ଏହା ଭାରତର ଅବିଶ୍ୱସନୀୟ କ୍ରୀଡ଼ା ପ୍ରତିଭାର ଏକ ଉତ୍ସବ ଏବଂ ସାରା ଦେଶର କ୍ରୀଡ଼ାବିତମାନଙ୍କ ଉତ୍ସାହକୁ ପ୍ରଦର୍ଶିତ କରିଥାଏ: ପ୍ରଧାନମନ୍ତ୍ରୀ
ଆମେ କ୍ରୀଡ଼ା କ୍ଷେତ୍ରକୁ ଭାରତର ସାମଗ୍ରିକ ବିକାଶର ଏକ ପ୍ରମୁଖ ବାହକ ଭାବେ ବିବେଚନା କରୁ: ପ୍ରଧାନମନ୍ତ୍ରୀ
ଆମେ ଆମର କ୍ରୀଡ଼ାବିତମାନଙ୍କ ପାଇଁ ଅଧିକରୁ ଅଧିକ ସୁଯୋଗ ସୃଷ୍ଟି କରୁଛୁ, ଯାହାଦ୍ୱାରା ସେମାନେ ନିଜର ସାମର୍ଥ୍ୟକୁ ପୂର୍ଣ୍ଣମାତ୍ରାରେ ବଢ଼ାଇପାରିବେ: ପ୍ରଧାନମନ୍ତ୍ରୀ
୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ ଦୃଢ଼ ପ୍ରୟାସ କରୁଛି: ପ୍ରଧାନମନ୍ତ୍ରୀ
ଜାତୀୟ କ୍ରୀଡ଼ା କେବଳ ଏକ କ୍ରୀଡ଼ା ପ୍ରତିଯୋଗିତା ନୁହେଁ, ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଭାବନାକୁ ପ୍ରଦର୍ଶିତ କରିବା ପାଇଁ ଏକ ମହାନ ମଞ୍ଚ, ଏହା ଭାରତର ସମୃଦ୍ଧ ବିବିଧତା ଏବଂ ଏକତାର ଉତ୍ସବ: ପ୍ରଧାନମନ୍ତ୍ରୀ

ଭାରତ ମାତା କି ଜୟ !

ଦେବଭୂମି ଉତ୍ତରାଖଣ୍ଡର ରାଜ୍ୟପାଳ ଗୁରମିତ୍ ସିଂହ ଜୀ, ଯୁବ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀ ଜୀ, ମୋର ମନ୍ତ୍ରିମଣ୍ଡଳର ସହଯୋଗୀ ଅଜୟ ଟମ୍ଟା ଜୀ, ରକ୍ଷା ଖଡ଼ସେ ଜୀ, ଉତ୍ତରାଖଣ୍ଡ ବିଧାନସଭାର ବାଚସ୍ପତି ରିତୁ ଖଣ୍ଡୁରୀ ଜୀ, କ୍ରୀଡ଼ା ମନ୍ତ୍ରୀ ରେଖା ଆର୍ଯ୍ୟ ଜୀ, ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସଭାପତି କ୍ରିସ୍ ଜେନକିନ୍ସ ଜୀ, ଆଇଓଏର ସଭାପତି ପି।ଟି ଉଷା ଜୀ, ସାଂସଦ ମହେନ୍ଦ୍ର ଭଟ୍ଟ ଜୀ, ଜାତୀୟ କ୍ରୀଡ଼ାରେ ଭାଗ ନେବାକୁ ଆସିଥିବା ସମସ୍ତ ଖେଳାଳି ଏବଂ ଅନନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି!

ଆଜି ଯୁବପିଢ଼ିଙ୍କ ଶକ୍ତିରେ ଦେବଭୂମି ଅଧିକ ଦିବ୍ୟ ହୋଇପାରିଛି। ବାବା କେଦାରନାଥ, ବଦ୍ରିନାଥ ଜୀ, ମା' ଗଙ୍ଗାଙ୍କ ଆଶୀର୍ବାଦରେ ଆଜିଠାରୁ ଆରମ୍ଭ ହେଉଛି ଜାତୀୟ କ୍ରୀଡ଼ା । ଚଳିତ ବର୍ଷ ଉତ୍ତରାଖଣ୍ଡ ଗଠନର ୨୫ତମ ବର୍ଷ। ଏହି ଯୁବ ରାଜ୍ୟରେ ଦେଶର କୋଣ ଅନୁକୋଣରୁ ହଜାର ହଜାର ଯୁବକ ନିଜର ସାମର୍ଥ୍ୟ ପ୍ରଦର୍ଶନ କରିବାକୁ  ଯାଉଛନ୍ତି । ଏଠାରେ ଏକ ଭାରତ-ଶ୍ରେଷ୍ଠ ଭାରତର ଏକ ଅତ୍ୟନ୍ତ ସୁନ୍ଦର ଚିତ୍ର ଦୃଶ୍ୟମାନ ହେଉଛି । ଏଥର ମଧ୍ୟ ଜାତୀୟ କ୍ରୀଡ଼ାରେ ଅନେକ ଦେଶୀ ପାରମ୍ପରିକ ଖେଳକୁ ସାମିଲ କରାଯାଇଛି। ଏଥର ଜାତୀୟ କ୍ରୀଡ଼ା ମଧ୍ୟ ଏକ ପ୍ରକାରରେ ଗ୍ରୀନ୍ ଗେମ୍ସ ଅଟେ । ଏଥିରେ ପରିବେଶ ଅନୁକୂଳ ଜିନିଷର ବହୁଳ ବ୍ୟବହାର ହେଉଛି। ଜାତୀୟ କ୍ରୀଡ଼ାରେ ମିଳୁଥିବା ସମସ୍ତ ପଦକ ଓ ଟ୍ରଫି ମଧ୍ୟ ଇ-ବର୍ଜ୍ୟବସ୍ତୁରେ ନିର୍ମିତ। ପଦକ ବିଜେତା ଖେଳାଳିଙ୍କ ନାମରେ ଏଠାରେ ଏକ ବୃକ୍ଷରୋପଣ କରାଯିବ। ଏହା ଏକ ବହୁତ ଭଲ ପଦକ୍ଷେପ । ମୁଁ ସମସ୍ତ ଖେଳାଳିଙ୍କୁ ସେମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଉଛି। ଏହି ଚମତ୍କାର କାର୍ଯ୍ୟକ୍ରମ ପାଇଁ ମୁଁ ଧାମୀ ଜୀ ଏବଂ ତାଙ୍କ ସମଗ୍ର ଟିମକୁ ଉତ୍ତରାଖଣ୍ଡର ପ୍ରତ୍ୟେକ ନାଗରିକଙ୍କୁ ଅଭିନନ୍ଦନ ଜଣାଉଛି ।

 

ସାଥିମାନ,

ଆମେ ଅନେକ ସମୟରେ ଶୁଣିଥାଉ ଯେ ପରୀକ୍ଷା ପରେ ସୁନା ଶୁଦ୍ଧ ହୋଇଥାଏ। ଆମେ ଖେଳାଳିମାନଙ୍କ ପାଇଁ ଅଧିକରୁ ଅଧିକ ସୁଯୋଗ ସୃଷ୍ଟି କରୁଛୁ ଯାହାଦ୍ୱାରା ସେମାନେ ସେମାନଙ୍କ ଦକ୍ଷତାକୁ ଆହୁରି ଉନ୍ନତ କରିପାରିବେ । ଏବେ ବର୍ଷସାରା ଅନେକ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଉଛି। ଖେଲୋ ଇଣ୍ଡିଆ ସିରିଜ୍ ରେ ଅନେକ ନୂଆ ଟୁର୍ଣ୍ଣାମେଣ୍ଟ ଯୋଡ଼ି ହୋଇଛି। ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ଯୋଗୁଁ ଯୁବ ଖେଳାଳିଙ୍କୁ ଆଗକୁ ବଢ଼ିବାର ସୁଯୋଗ ମିଳିଛି। ବିଶ୍ୱବିଦ୍ୟାଳୟ କ୍ରୀଡ଼ା, ବିଶ୍ୱବିଦ୍ୟାଳୟର, ଛାତ୍ରଛାତ୍ରୀଙ୍କୁ ନୂଆ ସୁଯୋଗ ଦେଉଛି। ଖେଲୋ ଇଣ୍ଡିଆ ପାରା ଗେମ୍ସ ମାଧ୍ୟମରେ ପାରା ଆଥଲେଟଙ୍କ  ପ୍ରଦର୍ଶନ ନୂଆ ଜିନିଷ ହାସଲ କରୁଛି। କିଛି ଦିନ ତଳେ ଲଦାଖରେ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ାର ପଞ୍ଚମ ସଂସ୍କରଣ ଆରମ୍ଭ ହୋଇଯାଇଛି । ଗତବର୍ଷ ହିଁ ଆମେ ବିଚ୍ ଗେମ୍ସ ର ଆୟୋଜନ କରିଥିଲୁ।

  ଏବଂ ସାଥିମାନେ,

କେବଳ ସରକାର ଏହି ସବୁ କାମ କରୁନାହାନ୍ତି ତାହା ନୁହେଁ। ଆଜି ଶତାଧିକ ବିଜେପି ସାଂସଦ ନୂଆ ପ୍ରତିଭାଙ୍କୁ ଆଗକୁ ଆଣିବା ପାଇଁ ନିଜ ନିଜ ଅଞ୍ଚଳରେ ଏମପି କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରୁଛନ୍ତି। ମୁଁ ମଧ୍ୟ କାଶୀର ସାଂସଦ । ଯଦି ମୁଁ କେବଳ ମୋ ସଂସଦୀୟ କ୍ଷେତ୍ର ବିଷୟରେ କହିବି, ତେବେ ପ୍ରତିବର୍ଷ ଏମପି କ୍ରୀଡ଼ା ପ୍ରତିଯୋଗିତାରେ କାଶୀ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ପ୍ରାୟ ଅଢ଼େଇ ଲକ୍ଷ ଯୁବକ ଖେଳିବା ଏବଂ ବିକଶିତ ହେବାର ସୁଯୋଗ ପାଉଛନ୍ତି। ଅର୍ଥାତ୍ ଦେଶରେ କ୍ରୀଡ଼ାର ଏକ ସୁନ୍ଦର ଏକତ୍ରୀକାରଣ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ପ୍ରତ୍ୟେକ ଋତୁରେ ସେହି ଖେଳାଳିମାନେ ଖେଳିପାରିବ।  ଏବଂ କ୍ରମାଗତ ଭାବରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଏ ।

 ସାଥିମାନେ,

ଭାରତର ସର୍ବାଙ୍ଗୀନ ବିକାଶ ପାଇଁ ଆମେ କ୍ରୀଡ଼ାକୁ ଏକ ପ୍ରମୁଖ ମାଧ୍ୟମ ଭାବେ ବିବେଚନା କରୁଛୁ। ଯେତେବେଳେ କୌଣସି ଦେଶ କ୍ରୀଡ଼ାକ୍ଷେତ୍ରରେ ଅଗ୍ରଗତି କରେ, ସେତେବେଳେ ଦେଶର ବିଶ୍ୱସନୀୟତା ମଧ୍ୟ ବଢିଥାଏ, ଦେଶର ପ୍ରୋଫାଇଲ ମଧ୍ୟ ବଢିଯାଇଥାଏ । ତେଣୁ ଆଜି କ୍ରୀଡ଼ାକୁ ଭାରତର ବିକାଶ ସହ ଯୋଡ଼ାଯାଉଛି। ଆମେ ଏହାକୁ ଭାରତର ଯୁବକମାନଙ୍କ ଆତ୍ମବିଶ୍ୱାସ ସହ ଯୋଡିଛୁ । ଆଜି ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୈତିକ ଶକ୍ତି ହେବା ଦିଗରେ ଅଗ୍ରସର ହେଉଛି, ଏଥିରେ କ୍ରୀଡ଼ାର ଅର୍ଥନୀତିର ଏକ ପ୍ରମୁଖ ଅଂଶ ରହିବା ଉଚିତ ବୋଲି ଆମର ପ୍ରୟାସ ରହିଛି। ଆପଣ ଜାଣନ୍ତି, କୌଣସି ଖେଳରେ କେବଳ ଜଣେ ଖେଳାଳି ଖେଳନ୍ତି ନାହିଁ, ଏହା ପଛରେ ଏକ ପୂରା ଇକୋସିଷ୍ଟମ ରହିଛି। ପ୍ରଶିକ୍ଷକ, ଟ୍ରେନର, ପୋଷଣ ଓ ଫିଟ୍ ନେସ୍ ଉପରେ ଧ୍ୟାନ ଦେଉଥିବା ବ୍ୟକ୍ତି ଥାନ୍ତି, ଡାକ୍ତର ଥାନ୍ତି, ଉପକରଣ ରହିଥାଏ। ଅର୍ଥାତ୍ ଏଥିରେ ଉଭୟ ସେବା ଓ ଉତ୍ପାଦନର ସୁଯୋଗ ରହିଛି। ସାରା ବିଶ୍ୱର ଖେଳାଳିମାନେ ବ୍ୟବହାର କରୁଥିବା ଏହି ଭିନ୍ନ ଭିନ୍ନ କ୍ରୀଡ଼ା ଉପକରଣ  ଭାରତର ଏକ ଗୁଣାତ୍ମକ ନିର୍ମାତା ପାଲଟିଛି। ମେରଠ ଏଠାରୁ ବେଶୀ ଦୂରରେ ନାହିଁ। ସେଠାରେ ୩୫ ହଜାରରୁ ଅଧିକ ଛୋଟ ବଡ଼ କାରଖାନା ରହିଛି, ଯେଉଁଥିରେ କ୍ରୀଡ଼ା ଉପକରଣ ଉତ୍ପାଦନ ହେଉଛି। ଏଥିରେ ୩ ଲକ୍ଷରୁ ଅଧିକ ଲୋକ କାମ କରୁଛନ୍ତି। ଆଜି ଦେଶର କୋଣ ଅନୁକୋଣରେ ଏହି ଇକୋସିଷ୍ଟମ୍ ସୃଷ୍ଟି କରିବା ଦିଗରେ ଦେଶ କାର୍ଯ୍ୟ କରୁଛି।

 

 ସାଥିମାନେ,

କିଛି ଦିନ ତଳେ ଦିଲ୍ଲୀସ୍ଥିତ ନିଜ ବାସଭବନରେ ଅଲିମ୍ପିକ୍ ଦଳକୁ ଭେଟିବାର ସୁଯୋଗ ପାଇଥିଲି। କଥାବାର୍ତ୍ତା ସମୟରେ ଜଣେ ବନ୍ଧୁ ମୋତେ ପ୍ରଧାନମନ୍ତ୍ରୀଙ୍କ ଏକ ନୂଆ ସଂଜ୍ଞା ଦେଇଥିଲେ। ସେ କହିଥିଲେ ଯେ ଦେଶର ଖେଳାଳିମାନେ ମୋତେ ପିଏମ ଅର୍ଥାତ ପ୍ରଧାନମନ୍ତ୍ରୀ ଭାବରେ ନୁହେଁ, ବରଂ ସେମାନଙ୍କର ପରମ ମିତ୍ର ଭାବରେ ବିବେଚନା କରନ୍ତି । ତୁମର ଏହି ବିଶ୍ୱାସ ମୋତେ ଶକ୍ତି ଦେଇଥିଲା ।  ଆପଣ ସମସ୍ତଙ୍କ ଉପରେ, ଆପଣଙ୍କ ପ୍ରତିଭା ଏବଂ ସାମର୍ଥ୍ୟ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ଅଛି । ଆମେ ଆପଣଙ୍କ ସାମର୍ଥ୍ୟ ବୃଦ୍ଧି ଏବଂ ଆପଣଙ୍କ ଖେଳରେ ଉନ୍ନତି ଆଣିବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛୁ । ବିଗତ ୧୦ ବର୍ଷକୁ ଦେଖନ୍ତୁ, ଆମେ କ୍ରମାଗତ ଭାବରେ ଆପଣଙ୍କ ପ୍ରତିଭାକୁ ସମର୍ଥନ କରିବା ଉପରେ ବିଶେଷ ଧ୍ୟାନ ଦେଇଛୁ । ୧୦ ବର୍ଷ ପୂର୍ବେ ଯେଉଁ କ୍ରୀଡ଼ା ବଜେଟ୍ ଥିଲା, ଆଜି ତାହା ତିନି ଗୁଣରୁ ଅଧିକ ହୋଇଛି। ଟପ୍ସ ଯୋଜନାରେ ଦେଶର ଡର୍ଜନାଧିକ ଖେଳାଳିଙ୍କ ଉପରେ ଶହ ଶହ କୋଟି ଟଙ୍କା ବିନିଯୋଗ କରାଯାଉଛି। ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ସାରା ଦେଶରେ ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରାଯାଉଛି। ଆଜିକାଲି ସ୍କୁଲରେ ମଧ୍ୟ କ୍ରୀଡ଼ାକୁ ମୁଖ୍ୟସ୍ରୋତରେ ସାମିଲ କରାଯାଇଛି। ମଣିପୁରରେ ଦେଶର ପ୍ରଥମ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ମଧ୍ୟ ନିର୍ମାଣ କରାଯାଉଛି।

 ସାଥିମାନେ,

ସରକାରଙ୍କ ଏହି ପ୍ରୟାସର ଫଳାଫଳ ଆମେ ପଡ଼ିଆରେ ଦେଖୁଛୁ, ଏହା ପଦକ ତାଲିକାରେ ଦୃଶ୍ୟମାନ ହେଉଛି। ଆଜି ପ୍ରତ୍ୟେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତୀୟ ଖେଳାଳିମାନେ ପତାକା ଉଡ଼ାଉଛନ୍ତି। ଆମ ଖେଳାଳିମାନେ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ଉତ୍ତରାଖଣ୍ଡର ଅନେକ ଖେଳାଳି ମଧ୍ୟ ପଦକ ଜିତିଛନ୍ତି। ମୁଁ ଖୁସି ଯେ ଆପଣମାନଙ୍କୁ ଉତ୍ସାହିତ କରିବା ପାଇଁ ଆଜି ଅନେକ ପଦକ ବିଜେତା ଏହି ସ୍ଥାନକୁ ଆସିଛନ୍ତି ।

ସାଥିମାନେ,

ହକିର ପୁରୁଣା ଗୌରବ ଦିନ ଫେରୁଛି। ଏବେ କିଛି ଦିନ ତଳେ ଆମର ଖୋ-ଖୋ ଟିମ୍ ବିଶ୍ୱକପ୍ ଜିତିଥିଲା। ଯେତେବେଳେ ଆମର ଗୁକେଶ ଡି. ବିଶ୍ୱ ଚେସ୍ ଚାମ୍ପିୟନଶିପର ଟାଇଟଲ ଜିତିଲେ ସେତେବେଳେ ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଥିଲା । କୋନେରୁ ହମ୍ପି ହେଲେ ମହିଳା ବିଶ୍ୱ ରାପିଡ୍ ଚେସ୍ ଚାମ୍ପିୟନ, ଏହି ସଫଳତା ଦର୍ଶାଉଛି ଯେ ଭାରତରେ କ୍ରୀଡ଼ା ଏବେ କେବଳ ପାଠ୍ୟକ୍ରମ ବ୍ୟତୀତ ଅନ୍ୟ ଏକ ଅତିରିକ୍ତ କାର୍ଯ୍ୟକଳାପ ନୁହେଁ । ବର୍ତ୍ତମାନ ଆମର ଯୁବପିଢ଼ି କ୍ରୀଡ଼ାକୁ କ୍ୟାରିୟର ର ଏକ ପ୍ରମୁଖ ପସନ୍ଦ ଭାବରେ ବିଚାର କରୁଛନ୍ତି ।

 

ସାଥିମାନେ,

ଆମ ଖେଳାଳିମାନେ ଯେପରି ସବୁବେଳେ ବଡ଼ ବଡ଼ ଲକ୍ଷ୍ୟ ନେଇ ଆଗକୁ ବଢ଼ନ୍ତି, ସେହିଭଳି ଆମ ଦେଶ ମଧ୍ୟ ବଡ଼ ସଂକଳ୍ପ ନେଇ ଆଗକୁ ବଢ଼ୁଛି। ଆପଣମାନେ ସମସ୍ତେ ଜାଣନ୍ତି ଯେ ଭାରତ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ସମସ୍ତ ପ୍ରୟାସ କରୁଛି । ଯେତେବେଳେ ଭାରତରେ ଅଲିମ୍ପିକ୍ସ ଆୟୋଜନ ହେବ, ସେତେବେଳେ ଏହା ଭାରତୀୟ କ୍ରୀଡ଼ାକୁ ନୂଆ ଶିଖରରେ ପହଞ୍ଚାଇବ। ଅଲିମ୍ପିକ୍ସ କେବଳ ଏକ ଖେଳର ଇଭେଣ୍ଟ ନୁହେଁ, ବିଶ୍ୱର ଯେ କୌଣସି ଦେଶରେ ଅଲିମ୍ପିକ୍ସ ଆୟୋଜନ କରାଯାଏ, ଅନେକ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିଥାଏ । ଅଲିମ୍ପିକ୍ସ ପାଇଁ ନିର୍ମିତ କ୍ରୀଡ଼ା ଭିତ୍ତିଭୂମି ମଧ୍ୟ ନିଯୁକ୍ତି ସୃଷ୍ଟି କରିଥାଏ। ଭବିଷ୍ୟତରେ ଖେଳାଳିଙ୍କ ପାଇଁ ଉନ୍ନତ ସୁବିଧା ସୁଯୋଗ ସୃଷ୍ଟି କରାଯିବ। ଅଲିମ୍ପିକ୍ସ ଆୟୋଜନ ହେଉଥିବା ସହରରେ ନୂତନ ଯୋଗାଯୋଗର ଭିତ୍ତିଭୂମି ନିର୍ମାଣ କରାଯାଇଛି। ଏହା ଦ୍ୱାରା ନିର୍ମାଣ ସମ୍ବନ୍ଧୀୟ ଶିଳ୍ପ ସୁଦୃଢ଼ ହେବା ସହ ପରିବହନ ସମ୍ବନ୍ଧୀୟ କ୍ଷେତ୍ରର ଅଗ୍ରଗତି ହୋଇଥାଏ। ଆଉ ସବୁଠାରୁ ବଡ ଫାଇଦା ହେଉଛି ଦେଶର ପର୍ଯ୍ୟଟନକୁ । ଅନେକ ନୂଆ ହୋଟେଲ ତିଆରି ହୋଇଛି, ଅଲିମ୍ପିକ୍ସରେ ଭାଗ ନେବା ଏବଂ ଖେଳ ଦେଖିବା ପାଇଁ ସାରା ବିଶ୍ୱରୁ ଲୋକ ଆସନ୍ତି । ଯାହାର ଫାଇଦା ସମଗ୍ର ଦେଶକୁ ମିଳୁଛି। ସେହିଭଳି ଏଠାରେ ଦେବଭୂମି ଉତ୍ତରାଖଣ୍ଡରେ ଜାତୀୟ କ୍ରୀଡ଼ାର ଆୟୋଜନ କରାଯାଉଛି। ଦେଶର ଅନ୍ୟ ପ୍ରାନ୍ତରୁ ଏଠାକୁ ଆସୁଥିବା ଦର୍ଶକମାନେ ଉତ୍ତରାଖଣ୍ଡର ଅନ୍ୟାନ୍ୟ ସ୍ଥାନକୁ ମଧ୍ୟ ଯିବେ । ଅର୍ଥାତ୍ ଗୋଟିଏ କ୍ରୀଡ଼ା ପ୍ରତିଯୋଗିତା କେବଳ ଖେଳାଳିଙ୍କ ପାଇଁ ଲାଭଦାୟକ ନୁହେଁ, ବରଂ ଏହା ଦ୍ୱାରା ଅନ୍ୟାନ୍ୟ କ୍ଷେତ୍ରର ଅର୍ଥନୀତି ମଧ୍ୟ ବୃଦ୍ଧି ପାଇଥାଏ।

ସାଥିମାନେ,

ଆଜି ସାରା ବିଶ୍ୱ କହୁଛି ଏକବିଂଶ ଶତାବ୍ଦୀ ହେଉଛି ଭାରତର ଶତାବ୍ଦୀ । ଆଉ ବାବା କେଦାରନାଥଙ୍କୁ ଦର୍ଶନ କରିବା ପରେ ହଠାତ୍ ମୋ ପାଟିରୁ, ହୃଦୟରୁ ବାହାରିଲା - ଏହା ହେଉଛି ଉତ୍ତରାଖଣ୍ଡର ଦଶନ୍ଧି । ମୁଁ ଖୁସି ଯେ ଉତ୍ତରାଖଣ୍ଡ ଦ୍ରୁତ ଗତିରେ ଅଗ୍ରଗତି କରୁଛି । ଗତକାଲି ଉତ୍ତରାଖଣ୍ଡର ଏମିତି ଏକ ରାଜ୍ୟ ହେଲା, ଯିଏ ୟୁନିଫର୍ମ ସିଭିଲ କୋଡ୍ ସମାନ ନାଗରିକତା ସଂହିତା ଲାଗୁ କଲା, ମୁଁ ବେଳେବେଳେ ଏହାକୁ ଧର୍ମନିରପେକ୍ଷ ସିଭିଲ କୋଡ୍ ମଧ୍ୟ କହୁଛି। ୟୁନିଫର୍ମ ସିଭିଲ କୋଡ୍ ଆମ ଝିଅ, ମା' ଓ ଭଉଣୀମାନଙ୍କ ସମ୍ମାନଜନକ ଜୀବନର ଆଧାର ହେବ। ୟୁନିଫର୍ମ ସିଭିଲ କୋଡ୍ ଗଣତନ୍ତ୍ରର ଭାବନାକୁ ସୁଦୃଢ଼ କରିବ, ସମ୍ବିଧାନର ଭାବନା ସୁଦୃଢ଼ ହେବ। ଏବଂ ଆଜି ମୁଁ ଏହି କ୍ରୀଡ଼ା ଇଭେଣ୍ଟରେ ଏଠାରେ ଅଛି, ତେଣୁ ମୁଁ ମଧ୍ୟ ଏହାକୁ ଆପଣଙ୍କ ସହିତ ଯୋଡ଼ି ହୋଇଥିବା ଦେଖୁଛି | କ୍ରୀଡ଼ାଦକ୍ଷତା ଆମକୁ ଭେଦଭାବର ଭାବନାରୁ ଦୂରେଇ ନେଇଥାଏ, ପ୍ରତ୍ୟେକ ବିଜୟ, ପ୍ରତ୍ୟେକ ପଦକ ହେଉଛି- ସବକା ପ୍ରୟାସ । କ୍ରୀଡ଼ା ଆମକୁ ଦଳଗତ ଭାବନା ସହ ଖେଳିବାକୁ ପ୍ରେରଣା ଦେଇଥାଏ। ୟୁନିଫର୍ମ ସିଭିଲ କୋଡରେ ମଧ୍ୟ ସମାନ ଭାବନା ରହିଛି । କାହା ପ୍ରତି ଭେଦଭାବ ନାହିଁ, ସମସ୍ତେ ସମାନ।  ଏହି ଐତିହାସିକ ପଦକ୍ଷେପ ପାଇଁ ମୁଁ ଉତ୍ତରାଖଣ୍ଡର ବିଜେପି ସରକାରଙ୍କୁ ଅଭିନନ୍ଦନ ଜଣାଉଛି ।

 

ସାଥିମାନେ,

ଉତ୍ତରାଖଣ୍ଡରେ ପ୍ରଥମ ଥର ପାଇଁ ଏତେ ବଡ଼ ଧରଣର ଜାତୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହା ନିଜେ ଏକ ବଡ଼ କଥା। ଏହାଦ୍ଵାରା ଏଠାରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ଏଠାକାର ଯୁବକମାନେ ଏଠାରେ କାମ ପାଇବେ। ଉତ୍ତରାଖଣ୍ଡକୁ ଏହାର ବିକାଶ ପାଇଁ ଅଧିକ ନୂଆ ଉପାୟ ସୃଷ୍ଟି କରିବାକୁ ପଡ଼ିବ। ବର୍ତ୍ତମାନ ଉତ୍ତରାଖଣ୍ଡର ଅର୍ଥନୀତି କେବଳ ଚାରି ଧାମ ଯାତ୍ରା ଉପରେ ନିର୍ଭର କରିପାରିବ ନାହିଁ । ଆଜି ସରକାର କ୍ରମାଗତ ଭାବେ ସୁବିଧା ବଢ଼ାଇ ଏହି ଯାତ୍ରାର ଆକର୍ଷଣ ବଢ଼ାଉଛନ୍ତି। ପ୍ରତି ଋତୁରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ମଧ୍ୟ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି। କିନ୍ତୁ ଏହା ଯଥେଷ୍ଟ ନୁହେଁ। ଉତ୍ତରାଖଣ୍ଡରେ ଶୀତକାଳୀନ ଆଧ୍ୟାତ୍ମିକ ଯାତ୍ରାକୁ ପ୍ରୋତ୍ସାହିତ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ | ଉତ୍ତରାଖଣ୍ଡରେ ମଧ୍ୟ ଏ ଦିଗରେ କିଛି ନୂଆ ପଦକ୍ଷେପ ନିଆଯାଇଥିବାରୁ ମୁଁ ଖୁସି ।

ସାଥିମାନେ,

ଉତ୍ତରାଖଣ୍ଡ ଏକ ଦୃଷ୍ଟିରୁ ମୋର ଦ୍ୱିତୀୟ ଘର । ମୋର ମଧ୍ୟ ଇଚ୍ଛା ଅଛି ଯେ ଶୀତଯାତ୍ରାର ଏକ ଅଂଶ ହେବି| ମୁଁ ଦେଶର ଯୁବକମାନଙ୍କୁ ମଧ୍ୟ କହିବାକୁ ଚାହେଁ ଯେ ଶୀତଦିନେ ଉତ୍ତରାଖଣ୍ଡ କୁ ନିଶ୍ଚିତ ଭାବରେ ଯାଆନ୍ତୁ । ସେତେବେଳେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ସେତେଟା ନ ଥିବ । ଏଠାରେ ଆପଣଙ୍କ ପାଇଁ ଦୁଃସାହସିକ ସମ୍ବନ୍ଧୀୟ କାର୍ଯ୍ୟକଳାପ ପାଇଁ ବହୁତ ସୁଯୋଗ ରହିଛି । ଜାତୀୟ କ୍ରୀଡ଼ା ପରେ ଆପଣ ସମସ୍ତ ଆଥଲେଟ୍ ନିଶ୍ଚିତ ଭାବରେ ସେମାନଙ୍କ ବିଷୟରେ ଜାଣିବା ଉଚିତ ଏବଂ ଯଦି ସମ୍ଭବ ହୁଏ, ତେବେ ଅଧିକ ଦିନ ଦେବଭୂମିର ଆତିଥେୟତା ଉପଭୋଗ କରିବା ଉଚିତ୍ ।

 ସାଥିମାନେ,

ଆପଣ ସମସ୍ତେ ନିଜ ନିଜ ରାଜ୍ୟର ପ୍ରତିନିଧିତ୍ୱ କରିଥାନ୍ତି । ଆଗାମୀ ଦିନରେ ଆପଣ ଏଠାରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା କରିବେ । ଅନେକ ଜାତୀୟ ରେକର୍ଡ ଭାଙ୍ଗିବ, ନୂଆ ରେକର୍ଡ ସୃଷ୍ଟି ହେବ। ତୁମେ ତୁମର ସମ୍ପୂର୍ଣ୍ଣ ସମ୍ଭାବନା ଅନୁଯାୟୀ ତୁମର 100% ଦେବେ, କିନ୍ତୁ ମୋର ଆପଣଙ୍କ ପାଇଁ କିଛି ଅନୁରୋଧ ମଧ୍ୟ ଅଛି । ଏହି ଜାତୀୟ କ୍ରୀଡ଼ା କେବଳ ଏକ କ୍ରୀଡ଼ା ପ୍ରତିଯୋଗିତା ନୁହେଁ, ଏହା ଏକ ଭାରତ ଶ୍ରେଷ୍ଠ ଭାରତ ପାଇଁ ଏକ ଶକ୍ତିଶାଳୀ ମଞ୍ଚ। ଭାରତର ବିବିଧତାକୁ ପାଳନ କରିବା ପାଇଁ ଏହା ଏକ କାର୍ଯ୍ୟକ୍ରମ । ଆପଣ ନିଶ୍ଚିତ   ଚେଷ୍ଟା କରିବା ଉଚିତ ଯେ ଆପଣଙ୍କ ପଦକ ମଧ୍ୟ ଭାରତର ଏକତା ଏବଂ ଶ୍ରେଷ୍ଠତାର ଚମକକୁ ପ୍ରତିଫଳିତ କରିବ | ଦେଶର ବିଭିନ୍ନ ରାଜ୍ୟର ଭାଷା, ଖାଦ୍ୟପେୟ, ଗୀତ ଓ ସଙ୍ଗୀତ ବିଷୟରେ ଭଲ ଜ୍ଞାନ ନେଇ ଏଠାରୁ ଯିବା ଉଚିତ। ସ୍ୱଚ୍ଛତା ସଂକ୍ରାନ୍ତରେ ମୋର ଏକ ଅନୁରୋଧ ମଧ୍ୟ ଅଛି । ଦେବଭୂମିର ବାସିନ୍ଦାଙ୍କ ପ୍ରୟାସ ଯୋଗୁଁ ଉତ୍ତରାଖଣ୍ଡ ପ୍ଲାଷ୍ଟିକ ମୁକ୍ତ ହେବା ଦିଗରେ କଠିନ ପରିଶ୍ରମ କରୁଛି, ଆଗକୁ ବଢିବାକୁ ଚେଷ୍ଟା କରୁଛି । ପ୍ଲାଷ୍ଟିକ ମୁକ୍ତ ଉତ୍ତରାଖଣ୍ଡର ସଂକଳ୍ପ ଆପଣଙ୍କ ସମର୍ଥନ ବିନା ପୂରଣ ହୋଇପାରିବ ନାହିଁ । ଏହି ଅଭିଯାନକୁ ସଫଳ କରିବାରେ ସହଯୋଗ କରନ୍ତୁ।

 

ସାଥିମାନେ,

ଆପଣ ସମସ୍ତେ ଫିଟ୍ ନେସ୍ ର ମହତ୍ତ୍ୱ ବୁଝନ୍ତି । ସେଥିପାଇଁ ଆଜି ମୁଁ ଏକ ଚ୍ୟାଲେଞ୍ଜ ବିଷୟରେ କହିବାକୁ ଚାହୁଁଛି ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପରିସଂଖ୍ୟାନ କହୁଛି ଯେ ଆମ ଦେଶରେ ମୋଟାପଣ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦେଶର ସବୁ ବୟସ ବର୍ଗ, ଏପରିକି ଯୁବବର୍ଗ ମଧ୍ୟ ଏହା ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହେଉଛନ୍ତି। ଏବଂ ଏହା ମଧ୍ୟ ଚିନ୍ତାର ବିଷୟ କାରଣ ମୋଟାପଣ, ମଧୁମେହ, ହୃଦ୍ ରୋଗ ଭଳି ରୋଗର ଆଶଙ୍କା ବଢାଇଥାଏ । ମୁଁ ଖୁସି ଯେ ଆଜି ଦେଶ ଫିଟ୍ ଇଣ୍ଡିଆ ଅଭିଯାନ ମାଧ୍ୟମରେ ଫିଟନେସ୍ ଏବଂ ସୁସ୍ଥ ଜୀବନଶୈଳୀ ବିଷୟରେ ସଚେତନ ହେଉଛି । ଶାରୀରିକ କାର୍ଯ୍ୟକଳାପ, ଶୃଙ୍ଖଳା ଏବଂ ସନ୍ତୁଳିତ ଜୀବନ କେତେ ଗୁରୁତ୍ୱପୂର୍ଣ୍ଣ ତାହା ମଧ୍ୟ ଏହି ଜାତୀୟ କ୍ରୀଡ଼ା ଆମକୁ ଶିଖାଇଥାଏ । ଆଜି ମୁଁ ଦେଶବାସୀଙ୍କୁ କହିବାକୁ ଚାହୁଁଛି ଯେ ନିଶ୍ଚିତ ଭାବରେ ଦୁଇଟି ଜିନିଷ ଉପରେ ଧ୍ୟାନ ଦିଅନ୍ତୁ । ଏହି ଦୁଇଟି ଜିନିଷ ବ୍ୟାୟାମ ଏବଂ ଖାଦ୍ୟ ସହିତ ଜଡିତ । ପ୍ରତିଦିନ କିଛି ସମୟ ବାହାର କରି ବ୍ୟାୟାମ କରନ୍ତୁ। ଚାଲିବାଠାରୁ ଆରମ୍ଭ କରି ବ୍ୟାୟାମ କରିବା ପର୍ଯ୍ୟନ୍ତ ଯାହା ସମ୍ଭବ ତାହା କରନ୍ତୁ। ଦ୍ବିତୀୟତଃ ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ। ସନ୍ତୁଳିତ ଖାଦ୍ୟ ଖାଇବା ଉପରେ ଧ୍ୟାନ ଦେବା ଉଚିତ ଏବଂ ଖାଦ୍ୟ ପୁଷ୍ଟିକର ହେବା ଉଚିତ୍ | ଆଉ ଗୋଟିଏ କଥା ହୋଇପାରେ । ଖାଦ୍ୟରେ ଅସ୍ୱାସ୍ଥ୍ୟକର ଚର୍ବି ଓ ତେଲ କୁ କମ୍ କରନ୍ତୁ। ଆମର ସାଧାରଣତଃ ଘରେ ମାସ ଆରମ୍ଭରେ ରାସନ ଆସିଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ଯଦି ଆପଣ ପ୍ରତି ମାସରେ ଦୁଇ ଲିଟର ରୋଷେଇ ତେଲ ଘରକୁ ଆଣୁଥିଲେ ତେବେ ଏହାକୁ ଅତି କମରେ ୧୦ ପ୍ରତିଶତ କମାଇ ଦିଅନ୍ତୁ । ଆମେ ପ୍ରତିଦିନ ବ୍ୟବହାର କରୁଥିବା ତେଲର ପରିମାଣକୁ ୧୦ ପ୍ରତିଶତ କମାଇ ଦିଅନ୍ତୁ । ମୋଟାପଣରୁ ରକ୍ଷା ପାଇବା ପାଇଁ ଆମକୁ କିଛି ଉପାୟ ଖୋଜିବାକୁ ପଡିବ । ଏଭଳି ଛୋଟ ଛୋଟ ପଦକ୍ଷେପ ନେବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟରେ ବଡ଼ ପରିବର୍ତ୍ତନ ଆସିପାରେ । ଆଉ ଏହା ହିଁ ଆମର ବୟସ୍କମାନେ କରୁଥିଲେ । ସେମାନେ ତାଜା ଖାଦ୍ୟ, ପ୍ରାକୃତିକ ଜିନିଷ ଏବଂ ସନ୍ତୁଳିତ ଖାଦ୍ୟ ଖାଉଥିଲେ। ସୁସ୍ଥ ଶରୀର ହିଁ ସୁସ୍ଥ ମନ ଓ ସୁସ୍ଥ ରାଷ୍ଟ୍ର ଗଠନ କରିପାରିବ। ମୁଁ ରାଜ୍ୟ ସରକାର, ସ୍କୁଲ, କାର୍ଯ୍ୟାଳୟ ଏବଂ ଗୋଷ୍ଠୀ ନେତାମାନଙ୍କୁ ଏ ବିଷୟରେ ସଚେତନତା ସୃଷ୍ଟି କରିବାକୁ କହିବି, ଆପଣମାନଙ୍କ ସମସ୍ତଙ୍କର ବହୁତ ବ୍ୟବହାରିକ ଅଭିଜ୍ଞତା ଅଛି । ମୁଁ ଚାହୁଁଛି ଯେ ଆପଣମାନେ ନିରନ୍ତର ଭାବେ ସଠିକ ପୋଷଣ ବିଷୟରେ ସୂଚନା ଲୋକଙ୍କ ପାଖରେ ପହଞ୍ଚାନ୍ତୁ । ଆସନ୍ତୁ, ଆମେ ସମସ୍ତେ ମିଶି ଏହି ଆହ୍ୱାନ ସହିତ ଏକ 'ଫିଟ୍ ଇଣ୍ଡିଆ' ତିଆରି କରିବା।

 

ସାଥିମାନେ,

ଜାତୀୟ କ୍ରୀଡ଼ା ଆରମ୍ଭ କରିବା ମୋର ଦାୟିତ୍ୱ ହୋଇଥିଲେ ମଧ୍ୟ ଆଜି ମୁଁ ଆପଣ ସମସ୍ତଙ୍କୁ ସାମିଲ କରି ଏହା କରିବାକୁ ଚାହୁଁଛି। ତେଣୁ ଏହି ଗେମ୍ ଗୁଡ଼ିକର ଉଦଘାଟନ ପାଇଁ ଆପଣମାନେ ସମସ୍ତେ ନିଜ ମୋବାଇଲର ଫ୍ଲାସ୍ ଲାଇଟ୍ ଅନ୍ କର । ଆପଣ ସମସ୍ତେ ଆପଣଙ୍କ ମୋବାଇଲର ଫ୍ଲାସ୍ ଲାଇଟ୍ ଅନ୍ କରନ୍ତୁ। ସମସ୍ତଙ୍କ ମୋବାଇଲ ଫ୍ଲାସ୍ ଲାଇଟ୍ ଅନ୍ ହେବା ଦରକାର, ସମସ୍ତଙ୍କ ମୋବାଇଲ୍ ଫ୍ଲାସ୍ ଲାଇଟ୍ ଅନ୍ ହେବା ଦରକାର। ଆପଣ ସମସ୍ତଙ୍କ ସହ ମିଶି ମୁଁ ୩୮ତମ ଜାତୀୟ କ୍ରୀଡ଼ା ଆରମ୍ଭ କରିବାକୁ ଘୋଷଣା କରୁଛି। ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ-ବହୁତ ଶୁଭକାମନା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
FIIs pour over $1 billion into Indian stocks, biggest weekly buying since June 2025

Media Coverage

FIIs pour over $1 billion into Indian stocks, biggest weekly buying since June 2025
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives due to boat capsizing in South 24 Parganas district of West Bengal
July 13, 2026
Prime Minister announces ex-gratia

The Prime Minister, Shri Narendra Modi has expressed deep grief over the loss of lives due to the capsizing of a boat in the South 24 Parganas district of West Bengal.

The Prime Minister conveyed his thoughts to the bereaved families in this hour of grief and prayed for the speedy recovery of the injured.

The Prime Minister announced that an ex-gratia of Rs. 2 lakh from the Prime Minister’s National Relief Fund (PMNRF) would be given to the next of kin of each deceased. The injured would be given Rs. 50,000.

The Prime Minister’s Office posted on X;

“The loss of lives due to the capsizing of a boat in the South 24 Parganas district of West Bengal is deeply painful. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi”