ନର୍ଥ ଓ ସାଉଥ ବ୍ଲକ ମଧ୍ୟରେ ଭର୍ଚୁଆଲ ୱାକ ଥ୍ରୁ ର ଆଗାମୀ ଜାତୀୟ ସଂଗ୍ରହାଳୟକୁ କଲେ ଉଦଘାଟନ
ଆନ୍ତର୍ଜାତିକ ସଂଗ୍ରହାଳୟ ପ୍ରଦର୍ଶନୀର ମାସ୍କଟକୁ କଲେ ଅନାବରଣ, ଗ୍ରାଫିକ ନଭେଲ- ସଂଗ୍ରହାଳୟର ଗୋଟିଏ ଦିନ, ଭାରତୀୟ ସଂଗ୍ରହାଳୟଗୁଡ଼ିକର ଡାଇରେକ୍ଟୋରୀ, କର୍ତ୍ତବ୍ୟପଥର ପକେଟ ମାନଚିତ୍ର ଓ ସଂଗ୍ରହାଳୟ କାର୍ଡ
“ସଂଗ୍ରହାଳୟ ଅତୀତରୁ ପ୍ରେରଣା ଦେବା ସହ ଭବିଷ୍ୟତ ନିମନ୍ତେ କର୍ତ୍ତବ୍ୟବୋଧ ଉଦ୍ରେକ କରାଇଥାଏ”
“ଦେଶରେ ଏକ ସାଂସ୍କୃତିକ ଭିତ୍ତିଭୂମି ବିକଶିତ ହେଉଛି”
“ସରକାର ସ୍ଥାନୀୟ ଓ ଗ୍ରାମୀଣ ସଂଗ୍ରହାଳୟଗୁଡ଼ିକର ସଂରକ୍ଷଣ ନିମନ୍ତେ ସ୍ୱତନ୍ତ୍ର ଅଭିଯାନ ଚଳାଇଥିବା ବେଳେ, ପ୍ରତ୍ୟେକ ରାଜ୍ୟ ଓ ସମାଜର ପ୍ରତ୍ୟେକ ଭାଗ ନିମନ୍ତେ ଐତିହ୍ୟର ରକ୍ଷା ମଧ୍ୟ କରୁଛନ୍ତି”
“ବଂଶାନୁକ୍ରମିକ ଭାବେ ସଂରକ୍ଷିତ ବୁଦ୍ଧଙ୍କ ପବିତ୍ର ଅବଶେଷ ଆଜି ବିଶ୍ୱବ୍ୟାପୀ ଭଗବାନ ବୁଦ୍ଧଙ୍କ ଅନୁଗାମୀମାନଙ୍କୁ ଏକାଠି କରୁଛି”
“ଆମର ଐତିହ୍ୟ ବିଶ୍ୱ ଏକତାର ବାର୍ତ୍ତାବହ ହୋଇପାରିବ”
“ଐତିହlସିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକର ସଂରକ୍ଷଣ ସମାଜକୁ ପ୍ରେରଣା ଦେବ”
“ପରିବାର, ବିଦ୍ୟାଳୟ, ପ୍ରତିଷ୍ଠାନ ଓ ନଗରୀଗୁଡ଼ିକର ନିଜସ୍ୱ ସଂଗ୍ରହାଳୟ ରହିବା ଉଚିତ”
“ଆପଣ ବୈଶ୍ୱିକ ସଂସ୍କୃତି କାର୍ଯ୍ୟର ଜଣେ ମାଧ୍ୟମ ହୋଇପାରିବେ”
“କୌଣସି ଦେଶର କୌଣସି ସଂଗ୍ରହାଳୟରେ ଅନୈତିକ ଉପାୟରେ ଆସିଥିବା କଳାକୃତି ରହିବା ଅନୁଚିତ । ଆମେ ପ
ସଂଗ୍ରହାଳୟ, ସ୍ଥାୟୀ ଓ ନିରନ୍ତର ଏବଂ ଜନକଲ୍ୟାଣ ବିଷୟବସ୍ତୁ ଉପରେ ଆଧାରିତ ୪୭ତମ ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ଯାହାକି ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ପାଳନ କରାଯାଉଛି, ତା’ର ଅଂଶବିଶେଷ ଭାବେ ଏହି ଆନ୍ତର୍ଜାତିକ ସଂଗ୍ରହାଳୟ ପ୍ରଦର୍ଶନୀ ଆୟୋଜିତ ହେଉଛି ।

କ୍ୟାବିନେଟରେ ମୋର ସହଯୋଗୀ ଜି. କିଷନ ରେଡ୍ଡୀ ମହାଶୟ, ମୀନାକ୍ଷୀ ଲେଖୀ ମହାଶୟା, ଅର୍ଜୁନ ରାମ ମେଘୱାଲ ମହାଶୟ, ଲ୍ୟୁଭର ସଂଗ୍ରହାଳୟର ନିର୍ଦ୍ଦେଶକ ମୈନୁଅଲ ରୱାତେ ମହାଶୟ, ବିଶ୍ୱର ଭିନ୍ନ ଭିନ୍ନ ଦେଶରୁ ଆସିଥିବା ଅତିଥିଗଣ, ଅନ୍ୟ ମହାନୁଭବ, ଭଦ୍ରମହିଳା ଓ ଭଦ୍ରବ୍ୟକ୍ତିଗଣ, ଆପଣ ସମସ୍ତଙ୍କୁ ଅନ୍ତରାଷ୍ଟ୍ରୀୟ ସଂଗ୍ରହାଳୟ ଦିବସର ବହୁତ- ବହୁତ ଶୁଭକାମନା। ଆଜି ଏଠାରେ ସଂଗ୍ରହାଳୟ ଜଗତର ମହାନ ବ୍ୟକ୍ତିତ୍ୱ ମାନେ ଏକାଠି ହୋଇଛନ୍ତି । ଆଜିର ଏହି ଅବସର ଏଥିପାଇଁ ମଧ୍ୟ ହେଉଛି ସ୍ୱତନ୍ତ୍ର କାରଣ ଭାରତ ନିଜ ସ୍ୱାଧୀନତାର 75 ବର୍ଷ ପୂରଣ ହେବା ଅବସରରେ ଅମୃତ ମହୋତ୍ସବ ପାଳନ କରୁଛି ।

ଅନ୍ତରାଷ୍ଟ୍ରୀୟ ସଂଗ୍ରହାଳୟ ଏକ୍ସପୋରେ ମଧ୍ୟ ଇତିହାସର ଭିନ୍ନ ଭିନ୍ନ ଅଧ୍ୟାୟ, ଆଧୁନିକ କୌଶଳ ସହିତ ଯୋଡ଼ି ହୋଇ ଜୀବନ୍ତ ହୋଇଛି, ଯେତେବେଳେ ଆମେ କୌଣସି ସଂଗ୍ରହାଳୟକୁ ଯାଉଛୁ, ସେତେବେଳେ ଏଭଳି ଅନୁଭବ ହେଉଛି ଯେ ଯେପରି ବିତି ଯାଇଥିବା ଅତୀତ ସହିତ, ସେହି ସମୟ ସହିତ ଆମର ପରିଚୟ ହେଉଛି, ଆମର ସାକ୍ଷାତକାର ହେଉଛି । ସଂଗ୍ରହାଳୟରେ ଯାହା ଦେଖିବାକୁ ମିଳୁଛି, ତାହା ତଥ୍ୟ ଉପରେ ଆଧାରିତ ହୋଇଥାଏ, ପ୍ରତ୍ୟକ୍ଷ ହୋଇଥାଏ, ପ୍ରମାଣ ଆଧାରିତ ହୋଇଥାଏ । ସଂଗ୍ରହାଳୟରେ ଆମକୁ ଏକ ପକ୍ଷରେ ଅତୀତରୁ ପ୍ରେରଣା ମିଳିଥାଏ, ଅନ୍ୟ ପକ୍ଷରେ ଭବିଷ୍ୟତ ପ୍ରତି ନିଜ କର୍ତବ୍ୟବୋଧ ମଧ୍ୟ ହୋଇଥାଏ ।

 

ଆପଣମାନଙ୍କର ଯେଉଁ ବିଷୟବସ୍ତୁ ରହିଛି- ନିରନ୍ତରତା ଏବଂ ଜନକଲ୍ୟାଣ, ତାହା ଆଜିର ବିଶ୍ୱରେ ପ୍ରାଥମିକତାକୁ ପ୍ରଦର୍ଶିତ କରୁଛି, ଆଉ ଏହି ଆୟୋଜନକୁ ଆହୁରି ଅଧିକ ପ୍ରାସଙ୍ଗିକ କରୁଛି । ମୋର ବିଶ୍ୱାସ ଯେ, ଆପଣମାନଙ୍କର ପ୍ରୟାସ, ସଂଗ୍ରହାଳୟ ଗୁଡ଼ିକରେ ଯୁବପିଢ଼ୀଙ୍କ ଆଗ୍ରହକୁ ଆହୁରି ଅଧିକ ବୃଦ୍ଧି କରିବ, ସେମାନଙ୍କୁ ଆମର ଐତିହ୍ୟ ସହିତ ପରିଚିତ କରାଇବ । ମୁଁ ଆପଣ ସମସ୍ତଙ୍କୁ ଏହି ପ୍ରୟାସ ପାଇଁ ଅଭିନନ୍ଦନ ଜଣାଉଛି ।

ଏଠାକୁ ଆସିବା ପୂର୍ବରୁ ମୋତେ କିଛି ସମୟ ସଂଗ୍ରହାଳୟ ମଧ୍ୟରେ ଅତିବାହିତ କରିବାର ସମୟ ମିଳିଲା, ଆମକୁ ଅନେକ କାର୍ଯ୍ୟକ୍ରମକୁ ଯିବାର ସୁଯୋଗ ମିଳିଥାଏ, ସରକାରୀ, ବେସରକାରୀ, କିନ୍ତୁ ମୁଁ କହି ପାରିବି ଯେ ମନରେ ପ୍ରଭାବ ସୃଷ୍ଟି କରିବା ଭଳି ସମ୍ପୁର୍ଣ୍ଣ ଯୋଜନାବଦ୍ଧ ଭାବେ, ତାହାର ଶିକ୍ଷା ଏବଂ ସରକାର ମଧ୍ୟ ଏହି ଶୀଖରରେ ପହଂଚିବାର କାର୍ଯ୍ୟ କରି ପାରିବେ ଯେଉଁଥିପାଇଁ ବହୁତ ଗର୍ବ ହୋଇଥାଏ, ସେହିଭଳି ବ୍ୟବସ୍ଥା ଅଛି । ଆଉ ମୁଁ ସ୍ୱୀକାର କରୁଛି ଯେ ଆଜିର ଏହି ଅବସର ଭାରତର ସଂଗ୍ରହାଳୟ ଜଗତରେ ଏକ ବହୁତ ବଡ଼ ନିର୍ଣ୍ଣାୟକ ମୋଡ ନେଇକରି ଆସିବ । ଏହା ହେଉଛି ମୋର ଦୃଢ଼ ବିଶ୍ୱାସ ।

ସାଥୀଗଣ,

ପରାଧୀନତାର ଶହ- ଶହ ବର୍ଷର ଦୀର୍ଘ ସମୟ ଭାରତର ଏପରି ଏକ କ୍ଷତି ମଧ୍ୟ କରିଛି ଯେ ଆମର ଲିଖିତ- ଅଲିଖିତ ବହୁତ ସବୁ ଐତିହ୍ୟକୁ ନଷ୍ଟ କରି ଦେଇଛି । କେତେ ହିଁ ପାଣ୍ଡୁଲିପିମାନ, କେତେ ହିଁ ସବୁ ପୁସ୍ତକାଳୟ, ପରାଧୀନତାର ସମୟ ମଧ୍ୟରେ ଜଳାଇ ଦିଆ ଯାଇଛି, ନଷ୍ଟ କରି ଦିଆଯାଇଛି । ଏହା କେବଳ ଭାରତର କ୍ଷତି ହୋଇ ନାହିଁ, ଏହା ହେଉଛି ସମ୍ପୁର୍ଣ୍ଣ ବିଶ୍ୱର, ସମ୍ପୁର୍ଣ୍ଣ ମାନବଜାତିର କ୍ଷତି । ଦୁର୍ଭାଗ୍ୟବଶତଃ ସ୍ୱାଧୀନତା ପରେ, ନିଜର ପରମ୍ପରା ଓ ଐତିହ୍ୟକୁ ସଂରକ୍ଷିତ କରିବା ପାଇଁ ଯେଉଁ ସବୁ ପ୍ରୟାସ କରାଯିବା ଉଚିତ ଥିଲା, ସେଗୁଡ଼ିକ ସେତିକି ପରିମାଣରେ ହୋଇ ପାରି ନାହିଁ ।

 

ଲୋକମାନଙ୍କ ମଧ୍ୟରେ ଐତିହ୍ୟ ପ୍ରତି ସଚେତନତାର ଅଭାବ ଏହି କ୍ଷତିକୁ ଆହୁରି ଅଧିକ ମାତ୍ରାରେ ବଢାଇ ଦେଇଛି । ଆଉ ଏଥିପାଇଁ, ସ୍ୱାଧୀନତାର ଅମୃତ କାଳରେ ଭାରତ ଯେଉଁ ‘ପଂଚ-ପ୍ରାଣ’ର ଘୋଷଣା କରିଛି, ସେଥିରେ ପ୍ରମୁଖ ହେଉଛି- ନିଜ ପରମ୍ପରା ଉପରେ ଗର୍ବ! ଅମୃତ ମହୋତ୍ସବରେ ଆମେ ଭାରତର ଐତିହ୍ୟକୁ ସଂରକ୍ଷିତ କରିବା ସହିତ ହିଁ ନୂତନ ସାଂସ୍କୃତିକ ଭିତିଭୂମି ମଧ୍ୟ ପ୍ରସ୍ତୁତ କରୁଛେ । ଦେଶର ଏହି ପ୍ରୟାସରେ ସ୍ୱାଧୀନତା ସଂଗ୍ରାମର ଇତିହାସ ମଧ୍ୟ ରହିଛି, ଆଉ ହଜାର- ହଜାର ବର୍ଷର ସାଂସ୍କୃତିକ ପରମ୍ପରା ମଧ୍ୟ ରହିଛି ।

ମୋତେ ଅବଗତ କରାଯାଇଛି ଯେ ଆପଣମାନେ ଏହି ଆୟୋଜନରେ ସ୍ଥାନୀୟ ଏବଂ ଗ୍ରାମୀଣ ସଂଗ୍ରହାଳୟ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ଭାରତ ସରକାର ମଧ୍ୟ ସ୍ଥାନୀୟ ଏବଂ ଗ୍ରାମୀଣ ସଂଗ୍ରହାଳୟକୁ ସଂରକ୍ଷିତ କରିବା ପାଇଁ ଏକ ବିଶେଷ ଅଭିଯାନ ଚଳାଉଛନ୍ତି । ଆମର ପ୍ରତ୍ୟେକ ରାଜ୍ୟ, ପ୍ରତ୍ୟେକ କ୍ଷେତ୍ର ଏବଂ ପ୍ରତ୍ୟେକ ସମାଜର ଇତିହାସକୁ ସଂରକ୍ଷିତ କରିବାର ପ୍ରୟାସ କରାଯାଉଛି । ଆମେ ସ୍ୱାଧୀନତା ସଂଗ୍ରାମରେ ନିଜର ଜନଜାତି ସମୁଦାୟର ଯୋଗଦାନକୁ ଅମର କରିବା ପାଇଁ 10ଟି ସ୍ୱତନ୍ତ୍ର ସଂଗ୍ରହାଳୟ ନିର୍ମାଣ କରୁଛୁ ।

ମୁଁ ଭାବୁଛି ଯେ, ଏହା ହେଉଛି ସମ୍ପୁର୍ଣ୍ଣ ବିଶ୍ୱରେ ଏଭଳି ଏକ ଅନନ୍ୟ ଶୁଭାରମ୍ଭ ଯେଉଁଥିରେ ଜନଜାତି ବିବିଧତାର ଏତେ ବ୍ୟାପକ ଝଲକ ଦେଖିବାକୁ ମିଳିବ । ଲବଣ ସତ୍ୟାଗ୍ରହ ସମୟରେ ମହାତ୍ମା ଗାନ୍ଧୀ ଯେଉଁ ପଥରେ ଚାଲୁଥିଲେ, ସେହି ଦାଣ୍ଡି ଯାତ୍ରା ପଥକୁ ମଧ୍ୟ ସଂରକ୍ଷିତ କରାଯାଇଛି। ଯେଉଁ ସ୍ଥାନରେ ଗାନ୍ଧିଜୀ ଲବଣ ଆଇନ ଭଙ୍ଗ କରିଥିଲେ, ଆଜି ସେଠାରେ ଏକ ଭବ୍ୟ ସ୍ମାରକୀ ନିର୍ମାଣ ହୋଇଛି । ଆଜି ଦେଶ ଏବଂ ବିଶ୍ୱର ଲୋକ ଦାଣ୍ଡି କୁଟୀର ଦେଖିବା ପାଇଁ ଗାନ୍ଧିନଗର ଆସୁଛନ୍ତି ।

ଆମର ସମ୍ବିଧାନର ମୁଖ୍ୟ ନିର୍ମାତା, ବାବା ସାହେବ ଆମ୍ବେଦକରଙ୍କର ଯେଉଁଠାରେ ମହାପରିନିର୍ବାଣ ହୋଇଥିଲା, ସେହି ସ୍ଥାନ ଦଶକ- ଦଶକ ଧରି ଖରାପ ସ୍ଥିତିରେ ଥିଲା । ଆମ ସରକାର ସେହି ସ୍ଥାନକୁ, ଦିଲ୍ଲୀରେ 5 ଅଲୀପୁର ରୋଡ଼କୁ ଜାତୀୟ ସ୍ମାରକୀରେ ପରିବର୍ତିତ କରିଛନ୍ତି । ବାବା ସାହେବଙ୍କ ଜୀବନ ସହିତ ଜଡ଼ିତ ପଂଚ ତୀର୍ଥ, ମହୁରେ ଯେଉଁଠାରେ ତାଙ୍କର ଜନ୍ମ ହୋଇଥିଲା, ଲଣ୍ଡନରେ ଯେଉଁଠାରେ ସେ ରହୁଥିଲେ, ନାଗପୁରରେ ଯେଉଁଠାରେ ସେ ଦୀକ୍ଷା ନେଇଥିଲେ, ମୁମ୍ବଇର ଚୈତ୍ୟଭୂମି ଯେଉଁଠାରେ ତାଙ୍କର ସମାଧି ରହିଛି, ଏଭଳି ସମସ୍ତ ସ୍ଥାନର ମଧ୍ୟ ବିକାଶ କରାଯାଉଛି । ଭାରତର 580ରୁ ଅଧିକ ପ୍ରଦେଶିକ ରାଜ୍ୟକୁ ଯୋଡ଼ିଥିବା ସର୍ଦ୍ଦାର ସାହେବଙ୍କ ଗଗନଶ୍ଚୁମ୍ଭୀ ପ୍ରତିମା- ଷ୍ଟାଚ୍ୟୁ ଅଫ୍ ୟୁନିଟି ବା ଏକତାର ପ୍ରତିମୂର୍ତି ଆଜି ଦେଶର ଗୌରବ ପାଲଟିଛି । ଷ୍ଟାଚ୍ୟୁ ଅଫ୍ ୟୁନିଟି ପରିସରରେ ମଧ୍ୟ ଏକ ସଂଗ୍ରହାଳୟ ନିର୍ମାଣ ହୋଇଛି ।

 

ସେ ହୁଏତ ପଞ୍ଜାବରେ ଜାଲିଆନାୱାଲା ବାଗ ହେଉ, ଗୁଜରାଟରେ ଗୋବିନ୍ଦ ଗୁରୁଜୀଙ୍କର ସ୍ମାରକ ହେଉ, ୟୁପିର ବାରାଣସୀରେ ମାନ ମହଲ ସଂଗ୍ରହାଳୟ ହେଉ, ଗୋଆରେ ଖ୍ରୀଷ୍ଟିୟାନ କଳା ସଂଗ୍ରହାଳୟ ହେଉ, ଏଭଳି ଅନେକ ସ୍ଥାନକୁ ସଂରକ୍ଷିତ କରାଯାଇଛି । ସଂଗ୍ରହାଳୟ ସହିତ ଜଡ଼ିତ ଆଉ ଏକ ଅନନ୍ୟ ପ୍ରୟାସ ଭାରତରେ ହୋଇଛି । ଆମେ ରାଜଧାନୀ ଦିଲ୍ଲୀରେ ଦେଶର ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଯାତ୍ରା ଏବଂ ଯୋଗଦାନକୁ ସମର୍ପିତ ପିଏମ ସଂଗ୍ରହାଳୟ ନିର୍ମାଣ କରିଛୁ। ଆଜି ସାରା ଦେଶର ଲୋକ ଆସି ପିଏମ ସଂଗ୍ରହାଳୟରେ, ସ୍ୱାଧୀନତା ପରବର୍ତୀ ଭାରତର ବିକାଶ ଯାତ୍ରାର ସାକ୍ଷୀ ପାଲଟୁଛନ୍ତି । ମୁଁ ଏଠାକୁ ଆସିଥିବା ଆମର ସମସ୍ତ ଅତିଥିମାନଙ୍କୁ ଅନୁରୋଧ କରିବି ଯେ ଥରେ ଏହି ସଂଗ୍ରହାଳୟକୁ ମଧ୍ୟ ଅବଶ୍ୟ ବୁଲି ଦେଖନ୍ତୁ ।

ସାଥୀଗଣ,

ଯେତେବେଳେ କୌଣସି ଦେଶ, ନିଜର ପରମ୍ପରାକୁ ସଜାଡିବା ବା ସଂରକ୍ଷିତ କରିବା ଆରମ୍ଭ କରି ଦେଇଥାଏ, ସେତେବେଳେ ଏହାର ଆଉ ଏକ ଦିଗ ବିକଶିତ ହୋଇ ସାମନାକୁ ଆସିଥାଏ । ଏହି ଦିଗଟି ହେଉଛି- ଅନ୍ୟ ଦେଶ ସହିତ ସମ୍ବନ୍ଧରେ ଆତ୍ମୀୟତା ବା ଆପଣାର ଭାବ । ଯେପରିକି ଭଗବାନ ବୁଦ୍ଧଙ୍କ ମହାପରିନିର୍ବାଣ ପରେ ଭାରତ ଅନେକ ପବିତ୍ର ଅବଶେଷକୁ ପିଢୀ ପରେ- ପିଢୀ ସଂରକ୍ଷିତ କରିଛି । ଆଉ ଆଜି ସେହି ପବିତ୍ର ଅବଶେଷ କେବଳ ଭାରତରେ ହିଁ ନୁହେଁ, ବିଶ୍ୱର କୋଟି- କୋଟି ବୌଦ୍ଧ ଅନୁଗାମୀ ମାନଙ୍କୁ ଏକାଠି ଯୋଡୁଛି । ଏବେ ବିଗତ ବର୍ଷ ହିଁ ଆମେ ବୁଦ୍ଧ ପୂର୍ଣ୍ଣିମା ଅବସରରେ 4 ପବିତ୍ର ଅବଶେଷକୁ ମଙ୍ଗୋଲିଆକୁ ପଠାଇ ଥିଲୁ । ସେହି ଅବସର ସମଗ୍ର ମଙ୍ଗୋଲିଆ ପାଇଁ ଆସ୍ଥାର ଏକ ମହାପର୍ବ ପାଲଟି ଯାଇଥିଲା ।

ବୁଦ୍ଧଙ୍କର ଯେଉଁ ରେଲିକ୍ସ ଆମର ପଡୋଶୀ ଦେଶ ଶ୍ରୀଲଙ୍କାରେ ଅଛି, ବୁଦ୍ଧ ପୂର୍ଣ୍ଣିମା ଅବସରରେ ମଧ୍ୟ ତାକୁ ଏଠାରେ କୁଶୀନଗରକୁ ଅଣା ଯାଇଥିଲା । ସେହିଭଳି, ଗୋଆରେ ସେଂଟ କୁଇନ୍ କେଟେୱାନଙ୍କ ପବିତ୍ର ଅବଶେଷର ଐତିହ୍ୟ ମଧ୍ୟ ଭାରତ ପାଖରେ ସଂରକ୍ଷିତ ହୋଇ ରହିଛି । ମୋର ସ୍ମରଣ ଅଛି, ଯେତେବେଳେ ଆମେ ସେଂଟ କୁଇନ କେଟେୱାନଙ୍କ ରେଲିକ୍ସକୁ ଜର୍ଜିଆ ପଠାଇଥିଲେ ସେତେବେଳେ ସେଠାରେ କିପରି ରାଷ୍ଟ୍ରୀୟ ପର୍ବର ବାତାବରଣ ସୃଷ୍ଟି ହୋଇଥିଲା । ସେହିଦିନ ଜର୍ଜିଆର ଅନେକ ନାଗରିକ ସେଠାକାର ସଡ଼କରେ ଏକ ମେଳା ଭଳି ବାତାବରଣ ସୃଷ୍ଟି କରିଥିଲେ, ଭିଡ଼ ଜମାଇଥିଲେ । ଅର୍ଥାତ, ଆମର ପରମ୍ପରା, ବୈଶ୍ୱିକ ଏକତା- ବିଶ୍ୱ ଏକତାର ମଧ୍ୟ ସୂତ୍ରଧର ପାଲଟିଛି । ଆଉ ଏଥିପାଇଁ, ଏହି ପରମ୍ପରାକୁ ସଜାଡ଼ୁଥିବା ଆମର ସଂଗ୍ରହାଳୟ ଗୁଡ଼ିକର ଭୂମିକା ମଧ୍ୟ ଅଧିକ ବଢ଼ି ଯାଇଥାଏ ।

 

ସାଥୀଗଣ,

ଆମେ ଯେଭଳି ପରିବାରରେ ଆଗାମୀ ସମୟ ପାଇଁ ସାଧନଗୁଡ଼ିକୁ ଯୋଡ଼ିଥାଉ, ସେହିପରି ହିଁ ଆମକୁ ସମଗ୍ର ପୃଥିବୀକୁ ଏକ ପରିବାର ଭଳି ଭାବି ନିଜର ସଂସାଧନକୁ ବଂଚାଇ ରଖିବାର ଅଛି । ମୋର ପରାମର୍ଶ ହେଉଛି ଯେ ଆମର ସଂଗ୍ରହାଳୟ ଏହି ବୈଶ୍ୱିକ ପ୍ରୟାସରେ ସକ୍ରିୟ ଅଂଶଗ୍ରହଣକାରୀ ପାଲଟୁ । ଆମର ଧରଣୀ ବା ମାଟି ବିଗତ ଶତାବ୍ଦୀରେ ଅନେକ ପ୍ରକୃତିକ ବିପର୍ଯ୍ୟୟ ସହିତ ମୁକାବିଲା କରିଛି । ଏହାର ସ୍ମୃତି ଏବଂ ଚିହ୍ନ ଆଜି ମଧ୍ୟ ଉପଲବ୍ଧ ଅଛି । ଆମକୁ ଅଧିକରୁ ଅଧିକ ସଂଗ୍ରହାଳୟରେ ଏହି ଚିହ୍ନ ଗୁଡ଼ିକୁ, ଏହା ସହିତ ଜଡ଼ିତ ଫଟୋଚିତ୍ରର ଗ୍ୟାଲେରୀକୁ ନିର୍ମାଣ କରିବା ଦିଗରେ ଭାବିବା ଉଚିତ ।

ଆମେ ଭିନ୍ନ ଭିନ୍ନ ସମୟରେ ଧରଣୀର ଏହି ପରିବର୍ତିତ ଚିତ୍ରକୁ ମଧ୍ୟ ଚିତ୍ରଣ କରି ପାରିବା । ଏହା ସହିତ ଆଗାମୀ ସମୟରେ, ଲୋକମାନଙ୍କ ପର୍ଯ୍ୟାବରଣ ପ୍ରତି ସଚେତନତା ବୃଦ୍ଧି ପାଇବ । ମୋତେ ଅବଗତ କରାଯାଇଛି ଯେ ଏହି ପ୍ରଦର୍ଶନୀରେ ଗ୍ୟାଷ୍ଟ୍ରୋନୋମିକ୍ ଅନୁଭବ ପାଇଁ ମଧ୍ୟ ସ୍ଥାନ ପ୍ରସ୍ତୁତ କରାଯାଇଛି । ଏଠାରେ ଆୟୁର୍ବେଦ ଏବଂ ମିଲେଟ୍ସ- ଶ୍ରୀଅନ୍ନ ଉପରେ ଆଧାରିତ ବ୍ୟଞ୍ଜନଗୁଡ଼ିକର ଅନୁଭବ ମଧ୍ୟ ଲୋକମାନଙ୍କୁ ମିଳିବ ।

ଭାରତର ପ୍ରୟାସରେ ଆୟୁର୍ବେଦ ଏବଂ ମିଲେଟ୍ସ- ଶ୍ରୀଅନ୍ନ ଦୁଇଟି ଯାକ ହିଁ ଏହି ଦିନମାନଙ୍କରେ ଏକ ବିଶ୍ୱସ୍ତରୀୟ ଆନ୍ଦୋଳନର ରୂପ ନେଇ ସାରିଛି । ଆମେ ଶ୍ରୀଅନ୍ନ ଏବଂ ଭିନ୍ନ- ଭିନ୍ନ ବନସ୍ପତିଗୁଡ଼ିକର ହଜାର- ହଜାର ବର୍ଷର ଯାତ୍ରାର ଆଧାର ଉପରେ ମଧ୍ୟ ନୂତନ ସଂଗ୍ରହାଳୟ ନିର୍ମାଣ କରି ପାରିବା । ଏହିଭଳି ପ୍ରୟାସ ଏହି ଜ୍ଞାନ କେନ୍ଦ୍ରିକ ବ୍ୟବସ୍ଥାକୁ ଆଗାମୀ ପିଢ଼ୀ ପାଖରେ ପହଂଚାଇବ ଏବଂ ସେଗୁଡ଼ିକୁ ଅମର କରି ରଖିବା ।

 

ସାଥୀଗଣ,

ଏହି ସମସ୍ତ ପ୍ରୟାସ ଦ୍ୱାରା ମଧ୍ୟ ଆମକୁ ସେତେବେଳେ ସଫଳତା ମିଳିବ, ଯେତେବେଳେ ଆମର ଐତିହାସିକ ବସ୍ତୁଗୁଡ଼ିକର ସଂରକ୍ଷଣକୁ, ଦେଶର ସ୍ୱଭାବ କରି ପାରିବା । ଏବେ ପ୍ରଶ୍ନ ହେଉଛି ଏହା ଯେ ନିଜର ପରମ୍ପରାର ସଂରକ୍ଷଣ, ଦେଶର ସାଧାରଣ ନାଗରିକଙ୍କ କିପରି ସ୍ୱଭାବ ହୋଇ ପାରିବ? ମୁଁ ଗୋଟିଏ ଛୋଟିଆ ଉଦାହରଣ ଦେଉଛି । କାହିଁକି ଭାରତର ପ୍ରତ୍ୟେକ ପରିବାର ନୁହେଁ, ନିଜ ଘରେ ଏକ ପାରବାରିକ ସଂଗ୍ରହାଳୟ ନିର୍ମାଣ କରନ୍ତୁ ? ଘରର ଲୋକମାନଙ୍କ ବିଷୟରେ, ନିଜ ପରିବାର ସମ୍ପର୍କରେ ସୂଚନା ଗୁଡ଼ିକୁ ନେଇ । ଏଥିରେ ଘରର, ଘରର ବୟସ୍କ ଲୋକଙ୍କର, ପୁରୁଣା ଏବଂ କିଛି ସ୍ୱତନ୍ତ୍ର ଜିନିଷକୁ ରଖାଯାଇ ପାରିବ । ଆଜି ଆପଣ ଯେଉଁ ଏକ କାଗଜରେ ଲେଖୁଛନ୍ତି, ତାହା ଆପଣଙ୍କୁ ସାଧାରଣ ଲାଗୁ ଥାଇପାରେ । କିନ୍ତୁ ଆପଣ ଯେଉଁ କାଗଜରେ ଲେଖୁଛନ୍ତି ସେହି କାଗଜ ଖଣ୍ଡ ତିନି- ଚାରି ପିଢ଼ୀ ପରେ ଏକ ଆତ୍ମୀୟତାର ସମ୍ପତି ପାଲଟି ଯିବ । ଏହିଭଳି ହିଁ ଆମର ସ୍କୁଲକୁ ମଧ୍ୟ, ଆମର ଭିନ୍ନ- ଭିନ୍ନ ସଂସ୍ଥା ଏବଂ ସଂଗଠନକୁ ମଧ୍ୟ ନିଜ ନିଜର ସଂଗ୍ରହାଳୟ ନିଶ୍ଚୟ ନିର୍ମାଣ କରିବା ଆବଶ୍ୟକ । ଦେଖିବେ, ଏହାଦ୍ୱାରା କେତେ ବଡ଼ ଏବଂ ଐତିହାସିକ ପୁଞ୍ଜି ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବ ।

ଦେଶର ଯେଉଁ ବିଭିନ୍ନ ସହର ଅଛି, ସେମାନେ ମଧ୍ୟ ନିଜର ସେଠାରେ ସିଟି ସଂଗ୍ରହାଳୟ ଭଳି ପ୍ରକଳ୍ପକୁ ଆଧୁନିକ ସ୍ୱରୂପରେ ପ୍ରସ୍ତୁତ କରି ପାରିବେ । ଏଥିରେ ସେହି ସହର ସହିତ ଜଡ଼ିତ ଐତିହାସିକ ବସ୍ତୁକୁ ରଖି ପାରିବେ । ବିଭିନ୍ନ ପନ୍ଥରେ ଯେଉଁ ରେକର୍ଡ ରଖିବାର ପୁରୁଣା ପରମ୍ପରା ଆମେ ଦେଖୁଛେ, ତାହା ମଧ୍ୟ ଆମକୁ ଏହି ଦିଗରେ ବେଶ ସହାୟତା କରିବ ।

 

ସାଥୀଗଣ,

ମୁଁ ଖୁସି ଯେ ସଂଗ୍ରହାଳୟ ଆଜି ଯୁବକମାନଙ୍କ ପାଇଁ କେବଳ ଏକ ଭ୍ରମଣର ସ୍ଥାନ ନୁହେଁ, ବରଂ ଏକ କ୍ୟାରିୟରର ମାଧ୍ୟମ ପାଲଟିଛି । କିନ୍ତୁ ମୁଁ ଚାହିଁବି ଯେ ଆମେ ନିଜର ଯୁବକମାନଙ୍କୁ କେବଳ ସଂଗ୍ରହାଳୟ କାର୍ଯ୍ୟକର୍ତା ଦୃଷ୍ଟିରେ ନ ଦେଖନ୍ତୁ । ଇତିହାସ ଏବଂ ସ୍ଥାପତ୍ୟ ଭଳି ବିଷୟ ସହିତ ଜଡ଼ିତ ଏହି ଯୁବକମାନେ ବୈଶ୍ୱିକ, ସାଂସ୍କୃତିକ ବିନିମୟର ଦୂତ ପାଲଟିବେ । ଏହି ଯୁବକମାନେ ଅନ୍ୟ ଦେଶକୁ ଯାଇ ପାରିବେ, ସେଠାକାର ଯୁବକମାନଙ୍କ ସହିତ ବିଶ୍ୱର ଭିନ୍ନ- ଭିନ୍ନ ସଂସ୍କୃତି ବିଷୟରେ ଶିଖିପାରିବେ, ଭାରତର ସଂସ୍କୃତି ବିଷୟରେ ସେମାନଙ୍କୁ କହି ପାରିବେ । ଏହାର ଅନୁଭବ ଏବଂ ଅତୀତ ସହିତ ଜଡ଼ିତ ନିଜ ଦେଶର ପରମ୍ପରାକୁ ସଂରକ୍ଷଣ ଦେବା ଦିଗରେ ବହୁତ ପ୍ରଭାବଶାଳୀ ହୋଇ ପାରିବ ।

ସାଥୀଗଣ,

ଆଜି ଯେତେବେଳେ ଆମେ ପାରସ୍ପରିକ ପରମ୍ପରାର କଥା କହୁଛୁ, ସେତେବେଳେ ମୁଁ ଏକ ପାରସ୍ପରିକ ଆହ୍ୱାନ ସମ୍ପର୍କରେ ମଧ୍ୟ କଥା ରଖିବାକୁ ଚାହିଁବି । ଏହି ଆହ୍ୱାନ ହେଉଛି- କଳାକୃତିଗୁଡ଼ିକର ଚୋରୀ ଏବଂ ବିନିଯୋଗ । ଭାରତ ଭଳି ପ୍ରାଚୀନ ସଂସ୍କୃତି ସମ୍ପନ୍ନ ଦେଶ ଶହ- ଶହ ବର୍ଷ ଧରି ଏହା ସହିତ ଲଢ଼ି ଚାଲିଛି । ସ୍ୱାଧୀନତା ପୂର୍ବରୁ ଏବଂ ସ୍ୱାଧୀନତା ପରେ ମଧ୍ୟ ଆମ ଦେଶରୁ ଅନେକ କାଳାକୃତି ବେଆଇନ ଭାବେ ବାହାରକୁ ନିଆ ଯାଇ ସାରିଛି । ଆମକୁ ଏଭଳି ଅପରାଧକୁ ରୋକିବା ପାଇଁ ମିଳିମିଶି କାର୍ଯ୍ୟ କରିବାକୁ ହେବ ।

ମୁଁ ଖୁସି ଯେ ଆଜି ସାରା ବିଶ୍ୱରେ ଭାରତର ବୃଦ୍ଧି ପାଉଥିବା ଆଧିପତ୍ୟ ମଧ୍ୟରେ, ଏବେ ବିଭିନ୍ନ ଦେଶ ଭାରତକୁ ତାହାର ଐତିହ୍ୟ ଫେରାଇବାରେ ଲାଗିଛନ୍ତି । ବନାରସରୁ ଚୋରୀ ହୋଇଥିବା ମାଆ ଅନ୍ନପୂର୍ଣ୍ଣାଙ୍କ ପ୍ରତିମା ହେଉ, ଗୁଜରାଟରୁ ଚୋରୀ ହୋଇଥିବା ମହିଷାସୁରମର୍ଦ୍ଦିନୀଙ୍କ ପ୍ରତିମା ହେଉ, ଚୋଳ ସାମ୍ରାଜ୍ୟ ସମୟରେ ନିର୍ମିତ ନଟରାଜଙ୍କ ପ୍ରତିମାଗୁଡ଼ିକ ହେଉ, ପ୍ରାୟ 240 ପ୍ରାଚୀନ କଳାକୃତିଗୁଡ଼ିକୁ ଭାରତକୁ ଫେରାଇ ଅଣାଯାଇ ପାରିଛି । ଯେତେବେଳେ କି ଏହା ପୂର୍ବରୁ ଅନେକ ଦଶକ ପର୍ଯ୍ୟନ୍ତ ଏହି ସଂଖ୍ୟା 20ରେ ମଧ୍ୟ ପହଂଚି ପାରି ନ ଥିଲା । ଏହି 9 ବର୍ଷରେ ଭାରତରୁ ସାଂସ୍କୃତିକ କଳାକୃତିଗୁଡ଼ିକର ଚୋରୀ ମଧ୍ୟ ବହୁତ ହ୍ରାସ ପାଇଛି ।

ସାରା ବିଶ୍ୱର କଳାପ୍ରେମୀଙ୍କୁ ମୋର ଅନୁରୋଧ ଯେ, ବିଶେଷ ଭାବେ ସଂଗ୍ରହାଳୟ ସହିତ ଜଡ଼ିତ ଲୋକଙ୍କୁ ଅନୁରୋଧ ଯେ ଏହି କ୍ଷେତ୍ରରେ ସହଯୋଗକୁ ଆହୁରି ବୃଦ୍ଧି କରାଯାଉ । କୌଣସି ମଧ୍ୟ ଦେଶର, କୌଣସି ମଧ୍ୟ ସଂଗ୍ରହାଳୟରେ କୌଣସି ଏଭଳି କଳାକୃତି ନ ରହୁ, ଯାହାକୁ ବେନିୟମ ଭାବେ ସେଠାରେ ପହଂଚା ଯାଇଛି । ଆମ ସମସ୍ତଙ୍କର ସଂଗ୍ରହାଳୟ ପାଇଁ ଏଭଳି ଏକ ନୈତିକ ପ୍ରତିବଦ୍ଧତା ବଜାୟ ରହିବା ଆବଶ୍ୟକ ।

ସାଥୀଗଣ,

ମୋର ବିଶ୍ୱାସ ଯେ, ଆମେ ଅତୀତ ସହିତ ଜଡ଼ିତ ରହି ଭବିଷ୍ୟତ ପାଇଁ ନୂତନ ଚିନ୍ତାଧାରା ଉପରେ ଏହିଭଳି କାର୍ଯ୍ୟ କରି ପାରିବା । ଆମେ ପରମ୍ପରା ଓ ସଂସ୍କୃତିକୁ ସଜାଡ଼ିବା ଏବଂ ସଂରକ୍ଷିତ କରିବା ମଧ୍ୟ ଏବଂ ନୂତନ ପରମ୍ପରାର ମଧ୍ୟ ନିର୍ମାଣ କରିବା । ଏହି କାମନା ସହିତ, ଆପଣ ସମସ୍ତଙ୍କୁ ହୃଦୟର ସହିତ ବହୁତ- ବହୁତ ଧନ୍ୟବାଦ !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India records highest-ever startup surge with 55,200 recognised in FY26

Media Coverage

India records highest-ever startup surge with 55,200 recognised in FY26
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over mishap in Coimbatore
April 17, 2026

The Prime Minister, Shri Narendra Modi, has expressed deep anguish over the mishap in Coimbatore, Tamil Nadu.

Shri Modi said that he is distressed to hear about the incident and extended his heartfelt condolences to those who have lost their loved ones. He also prayed for the speedy recovery of those injured in the mishap.

The Prime Minister’s Office posted on X;

“Distressed to hear about the mishap in Coimbatore, Tamil Nadu. I extend my heartfelt condolences to those who have lost their loved ones in the mishap. Prayers for the speedy recovery of those injured: PM @narendramodi”