ତିରଙ୍ଗା ପ୍ରତ୍ୟେକ ଆହ୍ବାନର ସମ୍ମୁଖୀନ ହେବା ପାଇଁ ଶକ୍ତି ପ୍ରଦାନ କରେ
ଏହାର ସଫଳତା ଏବଂ ଉତ୍କର୍ଷତା ଆଧାରରେ ଭାରତ ଏକ ନୂତନ ପ୍ରଭାବ ସୃଷ୍ଟି କରୁଛି ଏବଂ ବିଶ୍ୱ ମଧ୍ୟ ଏହାକୁ ସ୍ବୀକାର କରିଛି
ୟୁରୋପ ପାଇଁ ଗ୍ରୀସ୍ ଭାରତର ପ୍ରବେଶ ଦ୍ୱାର ହେବ ଏବଂ ଭାରତ ଇୟୁ ମଧ୍ୟରେ ଦୃଢ଼ ସମ୍ପର୍କ ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ହେବ
ଏକବିଂଶ ଶତାବ୍ଦୀ ଟେକ୍ନୋଲୋଜି ଚାଳିତ ଏବଂ 2047 ସୁଦ୍ଧା ବିକଶିତ ଭାରତ ହାସଲ କରିବାକୁ ଆମକୁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମାର୍ଗ ଅନୁସରଣ କରିବାକୁ ପଡିବ
ଚନ୍ଦ୍ରଯାନ ସଫଳତା ଦ୍ବାରା ସୃଷ୍ଟି ହୋଇଥିବା ଉତ୍ସାହକୁ ଶକ୍ତିରେ ପରିବର୍ତ୍ତିତ କରାଯିବା ଆବଶ୍ୟକ
ଜି -20 ଶିଖର ସମ୍ମିଳନୀରେ ଦିଲ୍ଲୀର ଲୋକଙ୍କ ପାଇଁ ହେଉଥିବା ଅସୁବିଧା ପାଇଁ ମୁଁ ଆଗୁଆ କ୍ଷମା ପ୍ରାର୍ଥନା କରୁଛି। ମୁଁ ନିଶ୍ଚିତ ଯେ ଦିଲ୍ଲୀର ଲୋକମାନେ ଜି -20 ଶିଖର ସମ୍ମିଳନୀକୁ ଏକ ବଡ଼ ସଫଳତା ପ୍ରଦାନ କରି ଆମର ବୈଜ୍ଞାନିକମାନଙ୍କ ସଫଳତାକୁ ନୂତନ ଶକ୍ତି ପ୍ରଦାନ କରିବେ

ଭାରତ ମାତା କୀ ଜୟ ।

ଭାରତ ମାତା କୀ ଜୟ ।

ଭାରତ ମାତା କୀ ଜୟ ।

ଆଜି ପ୍ରାତଃରେ ମୁଁ ବେଙ୍ଗାଲୁରୁରେ ଥିଲି, ସକାଳେ ବହୁତ ଶୀଘ୍ର ପହଞ୍ଚିଥିଲି ଆଉ ସ୍ଥିର କରିଥିଲି ଯେ ଭାରତକୁ ଯାଇ ଦେଶକୁ ଏତେ ବିରାଟ ସିଦ୍ଧି ପ୍ରଦାନ କରାଇଥିବା ବୈଜ୍ଞାନିକମାନଙ୍କର ଦର୍ଶନ କରିବି ଆଉ ଏଥିପାଇଁ ମୁଁ ସକାଳୁ- ସକାଳୁ ସେଠାକୁ ଚାଲିଗଲି । କିନ୍ତୁ ସେଠାରେ ଜନତା ଜନାର୍ଦ୍ଦନ ସକାଳୁ ହିଁ ସୂର୍ଯ୍ୟୋଦୟର ମଧ୍ୟ ପୂର୍ବରୁ ହାତରେ ତିରଙ୍ଗା ଧରି ଚନ୍ଦ୍ରଯାନର ସଫଳତା ପାଇଁ ଯେଉଁ ପ୍ରକାରର ଉତ୍ସବ ପାଳନ କଲେ, ତାହା ହେଉଛି ଖୁବ ପ୍ରେରିତ କରିବା ଭଳି ଆଉ ଏବେ ଟାଣ ଖରାରେ ସୂର୍ଯ୍ୟ ବରାବର ଉତପ୍ତ ହେଉଅଛି ଆଉ ଏହି ମାସରେ ଖରା ତ ଚମଡ଼ାକୁ ମଧ୍ୟ ଚିରି ଦେଇଥାଏ । ଏଭଳି ଟାଣ ଖରାରେ ଆପଣ ସମସ୍ତଙ୍କର ଏଠାକୁ ଆସିବା ଆଉ ଚନ୍ଦ୍ରଯାନର ସଫଳତାକୁ ଉତ୍ସବ ଭଳି ପାଳନ କରିବା ଏବଂ ମୋତେ ମଧ୍ୟ ଏହି ପାଳନର ଅଂଶୀଦାର ହେବାର ସୌଭାଗ୍ୟ ମିଳିଲା, ଏହା ମଧ୍ୟ ହେଉଛି ମୋର ସୌଭାଗ୍ୟ । ଆଉ ମୁଁ ଏଥିପାଇଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ।

ଆଜି ସକାଳୁ ମୁଁ ଯେତେବେଳେ ଇସ୍ରୋରେ ପହଞ୍ଚିଥିଲି ସେତେବେଳେ ଚନ୍ଦ୍ରଯାନ ଦ୍ୱାରା ଯେଉଁ ଫଟୋଚିତ୍ର ଉତୋଳନ କରାଯାଇଥିଲା, ସେହି ଫଟୋଚିତ୍ରଗୁଡ଼ିକୁ ପ୍ରଥମ ଥର ପାଇଁ ଉନ୍ମୋଚନ କରିବାର ସୌଭାଗ୍ୟ ମଧ୍ୟ ମୋତେ ମିଳିଲା । ବୋଧହୁଏ ଏବେ ତ ସେହି ଫଟୋଚିତ୍ର ଗୁଡ଼ିକୁ ଆପଣମାନେ ଟି.ଭିରେ ମଧ୍ୟ ଦେଖି ସାରିବେଣି । ସେହି ସୁନ୍ଦର ଫଟୋଚିତ୍ରଗୁଡ଼ିକ ନିଜକୁ ନିଜ ମଧ୍ୟରେ ଏକ ବହୁତ ବଡ଼ ବୈଜ୍ଞାନିକ ସଫଳତାର ଏକ ଜୀବନ୍ତ ଚିତ୍ର ଆମମାନଙ୍କ ସମ୍ମୁଖରେ ପ୍ରସ୍ତୁତ ହେଲା । ସାଧାରଣ ଭାବେ ବିଶ୍ୱରେ ଏକ ପରମ୍ପରା ରହିଛି ଯେ ଏହି ପ୍ରକାରର ସଫଳ ଅଭିଯାନ ସହିତ କିଛି ପଏଣ୍ଟର କିଛି ପୁରସ୍କାର ଏମାନଙ୍କୁ ଦିଆଯାଉ ତେବେ ବହୁତ ଚିନ୍ତା କରିବା ପରେ ମୋତେ ଲାଗିଲା ଆଉ ଯେଉଁଠାରେ ଚନ୍ଦ୍ରଯାନ-3 ଲ୍ୟାଣ୍ଡ କରିଛି ସେହି ବିନ୍ଦୁକୁ ଗୋଟିଏ ନାମ ଦିଆଗଲା ଆଉ ନାମ ଦିଆ ଯାଇଛି ‘ଶିବଶକ୍ତି’ ଆଉ ଯେତେବେଳେ ଶିବଙ୍କ କଥା ଆସିଥାଏ ସେତେବେଳେ ଶୁଭମ୍ ହୋଇଥାଏ ଆଉ ଶକ୍ତିର କଥା ଆସିଥାଏ ସେତେବେଳେ ମୋ ଦେଶର ନାରୀଶକ୍ତିଙ୍କର କଥା ହୋଇଥାଏ । ଯେତେବେଳେ ଶିବଙ୍କ କଥା ଆସିଥାଏ ସେତେବେଳେ ହିମାଳୟର କଥା ମନେ ପଡ଼ିଥାଏ ଏବଂ ଯେତେବେଳେ ଶକ୍ତିଙ୍କ କଥା ଆସିଥାଏ ସେତେବେଳେ କନ୍ୟାକୁମାରୀ କଥା ମନେ ପଡ଼ିଥାଏ, ହିମାଳୟ ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତର ଏହି ଭାବନାକୁ ସେହି କେନ୍ଦ୍ରରେ ପ୍ରତିବିମ୍ବିତ କରିବା ପାଇଁ ଏହାର ନାମ ‘ଶିବଶକ୍ତି’ ସ୍ଥିର କରାଯାଇଛି । ଏହା ସହିତ ହିଁ 2019ରେ ଚନ୍ଦ୍ରଯାନ-2 ସେହି ସମୟରେ ଏହି ନାମ ରଖିବା ନେଇ ଚର୍ଚ୍ଚା ମୋ ସାମ୍ନାକୁ ଆସିଥିଲା, କିନ୍ତୁ ମନ ପ୍ରସ୍ତୁତ ନ ଥିଲା, ଭିତରେ ଭିତରେ ହିଁ ମନ ସଂକଳ୍ପ କରି ନେଇଥିଲା ଯେ ପଏଣ୍ଟ 2 କୁ ମଧ୍ୟ ସେତେବେଳେ ନାମ ମିଳିବ, ଯେତେବେଳେ ଆମେ ପ୍ରକୃତ ଅର୍ଥରେ ଆମର ଯାତ୍ରାରେ ସଫଳ ହେବା । ଆଉ ଚନ୍ଦ୍ରଯାନ-୩ରେ ସଫଳ ହୋଇଗଲେ, ତେବେ ଆଜି ଚନ୍ଦ୍ରଯାନ-2ର ଯେଉଁ ପଏଂଟ ଥିଲା, ତାହାର ମଧ୍ୟ ନାମକରଣ କଲୁ ଆଉ ସେହି ପଏଣ୍ଟର ନାମ ରଖିଛୁ ‘ତିରଙ୍ଗା’ । ପ୍ରତ୍ୟେକ ସଙ୍କଟ ସହିତ ଲଢ଼େଇ କରିବାର ସାମର୍ଥ୍ୟ ତିରଙ୍ଗା ଦେଇଥାଏ, ପ୍ରତ୍ୟେକ ସ୍ୱପ୍ନକୁ ସାକାର କରିବାର ପ୍ରେରଣା ତିରଙ୍ଗା ଦେଇଥାଏ ଆଉ ଏଥିପାଇଁ ଚନ୍ଦ୍ରଯାନ 2ରେ ବିଫଳତା ମିଳିଲା ଚନ୍ଦ୍ରଯାନ 3ରେ ସଫଳତା ମିଳିଲା ତେବେ ପ୍ରେରଣା ସାଜିଲା ତିରଙ୍ଗା । ଆଉ ଏଥିପାଇଁ ଚନ୍ଦ୍ରଯାନ-2ର ପଏଣ୍ଟକୁ ଏବେ ତିରଙ୍ଗା ଭାବେ ଜଣାଯିବ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ମଧ୍ୟ ଆଜି ସକାଳେ ମୁଁ କହିଛି, 23 ଅଗଷ୍ଟ ଭାରତର ବୈଜ୍ଞାନିକ ବିକାଶ ଯାତ୍ରାରେ ହେଉଛି ଏକ ମାଇଲ ଖୁଣ୍ଟ ଆଉ ଏଥିପାଇଁ ପ୍ରତ୍ୟେକ ବର୍ଷ ଭାରତ 23 ଅଗଷ୍ଟକୁ ଜାତୀୟ ଅନ୍ତରୀକ୍ଷ ବା ମହାକାଶ ଦିବସ ରୂପେ ପାଳନ କରିବ ।

ସାଥୀଗଣ,

ମୁଁ ବିଗତ ଦିନମାନଙ୍କରେ ବ୍ରିକ୍ସ ସମ୍ମିଳନୀ ପାଇଁ ଦକ୍ଷିଣ ଆଫ୍ରିକାରେ ଥିଲି, ଚଳିତ ଥର ଦକ୍ଷିଣ ଆଫ୍ରିକାର ବ୍ରିକ୍ସ ସମ୍ମିଳନୀ ସହିତ ସମଗ୍ର ଆଫ୍ରିକାକୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । ଆଉ ବ୍ରିକ୍ସ ସମ୍ମିଳନୀରେ ମୁଁ ଦେଖିଲି ବୋଧହୁଏ ହିଁ ବିଶ୍ୱର କୌଣସି ବ୍ୟକ୍ତି ଥିବେ, ଯିଏକି ଚନ୍ଦ୍ରଯାନ ସମ୍ପର୍କରେ କଥା ନ ହୋଇଥିବେ, ଶୁଭେଚ୍ଛା ପ୍ରଦାନ କରି ନାହାଁନ୍ତି ଆଉ ଯେଉଁସବୁ ଶୁଭେଚ୍ଛାମାନ ମୋତେ ସେଠାରେ ମିଳିଛି, ମୁଁ ଆସିବା ମାତ୍ରେ ସେସବୁକୁ ବୈଜ୍ଞାନିକମାନଙ୍କ ସମ୍ମୁଖରେ ସେମାନଙ୍କୁ ସମର୍ପଣ କରି ଦେଇଛି ଆଉ ଆପଣମାନଙ୍କୁ ସମସ୍ତଙ୍କୁ ମଧ୍ୟ ଅର୍ପଣ କରୁଛି ଯେ ସମଗ୍ର ବିଶ୍ୱ ଶୁଭେଚ୍ଛା ବାର୍ତା ପ୍ରେରଣ କରିଛନ୍ତି ।

ସାଥୀଗଣ,

ପ୍ରତ୍ୟେକ ଏହା ଜାଣିବାକୁ ପ୍ରୟାସ କରୁଥିଲେ ଚନ୍ଦ୍ରଯାନର ଏହି ଯାତ୍ରା ସମ୍ବନ୍ଧରେ, ଏହି କାଳଜୟୀ ଉପଲବ୍ଧି ସମ୍ବନ୍ଧରେ ଆଉ ନୂତନ ଭାରତ, ନୂତନ ସ୍ୱପ୍ନ, ନୂତନ ସଂକଳ୍ପ ଆଉ ନୂତନ ସିଦ୍ଧି ଗୋଟିଏ ପରେ ଗୋଟିଏ ସାରା ବିଶ୍ୱ ଭିତରେ ଏକ ନୂତନ ପ୍ରଭାବ, ଆମ ଭାରତର ତିରଙ୍ଗାର ସାମର୍ଥ୍ୟ ନିଜର ସଫଳତା ଗୁଡ଼ିକ ଆଧାରରେ, ଉପଲବ୍ଧି ଗୁଡ଼ିକ ଆଧାରରେ ଆଜି ବିଶ୍ୱ ଅନୁଭବ ମଧ୍ୟ କରୁଛି, ସ୍ୱୀକାର ମଧ୍ୟ କରୁଛି ଆଉ ସମ୍ମାନ ମଧ୍ୟ ପ୍ରଦାନ କରୁଛି ।

ସାଥୀଗଣ,

ବ୍ରିକ୍ସ ସମ୍ମିଳନୀ ପରେ ମୋର ଗ୍ରୀସ ଗସ୍ତ ରହିଥିଲା, 40 ବର୍ଷ ବିତିଗଲା ଭାରତର କୌଣସି ପ୍ରଧାନମନ୍ତ୍ରୀ ଗ୍ରୀସ ଯାତ୍ରା କରି ନ ଥିଲେ । ମୋର ସୌଭାଗ୍ୟ ହେଉଛି ଯେ ବହୁତ ଗୁଡ଼ିଏ କାର୍ଯ୍ୟ ରହି ଯାଇଛି, ସେଗୁଡ଼ିକୁ ମୋତେ ହିଁ କରିବାକୁ ହୋଇଥାଏ । ଗ୍ରୀସ ମଧ୍ୟ ଯେଉଁଭଳି ଭାବେ ଭାରତର ମାନ- ସମ୍ମାନ, ଭାରତର ସାମର୍ଥ୍ୟ ଆଉ ଗ୍ରୀସକୁ ଲାଗୁଛି ଯେ ଭାରତ ଏବଂ ଗ୍ରୀସର ବନ୍ଧୁତା, ଗ୍ରୀସ ଏକ ପ୍ରକାରରେ ୟୁରୋପର ପ୍ରବେଶଦ୍ୱାର ହେବ ଆଉ ଭାରତ ଏବଂ ଗ୍ରୀସର ବନ୍ଧୁତା, ଭାରତ ଏବଂ ୟୁରୋପୀୟ ସଂଘର ସମ୍ପର୍କଗୁଡ଼ିକୁ ସୁଦୃଢ଼ କରିବାର ଏକ ବହୁତ ବଡ଼ ମାଧ୍ୟମ ହେବ ।

ସାଥୀଗଣ,

ଆଗାମୀ ଦିନମାନଙ୍କରେ ଆମମାନଙ୍କର ମଧ୍ୟ କିଛି ଦାୟିତ୍ୱ ରହିଛି । ବୈଜ୍ଞାନିକମାନେ ଆମର କାର୍ଯ୍ୟ କରିଛନ୍ତି । ଉପଗ୍ରହ ହେଉ, ଚନ୍ଦ୍ରଯାନର ଯାତ୍ରା ହେଉ, ସାଧାରଣ ମଣିଷଙ୍କ ଜୀବନରେ ଏହାର ବହୁତ ବଡ଼ ପ୍ରଭାବ ହୋଇଥାଏ ଆଉ ଏଥିପାଇଁ ଏଥର ମୋ ଦେଶର ଯୁବଶକ୍ତିଙ୍କର ବିଜ୍ଞାନ ପ୍ରତି ରୁଚି ବଢ଼ୁ, ଟେକ୍ନୋଲୋଜି ପ୍ରତି ରୁଚି ବଢ଼ୁ, ଆମକୁ ଏହି କଥାକୁ ଆଗକୁ ନେଇ ଯିବାକୁ ହେବ ଆମେ କେବଳ ଉତ୍ସବ, ଉତ୍ସାହ, ଉଦ୍ଦୀପନା, ନୂତନ ଉର୍ଜ୍ଜା କେବଳ ଏତିକି ମଧ୍ୟରେ ସୀମିତ ରହିଯିବା ଭଳି ଲୋକ ନୁହେଁ, ଆମେ ଗୋଟିଏ ସଫଳତା ପ୍ରାପ୍ତ କରିଥାଉ ତେବେ ସେହିଠାରେ ସୁଦୃଢ଼ ଭାବେ ପାଦ ଥୋଇ ନୂତନ ଭାବେ ଲମ୍ଫ ପ୍ରଦାନ କରିବା ପାଇଁ ପ୍ରସ୍ତୁତ ହୋଇ ଯାଉ । ଆଉ ଏଥିପାଇଁ, ଉତମ ଶାସନ ପାଇଁ, ଶେଷ ମାଇଲ ଯୋଗାଣ ପାଇଁ, ସାଧାରଣ ମଣିଷଙ୍କ ଜୀବନରେ ସୁଧାର ଆଣିବା ପାଇଁ ଏହି ମହାକାଶ ବିଜ୍ଞାନ କିଭଳି କାର୍ଯ୍ୟରେ ଲାଗି ପାରିବ, ଏହି ଉପଗ୍ରହ କିଭଳି କାର୍ଯ୍ୟରେ ଆସି ପାରିବ, ଆମର ଏହି ଯାତ୍ରା କିଭଳି ଉପଯୋଗୀ ହୋଇ ପାରିବ, ତାହାକୁ ଆମକୁ ଆଗକୁ ବଢ଼ାଇବାକୁ ହେବ । ଆଉ ଏଥିପାଇଁ ମୁଁ ସରକାରଙ୍କର ସମସ୍ତ ବିଭାଗକୁ ସୂଚିତ କରୁଅଛି ଯେ ସେମାନେ ନିଜ ନିଜ ବିଭାଗରେ ଯାହାସବୁ ଜନ ସାଧାରଣଙ୍କ ସହିତ ଜଡ଼ିତ କାର୍ଯ୍ୟ ରହିଛି, ସେହିସବୁ କାର୍ଯ୍ୟରେ ମହାକାଶ ବିଜ୍ଞାନର, ସ୍ପେସ୍ ଟେକ୍ନୋଲୋଜିର ଉପଗ୍ରହର ସାମର୍ଥ୍ୟକୁ ଯୋଗାଣରେ କିଭଳି ଉପଯୋଗ କରିବେ, ତତ୍କାଳ ପ୍ରତିକ୍ରିୟା ଉପରେ କିଭଳି ଉପଯୋଗ କରିବେ, ସ୍ୱଚ୍ଛତାରେ କିଭଳି ଉପଯୋଗ କରିବେ, ପରଫେକସନରେ କିଭଳି ଉପଯୋଗ କରିବେ, ସେସବୁ କଥାଗୁଡ଼ିକ ଆଡ଼କୁ ସେ ନିଜର ସମସ୍ୟାଗୁଡ଼ିକର ସମାଧାନ ବାହାର କରିବେ । ଆଉ ମୁଁ ଦେଶର ଯୁବକମାନଙ୍କ ପାଇଁ ଆଗାମୀ ଦିନମାନଙ୍କରେ ହାକାଥନ ଆୟୋଜନ କରିବାକୁ ଚାହୁଁଛି । ବିଗତ ଦିନମାନଙ୍କରେ କେତେକ ହାକାଥନରେ ଦେଶର ଲକ୍ଷ- ଲକ୍ଷ ବିଦ୍ୟାର୍ଥୀ 30-30, 40-40 ଘଣ୍ଟ। ନନ୍‌- ଷ୍ଟପ୍ କାର୍ଯ୍ୟ କରି ବଢ଼ିଆ- ବଢ଼ିଆ ଚିନ୍ତାଧାରାମାନ ଦେଇଛନ୍ତି ଆଉ ସେଥିମଧ୍ୟରୁ ଏକ ବାତାବରଣ ସୃଷ୍ଟି ହୋଇଛି । ମୁଁ ଆଗାମୀ ଦିନମାନଙ୍କରେ ଏଭଳି ହାକାଥନଗୁଡ଼ିକର ବଡ଼ ଶୃଙ୍ଖଳା ଚଲାଇବାକୁ ଚାହୁଁଛି ଫଳରେ ଦେଶର ଯେଉଁସବୁ ଯୁବ ମାନସିକତା ରହିଛନ୍ତି, ଯୁବ ପ୍ରତିଭା ରହିଛନ୍ତି ଆଉ ଜନ ସାଧାରଣଙ୍କ ଅସୁବିଧାମାନ ରହିଛି ଏହାର ସମାଧାନ ପାଇଁ ଏହି ମହାକାଶ ବିଜ୍ଞାନ, ଉପଗ୍ରହ, ଟେକ୍ନୋଲୋଜି ସେଗୁଡ଼ିକର ଉପଯୋଗ କରନ୍ତୁ, ସେହି ଦିଗରେ ଆମେ କାର୍ଯ୍ୟ କରିବା ।

ଏହା ସହିତ ଆମକୁ ନୂତନ ପିଢ଼ୀଙ୍କୁ ମଧ୍ୟ ବିଜ୍ଞାନ ଆଡ଼କୁ ଆକର୍ଷିତ କରିବାକୁ ହେବ । ଏକବିଂଶ ଶତାବ୍ଦୀ ହେଉଛି ଟେକ୍ନୋଲୋଜି ପରିଚାଳିତ ଆଉ ବିଶ୍ୱରେ ସେହି ଦେଶ ଆଗକୁ ବଢ଼ିବ, ଯାହାର ବିଜ୍ଞାନ ଏବଂ ଟେକ୍ନୋଲୋଜିରେ ମହାରଥ ରହିଥିବ । ଆଉ ଏଥିପାଇଁ ସମୟର ଆହ୍ୱାନ ହେଉଛି ଯେ 2047ରେ ଆମର ଦେଶକୁ ବିକଶିତ ଭାରତ କରିବାର ସ୍ୱପ୍ନକୁ ଅତିକ୍ରମ କରିବା ପାଇଁ ଆମକୁ ବିଜ୍ଞାନ ଏବଂ ଟେକ୍ନୋଲୋଜିର ପଥରେ ଆହୁରି ଦୃଢ଼ତାର ସହିତ ଆଗକୁ ବଢ଼ିବାକୁ ହେବ। ଆମର ନୂତନ ପିଢ଼ୀକୁ ପିଲାଦିନରୁ ହିଁ ବୈଜ୍ଞାନିକ ମାନସିକତା ସହିତ ଆଗକୁ ବଢ଼ିବା ପାଇଁ ପ୍ରସ୍ତୁତ କରିବାକୁ ହେବ । ଆଉ ଏଥିପାଇଁ ଏ ଯେଉଁ ବଡ଼ ସଫଳତା ମିଳିଛି, ଏ ଯେଉଁ ଉତ୍ସାହ ରହିଛି, ଉଦ୍ଦିପନା ରହିଛି ତାହାକୁ ଏବେ ଶକ୍ତିରେ ପରିଣତ କରିବାକୁ ହେବ ଆଉ ଶକ୍ତିରେ ପରିଣତ କରିବା ପାଇଁ ମାଇଁ ଗଭରେ 1  ସେପ୍ଟେମ୍ବରରୁ ଏକ କ୍ୱିଜ ପ୍ରତିଯୋଗିତା ଆରମ୍ଭ ହେବ, ଫଳରେ ଆମର ଯୁବକମାନେ ଛୋଟ- ଛୋଟ ପ୍ରଶ୍ନ ଉତର ଦେଖିବେ ତେବେ ସେମାନଙ୍କର ରୁଚି ସେଥିରେ ଧୀରେ- ଧୀରେ ବୃଦ୍ଧି ହେବ । ଆଉ ଯେଉଁ ନୂତନ ଶିକ୍ଷା ନୀତି ରହିଛି, ସେଥିରେ ବିଜ୍ଞାନ ଏବେ ଟେକ୍ନୋଲୋଜି ପାଇଁ ଭରପୂର ବ୍ୟବସ୍ଥା କରି ରଖା ଯାଇଛି । ଆମର ନୂତନ ଶିକ୍ଷା ନୀତି ଏହାକୁ ବହୁତ ଅଧିକ ଶକ୍ତି ପ୍ରଦାନ କରିବା ଭଳି ଆଉ ସେଥିରେ ଯିବାକୁ ଗୋଟିଏ ରାସ୍ତା ହେବ, ଆମର କ୍ୱିଜ ପ୍ରତିଯୋଗିତା । ମୁଁ ଆଜି ଏଠାରୁ ଦେଶର ଯୁବକମାନଙ୍କୁ, ମୋ ଦେଶର ବିଦ୍ୟାର୍ଥୀମାନଙ୍କୁ ଆଉ ପ୍ରତ୍ୟେକ ସ୍କୁଲକୁ ମୁଁ କହିବି ଯେ ଏହା ସ୍କୁଲର ଏକ କାର୍ଯ୍ୟକ୍ରମ ହେଉ ଯେ ଏହି ଚନ୍ଦ୍ରଯାନ ସହିତ ଜଡ଼ିତ ଯେଉଁ କ୍ୱିଜ ପ୍ରତିଯୋଗିତା ହେବ, ସେହି କ୍ୱିଜ ପ୍ରତିଯୋଗିତାରେ ସମସ୍ତେ ମିଳିମିଶି ଅଂଶଗ୍ରହଣ କରନ୍ତୁ । ଦେଶର କୋଟି- କୋଟି ଯୁବକ ଏହାର ଅଂଶ ହୁଅନ୍ତୁ ଆଉ ଆମେ ଏହାକୁ ଆଗକୁ ନେଇଯିବା, ମୁଁ ଭାବୁଛି ଏହା ବହୁତ ବଡ଼ ପରିଣାମ ପ୍ରଦାନ କରିବ ।

ଆଜି ଆପଣ ସମସ୍ତେ ମୋ ସମ୍ମୁଖକୁ ଆସିଛନ୍ତି, ତେଣୁ ମୁଁ ଆଉ ଏକ ଜିନିଷ ପ୍ରତି ଆପଣମାନଙ୍କର ଧ୍ୟାନ ଆକର୍ଷିତ କରିବାକୁ ଚାହୁଁଛି । ଭାରତ ପ୍ରତି ବିଶ୍ବର ଏକ ବହୁତ ବଡ଼ କୌତୁହଳ ବୃଦ୍ଧି ପାଇଛି, ଆକର୍ଷଣ ବୃଦ୍ଧି ପାଇଛି, ବିଶ୍ୱାସ ବୃଦ୍ଧି ପାଇଛି,  କିନ୍ତୁ ଏସବୁ ସତ୍ତ୍ବେ  ଏମିତି କିଛି ଘଟଣା ଅଛି, ସେତେବେଳେ ସୋମନଙ୍କର ଏହି ଅନୁଭବ ମଧ୍ୟ ରହିବା ଉଚିତ । ଆମ ସମସ୍ତଙ୍କ ସାମ୍ନାରେ ତୁରନ୍ତ ଏକ ସୁଯୋଗ ଆସିବାକୁ ଯାଉଛି ଏବଂ ବିଶେଷ କରି ଦିଲ୍ଲୀବାସୀଙ୍କ ପାଇଁ ସୁଯୋଗ ଆସିବାକୁ ଯାଉଛି ଏବଂ ତାହା ହେଉଛି G-20 ଶିଖର ସମ୍ମିଳନୀ। ଏକ ପ୍ରକାରରେ, ବିଶ୍ବର ଏକ ବହୁତ ବଡ଼ ନିର୍ଣ୍ଣାୟକ ନେତୃତ୍ୱ, ଏହା ଆମ ଦିଲ୍ଲୀର ମାଟିରେ ଘଟିବ, ଏହା ହିନ୍ଦୁସ୍ଥାନରେ ଘଟିବ । ସମଗ୍ର ଭାରତ ହେଉଛି ଆୟୋଜକ, କିନ୍ତୁ ଅତିଥିମାନେ ଦିଲ୍ଲୀ ଆସିବାକୁ ଯାଉଛନ୍ତି ।

G-20ର ଆୟୋଜନ କରୁଛି, ସମଗ୍ର ଦେଶ ଆୟୋଜନ କରୁଛି, କିନ୍ତୁ ସର୍ବାଧିକ ଦାୟିତ୍ବ ମୋର ଦିଲ୍ଲୀର ଭାଇ ଓ ଭଉଣୀ ମାନଙ୍କର ରହିଛି, ମୋର ଦିଲ୍ଲୀର ନାଗରିକ ମାନଙ୍କର ରହିଛି । ଆଉ ଏଥିପାଇଁ ଆମ ଦେଶର ସମ୍ମାନ ଉପରେ ଯେପରି ଟିକେ ଆଞ୍ଚ ନ ଆସିବ, ଏହା ଆମର ଦିଲ୍ଲୀକୁ କରି ଦେଖାଇବାକୁ ପଡିବ । ଦେଶର ମାନ, ସମ୍ମାନ ଓ ଗୌରବର ପତାକା ଉଚ୍ଚ କରିବାର ସୌଭାଗ୍ୟ ମୋର ଦିଲ୍ଲୀର ଭାଇ ଓ ଭଉଣୀମାନଙ୍କ ପାଖରେ ଅଛି । ଆଉ ଯେତେବେଳେ ବିଶ୍ବରୁ ଏତେ ସଂଖ୍ୟକ ଅତିଥି ଆସୁଛନ୍ତି, ସେତେବେଳେ ତ’ ଅସୁବିଧା ହୋଇଥାଏ, ଯଦି ଆମ ଘରକୁ 5-7 ଜଣ ଅତିଥି ଆସି ଯାଆନ୍ତି, ତେବେ ଘରର ଲୋକମାନେ ମୁଖ୍ୟ ସୋଫାରେ ବସନ୍ତି ନାହିଁ, କାରଣ ଅତିଥିଙ୍କୁ ଜାଗା ଦେଇଥାଆନ୍ତି । ଆମର ଏଠାରେ ମଧ୍ୟ 'ଅତିଥି ଦେବୋ ଭବ' ଆମ ସଂସ୍କାରରେ ଅଛି, ଆମ ତରଫରୁ ଯେତେ ଅଧିକ ମାନ, ସମ୍ମାନ ଏବଂ ସ୍ୱାଗତ  ଆମେ ବିଶ୍ବକୁ ଦେବା, ଆମର ସମ୍ମାନ ବୃଦ୍ଧି କରିବ, ଆମର ଗୌରବ ବୃଦ୍ଧି କରିବ, ଆମର ପ୍ରତିଷ୍ଠା ବୃଦ୍ଧି କରିବ, ଆଉ ସେଥିପାଇଁ ସେପ୍ଟେମ୍ବର 5 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ବହୁତ କିଛି କାର୍ଯ୍ୟକଳାପ ଏଠାରେ ଲାଗି ରହିବ । ଆଗାମୀ ଦିନରେ ଦିଲ୍ଲୀବାସୀଙ୍କୁ ଅସୁବିଧା ହେବାକୁ ଯାଉଛି, ସେଥିପାଇଁ ମୁଁ ଦିଲ୍ଲୀବାସୀଙ୍କୁ ଆଜିଠାରୁ କ୍ଷମା ମାଗି ନେଉଛି । ଆଉ ମୁଁ ସେମାନଙ୍କୁ ଅନୁରୋଧ କରୁଛି ଯେ, ଏହି ଅତିଥିମାନେ ଆମ ସମସ୍ତଙ୍କ ପାଇଁ, ଆମକୁ କିଛି ଅସୁବିଧା ହେବ, ଆମକୁ ଟିକେ  ଅସୁବିଧା ହେବ, ଟ୍ରାଫିକର ସମସ୍ତ ବ୍ୟବସ୍ଥା ବଦଳିଯିବ, ଆମକୁ ଅନେକ ସ୍ଥାନକୁ ଯିବା ପାଇଁ ଅଟକା ଯିବ, କିନ୍ତୁ କିଛି ଜିନିଷ ଆବଶ୍ୟକ ହୋଇଥାଏ ଆଉ ଆମେ ତ’ ଜାଣିଛୁ ଯେ, ପରିବାରରେ ଯଦି ଏକ ବିବାହ ମଧ୍ୟ ହୋଇଥାଏ ନା ତେବେ ଘରର ସମସ୍ତେ କୁହନ୍ତି, ଯଦି ନଖ କାଟିବା ସମୟରେ ଟିକିଏ ରକ୍ତ ବାହାରିଲେ ମଧ୍ୟ ଲୋକମାନେ କୁହନ୍ତି , ଭାଇ ଟିକେ, ଯତ୍ନ ନିଅ, ଘରେ ଏକ ସୁଯୋଗ ଅଛି, କିଛି କ୍ଷତି ହେବା ଉଚିତ୍ ନୁହେଁ, କିଛି ଖରାପ ଘଟଣା ଘଟିବା ଉଚିତ ନୁହେଁ । ତେଣୁ ଏହା ହେଉଛି ଆମ ପାଇଁ ଏକ ବଡ ଅବସର, ଏକ ପରିବାର ଭାବରେ, ଏହି ସମସ୍ତ ଅତିଥି ହେଉଛନ୍ତି ଆମର, ଆମ ସମସ୍ତଙ୍କ ପ୍ରୟାସ ଦ୍ବାରା ଆମର G-20 ଶିଖର ସମ୍ମିଳନୀ ଭବ୍ୟ ହେବ, ରଙ୍ଗୀନ ହେବ, ଆମର ପୁରା ଦିଲ୍ଲୀ ରାଗ-ରଙ୍ଗ ପରିପୂର୍ଣ୍ଣ ହେବା ଉଚିତ, ଏହି କାମ ମୋର ଦିଲ୍ଲୀର ନାଗରିକ ଭାଇ ଭଉଣୀମାନେ କରି ଦେଖାଇବେ ଏହା ହେଉଛି ମୋର ସମ୍ପୂର୍ଣ୍ଣ ବିଶ୍ୱାସ।

ମୋର ପ୍ରିୟ ଭାଇ ଓ ଭଉଣୀମାନେ, ମୋର ପରିବାରଜନ,

କିଛି ଦିନ ପରେ ରକ୍ଷା-ବନ୍ଧନର ପର୍ବ ଆସୁଛି । ଭଉଣୀ ଭାଇକୁ ରାଖୀ ବାନ୍ଧିଥାଏ । ଆଉ ଆମେ ତ କହି ଆସୁଛୁ, ଚନ୍ଦ୍ର ବା ଚନ୍ଦା ମାମା। ପିଲାଦିନରୁ ପଢା ଯାଉଛି ଚନ୍ଦା ମାମା, ଆମକୁ ପିଲାଦିନରୁ ଶିକ୍ଷା ଦିଆଯାଉଛି ଯେ ପୃଥିବୀ ମାତା, ପୃଥିବୀ ହେଉଛନ୍ତି ମାତା, ଚନ୍ଦା ମାମା ଅର୍ଥାତ୍ ପୃଥିବୀ ଆମର ମାତା  ଚନ୍ଦ୍ର ବା ଚନ୍ଦା ମାମାଙ୍କ ଭଉଣୀ ଏବଂ ଏହି ରାଖୀ ପର୍ବ, ଏହି ପୃଥିବୀ ମାତା ରାଖୀ ଭାବରେ ଚନ୍ଦ୍ରକୁ ଲୁନରକୁ ପଠାଇ ଚନ୍ଦା ମାମା ସହିତ ରାକ୍ଷୀ ପର୍ବ ପାଳତ କରିବାକୁ ଯାଉଛି । ଆଉ ସେଥିପାଇଁ ଆମେ ମଧ୍ୟ ରାଖୀର ଏପରି ଏକ ମହାନ ପର୍ବ ପାଳନ କରିବା ଉଚିତ୍, ଏଭଳି ଭାଇଚାରା, ଏପରି ବନ୍ଧୁତ୍ବ, ଏପରି ଭଲପାଇବାର ବାତାବରଣ ସୃଷ୍ଟି କରିବା ଯେ G-20 ସମ୍ମିଳନୀର ଚାରିଆଡେ ଏହି ବନ୍ଧୁତ୍ବ, ଏହି  ଭାଇଚାରା, ଏହି ଭଲପାଇବା, ଆମର ଏହି ସଂସ୍କୃତି, ଆମର ପରମ୍ପରା ସହିତ ବିଶ୍ବ ସହିତ ପରିଚିତ କରାଇବା । ମୁଁ ନିଶ୍ଚିତ ଯେ ଆଗାମୀ ପର୍ବଗୁଡ଼ିକ ବେଶ ଚମତ୍କାର ହେବ ଏବଂ ସେପ୍ଟେମ୍ବର ମାସ ଆମ ପାଇଁ ଅନେକ ରୂପରେ ବିଶ୍ବରେ ପୁଣି ଥରେ, ଚଳିତ ଥର ବୈଜ୍ଞାନିକମାନେ ଚନ୍ଦ୍ରଯାନର ସଫଳତା ସହିତ ଯେଉଁ ପତାକା ଉତ୍ତୋଳିତ ହୋଇଛି, ଆମେ ଦିଲ୍ଳୀବାସୀ G-20ର ଆତିଥେୟତାକୁ ଅଦ୍ଭୁତ ଭାବେ କରି ସେହି ପତାକାକୁ ନୂତନ ଶକ୍ତି ଦେବା, ଏଥିରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି । ଆପଣ ସମସ୍ତେ ଏତେ ଖରାରେ ଏଠାକୁ ଆସି ଆମର ବୈଜ୍ଞାନିକମାନଙ୍କ ମହୋତ୍ସବକୁ ସାମୂହିକ ଭାବେ ପାଳନ କରିବା ପାଇଁ ତ୍ରିରଙ୍ଗା ଉଡାଇଥିବାରୁ ମୁଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି, ବହୁତ ବହୁତ ଶୁଭକାମନା ଜଣାଉଛି । ମୋ ସହିତ କୁହନ୍ତୁ –

ଭାରତ ମାତା କୀ ଜୟ। ଭାରତ ମାତା କୀ ଜୟ।

ଭାରତ ମାତା କୀ ଜୟ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
First multilingual Indian speech recognition model trained on 65 languages and dialects released

Media Coverage

First multilingual Indian speech recognition model trained on 65 languages and dialects released
NM on the go

Nm on the go

Always be the first to hear from the PM. Get the App Now!
...
President’s address on the eve of 80th Independence Day reflects the nation’s strength and inspires renewed determination for a Viksit Bharat: PM
August 14, 2026

Prime Minister Shri Narendra Modi today lauded the address delivered by President of India, Smt. Droupadi Murmu, on the eve of 80th Independence Day noting that it was motivating and thoughtful.

The Prime Minister observed that her thoughts reflect the strength of our nation and the aspirations of every Indian. He stated that her message inspires us all to work with renewed determination for a Viksit Bharat.

In a post on X, the Prime Minister shared:

"A motivating and thoughtful address by Rashtrapati Ji on the eve of Independence Day.

Her thoughts reflect the strength of our nation and the aspirations of every Indian.

Her message inspires us all to work with renewed determination for a Viksit Bharat.

@rashtrapatibhvn"