ଭାରତ ସର୍ବଦା ଜ୍ଞାନଯୋଗ ପଥ ପ୍ରତି ସମର୍ପିତ, ହଜାର ହଜାର ବର୍ଷ ପୁରୁଣା ବେଦ ଆଜି ମଧ୍ୟ ପ୍ରେରଣା ଦେଇଆସୁଛି: ପ୍ରଧାନମନ୍ତ୍ରୀ
ଭଗବାନ ସ୍ୱାମୀନାରାୟଣ ଆଧ୍ୟାତ୍ମିକ ସାଧନା ଏବଂ ସେବା ଉଭୟର ପ୍ରତୀକ ଥିଲେ: ପ୍ରଧାନମନ୍ତ୍ରୀ
ପ୍ରାଚୀନ ପାଣ୍ଡୁଲିପି ସଂରକ୍ଷଣ ପାଇଁ ଜ୍ଞାନ ଭାରତମ୍ ମିଶନରେ ସମସ୍ତଙ୍କ ସହଯୋଗକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି

ଆଜି ଆମେ ଏକ ସ୍ୱତନ୍ତ୍ର ଉତ୍ସବର ସାକ୍ଷୀରେ ପରିଣତ ହେବାକୁ ଯାଉଛେ । ଏହା ଦୁଇଶହ ବର୍ଷର ଏକ ଉତ୍ସବ । ପ୍ରଭୁ ସ୍ୱାମୀନାରାୟଣଙ୍କ ଶିକ୍ଷାପତ୍ରୀର ଏହି ପବିତ୍ର ଉତ୍ସବରେ ଅଂଶଗ୍ରହଣ କରିବା ଆମ ପାଇଁ ଏକ ସୌଭାଗ୍ୟର ବିଷୟ । ଏହି ପବିତ୍ର ଅବସରରେ ସବୁ ସାଧୁ ସନ୍ଥଙ୍କ ଆଗରେ ମୁଁ ମୁଣ୍ଡ ନୁଆଁଉଛି । ଏହି ଦୁଇଶହ ବର୍ଷ ପୂର୍ତି ଅବସରରେ ପ୍ରଭୁ ସ୍ୱାମୀନାରାୟଣଙ୍କ କୋଟି କୋଟି ଅନୁଗାମୀଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି ।
ବନ୍ଧୁଗଣ,
ଜ୍ଞାନ ଯୋଗ ପ୍ରତି ଭାରତବର୍ଷ ଉତ୍ସର୍ଗୀକୃତ । ହଜାରେ ବର୍ଷର ବେଦ ଆଜି ଆମ ପାଇଁ ଏକ ପ୍ରେରଣା । ଆଧୁନିକତାକୁ ଆପଣେଇ ନେଇ ବେଦ ଅନୁସାରେ ଆମ ସାଧୁ ସନ୍ଥ ଆମ କାଳଖଣ୍ଡକୁ ପ୍ରଭାବିତ କରିଛନ୍ତି । ବେଦରୁ ଉପନିଷଦ, ଉପନିଷଦରୁ ପୁରାଣ, ଶ୍ରୁତି, ସ୍ମୃତି, କଥା, ଗୀତ ପରି ବିଭିନ୍ନ ବିବିଧତା ଭିତରେ ଆମ ସଂସ୍କୃତି ସଶକ୍ତ ହୋଇପାରିଛି ।
ବନ୍ଧୁଗଣ,
ବିଭିନ୍ନ କାଳଖଣ୍ଡରେ ସମୟ ସହ ତାଳ ଦେଇ ମହାତ୍ମା, ସାଧୁ, ସନ୍ଥ ଏହି ପରମ୍ପରାର ମୂଲ୍ୟବୋଧ ବଢାଇଛନ୍ତି । ଆମେ ସମସ୍ତେ ଜାଣିଛନ୍ତି ଯେ, ପ୍ରଭୁ ସ୍ୱାମୀନାରାୟଣଙ୍କ ଜୀବନାଦର୍ଶ ଲୋକ ଶିକ୍ଷା ଓ ଲୋକ ସେବା ସହ ଯୋଡି ହୋଇରହିଛି । ଏହି ଅନୁଭୂତିକୁ ସେ ସରଳ ଭାଷାରେ ବୁଝାଇଛନ୍ତି । ଶିକ୍ଷାପତ୍ରୀ ମାଧ୍ୟମରେ ସ୍ୱାମୀନାରାୟଣ ଆମକୁ ବିଭିନ୍ନ ଜୀବନାଦର୍ଶ ସମ୍ପର୍କରେ ଅବତାରଣା କରିଛନ୍ତି ।
ବନ୍ଧୁଗଣ,
ସ୍ୱାମୀନାରାୟଣଙ୍କ ମାର୍ଗରେ ଆମେ କେତେ ଅଗ୍ରସର ହୋଇପାରିଛେ କିମ୍ବା ଏହା ଆଧାରରେ ଆମେ ଆମ ଜୀବନକୁ କେତେ ଉତକୀର୍ଣ୍ଣ କରିପାରିଛେ ତାର ଆକଳନ କରିବା ଲାଗି ଏହି ଦୁଇଶହ ବର୍ଷ ପୂର୍ତି ଉତ୍ସବ ଏକ ଅବସର ଦେଇଛି ।
ବନ୍ଧୁଗଣ,
ସେବା ଓ ଧାର୍ମିକ ଆଚରଣ ହେଉଛି ପ୍ରଭୁ ସ୍ୱାମୀନାରାୟଣଣଙ୍କ ଜୀବନାଦର୍ଶ । ସମାଜ, ଦେଶ, ମାନବ ସଭ୍ୟତା ପାଇଁ ଆଜି ତାଙ୍କ ଅନୁଗାମୀମାନଙ୍କ ଦ୍ୱାରା ଅନେକ ସେବା କାର୍ଯ୍ୟ କରାଯାଉଛି । ଶିକ୍ଷା ଓ ସ୍ୱାସ୍ଥ୍ୟ ସମ୍ପର୍କିତ ଅନେକ ପ୍ରକଳ୍ପ, କୃଷକ କଲ୍ୟାଣକାରୀ ଯୋଜନା, ଜଳସମ୍ପଦ ସମ୍ପର୍କିତ ଅଭିଯାନ ବାସ୍ତବିକ ପ୍ରଶଂସନୀୟ । ଆପଣମାନଙ୍କ ପରି ସନ୍ଥ ଓ ହରି ଭକ୍ତମାନଙ୍କୁ ସାମାଜିକ ସେବା କାର୍ଯ୍ୟ କରୁଥିବା ପ୍ରସଙ୍ଗ ବସ୍ତୁତଃ ପ୍ରେରଣାପ୍ରଦ । 
ବନ୍ଧୁଗଣ,
ଆଜି ସାରା ଦେଶରେ ସ୍ୱଦେଶୀ ଓ ସ୍ୱଚ୍ଛତାକୁ ନେଇ ବିଶାଳ ଅଭିଯାନ ଚଳାଯାଉଛି । ପ୍ରତିଟି ଘରେ ଭୋକାଲ ଫର ଲୋକାଲ ମନ୍ତ୍ର ପହଂଚାଯାଇପାରିଛି । ଏପରି ଅଭିଯାନକୁ ସାକାର କରିବା ପାଇଁ ଆପଣମାନଙ୍କ ସହଯୋଗ ରହିଲେ ଏହି ଶିକ୍ଷାପତ୍ରୀର ଦୁଇଶହ ବର୍ଷ ପୂର୍ତି ବାସ୍ତବିକ ସ୍ମରଣୀୟ ହୋଇ ରହିବ । ପୁରୁଣା ପାଣ୍ଡୁଲିପି ସଂରକ୍ଷଣ ଲାଗି ଭାରତ ସରକାର ଜ୍ଞାନ ଭାରତମ ମିଶନ ଆରମ୍ଭ କରିଥିବା ଆପଣ ଜାଣିଥିବେ । ଆପଣଙ୍କ ପରି ପ୍ରବୁଦ୍ଧ ଅନୁଷ୍ଠାନ ଏହି କାମରେ ସହଯୋଗ କରିବେ ବୋଲି ମୋର ଆଶା । ଆମକୁ ଭାରତବର୍ଷ ପୁରୁଣା ଜ୍ଞାନ ସଂରକ୍ଷଣ କରିବାକୁ ପଡିବ । ଆମକୁ ଏହାର ପରିଚୟକୁ ବି ସାଇତି ରଖିବାକୁ ପଡିବ । ଆପଣମାନଙ୍କ ସହଯୋଗକ୍ରମେ ଏହି ଜ୍ଞାନ ଭାରତମ ମିଶନ ନୂଆ ଶିଖର ଛୁଇଁବ ।
ବନ୍ଧୁଗଣ,
ଏବେ ଦେଶରେ ସୋମନାଥ ସ୍ୱାଭିମାନ ପର୍ବ ଚାଲିଛି । ସୋମନାଥ ମନ୍ଦିର ପ୍ରଥମେ ଧ୍ୱଂସ ହେବାର ଏକ ହଜାର ବର୍ଷ ପୂର୍ତି ପାଳନ ହିଁ ଏହି ସୋମନାଥ ସ୍ୱାଭିମାନ ପର୍ବ । ଏହି ଉତ୍ସବରେ ଯୋଗ ଦେଇ ଏହାର ଲକ୍ଷ୍ୟକୁ ତୃଣମୂଳସ୍ତରରେ ପହଂଚାଇବାକୁ ମୁଁ ଅନୁରୋଧ କରୁଛି । ମୋର ବିଶ୍ୱାସ ଯେ, ଆପଣଙ୍କ ମାଧ୍ୟମରେ ଭାରତବର୍ଷର ବିକାଶ ଯାତ୍ରା ସ୍ୱାମୀନାରାୟଣଙ୍କ ଆଶିଷ ଲାଭ କରିପାରିବ । ଆଉଥରେ ସାଧୁ, ସନ୍ଥ, ହରି ଭକ୍ତମାନଙ୍କୁ ମୁଁ ଆନ୍ତରିକ ଶୁଭେଚ୍ଛା ଜ୍ଞାପନ କରୁଛି । 
ଜୟ ସ୍ୱାମୀନାରାୟଣ !
ଅନେକ ଅନେକ ଧନ୍ୟବାଦ । 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IndiaAI Mission-backed startup Avataar launches indigenous video AI model

Media Coverage

IndiaAI Mission-backed startup Avataar launches indigenous video AI model
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 13, 2026
June 13, 2026

Viksit Bharat Accelerating: Tech, Defense, Infra & Exports Power India's Global Leap Under the Leadership of PM Modi