ସମବାୟ ବିପଣନ ପାଇଁ ଇ-କମର୍ସ ୱେବସାଇଟ୍‌ର ଇ-ପୋର୍ଟାଲ ଏବଂ ସମବାୟ ସମ୍ପ୍ରସାରଣ ଓ ପରାମର୍ଶ ସେବା ପୋର୍ଟାଲକୁ ମଧ୍ୟ କଲେ ଶୁଭାରମ୍ଭ
“ସମବାୟ ଭାବନା ସବକା ପ୍ରୟାସର ବାର୍ତ୍ତା ଦେଇଥାଏ”
“ଚାଷୀଙ୍କୁ ଶସ୍ତା ଦରରେ ସାର ଯୋଗାଇ ଦେବା ଦ୍ୱାରା ଏକ ଗ୍ୟାରେଣ୍ଟୀ କିପରି ଯୋଗାଇ ଦିଆଯାଏ ଏବଂ ଚାଷୀଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି କିଭଳି ବ୍ୟାପକ ପ୍ରୟାସ ଆବଶ୍ୟକ ତାହା ସ୍ପଷ୍ଟ ହୋଇଛି”
“ସରକାର ଓ ସହକାର (ସରକାର ଓ ସମବାୟ) ମିଶି ବିକଶିତ ଭାରତର ସ୍ୱପ୍ନକୁ ଦୁଇଗୁଣ ମଜବୁତ କରିବେ”
“ସମବାୟ କ୍ଷେତ୍ର ପାରଦର୍ଶିତା ଏବଂ ଦୁର୍ନୀତିମୁକ୍ତ ପ୍ରଶାସନର ମଡେଲ ହେବା ଅପରିହାର୍ଯ୍ୟ”
“ଏଫପିଓଗୁଡ଼ିକ କ୍ଷୁଦ୍ର ଚାଷୀଙ୍କୁ ସଶକ୍ତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିବେ । ବଜାରରେ ଛୋଟ ଚାଷୀଙ୍କୁ ବଡ଼ ଶକ୍ତିରେ ପରିଣତ କରିବା ଲାଗି ଏଗୁଡ଼ିକ ହେଉଛି ଏକ ମାଧ୍ୟମ”
“ଆଜି ରାସାୟନିକ ମୁକ୍ତ ପ୍ରାକୃତିକ କୃଷି ସରକାରଙ୍କ ଏକ ପ୍ରମୁଖ ପ୍ରାଥମିକା ପାଲଟିଛି”

ମନ୍ତ୍ରିମଣ୍ଡଳର ମୋର ସହକର୍ମୀ ଶ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ସମବାୟ ୟୁନିୟନର ସଭାପତି ଶ୍ରୀ ଅମିତ ସଂଘାନୀ, ଡକ୍ଟର ଚନ୍ଦ୍ରପାଲ ସିଂହ ଯାଦବ, ଦେଶର ବିଭିନ୍ନ କୋଣ ଅନୁକୋଣରୁ ଯୋଡ଼ି ହୋଇଥିବା ସମବାୟ ସଂଘର ସମସ୍ତ ସଦସ୍ୟ, ଆମର କୃଷକ ଭାଇ ଓ ଭଉଣୀମାନେ, ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ, ମହିଳାଏବଂ ଭଦ୍ର ବ୍ୟକ୍ତିମାନେ, ଆପଣ ସମସ୍ତଙ୍କୁ ୧୭ତମ ଭାରତୀୟ ସମବାୟ ମହାସମ୍ମିଳନୀକୁ ଅନେକ ଅନେକ ଅଭିନନ୍ଦନ । ମୁଁ ଆପଣ ସମସ୍ତଙ୍କୁ ଏହି ସମ୍ମିଳନୀକୁ ସ୍ୱାଗତ କରୁଛି, ଅଭିନନ୍ଦନ ଜଣାଉଛି ।

ସାଥୀମାନେ,

ଆଜି ଆମ ଦେଶ,ଏକ ବିକଶିତ ଏବଂ ଆତ୍ମନିର୍ଭରଶୀଳ ଭାରତର ଲକ୍ଷ୍ୟ ଉପାରେ କାର୍ଯ୍ୟ କରୁଛି । ଏବଂ ମୁଁ ଲାଲକିଲ୍ଲାରୁ କହିଛି, ଆମର ପ୍ରତ୍ୟେକ ଲକ୍ଷ୍ୟ ହାସଲ କରିବା ପାଇଁ ସମସ୍ତଙ୍କର ଉଦ୍ୟମ ଆବଶ୍ୟକ ଏବ ସହଯୋଗର ଉତ୍ସାହ ମଧ୍ୟ ସମସ୍ତଙ୍କ ଉଦ୍ୟମର ବାର୍ତ୍ତା ଦେଇଥାଏ । ଆଜି, ଯଦି ଆମେ ଦୁନିଆରେ ଦୁଗ୍ଧ ଉତ୍ପାଦନରେ ବିଶ୍ୱରେ ଏକ ନମ୍ବର ସ୍ଥାନରେ ଅଛୁ, ତେବେ ଏଥିରେ ଦୁଗ୍ଧ ସମବାୟ ସମିତିର ବହୁତ ବଡ଼ ଅବଦାନ ରହିଛି । ଭାରତ ଯଦି ଚିନି ଉତ୍ପାଦନକାରୀ ଦେଶମାନଙ୍କ ମଧ୍ୟରୁ ଅନ୍ୟତମ, ତେବେ ଏଥିରେ ମଧ୍ୟ ସମବୟ ସମିତିର ଏକ ବଡ଼ ଅବଦାନ ରହିଛି । ଦେଶର ଏକବଡ଼ ଭାଗରେ ସମବାୟ ସମିତି, କ୍ଷୁଦ୍ରଚାଷୀଙ୍କ ପାଇଁ ଏକ ବଡ଼ ସମ୍ବଳ ହୋଇ ପାରିଛି । ଦୁଗ୍ଧ ପରି ସମବାୟ କ୍ଷେତ୍ରରେ ଆମର ମା’ଏବଂ ଭଉଣୀମାନଙ୍କର ପ୍ରାୟ ୬୦ ପ୍ରତିଶତ ଭାଗିଦାରୀ ରହିଛି । ତେଣୁ, ଯେତେବେଳେ ଏକ ବିକଶିତ ଭାରତ ପାଇଁ ବଡ଼ ଲକ୍ଷ୍ୟର କଥା ଆସିଲା, ସେତେବେଳେ ଆମେ ସମବାୟ ସମତିକୁ ଏକ ବଡ଼ଧରଣ ନିଷ୍ପତ୍ତି ନେବାକୁ ସ୍ଥିର କଲୁ । ପ୍ରଥମ ଥର, ଯାହା ଅମିତ ଭାଇ ବର୍ତ୍ତମାନ ବିସ୍ତୃତ ଭାବରେ ବର୍ଣ୍ଣନା କରି କହିଲେ, ଯେ ପ୍ରଥମ ଥର ପାଇଁ ଆମେ ସମବାୟ ସମିତି ପାଇଁ ଏକ ପୃଥକ ମନ୍ତ୍ରଣାଳୟ ଗଠନ କରିଛୁ, ଏକ ପୃଥକ ବଜେଟ ପାଇଁ ମଧ୍ୟ ବ୍ୟବସ୍ଥା କରିଛୁ । ଆଜି ସମବାୟ ସମିତିକୁ ସମାନ ସୁବିଧା ଏବଂ କର୍ପୋରେଟ କ୍ଷେତ୍ର ପାଇଁ ଉପଲବ୍ଧ ସମାନ ପ୍ଲାଟଫର୍ମ ଯୋଗାଇ ଦିଆଯାଉଛି । ସମବାୟ ସମିତିର ଶକ୍ତି ବୃଦ୍ଧି କରିବାକୁ, ସେମାନଙ୍କ ପାଇଁ ଟିକସ ହାର ମଧ୍ୟ ହ୍ରାସ କରାଯାଇଛି । ସମବାୟ କ୍ଷେତ୍ର ସହିତ ଜଡ଼ିତ ମଧ୍ୟ ସମସ୍ୟାଗୁଡ଼ିକ ବର୍ଷ ବର୍ଷ ଧରି ବିଚାରାଧୀନ ଥିଲା। ତାହାକୁ ବର୍ତ୍ତମାନ ଦ୍ରୁତ ଗତିରେ ସମାଧାନ କରାଯାଉଛି । ଆମ ସରକାର ସହଯୋଗୀ ବ୍ୟାଙ୍କଗୁଡ଼ିକୁ ମଧ୍ୟ ମଜବୁତ କରିଛନ୍ତି । ସମବାୟ ବ୍ୟାଙ୍କଗୁଡ଼ିକ ପାଇଁ ନୂତନ ଶାଖା ଖୋଲିବା ହେଉ, ଲୋକଙ୍କ ଘରେ ବ୍ୟାଙ୍କିଂ ସେବା ଯୋଗାଇ ଦେବା ସୁବିଧା ହେଉ, ସେଥିପାଇଁ ନିୟମଗୁଡ଼ିକୁ ସହଜ କରାଯାଇଛି ।

ସାଥୀମାନେ,

ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ କୃଷକ ଭାଇ ଓ ଭଉଣୀମାନେ ଯୋଡ଼ି ହୋଇଛନ୍ତି । ଗତ ବର୍ଷ ମଧ୍ୟରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକର ପରିବର୍ତ୍ତନ ହୋଇଛି, ନିଷ୍ପତ୍ତି ନିଆଯାଇଛି, ତାହା ଦ୍ୱାରା କ’ଣ ପରିବର୍ତ୍ତନ ଆସିଛି ଏହାପଣ ଅନୁଭବ କରିପାରୁଥିବେ । କୃଷକମାନେ କହୁଥିବେ ଯେ ସେମାନଙ୍କ ଠାରୁ ବହୁତ କମ ସାହାଯ୍ୟ ମିଳୁଥିଲା । ଏବଂ ଯାହା କିଛି ସାମାନ୍ୟ ସାହାଯ୍ୟ ମିଳୁଥିଲା, ତାହା ମଧ୍ୟସ୍ଥିମାନଙ୍କ ଆକାଉଣ୍ଟକୁ ଯାଉଥିଲା । ଦେଶର କ୍ଷୁଦ୍ର ଏବଂ ମଧ୍ୟମ କୃଷକମାନେ ସରକାରୀ ଯୋଜନାର ଲାଭରୁ ବଞ୍ଚôତ ହେଉଥିଲେ । ଗତ ନଅ ବର୍ଷ ମଧ୍ୟରେ ଏହି ଅବସ୍ଥା ସମ୍ପୂର୍ଣ୍ଣ ବଦଳିଯାଇଛି । ଆଜି ଦେଖନ୍ତୁ କୋଟି କୋଟି କ୍ଷୁଦ୍ର କୃଷକମାନଙ୍କୁ ପିଏମ କିଷାନ ସମ୍ମାନ ନିଧି ପାଇ ପାରିଛନ୍ତି । ଆଉ କେହି ମଧ୍ୟସ୍ଥି ନାହାନ୍ତି, କୌଣସି ଠକ ହିତାଧିକାରୀ ନାହାନ୍ତି । ଗତ୪ ବର୍ଷ ମଧ୍ୟରେ ଏହି ଯୋଜନା ଅଧିନରେ ଅଢ଼େଇ ଲକ୍ଷ କୋଟି ଟଙ୍କା ଆପଣ ସମସ୍ତେ ସମବାୟ କ୍ଷେତ୍ରର ନେତୃତ୍ୱ ନେଉଥିବା ଲୋକ ଅଟନ୍ତି, ମୁଁ ଆଶା କରୁଛି ଯେ ଆପଣ ଏହି ଆକଳନକୁ ଧ୍ୟାନ ଦେବେ, ଅଢ଼େଇ ଲକ୍ଷ କୋଟି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି । ଏହି ପରିମାଣ କେତେ ବଡ଼ ଅଟେ, ଯଦି ମୁଁ ଏହାକୁ ଅନ୍ୟ ସଂଖ୍ୟାର ପରିମାଣ ସହିତ ତୁଳନା କରିବି ତେବେ ଆପଣମାନେ ସହଜରେ ଅନୁମାନ କରିବାରେ ସମର୍ଥ ହେବେ । ଯଦି ଆମେ ୨୦୧୪ ପୂର୍ବରୁ ୫ ବର୍ଷର ସମୁଦାୟ କୃଷି ବଜେଟ, କୃଷି ବଜେଟ ଯୋଡ଼ିବା ତେବେ ଏହା ୯୦ ହଜାର କୋଟିରୁ କମ, ୯୦ ହଜାରରୁ କମ ଥିଲା। ତାହା ହେଉଛି, ସେତେବେଳେ ସମଗ୍ର ଦେଶର କୃଷି ପ୍ରଣାଳୀରେ ପ୍ରାୟ ୩ ଗୁଣ ଖର୍ଚ୍ଚ ହୋଇଛି, ଆମେ କେବଳ ଗୋଟିଏ ଯୋଜନାରେ ଅର୍ଥାତ, ପିଏମ କିଷାନ ସମ୍ମାନ ନିଧି ପାଇଁ ଖଚ୍ଚ କରିଛୁ ।

ସାଥୀମାନେ,

ବିଶ୍ୱରେ ନିରନ୍ତର ଭାବେ ମହଙ୍ଗା ହେଉଥିବା ଖାଦ୍ୟପଦାର୍ଥ, ସାର ଏବଂ ରାସାୟନିକ ପଦାର୍ଥର ଭାଗଚାଷୀଙ୍କ ଉପରେ ଯେପରି ନ ପଡ଼େ, ଏହାର ମଧ୍ୟ ଗ୍ୟାରେଣ୍ଟି ଏବଂ ଏହା ମୋଦୀଙ୍କ ଗ୍ୟାରେଣ୍ଟି, କେନ୍ଦ୍ରରେ ଥିବା ବିଜେପି ସରକାର ଆପଣଙ୍କୁ ଏହି ଗ୍ୟାରେଣ୍ଟି ଦେଇଛନ୍ତି । ଆଜି ଚାଷୀମାନଙ୍କୁ ୟୁରିଆ, ଗୋଟିଏ ବ୍ୟାଗ୍ ପିଛା ପ୍ରାୟ ୨୭୦ ଟଙ୍କାରୁ କମ୍ ମୂଲ୍ୟରେ ୟୁରିଆ ବ୍ୟାଗ ମିଳିପାରୁଛି । ଏହି ବ୍ୟାଗ ବାଂଲାଦେଶରେ ୭୨୦ ଟଙ୍କା, ପାକିସ୍ତାନରେ ୮୦୦ ଟଙ୍କା, ଚାଇନାରେ ୨୧୦୦ଟଙ୍କାରେ ଉପଲବ୍ଧ । ଏବଂ ଭାଇ ଓ ଭଉଣୀମାନେ, ଆମେରିକା ପରି ଏକ ବିକଶିତ ଦେଶରେ କୃଷକମାନେ ୩୦୦୦ ହଜାର ଟଙ୍କାରୁ ଅଧିକ ମୂଲ୍ୟରେ ସମାନ ପରିମାଣର ୟୁରିଆ ପାଇଛନ୍ତି । ମୋତେ ଲାଗୁନାହିଁ ଯେ ଆପଣଙ୍କର ଏହି କଥାଗଳାରୁ ତଳକୁ ଖସୁଛି । ଯେ ପର୍ଯ୍ୟନ୍ତ ଆମେ ଏହି ପାର୍ଥକ୍ୟକୁ ବୁଝି ପାରୁନାହୁଁୂ, ସବୁ ପରେ ଗ୍ୟାରେଣ୍ଟି କ’ଣ, ଯଦି କୃଷକମାନଙ୍କୁ ଦେଖିବା ତେବେ ଗତ ୯ ବର୍ଷ ମଧ୍ୟରେ କେବଳ ସାର ସବସିଡି ଉପରେ, ମୁଁ କେବଳ ସବସିଡିଯୁକ୍ତ ସାର ବିଷୟରେ କହୁଛି । ବିଜେପି ସରକାର ୧୦ ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ଏହାଠାରୁ ବଡ଼ ଗ୍ୟାରେଣ୍ଟି କ’ଣ ଅଛି ଭାଇ?

ସାଥୀମାନେ,

କୃଷକମାନଙ୍କୁ ସେମାନଙ୍କ ଫସଲ ପାଇଁ ଉଚିତ ମୂଲ୍ୟ ମିଳୁ, ଏହାକୁ ନେଇ ଆମ ସରକାର ଆମ ସରକାର ଆରମ୍ଭରୁ ଅତ୍ୟନ୍ତ ଗମ୍ଭୀର ଥିଲେ । ଗତ ୯ ବର୍ଷ ମଧ୍ୟରେ ଏମଏସପିକୁ ବୃଦ୍ଧି କରି ଏମଏସପି ଉପରେ କ୍ରୟ କର, ୧୫ ଲକ୍ଷ କୋଟିରୁ ଅଧିକ ଟଙ୍କା କୃଷକମାନଙ୍କୁ ପ୍ରଦାନ କରାଯାଇଛି । ଅର୍ଥାତ, ଯଦି ଆମେ ହିସାବ କରିବା, ପ୍ରତିବର୍ଷ କେନ୍ଦ୍ର ସମୁଦାୟ କୃଷି ଏବଂ କୃଷକମାନଙ୍କ ପାଇଁ ସାଢ଼େ ୬ ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରୁଛନ୍ତି । ଯାହାର ଅର୍ଥ ହେଉଛି ପ୍ରତିବର୍ଷ ସରକାର ପ୍ରତ୍ୟେକ ଚାଷୀଙ୍କୁୂ କୌଣସି ଭାବରେ ହାରହାରି ୫୦ ହଜାର ଟଙ୍କା ଯୋଗାଉଛନ୍ତି । ଅର୍ଥାତ ବିଜେପି ସରକାରରେ କୃଷକମାନଙ୍କୁ ବିଭିନ୍ନ ଉପାୟରେ ପ୍ରତିବର୍ଷ ୫୦ ହଜାର ଟଙ୍କା ପାଇବାକୁ ନିଶ୍ଚିତ କରଯାଇଛି । ଏହା ହେଉଛି ମୋଦୀଙ୍କ ଗ୍ୟାରେଣ୍ଟି । ଏବଂ ମୁଁ ଯାହା କରିଛି ତାହା କହୁଛି, ପ୍ରତିଶ୍ରୁତି କଥା କହୁନାହିଁ ।

ସାଥୀମାନେ,

କୃଷକ ବନ୍ଧୁତ୍ୱପୂର୍ଣ୍ଣ ଉପାୟ ଅବ୍ୟାହତ ରଖିବାକୁ ଯାଇ କିଛିଦିନ ପୂର୍ବରୁ ଆଉ ଏକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ୩ ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । କେବଳ ଏତିକି ନୁହେଁ, ଆଖୁ ଚାଷୀଙ୍କ ପାଇଁ ଉଚିତ ଏବଂ ଦରମା ମୂଲ୍ୟ ବର୍ତ୍ତମାନ କ୍ୱିଣ୍ଟାଲ ପିଛା ୩୧୫ ଟଙ୍କା ହୋଇଛି । ଏହାଦ୍ୱାରା ୫ କୋଟିରୁ ଅଧିକ ଆଖୁ ଚାଷୀ ଏବଂ ଚିନି କାରଖାନାରେ କାର୍ଯ୍ୟ କରୁଥିବା ଲକ୍ଷଲକ୍ଷ ଶ୍ରମିକ ସିଧାସଳଖ ଉପକୃତ ହେବେ ।

ସାଥୀମାନେ,

ଅମୃତ କାଳରେ ଦେଶର ଗ୍ରାମ, ଦେଶର କୃଷକଙ୍କ ସାମର୍ଥ୍ୟକୁ ବଢ଼ାଇବା ଦିଗରେ ଦେଶର ସମବାୟ କ୍ଷେତ୍ରର ଭୂମିକା ବହୁତ ବଡ଼ହେବାକୁ ଯାଉଛି । ସରକାର ଏବଂ ସମବାୟ ସମିତି ଏକ ବିକଶିତ, ଆତ୍ମନିର୍ଭରଶୀଳ ଭାରତର ସମାଧାନ ପାଇଁ ଦ୍ୱିଗୁଣ ଶକ୍ତି ଦେବେ । ଆପଣ ଦେଖନ୍ତୁ, ଡିଜିଟାଲ ଇଣ୍ଡିଆ ସହିତ ସରକାର ସ୍ୱଚ୍ଛତା ବୃଦ୍ଧି କରିଛନ୍ତି, ପ୍ରତ୍ୟେକ ହିତାଧିକାରୀଙ୍କୁ ପ୍ରତ୍ୟକ୍ଷ ଲାଭ ପ୍ରଦାନ କରାଯାଇଛି । ଆଜି ମଧ୍ୟ ଦେଶର ଗରିବ ଲୋକମାନେ ବିଶ୍ୱାସ କରୁଛନ୍ତି ଯେ ଉପର ସ୍ତରରୁ ଦୁର୍ନୀତି ଏବଂ ପରିବାରବାଦ ଶେଷ ହୋଇଛି । ବର୍ତ୍ତମାନ, ଯେତେବେଳେ ସମବାୟକୁ ଏତେ ପ୍ରୋତ୍ସାହନ ଦିଆଯାଉଛି, ସେତେବେଳେ ଏହା ଆବଶ୍ୟକ ଯେ ସାଧାରଣ ଲୋକ, ଆମର କୃଷକ, ଆମର ଗୋରୁପାଳକ ମଧ୍ୟ ସେମାନଙ୍କର ଦୈନନ୍ଦୀନ ଜୀବନରେ ଏହିସବୁ ଅନୁଭବ କରିବା ଉଚି୍ତ । ଏବଂ ସମାନ କହିବା ଉଚିତ । ସମବାୟ କ୍ଷେତ୍ର ସ୍ୱଚ୍ଛତା ଏବଂ ଦୁର୍ନୀତିମୁକ୍ତ ଶାସନର ଏକ ମଡେଲ ହେବା ଆବଶ୍ୟକ । ସମବାୟ ସମିତି ଉପରେ ଦେଶର ସାଧରଣ ନାଗରିକଙ୍କ ବିଶ୍ୱାସ ଅଧିକ ଶକ୍ତିଶାଳୀ ହେବା ଉଚିତ । ଏଥିପାଇଁ ଏହା ଆବଶ୍ୟକ ଯେ, ଯଥାସମ୍ଭବ ସମବାୟ ସମିତିରେ ଡିଜିଟାଲ ସିଷ୍ଟମକୁ ପ୍ରୋତ୍ସାହିତ କରାଯିବା ଉଚିତ । ଆମକୁ ନଗର କାରବାର ଉପରେ ନିର୍ଭରଶୀଳତାକୁ ଶେଷ କରିବାକୁ ପଡ଼ିବ । ଏଥିପାଇଁ, ଯଦି ଆପଣ ଏକ ଅଭିଯାନ ଚଳାଇ ଉଦ୍ୟମ କରିବେଏବଂ ଆପଣ ସମସ୍ତେ ସମବାୟ କ୍ଷେତ୍ରର ଲୋକ, ମୁଁ ଆପଣଙ୍କ ପାଇଁ ବହୁତ ଭଲ କାମ କରିଛି, ଆପଣଙ୍କୁ ଏକ ମନ୍ତ୍ରଣାଳୟ ଦେଇଛି ।ବର୍ତ୍ତମାନ ଆପଣ ମୋ ପାଇଁ ଏକ ବଡ଼ କାମ କରନ୍ତୁ, ଡିଜିଟାଲ ଯୁଗକୁ ଯିବା, ନଗଦିବହୀନ, ସମ୍ପୂର୍ଣ୍ଣସ୍ୱଚ୍ଛତା ଆଡ଼କୁ ଯିବା । ଯଦି ଆମେ ସମସ୍ତେ ଏକାଠି ମିଶି ଉଦ୍ୟମ କରିବା ତେବେ ଆମେ ନିଶ୍ଚିତ ଶୀଘ୍ର ସଫଳତା ପାଇବା । ଆଜି ଡିଜିଟାଲ କାରବାର ପାଇଁ ଭାରତ ବିଶ୍ୱରେ ପରିଚିତ ।ଏଭଳି ପରିସ୍ଥିତିରେ ସମବାୟ ସମିତି ଏବଂ ସମବାୟ ବ୍ୟାଙ୍କଗୁଡ଼ିକୁ ମଧ୍ୟ ଏଥିରେ ଆଗେଇ ନେବାକୁ ପଡ଼ିବ । ଏହା ସହିତ ସ୍ୱଚ୍ଛତାର ସହିତ ବଜାରେରେ ଆପଣଙ୍କ ଦକ୍ଷତା ମଧ୍ୟ ବୃଦ୍ଧିପାଇବ ଏବଂ ଉତ୍ତମ ପ୍ରତିସ୍ପର୍ଦ୍ଧା ମଧ୍ୟ ସମ୍ଭବ ହୋଇପାରିବ ।

ସାଥୀମାନେ,

ପ୍ରାଥମିକ ସ୍ତରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମବାୟ ସମିତି ଅର୍ଥାତ ପ୍ୟାକ୍ସ, ବର୍ତ୍ତମାନ ପାରଦର୍ଶିତାଏବଂ ଆଧୁନିକତାର ଏକ ମଡେଲ ହେବ । ମୋତେ କୁହାଯାଇଛି ଯେ ଏପର୍ଯ୍ୟନ୍ତ ୬୦ ହଜାରରୁ ଅଧିକ ପ୍ୟାକ୍ସର କମ୍ପୁ୍ୟଟରୀକରଣ କରାଯାଇସାରିଛି । ଏବଂ ମୁଁ ଏଥିପାଇଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି । କିନ୍ତୁ ଏହା ଅତ୍ୟନ୍ତ ଆବଶ୍ୟକ ଯେ ସମବାୟ ସମିତିଗୁଡ଼ିକ ମଧ୍ୟ ସେମାନଙ୍କର କାର୍ଯ୍ୟକୁ ଉନ୍ନତ ମାନ କରନ୍ତୁ ଏବଂ ଟେକ୍ନୋଲୋଜିର ବ୍ୟବହାର ଉପରେ ଗୁରୁତ୍ୱ ଦିଅନ୍ତୁ ।ଯେତେତେବେଳେ ସମବାୟ ସମିତିର ପ୍ରତ୍ୟେକ ସ୍ତର ମୂଳ ବ୍ୟାଙ୍କିଙ୍ଗ ଭଳି ଏକ ବ୍ୟବସ୍ଥା ଗ୍ରହଣ କରିବ, ସେତେବେଳେ ସଦସ୍ୟମାନେ ଶତ ପ୍ରତିଶତ ଅନଲାଇନ କାରବାର ଗ୍ରହଣ କରିବେ, ସେତେବେଳେ ଏହା ଦେଶ ପାଇଁ ବହୁତ ଲାଭଦାୟକ ହେବ ।

ସାଥୀମାନେ,

ଆଜି ଆପଣ ଏହା ମଧ୍ୟ ଦେଖୁଛନ୍ତି ଯେ, ଭାରତର ରପ୍ତାନୀକ୍ରମାଗତଭାବରେ ନୂତନ ରେକର୍ଡ ସୃଷ୍ଟି କରୁଛି । ମେକ୍ ଇନ୍ ଇଣ୍ଡିଆକୁ ଆଜି ସାରା ବିଶ୍ୱରେ ଆଲୋଚନା କରାଯାଉଛି । ଏଭଳି ପରିସ୍ଥିତିରେ ଆଜି ସରକାରଙ୍କ ପ୍ରୟାସ ଯୋଗୁ ସମବାୟ ସମିତି ମଧ୍ୟ ଏହି କ୍ଷେତ୍ରରେ ସେମାନଙ୍କର ଅବଦାନ ବୃଦ୍ଧି କରିବା ଆବଶ୍ୟକ । ଏହି ଉଦେଶ୍ୟ ସହିତ, ଆଜି ଆମେ ଉପାଦାନ ସହିତ ଜଡ଼ିତ ସମବାୟ ସମିତିକୁ ବିଶେଷ ଭାବରେ ପ୍ରୋତ୍ସାହିତ କରୁଛୁ । ବର୍ତ୍ତମାନ ସେମାନଙ୍କ ପାଇଁ ଟ୍ୟାକ୍ସ ମଧ୍ୟ ବହୁତ ହ୍ରାସ କରାଯାଇଛି । ରପ୍ତାନୀ ବୃଦ୍ଧିରେ ସମବାୟ କ୍ଷେତ୍ର ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ଆମର ସମବାୟ ସମିତି ଦୁଗ୍ଧ କ୍ଷେତ୍ରରେ ଏକ ଚମକ୍ରାର କାର୍ଯ୍ୟ କରୁଛି । କ୍ଷୀର ପାଉଡର, ବଟର ଏବଂ ଘିଅ ଆଦି ବହୁ ପରିମାଣରେ ରପ୍ତାନୀ ହେଉଛି । ବର୍ତ୍ତମାନ ବୋଧହୁଏ ମହୁ ମଧ୍ୟ ପ୍ରବେଶ କରିଛି । ଆମର ଗାଁ ଏବଂ ଗ୍ରାମାଞ୍ଚଳରେ ଶକ୍ତିର ଅଭାବ ନାହିଁ । କିନ୍ତୁ ଆମକୁ ମିଠାର ସହିତ ଆଗକୁ ବଢ଼ିବାକୁ ପଡ଼ିବ । ଆଜି ଆପଣ ଦେଖିଥବେ, ଭାରତର କଠିନ ଶସ୍ୟ, ମିଲେଟ, ଯାହାର ପରିଚୟ ବିଶ୍ୱରେ ପରିଚୟ । ଶ୍ରୀଅନ୍ନ, ଶ୍ରୀଅନ୍ନ ବିଷୟରେ ଆଲୋଚନା ମଧ୍ୟ ବହୁତ ବୃଦ୍ଧି ପାଇଛି ।ଏଥିପାଇଁ ବିଶ୍ୱରେ ଏକ ନୂତନ ବଜାର ସୃଷ୍ଟି ହେଉଛି । ଏବଂ ମୁଁ ବର୍ତ୍ତମାନ ଆମେରିକା ଯାଇଥିଲି, ସେଠାରେ ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ଭୋଜିରେ ବିଭିନ୍ନ ପ୍ରକାରର ଶସ୍ୟ ଶ୍ରୀ ଅନ୍ନକୁ ରଖାଯାଇଥିଲା । ଭାରତ ସରକାରଙ୍କ ପଦକ୍ଷେପ ଯୋଗୁ ଏହି ବର୍ଷସାରା ବିଶ୍ୱରେ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ପାଳନ କରାଯାଉଛି । ଆପଣମାନଙ୍କ ଭଳି ସମବାୟ ଅଂଶୀଦାରମାନେ ଦେଶର ଖାଦ୍ୟଶସ୍ୟକୁ ବିଶ୍ୱବଜାରକୁ ନେବା ପାଇଁ ଉଦ୍ୟମ କରିପାରିବେ ନାହିଁ? ଏହିଏହି କ୍ଷୁଦ୍ର କୃଷକମାନଙ୍କ ସହିତ ଏକ ବଡ଼ ରୋଜଗାରର ଉତ୍ସ ମିଳିପାରିବ । ଏହାଦ୍ୱାରା ପୁଷ୍ଟିକର ଖାଦ୍ୟର ଏକ ନୂତନ ପରମ୍ପରା ଆରମ୍ଭ ହେବ । ଆପଣ ନିଶ୍ଚିତ ଭାବେ ଏହି ଦିଗରେ ପ୍ରୟାସ ଆରମ୍ଭ କରିବେ ଏବଂ ସରକାରଙ୍କ ଉଦ୍ୟମକୁ ଆଗକୁ ବଢ଼ାଇବେ ।

ସାଥୀମାନେ,

ଗତ ବର୍ଷମାନଙ୍କରେ ଆମେ ଦେଖାଇଛୁ ଯେଯେତେବେଳେ ଇଚ୍ଛା ଶକ୍ତିଥିବ, ସେତେବେଳେ ମଧ୍ୟସବୁଠୁ ବଡ଼ ଚାଲେଞ୍ଜକୁ ଆହ୍ୱାନ କରାଯାଇ ପାରେ । ଯେପରି ମୁଁ ଆପଣଙ୍କ ସହିତ ଆଖୁ-ସମବାୟ ସମିତି ବିଷୟରେ କଥାହେବି । ଏକ ସମୟ ଥିଲା, ଯେତେବେଳେ କୃଷକମାନେ ଆଖୁ ପାଇଁକମ୍ ମୂଲ୍ୟ ପାଉଥିଲେ ଏବଂ ଟଙ୍କା ମଧ୍ୟ ସବୁ ବର୍ଷଭଳି ଅଟକି ରହିଥିଲା । ଆଖୁ ଉତ୍ପାଦନ ବୃଦ୍ଧି ହେଲେ ମଧ୍ୟ ଚାଷୀମାନେଅସୁବିଧାରେ ଜୀବନ ବିତାଉଥିଲେ ଏବଂ ଆଖୁ ଉତ୍ପାଦନ ହ୍ରାସ ହୋଇଥିଲେ ମଧ୍ୟ ଚାଷୀଙ୍କ ସମସ୍ୟା ଆହୁରି ବଢ଼ି ଯାଇଥିଲା । ଏଭଳି ପରିସ୍ଥିତିରେ ସମବାୟ ସମିତିରେ ଆଖୁ ଚାଷୀଙ୍କବିଶ୍ୱାସ ଏବଂ ଭରସା ଶେଷ ହୋଇ ଯାଉଥିଲା । ଏହି ସମସ୍ୟାର ସ୍ଥାୟୀ ସମାଧାନ ଉପରେ ଆମେ ଧ୍ୟାନ ଦେଇଥିଲୁ । ଆଖୁ ଚାଷୀଙ୍କ ପୁରୁଣା ଦେୟ ସଫା କରିବାକୁ ଆମେ ଚିନି ମିଲକୁ ୨୦ ହଜାର କୋଟି ଟଙ୍କାର ପ୍ୟାକେଜ ଦେଇଥିଲୁ । ଆଖୁରୁ ଇଥାନଲ ତିଆରି ଏବଂ ପେଟ୍ରୋଲ ସହିତ ଇଥାନଲ ମିଶ୍ରଣ ଉପରେ ଆମେ ଧ୍ୟାନ ଦେଇଥିଲୁ । ଆପଣ କଳ୍ପନା କରି ପାରୁଥିବେ, ଗତ୯ ବର୍ଷ ମଧ୍ୟରେ ଚିନିମିଲରୁ ୭୦ ହଜାର କୋଟି ଟଙ୍କା ମୂଲ୍ୟର ଇଥାନଲ କ୍ରୟ କରାଯାଇଛି । ଏହା ଚିନି ମିଲକୁ ଆଖୁ ଚାଷୀଙ୍କୁ ଠିକ ସମୟରେ ଦେୟ ଦେବାରେ ସାହାଯ୍ୟ କରିଛି । ଏହା ପୂର୍ବରୁ ଆମ ସରକାରଙ୍କ ଆଖିକୁ ଅଧିକ ମୂଲ୍ୟ ଦେବା ଉପରେ ଲାଗୁ ହେଉଥିବା ଟିକସକୁ ରଦ୍ଦ କରି ଦେଇଛନ୍ତି । ଟିକସ ସହ ଜଡ଼ିତ ଦଶନ୍ଧି ପୁରୁଣା ସମସ୍ୟାର ସମାଧାନ ମଧ୍ୟ କରିଛୁ । ଏହି ବଜେଟରେ ମଧ୍ୟ ପୁରୁଣା ଦାବି ସମାଧାନ ପାଇଁ ସମବାୟ ଚିନି ମିଲକୁ ୧୦ ହଜାର କୋଟି ଟଙ୍କାର ବିଶେଷ ସହାୟତା ପ୍ରଦାନ କରାଯାଇଛି । ଏହି ସମସ୍ତ ପ୍ରୟାସ ଆଖୁ କ୍ଷେତ୍ରରେ ସ୍ଥାୟୀ ପରିବର୍ତ୍ତନ ଆଣି ଏହି କ୍ଷେତ୍ରର ସମବାୟ ସମିତିକୁ ମଜବୁତ କରିଛି ।

ସାଥୀମାନେ,

ଗୋଟିଏ ପଟେ ଆମକୁ ରପ୍ତାନୀକୁ ବୃଦ୍ଧି କରିବାକୁ ପଡ଼ିବ, ଅନ୍ୟପଟେ ଆମଦାନୀ ଉପରେ ଆମର ନିର୍ଭରଶୀଳତାକୁ କ୍ରମାଗତ ଭାବେ ହ୍ରାସ କରିବାକୁ ପଡ଼ିବ । ଆମେ ପ୍ରାୟତଃ ସେମିତି କହିଥାଉ ଯେ, ଖାଦ୍ୟ ଶସ୍ୟରେ ଭାରତ ଆତ୍ମନିର୍ଭରଶୀଳ । କିନ୍ତୁ ସତ୍ୟ କ’ଣ?, କେବଳ ଗହମ, ଧାନ ଏବଂ ଚିନିରେ ଆତ୍ମନିର୍ଭରଶୀଳତା ଯଥେଷ୍ଟ ନୁହେଁ, ଯେତେବେଳେ ଆମେ ଖାଦ୍ୟ ସୁରକ୍ଷା ବିଷୟରେ କଥା ହେବା, ଏହା କେବଳ ମଇଦା ଏବଂ ଚାଉଳରେ ସୀମିତ ନୁହେଁ। ମୁଁ ଆପଣଙ୍କୁ କିଛି କଥା ମନେ ପକାଇ ଦେବାକୁ ଚାହୁଁଛି । ଖାଇବା ତେଲର ଆମଦାନି, ଡାଲିର ଆମଦାନି, ଖାଦ୍ୟକ୍ଷେତ୍ରରେ ମାଛ ଦାନାର, ଆମଦାନି ଖାଦ୍ୟ କ୍ଷେତ୍ରରେ ପ୍ରକ୍ରିୟାକରଣ ଏବଂ ଅନ୍ୟାନ୍ୟ ଉତ୍ପାଦନ ଆମଦାନୀ, ଆପଣ ପ୍ରତିଷର୍ବ ଆଶ୍ଚର୍ଯ୍ୟ ହୋଇଯିବେ ଯେ ମୋର କୃଷକ ଭାଇ ଓ ଭଉଣୀମାନଙ୍କୁ ସଚେତନ କର, ପ୍ରତି ବର୍ଷ ୨ ଲକ୍ଷ କୋଟି ଟଙ୍କା ଆମେ ଖର୍ଚ୍ଚ କରୁଛୁ ଏବଂ ଏହି ଟଙ୍କା ବିଦେଶକୁ ଯାଉଛି । ଏହାର ଅର୍ଥ ହେଉଛି, ଏହି ଟଙ୍କା ବିଦେଶ ପଠାଇବାକୁ ପଡୁଛି । ଏହା ଭାରତ ପରି ଖାଦ୍ୟ ପ୍ରାଧାନ୍ୟ ଦେଶ ପାଇଁ ଠିକ୍ କି? ଏପରି ଏକ ପ୍ରତିଜ୍ଞାକାରୀ ସମବାୟ କ୍ଷେତ୍ରର ନେତୃତ୍ୱ ମୋ ସମ୍ମୁଖକୁ ଆସିଥିବାରୁ ସ୍ୱାଭାବିକ ଭାବରେ ମୁଁ ଆପଣମାନଙ୍କ ଠାରୁ ଆଶା କରିବି ଯେ ଆମକୁ ଏକ ବିପ୍ଳବ ଆଡ଼କୁ ଯିବାକୁ ପଡ଼ିବ । ଏହି ଟଙ୍କା ଭାରତର କୃଷକମାନଙ୍କ ପଟେକୁ ଯିବା ଉଚିତ କି ନୁହେଁ? କ’ଣ ଏହି ଟଙ୍କା ବିଦେଶ ଯିବା ଉଚିତ?

ସାଥୀମାନେ,

ଆମେ ବୁଝିପାରୁଛୁ ଯେ ଆମର ବଡ଼ ତେଲ କୂଅ ନାହିଁ, ଆମକୁ ପେଟ୍ରୋଲ ଏବଂ ଡିଜେଲ ବାହାରୁ ଆମଦାନି କରିବାକୁ ପଡ଼ିଥାଏ, ତାହା ହେଉଛି ଆମର ବାଧ୍ୟତାମୂଳକ । କିନ୍ତୁ ଖାଇବା ତେଲରେ ଆତ୍ମନିର୍ଭରଶୀଳତା ସମ୍ଭବ ଅଟେ । ଆପଣ ଜାଣିଥିବେ ଯେ ମିଶନ ମୋଡରେ ଏହି କାମ ଆମ ସରକାର କରି ଚାଲିଛନ୍ତି । ପାମୋଲିନ ଚାଷରୁ ତେଲ ଉପଲବ୍ଧ ହେବା ଉଚିତ । ସେହିଭଳି ତେଳବୀଜ ଫସଲକୁ ପ୍ରୋତ୍ସାହିତ କରିବା ପାଇଁବହୁ ସଂଖ୍ୟକ ପଦକ୍ଷେପ ନିଆଯାଉଛି । ଯଦି ଦେଶର ସମବାୟ ଅନୁଷ୍ଠାନଗୁଡ଼ିକ ଏହି ମିଶନର ପୁନଶ୍ଚ ଦାୟିତ୍ୱ ଗ୍ରହଣ କରନ୍ତି, ତେବେ ଆମେ ଦେଖିବା ଯେ ଖାଇବା ତେଲ ପ୍ରସଙ୍ଗରେ ଆମେ କେତେ ଶୀଘ୍ର ଆତ୍ମନିର୍ଭରଶୀଳ ହୋଇ ପାରିବା । ଆପଣ କୃଷକମାନଙ୍କ ଠାରୁ ସଚେତନତା ସୃଷ୍ଟି କରିବା ଠାରୁ ଆରମ୍ଭ କରି ବୃକ୍ଷରୋପଣ, ପ୍ରଯୁକ୍ତିବିଦ୍ୟା ଏବଂ କ୍ରୟ ସମ୍ବନ୍ଧିତ ସମସ୍ତ ପ୍ରକାର ସୂଚନା ଏବଂ ସୁବିଧା ପ୍ରଦାନ କରିପାରିବେ ।

ସାଥୀମାନେ,

ମତ୍ସ୍ୟ ଚାଷ କ୍ଷେତ୍ର ପାଇଁ କେନ୍ଦ୍ର ସରକାର ଆଉ ଏକବଡ଼ଯୋଜନା ଆରମ୍ଭ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ମାଛ ଉତ୍ପାଦନରେ ଅନେକ ଅଗ୍ରଗତି ହେଉଛି । ସାରା ଦେଶରେ ଯେଉଁଠାରେ ମଧ୍ୟ ନଦୀ ଏବଂ ଛୋଟ ଛୋଟ ପୋଖରୀ ଅଛି, ଗ୍ରାମବାସୀ ଓ କୃଷକମାନେ ଏହି ଯୋଜନା ମାଧ୍ୟମରେ ଅତିରିକ୍ତ ରୋଜଗାରର ମାଧ୍ୟମ ପାଇଛନ୍ତି । ଏଥିରେ ସ୍ଥାନୀୟ ସ୍ତରରେ ଯାଅଁଳ ଉତ୍ପାଦନ ପାଇଁ ମଧ୍ୟ ସହାୟତା ଦିଆଯାଉଛି । ଆଜି ମତ୍ସ୍ୟ ବିଭାଗରେ ୨୫ ହଜାରରୁ ଅଧିକ ସମବାୟ ସମିତି କାର୍ଯ୍ୟ କରୁଛନ୍ତି । ଏହି କାରଣରୁ ମାଛ ପ୍ରକ୍ରିୟାକରଣ, ମାଛ ଶୁଖାଇବା ଏବଂ ମାଛ ଆରୋଗ୍ୟ, ମାଛ ସଂରକ୍ଷଣ, ମାଛ କୋନିଂ, ମତ୍ସ୍ୟ ପରିବହନ ପରି  ଅନେକ କାର୍ଯ୍ୟ ସଂଗଠିତ ହୋଇଛି । ଏହା ମତ୍ସ୍ୟଜୀବୀଙ୍କ ଜୀବନରେ ଉନ୍ନତି ଆଣିବା ଏବଂ ରୋଜଗାର ସୃଷ୍ଟି କରିବାରେ ସହାୟକ ହୋଇଛି । ଗତ ୯ ବର୍ଷ ମଧ୍ୟରେ ଆଭ୍ୟନ୍ତରୀଣ ମତ୍ସ୍ୟ ଚାଷ ମଧ୍ୟ ଦ୍ୱିଗୁଣିତ ହୋଇଛି ଏବଂ ଯେହେତୁ ଆମେ ଏକ ପୃଥକ ସମବାୟ ମନ୍ତ୍ରଣାଳୟ ସୃଷ୍ଟି କଲୁ, ଏଥିରୁ ଏକ ନୂତନ ଶକ୍ତି ଉତ୍ପନ୍ନ ହେଲା । ସେହିଭଳି ଦୀର୍ଘ ସମୟ ଧରି ଚାହିଦା ରହିଥିଲା, ଦେଶ ମତ୍ସ୍ୟ ଚାଷ ପାଇଁ ଏକ ଅଲଗା ମନ୍ତ୍ରଣାଳୟ ଗଠନ କରିବା ଉଚିତ । ଆମେ ମଧ୍ୟ ତାହା କରିଛୁ, ଆମେ ମଧ୍ୟ ଏଥିପାଇଁ ଏକ ପୃଥକ ବଜେଟ ବ୍ୟବସ୍ଥା କରିଛୁ ଏବଂ ସେହି କ୍ଷେତ୍ରରେ ଫଳାଫଳ ଦୃଶ୍ୟମାନ ହେଉଛି । ସମବାୟ କ୍ଷେତ୍ର କିପରି ଏହି ଅଭିଯାନକୁ ଆହୁରି ବିସ୍ତାର କରିପାରିବ, ତାହା ଦେଖିବା ପାଇଁ ଆପଣ ସମସ୍ତ ବନ୍ଧୁମାନେ ଆଗକୁ ଆସିବା ଉଚିତ, ଏହା ଆପଣମାନଙ୍କ ଠାରୁ ମୋର ଆଶା । ସମବାୟ କ୍ଷେତ୍ରକୁ ଏହାର ପାରମ୍ପରିକ ଆଭିମୁଖ୍ୟ ଠାରୁ ଭିନ୍ନ କିଛି କରିବାକୁ ପଡ଼ିବ । ସରକାର ଏଥିପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି । ବର୍ତ୍ତମାନ ମତ୍ସ୍ୟ ଚାଷ ପରି ଅନେକ ନୂତନ କ୍ଷେତ୍ରରେ ମଧ୍ୟ ପ୍ୟାକ୍ସର ଭୂମିକା ମଧ୍ୟ ବୃଦ୍ଧି ପାଉଛି । ଆମର ସମଗ୍ର ଦେଶରେ ୨ ଲକ୍ଷ ନୂତନ ବହୁମୁଖୀ ସମାଜ ଗଠନ ଲକ୍ଷ୍ୟରେ କାର୍ଯ୍ୟ କରୁଛୁ । ଏବଂ ଯେପରି ଅମିତ ଭାଇ କହିଲେ ଯେ ବର୍ତ୍ତମାନ ଯଦି ସମସ୍ତ ପଞ୍ଚାୟତକୁ ଯାଆନ୍ତି ତେବେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ । ଏହା ସହିତ ସମବାୟ ସମିତର ଶକ୍ତି ସେହି ଗ୍ରାମ ଏବଂ ପଞ୍ଚାୟତରେ ମଧ୍ୟ ପହଂଚିବ, ଯେଉଁଠାରେ ଏହି ବ୍ୟବସ୍ଥା ବର୍ତ୍ତମାନ ନାହିଁ ।

ସାଥୀମାନେ,

ବିଗତ ବର୍ଷ ଗୁଡ଼ିକରେ ଆମେ କୃଷକ ଉତ୍ପାଦକ ସଂଗଠନ ଅର୍ଥାତ ଏଫପିଓ ଗଠନ ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦେଇଛୁ । ବର୍ତ୍ତମାନ ସମଗ୍ର ଦେଶରେ ୧୦ ହଜାର ନୂତନ ଏଫପିଓଏସ ସୃଷ୍ଟି କରିବାକୁ କାର୍ଯ୍ୟ ଚାଲିଛି ଏବଂ ଏଥିରୁ ପ୍ରାୟ ୫୦୦୦ଟି ମଧ୍ୟ ନିର୍ମାଣ ହୋଇସାରିଛି । ଏହି ଏଫପିଓଗୁଡ଼ିକ କ୍ଷୁଦ୍ର ଚାଷୀଙ୍କୁ ବହୁତ ଶକ୍ତି ଦେବାକୁ ଯାଉଛନ୍ତି । ଛୋଟ ଚାଷୀଙ୍କୁ ବଜାରରେ ଏକ ବଡ଼ ଶକ୍ତି ଦେବାର ମାଧ୍ୟମ ଅଟେ । ବିହନ ଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ, ପ୍ରତ୍ୟେକ ବ୍ୟବସ୍ଥାକୁ ଛୋଟ ଚାଷୀମାନେ କିଭଳି ନିଜ ସପକ୍ଷରେ ଠିଆ କରିପାରିବେ, ସେମାନେ କିପରି ବଜାରର ଶକ୍ତିକୁ ଚାଲେଞ୍ଜ କରିପାରିବେ, ଏହା ହେଉଛି ତାଙ୍କର ଅଭିଯାନ, ପ୍ୟାକ୍ସ ମାଧ୍ୟମରେ ଏଫପିଓ କରିବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ଏହି କ୍ଷେତ୍ରରେ ସମବାୟ ସମିତି ପାଇଁ ଅପାର ସମ୍ଭାବନା ଅଛି ।

ସାଥୀମାନେ,

ସମବାୟ କ୍ଷେତ୍ରର କୃଷକଙ୍କ ଆୟ ବୃଦ୍ଧି ପାଇଁ ଦ୍ୱିତୀୟ ମାଧ୍ୟମକୁୂ ନେଇ ସରକାରଙ୍କ ଉଦ୍ୟମକୁ ମଧ୍ୟ ଶକ୍ତି ପ୍ରଦାନ କରାଯାଇ ପାରିବ । ମହୁର ଉତ୍ପାଦନ ହେଉ, ଅର୍ଗାନିକ ଖାଦ୍ୟ ହେଉ, ଚାଷ ଜମିରେ ସୋଲାର ପ୍ୟାନେଲ ଲଗାଇ ବିଦୁତ ଉତ୍ପାଦନ ପାଇଁ ଏକ ଅଭିଯାନ ଆରମ୍ଭ ହେଉ, ମୃତ୍ତିକା ପରୀକ୍ଷଣ ହେଉ, ସମବାୟ କ୍ଷେତ୍ରର ସହଯୋଗ ବହୁତ ଆବଶ୍ୟକ ଅଟେ ।

ସାଥୀମାନେ,

ଆଜି ରାସାୟନିକ ମୁକ୍ତ ଚାଷ, ପ୍ରାକୃତିକ ଚାଷ ହେଉଛି ସରକାରଙ୍କ ପ୍ରାଥମିକତା ଏବଂ ବର୍ତ୍ତମାନ ମୁଁ ଦିଲ୍ଲୀର ସେହି ଝିଅମାନଙ୍କୁ ଅଭିନନ୍ଦନ ଜଣାଉଛି ଯେ ସେମାନେ ତାଙ୍କ ଭାବନାକୁ ଦୋହଲାଇ ଦେଲେ ଧରିତ୍ରୀ ମା’ ଚିକ୍ରାର କରି କହୁଛି ମୋତେ ହତ୍ୟା କର ନାହିଁ । ବହୁତ ଭଲ ଭାବରେ ନାଟକ ମାଧ୍ୟମରେ ମଞ୍ଚ ଉପରେ ଆମକୁ ସେମାନେ ସଚେତନ କରିବାକୁ ଚେଷ୍ଟା କରିଛନ୍ତି । ମୁଁ ଚାହୁଁଛି ଯେ ପ୍ରତ୍ୟେକ ସମବାୟ ସଂଗଠନ ଏପରି ଏକ ଦଳ ପ୍ରସ୍ତୁତ କରିବା ଉଚିତ, ଯାହା କି ପ୍ରତ୍ୟେକ ଗ୍ରାମରେ ଏହିପରି ଭାବରେ ଲୋକମାନଙ୍କୁ ସଚେତନ କରିବା ଉଚିତ । ନିକଟରେ ଏକ ବହୁତ ବନ ଯୋଜନା ପ୍ରଧାନମନ୍ତ୍ରୀ - ପ୍ରଣାମକୁ ଅନୁମୋଦନ କରାଯାଇଛି । ଏହାର ଉଦେଶ୍ୟ ହେଉଛି ଅଧିକରୁ ଅଧିକ କୃଷକ ରାସାୟନିକ ମୁକ୍ତ ଚାଷ ଗ୍ରହଣ କରିବା ଉଚିତ । ଏହା ଅଧୀନରେ ବିକଳ୍ପ ସାର, ଜୈବିକ ସାର, ଜୈବିକ ସାର ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯିବ । ଏହି କାରଣରୁ ମାଟି ମଧ୍ୟ ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯିବ । ଏହି କାରଣରୁ ମାଟି ମଧ୍ୟ ସୁରକ୍ଷିତ ରହିବ ଏବଂ ଚାଷୀଙ୍କ ପରିଶ୍ରମର ମୂଲ୍ୟ ମଧ୍ୟ ହ୍ରାସ ପାଇବ । ଏଥିରେ ସମବାୟ ସଂଗଠନର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମୁଁ ସମସ୍ତ ସମବାୟ ସଂଗଠନଗୁଡ଼ିକୁ ଅନୁରୋଧ କରୁଛି ଯେ ଏହି ଅଭିଯାନରେ ଯଥା ସମ୍ଭବ ଜଡ଼ିତ ହୁଅନ୍ତୁ । ଆପଣ ସ୍ଥିର କରିପାରିବେ ଯେ ଆମେ ଆପଣଙ୍କ ଜିଲ୍ଲାର ୫ଟି ଗାଁରେ ୧୦୦ ପ୍ରତିଶତ ରାସାୟନିକ ମୁକ୍ତ ଚାଷ କରିବୁ, ଆମେ ନିଶ୍ଚି କରିପାରିବା ଯେ ୫ଟି ଗାଁରେ ଏବଂ ୫ଟି ଗ୍ରାମାଞ୍ଚଳରେ କୌଣସି ଚାଷରେ ରାସାୟନିକ ସାର ବ୍ୟବହାର ମଧ୍ୟ ହେବ ନାହିଁ । ଏହି କାରଣରୁ ସମଗ୍ର ଜିଲ୍ଲାରେ ସଚେତନତା ବୃଦ୍ଧି ପାଇବ, ସମସ୍ତଙ୍କ ଉଦ୍ୟମ ବୃଦ୍ଧି ପାଇବ ।

ସାଥୀମାନେ,

ଅନ୍ୟ ଏକ ମିଶନ ଅଛି ଯାହା ଉଭୟ ରାସାୟନିକ ମୁକ୍ତ ଚାଷ ଏବଂ ଅତିରିକ୍ତ ଆୟ ସୁନିଶ୍ଚିତ କରୁଛି । ଏହା ହେଉଛି ଗୋବର୍ଦ୍ଧନ ଯୋଜନା । ଏହା ଅଧିନରେ ବର୍ଜ୍ୟ ବସ୍ତୁରୁ ଧନ ସୃଷ୍ଟି କରିବାର କାର୍ଯ୍ୟ ସାରା ଦେଶରେ କରାଯାଉଛି । ଗୋବର, ବର୍ଜବ୍ୟସ୍ତୁରୁ ବିଦୁତ ଏବଂ ଜୈବିକ ସାର ତିଆରି କରିବାର ଏହା ଏକ ବଡ଼ ମାଧ୍ୟମ ପାଲଟିଛି । ଆଜି ସରକାର ଏଭଳି ପ୍ଲାଣ୍ଟର ଏକ ବିଶାଳ ନେଟୱର୍କ ପ୍ରସ୍ତୁତ କରୁଛନ୍ତି । ଅନେକ ବଡ଼ ବଡ଼ କମ୍ପାନୀ ଦେଶରେ ୫୦ରୁ ଅଧିକ ବାୟୋ ଗ୍ୟାସ ପ୍ଲାଣ୍ଟ ନିର୍ମାଣ କରିଛନ୍ତି । ଗୋବର୍ଦ୍ଧନ ପ୍ଲାଣ୍ଟ ପାଇଁ ସମବାୟ ସମିତିଗୁଡ଼ିକୁ ମଧ୍ୟ ଆଗକୁ ଆସିବା ଆବଶ୍ୟକ । ଏହାଦ୍ୱାରା କେବଳ ପଶୁପାଳକଙ୍କ ଲାଭଦାୟକ ହେବ ନାହିଁ, ରାସ୍ତାରେ ଥିବା ପରିତ୍ୟକ୍ତ ପଶୁମାନଙ୍କୁ ମଧ୍ୟ ସଦୁପଯୋଗ କରାଯାଇ ପାରିବ ।

ସାଥୀମାନେ,

ଆପଣ ସମସ୍ତେ ଦୁଗ୍ଧ କ୍ଷେତ୍ରରେ, ପଶୁପାଳନ କ୍ଷେତ୍ରରେ ବହୁତ ବ୍ୟାପକ ଭାବରେ କାର୍ଯ୍ୟ କରୁଛନ୍ତି । ବହୁ ସଂଖ୍ୟାରେ ପଶୁପାଳକ, ସମବାୟ ଆଂଦୋଳନ, ସହିତ ଜଡ଼ିତ ଆପଣ ସମସ୍ତେ ଜାଣନ୍ତି ଯେ ପଶୁମାନଙ୍କର ରୋଗ ଜଣେ କୃଷକଙ୍କୁ ଅସୁବିଧାରେ ପକାଇପାରେ । ପାଦ ଏବଂ ପାଟି ରୋଗ, ମୁହଁପକା ଏବଂ ଖୁରପକା, ଆମର ପଶୁମାନଙ୍କ ପାଇଁ ବହୁତ କଷ୍ଟର କାରଣ ହୋଇ ଆସୁଛି । ଏହି ରୋଗ ହେତୁ ପଶୁପାଳକମାନେ ପ୍ରତିବର୍ଷ ହଜାରେ କୋଟି ଟଙ୍କା କ୍ଷତି ସହୁଛନ୍ତି । ତେଣୁ ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ଏଥିପାଇଁ ସମଗ୍ର ଦେଶରେ ଏକ ମାଗଣା ଟିକାକରଣ ଅଭିଯାନ ଆରମ୍ଭ କରିଛନ୍ତି । ଆମକୁ କୋଭିଡର ମାଗଣା ଭାକସିନ କଥା ମନେ ଅଛି, ପଶୁମାନଙ୍କ ପାଇଁ ସେତିକି ବଡ଼ ସମାନ ମାଗଣା ଟିକା ପାଇଁ ଏହି ଅଭିଯାନ ଚାଲିଛି । ଏହା ଅଧୀନରେ ୨୪ କୋଟି ପଶୁଙ୍କୁ ଟିକାକରଣ କରାଯାଇଛି । କିନ୍ତୁ ଆମେ ଏ ପର୍ଯ୍ୟନ୍ତ ଏଫଏମଓକୁ ମୂଳୋତ୍ପାଟନ କରିବାକୁ ବାକି ଅଛି ଟିକାକରଣ ଅଭିଯାନ ହେଉ କିମ୍ବା ପଶୁ ଅନୁସନ୍ଧାନ ହେଉ, ସମବାୟ ସମିତି ଏଥିପାଇଁ ଆଗକୁ ଆସିବା ଉଚିତ । ଆମକୁ ମନେ ରଖିବାକୁ ହେବ ଯେ ପଶୁପାଳକମାନେ କେବଳ ଦୁଗ୍ଧ କ୍ଷେତ୍ରରେ ଅଂଶୀଦାର ନୁହଁନ୍ତି, ସାଥୀମାନେ, ମୋର ଭାବନାକୁ ସମ୍ମାନ ଦିଅନ୍ତୁ, ଗୋ-ପାଳକମାନେ କେବଳ ଅଂଶୀଦାର ନୁହଁନ୍ତି, କିନ୍ତୁ ଆମର ପଶୁମାନେ ମଧ୍ୟ ସମାନ ଅଂଶୀଦାର ଅଟନ୍ତି । ସେଥିପାଇଁ ଏହାକୁ ଆମର ଦାୟିତ୍ୱ ଭାବରେ ବିବେଚନା କରିବାକୁ ଆମକୁ ସହଯୋଗ କରିବାକୁ ପଡ଼ିବ ।

ସାଥୀମାନେ,

ସରକାରଙ୍କ ମିଶନକୁ ସଫଳ କରିବା ପାଇଁ ସମବାୟ ସମିତିର ଦକ୍ଷତା ଉପରେ ମୋର କୌଣସି ସନେ୍ଦହ ନାହିଁ । ଏବଂ ମୁଁ ଯେଉଁ ରାଜ୍ୟରୁ ଆସିଛି ସେହି ରାଜ୍ୟରେ ସମବାୟ ସମିତିର ଶକ୍ତି ମୁଁ ଦେଖିଛି । ସ୍ୱାଧୀନତା ଆଂଦୋଳନରେ ସମବାୟ ସମିତି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ସେଥିପାଇଁ ମୁଁ ଆଉ ଏକ ମହତ୍ତ୍ୱପୂର୍ଣ୍ଣ ବଡ଼ କାର୍ଯ୍ୟରେ ଯୋଡ଼ି ହେବାର ଇଚ୍ଛାକୁ ପ୍ରତିରୋଧ କରିପାରିବି ନାହିଁ । ସ୍ୱାଧୀନତାର ୭୫ ବର୍ଷ ଅବସରରେ ମୁଁ ପ୍ରତ୍ୟେକ ଜିଲ୍ଲାରେ ୭୫ ଅମୃତ ସରୋବର ତିଆରି ହୋଇଛି । ଏକ ବର୍ଷରୁ କମ୍ ସମୟ ମଧ୍ୟରେ ସମଗ୍ର ଦେଶରେ ପ୍ରାୟ ୬୦ ହଜାର ଅମୃତ ସରୋବର ନିର୍ମାଣ କରାଯାଇଛି । ଗତ ୯ ବର୍ଷ ମଧ୍ୟରେ ଏହା ଜଳସେଚନ ହେଉ କିମ୍ବା ପାନୀୟ ଜଳ ହେଉ, ତାହାକୁ ଘର ଘର, ଚାଷ ଠାରୁ ଚାଷୀ ପର୍ଯ୍ୟନ୍ତ ଉପଲବ୍ଧ କରାଇବା ପାଇଁ ସରକାର କରିଥିବା କାର୍ଯ୍ୟର ସମ୍ପ୍ରସାରଣ କରାଯାଉଛି । ଜଳର ଉତ୍ସ ବୃଦ୍ଧି କରିବାର ଏହା ହେଉଛି ଉପାୟ । ଯାହାଦ୍ୱାରା କୃଷକ ଏବଂ ଆମର ପଶୁମାନଙ୍କ ପାଇଁ ଜଳର ଅଭାବ ନ ରହୁ । ସେଥିପାଇଁ ସହଯୋଗୀ କ୍ଷେତ୍ର ସହିତ ଜଡ଼ିତ ବନ୍ଧୁମାନେ ମଧ୍ୟ ଏହି ପବିତ୍ର ଅଭିଯାନରେ ଯୋଗଦେବା ଜରୁରୀ ଅଟେ । ସମବାୟ ସମିତିର ଯେ କୌଣସି କ୍ଷେତ୍ରରେ ଆପଣ ସକ୍ରିୟ ହୋଇପାରନ୍ତି, କିନ୍ତୁ ଆପଣଙ୍କ ଦକ୍ଷତା ଅନୁଯାୟୀ, ଆପଣ ନିଷ୍ପତ୍ତି ନେଇପାରିବେ ଯେ ଆମ ଭାଇମାନେ ପୋଖରୀ ନିର୍ମାଣ କରିବେ, ପୋଖରୀ ନିର୍ମାଣ କରିବେ, ଦୁଇଟି ନିର୍ମାଣ କରିବେ, ପାଞ୍ଚଟି ନିର୍ମାଣ କରିବେ, ଦଶଟି ନିର୍ମାଣ କରିବେ; କିନ୍ତୁ ଆମେ ଜଳ ଦିଗରେ କାମ କାର୍ଯ୍ୟ କରିବା । ଯଦି ପ୍ରତ୍ୟେକ ଗ୍ରାମରେ ଅମୃତ ସରୋବର ନିର୍ମିତ ହୁଏ, ଭବିଷ୍ୟତ ପିଢ଼ି ଆମକୁ ବହୁତ କୃତଜ୍ଞତାର ସହିତ ମନେ ରଖିବେ । ଆଜି ଆମେ ପାଉଥିବା ଜଳ ଆମର ପିତୃପୁରୁଷଙ୍କ ଉଦ୍ୟମର ଫଳାଫଳ । ଆମ ଭବିଷ୍ୟତ ପିଲାମାନଙ୍କ ପାଇଁ, ସେମାନଙ୍କ ପାଇଁ ମଧ୍ୟ ଆମକୁ କିଛି ଛାଡ଼ିବାକୁ ପଡ଼ିବ । ଜଳ ସହ ଜଡ଼ିତ ଅନ୍ୟ ଏକ ଅଭିଯାନ ହେଉଛି ‘ପର୍ ଡ୍ରପ୍ ମୋର୍ କ୍ରପ’ । ଆମ କୃଷକମାନେ କିପରି ସ୍ମାର୍ଟ ଜଳସେଚନ ଗ୍ରହଣ କରିପାରିବେ ସେଥିପାଇଁ ସଚେତନତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅଧିକ ଜଳ, ଅଧିକ ଫସଲର ଗ୍ୟାରେଣ୍ଟି ଦିଏ ନାହିଁ । ପ୍ରତ୍ୟେକ ଗ୍ରାମରେ କ୍ଷୁଦ୍ର ଜଳସେଚନକୁ ବିସ୍ତାର କରିବା ପାଇଁ ସମବାୟ ସମିତିକୁ ମଧ୍ୟ କେନ୍ଦ୍ର ସରକାର ବହୁ ସାହାଯ୍ୟ ଏବଂ ଉତ୍ସାହ ପ୍ରଦାନ କରୁଛନ୍ତି ।

ସାଥୀମାନେ,

ସଂରକ୍ଷଣ ମଧ୍ୟ ଏକ ପ୍ରମୁଖ ପ୍ରସଙ୍ଗ । ଅମିତ ଭାଇ ଏହାକୁ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି । ଖାଦ୍ୟ ଶସ୍ୟ ସଂରକ୍ଷଣ ପାଇଁ ସୁବିଧା ଅଭାବରୁ ଆମର ଖାଦ୍ୟ ନିରାପତ୍ତା ଏବଂ ଦୀର୍ଘ ଦିନ ଧରି ଆମର କୃଷକମାନେ ବହୁ କ୍ଷତି ଘଟାଇଲେ । ଆଜି ଭାରତରେ ଆମେ ଉତ୍ପାଦନ କରୁଥିବା ଖାଦ୍ୟ ଶସ୍ୟର ୫୦ ପ୍ରତିଶତରୁ କମ ସଂରକ୍ଷଣ କରିପାରିବା । ବର୍ତ୍ତମାନ କେନ୍ଦ୍ର ସରକାର ବିଶ୍ୱର ସର୍ବବୃହତ ଷ୍ଟୋରେଜ ଯୋଜନା ନେଇ ଆସିଛନ୍ତି । ଗତ କିଛି ଦଶନ୍ଧି ମଧ୍ୟରେ ଦୀର୍ଘ ଦିନ ଧରି ଦେଶରେ ଯାହା କିଛି କାର୍ଯ୍ୟ କରାଯାଉଥିଲା ତାହାର ଫଳାଫଳ କ’ଣ ଥିଲା? ପ୍ରାୟ ୧୪୦୦ ଲକ୍ଷ ଟନରୁ ଅଧିକ ଷ୍ଟୋରେଜ କ୍ଷମତା ଆମ ପାଖରେ ଅଛି । ଆଗାମୀ ୫ ବର୍ଷରେ ଏହାର ୫୦ ପ୍ରତିଶତ ଅର୍ଥାତ ପ୍ରାୟ ୭୦୦ ଲକ୍ଷ ଟନର ନୂତନ ସଂରକ୍ଷଣ କ୍ଷମତା ସୃଷ୍ଟି କରିବା ଆମର ସଂକଳ୍ପ । ଏହା ନିଶ୍ଚିତ ଭାବରେ ଏକ ବିରାଟ କାର୍ଯ୍ୟ, ଯାହା ଦେଶର ଚାଷୀଙ୍କ ସାମର୍ଥ୍ୟକୁ ବଢ଼ାଇବ ଏବଂ ଗ୍ରାମରେ ନୂତନ ନିଯୁକ୍ତି ସୃଷ୍ଟି କରିବ । ଆମ ସରକାର ପ୍ରଥମ ଥର ପାଇଁ ଗ୍ରାମ ଗୁଡ଼ିକରେ କୃଷି ସହ ଜଡ଼ିତ ଭିତ୍ତିଭୂମି ପାଇଁ ଏକ ଲକ୍ଷ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପାଣ୍ଠି ସୃଷ୍ଟି କରିଛନ୍ତି । ମୋତେ କୁହାଯାଇଛି ଯେ ଗତ ୩ ବର୍ଷ ମଧ୍ୟରେ ଏହା ଅଧୀନରେ ୪୦ ହଜାର କୋଟି ଟଙ୍କା ବିନିଯୋଗ କରାଯାଇଛି । ସମବାୟ ସମିତି, ପ୍ୟାକ୍ସ ଏଥିରେ ଏକ ପ୍ରମୁଖ ଅଂଶୀଦାର ଅଟନ୍ତି । ଫାର୍ମଗେଟ୍ ଭିତ୍ତିଭୂମିର ନିର୍ମାଣରେ, ଶୀତଳ ଭଣ୍ଡାର ପରି ବ୍ୟବସ୍ଥାରେ ସମବାୟ କ୍ଷେତ୍ର ଅଧିକ ପ୍ରୟାସ କରିବା ଆବଶ୍ୟକ ।

ସାଥୀମାନେ,

ମୋର ବିଶ୍ୱାସ ଅଛି, ନୂତନ ଭାରତରେ ସମବାୟ ସମିତି ଦେଶର ଅର୍ଥନୈତିକ ଧାରାର ସଶକ୍ତ ମାଧ୍ୟମ ହେବା ଆମକୁ ମଧ୍ୟ ଏହିପରି ଗ୍ରାମ ନିର୍ମାଣ ଆଡ଼କୁ ଯିବାକୁ ପଡ଼ିବ । ଯାହା ସହଯୋଗୀ ମଡେଲ ଅନୁସରଣ କରି ଆତ୍ମନିର୍ଭରଶୀଳ ହେବ । ଏହି ଟ୍ରାନ୍ସଫର୍ମେସନକୁ ଆହୁରି ଉନ୍ନତି କିପରି କରାଯାଇପାରିବ, ଏହା ଉପରେ ଆପଣଙ୍କ ଆଲୋଚନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ । ସମବାୟ ସମିତିରେ କିପରି ସହଯୋଗର ଉନ୍ନତି ହେବ ସେ ବିଷୟରେ ମଧ୍ୟ ଆଲୋଚନା କରିବା ଜରୁରୀ । ସମବାୟ ସମିତି ରାଜନୀତି ପରିବର୍ତ୍ତେ ସାମାଜିକ ନୀତି ଏବଂ ଜାତୀୟ ନୀତିର ବାହକ ହେବା ଉଚିତ । ମୋର ବିଶ୍ୱାସ ଅଛି, ଆପଣଙ୍କ ପରାମର୍ଶ ଦେଶରେ ସମବାୟ ଆଂଦୋଳନକୁ ଆହୁରି ମଜବୁତ କରିବ ଏବଂ ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ । ପୁଣିଥରେ ଆପଣ ସମସ୍ତଙ୍କ ମଧ୍ୟରେ ରହିବାର ସୁଯୋଗ ପାଇ ଖୁସି ଲାଗିଲା । ମୋ ତରଫରୁ ମଧ୍ୟ ଆପଣଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି ।

ଧନ୍ୟବାଦ

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India a ‘front-runner’ market, plans to deepen AI and manufacturing presence: Ericsson CEO

Media Coverage

India a ‘front-runner’ market, plans to deepen AI and manufacturing presence: Ericsson CEO
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with Amir of Qatar
March 03, 2026

The Prime Minister, Shri Narendra Modi spoke with H.H. Sheikh Tamim bin Hamad Al Thani, the Amir of Qatar.

During the conversation, the Prime Minister conveyed that India stands firmly in solidarity with Qatar and strongly condemns any violation of its sovereignty and territorial integrity.

The two leaders emphasized the urgent need to restore peace and stability in the region through dialogue and diplomacy.

The Prime Minister also conveyed his appreciation for the continued support and care extended by the Qatari leadership to the Indian community in Qatar during this challenging time.

The Prime Minister wrote on X;

“Spoke with my brother, H.H. Sheikh Tamim bin Hamad Al Thani, the Amir of Qatar. We stand firmly in solidarity with Qatar and strongly condemn any violation of its sovereignty and territorial integrity. We emphasized the urgent need to restore peace and stability in the region through dialogue and diplomacy. I also conveyed my appreciation for his continued support and care for the Indian community in Qatar during this challenging time.

@TamimBinHamad”