ଭାରତୀୟତାର ପରିଚୟ ସୁରକ୍ଷାରେ ମହାରାଜ ସୁହେଲ ଦେବଙ୍କ ଅବଦାନକୁ ଉପେକ୍ଷା କରାଯାଇଛି: ପ୍ରଧାନମନ୍ତ୍ରୀ
ଇତିହାସ ନିର୍ମାତାଙ୍କ ପ୍ରତି ଲେଖକମାନେ କରିଥିବା ଅନ୍ୟାୟକୁ ଏବେ ସଂଶୋଧନ କରାଯାଉଛି: ଶ୍ରୀ ମୋଦୀ
ଏହି ବସନ୍ତ ଭାରତ ପାଇଁ ନୂଆ ଆଶା ଆଣିଛି ଏବଂ ମହାମାରୀର ନୈରାଶ୍ୟକୁ ପଛରେ ପକାଇ ଦେଇଛି: ପ୍ରଧାନମନ୍ତ୍ରୀ
ନୂଆ କୃଷି ଆଇନ ବିଷୟରେ ଚାଲିଥିବା ମିଥ୍ୟା ଓ ଭିତ୍ତିହୀନ ପ୍ରଚାର ପଦାରେ ପଡିଯାଇଛି: ଶ୍ରୀ ମୋଦୀ

ନମସ୍କାର !

ଉତର ପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀ ବେନ ପଟେଲ ମହାଶୟା, ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟ ନାଥ ମହାଶୟ, ୟୁପି ରାଜ୍ୟ ସରକାରଙ୍କର ଅନ୍ୟ ମନ୍ତ୍ରୀଗଣ, ସଂସଦରେ ମୋର ଅନ୍ୟ ସହଯୋଗୀ, ବିଧାୟକ ଗଣ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ !

ନିଜ ପରାକ୍ରମରେ ମାତୃଭୂମିର ଗୌରବ ବୃଦ୍ଧି କରିଥିବା ରାଷ୍ଟ୍ରନାୟକ ମହାରାଜା ସୁହେଲଦେବଙ୍କ ଜନ୍ମଭୂମି ଏବଂ ଋଷି ମୁନିମାନେ ଯେଉଁଠାରେ ତପ କରିଥିଲେ, ବହରାଇଚର ଏହି ପବିତ୍ର ମାଟିକୁ ମୁଁ ଆଦରର ସହିତ ପ୍ରଣାମ କରୁଛି ! ବସନ୍ତ ପଞ୍ଚମୀ ଅବସରରେ ଆପଣମାନଙ୍କୁ, ସମଗ୍ର ଦେଶକୁ ବହୁତ ବହୁତ ମଙ୍ଗଳକାମନା ! ମା’ ସରସ୍ୱତୀ ଭାରତର ଜ୍ଞାନ ବିଜ୍ଞାନକୁ ଆହୁରି ସମୃଦ୍ଧ କରନ୍ତୁ। ଆଜିର ଦିନ, ବିଦ୍ୟା ଆରମ୍ଭ ଏବଂ ଅକ୍ଷର ଜ୍ଞାନ ପାଇଁ ବହୁତ ଶୁଭ ଦିନ ଭାବେ ଗଣାଯାଏ। ଆମର ଏଠାରେ କୁହାଯାଇଛି:-

ସରସ୍ୱତୀ ମହାଭାଗେ ବିଦ୍ୟେ କମଳଲୋଚନେ।

ବିଦ୍ୟାରୂପେ ବିଶାଳାକ୍ଷୀ ବିଦ୍ୟା ଦେହି ନମୋସ୍ତୁତେ ।।

ଅର୍ଥାତ, ହେ ମହାଭାଗ୍ୟବତୀ, ଜ୍ଞାନରୂପା, ପଦ୍ମ ଭଳି ବଶାଳ ନେତ୍ର ଧାରୀ, ଜ୍ଞାନଦାତ୍ରୀ ସରସ୍ୱତୀ, ମୋତେ ବିଦ୍ୟା ଦିଅନ୍ତୁ, ମୁଁ ଆପଣଙ୍କୁ ପ୍ରଣାମ କରୁଛି। ଭାରତରେ ମାନବତାର ସେବା ପାଇଁ ଗବେଷଣା ଏବଂ ନବସୃଜନ ସହିତ ଜଡିତ, ରାଷ୍ଟ୍ର ନିର୍ମାଣରେ ସାମିଲ ପ୍ରତ୍ୟେକ ଦେଶବାସୀଙ୍କୁ ମା’ ସରସ୍ୱତୀଙ୍କ ଆଶୀର୍ବାଦ ମିଳୁ, ସେମାନଙ୍କୁ ସଫଳତା ମିଳୁ, ଏହା ହେଉଛି ଆମ ସମସ୍ତଙ୍କ ପ୍ରାର୍ଥନା।

ଭାଇ ଓ ଭଉଣୀମାନେ,

ରାମ ଚରିତ ମାନସରେ ଗୋସ୍ୱାମୀ ତୁଳସୀଦାସ ଜୀ କହିଛନ୍ତି, ଋତୁ ବସନ୍ତ ବହ ତ୍ରିବିଦ୍ଧ ବୟାରୀ। ଅର୍ଥାତ ବସନ୍ତ ଋତୁରେ ଶୀତଳ, ମନ୍ଦ, ସୁଗନ୍ଧ, ଏଭଳି ତିନି ପ୍ରକାରର ପବନ ବହିଥାଏ, ଏଭଳି ପବନ, ଏପରି ପାଣିପାଗରେ ବିଲ-ବାଡିରେ, ବଗିଚା- ଉଦ୍ୟାନରୁ ନେଇ ଜୀବନର ପ୍ରତ୍ୟେକ ଅଂଶ ଆନନ୍ଦିତ ହୋଇଥାଏ। ବାସ୍ତବରେ, ଆମେ ଯେଉଁ ଆଡକୁ ଦେଖିଥାଉ ଫୁଲରେ ଭରି ରହିଥାଏ, ପ୍ରତ୍ୟକ ଜୀବ ବସନ୍ତ ଋତୁକୁ ସ୍ୱାଗତ କରିବାକୁ ବାହାରି ଆସିଥାଏ। ଏହି ବସନ୍ତ, ମହାମାରୀର ନିରାଶାକୁ ପଛରେ ଛାଡି ଆଗକୁ ଅଗ୍ରସର ହେଉଥିବା ଭାରତ ପାଇଁ ନୂଆ ଆଶା, ନୂଆ ଉତ୍ସାହ ନେଇ ଆସିଛି। ଏହି ଉଲ୍ଲାସରେ, ଭାରତୀୟତା, ଆମର ସଂସ୍କୃତି, ଆମ ଜନତାଙ୍କ ପାଇଁ ପ୍ରାଚୀର ସଦୃଶ ଠିଆ ହୋଇଥିବା ମହାନାୟକ, ମହାରାଜା ସୁହେଲ ଦେବ ମହାଶୟଙ୍କ ଜନ୍ମୋତ୍ସବ ଆମର ଖୁସିକୁ ଆହୁରି ବଢାଉଛି।

ସାଥୀଗଣ,

ମୋତେ ପ୍ରାୟ 2 ବର୍ଷ ପୂର୍ବେ ଗାଜିପୁରରେ ମହାରାଜା ସୁହେଲ ଦେବଙ୍କ ସ୍ମୃତିରେ ଡାକ ଟିକଟ ଉନ୍ମୋଚନ କରିବାର ସୁଯୋଗ ମିଳିଥିଲା। ଆଜି ବହରାଇଚରେ ତାଙ୍କ ଭବ୍ୟ ସ୍ମାରକର ଶିଳାନ୍ୟାସ କରିବାର ସୌଭାଗ୍ୟ ମିଳିଛି। ଏହି ଆଧୁନିକ ଏବଂ ଭବ୍ୟ ସ୍ମାରକ, ଐତିହାସିକ ଚିତୌରା ହ୍ରଦର ବିକାଶ, ବହରାଇଚରେ ମହାରାଜା ସୁହେଲଦେବଙ୍କ ଆଶୀର୍ବାଦକୁ ବଢାଇବ, ଆଗାମୀ ପିଢୀକୁ ମଧ୍ୟ ପ୍ରେରିତ କରିବ।

ସାଥୀଗଣ,

ଆଜି ମହାରାଜା ସୁହେଲ ଦେବଙ୍କ ନାମରେ ନିର୍ମିତ ମେଡିକାଲ କଲେଜକୁ ଏକ ନୂତନ ତଥା ଭବ୍ୟ ଭବନ ମିଳିଛି। ବହରାଇଚ ଭଳି ବିକାଶ ପାଇଁ ଆକାଂକ୍ଷୀ ଜିଲ୍ଲାରେ ସ୍ୱାସ୍ଥ୍ୟ ସୁବିଧା ବୃଦ୍ଧି ପାଇବା, ଏଠାକାର ଲୋକଙ୍କ ଜୀବନକୁ ସହଜ କରିବ। ଏହାର ଲାଭ ଆଖପାଖର ଶ୍ରାବସ୍ତୀ, ବଳରାମପୁର, ସିଦ୍ଧାର୍ଥନଗରକୁ ହିଁ ମିଳିବ, ତେବେ ନେପାଳରୁ ଆସୁଥିବା ରୋଗୀଙ୍କୁ ମଧ୍ୟ ଏହା ସହାୟତା କରିବ।

ଭାଇ ଓ ଭଉଣୀମାନେ,

ଭାରତର ଇତିହାସ କେବଳ ତାହା ନୁହେଁ ଯାହା ଦେଶକୁ ଗୋଲାମ କରିବା ଭଳି, ଗୋଲାମୀ ମାନସିକତା ସହିତ ଇତିହାସ ଲେଖିବା ବାଲା ଲେଖିଛନ୍ତି। ଭାରତର ଇତିହାସ ମଧ୍ୟ ହେଉଛି ତାହା, ଯାହା ଭାରତର ସାଧାରଣ ଜନତା, ଭାରତର ଲୋକଗାଥା ଗୁଡିକରେ ରଚନା କରାଯାଇଛି, ଯାହା ପିଢୀ ପରେ ପିଢୀ ଆଗକୁ ବଢିଚାଲିଛି। ଆଜି ଯେତେବେଳେ ଭାରତ ନିଜର ସ୍ୱାଧୀନତାର 75 ବର୍ଷରେ ପ୍ରବେଶ କରୁଛି, ଏଭଳି ମହାପୁରୁଷଙ୍କ ଯୋଗଦାନ, ସେମାନଙ୍କର ତ୍ୟାଗ, ସେମାନଙ୍କର ତପସ୍ୟା, ସେମାନଙ୍କର ସଂଘର୍ଷ, ସେମାନଙ୍କର ବୀରତା, ସେମାନଙ୍କର ବଳିଦାନ, ଏହିସବୁ କଥାକୁ ସ୍ମରଣ କରିବା, ସେମାନଙ୍କୁ ଆଦରର ସହିତ ପ୍ରଣାମ କରିବା, ସେମାନଙ୍କଠାରୁ ପ୍ରେରଣା ପାଇବା, ଏହାଠାରୁ ବଡ଼ କୌଣସି ସୁଯୋଗ ହୋଇ ନ ପାରେ। କିନ୍ତୁ ଏହା ଦୁର୍ଭାଗ୍ୟ ଯେ, ଭାରତ ଏବଂ ଭାରତୀୟତାର ରକ୍ଷା ପାଇଁ ଯେଉଁମାନେ ଜୀବନ ସମର୍ପିତ କରିଦେଲେ, ଏଭଳି ଅନେକ ନାୟକ-ନାୟିକାମାନଙ୍କୁ ସେହି ସ୍ଥାନ ଦିଆଯାଇ ନାହିଁ, ଯାହା ପାଇଁ ସେମାନେ ହକଦାର ଥିଲେ । ଇତିହାସ ଲେଖିବା ବାଲାଙ୍କ ସହିତ, ଇତିହାସ ଲେଖିବା ନାମରେ ଯେଉଁ ଅଦଳ-ବଦଳ କରିବା ବାଲା ଯାହା ଅନ୍ୟାୟ କରିଛନ୍ତି, ତାହାକୁ ଏବେ ଆଜିର ଭାରତ ସୁଧାରିବାରେ ଲାଗିଛି। ଠିକ୍‍ କରୁଛି । ଦେଷତ୍ରୁଟିରୁ ଦେଶକୁ ମୁକ୍ତ କରୁଛି। ଆପଣ ଦେଖନ୍ତୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଯିଏ ଆଜାଦ ହିନ୍ଦ୍‍ ସରକାରର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ, କ’ଣ ତାଙ୍କର ଏହି ପରିଚୟକୁ, ଆଜାଦ ହିନ୍ଦ ଫୌଜର ଯୋଗଦାନକୁ ସେହି ଗୁରୁତ୍ୱ ଦିଆଯାଇଛି,ଯେଉଁ ଗୁରୁତ୍ୱ ନେତାଜୀଙ୍କୁ ମିଳିବାର ଥିଲା ?

ଆଜି ଲାଲକିଲ୍ଲାଠାରୁ ନେଇ ଆଣ୍ଡାମାନ-ନିକୋବର ପର୍ଯ୍ୟନ୍ତ ତାଙ୍କର ଏହି ପରିଚୟକୁ ଆମେ ଦେଶ ଏବଂ ବିଦେଶ ସାମ୍ନାରେ ସଶକ୍ତ କରିଛୁ । ଦେଶର ପାଞ୍ଚ ଶହରୁ ଅଧିକ ରାଜତନ୍ତ୍ରକୁ ଏକାଠି କରିବାର କଠିନ କାର୍ଯ୍ୟ କରିଥିବା ସର୍ଦ୍ଦାର ପଟେଲ ମହାଶୟଙ୍କ ସହିତ କ’ଣ କରାଗଲା, ଦେଶର ପ୍ରତ୍ୟେକ ପିଲା ଏହି କଥାକୁ ଭଲଭାବେ ଜାଣନ୍ତି। ଆଜି ବିଶ୍ୱର ସବୁଠାରୁ ବଡ଼ ପ୍ରତିମା ‘ଷ୍ଟାଚ୍ୟୁ ଅଫ୍‍ ୟୁନିଟି’ ବା ଏକତାର ପ୍ରତିମା ହେଉଛି ସର୍ଦ୍ଦାର ପଟେଲଙ୍କର। ଦେଶକୁ ସମ୍ବିଧାନ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା, ବଞ୍ଚିତ, ପୀଡିତ, ଶୋଷିତଙ୍କ ସ୍ୱର ବାବା ସାହେବ ଆମ୍ବେଦକରଙ୍କୁ ମଧ୍ୟ କେବଳ ରାଜନୈତିକ ଚଷମାରେ ଦେଖାଗଲା। ଆଜି ଭାରତରୁ ନେଇ ଇଂଲଣ୍ଡ ପର୍ଯ୍ୟନ୍ତ ଡ଼କ୍ଟର ବାବା ସାହେବ ଆମ୍ବେଦକରଙ୍କ ସହିତ ଜଡିତ ସ୍ଥାନକୁ ପଞ୍ଚ ତୀର୍ଥ ଭାବେ ବିକଶିତ କରାଯାଉଛି।

ସାଥୀଗଣ,

ଭାରତର ଏଭଳି ଅନେକ ସଂଗ୍ରାମୀ ଅଛନ୍ତି, ଯେଉଁମାନଙ୍କର ଯୋଗଦାନକୁ ଅନେକ କାରଣରୁ ସମ୍ମାନ ଦିଆଯାଇ ନାହିଁ, ପରିଚୟ ଦିଆଯାଇ ନାହିଁ। ଚୌରୀ-ଚୌରାର ବୀରଙ୍କ ସହିତ ଯାହା ହେଲା ତାହାକୁ କ’ଣ ଆମେ ଭୁଲି ପାରିବା ? ମହାରାଜା ସୁହେଲ ଦେବ ଏବଂ ଭାରତୀୟତାର ରକ୍ଷା ପାଇଁ ଅନେକ ପ୍ରୟାସ ସହିତ ମଧ୍ୟ ଏହିପରି ବ୍ୟବହାର କରାଯାଇଛି।

ଇତିହାସର ପୁସ୍ତକରେ ଯଦିଓ ମହାରାଜା ସୁହେଲ ଦେବଙ୍କ ସୌର୍ଯ୍ୟ, ପରାକ୍ରମ, ତାଙ୍କର ବୀରତାକୁ ସେହି ସ୍ଥାନ ମିଳି ନାହିଁ, କିନ୍ତୁ ଅବଧ ଏବଂ ତରାଇଠାରୁ ନେଇ ପୂର୍ବାଞ୍ଚଳର ଲୋକଗାଥା ଗୁଡିକରେ, ଲୋକଙ୍କର ହୃଦୟରେ ସେ ସଦା ସର୍ବଦା ରହିଥିବେ। କେବଳ ବୀରତା ହିଁ ନୁହେଁ, ଏକ ସମ୍ବେଦନଶୀଳ ଏବଂ ବିକଶିତ ଶାସକ ଭାବେ ତାଙ୍କ ଛାପ ଅଲିଭା ହୋଇ ରହିବ। ନିଜ ଶାସନ କାଳରେ ଯେଭଳି ଭାବେ ସେ ଉନ୍ନତ ସଡ଼କ ପାଇଁ, ପୋଖରୀ-ପୁଷ୍କରିଣୀ ପାଇଁ, ବଗିଚା-ଉଦ୍ୟାନ ପାଇଁ ଏବଂ ଶିକ୍ଷା କ୍ଷେତ୍ରରେ ଯେଉଁ କାର୍ଯ୍ୟ କରିଥିଲେ, ତାହା ଅଦ୍ଭୁତପୂର୍ବ ଥିଲା। ତାଙ୍କର ଉପଯୁକ୍ତ ଚିନ୍ତାଧାରା, ଏହି ସ୍ମାରକ ସ୍ଥଳୀରେ ମଧ୍ୟ ଦେଖିବାକୁ ମିଳିବ।

ସାଥୀଗଣ,

ପର୍ଯ୍ୟଟକ, ମହାରାଜା ସୁହେଲଦେବ ମହାଶୟଙ୍କ ଜୀବନରୁ ପ୍ରେରଣା ପାଆନ୍ତୁ, ଏଥିପାଇଁ ତାଙ୍କର 40 ଫୁଟ୍‍ ବ୍ରୋଞ୍ଚ ପ୍ରତିମା ସ୍ଥାପିତ ହେବ। ଏଠାରେ ନିର୍ମାଣ ହେବାକୁ ଥିବା ସଂଗ୍ରହାଳୟରେ ମହାରାଜା ସୁହେଲଦେବଙ୍କ ସହିତ ଜଡିତ ଐତିହାସିକ ତଥ୍ୟ ଗୁଡିକ ରହିବ। ଏହାର ଭିତର ଏବଂ ଆଖପାଖର ସଡ଼କ ଗୁଡିକୁ ପ୍ରଶସ୍ତ କରାଯିବ। ପିଲାମାନଙ୍କ ପାଇଁ ପାର୍କ ନିର୍ମାଣ ହେବ, ସଭାଗୃହ ତିଆରି ହେବ, ପର୍ଯ୍ୟଟକଙ୍କ ପାଇଁ ରହିବା ଘର, ପାର୍କିଂ, କାଫେଟେରିଆ ଭଳି ଅନେକ ସୁବିଧାର ନିର୍ମାଣ ହେବ। ଏହା ସହିତ ଯେଉଁ ସ୍ଥାନୀୟ ଶିଳ୍ପୀ ଅଛନ୍ତି, କଳାକାର ଅଛନ୍ତି, ସେମାନେ ନିଜର ସାମଗ୍ରୀ ଏଠାରେ ସହଜରେ ବିକ୍ରି କରି ପାରିବେ, ଏଥିପାଇଁ ଦେକାନ ଗୃହ ନିର୍ମାଣ କରାଯିବ। ସେହିପରି ଚିତୌର ହ୍ରଦରେ ଘାଟ ଏବଂ ପାହାଚ ନିର୍ମାଣ ଏବଂ ସୌନ୍ଦର୍ଯ୍ୟ କରଣ ଦ୍ୱାରା ଏହି ଐତିହାସିକ ହ୍ରଦର ଗୁରୁତ୍ୱ ଆହୁରି ବଢିଯିବ। ଏହି ସମସ୍ତ ପ୍ରୟାସ, କେବଳ ବହରାଇଚର ସୁନ୍ଦରତାକୁ ବଢାଇବ ନାହିଁ ବରଂ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରିବ। ‘ମରୀ ମେୟା’ଙ୍କ କୃପାରୁ ଏହି କାର୍ଯ୍ୟ ଶୀଘ୍ର ସଂମ୍ପୂର୍ଣ୍ଣ ହେବ।

ଭାଇ ଓ ଭଉଣୀମାନେ,

ବିଗତ କିଛି ବର୍ଷରେ ସାରା ଦେଶରେ ଇତିହାସ, ଆସ୍ଥା, ଆଧ୍ୟାତ୍ମ, ସଂସ୍କୃତି ସହିତ ଜଡିତ ଯେତେ ମଧ୍ୟ ସ୍ମାରକ ଗୁଡିକର ନିର୍ମାଣ କରାଯାଉଛି, ତାହାର ବହୁତ ବଡ଼ ଲକ୍ଷ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ମଧ୍ୟ ରହିଛି । ଉତର ପ୍ରଦେଶ ପର୍ଯ୍ୟଟନ ଏବଂ ତୀର୍ଥାଟନ, ଉଭୟ କ୍ଷେତ୍ରରେ ମଧ୍ୟ ସମୃଦ୍ଧ ଏବଂ ଏହାର ମଧ୍ୟ ଅପାର କ୍ଷମତା ରହିଛି। ସେ ଭଗବାନ ରାମଙ୍କ ଜନ୍ମସ୍ଥାନ ହେଉ ଅବା କୃଷ୍ଣଙ୍କ ବୃନ୍ଦାବନ, ଭଗବାନ ବୁଦ୍ଧଙ୍କ ସାରନାଥ ହେଉ ଅବା ପୁଣି କାଶୀ ବିଶ୍ୱନାଥ, ସନ୍ଥ କବୀରଙ୍କ ମଗହରଧାମ ହେଉ ଅବା ବାରଣାସୀରେ ସନ୍ଥ ରବିଦାସଙ୍କର ଜନ୍ମସ୍ଥଳୀର ଆଧୁନିକୀକରଣ, ସମଗ୍ର ପ୍ରଦେଶରେ ବ୍ୟାପକ ସ୍ତରରେ କାର୍ଯ୍ୟ ଚାଲୁ ରହିଛି। ଏହାର ବିକାଶ ପାଇଁ ଭଗବାନ ରାମ, ଶ୍ରୀକୃଷ୍ଣ ଏବଂ ବୁଦ୍ଧଙ୍କ ଜୀବନ ସମ୍ବନ୍ଧିତ ସ୍ଥଳଗୁଡିକ ଯେପରି ଅଯୋଧ୍ୟା, ଚିତ୍ରକୂଟ, ମଥୁରା, ବୃନ୍ଦାବନ, ଗୋବର୍ଦ୍ଧନ, କୁଶୀନଗର, ଶ୍ରାବସ୍ତୀ ଆଦି ତୀର୍ଥ ସ୍ଥଳ ଗୁଡିକରେ ରାମାୟଣ ସର୍କିଟ, ଆଧ୍ୟାତ୍ମିକ ସର୍କିଟ, ବୌଦ୍ଧ ସର୍କିଟର ବିକାଶ କରାଯାଉଛି।

ଭାଇ ଓ ଭଉଣୀମାନେ,

ବିଗତ କିଛି ବର୍ଷଗୁଡିକରେ ଯେଉଁ ପ୍ରୟାସ ହୋଇଛି, ତାହାର ପ୍ରଭାବ ମଧ୍ୟ ଦୃଷ୍ଟିଗୋଚର ହେଉଛି। ଯେଉଁ ରାଜ୍ୟକୁ ଅନ୍ୟ ରାଜ୍ୟଗୁଡିକରୁ ସବୁଠାରୁ ଅଧିକ ପର୍ଯ୍ୟଟକ ଆସୁଛନ୍ତି, ସେହି ପ୍ରଦେଶର ନାମ ହେଉଛି ଉତର ପ୍ରଦେଶ। ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ମଧ୍ୟ ୟୁପି ଦେଶର ଶ୍ରେଷ୍ଠ ତିନୋଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି। ଉତର ପ୍ରଦେଶରେ ପର୍ଯ୍ୟଟକମାନଙ୍କ ପାଇଁ ଜରୁରୀ ସୁବିଧାଗୁଡିକ ସହିତ ଆଧୁନିକ ଯୋଗାଯୋଗ ବ୍ୟବସ୍ଥାର ସାଧନକୁ ମଧ୍ୟ ପ୍ରେତ୍ସାହନ ଦିଆଯାଉଛି। ଭବିଷ୍ୟତରେ ଅଯୋଧ୍ୟାର ବିମାନ ବନ୍ଦର ଏବଂ କୁଶୀନଗର ଆନ୍ତର୍ଜାତୀୟ ବିମାନ ବନ୍ଦର, ଦେଶୀ-ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ବହୁତ ଉପଯୋଗୀ ସାବ୍ୟସ୍ତ ହେବ। ଉତର ପ୍ରଦେଶରେ ଛୋଟ-ବଡ଼ 12 (ଡଜନେ)ରୁ ଅଧିକ ବିମାନବନ୍ଦର ଉପରେ କାର୍ଯ୍ୟ ଚାଲୁ ରହିଛି, ଯେଉଁଥିରୁ ଅନେକ ପୂର୍ବାଞ୍ଚଳରେ ହିଁ ଅଛି। ଉଡାନ ଯୋଜନା ଅଧିନରେ ୟୁପିର ଅନେକ ସହରକୁ କମ୍‍ ମୂଲ୍ୟରେ ବିମାନ ସେବା ସହିତ ସଂଯୋଗ କରିବାର ଅଭିଯାନ ଚାଲୁ ରହିଛି ।

ଏହା ବ୍ୟତୀତ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ, ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେ, ଗଙ୍ଗା ଏକ୍ସପ୍ରେସ ୱେ, ଗୋରଖପୁର ଲିଙ୍କ ଏକ୍ସପ୍ରେସ ୱେ, ବଲିୟା ଲିଙ୍କ ଏକ୍ସପ୍ରେସ ୱେ, ଏଭଳି ଆଧୁନିକ ଏବଂ ପ୍ରଶସ୍ତ ସଡ଼କଗୁଡିକ ସାରା ୟୁପିରେ ନିର୍ମାଣ କରାଯାଉଛି। ଆଉ ଏହା ଗୋଟିଏ ପକ୍ଷରେ ୟୁପିରେ ଆଧୁନିକ ଭିତିଭୂମିର ହେଉଛି ଶୁଭାରମ୍ଭ। ଆକାଶପଥ ଏବଂ ସଡ଼କ ଯୋଗାଯୋଗ ବ୍ୟତୀତ ୟୁପିରେ ରେଳ ଯୋଗାଯୋଗର ମଧ୍ୟ ଏବେ ଆଧୁନିକୀକରଣ ହେଉଛି। ୟୁପି ଦୁଇଟି ବଡ଼ ଉତ୍ସର୍ଗୀକୃତ ଫ୍ରେଡ କରିଡରର ହେଉଛି ସଂଯୋଗ ସ୍ଥଳ। ନିକଟରେ ହିଁ ପୂର୍ବାଞ୍ଚଳ ଉତ୍ସର୍ଗୀକୃତ ଫ୍ରେଡ କରିଡରର ଏକ ବୃହତ ଅଂଶର ଲୋକାର୍ପଣ ୟୁପିରେ ହିଁ କରାଯାଇଛି। ୟୁପିରେ ଯେଉଁଭଳି ଭାବେ ଆଜି ଆଧୁନିକ ଭିତିଭୂମିର କାର୍ଯ୍ୟ ଚାଲୁ ରହିଛି, ତାହାଦ୍ୱାରା ଉତର ପ୍ରଦେଶରେ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଦେଶ ଏବଂ ବିଶ୍ୱର ନିବେଶକ ଉତ୍ସାହିତ ଅଛନ୍ତି। ଏହା ଦ୍ୱାରା ଏଠାରେ ନୂତନ ଉଦ୍ୟୋଗ ଗୁଡିକ ପାଇଁ ଉନ୍ନତ ସୁଯୋଗ ସୃଷ୍ଟି ହେଉ ନାହିଁ ବରଂ, ଏଠାରେ ଯୁବକମାନଙ୍କୁ ରୋଜଗାରର ନୂଆ ସୁଯୋଗ ମଧ୍ୟ ଉପଲବ୍ଧ ହେଉଛି।

ସାଥୀଗଣ,

କରୋନା ସମୟରେ ଯେଉଁଭଳି ଭାବରେ ଉତର ପ୍ରଦେଶରେ କାର୍ଯ୍ୟ ହୋଇଛି, ତାହା ହେଉଛି ବହୁତ ଗୁରୁତ୍ୱପୁର୍ଣ୍ଣ। କଳ୍ପନା କରନ୍ତୁ, ଯଦି ୟୁପିର ପରସ୍ଥିତି ଖରାପ ହୋଇଥାନ୍ତା ତେବେ ରାଷ୍ଟ୍ରୀୟ-ଅନ୍ତରାଷ୍ଟ୍ରୀୟ ସ୍ତରରେ କି ପ୍ରକାରର କଥା ହୋଇଥାନ୍ତା। କିନ୍ତୁ ଯୋଗୀ ମହାଶୟଙ୍କ ସରକାର, ଯୋଗୀ ମହାଶୟଙ୍କ ସଂମ୍ପୂର୍ଣ୍ଣ ଟିମ୍‍ ବହୁତ ଭଲ ଭବେ ସ୍ଥିତିକୁ ନିୟନ୍ତ୍ରଣ କରି ଦେଖାଇଛନ୍ତି । ୟୁପି, ନା କେବଳ ଅଧିକରୁ ଅଧିକ ଲୋକଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଛି, ବରଂ ବାହାରୁ ଫେରିଥିବା ଶ୍ରମିକଙ୍କୁ ରୋଜଗାର ଦେବାରେ ୟୁପି ପ୍ରଶଂସନୀୟ କାର୍ଯ୍ୟ କରିଛି।

ଭାଇ ଓ ଭଉଣୀମାନେ,

କରୋନା ବିରୁଦ୍ଧରେ ୟୁପିର ଲଢେଇରେ ବିଗତ 3-4 ବର୍ଷରେ କରାଯାଇଥିବା କାର୍ଯ୍ୟର ବହୁତ ବଡ଼ ଯୋଗଦାନ ରହିଛି। ପୂର୍ବାଞ୍ଚଳକୁ ଦଶକ ଦଶକ ଧରି ସମସ୍ୟା ଭିତରେ ରଖିଥିବା ମସ୍ତିଷ୍କ ଜ୍ୱରର ପ୍ରଭାବ, ୟୁପି ବହୁତ ହ୍ରାସ କରି ଦେଖାଇଛି। ୟୁପିରେ 2014 ପର୍ଯ୍ୟନ୍ତ 14ଟି ମେଡିକାଲ କଲେଜ ଥିଲା, ଯାହା ଆଜି ବୃଦ୍ଧି ପାଇ 24ରେ ପହଞ୍ଚିଛି। ଏହା ସହିତ ଗୋରଖପୁର ଏବଂ ବରେଲୀରେ ଏମ୍ସର କାର୍ଯ୍ୟ ମଧ୍ୟ ଚାଲୁ ରହିଛି। ଏହା ବ୍ୟତୀତ ଆଉ 22ଟି ନୂତନ ମେଡିକାଲ କଲେଜ ନିର୍ମାଣ କରାଯାଉଛି। ବାରଣାସୀରେ ଆଧୁନିକ କ୍ୟାନସର ହାସ୍ପାତାଳ ଗୁଡିକର ସୁବିଧା ମଧ୍ୟ ଏବେ ପୂର୍ବାଞ୍ଚଳକୁ ମିଳୁଛି । ୟୁପି ଜଳ ଜୀବନ ମିଶନ ଅର୍ଥାତ ହର ଘର ଜଳ ପହଞ୍ଚାଇବାରେ ମଧ୍ୟ ପ୍ରଶଂସନୀୟ କାର୍ଯ୍ୟ କରୁଛି। ଯେତେବେଳେ ଶୁଦ୍ଧ ପାନୀୟ ଜଳ ଘରେ ପହଞ୍ଚିବ, ସେତେବେଳେ ଅନେକ ରୋଗ ଏମିତିରେ ହିଁ କମିଯିବ।

ଭାଇ ଓ ଭଉଣୀମାନେ,

ଉତର ପ୍ରଦେଶରେ ଉନ୍ନତ ଧରଣର ବିଜୁଳି ବ୍ୟବସ୍ଥା, ପାଣି, ସଡ଼କ ଏବଂ ସ୍ୱାସ୍ଥ୍ୟ ସୁବିଧାଗୁଡିକର ସିଧା ସଳଖ ଲାଭ ଗାଁ, ଗରିବ ଏବଂ କୃଷକଙ୍କୁ ମିଳୁଛି। ବିଶେଷକରି କ୍ଷୁଦ୍ର ଚାଷୀ ଯେଉଁମାନଙ୍କ ପାଖରେ ବହୁତ କମ୍‍ ଜମି ଅଛି, ସେମାନେ ହେଉଛନ୍ତି ଏହି ଯୋଜନା ଗୁଡିକର ବହୁତ ବଡ଼ ହିତାଧିକାରୀ। ଉତର ପ୍ରଦେଶରେ ଏଭଳି ପ୍ରାୟ ଅଢେଇ କୋଟି କୃଷକ ପରିବାରର ବ୍ୟାଙ୍କ ଖାତାରେ ପିଏମ୍‍ କିଷାନ ସମ୍ମାନ ନିଧି ମାଧ୍ୟମରେ, ସିଧା ସଳଖ ଅର୍ଥ ଜମା କରାଯାଇ ସାରିଛି। ସେମାନେ ହେଉଛନ୍ତି ସେହି କୃଷକ ପରିବାର, ଯେଉଁମାନେ କେବେ ବିଜୁଳି ବିଲ୍‍ ଅବା ସାର କିଣିବା ପାଇଁ ମଧ୍ୟ ଅନ୍ୟମାନଙ୍କଠାରୁ ଋଣ ନେବାକୁ ବାଧ୍ୟ ହେଉଥିଲେ। କିନ୍ତୁ ଏଭଳି କ୍ଷୁଦ୍ର ଚାଷୀଙ୍କୁ ଆମ ସରକାର 27 ହଜାର କୋଟିରୁ ଅଧିକ ଟଙ୍କା ସିଧା ସଳଖ ହସ୍ତାନ୍ତର କରିଛନ୍ତି, ସେମାନଙ୍କର ଖାତାରେ ଜମା କରିଦିଆ ଯାଇଛି। ଏଠାକାର କୃଷକମାନଙ୍କୁ ବିଜୁଳି ନ ଥିବା କରଣରୁ ଯେଉଁ ଅସୁବିଧା ହେଉଥିଲା, ରାତି- ରାତି ଧରି ବୋରିଂ ପାଣି ପାଇଁ ଅନିଦ୍ରା ହେବାକୁ ପଡୁଥିଲା, ଅପେକ୍ଷା କରିବାକୁ ପଡୁଥିଲା ଯେ, ମୋ ନମ୍ବର କେତେବେଳେ ଆସିବ ଅବା ପାଳି କେବେ ପଡ଼ିବ, ଏମତି ଅନେକ ସମସ୍ୟା ମଧ୍ୟ ବିଜୁଳି ଯୋଗାଣ ସୁଧୁରିବା ଦ୍ୱାରା ଏବେ ଦୂର ହୋଇ ହେଉଛି।

ସାଥୀଗଣ,

ଦେଶର ଜନସଂଖ୍ୟା ବଢିବା ସହିତ, ଚାଷବାସ ହେଉଥିବା ଜମି ଛୋଟ-ଛୋଟ ହେବାରେ ଲାଗିଛି। ଏଥିପାଇଁ ଦେଶରେ କୃଷକ ଉତ୍ପାଦକ ସଂଘ ଗଠନ ହେବାର ବହୁତ ଆବଶ୍ୟକତା ରହିଛି। ଆଜି ସରକାର କ୍ଷୁଦ୍ର ଚାଷୀଙ୍କ ହଜାର ହଜାର କୃଷକ ଉତ୍ପାଦକ ସଂଘ ଅର୍ଥାତ ଏଫପିଓମାନ ଗଠନ କରୁଛନ୍ତି। 1-2 ବିଘା ବା ମାଣେ ଜମି ଥିବା 500 ପରିବାର ଯେତେବେଳେ ସଂଗଠିତ ହୋଇ ବଜାରକୁ ଓହ୍ଲାଇବେ ତେବେ ସେମାନେ 500-1000 ମାଣ ଜମିଥିବା କୃଷକଙ୍କଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ହୋଇଯିବେ। ସେହିପରି ‘କିଷାନ ରେଳ’ ମାଧ୍ୟମରେ ପନିପରିବା, ଫଳ, ଫୁଲ, ଦୁଗ୍ଧ, ମାଛ ଏବଂ ଏଭଳି ଅନେକ ବ୍ୟବସାୟ ସହିତ ଜଡିତ କ୍ଷୁଦ୍ର ଚାଷୀଙ୍କୁ ଏବେ ବଡ଼ ବଡ଼ ବଜାର ସହିତ ଯୋଡା ଯାଉଛି। ଯେଉଁ ନୂଆ କୃଷି ସଂସ୍କାର କରାଯାଇଛି, ଏହାର ଲାଭ ମଧ୍ୟ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ସବୁଠାରୁ ଅଧିକ ମିଳିବ। ଏହି ନୂଆ ଆଇନ ପ୍ରସ୍ତୁତ ହେବା ପରେ ଉତର ପ୍ରଦେଶରେ ଅନେକ ସ୍ଥାନରେ ବିଭିନ୍ନ ସ୍ତରରେ କୃଷକମାନଙ୍କ ଭଲ ଅନୁଭବ ସାମ୍ନାକୁ ଆସିବାରେ ଲାଗିଛି। ଏହି କୃଷି ଆଇନକୁ ନେଇ ଭଳିକି-ଭଳି ଅପପ୍ରଚାର କରିବାର ପ୍ରୟାସ କରାଗଲା। ଏହା ସଂମ୍ପୂର୍ଣ୍ଣ ଦେଶ ଦେଖିଛି ଯେ, ଯେଉଁମାନେ ଦେଶର କୃଷି ବଜାରରେ ବିଦେଶୀ କମ୍ପାନୀଗୁଡିକୁ ନିମନ୍ତ୍ରଣ କରିବା ପାଇଁ ଆଇନ ତିଆରି କରିଥିଲେ, ସେମାନେ ଆଜି ଦେଶୀ କମ୍ପାନୀଗୁଡିକ ନାମରେ କୃଷକମାନଙ୍କୁ ଡରାଉଛନ୍ତି।

ସାଥୀଗଣ,

ରାଜନୀତି ପାଇଁ ମିଥ୍ୟା ଏବଂ ଅପପ୍ରଚାରର ଏହି ଗୁମର ଏବେ ଖୋଲିବାରେ ଲାଗିଛି। ନୂଆ ଆଇନ ଲାଗୁ ହେବା ପରେ ମଧ୍ୟ ୟୁପିରେ ଚଳିତ ଥର ବିଗତ ବର୍ଷ ତୁଳନାରେ ଦୁଇ ଗୁଣ କୃଷକଙ୍କଠାରୁ ଧାନ କିଣାଯାଇଛି।

ଚଳିତ ଥର ୟୁପିରୁ ପ୍ରାୟ 65 ଲକ୍ଷ ମେଟ୍ରିକ ଟନ୍‍ ଧାନ କିଣାଯାଇଛି, ଯାହା ବିଗତ ବର୍ଷ ତୁଳନାରେ ପ୍ରାୟ ଦୁଇ ଗୁଣ। କେବଳ ଏତିକି ନୁହେଁ ଯୋଗୀ ମହାଶୟଙ୍କ ସରକାର ଆଖୁ ଚାଷୀଙ୍କ ପାଖରେ ଗତ ବର୍ଷରେ 1 ଲକ୍ଷ କୋଟିରୁ ଅଧିକ ଟଙ୍କା ପହଞ୍ଚାଇ ସାରିଛନ୍ତି । କରୋନା ସମୟରେ ମଧ୍ୟ ଆଖୁ ଚାଷୀଙ୍କ ପାଇଁ ସମସ୍ୟା ନ ଆସୁ, ସେଥିପାଇଁ ମଧ୍ୟ ଯଥା ସମ୍ଭବ ସହାୟତା କରାଯାଇଛି । ଚିନି ମିଲ୍‍, କୃଷକଙ୍କୁ ଦେୟ ପ୍ରଦାନ କରିପାରୁ ଏଥିପାଇଁ କେନ୍ଦ୍ର ସରକାର ମଧ୍ୟ ରାଜ୍ୟ ସରକାରଙ୍କୁ ହଜାର କୋଟି ଟଙ୍କା ଦେଇଛନ୍ତି। ଆଖୁ ଚାଷୀଙ୍କ ଦେୟ ଠିକ୍‍ ସମୟରେ ପ୍ରଦାନ କରାଯାଉ, ଏଥିପାଇଁ ଯୋଗୀ ମହାଶୟଙ୍କ ସରକାର ପ୍ରୟାସ ଜାରି ରଖିଛନ୍ତି।

ଭାଇ ଓ ଭଉଣୀମାନେ,

ସରକାରଙ୍କର ଏହା ଯଥା ସମ୍ଭବ ପ୍ରୟାସ ରହିଛି ଯେ, ଗାଁ ଏବଂ କୃଷକଙ୍କ ଜୀବନ ଉନ୍ନତ ହେଉ। କୃଷକମାନଙ୍କୁ, ଗାଁରେ ରହୁଥିବା ଗରିବଙ୍କୁ ଅସୁବିଧା ନ ହେଉ, ସେମାନଙ୍କୁ ନିଜ ଘର ଉପରେ ଅବୈଦ୍ଧ ଦଖଲର ଆଶଙ୍କାରୁ ମୁକ୍ତି ମିଳୁ, ଏଥିପାଇଁ ସ୍ୱାମିତ୍ୱ ଯୋଜନା ମଧ୍ୟ ଆଜି ସମଗ୍ର ଉତର ପ୍ରଦେଶରେ କାର୍ଯ୍ୟକାରୀ କରାଯାଇଛି। ଏହି ଯୋଜନା ଅଧୀନରେ ଆଜିକାଲି ସାରା ୟୁପିର ପ୍ରାୟ 50 ଜିଲ୍ଲାରେ ଡ୍ରୋନ୍‍ ମାଧ୍ୟମରେ ସର୍ଭେ ଚାଲିଛି । ପାଖାପାଖି 12ହଜାର ଗାଁରେ ଡ୍ରୋନ୍‍ ସର୍ଭେ କାର୍ଯ୍ୟ ଶେଷ ହୋଇଛି ଏବଂ ଏପର୍ଯ୍ୟନ୍ତ 2 ଲକ୍ଷରୁ ଅଧିକ ପରିବାରକୁ ସଂପତି କାର୍ଡ ଅର୍ଥାତ ଘରର ଦସ୍ତାବେଜ ମିଳି ସାରିଛି। ଅର୍ଥାତ ଏବେ ପରିବାର ଏହି ପ୍ରକାରର ଆଶଂକାରୁ ମୁକ୍ତ ହୋଇ ସାରିଛି।

ସାଥୀଗଣ,

ଆଜି ଗାଁର ଗରିବ, କୃଷକ ଦେଖୁଛି ଯେ, ତାହାର ଛୋଟ ଘରକୁ ବଞ୍ଚାଇବା ପାଇଁ, ତାହାର ଜମିକୁ ବଞ୍ଚାଇବା ପାଇଁ ପ୍ରଥମ ଥର ନିମନ୍ତେ କୌଣସି ସରକାର ଏତେ ବଡ଼ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏତେ ବଡ଼ ରକ୍ଷା କବଚ, ପ୍ରତ୍ୟେକ ଗରିବଙ୍କୁ, ପ୍ରତ୍ୟେକ କୃଷକଙ୍କୁ, ପ୍ରତ୍ୟେକ ଗ୍ରାମବାସୀଙ୍କୁ ଦେଉଛନ୍ତି। ଏଥିପାଇଁ ଯେତେବେଳେ କେହି କୃଷି ସଂସ୍କାର ମାଧ୍ୟମରେ କୃଷକଙ୍କ ଜମି ହଡପ କରିବାର ମିଥ୍ୟା ପ୍ରଚାର କରୁଛନ୍ତି, ତେବେ ତାହା ଉପରେ କେହି କିଭଳି ବିଶ୍ୱାସ କରି ପାରିବେ ? ଆମର ଲକ୍ଷ୍ୟ ହେଉଛି ଦେଶର ପ୍ରତ୍ୟେକ ନାଗରିକଙ୍କୁ ସମର୍ଥ କରିବାର ଅଛି। ଆମର ସଂକଳ୍ପ ହେଉଛି ଦେଶକୁ ଆତ୍ମ ନିର୍ଭର କରିବା। ଏହି ସଂକଳ୍ପର ସିଦ୍ଧି ପାଇଁ ସମର୍ପିତ ଭାବରେ ଆମେ ଏକାଠି ହୋଇ ରହିବା। ମୁଁ ରାମଚରିତ ମାନସର ଏକ ଚୌପାଇ ସହିତ ମୋ କଥା ସମାପ୍ତ କରିବି-

ପ୍ରବିସି ନଗର କିଜେ ସବ କାଜା।

ହୃଦୟଁ ରାଖି କୋସଲପୁର ରାଜା।।

ଭାବାର୍ଥ ଏହା ଯେ- ହୃଦୟରେ ଭଗବାନ ରାମଙ୍କ ନାମ ଧାରଣ କରି ଆମେ ଯାହା ମଧ୍ୟ କାର୍ଯ୍ୟ କରିବା, ସେଥିରେ ନିଶ୍ଚିତ ସଫଳତା ମିଳିବ।

ପୁଣି ଥରେ ମହାରାଜା ସୁହେଲ ଦେବ ମହାଶୟଙ୍କୁ ପ୍ରଣାମ କରି, ଆପଣ ମାନଙ୍କୁ ଏହି ନୂତନ ସୁବିଧା ଗୁଡିକ ପାଇଁ ବହୁତ-ବହୁତ ଶୁଭେଚ୍ଛା ଜଣାଇ ଯୋଗୀ ମହାଶୟ ଏବଂ ତାଙ୍କର ସମ୍ପୂର୍ଣ୍ଣ ଟିମକୁ ଅଭିନନ୍ଦନ ଜଣାଇ ମୋର ବାଣୀକୁ ବିରାମ ଦେଉଛି। ବହୁତ ବହୁତ ଧନ୍ୟବାଦ !!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Praises Farmers For Taking India's Rich Mango Heritage To Global Markets

Media Coverage

PM Modi Praises Farmers For Taking India's Rich Mango Heritage To Global Markets
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hold talks with Myanmar President U Min Aung Hlaing
June 01, 2026

The Prime Minister, Shri Narendra Modi, today held productive talks with the President of Myanmar, U Min Aung Hlaing.

The Prime Minister noted that India is honoured that President U Min Aung Hlaing chose India for his first foreign visit as President. He also expressed happiness that the President began his programme in India from Bodh Gaya with the blessings of Lord Buddha.

During the talks, the two leaders reviewed the full range of India-Myanmar relations and discussed ways to further strengthen bilateral cooperation.

The discussions covered avenues to deepen cooperation in trade, rare earths, healthcare, connectivity, heritage restoration and capacity building. The two sides also agreed to work closely in areas such as maritime security, cyber security and other sectors of mutual interest.

The Prime Minister underlined that Myanmar is vital to India’s ‘Neighbourhood First’, ‘Act East’ and Indo-Pacific policies, reaffirming the importance India attaches to its relations with Myanmar.

The Prime Minister wrote on X;

“Had a productive meeting with President U Min Aung Hlaing of Myanmar. We in India are honoured that he has chosen India for his first foreign visit as President. Equally gladdening is the fact that he began the visit from Bodh Gaya, with the blessings of Lord Buddha. We reviewed the full range of India-Myanmar relations. Myanmar is vital to India’s policies of ‘Neighbourhood First’, ‘Act East’ and Indo-Pacific.”

“Our talks covered ways to deepen cooperation in trade, rare earths, healthcare, connectivity, heritage restoration and capacity building. We also agreed to work closely in areas such as maritime security, cyber security and more.”