ନମସ୍କାର ଆଜ୍ଞା,

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ରମେଶ ପୋଖରୀୟାଲ ନିଶଙ୍କ ମହାଶୟ, ଶ୍ରୀ ସଞ୍ଜୟ ଧୋତ୍ରେ ମହାଶୟ, ଆଇଆଇଟି ଖଡଗପୁରର ଅଧ୍ୟକ୍ଷ ଶ୍ରୀ ସଞ୍ଜୀବ ଗେୟଙ୍କା ମହାଶୟ, ନର୍ଦ୍ଦେଶକ ଶ୍ରୀ ବି.କେ ତିୱାରୀ ମହାଶୟ, ଅନ୍ୟ ଅଧ୍ୟାପନା ସଦସ୍ୟଗଣ, ସମସ୍ତ କର୍ମଚାରୀ ବନ୍ଧୁ, ଅଭିଭାବକ ଏବଂ ମୋର ଯୁବ ସାଥୀଗଣ!! ଆଜିର ଦିନ ଆଇଆଇଟି ଖଡଗପୁରର କେବଳ ସେହି ଛାତ୍ର ମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଯେଉଁମାନଙ୍କୁ ଡିଗ୍ରୀ ମିଳୁଛି। ଆଜିର ଦିନ ନୂତନ ଭାରତର ନିର୍ମାଣ ପାଇଁ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଆପଣ ସମସ୍ତଙ୍କ ସହିତ କେବଳ ଆପଣଙ୍କ ଅଭିଭାବକ ଏବଂ ଆପଣଙ୍କ ପ୍ରଫେସରମାନଙ୍କର ଆଶା ଭରସା ଯୋଡି ହୋଇ ନାହିଁ ବରଂ 130 କୋଟି ଭାରତବାସୀଙ୍କର ଆକାଂକ୍ଷା ଗୁଡିକର ମଧ୍ୟ ଆପଣ ହେଉଛନ୍ତି ପ୍ରତିନିଧି। ଏଥିପାଇଁ, ଏହି ସଂସ୍ଥାନରୁ ଦେଶକୁ ଏକବିଂଶ ଶତାବ୍ଦୀର ଆତ୍ମନିର୍ଭର ଭାରତରେ ସୃଷ୍ଟି ହେଉଥିବା ନୂତନ ଇକୋସିଷ୍ଟମ ପାଇଁ ନୂତନ ନେତୃତ୍ୱର ମଧ୍ୟ ଆଶା ଭରସା ରହିଛି। ନୂତନ ଇକୋସିଷ୍ଟମ, ଆମ ଷ୍ଟାଟଅପ୍‍ ଗୁଡିକର ଦୁନିଆରେ, ନୂତନ ଇକୋସିଷ୍ଟମ, ଆମର ନବସୃଜନ ଗବେଷଣା ଦୁନିଆରେ, ନୂତନ ଇକୋସିଷ୍ଟମ, ଆମର କର୍ପୋରେଟ ଜଗତରେ ଏବଂ ନୂତନ ଇକୋସିଷ୍ଟମ, ଦେଶର ପ୍ରଶାସନିକ ବ୍ୟବସ୍ଥାରେ, ଏହି କ୍ୟାମ୍ପସରୁ ବାହାରି ଆପଣଙ୍କୁ କେବଳ ନିଜର ନୂଆ ଜୀବନ ହିଁ ଆରମ୍ଭ କରିବାର ନାହିଁ, ବରଂ ଆପଣମାନଙ୍କୁ ଦେଶର କୋଟି କୋଟି ଲୋକଙ୍କ ଜୀବନରେ ପରିବର୍ତନ ଆଣିବା ପାଇଁ ସ୍ୱୟଂ ନିଜ ଭିତରେ ଏକ ଷ୍ଟାର୍ଟ ଅପ୍‍ ମଧ୍ୟ ହେବାକୁ ପଡ଼ିବ। ଏଥିପାଇଁ ଏ ଯେଉଁ ଡିଗ୍ରୀ, ଏ ଯେଉଁ ପଦକ ଆପଣଙ୍କ ହାତରେ ଅଛି, ତାହା ଗୋଟିଏ ପଟେ କୋଟି କୋଟି ଆଶାର ଆକାଂକ୍ଷାର ହେଉଛି ପତ୍ର, ଯାହାକୁ ଆପଣମାନଙ୍କୁ ପୂରଣ କରିବାର ଅଛି। ଆପଣ ବର୍ତମାନ ଉପରେ ଦୃଷ୍ଟି ରଖି ଭବିଷ୍ୟତକୁ ମଧ୍ୟ ଅନୁମାନ କରନ୍ତୁ। ଆମର ବର୍ତମାନର ଆବଶ୍ୟକତା କ’ଣ ଅଛି ଏବଂ 10 ବର୍ଷ ପରେ କ’ଣ ଆବଶ୍ୟକତା ହେବାକୁ ଯାଉଛି, ସେମାନଙ୍କ ପାଇଁ ଆଜି କାମ କରିବେ ତେବେ, ଆସନ୍ତାକାଲି ପାଇଁ ଆଜି ଭାରତ ନବସୃଜନ କରିବ।

ସାଥୀଗଣ,

ଇଂଜିନିୟର ହେବା ଯୋଗୁଁ ଆପଣଙ୍କ ମଧ୍ୟରେ ସହଜରେ ଏକ କ୍ଷମତା ବିକଶିତ ହୋଇଥାଏ ଏବଂ ତାହା ହେଉଛି ଜିନିଷକୁ ନମୁନାରୁ ପେଟେଂଟ ପର୍ଯ୍ୟନ୍ତ ନେଇ ଯିବାର କ୍ଷମତା। ଅର୍ଥାତ ଗୋଟିଏ ପକ୍ଷରେ ଆପଣଙ୍କ ପାଖରେ ବିଷୟ ଗୁଡିକୁ ଅଧିକ ବିସ୍ତୃତ ଭାବରେ ଦେଖିବାର, ଏକ ନୂତନ ଦୃଷ୍ଟିରେ ଦେଖିବାର, ଆପଣଙ୍କ ପାଖରେ କ୍ଷମତା ଥାଏ। ଏଥିପାଇଁ ଆଜି ଆମର ଆଖ ପାଖରେ ସୂଚନାର ଯେଉଁ ଭଣ୍ଡାର ଅଛି ସେଥିରୁ ସମସ୍ୟା ଏବଂ ତାହାର ପ୍ୟାଟର୍ଣ୍ଣକୁ ଆପଣମାନେ ବହୁତ ସୁକ୍ଷ୍ମ ଭାବରେ ଦେଖି ପାରନ୍ତି। ପ୍ରତ୍ୟେକ ସମସ୍ୟା ସହିତ ନମୁନା ଯୋଡି ହୋଇଥାଏ। ସମସ୍ୟାଗୁଡିକର ନମୁନାକୁ ବୁଝି ଆମକୁ ଦୀର୍ଘ ସୂତ୍ରୀ ସମାଧାନ ଆଡକୁ ନେଇ ଯିବାର ଅଛି। ଏହି ବୁଝିବାର ଜ୍ଞାନ ଭବିଷ୍ୟତରେ ନୂତନ ଆବିସ୍କାର, ନୂତନ ସଫଳତାର ଆଧାର ପାଲଟି ଯାଇଥାଏ। ଆପଣ ଚିନ୍ତା କରନ୍ତୁ, ଆପଣ କେତେଗୁଡିଏ ଜୀବନରେ ପରିବର୍ତନ ଆଣି ପାରିବେ, କେତେ ଜୀବନ ବଞ୍ଚାଇ ପରିବେ, ଦେଶର ସଂସାଧନକୁ ବଞ୍ଚାଇ ପାରିବେ, ଯଦି ଆପଣ ନମୁନାକୁ ବୁଝି ପାରିବେ ଏବଂ ତାକୁ ବୁଝି ସମାଧାନ ବହାର କରନ୍ତୁ। ଆଉ ଏହି କଥାର ମଧ୍ୟ ସଂମ୍ପୂର୍ଣ୍ଣ ସମ୍ଭାବନା ରହିଛି ଯେ ଭବିଷ୍ୟତରେ ଏହି ସମାଧାନ ଆପଣଙ୍କୁ ବ୍ୟବସାୟିକ ସଫଳତା ମଧ୍ୟ ଦେବ। 

ସାଥୀଗଣ,

ଜୀବନରେ ଯେଉଁ ପଥରେ ଆପଣ ଏବେ ଆଗକୁ ଅଗ୍ରସର ହେଉଛନ୍ତି, ସେଥିରେ ନିଶ୍ଚିତ ପକ୍ଷେ ଆପଣଙ୍କ ସାମ୍ନାରେ ଅନେକ ପ୍ରଶ୍ନ ମଧ୍ୟ ଆସିବ। ଏହି ପଥ ଠିକ୍‍ ଅଛି, ଅବା ଭୁଲ ଅଛି, କ୍ଷତି ହୋଇଯିବ ନାହିଁ ତ’, ସମୟ ନଷ୍ଟ ହୋଇ ଯିବ ନାହିଁ? ଏଭଳି ବହୁତ ଗୁଡିଏ ପ୍ରଶ୍ନ ମନ ମସ୍ତିଷ୍କକୁ ଜାବୁଡି ଧରିବ। ଏହି ପ୍ରଶ୍ନଗୁଡିକର ଉତର ହେଉଛି- ସେଲ୍‌ଫ ଥ୍ରୀ, ମୁଁ ସେଲ୍‌ଫି ବୋଲି କହୁ ନାହିଁ, ସେଲ୍‌ଫ ଥ୍ରୀ, ଅର୍ଥାତ ଆତ୍ମ-ସଚେତନତା, ଆତ୍ମ-ବିଶ୍ୱାସ, ଆଉ ଯାହା ହେଉଛି ସବୁଠାରୁ ବଡ଼ ଶକ୍ତି ତାହା ହେଉଛି ନିସ୍ୱାର୍ଥପରତା। ଆପଣ ନିଜର ସାମର୍ଥ୍ୟକୁ ଚିହ୍ନି ଆଗକୁ ବଢନ୍ତୁ, ସଂମ୍ପୂର୍ଣ୍ଣ ଆତ୍ମବିଶା୍ୱସର ସହିତ ଆଗକୁ ବଢନ୍ତୁ ଏବଂ ନିଃ:ସ୍ୱାର୍ଥପର ଭାବରେ ଆଗକୁ ବଢନ୍ତୁ। ଆମର ଏଠାରେ କୁହାଯାଇଛି- ଶନୈ: ପନ୍ଥା: ଶନୈ: କନ୍ଥା ଶନୈ: ପର୍ବତ ଲଂଘନମ୍‍। ଶନୈର୍ବିଦ୍ୟା ଶନୈର୍ବିତଂ ପଞ୍ଚତାନି ଶନୈ: ଶନୈ:।। ଅର୍ଥାତ ଯେତେବେଳେ ପଥ ଦୀର୍ଘ ହୋଇଥାଏ, ଚାଦରର ସିଲେଇ ହେଉ, ପାହାଡ ଚଢିବା ହେଉ, ପାଠ ପଢିବା ହେଉ ଅବା ଜୀବନ ପାଇଁ ରୋଜଗାର କରିବାର ହେଉ, ଏହି ସମସ୍ତ ପାଇଁ ଧୈର୍ଯ୍ୟ ଦେଖାଇବାକୁ ପଡ଼ିଥାଏ, ଧୈର୍ଯ୍ୟ ରଖିବାକୁ ପଡ଼ିଥାଏ। ବିଜ୍ଞାନ, ଶହ ଶହ ବର୍ଷ ପୂର୍ବର ଏହି ସମସ୍ୟା ଗୁଡିକୁ ଆଜି ବହୁତ ସରଳ କରି ଦେଇଛି। କିନ୍ତୁ ଜ୍ଞାନ ଏବଂ ବିଜ୍ଞାନର ପ୍ରୟୋଗ, ଏହାକୁ ନେଇ ଏହି ଆପ୍ତବାକ୍ୟ ଧୀରେ-ଧୀରେ ଧୈର୍ଯ୍ୟର ସହିତ, ଏହି ଆପ୍ତବାକ୍ୟ ଆଜି ମଧ୍ୟ ହେଉଛି ସେତିକି ସଶକ୍ତ। ଆପଣ ସମସ୍ତେ, ବିଜ୍ଞାନ, ବୈଷୟିକ ଜ୍ଞାନ ଏବଂ ନବସୃଜନର ଯେଉଁ ମାର୍ଗରେ ଚାଲୁଛନ୍ତି, ସେଠାରେ ଚଞ୍ଚଳତା ପାଇଁ କୌଣସି ସ୍ଥାନ ନାହିଁ। ଆପଣମାନେ ଯାହା ଚିନ୍ତା କରିଛନ୍ତି, ଆପଣ ଯେଉଁ ନବସୃଜନ ଉପରେ କାର୍ଯ୍ୟ କରୁଛନ୍ତି, ସମ୍ଭବତଃ ସେଥିରେ ଆପଣଙ୍କୁ ସଂମ୍ପୂର୍ଣ୍ଣ ସଫଳତା ମଧ୍ୟ ମିଳି ନ ପାରେ। କିନ୍ତୁ ଆପଣଙ୍କର ସେହି ବିଫଳତାକୁ ମଧ୍ୟ ସଫଳତା ଭାବେ ଗ୍ରହଣ କରାଯିବ, କାରଣ ଆପଣ ସେଥିରୁ ମଧ୍ୟ କିଛି ଶିଖିବେ। ଆପଣଙ୍କୁ ମନେ ରଖିବାକୁ ହେବ ଯେ, ପ୍ରତ୍ୟେକ ବୈଜ୍ଞାନିକ ଏବଂ ବୈଷୟିକ ଅସଫଳତାରୁ ଏକ ନୂତନ ପଥ ଉନ୍ମୁକ୍ତ ହୋଇଥାଏ, ମୁଁ ଆପଣମାନଙ୍କୁ ସଫଳତା ପଥରେ ଯାଉଥିବା ଦେଖିବାକୁ ଚାହୁଁଛି। ଏହି ବିଫଳତା ହିଁ ଆପଣଙ୍କ ସଫଳତାର ରାସ୍ତା ହୋଇପାରେ।

ସାଥୀଗଣ,

ଏକବିଂଶ ଶତାବ୍ଦୀର ସ୍ଥିତି ମଧ୍ୟ ବଦଳି ଯାଇଛି, ଆବଶ୍ୟକତା ମଧ୍ୟ ବଦଳି ଯାଇଛି ଏବଂ ଆକାଂକ୍ଷା ମଧ୍ୟ ବଦଳିଯାଇଛି। ଏବେ ଆଇଆଇଟି ଗୁଡିକୁ ଭାରତୀୟ ପ୍ରେଦ୍ୟୋଗିକ ପ୍ରତିଷ୍ଠାନ ନୁହେଁ, ଭାରତୀୟ ସ୍ୱଦେଶୀ ଟେକ୍ନୋଲୋଜି ପ୍ରତିଷ୍ଠାନ ଭାବେ ପରବର୍ତୀ ସ୍ତରକୁ ନେଇ ଯିବାର ଆବଶ୍ୟକତା ଅଛି। ଆମର ଆଇଆଇଟି ଗୁଡିକ ଯେତେ ଅଧିକ ଭାରତର ଆହ୍ୱାନ ଗୁଡିକୁ ଦୂର କରିବା ପାଇଁ ଗବେଷଣା କରି. ଭାରତ ପାଇଁ ସମାଧାନ ପ୍ରସ୍ତୁତ କରିବ, ତାହା ସେତେ ଅଧିକ ବିଶ୍ୱ ସ୍ତରୀୟ ପ୍ରୟୋଗର ମାଧ୍ୟମ ପାଲଟିବ। ଆମର ଏତେ ବଡ଼ ଜନସଂଖ୍ୟା ମଧ୍ୟରେ ଆପଣଙ୍କର ଯେଉଁ ପରୀକ୍ଷଣ ସଫଳ ହୋଇ ବାହାରିବ, ତାହା ବିଶ୍ୱରେ କେଉଁଠାରେ ମଧ୍ୟ ଅସଫଳ ହେବ ନାହିଁ।

ସାଥୀଗଣ,

ଆପଣମାନେ ଏହା ଜାଣନ୍ତି ଯେ ଏଭଳି ସମୟରେ ଯେତେବେଳେ ବିଶ୍ୱ ଜଳବାୟୁ ପରିବର୍ତନର ଆହ୍ୱାନ ସହିତ ମୁକାବିଲା କରୁଛି, ଭାରତ ଆନ୍ତର୍ଜାତୀୟ ସୌର ମେଣ୍ଟ- ଆଇଏସଏର ଚିନ୍ତାଧାରା ବିଶ୍ୱ ସାମ୍ନାରେ ରଖିଲା ଏବଂ ଏହାକୁ ସାକାର ରୂପ ଦେଲା। ଆଜି ବିଶ୍ୱର ଅନେକ ଦେଶ, ଭାରତ ଦ୍ୱାରା ଆରମ୍ଭ ଆରମ୍ଭ କରାଯାଇଥିବା ଅଭିଯାନ ସହିତ ସାମିଲ ହେଉଛନ୍ତି। ଏବେ ଆମ ଉପରେ ଦାୟିତ୍ୱ ରହିଛି ଯେ ଆମେ ଏହି ଅଭିଯାନକୁ ଆହୁରି ଆଗକୁ ନେଇଯିବା। କ’ଣ ଆମେ ବିଶ୍ୱକୁ ଶସ୍ତା, ସୁଲଭ, ପରିବେଶ ଅନୁକୂଳ ଟେକ୍ନୋଲୋଜି ଦେଇପାରିବା ଯାହା ଭାରତର ଏହି ସଫଳତାକୁ ଆହୁରି ଆଗକୁ ନେଇଯିବ, ଭାରତର ପରିଚୟକୁ ଆହୁରି ସୁଦୃଢ କରିବ। ଆଜି ଭାରତ ସେହି ଦେଶ ଗୁଡିକ ମଧ୍ୟରୁ ହେଉଛି ଗୋଟିଏ ଯେଉଁଠାରେ ସୌର ଶକ୍ତିର ମୂଲ୍ୟ ହେଉଛି ୟୁନିଟ୍‍ ପିଛା ବହୁତ କମ୍‍। କିନ୍ତୁ ପ୍ରତ୍ୟେକ ଘର ପର୍ଯ୍ୟନ୍ତ ସୌର ଶକ୍ତି ପହଞ୍ଚାଇବା ଏବେ ମଧ୍ୟ ହେଉଛି ବହୁତ ଆହ୍ୱାନପୂର୍ଣ୍ଣ। ମୁଁ ମଧ୍ୟ ଥରେ କହିଥିଲି, ମୁଁ ଆଇଆଇଟି ଛାତ୍ରମାନଙ୍କ ସାମ୍ନାରେ ନିଶ୍ଚୟ କହିବି ଯେ ଧରି ନିଅନ୍ତୁ ଆମେ ସ୍ୱଚ୍ଛ ରୋଷେଇ ଅଭିଯାନ ଚଲାଇବା ଆଉ ସୌର ଆଧାରିତ ଚୂଲା ହିଁ ଘରେ ଜଳାଇବା ଏବଂ ସୌର ଶକ୍ତି ଆଧାରିତ ଘର ପାଇଁ ଆବଶ୍ୟକ ଶକ୍ତି ସଂରକ୍ଷିତ କରି ରଖୁଥିବା ବ୍ୟାଟେରୀ ବ୍ୟବସ୍ଥା ଆମେ ନିର୍ମାଣ କରିପାରିବା। ଆପଣ ଦେଖନ୍ତୁ ହିନ୍ଦୁସ୍ତାନରେ 25 କୋଟି ଚୁଲା ଅଛି। 25 କୋଟି ଘରେ ଚୁଲା ଅଛି। 25 କୋଟିର ବଜାର ଅଛି। ଯଦି ଆମକୁ ସଫଳତା ମିଳିଗଲା ତେବେ ଯେଉଁ ଇଲୋକଟ୍ରୋନିକ ଯାନ ପାଇଁ ଶସ୍ତା ବ୍ୟାଟେରୀ ପାଇଁ ଯାହା ଖୋଜା ଚାଲିଛି ଏହା ତାହାକୁ ବହୁତ ରିହାତି ଯୋଗ୍ୟ କରିଦେବ। ଏବେ ଏହି କାର୍ଯ୍ୟ ଆଇଆଇଟିର ଯୁବକମାନଙ୍କ ବ୍ୟତୀତ ଆଉ କିଏ କରିପାରିବ। ଭାରତକୁ ଏଭଳି ଟେକ୍ନୋଲୋଜି ଆବଶ୍ୟକ ଯାହା ପରିବେଶକୁ ଅତି କମ୍‍ କ୍ଷତି ପହଞ୍ଚାଇବ, ସ୍ଥାୟୀ ହେବ ଏବଂ ଲୋକ ଅତି ସହଜରେ ଏହାର ବ୍ୟବହାର କରି ପାରନ୍ତୁ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How PM Modi Turned India's Ordnance Factories Into Atmanirbhar Powerhouse

Media Coverage

How PM Modi Turned India's Ordnance Factories Into Atmanirbhar Powerhouse
NM on the go

Nm on the go

Always be the first to hear from the PM. Get the App Now!
...
Prime Minister meets Trustees of Indira Gandhi National Centre for the Arts
March 19, 2026

Prime Minister Shri Narendra Modi met with the Trustees of the Indira Gandhi National Centre for the Arts (IGNCA) today to discuss various aspects relating to further popularising India’s diverse culture.

The Prime Minister met Trustees of the Indira Gandhi National Centre for the Arts and explored ways to bring more people into the journey of cultural promotion. During the interaction, the Prime Minister and the Trustees discussed strengthening outreach through digital and grassroots initiatives, and emphasized the importance of supporting artists and scholars in preserving and promoting India's rich heritage.

The Prime Minister wrote on X:

"Met Trustees of IGNCA and discussed various aspects relating to further popularising India’s diverse culture. We also explored ways to bring more people into this journey, strengthen outreach through digital and grassroots initiatives and support artists and scholars in preserving and promoting our rich heritage."