“ଶହ ଶହ ବର୍ଷର ଧୈର୍ଯ୍ୟ, ଅଶେଷ ତ୍ୟାଗ, ସାଧନା ଓ ତପସ୍ୟା ପରେ ଆମ ପ୍ରଭୁ ଶ୍ରୀରାମ ଏଠାରେ ଅଛନ୍ତି”
“୨୨ ଜାନୁଆରୀ ୨୦୨୪ କେବଳ କ୍ୟାଲେଣ୍ଡରର ଏକ ତାରିଖ ନୁହେଁ, ଏହା ଏକ ନୂତନ 'କାଳ ଚକ୍ର' ର ଆରମ୍ଭ”
“ନ୍ୟାୟର ମର୍ଯ୍ୟାଦା ବଜାୟ ରଖିଥିବାରୁ ମୁଁ ଭାରତୀୟ ନ୍ୟାୟପାଳିକାକୁ ଧନ୍ୟବାଦ ଜଣାଉଛି । ନ୍ୟାୟର ପ୍ରତୀକ ଭଗବାନ ରାମଙ୍କ ମନ୍ଦିର ନ୍ୟାୟପୂର୍ଣ୍ଣ ଢଙ୍ଗରେ ନିର୍ମିତ ହୋଇଛି”
"ମୋର ୧୧ ଦିନର ଉପବାସ ଏବଂ ରୀତିନୀତିରେ ମୁଁ ଶ୍ରୀରାମ ଯେଉଁ ମାର୍ଗରେ ଚାଲିଥିଲେ ସେହି ସ୍ଥାନକୁ ଛୁଇଁବାକୁ ଚେଷ୍ଟା କରିଥିଲି”
"ସମୁଦ୍ର ଠାରୁ ଆରମ୍ଭ କରି ସରଜୁ ନଦୀ ପର୍ଯ୍ୟନ୍ତ ସବୁଠାରେ ରାମଙ୍କ ନାମର ସମାନ ଉତ୍ସବ ଦେଖିବାକୁ ମିଳୁଛି”
“ରାମଙ୍କ କଥା ଅସୀମ ଏବଂ ରାମାୟଣ ମଧ୍ୟ ଅନ୍ତହୀନ । ରାମଙ୍କ ଆଦର୍ଶ, ମୂଲ୍ୟବୋଧ ଓ ଶିକ୍ଷା ସବୁଠି ସମାନ”
“ଏହା ରାମ ରୂପରେ ଜାତୀୟ ଚେତନାର ଏକ ମନ୍ଦିର । ଭଗବାନ ରାମ ହେଉଛନ୍ତି ଭାରତର ବିଶ୍ୱାସ, ଭିତ୍ତିଭୂମି, ଧାରଣା, ନ୍ୟାୟ, ଚେତନା, ଚିନ୍ତାଧାରା, ପ୍ରତିଷ୍ଠା ଓ ଗୌରବ”
“ମୁଁ ଶୁଦ୍ଧ ହୃଦୟରେ ଅନୁଭବ କରୁଛି ଯେ ସମୟର ଚକ୍ର ବଦଳୁଛି । ଏହା ଏକ ଖୁସିର ସୌଭାଗ୍ୟ ଯେ ଆମ ପିଢ଼ି ଏହି ଗୁରୁତ୍ୱପୂର୍ଣ୍ଣ ମାର୍ଗର ସ୍ଥାପକ ଭାବରେ ମନୋନୀତ ହୋଇଛି”
“ଆମକୁ ଆଗାମୀ ଏକ ହଜାର ବର୍ଷ ପାଇଁ ଭାରତର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ପଡ଼ିବ”
"ଆମକୁ ଦେବ
ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣରେ ଯୋଗଦାନ କରିଥିବା ଶ୍ରମଜୀବୀ ମାନଙ୍କ ସହ ଶ୍ରୀ ମୋଦୀ ବାର୍ତ୍ତାଳାପ କରିଥିଲେ ।
ସେ ଏହି କାର୍ଯ୍ୟକ୍ରମରେ ଦୈବିକ ସଂସ୍ଥାର ଉପସ୍ଥିତିକୁ ସ୍ୱୀକାର କରିଥିଲେ । ଆଜିର ଦିନ ଦେଖିବାରେ ବିଳମ୍ବ ପାଇଁ ପ୍ରଧାନମନ୍ତ୍ରୀ ପ୍ରଭୁ ଶ୍ରୀରାମଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ଏବଂ କହିଥିଲେ ଯେ ଆଜି ସେହି ଶୂନ୍ୟତା ପୂରଣ ହୋଇଛି, ନିଶ୍ଚିତ ଭାବେ ଶ୍ରୀରାମ ଆମକୁ କ୍ଷମା କରିବେ ।

ସିୟାୱର ରାମଚନ୍ଦ୍ର କି ଜୟ ।  

ସିୟାୱର ରାମଚନ୍ଦ୍ର କି ଜୟ । 

 

ଶ୍ରଦ୍ଧେୟ ମଞ୍ଚ, ସମସ୍ତ ସାଧୁ ସନ୍ଥ, ଏଠାରେ ଉପସ୍ଥିତ ଥିବା ଏବଂ ପୃଥିବୀର କୋଣ ଅନୁକୋଣରେ ଆମ ସମସ୍ତଙ୍କ ସହ ଯୋଡ଼ି ହୋଇ ରହିଥିବା ସମସ୍ତ ରାମ ଭକ୍ତ, ଆପଣ ସମସ୍ତଙ୍କୁ ନମସ୍କାର, ସମସ୍ତଙ୍କୁ ରାମ-ରାମ ।  

ଆଜି ଆମ ରାମ ଆସିଛନ୍ତି! ଶହ ଶହ ବର୍ଷର ଅପେକ୍ଷା ପରେ ଆମ ରାମ ଆସିଛନ୍ତି । ଶହ ଶହ ବର୍ଷର ଅଭୂତପୂର୍ବ ଧୈର୍ଯ୍ୟ, ଅଗଣିତ ବଳିଦାନ, ତ୍ୟାଗ ଓ ତପସ୍ୟା ପରେ ଆମ ପ୍ରଭୁ ରାମ ଆସିଛନ୍ତି। ଏହି ପବିତ୍ର ଅବସରରେ ଆପଣ ସମସ୍ତଙ୍କୁ, ସମସ୍ତ ଦେଶବାସୀଙ୍କୁ ଅନେକ ଅନେକ ଅଭିନନ୍ଦନ ।  

ମୁଁ ଏବେ ଗର୍ଭଗୃହରେ ଦିବ୍ୟ ଚେତନାର ସାକ୍ଷୀ ହେବା ପରେ ଆପଣମାନଙ୍କ ଆଗରେ ଉପସ୍ଥିତ ହୋଇଛି । କହିବାକୁ ବହୁତ କିଛି ବାକି ଅଛି... କିନ୍ତୁ କଣ୍ଠ ଅବରୁଦ୍ଧ ହୋଇଯାଇଛି। ମୋ ଶରୀର ଏବେ ବି ସ୍ପନ୍ଦନଶୀଳ, ମୋ ମନ ଏବେ ବି ସେହି ମୁହୂର୍ତ୍ତରେ ଲୀନ ହୋଇ ରହିଛି । ଆମ ରାମଲାଲା ଆଉ ତମ୍ବୁରେ ରହିବେ ନାହିଁ। ଆମ ରାମଲଲା ଏବେ ଏହି ଦିବ୍ୟ ମନ୍ଦିରରେ ରହିବେ । ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ ଏବଂ ମୋର ଅସୀମ ବିଶ୍ୱାସ ଅଛି ଯେ ଦେଶରେ, ବିଶ୍ୱର କୋଣ ଅନୁକୋଣରେ ଥିବା ରାମଭକ୍ତମାନେ ନିଶ୍ଚୟ ଯାହା ଘଟିଛି ତାହା ଅନୁଭବ କରୁଥିବେ । ଏହି ମୁହୂର୍ତ୍ତ ଅଲୌକିକ । ଏ ମୁହୂର୍ତ୍ତ ଗଭୀର। ଏ ବାତାବରଣ, ଏ ବାୟୁମଣ୍ଡଳ, ଏ ଶକ୍ତି, ଏ ସମୟ... ଭଗବାନ ଶ୍ରୀରାମଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ରହିଛି। ୨୨ ଜାନୁଆରୀ ୨୦୨୪ର ଏ ସୂର୍ଯ୍ୟ ଏକ ଚମତ୍କାର ଆଭା ନେଇ ଆସିଛି । ୨୨ ଜାନୁଆରୀ, ୨୦୨୪, କ୍ୟାଲେଣ୍ଡରରେ ଲିଖିତ ତାରିଖ ନୁହେଁ । ଏହା ହେଉଛି ସମୟର ଏକ ନୂତନ ଚକ୍ରର ଉତ୍ପତ୍ତି । ରାମ ମନ୍ଦିର ଭୂମି ପୂଜନ ପରଠାରୁ ସମଗ୍ର ଦେଶରେ ପ୍ରତିଦିନ ଉତ୍ସାହ ଓ ଉଦ୍ଦୀପନାରେ ବଢିବାରେ ଆଗକୁ ବଢ଼ିଚାଲିଥିଲା। ନିର୍ମାଣ କାର୍ଯ୍ୟକୁ ଦେଖି ଦେଶବାସୀଙ୍କ ମଧ୍ୟରେ ପ୍ରତିଦିନ ଏକ ନୂଆ ଆତ୍ମବିଶ୍ୱାସ ସୃଷ୍ଟି ହେଉଥିଲା। ଆଜି ଆମକୁ ଶହ ଶହ ବର୍ଷର ସେହି ଧୈର୍ଯ୍ୟର ପରମ୍ପରା ମିଳିଛି, ଆଜି ଆମକୁ ଶ୍ରୀରାମଙ୍କ ମନ୍ଦିର ମିଳିଛି । ଦାସତ୍ୱର ମାନସିକତା ଭାଙ୍ଗି ଉପରକୁ ଉଠିଥିବା ରାଷ୍ଟ୍ର, ଅତୀତର ପ୍ରତିଟି ଦଂଶନରୁ ସାହସ ନେଉଥିବା ରାଷ୍ଟ୍ର ଏଭଳି ଭାବେ ଏକ ନୂଆ ଇତିହାସ ସୃଷ୍ଟି କରିଥାଏ। ଆଜିଠାରୁ ହଜାର ବର୍ଷ ପରେ ବି ଲୋକମାନେ ଏହି ତାରିଖ, ଆଜିର ଏହି ମୁହୂର୍ତ୍ତ ବିଷୟରେ ଆଲୋଚନା କରିବେ । ଆଉ ଏହା କେତେ ବଡ଼ ଅନୁଗ୍ରହ ଯେ ଆମେ ଏହି ମୁହୂର୍ତ୍ତରେ ବଞ୍ଚିଛୁ, ଏହାକୁ ଦେଖୁଛୁ | ଆଜିର ଦିନ ଓ ଦିଗ... ଦିଗ ଓ ଦିଗନ୍ତ... ସବୁକିଛି ଦିବ୍ୟତାରେ ପରିପୂର୍ଣ୍ଣ। ଏ ସମୟ ସାଧାରଣ ସମୟ ନୁହେଁ । ଏହା କାଳ ଚକ୍ରରେ ସର୍ବକାଳୀନ କାଳିରେ ଅଙ୍କିତ ହୋଇଥିବା ଅଲିଭା ସ୍ମୃତିରେଖା।

 

ସାଥୀମାନେ,

ଆମେ ସମସ୍ତେ ଜାଣନ୍ତି ଯେ ଯେଉଁଠି ରାମଙ୍କ କାମ ହୋଇଥାଏ, ସେଠାରେ ପବନ ପୁତ୍ର ହନୁମାନ ନିଶ୍ଚୟ ବସିଥାନ୍ତି । ସେଥିପାଇଁ ମୁଁ ରାମଭକ୍ତ ହନୁମାନ ଓ ହନୁମାନଗଡ଼ୀଙ୍କୁ ମଧ୍ୟ ପ୍ରଣାମ କରୁଛି। ମାତା ଜାନକୀ, ଲକ୍ଷ୍ମଣ ଜୀ, ଭରତ ଓ ଶତ୍ରୁଘ୍ନଙ୍କୁ ମଧ୍ୟ ମୁଁ ପ୍ରଣାମ କରୁଛି । ମୁଁ ପବିତ୍ର ଅଯୋଧ୍ୟା ପୁରୀ ଏବଂ ପବିତ୍ର ସରଯୁଙ୍କୁ ମଧ୍ୟ ପ୍ରଣାମ କରୁଛି । ମୁଁ ଏହି ମୁହୂର୍ତ୍ତରେ ଦିବ୍ୟ ଅନୁଭବ କରୁଛି ଯେ ଯେଉଁମାନଙ୍କ ଆଶୀର୍ବାଦରେ ଏହି ମହାନ କାର୍ଯ୍ୟ ସମ୍ପନ୍ନ ହୋଇଛି ... ଏହି ସମୟରେ ଆମ ଚାରିପାଖରେ ସେହି ଦିବ୍ୟ ଆତ୍ମା, ସେହି ମହାନ ବ୍ୟକ୍ତିତ୍ୱ ମଧ୍ୟ ଉପସ୍ଥିତ ଅଛନ୍ତି । ମୁଁ ମଧ୍ୟ ଏ ସମସ୍ତ ଦିବ୍ୟ ଚେତନାଙ୍କୁ କୃତଜ୍ଞତାର ସହ ପ୍ରଣାମ କରୁଛି । ମୁଁ ଆଜି ପ୍ରଭୁ ଶ୍ରୀରାମଙ୍କୁ ମଧ୍ୟ କ୍ଷମା ପ୍ରାର୍ଥନା କରୁଛି। ଆମର ପୁରୁଷାର୍ଥ, ଆମର ତ୍ୟାଗ ଏବଂ ତପସ୍ୟାରେ ହୁଏତ’ କିଛି ଅଭାବ ରହିଯାଇଥିଲା ସେଥିପାଇଁ ଯେ ଆମେ ଏତେ ଶହ ବର୍ଷ ଧରି ଏ କାମ କରିପାରିଲୁ ନାହିଁ। ଆଜି ସେହି ଅଭାବ ପୂରଣ ହୋଇଛି। ମୋର ବିଶ୍ୱାସ ରହିଛି, ପ୍ରଭୁ ରାମ ଆଜି ଆମକୁ କ୍ଷମା କରିବେ।  

 

ମୋର ପ୍ରିୟ ଦେଶବାସୀଗଣ, 

ତ୍ରେତୟା ଯୁଗରେ ଶ୍ରୀରାମଙ୍କ ଆଗମନ ସମ୍ପର୍କରେ ତୁଳସୀଦାସ ଜୀ ଲେଖିଛନ୍ତି- ପ୍ରଭୁ ବିଲୋକି ହରଷେ ପୂରବାସୀ। ଜାନିତ ବିଯୋଗ ବିପତି ସବ ନାସୀ । ଅର୍ଥାତ୍ ମହାପ୍ରଭୁଙ୍କ ଆଗମନ ଦେଖି ସବୁ ଅଯୋଧ୍ୟାବାସୀ, ସମଗ୍ର ଦେଶବାସୀ ଖୁସିରେ ଭରି ଯାଇଥିଲେ। ଦୀର୍ଘ ଦିନ ଧରି ଅଲଗା ରହିବା ଦ୍ୱାରା ଆସିଥିବା ବିପତ୍ତିର ଅନ୍ତ ଘଟିଥିଲା। ସେ କାଳଖଣ୍ଡରେ ସେହି ବିଚ୍ଛେଦ ମାତ୍ର ୧୪ ବର୍ଷ ଥିଲା, ତଥାପି ଅସହ୍ୟ ଥିଲା । ଏ ଯୁଗରେ ଅଯୋଧ୍ୟା ଓ ଦେଶବାସୀ ଶହ ଶହ ବର୍ଷର ବିଚ୍ଛିନ୍ନତାର ଶିକାର ହୋଇଛନ୍ତି। ଆମର ଅନେକ ପିଢ଼ି ବିଯୋଗ ସହିଛନ୍ତି। ଭାରତୀୟ ସମ୍ବିଧାନର ପ୍ରଥମ କପିରେ ଭଗବାନ ରାମ ବିରାଜମାନ କରିଛନ୍ତି । ସମ୍ବିଧାନ ଆସିବା ପରେ ମଧ୍ୟ ପ୍ରଭୁ ଶ୍ରୀରାମଙ୍କ ଅସ୍ତିତ୍ୱକୁ ନେଇ ବହୁ ଦଶନ୍ଧି ପର୍ଯ୍ୟନ୍ତ ଆଇନଗତ ଲଢ଼େଇ ଚାଲିଥିଲା। ନ୍ୟାୟର ସମ୍ମାନ ବଜାୟ ରଖିଥିବା କାରଣରୁ ଭାରତର ନ୍ୟାୟପାଳିକାକୁ ମୁଁ କୃତଜ୍ଞତା ଜଣାଇବାକୁ ଚାହୁଁଛି। ନ୍ୟାୟର ଅବତାର ଭଗବାନ ରାମଙ୍କ ମନ୍ଦିର ମଧ୍ୟ ନ୍ୟାୟପୂର୍ଣ୍ଣ ଢଙ୍ଗରେ ନିର୍ମିତ ହୋଇଥିଲା ।  

ସାଥୀମାନେ

ଆଜି ପ୍ରତ୍ୟେକ ଗାଁରେ ଏକାସାଙ୍ଗରେ କୀର୍ତ୍ତନ ଓ ସଂକୀର୍ତ୍ତନ ଅନୁଷ୍ଠିତ ହେଉଛି। ଆଜି ମନ୍ଦିରରେ ପର୍ବପର୍ବାଣୀ ଅନୁଷ୍ଠିତ ହେଉଛି, ସ୍ୱଚ୍ଛତା ଅଭିଯାନ ଚାଲିଛି। ସାରା ଦେଶ ଆଜି ଦୀପାବଳି ପାଳନ କରୁଛି। ଆଜି ସନ୍ଧ୍ୟାରେ ଘରେ ଘରେ ରାମ ଜ୍ୟୋତି ପ୍ରଜ୍ୱଳନ ପାଇଁ ପ୍ରସ୍ତୁତି ଚାଲିଛି। ଗତକାଲି ଶ୍ରୀରାମଙ୍କ ଆଶୀର୍ବାଦରେ ମୁଁ ଧନୁଷକୋଡିର ରାମ ସେତୁ ପ୍ରାରମ୍ଭିକ ସ୍ଥାନ ଅରିଚଲ ମୁନାଇରେ ଥିଲି। ଯେତେବେଳେ ଭଗବାନ ରାମ ସମୁଦ୍ର ପାର ହେବାକୁ ବାହାରିଥିଲେ ସେହି ମୁହୂର୍ତ୍ତ ସମୟର ଚକ୍ରକୁ ବଦଳାଇ ଦେଇଥିଲା । ସେହି ଭାବପ୍ରବଣତା ପୂର୍ଣ୍ଣ ମୁହୂର୍ତ୍ତକୁ ଅନୁଭବ କରିବାକୁ ଏହା ମୋର ନମ୍ର ପ୍ରୟାସ ଥିଲା। ମୁଁ ସେଠାରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲି। ମୋ ଭିତରେ ଏକ ବିଶ୍ୱାସ ସୃଷ୍ଟି ହେଲା ଯେ ସେହି ସମୟରେ ଯେମିତି କାଳଚକ୍ର ବଦଳିଥିଲା, ଠିକ୍ ସେମିତି ଏବେ କାଳଚକ୍ର ପୁଣି ଥରେ ବଦଳିଯିବ ଏବଂ ଶୁଭ ଦିଗରେ ଗତି କରିବ । ମୋର ୧୧ ଦିନର ବ୍ରତ ଉପବାସ ସମୟରେ, ମୁଁ ଭଗବାନ ରାମଙ୍କ ଚରଣ ପଡିଥିବା ସ୍ଥାନଗୁଡିକର ଚରଣ ଛୁଇଁବାକୁ ଚେଷ୍ଟା କରିଥିଲି। ନାସିକର ପଞ୍ଚବଟୀ ଧାମ ହେଉ, କେରଳର ପବିତ୍ର ତ୍ରିପୁରାୟାର ମନ୍ଦିର ହେଉ, ଆନ୍ଧ୍ରପ୍ରଦେଶର ଲେପାକ୍ଷୀ ହେଉ, ଶ୍ରୀରଙ୍ଗମର ରଙ୍ଗନାଥ ସ୍ୱାମୀ ମନ୍ଦିର ହେଉ, ରାମେଶ୍ୱରମର ଶ୍ରୀ ରାମନାଥସ୍ୱାମୀ ମନ୍ଦିର ହେଉ କିମ୍ବା ଧନୁଷକୋଡ଼ି... ମୁଁ ଭାଗ୍ୟବାନ ଯେ ଏହି ପବିତ୍ର ଭାବନା ଦ୍ୱାରା ମୁଁ ସାଗରରୁ ସରଯୁ ପର୍ଯ୍ୟନ୍ତ ଯାତ୍ରା କରିବାର ସୁଯୋଗ ପାଇଲି । ସାଗରଠାରୁ ଆରମ୍ଭ କରି ସରଯୁ ପର୍ଯ୍ୟନ୍ତ ସବୁଠି ରାମଙ୍କ ନାମର ଅନୁରୂପ ଉତ୍ସବ ଭାବ ଦେଖିବାକୁ ମିଳୁଛି । ଭଗବାନ ରାମ ଭାରତର ଆତ୍ମାର ପ୍ରତ୍ୟେକ କଣିକା ସହ ଜଡ଼ିତ । ପ୍ରଭୁ ରାମ ଭାରତବାସୀଙ୍କ ହୃଦୟର ସିଂହାସନରେ ବିରାଜମାନ କରିଛନ୍ତି । ଆମେ ଭାରତରେ ଯେକୌଣସି ସ୍ଥାନରେ କାହାର ଅନ୍ତରାତ୍ମାକୁ ଛୁଇଁଲେ ଏହି ଏକତ୍ୱକୁ ଅନୁଭବ କରିପାରିବା, ଆଉ ଏହି ଭାବନା ସବୁ ସ୍ଥାନରେ ମିଳିବ। ଏହା ଠାରୁ ଉତ୍କୃଷ୍ଟ, ଏହା ଠାରୁ ଅଧିକ ଦେଶକୁ ଏକତା ସୂତ୍ରାରେ ବାନ୍ଧୁଥିବା ସୂତ୍ର ଆଉ କ’ଣ ହୋଇପାରିବ?

 

ମୋର ପ୍ରିୟ ଦେଶବାସୀଗଣ!

ମୁଁ ଦେଶର କୋଣ ଅନୁକୋଣରେ ବିଭିନ୍ନ ଭାଷାରେ ରାମାୟଣ ଶୁଣିବାର ସୁଯୋଗ ପାଇଛି, କିନ୍ତୁ  ବିଶେଷ କରି ଗତ ୧୧ ଦିନ ମଧ୍ୟରେ ମୁଁ ବିଭିନ୍ନ ଭାଷାରେ ଏବଂ ବିଭିନ୍ନ ରାଜ୍ୟର ରାମାୟଣ ଶୁଣିବାର ସୌଭାଗ୍ୟ ପାଇଛି । ରାମଙ୍କୁ ପରିଭାଷିତ କରି ଋଷିମାନେ କହିଛନ୍ତି- ରମନ୍ତେ ୟସ୍ମିନ୍‌ ଇତି ରାମଃ।। ଅର୍ଥାତ୍‌, ଯାହାଙ୍କ ଭିତରେ ରମି ହୁଏ ବା ବୁଡ଼ି ହୁଏ ସେ ହିଁ ରାମ। ରାମ ଲୋକସ୍ମୃତିରେ, ପର୍ବ ଠାରୁ ଆରମ୍ଭ କରି ପରମ୍ପରାରେ, ସର୍ବତ୍ର ପ୍ରସାରିତ ହୋଇ ରହିଛନ୍ତି। ପ୍ରତ୍ୟେକ ଯୁଗରେ ଲୋକମାନେ ରାମଙ୍କୁ ନେଇ ବଞ୍ଚିଛନ୍ତି। ପ୍ରତ୍ୟେକ ଯୁଗରେ ଲୋକମାନେ ରାମଙ୍କୁ ନିଜ ନିଜ ଶବ୍ଦରେ, ନିଜ ନିଜ ଢଙ୍ଗରେ ପ୍ରକାଶ କରିଛନ୍ତି । ଆଉ ଏହି ରାମରସ, ନିରନ୍ତର ଜୀବନ ପ୍ରବାହ ଭଳି ପ୍ରବାହିତ ହୋଇ ଚାଲିଛି । ପ୍ରାଚୀନ କାଳରୁ ଭାରତର କୋଣ ଅନୁକୋଣର ଲୋକମାନେ ରାମରସ ଗାନ କରି ଆସୁଛନ୍ତି । ରାମଙ୍କ କାହାଣୀ ଅସୀମ, ରାମାୟଣ ମଧ୍ୟ ଅନନ୍ତ। ରାମଙ୍କ ଆଦର୍ଶ, ରାମଙ୍କ ମୂଲ୍ୟବୋଧ, ରାମଙ୍କ ଶିକ୍ଷା ସବୁଠି ସମାନ ।  

ପ୍ରିୟ ଦେଶବାସୀଗଣ, 

ଆଜି ଏହି ଐତିହାସିକ ସମୟରେ ଦେଶ ସେହି ବ୍ୟକ୍ତିତ୍ୱମାନଙ୍କୁ ମଧ୍ୟ ସ୍ମରଣ କରୁଛି, ଯେଉଁମାନଙ୍କ କାର୍ଯ୍ୟ ଏବଂ ନିଷ୍ଠା ଯୋଗୁଁ ଆଜି ଆମେ ଏହି ପବିତ୍ର ଦିନକୁ ଦେଖୁଛୁ । ରାମଙ୍କ ଏହି କାର୍ଯ୍ୟରେ ଅନେକ ଲୋକ ତ୍ୟାଗ ଓ ତପସ୍ୟାର ପରାକାଷ୍ଠା ଦେଖାଇଛନ୍ତି । ଆମେ ସେହି ଅଗଣିତ ରାମଭକ୍ତଙ୍କ ନିକଟରେ, ସେହି ଅଗଣିତ କରସେବକ ଏବଂ ସେହି ଅଗଣିତ ସନ୍ଥମାନଙ୍କ ନିକଟରେ ଋଣୀ ।  

 

ବନ୍ଧୁଗଣ,

ଆଜିର ଅବସର କେବଳ ଉତ୍ସବର ମୁହୂର୍ତ୍ତ ନୁହେଁ, ବରଂ ଏହା ଭାରତୀୟ ସମାଜର ପରିପକ୍ୱତାର ମୁହୂର୍ତ୍ତ। ଆମ ପାଇଁ ଏହା କେବଳ ବିଜୟର ଅବସର ନୁହେଁ ବରଂ ନମ୍ରତାର ମଧ୍ୟ। ବିଶ୍ୱର ଇତିହାସ ସାକ୍ଷୀ ଯେ ଅନେକ ରାଷ୍ଟ୍ର ନିଜ ଇତିହାସରେ ଫସି ଯାଆନ୍ତି । ଯେତେବେଳେ ବି ଏଭଳି ଦେଶ ନିଜ ଇତିହାସର ଜଟିଳ ଗଣ୍ଠିକୁ ଖୋଲିବାକୁ ଚେଷ୍ଟା କରିଛି, ସଫଳ ହେବା ବହୁତ କଷ୍ଟକର ହୋଇପଡ଼ିଛି । ବେଳେବେଳେ ପୂର୍ବ ଅପେକ୍ଷା ଅଧିକ କଷ୍ଟକର ପରିସ୍ଥିତି ସୃଷ୍ଟି ହୋଇଥାଏ । କିନ୍ତୁ ଆମ ଦେଶ ଇତିହାସର ଏ ଗଣ୍ଠିକୁ ଯେଉଁ ଗମ୍ଭୀରତା ଏବଂ ଭାବପ୍ରବଣତାର ସହିତ ଖୋଲିଛି ତାହା ଆମକୁ କହିଥାଏ ଯେ ଆମର ଭବିଷ୍ୟତ ଆମ ଅତୀତ ତୁଳନାରେ ବହୁତ ସୁନ୍ଦର ହେବାକୁ ଯାଉଛି । ଏକ ସମୟ ଥିଲା ଯେତେବେଳେ କିଛି ଲୋକ କହୁଥିଲେ ରାମ ମନ୍ଦିର ନିର୍ମାଣ ହେଲେ ନିଆଁ ଜଳିବ । ଏଭଳି ଲୋକମାନେ ଭାରତର ସାମାଜିକ ଭାବନାର ପବିତ୍ରତା ଜାଣି ପାରିନଥିଲେ। ରାମଲଲାଙ୍କ ଏହି ମନ୍ଦିର ନିର୍ମାଣ ମଧ୍ୟ ଭାରତୀୟ ସମାଜର ଶାନ୍ତି, ଧୈର୍ଯ୍ୟ, ପାରସ୍ପରିକ ସୌହାର୍ଦ୍ଦ୍ୟ ଏବଂ ସମନ୍ୱୟର ପ୍ରତୀକ । ଆମେ ଦେଖୁଛୁ ଯେ ଏହି ନିର୍ମାଣ କୌଣସି ଅଗ୍ନିକୁ ଜନ୍ମ ଦେଉନାହିଁ, ବରଂ ଶକ୍ତିକୁ ଜନ୍ମ ଦେଉଛି । ରାମ ମନ୍ଦିର ସମାଜର ପ୍ରତ୍ୟେକ ବର୍ଗକୁ ଉଜ୍ଜ୍ୱଳ ଭବିଷ୍ୟତ ପଥରେ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଛି। ମୁଁ ଆଜି ସେହି ଲୋକମାନଙ୍କୁ ଡାକିବି... ଆସନ୍ତୁ, ଆପଣ ଅନୁଭବ କରନ୍ତୁ, ଆପଣଙ୍କ ଚିନ୍ତାଧାରା ଉପରେ ପୁନର୍ବିଚାର କରନ୍ତୁ। ରାମ ଅଗ୍ନି ନୁହଁନ୍ତି, ରାମ ହେଉଛନ୍ତି ଶକ୍ତି । ରାମ କୌଣସି ବିବାଦ ନୁହନ୍ତି, ରାମ ହିଁ ଏହାର ସମାଧାନ। ରାମ କେବଳ ଆମର ନୁହଁନ୍ତି, ରାମ ସମସ୍ତଙ୍କର ଅଟନ୍ତି । ରାମ ବର୍ତ୍ତମାନ ନୁହଁନ୍ତି, ରାମ ଅନନ୍ତକାଳ ଅଟନ୍ତି ।

 

ସାଥୀଗଣ,

ଆଜି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ଏହି ଆୟୋଜନ ସହ ସମଗ୍ର ବିଶ୍ୱ ଯେପରି ଯୋଡ଼ି ହୋଇ ରହିଛି, ସେଥିରେ ରାମଙ୍କ ସର୍ବବ୍ୟାପକତା ଦେଖିବାକୁ ମିଳୁଛି। ଭାରତରେ ଯେପରି ଉତ୍ସବ ରହିଛି, ଅନେକ ଦେଶରେ ମଧ୍ୟ ସେପରି ଉତ୍ସବ ଦେଖିବାକୁ ମିଳୁଛି। ଆଜି ଅଯୋଧ୍ୟାର ଏହି ଉତ୍ସବ ରାମାୟଣର ସେହି ବିଶ୍ୱ ପରମ୍ପରାର ଉତ୍ସବରେ ପରିଣତ ହୋଇଛି । ରାମଲଲାଙ୍କ ଏହି ପ୍ରତିଷ୍ଠା ମଧ୍ୟ 'ବସୁଧୈବ କୁଟୁମ୍ବକମ୍' ବିଚାରକୁ ମଧ୍ୟ ପ୍ରତିଷ୍ଠା କରୁଛି ।

ସାଥୀଗଣ,

ଆଜି ଅଯୋଧ୍ୟାରେ କେବଳ ଶ୍ରୀରାମଙ୍କ ବିଗ୍ରହ ରୂପର ପ୍ରାଣପ୍ରତିଷ୍ଠା ହୋଇନାହିଁ । ଏହା ଶ୍ରୀରାମଙ୍କ ରୂପରେ ସାକ୍ଷାତ ଭାରତୀୟ ସଂସ୍କୃତି ପ୍ରତି ଅତୁଟ ବିଶ୍ୱାସର ମଧ୍ୟ ପ୍ରାଣପ୍ରତିଷ୍ଠା ଅଟେ। ଏହା ମାନବିକ ମୂଲ୍ୟବୋଧ ଏବଂ ସର୍ବୋଚ୍ଚ ଆଦର୍ଶର ମଧ୍ୟ ପ୍ରାଣ ପ୍ରତିଷ୍ଠା । ସମଗ୍ର ବିଶ୍ୱକୁ ଆଜି ଏହି ମୂଲ୍ୟବୋଧ, ଏହି ଆଦର୍ଶର ଆବଶ୍ୟକତା ରହିଛି । ସର୍ବେ ଭବନ୍ତୁ ସୁଖୀନଃ: ଶହ ଶହ ବର୍ଷ ଧରି ଆମେ ଏହି ସଂକଳ୍ପ ଦୋହରାଇ ଆସୁଛୁ। ଆଜି ସେହି ସଂକଳ୍ପ ରାମ ମନ୍ଦିର ରୂପରେ ଏକ ସାକ୍ଷାତ ରୂପ ନେଇଛି। ଏହି ମନ୍ଦିର କେବଳ ଭଗବାନଙ୍କ ମନ୍ଦିର ନୁହେଁ । ଏହା ଭାରତର ଦୃଷ୍ଟି, ଭାରତର ଦର୍ଶନ ଏବଂ ଭାରତର ଦିଗଦର୍ଶନର ଏକ ମନ୍ଦିର । ଏହା ହେଉଛି ରାମଙ୍କ ରୂପରେ ଜାତୀୟ ଚେତନାର ମନ୍ଦିର । ରାମ ହେଉଛନ୍ତି ଭାରତର ଆସ୍ଥା, ରାମ ହେଉଛନ୍ତି ଭାରତର ଆଧାର । ରାମ ଭାରତର ବିଚାର, ରାମ ଭାରତର ବିଧାନ। ରାମ ଭାରତର ଚେତନା, ରାମ ଭାରତର ଚିନ୍ତନ। ରାମ ଭାରତର ପ୍ରତିଷ୍ଠା, ରାମ ଭାରତର ପ୍ରତାପ। ରାମ ଭାରତର ପ୍ରବାହ, ରାମ ମଧ୍ୟ ଭାରତର ପ୍ରଭାବ। ରାମ ନେତି ମଧ୍ୟ ଅଟନ୍ତି। ରାମ ନୀତି ମଧ୍ୟ। ରାମ ନିତ୍ୟତା ମଧ୍ୟ ଅଟନ୍ତି। ରାମ ନିରନ୍ତରତା ମଧ୍ୟ। ରାମ ବିଭୁ ଓ ବିଶଦ ଅଟନ୍ତି। ରାମ ବ୍ୟାପକ, ବିଶ୍ୱ, ବିଶ୍ୱାତ୍ମା ଅଟନ୍ତି। ସେଥିପାଇଁ ଯେତେବେଳେ ରାମଙ୍କ ପ୍ରତିଷ୍ଠା ହେଉଛି, ଏହାର ପ୍ରଭାବ ବର୍ଷ କିମ୍ବା ଶତାବ୍ଦୀ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ। ଏହାର ପ୍ରଭାବ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ରହିବ। ମହର୍ଷି ବାଲ୍ମିକୀ କହିଛନ୍ତି - ରାଜ୍ୟମ ଦଶ ସହସ୍ରାଣି ପ୍ରାପ୍ୟ ବର୍ଷାଣି ରାଘବଃ। ଅର୍ଥାତ୍‌ ରାମ ଦଶ ହଜାର ବର୍ଷ ପାଇଁ ରାଜ୍ୟରେ ପ୍ରତିଷ୍ଠିତ ହୋଇଛନ୍ତି। ଏହାର ଅର୍ଥ ହେଉଛି, ହଜାର ହଜାର ବର୍ଷ ପାଇଁ ରାମରାଜ୍ୟ ପ୍ରତିଷ୍ଠା ହେଲା। ଯେତେବେଳେ ତ୍ରେତୟାରେ ରାମଚନ୍ଦ୍ର ଆସିଥିଲେ ସେତେବେଳେ ହଜାର ହଜାର ବର୍ଷ ପାଇଁ ରାମରାଜ୍ୟ ପ୍ରତିଷ୍ଠା ହୋଇଥିଲା। ହଜାର ହଜାର ବର୍ଷ ପର୍ଯ୍ୟନ୍ତ ରାମ ବିଶ୍ୱର ପଥପ୍ରଦର୍ଶନ କରିଚାଲିଥିଲେ। ସେଥିପାଇଁ ମୋର ପ୍ରିୟ ଦେଶବାସୀଗଣ, 

 

ଆଜି ଅଯୋଧ୍ୟା ଆମ ସମସ୍ତଙ୍କୁ, ପ୍ରତ୍ୟେକ ରାମ ଭକ୍ତ ଏବଂ ପ୍ରତ୍ୟେକ ଭାରତୀୟଙ୍କୁ କିଛି ନା କିଛି ପ୍ରଶ୍ନ ପଚାରୁଛି । ଶ୍ରୀରାମଙ୍କର ଏକ ଭବ୍ୟ ମନ୍ଦିର ନିର୍ମାଣ ହୋଇଗଲା... ଆଗକୁ କ'ଣ ହେବ? ଶହ ଶହ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି... ଆଗକୁ କ'ଣ ହେବ? ଆଜିର ଏହି ଅବସରରେର ଯେଉଁ ଦୈବ, ଯେଉଁ ଦୈବୀୟ ଆତ୍ମାଗଣ ଆମକୁ ଆଶୀର୍ବାଦ ଦେବା ପାଇଁ ଉପସ୍ଥିତ ହୋଇଛନ୍ତି, ଆମକୁ ଦେଖୁଛନ୍ତି, ସେମାନଙ୍କୁ କ’ଆମେ ଏପରି ବିଦାୟ ଦେବା? ନା, କଦାପି ନୁହେଁ। ଆଜି ମୁଁ ସମ୍ପୂର୍ଣ୍ଣ ପବିତ୍ର ମନରେ ଅନୁଭବ କରିପାରୁଛି ଯେ କାଳଚକ୍ର ବଦଳୁଛି। ଏହା ସୁଖଦ ସଂଯୋଗ ଅଟେ ଯେ ଆମ ପିଢ଼ିକୁ ଏକ କାଳଜୟୀ ପଥର ଶିଳ୍ପକାର ରୂପରେ ଚୟନ କରାଯାଇଛି । ହଜାର ହଜାର ବର୍ଷ ପରବର୍ତ୍ତୀ ପିଢ଼ି, ରାଷ୍ଟ୍ର ନିର୍ମାଣର ଆମର ଆଜିର କାର୍ଯ୍ୟକୁ ସ୍ମରଣ କରିବ। ସେଥିପାଇଁ ମୁଁ କହୁଛି - ଏହା ହିଁ ଉଚିତ୍‌ ସମୟ, ଏହା ହିଁ ସଠିକ ସମୟ। ଆମକୁ ଆଜି ଠାରୁ ଏହି ପବିତ୍ର ସମୟରୁ, ଆସନ୍ତା ଏକ ହଜାର ବର୍ଷର ଭାରତ ପାଇଁ ମୂଳଦୁଆ ପ୍ରତିଷ୍ଠା କରିବାକୁ ହେବ। ମନ୍ଦିର ନିର୍ମାଣ ଠାରୁ ଆଗକୁ ବଢ଼ି ଏବେ ଆମେ ସମସ୍ତେ ଦେଶବାସୀ, ଏହି ମୁହୁର୍ତ୍ତ ଠାରୁ ସମର୍ଥ-ସକ୍ଷମ, ଭବ୍ୟ-ଦିବ୍ୟ ଭାରତର ନିର୍ମାଣ ପାଇଁ ସଂକଳ୍ପ ନେବା। ରାମଙ୍କ ବିଚାର, ‘ମାନସ ସହିତ ହିଁ ଜନମାନସ’ରେ ମଧ୍ୟ ରହୁ, ଏହା ହିଁ ରାଷ୍ଟ୍ର ନିର୍ମାଣର ଶିଢ଼ି ଅଟେ।

ସାଥୀମାନେ

ଆଜିର ଯୁଗ ଦାବି କରୁଛି ଯେ ଆମକୁ ଆମ ଅନ୍ତଃକରଣକୁ ବିସ୍ତାର କରିବାକୁ ପଡିବ । ଆମ ଚେତନାର ବିସ୍ତାର... ଦେବଙ୍କଠାରୁ ଦେଶ, ରାମଙ୍କଠାରୁ ରାଷ୍ଟ୍ର ପର୍ଯ୍ୟନ୍ତ ହେବା ଉଚିତ୍‌ । ହନୁମାନଜୀଙ୍କ ପ୍ରତି ଭକ୍ତି, ହନୁମାନଜୀଙ୍କ ସେବା, ହନୁମାନଜୀଙ୍କ ପ୍ରତି ସମର୍ପଣ, ଏସବୁ ଗୁଣ ଆମକୁ ବାହାରେ ଖୋଜିବାକୁ ପଡିବ ନାହିଁ । ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ଭକ୍ତି, ସେବା ଏବଂ ସମର୍ପଣର ଏହି ଭାବନା ଏକ ସକ୍ଷମ, ସମର୍ଥ, ଭବ୍ୟ ଏବଂ ଦିବ୍ୟ ଭାରତର ଆଧାର ହେବ । ଆଉ ଏହା ହେଉଛି ଦେବଙ୍କଠାରୁ ଦେଶ, ରାମଙ୍କଠାରୁ ରାଷ୍ଟ୍ର ପର୍ଯ୍ୟନ୍ତ ଚେତନାର ବିସ୍ତାର ! ଦୂରସୁଦୂର ଜଙ୍ଗଲର କୁଡ଼ିଆରେ ରହୁଥିବା ମୋର ଆଦିବାସୀ ମା' ଶବରୀଙ୍କ କଥା ଭାବିଲେ ଏକ ଅପ୍ରତୀମ ବିଶ୍ୱାସ ଜାଗ୍ରତ ହୁଏ । ମା’ ଶବରୀ ଦୀର୍ଘ ଦିନ ଧରି କହି ଚାଲିଥିଲେ- ରାମ ଆସିବେ। ପ୍ରତ୍ୟେକ ଭାରତୀୟଙ୍କ ଭିତରେ ଜନ୍ମ ନେଇଥିବା ଏହି ବିଶ୍ୱାସ ଏକ ସମର୍ଥ, ସକ୍ଷମ, ଭବ୍ୟ ଏବଂ ଦିବ୍ୟ ଭାରତର ଆଧାର ହେବ । ଆଉ ଏହା ହେଉଛି ଏହା ହେଉଛି ଦେବଙ୍କଠାରୁ ଦେଶ, ରାମଙ୍କଠାରୁ ରାଷ୍ଟ୍ର ପର୍ଯ୍ୟନ୍ତ ଚେତନାର ବିସ୍ତାର । ଆମେ ସମସ୍ତେ ଜାଣୁ ଯେ ନିଶାଦରାଜଙ୍କ ମିତ୍ରତା ସବୁ ବନ୍ଧନ ଠାରୁ ଊର୍ଦ୍ଧ୍ୱରେ । ରାମଙ୍କ ପ୍ରତି ନିଶାଦରାଜଙ୍କ ସମ୍ମୋହନ, ନିଶାଦରାଜଙ୍କ ପ୍ରତି ଭଗବାନ ରାମଙ୍କର ଆପଣାର ଭାବନା ଅତ୍ୟନ୍ତ ମୌଳିକ । ସମସ୍ତେ ଆପଣାର, ସମସ୍ତେ ସମାନ। ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ଆପଣାର, ବନ୍ଧୁତାର ଏହି ଭାବନା, ସମର୍ଥ, ସକ୍ଷମ, ଭବ୍ୟ ଓ ଦିବ୍ୟ ଭାରତର ଆଧାର ହେବ । ଆଉ ଏହା ହେଉଛି ଏହା ହେଉଛି ଦେବଙ୍କଠାରୁ ଦେଶ, ରାମଙ୍କଠାରୁ ରାଷ୍ଟ୍ର ପର୍ଯ୍ୟନ୍ତ ଚେତନାର ବିସ୍ତାର

 

ସାଥୀଗଣ,

ଦେଶରେ ଆଜି ନିରାଶା ପାଇଁ ଟିକିଏ ବି ସ୍ଥାନ ନାହିଁ। ମୁଁ ତ’ ଅତି ସାସାନ୍ୟ ଅଟେ, ମୁଁ ତ’ ବହୁତ ଛୋଟ, ଯଦି କେହି ଏହା ଭାବୁଥାଏ, ତା’ହେଲେ ତାଙ୍କୁ ଗୁଣ୍ଡୁଚି ମୂଷାର ଯୋଗଦାନକୁ ସ୍ମରଣ କରିବାକୁ ହେବ। ଗୁଣ୍ଡୁଚିମୂଷାକୁ ସ୍ମରଣ ହିଁ ଆମକୁ ଆମର ଏହି ଦ୍ୱିଧା ଦୂର କରିବାରେ ସହାୟକ ହେବ, ଆମକୁ ଶିଖାଇବ ଯେ ଛୋଟ-ବଡ଼ ପ୍ରତ୍ୟେକ ପ୍ରୟାସର ଏକ ଶକ୍ତି ରହିଥାଏ, ନିଜର ଯୋଗଦାନ ରହିଥାଏ। ଆଉ ସମସ୍ତଙ୍କ ପ୍ରୟାସର ଏହି ଭାବନା, ସମର୍ଥ, ସକ୍ଷମ, ଭବ୍ୟ ଓ ଦିବ୍ୟ ଭାରତର ଆଧାର ହେବ । ଏହା ହିଁ ହେଉଛି ଦେବଙ୍କଠାରୁ ଦେଶ, ରାମଙ୍କଠାରୁ ରାଷ୍ଟ୍ର ପର୍ଯ୍ୟନ୍ତ ଚେତନାର ବିସ୍ତାର।

ସାଥୀମାନେ

ଲଙ୍କାପତି ରାବଣ ଅତ୍ୟନ୍ତ ଜ୍ଞାନୀ ଥିଲେ, ସେ ଅସୀମ ଶକ୍ତିରେ ସମୃଦ୍ଧ ଥିଲେ । କିନ୍ତୁ ଜଟାୟୁଜୀଙ୍କ ମୂଲ୍ୟ ନିଷ୍ଠାକୁ ଦେଖନ୍ତୁ, ସେ ମହାବଳୀ ରାବଣଙ୍କ ସହ ମୁହାଁମୁହିଁ ହୋଇଥିଲେ। ସେ ଏହା ମଧ୍ୟ ଜାଣିଥିଲେ ଯେ ସେ ରାବଣଙ୍କୁ ପରାସ୍ତ କରିପାରିବେ ନାହିଁ । ତଥାପି ସେ ରାବଣଙ୍କୁ ସାମ୍ନା କରିଥିଲେ। କର୍ତ୍ତବ୍ୟର ଏହି ପରାକାଷ୍ଠା ହେଉଛି ଏକ ସମର୍ଥ, ସକ୍ଷମ, ଭବ୍ୟ ଓ ଦିବ୍ୟ ଭାରତର ଆଧାର ଅଟେ । ଏହା ହିଁ ହେଉଛି ଦେବଙ୍କଠାରୁ ଦେଶ, ରାମଙ୍କଠାରୁ ରାଷ୍ଟ୍ର ପର୍ଯ୍ୟନ୍ତ ଚେତନାର ବିସ୍ତାର। ଆସନ୍ତୁ ସଂକଳ୍ପ ନେବା ଯେ ଆମେ ଆମ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ରାଷ୍ଟ୍ର ନିର୍ମାଣ ରେ ଉତ୍ସର୍ଗ କରିବୁ । ରାମ କାର୍ଯ୍ୟ ଠାରୁ ରାଷ୍ଟ୍ର କାର୍ଯ୍ୟ, ସମୟର ପ୍ରତ୍ୟେକ ମୁହୂର୍ତ୍ତ, ଶରୀରର କୋଣ-ଅନୁକୋଣକୁ, ରାମ ସମର୍ପଣରୁ ରାଷ୍ଟ୍ର ସମର୍ପଣ ଲକ୍ଷ୍ୟ ସହିତ ଯୋଡ଼ି ଦେବା।

 

ମୋର ପ୍ରିୟ ଦେଶବାସୀ, 

ଭଗବାନ ଶ୍ରୀରାମଙ୍କ ପାଇଁ ଆମର ପୂଜା, ବିଶେଷ ହେବା ଉଚିତ୍ । ଏହି ପୂଜା ଅହଂ (ମୋ) ଠାରୁ ଊର୍ଦ୍ଧ୍ୱ ଯାଇ ଆମ (ବୟମ) ପାଇଁ ହେବା ଉଚିତ୍ । ମହାପ୍ରଭୁଙ୍କୁ ଅର୍ପଣ କରାଯାଉଥିବା ଭୋଗ ମଧ୍ୟ ବିକଶିତ ଭାରତ ପାଇଁ ଆମ ପରିଶ୍ରମର ପରାକାଷ୍ଠାର ପ୍ରସାଦ ମଧ୍ୟ ହେବ। ଆମକୁ ନିତ୍ୟ ପରାକ୍ରମ, ପୁରୁଷାର୍ଥ, ସମର୍ପଣର ପ୍ରସାଦ ପ୍ରଭୁ ରାମଙ୍କୁ ମଧ୍ୟ ଚଢ଼ାଇବାକୁ ହେବ। ଏଥିରେ ନିତ୍ୟ ପ୍ରଭୁ ରାମଙ୍କ ପୂଜା କରିବାକୁ ହେବ, ତା’ହେଲେ ଆମେ ଭାରତକୁ ବୈଭବଶାଳୀ ଓ ବିକଶିତ କରିପାରିବା।

 

ମୋର ପ୍ରିୟ ଦେଶବାସୀଗଣ,

ଏହା ହେଉଛି ଭାରତର ବିକାଶର ‘ଅମୃତକାଳ’। ଆଜି ଭାରତ ଯୁବଶକ୍ତିର ପୁଞ୍ଜିରେ ପରିପୂର୍ଣ୍ଣ, ଶକ୍ତିରେ ପରିପୂର୍ଣ୍ଣ । ପୁଣି କେତେ ଦିନ ପରେ ଏଭଳି ସକାରାତ୍ମକ ପରିସ୍ଥିତି ସୃଷ୍ଟି ହେବ ତାହା ଆମକୁ ଜଣା ନାହିଁ । ଆମେ ଏହି ମୁହୂର୍ତ୍ତକୁ ହାତଛଡ଼ା କରିବା ଉଚିତ୍‌ ନୁହେଁ, ଆମେ ବସିଯିବା ଉଚିତ୍‌ ନୁହେଁ । ମୁଁ ଆମ ଦେଶର ଯୁବବର୍ଗଙ୍କୁ କହିବି। ଆପଣମାନଙ୍କ ଆଗରେ ହଜାର ହଜାର ବର୍ଷ ପୁରୁଣା ପରମ୍ପରାର ପ୍ରେରଣା ରହିଛି। ଆପଣମାନେ ଭାରତର ସେହି ପିଢ଼ିକୁ ପ୍ରତିନିଧିତ୍ୱ କରୁଛନ୍ତି.... ଯାହା ଚନ୍ଦ୍ରପୃଷ୍ଠରେ ତ୍ରିରଙ୍ଗା ଉଡ଼ାଇ ପାରିଛି, ଯାହା ୧୫ ଲକ୍ଷ କିଲୋମିଟର ଯାତ୍ରା କରି, ସୂର୍ଯ୍ୟଙ୍କ ପାଖକୁ ଯାଇ ମିଶନ ଆଦିତ୍ୟକୁ ସଫଳ କରୁଛି, ଯାହା ଆକାଶରେ ତେଜସ... ସାଗରରେ ବିକ୍ରାନ୍ତ... ର ବିଜୟଧ୍ୱଜା ଉଡ଼ାଉଛି। ନିଜ ଐତିହ୍ୟକୁ ନେଇ ଗର୍ବ କରିବା ସହିତ ଆପଣଙ୍କୁ ଭାରତର ନବପ୍ରଭାତ ଲେଖିବାକୁ ହେବ। ପରମ୍ପରାର ପବିତ୍ରତା ଏବଂ ଆଧୁନିକତାର ଅସୀମତା, ଉଭୟ ମାର୍ଗରେ ଚାଲି ଭାରତ ସମୃଦ୍ଧିର ଲକ୍ଷ୍ୟ ଛୁଇଁବ।  

 

ମୋର ସହକର୍ମୀମାନେ,

ଆଗାମୀ ସମୟ ଏବେ ସଫଳତାର। ଆଗାମୀ ସମୟ ଏବେ ସିଦ୍ଧିର। ଏହି ଭବ୍ୟ ରାମ ମନ୍ଦିର ଭାରତର ଉତ୍କର୍ଷ, ଭାରତର ଉଦୟର ସାକ୍ଷୀ ହେବ। ଏହି ଭବ୍ୟ ରାମ ମନ୍ଦିର ଭାରତର ଅଭ୍ୟୁଦୟ, ବିକଶିତର ଭାରତର ସାକ୍ଷୀ ହେବ। ଏହି ମନ୍ଦିର ଶିଖାଇଥାଏ ଯେ ଯଦି ଲକ୍ଷ୍ୟ, ସତ୍ୟ ପ୍ରମାଣିତ ହୋଇଥିବ, ଯଦି ଲକ୍ଷ୍ୟ, ସାମୂହିକତା ଏବଂ ସଂଗଠିତ ଶକ୍ତିରୁ ଜନ୍ମ ନେଇଥିବ, ତା’ହେଲେ ସେହି ଲକ୍ଷ୍ୟକୁ ହାସଲ କରିବା ଅସମ୍ଭବ ନୁହେଁ। ଏହା ଭାରତର ସମୟ ଏବଂ ଭାରତ ଏବେ ଆଗକୁ ବଢ଼ିବ। ଶହ ଶହ ବର୍ଷର ଅପେକ୍ଷା ପରେ ଆମେ ଏଠାରେ ପହଞ୍ଚିଛୁ । ଆମେ ସମସ୍ତେ ଏହି ଯୁଗକୁ, ଏହି କାଳଖଣ୍ଡକୁ ଅପେକ୍ଷା କରିଥିଲୁ। ଏବେ ଆମେ ଅଟକିବୁ ନାହିଁ। ଆମେ ବିକାଶର ଶିଖରରେ ପହଞ୍ଚିବୁ। ଏହି ଭାବନା ସହିତ ରାମଲଲାଙ୍କ ଚରଣରେ ମୁଁ ପ୍ରଣାମ କରିବା ସହିତ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଛି । ସବୁ ସନ୍ଥମାନଙ୍କ ଚରଣରେ ମୋର ପ୍ରଣାମ।

 

ସିୟାୱର ରାମଚନ୍ଦ୍ର କି ଜୟ ।  

ସିୟାୱର ରାମଚନ୍ଦ୍ର କି ଜୟ । 

ସିୟାୱର ରାମଚନ୍ଦ୍ର କି ଜୟ ।  

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Now, you can port FASTag from one bank to another

Media Coverage

Now, you can port FASTag from one bank to another
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on Rosh Hashanah to PM Netanyahu, people of Israel and Jewish communities worldwide
September 12, 2026

The Prime Minister, Shri Narendra Modi has extended greetings on the occasion of Rosh Hashanah to Prime Minister of Israel, Benjamin Netanyahu, the people of Israel and Jewish communities across the globe.

The Prime Minister wished that the new year be filled with peace, hope, good health and continued progress for all.

In a post on X, Shri Modi wrote;

“‎Shana Tova!

‎Wishing a very happy Rosh Hashanah to Prime Minister Netanyahu, the people of Israel and Jewish communities across the globe.

‎May the new year be filled with peace, hope, good health and continued progress for all.

‎שנה טובה!

 

‎ מאחל שנה טובה ושמחה לראש הממשלה נתניהו, לעם ישראל ולקהילות היהודיות ברחבי העולם.

 

‎ מי ייתן והשנה החדשה תביא עמה שלום, תקווה, בריאות טובה וקדמה לכולם.


‎ ⁦‪@netanyahu‬⁩”