ଭିନ୍ନ କୋଣରେ ଅଲଗା ଅଲଗା ପ୍ରକାରର ମୋଟା ଶସ୍ୟର ଚାଷ ହୋଇଥାଏ । ବର୍ତ୍ତମାନ ଆମ ସରକାର କଠିନ ଶନ୍ୟ ପାଇଁ ଶ୍ରୀ ଅନ୍ନର ନାମରେ ସ୍ୱୀକୃତି ଦେଇଛନ୍ତି । ଶ୍ରୀ ଅନ୍ନ ନାମରେ ସମସ୍ତ ବଗଡ଼ା ଶସ୍ୟକୁ ପରିଚୟ ମିଳୁ, ଆମ ସରକାର ଭାରତର ବଗଡ଼ା ଶସ୍ୟ- ଶ୍ରୀ ଅନ୍ନକୁ ବିଶ୍ୱ ବଡ଼ ବଡ଼ ବଜାରମାନଙ୍କୁ ନେଇଯାଉଛି । ସରକାରଙ୍କ ପ୍ରୟାସ କାରଣରୁ ବର୍ତ୍ତମାନ ଶ୍ରୀ ଅନ୍ନର ଉତ୍ପାଦନ, ତାହାର ପ୍ରକ୍ରିୟାକରଣ ଏବଂ ତାହାର ରପ୍ତାନୀ ସବୁକିଛି ବୃଦ୍ଧି ପାଉଛି । ଏବଂ ମୋତେ ଅତୀତରେ ଆମେରିକାର ହ୍ୱାଇଟ୍ ହାଉସରେ ରାଷ୍ଟ୍ରପତି ବାଇଡେନଙ୍କ ନିମନ୍ତ୍ରଣରେ ଭୋଜନ ପାଇଁ ଯିବାର ସୁଯୋଗ ମିଳିଥିଲା ଏବଂ ମୋତେ ଖୁସି ଲାଗୁଛି ଯେ ସେହି ଥାଳିରେ ମଧ୍ୟ ଆମର କଠିନ ଶସ୍ୟର ଖାଦ୍ୟ ମଧ୍ୟ ଯୋଜନା ଥିଲା ।

ସାଥୀମାନେ,

ଏହି ଯେଉଁ ପ୍ରୟାସ ଚାଲିଛି ଏହାର ସବୁଠାରୁ ବହୁତ ବଡ଼ ଲାଭ ଆମ ଦେଶର, ଆମର ରାଜସ୍ଥାନର ସେହି ଛୋଟ ଚାଷୀମାନଙ୍କୁ ମଧ୍ୟ ହେଉଛି ଯାହା ବଗଡ଼ା ଶସ୍ୟ- ଶ୍ରୀ ଅନ୍ନର ଚାଷ କରୁଛନ୍ତି । ଏମିତି ଅନେକ କାମ ଆଜି ଦେଶରେ ହେଉଛି ଯେଉଁମାନଙ୍କ ପାଇଁ ଚାଷୀମାନଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିଛି ।

ଭାରତର ବିକାଶ ସେତିକିବେଳେ ହୋଇପାରିବ, ଯେତେବେଳେ ଭାରତର ଗାଁଗୁଡ଼ିକର ବିକାଶ ହେବ । ଭାରତ ବିକଶିତ ମଧ୍ୟ ସେତେବେଳେ ହୋଇପାରିବ, ଯେତେବେଳେ ଭାରତର ଗ୍ରାମଗୁଡ଼ିକ ବିକଶିତ ହେବ । ସେଥିପାଇଁ ଆଜି ଆମର ସରକାର ଭାରତର ଗ୍ରାମଗୁଡ଼ିକରେ ସେହି ସମସ୍ତ ପ୍ରତ୍ୟେକ ସୁବିଧା ଯୋଗାଇବା ପାଇଁ କାର୍ଯ୍ୟ କରୁଛନ୍ତି, ଯାହା ସହରରେ ଉପଲବ୍ଧ । ଆପଣ ସମସ୍ତେ ଜାଣନ୍ତି ଯେ ଏପରି ଏକ ସମୟ ଥିଲା ଯେତେବେଳେ ଦେଶର ବହୁ ଜନସଂଖ୍ୟା ସ୍ୱାସ୍ଥ୍ୟ ସେବାରୁ ବଞ୍ଚôତ ହୋଇଥିଲେ । ଅର୍ଥାତ, କୋଟି କୋଟି ଲୋକ ସର୍ବଦା ସେମାନଙ୍କ ଭାଗ୍ୟ ଉପରେ ନିର୍ଭର କରୁଥିଲେ ଏବଂ ନିଜ ଜୀବନକୁ ବିପଦରେ ପକାଇ ବଂଚିଥିଲେ । ଅନୁମାନ କରାଯାଉଥିଲା ଯେ ଭଲ ଡାକ୍ତରଖାନା କେବଳ ଦିଲ୍ଲୀ, ଜୟପୁର କିମ୍ବା ବଡ଼ ସହରରେ ଅଛି । ଆମେ ମଧ୍ୟ ଏହି ପରିସ୍ଥିତିକୁ ପରିବର୍ତ୍ତନ କରୁଛୁ । ଆଜି ଦେଶର ପ୍ରତ୍ୟେକ ଭାଗରେ ନୂତନ ଏମ୍ସ ଖୋଲୁଛି । ନୂତନ ମେଡିକାଲ କଲେଜ ଖୋଲୁଛି ।

 

ଆମର ଏହି ପ୍ରୟାସର ପରିଣାମ ହେଉଛି ଆଜି ଦେଶର ମେଡିକାଲ କଲେଜ ସଂଖ୍ୟା ୭୦୦ ଅତିକ୍ରମ କରିଛି । ୮-୯ ବର୍ଷ ପୂର୍ବେ ରାଜସ୍ଥାନର କେବଳ ୧୦ଟି ମେଡିକାଲ କଲେଜ ଥିଲା । ଆଜି ରାଜସ୍ଥାନର ମେଡିକାଲ କଲେଜ ସଂଖ୍ୟା ମଧ୍ୟ ୩୫କୁ ବୃଦ୍ଧି ପାଇଛି । ଏହି କାରଣରୁ, କେବଳ ଆମ ନିଜ ଜିଲ୍ଲା ତଥା ଏହାର ଆଖାପାଖରେ ଭଲ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉ ନାହିଁ, ବହୁ ସଂଖ୍ୟକ ଡାକ୍ତର ମଧ୍ୟ ସେମାନଙ୍କ ଠାରୁ ଅଧ୍ୟୟନ କରିବା ପରେ ବାହାରକୁ ଆସୁଛନ୍ତି। ଏହି ଡାକ୍ତରମାନେ ଛୋଟ ସହର ଏବଂ ଗ୍ରାମଗୁଡ଼ିକରେ ଉନ୍ନତ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଆଧାର ପାଲଟିଛନ୍ତି ।

ଯେମିତି କି ଆଜି ଯେଉଁ ନୂତନ ମେଡିକାଲ କଲେଜ ମିଳିଛି, ଏଥିରୁ ବାଂଶୱାରା, ବୁନ୍ଦି, ଟୋଙ୍କୋ, ସୱାଇ ମାଧୋପୁର, କାରୋଲି, ଝୁନଝୁନ, ଜୈସଲମେର, ଧୋଲପୁର, ଚିତ୍ତୋରଗଡ଼, ସିରୋହୀ ଏବଂ ଶିକର ସମେତ ଅନେକ ସ୍ଥାନଗୁଡ଼ିକ ଉପକୃତ ହେବେ । ବର୍ତ୍ତମାନ ଲୋକଙ୍କୁ ଚିକିତ୍ସା ପାଇଁ ଜୟପୁର ଏବଂ ଦିଲ୍ଲୀ ଯିବାକୁ ପଡ଼ିବ ନାହିଁ । ବର୍ତ୍ତମାନ ଆପଣଙ୍କ ଘର ନିକଟରେ ଭଲ ଡାକ୍ତରଖାନା ଗୁଡ଼ିକରେ ଅଧ୍ୟୟନ କରିବା ପରେ ଡାକ୍ତର ହୋଇପାରିବେ । ଏବଂ ସାଥୀମାନେ, ଆପଣ ଜାଣନ୍ତି, ଆମ ସରକାର ଡାକ୍ତରୀ ଶିକ୍ଷାକୁ ମାତୃଭାଷାରେ ଅଧ୍ୟୟନ କରିବାର ଏକ ମାଧ୍ୟମ କରିଛନ୍ତି । ବର୍ତ୍ତମାନ ଏହା ହେବ ନାହିଁ ଯେ ଇଂରାଜୀ ନ ଜାଣିଥିବା ଯୋଗୁ କୌଣସି ଗରୀବର ଝିଅ-ପୁଅ ଡାକ୍ତର ହେବା ବନ୍ଦ ହୋଇଯାଏ ଏବଂ ଏହା ମଧ୍ୟ ମୋଦୀଙ୍କର ଏକ ଗ୍ୟାରେଣ୍ଟି ।

ଭାଇ ଏବଂ ଭଉଣୀମାନେ,

ଦଶନ୍ଧି ଧରି ଆମ ଗାଁ ଏବଂ ଗରୀବ ଲୋକ ମଧ୍ୟ ପଛରେ ରହି ଯାଇଥିଲେ । କାରଣ ଗ୍ରାମରେ ଶିକ୍ଷା ପାଇଁ ଭଲ ବିଦ୍ୟାଳୟ ନ ଥିଲା । ପଛୁଆ ଏବଂ ଆଦିବାସୀ ସମାଜର ପିଲାମାନେ ସ୍ୱପ୍ନ ଦେଖୁଥିଲେ, କିନ୍ତୁ ସେମାନଙ୍କୁ ପୂରଣ କରିବାର କୌଣସି ଉପାୟ ନ ଥିଲା । ଆମେ ଶିକ୍ଷା ପାଇଁ ବଜେଟକୁ ବହୁ ପରିମାଣରେ ବୃଦ୍ଧି କରିଛୁ, ସମ୍ବଳ ବୃଦ୍ଧି କରିଛୁ । ଏକଲବ୍ୟ ଆଦିବାସୀ ବିଦ୍ୟାଳୟ ଖୋଲିଛୁ । ଆମର ଆଦିବାସୀ ଯୁବକମାନେ ଏଥିରୁ ବହୁତ ଉପକୃତ ହୋଇଛନ୍ତି ।

 

ସାଥୀମାନେ,

ସଫଳତା ସେତେବେଳେ ବଡ଼ ହୋଇଥାଏ, ଯେତେବେଳେ ସ୍ୱପ୍ନ ବଡ଼ ହୋଇଥାଏ । ରାଜସ୍ଥାନ ହେଉଛି ସେହି ରାଜ୍ୟ, ଯାହାର ବୈଭବ ଶତାବ୍ଦୀ ଧରି ବିଶ୍ୱକୁ ଆଶ୍ଚର୍ଯ୍ୟାନ୍ୱିତ କରିଛି । ଆମକୁ ସେହି ଐତିହ୍ୟକୁ ସଂରକ୍ଷଣ କରିବାକୁ ହେବ ଏବଂ ରାଜସ୍ଥାନକୁ ଆଧୁନିକ ବିକାଶର ଶିଖରକୁ ମଧ୍ୟ ନେବାକୁ ପଡ଼ିବ । ସେଥିପାଇଁ ରାଜସ୍ଥାନରେ ଆଧୁନିକ ଭିତ୍ତିଭୂମି ସୃଷ୍ଟି କରିବା ଆମର ପ୍ରାଥମିକତା । ଗତ କିଛି ମାସ ମଧ୍ୟରେ ରାଜସ୍ଥାନରେ ଦୁଇଟି ହାଇଟେକ୍ ଏକ୍ସପ୍ରେସ େଓ୍ବ ଉଦଘାଟନ କରାଯାଇଛି । ରାଜସ୍ଥାନ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେ ଏବଂ ଅମୃତସର-ଜାମନଗର ଏକ୍ସପ୍ରେସ ୱେର ଏକ ପ୍ରମୁଖ ବିଭାଗ ମାଧ୍ୟମରେ ବିକାଶର ଏକ ନୂଆ ଗାଥା ଲେଖୁଛି । ରାଜସ୍ଥାନର ଲୋକମାନଙ୍କୁ ମଧ୍ୟ ବଂଦେ ଭାରତ ଟ୍ରେନର ଉପହାର ମିଳିଛି ।

ଭାରତ ସରକାର ଆଜି ଭିତ୍ତିଭୂମି ଉପରେ ବିନିଯୋଗ କରୁଛନ୍ତି, ପର୍ଯ୍ୟଟନ ସହ ଜଡ଼ିତ ସୁବିଧାଗୁଡ଼ିକର ବିକାଶ କରୁଛନ୍ତି, ରାଜସ୍ଥାନରେ ମଧ୍ୟ ନୂତନ ସୁଯୋଗ ବୃଦ୍ଧି ପାଇବ । ଯେତେବେଳେ ଆପଣ ‘ପଧାରୋ ହମାରେ ଦେଶ’ କହି ପର୍ଯ୍ୟଟକମାନଙ୍କୁ ଡାକିବେ ତେବେ ଏକ୍ସପ୍ରେସ ୱେ ଏବଂ ଭଲ ରେଳ ସୁବିଧାଗୁଡ଼ିକ ସେମାନଙ୍କୁ ସ୍ୱାଗତ କରିବ ।

ଆମ ସରକାର ସ୍ୱଦେଶ ଦର୍ଶନ ଅନ୍ତର୍ଗତ ଖଟୁ ଶ୍ୟାମ ଜୀ ମନ୍ଦିରରେ ସୁବିଧାଗୁଡ଼ିକର ବିସ୍ତାର କରିଛନ୍ତି । ମୁଁ ନିଶ୍ଚିତ ଯେ ଶ୍ରୀ ଖଟୁ ଶ୍ୟାମଙ୍କ ଆଶୀର୍ବାଦରେ ରାଜସ୍ଥାନର ବିକାଶ ଅଧିକ ଗତି କରିବ । ଆମେ ସମସ୍ତେ ସମଗ୍ର ବିଶ୍ୱରେ ରାଜସ୍ଥାନର ଗର୍ବ ଏବଂ ଐତିହ୍ୟକୁ ଏକ ନୂତନ ପରିଚୟ ଦେବୁ ।

ସାଥୀମାନେ,

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଅଶୋକ ଗେହଲଟ ଜୀ କିଛି ଦିନ ଧରି ଅସୁସ୍ଥ ଥିଲେ, ତାଙ୍କ ଗୋଡ଼ରେ କିଛି କଷ୍ଟ ଅଛି । ଆଜି ଏହି କାର୍ଯ୍ୟକ୍ରମକୁ ତାଙ୍କର ଆସିବାର ଥିଲା କିନ୍ତୁ ସେହି କଷ୍ଟ କାରଣରୁ ସେ ଆସିପାରିଲେ ନାହିଁ । ମୁଁ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି ଏବଂ ସମଗ୍ର ରାଜସ୍ଥାନର ଏହି ଅନେକ ଗୁଡ଼ିଏ ନୂତନ ଶୁଭାରମ୍ଭ ପାଇଁ ଦେଶର କୃଷକମାନଙ୍କୁ ଉତ୍ସର୍ଗ କରିଥିବାରୁ ମୁଁ ଆଜି ହୃଦୟରୁ ବହୁତ ବହୁତ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ମୋର ଅଭିଭାଷଣକୁ ବିଶ୍ରାମ ଦେଉଛି ।

ବହୁତ ବହୁତ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PMAY-U Nears 1.25 Crore Homes: Top 10 States With The Highest PMAY-U Completion Rates

Media Coverage

PMAY-U Nears 1.25 Crore Homes: Top 10 States With The Highest PMAY-U Completion Rates
NM on the go

Nm on the go

Always be the first to hear from the PM. Get the App Now!
...
PM chairs 52nd PRAGATI Meeting
June 24, 2026
PM reviews four key infrastructure projects worth around ₹30,000 crore spanning four states across Road, Power, Industrial Corridor and Metro Rail sectors
PM emphasises use of PM GatiShakti National Master Plan and timely updation of project, utility and infrastructure data on the portal for efficient planning
PM asks Ministries and State Governments to resolve pending issues in a mission-mode manner and ensure close monitoring
PM reviews TB Mukt Bharat Abhiyan and emphasizes need to leverage latest digital technologies including AI
PM reviews grievances related to Cyber Crime and Digital Arrest and stresses timely action, coordinated response and e-Zero FIR registration mechanism

Prime Minister Shri Narendra Modi chaired the 52nd meeting of PRAGATI, the ICT-enabled, multi-modal platform aimed at fostering Pro-Active Governance and Timely Implementation, by seamlessly integrating efforts of the Central and State Governments, earlier today at Seva Teerth.

During the meeting, the Prime Minister reviewed four critical infrastructure projects across the Road, Power, Industrial Corridor and Metro Rail sectors, covering four States and costing around ₹30,000 crore. These projects, important for economic growth, regional connectivity, industrial development and public welfare, were reviewed with focus on timelines, inter-agency coordination, issue resolution and timely completion.

Prime Minister underlined that delays in infrastructure projects not only lead to cost escalation, but also deprive people and industries of timely benefits. He asked the concerned Ministries and State Governments to resolve pending issues in a mission-mode manner and ensure close monitoring at the highest level.

Prime Minister emphasised the use of PM GatiShakti National Master Plan for efficient planning and timely implementation of infrastructure projects. He also underlined the need for regular and timely updation of project details, utilities, infrastructure layers, clearances and other field-level information on the portal. He further emphasised that the platform must reflect the latest ground situation so that bottlenecks can be identified in advance, inter-agency coordination can be improved and decisions can be taken on the basis of reliable, real-time data.

Prime Minister reviewed TB Mukt Bharat Abhiyan and emphasised the need to leverage latest digital technologies including Artificial Intelligence. He suggested a team of NCC cadets and MY Bharat volunteers, for awareness, patient follow-up and community mobilisation.

Prime Minister also reviewed grievances related to Cyber Crime and Digital Arrest. He expressed concern over the rising misuse of digital platforms to defraud citizens and stressed that such matters require coordinated, sensitive and time-bound handling by all concerned agencies. He noted that citizens should not be made to run from one department or agency to another. He also emphasized the need for clear ownership, faster response, better coordination among law enforcement agencies, banks and digital platforms, and stronger public awareness campaigns.

Prime Minister observed that in cases involving cyber fraud, timely action is crucial to prevent financial loss and restore public confidence. He asked all stakeholders to work in close coordination to strengthen prevention, reporting, investigation and grievance redressal mechanisms. He also emphasised that States should work towards enabling e-Zero FIR mechanisms for faster registration and response in cyber fraud cases.