Hands over keys of flats to eligible Jhuggi Jhopri dwellers at Bhoomiheen Camp
“Country is moving on the path of Sabka Saath, Sabka Vikas, Sabka Vishwas and Sabka Prayas for everyone’s upliftment”
“Our government belongs to poor people. Poor remain central to policy formation and decision-making systems”
“When there is this security in life, the poor work hard to lift themselves out of poverty”
“We live to bring change in your lives”
“Work is going on to regularise the houses built in unauthorised colonies of Delhi through the PM-UDAY scheme”
“The aim of the central government is to turn Delhi into a grand city complete with all amenities in accordance with its status as the capital of the country”
“Delhi’s poor and middle class are both aspirational and talented”

କାର୍ଯ୍ୟକ୍ରମରେ ଉପସ୍ଥିତ ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀମାନ୍ ହରଦୀପ ସିଂ ପୁରୀ ମହାଶୟ, ରାଷ୍ଟ୍ରମନ୍ତ୍ରୀ ଶ୍ରୀମାନ୍ କୈଳାସ କିଶୋର ମହାଶୟ, ମିନାକ୍ଷୀ ଲେଖି ମହାଶୟା, ଦିଲ୍ଲୀର ଉପରାଜ୍ୟପାଳ ଶ୍ରୀ ବିନୟ କୁମାର ସକ୍‌ସେନା ମହାଶୟ, ଦିଲ୍ଲୀର ଅନ୍ୟ ସମସ୍ତ ମାନନୀୟ ସାଂସଦଗଣ, ଅନ୍ୟ ସମସ୍ତ ମହାନୁଭବ ଏବଂ ସମସ୍ତ ଉତ୍ସାହରେ ଭରା ହିତାଧିକାରୀ ଭାଇ ଓ ଭଉଣୀମାନେ।

ବିଜ୍ଞାନ ଭବନରେ କାର୍ଯ୍ରକ୍ରମ ତ ବହୁତ ହୋଇଥାଏ। କୋଟ୍, ପ୍ୟାଣ୍ଟ, ଟାଏ ଥିବା ବହୁତ ଲୋକ ରହିଥାନ୍ତି। କିନ୍ତୁ ଆଜି ଯେଉଁ ଭଳି ଭାବରେ ଏଠାରେ ସବୁ ପରିବାରଗଣ ରହିଛନ୍ତି, ସେମାନଙ୍କର ଯେଉଁ ଉତ୍ସାହ ଏବଂ ଆଗ୍ରହ ଦେଖା ଯାଉଛି ତାହା ବାସ୍ତବରେ ଆନନ୍ଦର ବିଷୟ। ତାହା ପ୍ରକୃତରେ ବିଜ୍ଞାନ ଭବନରେ ବହୁତ କମ୍ ଦେଖିବାକୁ ମିଳିଥାଏ। ଆଜି ଦିଲ୍ଲୀର ଶହ ଶହ ପରିବାର ପାଇଁ ହଜାର ହଜାର ଗରିବ ଆମର ଭାଇ ଭଉଣୀଙ୍କ ପାଇଁ ଏହ ବହୁତ ବଡ଼ ଦିନ ଅଟେ। ବର୍ଷ ବର୍ଷ ଧରି ଯେଉଁ ପରିବାର ଦିଲ୍ଲୀର ବସ୍ତି ଅଞ୍ଚଳରେ ରହୁଥିଲେ ଆଜି ସେମାନଙ୍କ ପାଇଁ ଗୋଟିଏ ପ୍ରକାର ଭାବରେ ଜୀବନର ନୂତନ ଶୁଭାରମ୍ଭ ହେବାକୁ ଯାଉଛି। ଦିଲ୍ଲୀର ଗରିବ ପରିବାରକୁ ପକ୍କା ଘର ଦେବାର ଯେଉଁ ଅଭିଯାନ ଆରମ୍ଭ ହୋଇଥିଲା ତାହା ଏଠାର ହଜାର ହଜାର ଗରିବ ପରିବାରଙ୍କ ସ୍ବପ୍ନକୁ ପୂରଣ କରିବ। ଆଜି ଏଠାରେ ଶହ ଶହ ହିତାଧିକାରୀଙ୍କୁ ତାଙ୍କର ଘରର ଚାବି ମିଳିଛି। ଏବଂ ମୋତେ ଯେଉଁ 4-5 ପରିବାରଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ମିଳିଛି, ମୁଁ ଦେଖି ପାରୁଛି ତାଙ୍କ ଚେହେରାରେ ଯେଉଁ ଖୁସି, ଯେଉଁ ସନ୍ତୋଷ ଏବଂ  ସେମାନଙ୍କର ମନରେ ଯେଉଁ ଆନନ୍ଦ ରହିଛି ଓ ଏକ ସନ୍ତୋଷ ତାଙ୍କର ଚେହେରାରେ ଦେଖିବାକୁ ମିଳିପାରିଛି। କେବଳ କାଲ୍‌କାଜି ଏକ୍ସଟେନ୍‌ସନର ଫାଷ୍ଟ ଷ୍ଟେପରେ 3 ହଜାରରୁ ଅଧିକ ଘର ପ୍ରସ୍ତୁତ ହୋଇ ଯାଇଛି ଏବଂ ବହୁତ ଶୀଘ୍ର ଏଠାରେ ରହୁଥିବା ଅନ୍ୟ ପରିବାରମାନଙ୍କୁ ମଧ୍ୟ ଗୃହ ପ୍ରବେଶର ସୁଯୋଗ ମିଳିବ। ମୋର ବିଶ୍ବାସ ରହିଛି ଆଗାମୀ ଦିନରେ ମୁଁ ଭାରତ ସରକାରଙ୍କ ଦ୍ବାରା କରା ଯାଉଥିବା ପ୍ରଚେଷ୍ଟା ଦିଲ୍ଲୀରେ ଏକ ଆଦର୍ଶ ସହର କରିବାରେ ବଡ଼ ଭୂମିକା ନିର୍ବାହ କରିବ।

ବନ୍ଧୁଗଣ,

ଦିଲ୍ଲୀ ପରି ବଡ଼ ସହରରେ ଆଜି ଯେଉଁ ବିକାଶ ଦେଖା ଯାଉଛି, ବଡ଼ ସ୍ବପ୍ନ ଏବଂ ସଫଳତା ଦେଖାଯାଉଛି ତାହାର ମୂଳ ଦୁଆ ମୋର ଏହି ଗରିବ ଭାଇ ଭଉଣୀଙ୍କ ପ୍ରଚେଷ୍ଟା ଅଟେ, ତାଙ୍କର ଝାଳ ବୁହା ପରିଶ୍ରମର ଫଳ ଅଟେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଏହା ମଧ୍ୟ ସତ୍ୟ ଯେ ଏହି ସହରର ବିକାଶ ପାଇଁ ଯେଉଁ ଗରିବମାନେ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି, ସେମାନେ ଏହି ସହରରେ ଅବହେଳାର ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି। ଯେତେବେଳେ ନିର୍ମାଣ କାର୍ଯ୍ୟ କରୁଥିବା ଲୋକମାନେ ହିଁ ପଛରେ ରହି ଯାଆନ୍ତି, ସେତେବେଳେ ନିର୍ମାଣ ମଧ୍ୟ ଅଧା ରହିଯାଏ ଏବଂ ଏଥିପାଇଁ 7 ଦଶକ ଧରି ଆମର ସହର, ସମଗ୍ର ବିକାଶର, ସନ୍ତୁଳିତ ବିକାଶର ତଥା ହୋଲିଷ୍ଟିକ୍ ଡେଭଲପମେଣ୍ଟରୁ ବଞ୍ଚିତ ହୋଇ ରହିଛି। ଯେଉଁ ସହରରେ ଗୋଟିଏ ପଟରେ ନଭଶ୍ଚୁମ୍ଭି ନିର୍ମାଣ ଏବଂ ଚମକ ଦମକ ରହିଥାଏ, ତାହାରି ନିକଟରେ ବସ୍ତିରେ ଲୋକମାନେ ଅତ୍ୟନ୍ତ କଷ୍ଟରେ ରହୁଥିବା ଦେଖାଯାଏ। ଗୋଟିଏ ପଟରେ ସହରରେ କିଛି ଅଞ୍ଚଳକୁ ପୋସ୍ କୁହାଯାଏ ତ ଅନ୍ୟ ପକ୍ଷରେ ଅନ୍ୟ କେତେକ ଅଞ୍ଚଳର ଲୋକମାନଙ୍କୁ ମୌଳିକ ଆବଶ୍ୟକତା ପାଇଁ ମଧ୍ୟ ସଂଗ୍ରାମ କରିଥାନ୍ତି। ଯେତେବେଳେ ଗୋଟିଏ ସହରରେ ଏତେ ପରିମାଣରେ ଅସମାନତା ରହିଛି, ଏତେ ଭେଦ ଭାବ ରହିଛି ତେବେ ସମଗ୍ର ବିକାଶର କଳ୍ପନା କରିବା କିପରି କରାଯାଇପାରିବ। ଆଜାଦିର ଅମୃତକାଳରେ ଆମକୁ ଏହି ବ୍ୟବଧାନକୁ ଦୂର କରିବାକୁ ହେବ। ଏବଂ ଏଥିପାଇଁ ଆଜି ଦେଶ ‘ସବ୍‌କା ସାଥ, ସବକା ବିକାଶ, ସବକା ବିଶ୍ବାସ ଏବଂ ସବକା ପ୍ରୟାସ’ ଏହି ମନ୍ତ୍ରରେ ଆଗକୁ ବଢ଼ୁଛି ଓ ସଭିଙ୍କର ଉନ୍ନତି ପାଇଁ ପ୍ରଚେଷ୍ଟା କରୁଛି।

ବନ୍ଧୁଗଣ,

ଦଶକ ଧରି ଦେଶରେ ଯେଉଁ ବ୍ୟବସ୍ଥା ରହିଛି, ସେଥିରେ ଏହି ଧାରଣା ସୃଷ୍ଟି ହୋଇଥିଲା ଯେ ଗରିବ କେବଳ ଗରିବଙ୍କର ସମସ୍ୟା ଅଟେ। କିନ୍ତୁ ଆଜି ଦେଶରେ ଯେଉଁ ସରକାର ରହିଛନ୍ତି, ତାହା ଗରିବଙ୍କର ସରକାର ଅଟ। ତେଣୁ ସେ ଗରିବଙ୍କୁ ତାଙ୍କର ଏପରି ଅବହେଳିତ ଅବସ୍ଥାରେ ଛାଡ଼ି ପାରିବେ ନାହିଁ। ଏବଂ ଏଥିପାଇଁ ଆଜି ଦେଶର ନୀତିର କେନ୍ଦ୍ରରେ ଗରିବ ମାନଙ୍କୁ ରଖାଯାଇଛି। ଆଜି ଦେଶର ନିଷ୍ପତ୍ତିର କେନ୍ଦ୍ରରେ ଗରିବ ମାନେ ରହିଛନ୍ତି। ବିଶେଷ କରି ସହରରେ ରହୁଥିବା ଗରିବ ଭାଇ ଭଉଣୀମାନଙ୍କୁ ମଧ୍ୟ ଆମର ସରକାର ସେତିକି ଧ୍ୟାନ ପ୍ରଦାନ କରୁଛି।

ବନ୍ଧୁଗଣ,

ଯେ କେହି ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦିଲ୍ଲୀରେ 50 ଲକ୍ଷରୁ ଅଧିକ ଏପରି ଲୋକ ଥିଲେ ଯାହାଙ୍କ ନିକଟରେ ବ୍ୟାଙ୍କ ଖାତା ମଧ୍ୟ ନଥିଲା। ଏହି ଲୋକମାନେ ଭାରତର ବ୍ୟାଙ୍କିଂ ବ୍ୟବସ୍ଥା ସହିତ ସାମିଲ୍ ହୋଇନଥିଲେ। ସେମାନେ ବ୍ୟାଙ୍କରୁ ମିଳୁଥିବା ସୁବିଧାରୁ ବଞ୍ଚିତ ଥିଲେ। ବରଂ ଏହା ମଧ୍ୟ ସତ ଥିଲା ଯେ ଗରିବ, ବ୍ୟାଙ୍କର ଦୁଆରକୁ ଯିବାକୁ ଡ଼ରୁଥିଲା। ଏହି ଲୋକମାନେ ଦିଲ୍ଲୀରେ ଥିଲେ କିନ୍ତୁ ଦିଲ୍ଲୀ ଏମାନଙ୍କ ଠାରୁ ବହୁତ ଦୂରରେ ଥିଲା। ଏହି ସ୍ଥିତିକୁ ଆମର ସରକାର ପରିବର୍ତ୍ତନ କରିଛନ୍ତି। ଅଭିଯାନ ଆରମ୍ଭ କରି ଦିଲ୍ଲୀର ଗରିବମାନଙ୍କୁ, ଦେଶର ଗରିବମାନଙ୍କ ବ୍ୟାଙ୍କ ଖାତା ଖୋଲିବା ଆରମ୍ଭ କଲେ। ସେତେବେଳେ ଏହାର ଲାଭ ବିଷୟରେ ହୁଏତ କେହି ଚିନ୍ତା କରିନଥିଲେ। ଆଜି ଦିଲ୍ଲୀର ଗରିବ ଲୋକମାନଙ୍କୁ ମଧ୍ୟ ସରକାରୀ ଯୋଜନାର ପ୍ରତ୍ୟକ୍ଷ ଲାଭ ମିଳି ପାରୁଛି। ଆଜି ଦିଲ୍ଲୀରେ ହଜାର ହଜାର ସାଥୀ ଉଠା ଦୋକାନ କରିଛନ୍ତି, ପନିପରିବା ଓ ଫଳ ବିକୁଛନ୍ତି। କେହି ସାଥୀ ଅଟୋ ରିକ୍‌ସା ଚଲାଉଛନ୍ତି, ଟ୍ୟାକ୍‌ସି ଚଲାଉଛନ୍ତି। ଏମାନଙ୍କ ମଧ୍ୟରୁ ହୁଏତ କେହି ଜଣେ ଥିବେ ଯାହାଙ୍କ ନିକଟରେ ଭିମ ୟୁପିଆଇ ନଥିବ! ଟଙ୍କା ସିଧାସଳଖ ଭାବରେ ମୋବାଇଲକୁ ଆସୁଛି, ମୋବାଇଲ୍ ମାଧ୍ୟମରେ ପେମେଣ୍ଟ ହୋଇ ଯାଉଛି। ଏହା ଦ୍ବାରା ବହୁତ ବଡ଼ ଆର୍ଥିକ ସୁରକ୍ଷା ମଧ୍ୟ ମିଳିପାରିଛି। ବ୍ୟାଙ୍କିଂ ସିଷ୍ଟମ ସହିତ ସାମିଲ୍ ହେବାର ଏହି ଶକ୍ତି ପିଏମ୍ ସ୍ବନିଧି ଯୋଜନାର ମଧ୍ୟ ଆଧାର ହୋଇଛି। ଏହି ଯୋଜନା ଅନୁସାରେ, ସହରରେ ରହୁଥିବା ଆମର ଉଠା ଦୋକାନୀ ଭାଇ ଓ ଭଉଣୀମାନଙ୍କୁ ସେମାନଙ୍କର କାମ ଆଗକୁ ନେବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏବଂ ମୁଁ ଖୁସି ଯେ ଦିଲ୍ଲୀର ମଧ୍ୟ 50 ହଜାରରୁ ଅଧିକ ଉଠା ଦୋକାନୀ ମୋର ଭାଇ ଭଉଣୀ ସ୍ବନିଧି ଯୋଜନାର ଲାଭ ଉଠାଇଛନ୍ତି। ଏହା ବ୍ୟତୀତ ମୁଦ୍ରା ଯୋଜନା ଅନ୍ତର୍ଗତ ବିନା ଗ୍ୟାରେର୍ଟିରେ ଦିଆ ଯାଇଥିବା 30 ହଜାର କୋଟି ଟଙ୍କାରୁ ଅଧିକ ସହାୟତା ମଧ୍ୟ ଛୋଟ ଉଦ୍ୟୋଗୀମାନଙ୍କୁ ବହୁ ମାତ୍ରାରେ ମିଳି ପାରୁଛି।

ବନ୍ଧୁଗଣ,

ଆମର ଗରିବ ଭାଇମାନଙ୍କର ଏକ ବଡ଼ ସମସ୍ୟା ରାସନ କାର୍ଡ଼ ସହିତ ସମ୍ପର୍କିତ ଅବ୍ୟବସ୍ଥା ଦ୍ବାରା ମଧ୍ୟ ହୋଇଥାଏ। ଆମେ ‘ୱାନ୍ ନେସନ, ୱାନ୍ ରାସନ୍ କାର୍ଡ଼’ ର ବ୍ୟବସ୍ଥା କରି ଦିଲ୍ଲୀର ଲକ୍ଷ ଲକ୍ଷ୍ ଗରିବମାନଙ୍କର ଜୀବନକୁ ସହଜ କରିଛୁ। ଆମର ଯେଉଁ ପ୍ରବାସୀ ଶ୍ରମିକ ଅନ୍ୟ ରାଜ୍ୟକୁ କାମ କରିବା ପାଇଁ ଆସୁଛନ୍ତି, ପୂର୍ବରୁ ତାଙ୍କର ରାସନ କାର୍ଡ଼ ଏଠାରେ କାମ କରୁନଥିଲା, ଗୋଟିଏ ସାଧାରଣ କାଗଜରେ ପରିଣତ ହେଉଥିଲା। ଏହାଦ୍ବାରା ତାଙ୍କୁ ରାସନର ସମସ୍ୟା ଦେଖା ଦେଉଥିଲା। ‘ୱାନ ନେସନ, ୱାନ ରାସନ’ ମାଧ୍ୟମରେ ଏହି ଚିନ୍ତାରୁ ମଧ୍ୟ ମୁକ୍ତି ମିଳିପାରିଛି। ଏହି ଯୋଜନାର ଲାଭ କରୋନା ବିଶ୍ବ ମହାମାରୀ ସମୟରେ ଦିଲ୍ଲୀର ଗରିବ ମାନେ ମଧ୍ୟ ଉଠାଇଛନ୍ତି। ଏହି ବିଶ୍ବ ସଙ୍କଟ ସମୟରେ ଦିଲ୍ଲୀର ଲକ୍ଷ ଲକ୍ଷ ଗରିବମାନଙ୍କୁ କେନ୍ଦ୍ର ସରକାର ଗତ ଦୁଇ ବର୍ଷ ଧରି ମାଗଣା ରାସନ ମଧ୍ୟ ଦେଉଛନ୍ତି। ଏଥିରେ କେବଳ ଦିଲ୍ଲୀରେ ହିଁ କେନ୍ଦ୍ର ସରକାରଙ୍କ ଦ୍ବାରା ଅଢ଼େଇ ହଜାର କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରାଯାଇଛି। ଏହି ଯେତିକି ବିଷୟ ମୁଁ ଆପଣଙ୍କୁ କହିଲି, ଏବେ କୁହନ୍ତୁ ମୋତେ କେତେ ଟଙ୍କାର ବିଜ୍ଞାପନ ଦେବାର ଥିଲା। କେତେ ଖବର କାଗଜ ପୃଷ୍ଠାରେ, ମୋଦୀ ଫଟୋ ବାହାରିବାର ଥିଲା। ଏତେ ସବୁ କାମ ଯାହା ମୁଁ ଆପଣଙ୍କୁ କହୁଛି, ତାହା ତ ବହୁତ କମ୍, ନଚେତତ୍ ବହୁତ ସମୟ ଚାଲିଯିବ। କାରଣ ଆମେ ଆପଣଙ୍କ ଜୀବନରେ ପରିବର୍ତ୍ତନ ଆଣିବାକୁ ସର୍ବଦା ଚେଷ୍ଟା କରୁଛୁ।

ବନ୍ଧୁଗଣ,

ଦିଲ୍ଲୀରେ କେନ୍ଦ୍ର ସରକାର 40 ଲକ୍ଷରୁ ଅଧିକ ଗରିବମାନଙ୍କୁ ବୀମା ସୁରକ୍ଷା କବଚ ପ୍ରଦାନ କରିଛି। ଔଷଧର ଖର୍ଚ୍ଚ କମ୍ କରିବା ପାଇଁ ଜନ ଔଷଧୀ କେନ୍ଦ୍ରର ସୁବିଧା ମଧ୍ୟ କରାଯାଇଛି। ଯେତେବେଳେ ଜୀବନରେ ଏହି ସୁରକ୍ଷା ରହିଥାଏ, ସେତେବେଳେ ଗରିବ ନିଶ୍ଚିନ୍ତ ହୋଇ ନିଜର ସମ୍ପୂର୍ଣ୍ଣ କ୍ଷମତା ସହିତ ପରିଶ୍ରମ କରିଥାଏ। ସେ ନିଜକୁ ଏହି ଦ୍ରାରିଦ୍ୟ ମଧ୍ୟରୁ ବାହାର କରିବା ପାଇଁ, ଦାରିଦ୍ର୍ୟ ସହିତ ସଂଗ୍ରାମ କରିବା ପାଇଁ, ଦାରିଦ୍ର୍ୟକୁ ପରାସ୍ତ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପ୍ରସ୍ତୁତ ହୋଇଯାଏ। ଏହି ନିଶ୍ଚିତତା ଗରିବ ଜୀବନରେ କେତେ ମହତ୍ତ୍ବପୂର୍ଣ୍ଣ ଅଟେ, ତାହା ଜଣେ ଗରିବଙ୍କ ବ୍ୟତୀତ ଆଉ କେହି ବୁଝି ପାରିବେ ନାହିଁ।

ବନ୍ଧୁଗଣ,

ଦିଲ୍ଲୀରେ ଆଉ ଏକ ବିଷୟ ଦଶକ ପୂର୍ବରୁ ସୃଷ୍ଟି ହୋଇଥିବା ଅନଧିକୃତ କଲୋନୀର ମଧ୍ୟ ରହିଛି। ଏହି କଲୋନୀରେ ଆମର ଲକ୍ଷ ଲକ୍ଷ ଭାଇ ଭଉଣୀ ରହୁଥିଲେ। ତାଙ୍କର ସମ୍ପୂର୍ଣ୍ଣ ଜୀବନ ଏହି ଚିନ୍ତାରେ ଚାଲି ଯାଉଥିଲା ଯେ ତାଙ୍କର ଘରର କଣ ହେବ? ଦିଲ୍ଲୀର ଲୋକମାନଙ୍କର ଏହି ଚିନ୍ତାକୁ କମ୍ କରିବାର କାମ ମଧ୍ୟ କେନ୍ଦ୍ର ସରକାର କରିଛନ୍ତି। ପିଏମ୍ –ଉଦୟ ଯୋଜନା ମାଧ୍ୟମରେ ଦିଲ୍ଲୀର ଅନଧିକୃତ କଲୋନୀରେ ଥିବା ଘରକୁ ନିୟମିତ କରିବାର କାମ ଚାଲୁ ରହିଛି। ଏବେ ପର୍ଯ୍ୟନ୍ତ ହଜାର ହଜାର ଲୋକ ଏହି ଯୋଜନାର ଲାଭ ଉଠାଇ ସାରିଛନ୍ତି। କେନ୍ଦ୍ର ସରକାର ଦିଲ୍ଲୀର ମଧ୍ୟମ ବର୍ଗଙ୍କୁ ମଧ୍ୟ ତାଙ୍କର ଘରର ସ୍ବପ୍ନକୁ ପୂରଣ କରିବା ପାଇଁ ବହୁତ ସହାୟତା କରିଛନ୍ତି। ଦିଲ୍ଲୀରେ ନିମ୍ନ ଏବଂ ମଧ୍ୟମ ବର୍ଗର ଲୋକ ନିଜର ଘର କରିପାରିବେ ଏଥିପାଇଁ ସେମାନଙ୍କୁ କେନ୍ଦ୍ର ସରକାର ପକ୍ଷରୁ ସୁଧରେ ସବସିଡି ପ୍ରଦାନ କରାଯାଉଛି। ଏଥିରେ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ 700 କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରାଯାଇଛି।

ବନ୍ଧୁଗଣ,

କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ହେଉଛି ଆମେ ଦିଲ୍ଲୀକୁ ଦେଶର ରାଜଧାନୀର ଅନୁରୂପ ଏକ ଆକର୍ଷଣୀୟ, ସୁବିଧା ସମ୍ପର୍ଣ୍ଣ ସହର କରିବୁ। ଦିଲ୍ଲୀର ବିକାଶକୁ ଗତି ପ୍ରଦାନ କରିବା ପାଇଁ ଆମେ ଯେଉଁ କାମ କରିଛୁ, ଦିଲ୍ଲୀର ଳୋକମାନେ, ଦିଲ୍ଲୀର ଗରିବମାନେ, ଦିଲ୍ଲୀର ବିଶାଳ ମଧ୍ୟମ ବର୍ଗ ମଧ୍ୟ ଏହି ସବୁର ସାକ୍ଷୀ ଭାବରେ ପ୍ରତି ସ୍ଥାନରେ ନିଜର କଥାକୁ କହୁଛନ୍ତି। ଚଳିତ ଥର ଲାଲ କିଲାରେ ମୁଁ ଦେଶର ଆସ୍ପିରେସନାଲ୍ ସୋସାଇଟିର କଥା କହିଥିଲି। ଦିଲ୍ଲୀର ଗରିବ ହୁଅନ୍ତୁ ବା ମଧ୍ୟମ ବର୍ଗ, ସେମାନଙ୍କର ଅଭିଳାଶ ରହିଛି ଓ ସେମାନଙ୍କ ନିକଟରେ ଅଭୂତପୂର୍ବ ପ୍ରତିଭା ମଧ୍ୟ ରହିଛି। ଏହା ସହିତ ତାଙ୍କର ଅଭିଳାଶର ପୂରଣ କରିବା, ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରୁ ଗୋଟିଏ ଅଟେ।

ବନ୍ଧୁଗଣ,

2014 ରେ ଯେତେବେଳେ ଆମର ସରକାର ଆସିଥିଲା, ସେତେବେଳେ ଦିଲ୍ଲୀ- ଏନସିଆର ରେ 190 କିଲୋମିଟର ରୁଟ ରେ ହିଁ ମେଟ୍ରୋ ଚାଲୁଥିଲା। ଆଜି ଦିଲ୍ଲୀ-ଏନସିଆର ରେ ମେଟ୍ରୋର ବିସ୍ତାର ବଢ଼ି କରି ପ୍ରାୟ 400 କିଲୋମିଟର ପର୍ଯ୍ୟନ୍ତ ହୋଇପାରିଛି। ଗତ 8 ବର୍ଷରେ ଏଠାରେ 135 ଟି ନୂଆ ମେଟ୍ରୋ ଷ୍ଟେସନ କରାଯାଇଛି। ଆଜି ମୋ ନିକଟରେ ଦିଲ୍ଲୀରେ କଲେଜ୍ ଯାଉଥିବା ବହୁତ ପୁଅ ଝିଅ ଅଛନ୍ତି। ବହୁ ସଂଖ୍ୟକ ଚାକିରୀ କରୁଥିବା ବ୍ୟକ୍ତି ଚିଠି ଳେଖି ମେଟ୍ରୋ ସର୍ଭିସ୍ ପାଇଁ ଧନ୍ୟବାଦ ଜଣାଇଛନ୍ତି। ମେଟ୍ରୋର ସୁବିଧାର ବିସ୍ତାର ହେବା ଦ୍ବାରା ପ୍ରତି ଦିନ ସେମାନେ ଚାକିରୀ ମଧ୍ୟ କରିପାରୁଛନ୍ତି ଏବଂ ସମୟ ମଧ୍ୟ ବଞ୍ଚି ପାରୁଛି। ଦିଲ୍ଲୀରେ ଟ୍ରାଫିକ୍ ସମସ୍ୟାରୁ ମୁକ୍ତି ଦେବା ପାଇଁ ଭାରତ ସରକାରଙ୍କ ଦ୍ବାରା 50 ହଜାର କୋଟି ଟଙ୍କାର ନିବେଶରେ ରାସ୍ତାକୁ ପ୍ରଶସ୍ତ କରାଯାଇଛି ଓ ଏହାକୁ ଆଧୁନିକ କରାଯାଉଛି। ଦିଲ୍ଲୀରେ ଯେଉଁଠାରେ ଗୋଟିଏ ପଟରେ ପେରିଫେରାଲ୍ ଏକ୍ସପ୍ରେସ ୱେ ହେଉଛି, ସେହିଭଳି ଅନ୍ୟ ପଟରେ କର୍ତ୍ତବ୍ୟ ପଥର ନିର୍ମାଣ ମଧ୍ୟ କରାଯାଉଛି। ଦ୍ବାରକା ଏକ୍ସପ୍ରେସ ୱେ ହେଉ ବା ଅର୍ବାନ ଏକ୍ସଟେନସନ ରୋଡ୍‌, ଅକ୍ଷରଧାମରୁ ବାଗପତ୍ 6 ଲେନ୍ ଏକ୍ସପ୍ରେସ୍ କଣ୍ଟ୍ରୋଲ୍ ହାଇୱେ ହେଉ ବା ଗୁରୁଗ୍ରାମ ସୋହନା ରୋଡ ଭାବରେ ଏଲିଭେଟେଡ୍‌ କରିଡର, ଏପରି ଅନେକ ବିକାଶ କାର୍ଯ୍ୟ ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଦ୍ବାରା କରାଯାଉଛି ଯାହା ଦେଶର ରାଜଧାନୀରେ ଆଧୁନିକ ଇନ୍‌ଫ୍ରାଷ୍ଟ୍ରକଚରର ବିକାଶ କରିବ।

ବନ୍ଧୁଗଣ,

ଦିଲ୍ଲୀ ଏନସିଆର ପାଇଁ ରାପିଡ୍ ରେଲ୍ ପରି ସେବା ମଧ୍ୟ ନିକଟ ଭବିଷ୍ୟତରେ ଆରମ୍ଭ ହେବାକୁ ଯାଉଛି। ନୂଆ ଦିଲ୍ଲୀ ରେଲୱେ ଷ୍ଟେସନର ଯେଉଁ ଭବ୍ୟ ନିର୍ମାଣ ହେବାକୁ ଯାଉଛି, ତାହାର ଚିତ୍ର ମଧ୍ୟ ଆପଣମାନେ ନିଶ୍ଚିତ ଦେଖିଥିବେ। ମୁଁ ଖୁସି ଯେ ଦ୍ବାରକାରେ 80 ହେକ୍ଟର ଜମି ଉପରେ ଭାରତ ବନ୍ଦନା ପାର୍କର ନିର୍ମାଣ ଏବ. କିଛି ମାସରେ ସମାପ୍ତ ହୋଇଯିବ। ମୋତେ କୁହାଯାଇଛି ଯେ ଡିଡିଏ ଦ୍ବାରା ଦିଲ୍ଲୀର 700 ରୁ ଅଧିକ ବଡ଼ ପାର୍କର ଦେଖାଶୁଣା କରାଯାଉଛି। ବଜିରାବାଦ ବ୍ୟାରେଜ ଠାରୁ ଆରମ୍ଭ କରି ଓଖଲା ବ୍ୟାରେଜ୍ ମଧ୍ୟରେ ଯେଉଁ 22 କିଲୋମିଟର ଷ୍ଟ୍ରେଚ୍ ରହିଛି, ତାହା ଉପରେ ମଧ୍ୟ ଡିଡିଏ ଦ୍ବାରା ବିଭିନ୍ନ ପାର୍କ ବିକାଶ କରାଯାଉଛି।

ବନ୍ଧୁଗଣ,

ଆଜି ମୋର ଏତେ ସବୁ ଗରିବ ଭାଇ ଭଉଣୀ ନିଜର ଜୀବନରେ ଏକ ବଡ଼ ଶୁଭାରମ୍ଭ କରିବାକୁ ଯାଉଛନ୍ତି। ତେଣୁ ମୁଁ ତାଙ୍କ ଠାରୁ ନିଶ୍ଚିତ ଭାବରେ କିଛି ଆଶା ରଖୁଛି। ଯଦି ମୁଁ ଆପଣଙ୍କ ଠାରୁ କିଛି ଆଶା ରଖିବି ତେବେ ତାହାକୁ ଆପଣ ପୁରା କରିବେ ନା? ମୁଁ ଆପଣଙ୍କୁ କିଛି କାମ କହିପାରିବି ନା? କରିବେ, ପୁଣି ଭୁଲି ଯିବେ ଏପରି ହେବା ଉଚିତ୍ ନୁହେଁ। ଭାରତ ସରକାର କୋଟି କୋଟି ସଂଖ୍ୟାରେ ଗରିବଙ୍କ ପାଇଁ ଘର ତିଆରି କରୁଛନ୍ତି। ଘରେ ନଳ ମାଧ୍ୟମରେ ଜଳ ଦେଉଛନ୍ତି। ବିଜୁଳିର କନେକ୍‌ସନ ଦେଉଛନ୍ତି। ମା-ଭଉଣୀଙ୍କ ବିନା ଧୁଆଁରେ ଖାଦ୍ୟ ପ୍ରସ୍ତୁତିର ସୁବିଧା ଯେପରି ମିଳିବ ସେଥିପାଇଁ ଉଜ୍ଜ୍ବଳା ସିଲିଣ୍ଡର ମଧ୍ୟ ଉପଲବ୍ଧ କରାଯାଉଛି। ଏହି ସୁବିଧା ମଧ୍ୟରେ ଆମକୁ ଏହା ସୁନିଶ୍ଚିତ କରିବା ଉଚିତ୍ ଯେ ଆମେ ଆମର ଘରେ ଏଲଇଡି ବଲବର ବ୍ୟବହାର କରିବୁ। ଆଉ ଗୋଟିଏ କଥା ହେଉଛି ଆମେ କୌଣସି ଭାବରେ ପାଣି ନଷ୍ଟ ହେବାକୁ ଦେବୁ ନାହିଁ। ଆପଣ ମଧ୍ୟ ଜାଣିଛନ୍ତି କିଛି ଲୋକ କଣ କରନ୍ତି। ବାଥରୁମର ବାଲଟି ଓଲଟା ରଖି ଦିଅନ୍ତି। ନଳକୁ ଚାଲୁ ରଖି ଦିଅନ୍ତି। ସକାଳୁ ଛଅ ଟାରେ ଯଦି ଉଠିବାକୁ ଅଛି ତେବେ ଏହା ଯେପରି ଆଲାରାମର କାମ କରିବ, ପାଣି ଆସିଲେ ବାଲ୍‌ଟିରୁ ଶବ୍ଦ ଆସିବ। ଏହା ବୁଝିବା ଆବଶ୍ୟକ ଯେ ପାଣିର ସଞ୍ଚୟ ବହୁତ ଜରୁରୀ। ବିଦ୍ୟୁତର ସଞ୍ଚୟ କରିବା ବହୁତ ଆବଶ୍ୟକ। ଏହା ସହିତ ଆମର ପରିବେଶକୁ ସଫା ସୁତୁରା ରଖିବା ଉଚିତ୍। ଆମର କଲୋନୀ ସ୍ବଚ୍ଛ ଓ ସୁନ୍ଦର ରହିବ, ସ୍ବଚ୍ଛତାର ବାତାବରଣ ରହିବ ଏବଂ ମୁଁ ତ କହିବି ଆପଣ ମଧ୍ୟ ନିଜର କଲୋନୀରେ ଟାୱାର ଟାୱାର ମଧ୍ୟରେ ପ୍ରତିଯୋଗୀତା କରନ୍ତୁ। ପ୍ରତି ମାସରେ ଦେଖାଯିବ ଯେ କେଉଁ ଟାୱାର ସବୁଠାରୁ ଅଧିକ ସ୍ବଚ୍ଛ ରହିଛି। ବସ୍ତି ଗୁଡ଼ିକ ବିଷୟରେ ଯେଉଁ ଭଳି ଧାରଣା ରଖା ଯାଇଛି ଓ ଏଠାରେ ଯେଉଁ ଭଳି ଅପରିଷ୍କାର ଦେଖାଯାଏ , ଏବେ ଆମର ଦାୟୀତ୍ବ ହେଉଚି ଏହାକୁ ସମାପ୍ତ କରିବା ଓ ଆମର ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା। ମୋର ବିଶ୍ବାସ ରହିଛି, ଆପଣ ସମସ୍ତେ ଦିଲ୍ଲୀ ଓ ଦେଶର ବିକାଶରେ ଏହି ଯାତ୍ରାକୁ ଅଟକି ନଯାଇ ଆଗକୁ ବଢ଼ାଇବେ। ଏହି ବିଶ୍ବାସ ସହିତ, ଆପଣ ସଭିଙ୍କୁ ପୁଣି ଥରେ ବହୁତ ବହୁତ ଶୁଭକାମନା, ବହୁତ ବହୁତ ଅଭିନନ୍ଦନ! ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Auto sector reports strong sales momentum; SUVs and exports drive growth across industry

Media Coverage

Auto sector reports strong sales momentum; SUVs and exports drive growth across industry
NM on the go

Nm on the go

Always be the first to hear from the PM. Get the App Now!
...
First Deputy PM of Russia Denis Manturov calls on PM Modi
April 02, 2026
First Deputy PM Manturov briefs PM on progress in trade, fertilizers, connectivity and people-to-people ties
PM recalls the successful visit of President Putin to India in December 2025
PM expresses satisfaction at the sustained efforts towards implementation of the Summit outcomes
PM extends warm greetings to President Putin

The First Deputy Prime Minister of the Russian Federation, H.E. Denis Manturov, called on Prime Minister Shri Narendra Modi today.

First Deputy PM Manturov briefed PM on the progress in various areas of mutually beneficial cooperation, including trade and economic partnership, fertilizers, connectivity and people-to-people ties.

PM recalled the successful visit of President Putin to India in December 2025 for the 23rd India-Russia Annual Summit.

He expressed satisfaction at the sustained efforts being made by both sides towards implementation of the outcomes from the Annual Summit, aimed at further strengthening the India- Russia Special and Privileged Strategic Partnership.

PM extended warm greetings to President Putin and said that he looked forward to their continued exchanges.