Every Indian is proud of our armed forces and brave soldiers, says PM Modi #MannKiBaat
Blue helmet-wearing Indian soldiers have been contributing to world peace since decades: PM Modi #MannKiBaat
Every Indian, irrespective of what his region, caste, religion or language; is always ready to support our soldiers and express joy towards their success: PM #MannKiBaat
India can say with pride that the army derives its strength not only from men but also from women. Today, the Women are empowered, and also armed: PM Modi #MannKiBaat
The Indian Air Force is at the forefront of relief and rescue work during times of disasters, says PM Modi #MannKiBaat
India to celebrate Mahatma Gandhi's 150th birth anniversary for two years: PM Modi #MannKiBaat
Bapu gave an inspirational mantra to all of us which is known as Gandhi Ji’s Talisman. This Mantra is extremely relevant today: PM during #MannKiBaat
The strong personality of Pt. Lal Bahadur Shastri is identified with his slogan of 'Jai Jawan, Jai Kisan': PM Modi #MannKiBaat
Shastri ji’s gentle persona will always continue to fill us with immense pride, says PM Modi #MannKiBaat
#MannKiBaat PM Modi congratulates the people of India on the success of the 'Swachhata Hi Seva' movement
Come and let's 'Run for Unity' on 31st October, so that citizens from every class of society could join together and strengthen our efforts for a united India, says PM Modi #MannKiBaat
#MannKiBaat Sardar Patel always worked for the unity of the country throughout his lifetime, says PM Modi
NHRC, which is set to celebrate its 25th anniversary, has promoted Indian Vedic Values of Sarve Bhavantu Sukhinah: PM Modi #MannKiBaat

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଏମିତି କୌଣସି ଭାରତୀୟ ନ ଥିବ, ଯିଏ ଆମ ସେନାବାହିନୀ, ଆମ ସେନାର ଯବାନମାନଙ୍କୁ ନେଇ ଗର୍ବ କରୁନଥିବ । ପ୍ରତ୍ୟେକ ଭାରତୀୟ –ସେ ଯେକୌଣସି ଅଂଚଳ, ଜାତି, ଧର୍ମ, ସମ୍ପ୍ରଦାୟ ବା ଭାଷାର ହୋଇଥାଉ ନା କାହିଁକି  – ଆମ ସୈନିକମାନଙ୍କ ପ୍ରତି ନିଜର ଆନନ୍ଦର ପରିପ୍ରକାଶ ଏବଂ ସମର୍ଥନ ଦର୍ଶାଇବା ପାଇଁ ସର୍ବଦା ତତ୍ପର ହୋଇରହିଥାଏ । ଗତକାଲି ଭାରତର ଶହେ ପଚିଶ କୋଟି ଦେଶବାସୀ ପରାକ୍ରମ ପର୍ବପାଳନ କଲେ । ଆମେ 2016ରେ ହୋଇଥିବା ସେହି ସର୍ଜିକାଲ ଷ୍ଟ୍ରାଇକ୍କୁ ସ୍ମରଣ କଲୁ ଯେଉଁଥିରେ ଆମ ସୈନିକମାନେ ଆମ ଦେଶ ଉପରେ ଆତଙ୍କବାଦ ଆଢୁଆଳରେ ଛାୟା ଯୁଦ୍ଧ (Proxy War)ର ଦୁଃସାହସ କରୁଥିବା ଲୋକଙ୍କୁ କଡ଼ା ଜବାବ ଦେଇଥିଲେ । ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଆମର ସେନାବାହିନୀ ଦ୍ୱାରା ପ୍ରଦର୍ଶନୀମାନ ଆୟୋଜିତ ହେଲା, ଯାହାଫଳରେ ଦେଶର ଅଧିକରୁ ଅଧିକ ନାଗରିକ ବିଶେଷକରି ଯୁବପିଢ଼ି ଆମର ଶକ୍ତି ସହ ପରିଚିତ ହୋଇପାରିବେ । ଆମେ କେତେ ସକ୍ଷମ ଆଉ ଆମ ସୈନିକମାନେ କିଭଳି ନିଜ ଜୀବନକୁ ବିପଦରେ ପକାଇ ଆମ ଦେଶବାସୀଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି । ପରାକ୍ରମ ପର୍ବ ଭଳି ଦିବସ ଯୁବବର୍ଗଙ୍କୁ ଆମର ସଶସ୍ତ୍ର ସେନାବାହିନୀର ଗୌରବପୂର୍ଣ୍ଣ ପରମ୍ପରାକୁ ସ୍ମରଣ କରାଇ ଦେଇଥାଏ ଆଉ ଦେଶର ଏକତା ଓ ଅଖଣ୍ଡତା ସୁନିଶ୍ଚିତ କରିବା ପାଇଁ ଆମକୁ ପ୍ରେରଣା ମଧ୍ୟ ଯୋଗାଇଥାଏ । ମୁଁ ମଧ୍ୟ ବୀରମାନଙ୍କ ଭୂମି ରାଜସ୍ଥାନର ଯୋଧପୁରରେ ଗୋଟିଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲି । ତେବେ ଏକଥା ଏବେ ନିଶ୍ଚିତ ଯେ, ଯିଏ ଆମ ଦେଶର ଶାନ୍ତି ଏବଂ ଉନ୍ନତିର ବାତାବରଣକୁ ନଷ୍ଟ କରିବାର ପ୍ରଚେଷ୍ଟା କରିବେ, ଆମ ସୈନ୍ୟମାନେ ତାଙ୍କୁ ଉଚିତ ଜବାବ ଦେବେ । ଆମେ ଶାନ୍ତିରେ ବିଶ୍ୱାସ କରୁ ଏବଂ ଏହାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । କିନ୍ତୁ ସମ୍ମାନ ସହ ସାଲିସ୍ ଏବଂ ଦେଶର ସାର୍ବଭୌମତ୍ୱ ବଦଳରେ ଏହା କଦାପି ସମ୍ଭବ ନୁହେଁ । ଭାରତ ସର୍ବଦା ଶାନ୍ତି ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ସମର୍ପିତ ହୋଇ ରହିଆସିଛି । ବିଂଶ ଶତାବ୍ଦୀରେ ଦୁଇଟି ବିଶ୍ୱଯୁଦ୍ଧ ସହ ଆମର କୌଣସି ସମ୍ପର୍କ ନ ଥିବା ସତ୍ତ୍ୱେ ଆମର ଏକ ଲକ୍ଷରୁ ଅଧିକ ସୈନ୍ୟ ପ୍ରାଣବଳି ଦେଇଥିଲେ । ଅନ୍ୟ କାହାରି ଭୂମି ଉପରେ ଆମର ଦୃଷ୍ଟି କେବେହେଲେ ନ ଥିଲା । ଏହା କେବଳ ଥିଲା ଶାନ୍ତି ପ୍ରତି ଆମ ପ୍ରତିବଦ୍ଧତା । ମାତ୍ର କିଛିଦିନ ତଳେ ସେପ୍ଟେମ୍ବର 23 ତାରିଖ ଦିନ ଆମେ ଇସ୍ରାଏଲରେ ହାଇଫା (Haifa) ଯୁଦ୍ଧର ଶହେ ବର୍ଷ ପୂର୍ତ୍ତି ଅବସରରେ ମହୀଶୂର, ହାଇଦ୍ରାବାଦ ଓ ଯୋଧପୁର ଲାନ୍ସର୍ସ’ର ବୀର ସୈନିକମାନଙ୍କୁ ସ୍ମରଣ କଲୁ ଯେଉଁମାନେ ଆକ୍ରମଣକାରୀଙ୍କ କବଳରୁ ହାଇଫାକୁ ମୁକ୍ତ କରିଥିଲେ । ଏହା ମଧ୍ୟ ଶାନ୍ତି ପାଇଁ ଆମ ସୈନିକମାନଙ୍କ ଦ୍ୱାରା ପ୍ରଦର୍ଶିତ ଗୋଟିଏ ପରାକ୍ରମ ଥିଲା । ଆଜି ମଧ୍ୟ ମିଳିତ ଜାତିସଂଘର ବିଭିନ୍ନ ଶାନ୍ତିରକ୍ଷା ସେନାବାହିନୀରେ ସର୍ବାଧିକ ସୈନ୍ୟ ପଠାଉଥିବା ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ୟତମ । ଅନେକ ଦଶନ୍ଧି ଧରି ଆମ ବୀର ସୈନିକଗଣ ନୀଳ ହେଲମେଟ୍ ପିନ୍ଧି ବିଶ୍ୱରେ ଶାନ୍ତି ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।

ମୋର ପ୍ରିୟ ଦେଶବାସୀଗଣ, ଆକାଶର କଥା ତ ସବୁବେଳେ ନିଆରା । ଆକାଶରେ ନିଜର ଶକ୍ତିର ପରିଚୟ ଦେଇ ଭାରତୀୟ ବାୟୁସେନା ପ୍ରତ୍ୟେକ ଦେଶବାସୀଙ୍କ ଧ୍ୟାନ ନିଜ ଆଡ଼କୁ ଆକୃଷ୍ଟ କରିପାରିଛନ୍ତି ଏଥିରେ କୌଣସି ଆଶ୍ଚର୍ଯ୍ୟର କଥା ନାହିଁ । ସେମାନେ ଆମକୁ ସୁରକ୍ଷାର ଅନୁଭୂତି ପ୍ରଦାନ କରିଛନ୍ତି । ଗଣତନ୍ତ୍ର ଦିବସ ସମାରୋହ ପରେଡରେ ଲୋକେ ଯେଉଁ ଅଂଶ ପାଇଁ ଉକ୍ରଣ୍ଠାର ସହ ପ୍ରତୀକ୍ଷା କରିଥାନ୍ତି ସେଥିରୁ ଗୋଟିଏ ହେଉଛି ଫ୍ଲାଇ-ପାଷ୍ଟ, ଯେଉଁଥିରେ ଆମ ବାୟୁସେନା ଲୋମହର୍ଷଣକାରୀ କୌଶଳ ସହ ନିଜର ଶକ୍ତି ପ୍ରଦର୍ଶନ କରିଥାନ୍ତି । ଅକ୍ଟୋବର 8 ତାରିଖ ଦିନ ଆମେ ବାୟୁସେନା ଦିବସ ପାଳନ କରିଥାଉଁ । 1932ରେ 6 ଜଣ ପାଇଲଟ ଏବଂ 19 ଜଣ ବାୟୁସୈନିକଙ୍କୁ ନେଇ ଛୋଟ ଆକାରରେ ଆରମ୍ଭ ହୋଇଥିବା ଆମର ବାୟୁସେନା ଆଜି ଏକବିଂଶ ଶତାବ୍ଦୀରେ ଏହାର ଆକାର ବୃଦ୍ଧିହୋଇ ସବୁଠାରୁ ସାହସୀ ଏବଂ ଶକ୍ତିଶାଳୀ ବାୟୁସେନାଗୁଡ଼ିକ ମଧ୍ୟରେ ସାମିଲ ହୋଇସାରିଲାଣି । ଏହା ଏକ ସ୍ମରଣୀୟ ଯାତ୍ରା । ଦେଶକୁ ନିଜର ସେବା ପ୍ରଦାନ କରୁଥିବା ସମସ୍ତ ବାୟୁସୈନିକ ଏବଂ ସେମାନଙ୍କ ପରିବାରକୁ ଅନ୍ତରର ଗଭୀରତମ ପ୍ରଦେଶରୁ ଅଭିନନ୍ଦନ ଜଣାଉଛି । 1947ରେ ଯେତେବେଳେ ପାକିସ୍ତାନର ଆକ୍ରମଣକାରୀମାନେ ଅତର୍କିତ ଭାବରେ ଆକ୍ରମଣ ଆରମ୍ଭ କରିଦେଲେ ସେତେବେଳେ ଶ୍ରୀନଗରକୁ ଆକ୍ରମଣକାରୀଙ୍କ କବଳରୁ ରକ୍ଷା କରିବା ପାଇଁ ଯୁଦ୍ଧଭୂମିକୁ ଉଚିତ ସମୟରେ ସୈନ୍ୟ ଏବଂ ଉପକରଣ ଆମ ବାୟୁସେନା ହିଁ ପହଂଚାଇଥିଲା । ବାୟୁସେନା 1965ରେ ମଧ୍ୟ ଶତ୍ରୁଙ୍କୁ କଡ଼ା ଜବାବ ଦେଇଥିଲା । 1971ର ବାଂଲାଦେଶର ସ୍ୱାଧୀନତା ସଂଗ୍ରାମ କଥା କିଏ ବା ନ ଜାଣେ? 1999ରେ କାରଗିଲକୁ ଅନୁପ୍ରବେଶକାରୀଙ୍କ କବଳରୁ ମୁକ୍ତ କରାଇବାରେ ମଧ୍ୟ ବାୟୁସେନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଟାଇଗର ହିଲ୍ସରେ ଶତ୍ରୁପକ୍ଷର ଶିବିର ଉପରେ ଦିନରାତି ବୋମାବର୍ଷଣ କରି ବାୟୁସେନା ସେମାନଙ୍କୁ ପରାଜୟର ସ୍ୱାଦ ଚଖାଇଥିଲା । ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ହେଉ କିମ୍ବା ବିପର୍ଯ୍ୟୟ ପରିଚାଳନା, ଆମ ବାୟୁସେନାର ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦେଶ ସେମାନଙ୍କ ନିକଟରେ କୃତଜ୍ଞ । ଝଡ଼ବାତ୍ୟା, ବନ୍ୟାଠାରୁ ଆରମ୍ଭ କରି ଜଙ୍ଗଲରେ ଲାଗିଥିବା ନିଆଁ ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ଦେଶବାସୀଙ୍କୁ ସାହାଯ୍ୟ କରିବାରେ ସେମାନଙ୍କ ଭାବନା ବାସ୍ତବିକ ଚମତ୍କାର । ଦେଶରେ ଲିଙ୍ଗଗତ ସମାନତା ଅର୍ଥାତ ପୁରୁଷ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମାନତା ସୁନିଶ୍ଚିତ କରିବାରେ ବାୟୁସେନା ଗୋଟିଏ ଉଦାହରଣ ସୃଷ୍ଟି କରିଛି ଏବଂ ଏହାର ପ୍ରତ୍ୟେକ ବିଭାଗର ଦ୍ୱାରଦେଶ ଝିଅମାନଙ୍କ ପାଇଁ ଉନ୍ମୁକ୍ତ କରିଦେଇଛି । ଏବେ ତ ବାୟୁସେନା ମହିଳାମାନଙ୍କୁ ସର୍ଟ ସର୍ଭିସେସ କମିଶନ ସହ ସ୍ଥାୟୀ କମିଶନ’ର ବିକଳ୍ପ ମଧ୍ୟ ପ୍ରଦାନ କରୁଛି, ଯାହାର ଘୋଷଣା ଚଳିତ ବର୍ଷ ଅଗଷ୍ଟ 15 ତାରିଖରେ ମୁଁ ଲାଲକିଲ୍ଲାର ପ୍ରାଚୀର ଉପରୁ କରିଥିଲି । ଭାରତୀୟ ସେନାରେ, ସଶସ୍ତ୍ର ବାହିନୀରେ କେବଳ ପୁରୁଷ ଶକ୍ତି ନୁହେଁ, ସ୍ତ୍ରୀ ଶକ୍ତିର ମଧ୍ୟ ସେତିକି ଯୋଗଦାନ ରହିଛି । ନାରୀ ସଶକ୍ତ, କିନ୍ତୁ ଏବେ ସେ ସଶସ୍ତ୍ର ମଧ୍ୟ ହେବାକୁ ଯାଉଛି ।

ମୋର ପ୍ରିୟ ଦେଶବାସୀଗଣ, ବିଗତ ଦିନରେ ଆମ ନୌବାହିନୀର ଜଣେ ଅଧିକାରୀ ଅଭିଳାଷ ଟମି ମୃତ୍ୟୁ ସହ ସଂଗ୍ରାମ କରୁଥିଲେ । ତାଙ୍କ ଜୀବନରକ୍ଷା ପାଇଁ ସାରା ଦେଶ ବ୍ୟସ୍ତ ଥିଲା । ଆପଣ ଜାଣିଛନ୍ତି? ଅଭିଳାଷ ଟମି ଜଣେ ଖୁବ୍ ସାହସୀ – ବୀର ନୌବାହିନୀ ଅଧିକାରୀ । କୌଣସି ଆଧୁନିକ ଜ୍ଞାନକୌଶଳ ବିନା, ଗୋଟିଏ ଛୋଟିଆ ନୌକାରେ ବିଶ୍ୱ ଭ୍ରମଣ କରିବାରେ ସେ ପ୍ରଥମ ଭାରତୀୟ ଥିଲେ । ବିଗତ 80 ଦିନ ଧରି ସେ ଦକ୍ଷିଣ ହିନ୍ଦ ମହାସାଗରରେ ଗୋଲ୍ଡେନ ଗ୍ଲୋବ ପ୍ରତିଯୋଗିତା(Race)ରେ ଅଂଶଗ୍ରହଣ କରିବା ପାଇଁ ସମୁଦ୍ରରେ ନିଜ ଗତିକୁ ସ୍ଥିର ରଖି ଆଗକୁ ମାଡ଼ିଚାଲିଥିଲେ । କିନ୍ତୁ ଭୟଙ୍କର ସାମୁଦ୍ରିକ ଝଡ଼ ତାଙ୍କପାଇଁ ବାଧା ସୃଷ୍ଟି କଲା । ହେଲେ ଭାରତୀୟ ନୌବାହିନୀର ଏହି ବୀର ସମୁଦ୍ର ମଧ୍ୟରେ ଅନେକ ଦିନ ଧରି ବଂଚିବା ପାଇଁ ସଂଗ୍ରାମ କରିଚାଲିଥିଲେ । ବିଶାଳ ଜଳରାଶି ମଧ୍ୟରେ ନ ଖାଇ – ନ ପିଇ ସେ ମୃତ୍ୟୁ ସହ ସଂଗ୍ରାମ କରିଚାଲିଲେ । ମୃତ୍ୟୁ ଆଗରେ ପରାଜୟ ସ୍ୱୀକାର କଲେନାହିଁ । ସାହସ, ସଂକଳ୍ପଶକ୍ତି,ପରାକ୍ରମର ଗୋଟିଏ ଅଦ୍ଭୁତ ଉଦାହରଣ । କିଛିଦିନ ତଳେ ଅଭିଳାଷଙ୍କୁ ସମୁଦ୍ରରୁ ଉଦ୍ଧାର କରାଯିବା ପରେ ମୁଁ ଟେଲିଫୋନ ମାଧ୍ୟମରେ ତାଙ୍କ ସହ କଥା ହୋଇଥିଲି । ଆଗରୁ ମଧ୍ୟ ଟମିଙ୍କ ସହ ମୋର ସାକ୍ଷାତ ହୋଇଥିଲା । ଏବେ ଏହି ବିପଦରୁ ଉଦ୍ଧାର ପାଇବା ପରେ ମଧ୍ୟ ତାଙ୍କ ସାହସ ତିଳେମାତ୍ର ଊଣା ହୋଇନଥିଲା । ବରଂ ପୁଣିଥରେ ଏଭଳି କିଛି ଦୁଃସାହସିକ କାର୍ଯ୍ୟ କରି ଦେଖାଇବାର ଯେଉଁ ସାହସ ଓ ସଂକଳ୍ପଶକ୍ତି ମୋତେ ଦେଖାଇଲେ ତାହା ଦେଶର ଯୁବପିଢ଼ି ପାଇଁ ପ୍ରେରଣାଦାୟକ । ମୁଁ ଅଭିଳାଷ ଟମିଙ୍କ ଉତମ ସ୍ୱାସ୍ଥ୍ୟଲାଭ ପାଇଁ ପ୍ରାର୍ଥନା କରୁଛି । ତାଙ୍କର ସାହସ, ପରାକ୍ରମ, ସଂକଳ୍ପଶକ୍ତି ଆମ ଦେଶର ଯୁବପିଢ଼ିକୁ ଲଢ଼ିବା ଏବଂ ଜିତିବାର ଶକ୍ତି ସହ ନିଶ୍ଚୟ ପ୍ରେରଣା ଯୋଗାଇବ ।

ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶରେ ଏଭଳି କୌଣସି ଦିନ ନାହିଁ ଯାହାର କିଛି ମହାତ୍ମ୍ୟ ନ ଥିବ, କୌଣସି ପର୍ବ ନ ଥିବ । ପ୍ରତ୍ୟେକ ଦିନ ଭାରତର କୌଣସି ନା କୌଣସି କୋଣରେ କିଛି ନା କିଛି ଚାଲିଥାଏ । ମାତ୍ର କିଛିଦିନ ତଳେ ଗଣେଶୋତ୍ସବ ଶେଷ ହୋଇଛି ଏବଂ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି । ଏହାର ଠିକ୍ ପରେ ପରେ ଦୀପାବଳୀର ଜାକଜମକ ଦେଖିବାକୁ ମିଳିବ । ଏହି ଉତ୍ସବଗୁଡ଼ିକ ପାଳନ ପାଇଁ ଲୋକେ ଛୁଟି ମଧ୍ୟ ନେଇଥାନ୍ତି । ଅବଶ୍ୟ, ଆମ ଆଖପାଖରେ ଆମେ ଏଭଳି ଲୋକଙ୍କୁ ମଧ୍ୟ ଦେଖୁଁ, ଯେଉଁମାନେ ପର୍ବପର୍ବାଣୀ ଦିନମାନଙ୍କରେ ମଧ୍ୟ ନିଜ ଡୁ୍ୟଟି କରୁଥାନ୍ତି । ନିଜ ପରିବାରର ଆବଶ୍ୟକତା, ପରିବାରର ଖୁସି,ସୁଖ-ଦୁଃଖ, ପର୍ବପର୍ବାଣୀରେ ଅଂଶଗ୍ରହଣ କରିବାର ସୁଯୋଗ ସେମାନଙ୍କୁ ଖୁବ୍ କମ ମିଳିଥାଏ । ପ୍ରବଳ ବର୍ଷା ହେଉ କି ପ୍ରଚଣ୍ଡ ରୌଦ୍ରତାପ – ଯେକୌଣସି ସ୍ଥାନରେ କିଛି ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହେଲେ, ଏମାନେ ସର୍ବପ୍ରଥମେ ଆମକୁ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି । ଆମେ ସେମାନଙ୍କୁ ଦେଖୁ କିନ୍ତୁ ଏ କଥା ଆଡ଼କୁ ଆମର ଦୃଷ୍ଟି ଯାଏନି – ଏମାନେ ହେଉଛନ୍ତି ଆମର ସାହସୀ ପୁଲିସ କର୍ମଚାରୀ । ମୁଁ ଆଜି ଗୌରବର ସହ ଆମର ସାହସୀ ପୁଲିସ କର୍ମୀମାନଙ୍କୁ ସ୍ମରଣ କରିବାକୁ ଚାହୁଁଛି । ସମସ୍ତ ଦେଶବାସୀ ତାଙ୍କୁ ସର୍ବଦା ଗର୍ବର ସହ ସ୍ମରଣ କରନ୍ତୁ ଏଥିପାଇଁ ମୁଁ ଧୀରେ ଧୀରେ ଦେଶବାସୀଙ୍କୁ ଅଭ୍ୟସ୍ତ କରିବାକୁ ଚାହୁଁଛି । ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରୀୟ ପୁଲିସ ବାହିନୀରେ କାର୍ଯ୍ୟରତ ସେହି ଲକ୍ଷ ଲକ୍ଷ ପୁଲିସ କର୍ମୀମାନଙ୍କୁ ମୁଁ ସଲାମ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ପରିବାରବର୍ଗଙ୍କୁ ମଧ୍ୟ ପ୍ରଣାମ କରୁଛି । ଦେଶ ପାଇଁ ନିଜର ସର୍ବସ୍ୱ ସମର୍ପଣ କରିଥିବା ପୁଲିସ କର୍ମଚାରୀମାନଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ଅକ୍ଟୋବର 21 ତାରିଖକୁ ପୁଲିସ ସ୍ମୃତି ଦିବସ ରୂପେ ପାଳନ କରାଯାଏ । 1959 ମସିହା ଅକ୍ଟୋବର 21 ତାରିଖରେ ଲଦ୍ଦାଖରେ ଭାରତ-ଚୀନ ସୀମାରେ ହୋଇଥିବା ଗୁଳିକାଣ୍ଡରେ ଆମର ଦଶଜଣ ପୁଲିସ କର୍ମଚାରୀ ସହିଦ ହୋଇଥିଲେ । ଏହି ଦିବସ ସେମାନଙ୍କ ସ୍ମୃତି ଉଦେ୍ଦଶ୍ୟରେ ପାଳିତ ହୁଏ । ଆପଣମାନେ ଏହା ଜାଣନ୍ତି କି, ସ୍ୱତନ୍ତ୍ରତା ପ୍ରାପ୍ତି ପରଠାରୁ ଏବେଯାଏ ପ୍ରାୟ 35,000 ପୁଲିସ କର୍ମଚାରୀ ଦେଶ ପାଇଁ, ସମାଜ ଓ ସାଧାରଣ ଜନତାଙ୍କ ଜୀବନରକ୍ଷା ପାଇଁ ନିଜର ପ୍ରାଣ ବିସର୍ଜନ କରିସାରିଛନ୍ତି । ମୁଁ ଦେଶର ସେହି ମହାନ ବରପୁତ୍ରମାନଙ୍କୁ ସେମାନଙ୍କର ସର୍ବୋଚ୍ଚ ବଳିଦାନ ନିମନ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ସେମାନଙ୍କର ପରିଜନଙ୍କର ମହନୀୟ ତ୍ୟାଗ – ତପସ୍ୟାରେ ବହୁମୂଲ୍ୟ ଯୋଗଦାନ ବି ରହିଛି; ଯାହାପାଇଁ ଦେଶ ଗର୍ବ କରେ । ଭାରତର ସୁରକ୍ଷା ଓ ଶାନ୍ତି ନିମନ୍ତେ ଆମର ପୁଲିସ କର୍ମଚାରୀଗଣ ପ୍ରତିକୂଳ ପରିସ୍ଥିତିରେ ପ୍ରତିଟି ଆହ୍ୱାନର ମୁକାବିଲା କରି ନିଜର କର୍ତବ୍ୟ ସମ୍ପାଦନ କରିଥାନ୍ତି । ଏମାନେ ଆତଙ୍କବାଦର ମୁକାବିଲା କରୁଥିବା ଜାମ୍ମୁ କାଶ୍ମୀର ପୁଲିସ ସାହସୀ କର୍ମଚାରୀ ହୁଅନ୍ତୁ କି ଅର୍ଦ୍ଧସାମରିକ ବାହିନୀର ସୈନିକ କିମ୍ବା ଛତିଶଗଡ଼ରେ ନକ୍ସଲମାନଙ୍କର ମୁକାବିଲା କରୁଥିବା ପୁଲିସ କର୍ମଚାରୀ । ଅପରାଧ ଉପରେ କଠୋର ପଦକ୍ଷେପ ନେବାର କଥା ହେଉ କିମ୍ବା ଟ୍ରାଫିକ୍ ଦାୟିତ୍ୱ ନିର୍ବାହ କାର୍ଯ୍ୟ ହେଉ କୁମ୍ଭମେଳା ହେଉ ବା ଜଗନ୍ନାଥଙ୍କ ରଥଯାତ୍ରା ହେଉ ବା ଅମରନାଥ ଯାତ୍ରା ବା ସବୀରମାଲାଙ୍କ ଯାତ୍ରା ହେଉ ଅଥବା ମୁହରମର ଶୋଭାଯାତ୍ରା ହେଉ । ଏ ଦେଶର ଏପରି କୌଣସି ଧାର୍ମିକ ପର୍ବ ନାହିଁ; ଏପରି କୌଣସି ଧାର୍ମିକ ଆୟୋଜନ ନାହିଁ, ଯେଉଁଠାରେ କୋଟି କୋଟି ଶ୍ରଦ୍ଧାଳୁମାନଙ୍କର ସାହାଯ୍ୟ ସହଯୋଗର ଆହ୍ୱାନମୂଳକ କାର୍ଯ୍ୟଗୁଡ଼ିକୁ ଆମ ପୁଲିସ କର୍ମଚାରୀମାନେ ଦୃଢ଼ତାର ସହ ନିର୍ବାହ କରିନଥାନ୍ତି । ଲକ୍ଷ ଲକ୍ଷ ସଂଖ୍ୟାରେ ଆମ ଗହଣରେ ଏପରି ପ୍ରଚ୍ଛଦ ନାୟକ (ଟଦ୍ଭଗ୍ଦଙ୍କଦ୍ଭଶ ଐରକ୍ସକ୍ଟ) ଅଛନ୍ତି, ଯେଉଁମାନଙ୍କୁ କେହି କେବେ ସାବାସୀ ଦେଇନଥାନ୍ତି । କେବେବି କୌଣସି ବ୍ୟକ୍ତି ପ୍ରଶ୍ନ ବି କରେନାହିଁ, ‘ଭାଇ, ଟ୍ରାଫିକ୍ ଦାୟିତ୍ୱ ତୁଲାଇବା ପାଇଁ କେତେ ଘଂଟା ହେଲା ଛିଡ଼ା ହୋଇଛ? ବର୍ଷାରେ ଭିଜି-ଭିଜି ବି କାମ କରୁଛ କ’ଣ ରୋଗରେ ପଡ଼ିବାର ଭୟ ନାହିଁ?’ ଆପଣମାନେ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆମର ପୁଲିସ କର୍ମଚାରୀ ଚୀନ୍,ନେପାଳ, ଭୁଟାନ ଏବଂ ବାଂଲାଦେଶ ସହ ସଂଲଗ୍ନ ପ୍ରାୟ 12500 କିଲୋମିଟର ଦୀର୍ଘ ସୀମାକୁ ସୁରକ୍ଷା ଦେବାରେ ସବୁଠାରୁ ଆଗରେ । ଏଥିରେ ଆଇଟିବିପି ମଧ୍ୟ ସମ୍ପୃକ୍ତ ଯିଏକି 24 ଅକ୍ଟୋବର ଦିନ ପ୍ରତିଷ୍ଠା ଦିବସ ପାଳନ କରିବ । ଏହି ଦିବସ ଉପଲକ୍ଷେ ମୁଁ ସେମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଉଛି । ଅକ୍ଟୋବର 21 ତାରିଖରେ ପୁଲିସ ସ୍ମାରକୀର ଉଦ୍ଘାଟନ କରିବାକୁ ଯାଉଛି ଯେଉଁଠାରେ ଦେଶବାସୀ ଆମର ସୁରକ୍ଷାରେ ନିୟୋଜିତ ପୁଲିସ କର୍ମଚାରୀମାନଙ୍କ ପ୍ରତି ନିଜର କୃତଜ୍ଞତା ପ୍ରକଟ କରିପାରିବେ । ଅନେକ ସମୟରେ ଆମର ପୁଲିସ କର୍ମଚାରୀ ଅସାମାଜିକ ତତ୍ୱଗୁଡ଼ିକୁ ତ ସହଜରେ ମୁକାବିଲା କରିଥାନ୍ତି କିନ୍ତୁ ସମାଜ ମଧ୍ୟରେ ନିଜର ଛବିକୁ ସୁଧାରିବା ପାଇଁ ସେମାନଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଥାଏ । ମୁଁ ଭାରତର ନାଗରିକମାନଙ୍କୁ ନିବେଦନ କରୁଛି ଯେ ପୁଲିସ ବାହିନୀ ଆମମାନଙ୍କ ସୁରକ୍ଷା ନିମନ୍ତେ କେତେ କ’ଣ କରୁଛନ୍ତି, ଆମେ ମଧ୍ୟ ସେମାନଙ୍କ ପାଇଁ କିଛି କରିବା । ଯଦି କୌଣସି ପୁଲିସ ଅଧିକାରୀ କି କୌଣସି ପୁଲିସ କର୍ମଚାରୀ ସମ୍ପର୍କରେ ଆପଣଙ୍କ ଭଲ ଅନୁଭୂତି ରହିଛି, ତା’ହେଲେ Social Mediaରେ ଏବଂ ନିଜ ପରିବାରର ବନ୍ଧୁବାନ୍ଧବଙ୍କ ସହ ତାହାକୁ ବାରମ୍ବାର ସେୟାର କରନ୍ତୁ, ଲୋକମାନଙ୍କୁ ଜଣାନ୍ତୁ ପ୍ରତ୍ୟେକ ନାଗରିକର କେବେ-ନା-କେବେ ତ ପୁଲିସ ସହ ଭଲ ଅନୁଭୂତି ରହିଅଛି । ଆମ ପୁଲିସ କର୍ମଚାରୀମାନଙ୍କ ପାଇଁ ଆମମାନଙ୍କୁ ଗର୍ବ କରିବା ଦରକାର ଯେଉଁମାନେ ଥକି ନ ଯାଇ,ରହି ନ ଯାଇ ସାହସର ସହିତ ନିଜ ନିଜର କର୍ତ୍ତବ୍ୟ ସମ୍ପାଦନ କରିଥାନ୍ତି ଯଦ୍ୱାରା ଦେଶବାସୀ ଆନନ୍ଦ ସହକାରେ ଜୀବନଯାପନ କରିପାରନ୍ତି ।

ମୋ ପ୍ରିୟ ଦେଶବାସୀଗଣ! ଆମ ଦେଶ ପାଇଁ ଅକ୍ଟୋବର 2 ର କ’ଣ ବିଶେଷତ୍ୱ ରହିଛି, ତାହା ପ୍ରତ୍ୟେକ ପିଲା ଜାଣେ । ଏ ବର୍ଷର ଅକ୍ଟୋବର 2 ତାରିଖର ବିଶେଷ ମହତ୍ୱ ଅଛି । ଏବେଠାରୁ 2 ବର୍ଷ ପର୍ଯ୍ୟନ୍ତ ଆମେମାନେ ମହାତ୍ମାଗାନ୍ଧୀଙ୍କର 150ତମ ଜୟନ୍ତୀ ନିମନ୍ତେ ସମଗ୍ର ବିଶ୍ୱରେ ଅନେକ କାର୍ଯ୍ୟକ୍ରମର ଯୋଜନା କରିଛୁ । ମହାତ୍ମାଗାନ୍ଧୀଙ୍କର ବିଚାରଧାରା ସମଗ୍ର ସଂସାରକୁ ପ୍ରେରଣା ଦେଇଛି । ଡ. ମାର୍ଟିନ ଲୁଥର କିଙ୍ଗ ଜୁନିୟର ହୁଅନ୍ତୁ ବା ନେଲସନ୍ ମାଣ୍ଡେଲାଙ୍କ ପରି ମହାନ ବ୍ୟକ୍ତି, ସମସ୍ତେ ଗାନ୍ଧିଜୀଙ୍କର ବିଚାରଧାରାର ପ୍ରେରଣା ଓ ଶକ୍ତି ପାଇଛନ୍ତି ତଥା ନିଜର ଲୋକମାନଙ୍କୁ ସମାନତା ଓ ସମ୍ମାନର ଅଧିକାର ପ୍ରଦାନ ନିମନ୍ତେ ଦୀର୍ଘ ସଂଗ୍ରାମ କରିପାରିଛନ୍ତି । ଆଜିର ‘ମନ୍ କି ବାତ୍’ରେ ମୁଁ ଆପଣମାନଙ୍କ ସହ ପୂଜ୍ୟ ବାପୁଜୀଙ୍କର ଆଉ ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟର ଆଲୋଚନା କରିବାକୁ ଚାହୁଁଛି ଯାହାକୁ ଅଧିକରୁ ଅଧିକ ଦେଶବାସୀ ଜାଣିବା ଆବଶ୍ୟକ । 1941ରେ ମହାତ୍ମାଗାନ୍ଧୀ Constructive Program ଅର୍ଥାତ୍ ଗଠନମୂଳକ କାର୍ଯ୍ୟକ୍ରମ ଭାବରେ କେତେକ ବିଚାରଧାରାକୁ ଲେଖିବା ଆରମ୍ଭ କଲେ । ପରବର୍ତ୍ତୀ ସମୟରେ 1945ରେ ଯେତେବେଳେ ସ୍ୱାଧୀନତା ସଂଗ୍ରାମ ଅଧିକ ଦୃଢ଼ ହେବାକୁ ଲାଗିଲା, ସେତେବେଳେ ସେ ସେହି ବିଚାରଧାରାର ସଂଶୋଧିତ ପ୍ରତିଲିପି ପ୍ରସ୍ତୁତ କଲେ । ପରମପୂଜ୍ୟ ବାପୁଜୀ କୃଷକମାନଙ୍କର,ଗ୍ରାମଗୁଡ଼ିକର, ଶ୍ରମିକମାନଙ୍କର ଅଧିକାରର ସୁରକ୍ଷା, ସ୍ୱଚ୍ଛତା, ଶିକ୍ଷାର ପ୍ରଚାର ପ୍ରସାର ଆଦି ଅନେକ ବିଷୟ ଉପରେ ନିଜର ବିଚାରଧାରାକୁ ଦେଶବାସୀଙ୍କ ସମ୍ମୁଖରେ ରଖିଛନ୍ତି । ଏହାକୁଗାନ୍ଧୀ ଚାର୍ଟର ମଧ୍ୟ କୁହାଯାଏ । ପୂଜ୍ୟ ବାପୁ ଲୋକସଂଗ୍ରାହକ ଥିଲେ । ଲୋକମାନଙ୍କ ସହ ମିଶିଯିବା ଏବଂ ସେମାନଙ୍କୁ ନିଜ ସହିତ ସାମିଲ କରିବାର ଗୁଣ ବାପୁଙ୍କର ସ୍ୱଭାବ ଥିଲା । ଏହା ତାଙ୍କ ବ୍ୟକ୍ତିତ୍ୱର ସବୁଠାରୁ ଅଦ୍ୱିତୀୟ ବିଶେଷତ୍ୱ ଭାବେ ପ୍ରତ୍ୟେକ ବ୍ୟକ୍ତି ଅନୁଭବ କରନ୍ତି । ସେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହା ଅନୁଭବ କରାଇପାରିଲେ ଯେ ସେ ହିଁ ଦେଶ ପାଇଁ ସବୁଠାରୁ ମହତ୍ୱପୂର୍ଣ୍ଣ ଏବଂ ନିତାନ୍ତ ଆବଶ୍ୟକ । ସ୍ୱାଧୀନତା ସଂଗ୍ରାମରେ ତାଙ୍କର ସବୁଠାରୁ ମହାନ ଯୋଗଦାନ ଏହା ଥିଲା ଯେ ସେ ଏହାକୁ ଏକ ବଡ଼ ଜନଆନ୍ଦୋଳନର ରୂପ ଦେଲେ । ସ୍ୱାଧୀନତା ଆନ୍ଦୋଳନରେ ମହାତ୍ମାଗାନ୍ଧୀଙ୍କ ଆହ୍ୱାନରେ ସମାଜର ପ୍ରତିଟି ଅଂଚଳର ଓ ପ୍ରତିଟି ସମ୍ପ୍ରଦାୟର ଲୋକମାନେ ନିଜକୁ ସମର୍ପିତ କରିଦେଲେ । ବାପୁ ଆମ ସମସ୍ତଙ୍କୁ ଗୋଟିଏ ପ୍ରେରଣାଦାୟୀ ମନ୍ତ୍ର ପ୍ରଦାନ କରିଥିଲେ ଯାହା ‘ଗାନ୍ଧିଜୀଙ୍କର ତଲିସମାନ’(Gandhi’s Talisman) ନାମରେ ସୁପରିଚିତ । ସେଥିରେ ଗାନ୍ଧିଜୀ କହିଥିଲେ – “ମୁଁ ଆପଣମାନଙ୍କୁ ଗୋଟିଏ ମନ୍ତ୍ର ଦେଉଅଛି, ଯେତେବେଳେ ବି ତୁମମାନଙ୍କୁ ସନେ୍ଦହ ହେବ ବା ତୁମର ଅହଂକାର ତୁମ ଉପରେ ପ୍ରଭାବ ବିସ୍ତାର କରିବାରେ ଲାଗିବ, ସେତେବେଳେ ଏହି ମନ୍ତ୍ରକୁ ପ୍ରୟୋଗ କର – ଯିଏ ସବୁଠୁ ଗରିବ ଓ ଦୁର୍ବଳ ବ୍ୟକ୍ତି,ଯାହାକୁ ତୁମେ ଦେଖିଛ, ତା’ର ଚେହେରା ମନେପକାଅ ଏବଂ ନିଜ ହୃଦୟକୁ ପ୍ରଶ୍ନ କର ଯେ ଯେଉଁ ପଦକ୍ଷେପ ନେବାପାଇଁ ତୁମେ ଚିନ୍ତା କରୁଛ, ତାହା ସେ ବ୍ୟକ୍ତି ନିମନ୍ତେ କେତେ ମାତ୍ରାରେ ଉପଯୋଗୀ । କ’ଣ ତା’ଦ୍ୱାରା ତାକୁ କିଛି ଲାଭ ମିଳିବ? କ’ଣ ସେଥିରୁ ସେ ନିଜ ଜୀବନ ଓ ଭାଗ୍ୟ ଉପରେ କିଛି ଅଙ୍କୁଶ ଲଗାଇପାରିବ? ଅର୍ଥାତ୍ କ’ଣ ତଦ୍ୱାରା ସେହି କୋଟି-କୋଟି ଲୋକମାନଙ୍କୁ ସ୍ୱରାଜ ମିଳିପାରିବ ଯାହାଙ୍କର ପେଟ ଭୋକିଲା ଏବଂ ଆତ୍ମା ଅତୃପ୍ତ । ସେତେବେଳେ ତୁମେ ଦେଖିବ ଯେ ତୁମର ସନ୍ଦେହ ଦୂର ହେବାରେ ଲାଗୁଛି ଏବଂ ଅହଂକାର ସମାପ୍ତ ହେଉଅଛି ।”

ମୋ ପ୍ରିୟ ଦେଶବାସୀଗଣ! ଗାନ୍ଧିଜୀଙ୍କର ଏହି ମନ୍ତ୍ର ଆଜି ବି ସେତିକି ମହତ୍ୱପୂର୍ଣ୍ଣ । ଆଜି ଆମ ଦେଶରେ ମଧ୍ୟମ ବର୍ଗର ଶକ୍ତି, ଆର୍ଥିକ କ୍ଷମତା ଓ କ୍ରୟଶକ୍ତି ବୃଦ୍ଧି ହେବାରେ ଲାଗିଛି । ଯେତେବେଳେ ଆମେ କିଛି ବି କିଣିବାକୁ ଯାଉଛନ୍ତି, କ’ଣ କିଛି ମୁହୂର୍ତ୍ତ ପାଇଁ ପୂଜ୍ୟବାପୁଙ୍କୁ ସ୍ମରଣ କରିପାରିବା? କିଣାକିଣି କରିବା ସମୟରେ କ’ଣ ଆମେ ଏହା ଚିନ୍ତା କରିପାରିବା ଯେ ମୁଁ ଯେଉଁ ଜିନିଷ ସବୁ କିଣୁଅଛି, ତଦ୍ୱାରା ମୋ ଦେଶର କେଉଁ ନାଗରିକକୁ ଲାଭ ମିଳିବ? କାହା ମୁହଁରେ ହସ ଦେଖାଦେବ? କିଏ ଭାଗ୍ୟଶାଳୀ ହେବ, ଯାହାକୁ ଆପଣଙ୍କର ଜିନିଷ କିଣିବା ଦ୍ୱାରା ପ୍ରତ୍ୟକ୍ଷ ବା ପରୋକ୍ଷ ଲାଭ ମିଳିବ? ଆଉ ଯଦି ଗରିବରୁ ଗରିବ ବ୍ୟକ୍ତିକୁ ଲାଭ ମିଳିବ, ତା’ହେଲେ ମୋ ଆନନ୍ଦ ଅଧିକରୁ ଅଧିକ ହେବ । ଗାନ୍ଧିଜୀଙ୍କର ଏହି ମନ୍ତ୍ରକୁ ସ୍ମରଣ କରି ଆଗାମୀ ଦିନଗୁଡ଼ିକରେ ଆମେ ଯେତେବେଳେ ବି କିଛି କିଣିବା, ସେତେବେଳେ ଆମେ ନିଶ୍ଚୟ ଧ୍ୟାନଦେବା ଯେ ଆମର ପ୍ରତିଟି ଜିନିଷ କିଣିବା ଦ୍ୱାରା କୌଣସି ନା କୌଣସି ଦେଶବାସୀଙ୍କ ମଙ୍ଗଳ ହେବା ଆବଶ୍ୟକ । ଆଉ ସେଥିରେ ମଧ୍ୟ ଯିଏ ନିଜର ଝାଳ ବୁହାଇଛି, ଯିଏ ନିଜର ପଇସା ବିନିଯୋଗ କରିଛି, ଯିଏ ନିଜର ପ୍ରତିଭାର ଉପଯୋଗ କରିଛି; ସେ ସମସ୍ତଙ୍କୁ କିଛି ନା କିଛି ଲାଭ ମିଳିବା ଦରକାର । ଏହାହିଁ ତ ଗାନ୍ଧିଜୀଙ୍କର ମନ୍ତ୍ର; ଏହାହିଁ ଗାନ୍ଧିଜୀଙ୍କର ସନ୍ଦେଶ ଏବଂ ଏହା ମୋର ବିଶ୍ୱାସ ଯେ ଯିଏ ସବୁଠୁ ଗରିବ ଓ ଦୁର୍ବଳ ବ୍ୟକ୍ତି, ତା’ର ଜୀବନରେ ଆପଣଙ୍କର ଗୋଟିଏ ଛୋଟ ପଦକ୍ଷେପ ବହୁତ ବଡ଼ ପରିଣାମ ଆଣିପାରେ ।

ମୋ ପ୍ରିୟ ଦେଶବାସୀଗଣ! ଯେତେବେଳେ ଗାନ୍ଧିଜୀ କହିଥିଲେ ଯେ ‘ପରିଷ୍କାର ପରିଚ୍ଛନ୍ନ କରିବ ତ ସ୍ୱାଧୀନତା ମିଳିବ’, ବୋଧହୁଏ ତାଙ୍କୁ ଏହା ଜଣା ବି ନ ଥିବ ଯେ ଏହା କିପରି ହେବ?କିନ୍ତୁ ଏହାହିଁ ହେଲା ଆଉ ଭାରତକୁ ସ୍ୱାଧୀନତା ମିଳିଲା । ଏହିପରି ଆଜି ମଧ୍ୟ ଆମମାନଙ୍କୁ ଲାଗିପାରେ ଯେ ମୋର ଏହି ଛୋଟିଆ କାର୍ଯ୍ୟ ଦ୍ୱାରା ମଧ୍ୟ ମୋ ଦେଶର ଆର୍ଥିକ ବିକାଶରେ,ଆର୍ଥିକ ସଶକ୍ତିକରଣରେ, ଗରିବକୁ ଦାରିଦ୍ର୍ୟ ବିରୁଦ୍ଧରେ ସଂଗ୍ରାମ କରିବାର କ୍ଷମତା ପ୍ରଦାନରେ ମୋର ବହୁତ ବଡ଼ ଯୋଗଦାନ ହୋଇପାରେ ଏବଂ ମୁଁ ଭାବୁଛି ଯେ ଆଜିର ଯୁଗରେ ଏହାହିଁ ସଚ୍ଚା ଦେଶଭକ୍ତି, ଏହାହିଁ ପୂଜ୍ୟବାପୁଙ୍କୁ କାର୍ଯ୍ୟାଞ୍ଜଳି । ଯେପରିକି, ବିଶେଷ ଅବସରଗୁଡ଼ିକରେ ଖଦୀ ଓ ହସ୍ତତନ୍ତ ସାମଗ୍ରୀ କିଣିବା ବିଷୟରେ ଚିନ୍ତା କରନ୍ତୁ; ଏହାଦ୍ୱାରା ବୁଣାକାରମାନଙ୍କୁ ସହାୟତା ମିଳିବ । କୁହାଯାଏ, ଲାଲ୍ ବାହାଦୁର ଶାସ୍ତ୍ରୀ ଖଦିର ପୁରାତନ ବା ଚିରାଫଟା ବସ୍ତ୍ରଗୁଡ଼ିକୁ ମଧ୍ୟ ଏଥିପାଇଁ ଯତ୍ନ ସହକାରେ ରଖୁଥିଲେ କାହିଁକି ନା ସେଥିରେ କୌଣସି ଲୋକର ପରିଶ୍ରମ ସନ୍ନିହିତ । ସେ କହୁଥିଲେ – ଏସବୁ ଖଦୀବସ୍ତ୍ର ବହୁତ ପରିଶ୍ରମ ଦ୍ୱାରା ତିଆରି ହୋଇଛି, ଏହାର ପ୍ରତିଟି ସୂତା କାମରେ ଆସିବା ଦରକାର । ନିଜ ଦେଶ ସହିତ ସମ୍ପର୍କ ଏବଂ ଦେଶବାସୀମାନଙ୍କୁ ଭଲପାଇବାର ଏହି ମନୋଭାବ ସେହି କ୍ଷୁଦ୍ର ଶରୀରଧାରୀ ମହାମାନବଙ୍କ ପ୍ରତିଟି ରକ୍ତବିନ୍ଦୁରେ ନିହିତ ଥିଲା । ଦୁଇଦିନ ପରେ ପୂଜ୍ୟବାପୁଙ୍କ ସହ ଆମେ ଶାସ୍ତ୍ରୀଜୀଙ୍କର ମଧ୍ୟ ଜୟନ୍ତୀ ପାଳନ କରିବା । ଶାସ୍ତ୍ରୀଜୀଙ୍କର ନାମ ସ୍ମରଣମାତ୍ରେ ହିଁ ପ୍ରତିଟି ଭାରତବାସୀଙ୍କ ମନରେ ଅସୀମ ଶ୍ରଦ୍ଧାଭାବ ଉତ୍ପନ୍ନ ହୁଏ । ତାଙ୍କର ସୌମ୍ୟ ବ୍ୟକ୍ତିତ୍ୱ ପ୍ରତ୍ୟେକ ଦେଶବାସୀକୁ ସର୍ବଦା ଗର୍ବିତ ଓ ଗୌରବାନ୍ୱିତ କରିଥାଏ ।

ଲାଲ ବାହାଦୁର ଶାସ୍ତ୍ରୀଙ୍କର ଏହା ବିଶେଷତ୍ୱ ଥିଲା ଯେ ବାହାରକୁ ସେ ଅତ୍ୟନ୍ତ ବିନମ୍ର ଲାଗୁଥିଲେ କିନ୍ତୁ ଭିତରେ ସେ ଚଟାଣ ପରି ଦୃଢ଼ ନିଶ୍ଚୟୀ ଥିଲେ । ତାଙ୍କର ଜୟ ଜବାନ୍ ଜୟ କିସାନ୍ର ସ୍ଲୋଗାନ୍ ତାଙ୍କର ଏହି ବିରାଟ ବ୍ୟକ୍ତିତ୍ୱର ପରିଚାୟକ । ରାଷ୍ଟ୍ର ନିମନ୍ତେ ତାଙ୍କର ନିଃସ୍ୱାର୍ଥ ତପସ୍ୟାର ପରିଣାମ ଥିଲା ଯେ ପ୍ରାୟଃ ଦେଢ଼ବର୍ଷର ସଂକ୍ଷିପ୍ତ କାର୍ଯ୍ୟକାଳରେ ସେ ଦେଶର ଜୱାନ ଓ କିସାନମାନଙ୍କୁ ସଫଳତାର ଶିଖରରେ ପହଂଚିବାର ମନ୍ତ୍ର ଦେଇଗଲେ ।

ମୋ ପ୍ରିୟ ଦେଶବାସୀଗଣ, ଆଜି ଯେତେବେଳେ ଆମେ ପୂଜ୍ୟବାପୁଙ୍କୁ ସ୍ମରଣ କରୁଛେ ଏହା ମଧ୍ୟ ସ୍ୱାଭାବିକ ଯେ ସ୍ୱଚ୍ଛତାର କଥା ନ କହି ରହିପାରିବାନି । ସେପ୍ଟେମ୍ବର 15ରୁ ସ୍ୱଚ୍ଛତା ହିଁ ସେବା ଅଭିଯାନର ଆରମ୍ଭ ହେଲା । କୋଟି କୋଟି ଲୋକ ଏହି ଅଭିଯାନରେ ସାମିଲ ହେଲେ ଏବଂ ମୁଁ ମଧ୍ୟ ଦିଲ୍ଲୀର ଆମ୍ବେଦକର ସ୍କୁଲରେ ପିଲାମାନଙ୍କ ସହିତ ସ୍ୱଚ୍ଛତା ଶ୍ରମଦାନ କରିବାର ସୌଭାଗ୍ୟ ପାଇଲି । ମୁଁ ସେହି ସ୍କୁଲକୁ ଗଲି ଯେଉଁ ସ୍କୁଲର ମୂଳଦୁଆ ସ୍ୱୟଂ ପୂଜ୍ୟ ବାବାସାହେବ ସ୍ଥାପିତ କରିଥିଲେ ।

ସାରା ଦେଶରେ ସବୁବର୍ଗର ଲୋକମାନେ ଏଇମାସ 15 ତାରିଖରେ ଆୟୋଜିତ ଶ୍ରମଦାନ କାର୍ଯ୍ୟକ୍ରମରେ ଭାଗନେଲେ । ବିଭିନ୍ନ ଅନୁଷ୍ଠାନ ମଧ୍ୟ ଉତ୍ସାହର ସହିତ ଏହି କାର୍ଯ୍ୟକ୍ରମରେ ଯୋଗଦାନ କଲେ । ସ୍କୁଲ କଲେଜର ଛାତ୍ରଛାତ୍ରୀ, ଏନସିସି, ଏନଏସଏସ, ଯୁବ ସଂଗଠନ,ଗଣମାଧ୍ୟମ, କର୍ପୋରେଟ ଜଗତ ଆଦି ସମସ୍ତ ସଂଗଠନ ବହୁ ସଂଖ୍ୟାରେ ସ୍ୱଚ୍ଛତା ଶ୍ରମଦାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ । ଏହି ଯୋଗଦାନ ପାଇଁ ମୁଁ ଦେଶର ସମସ୍ତ ସ୍ୱଚ୍ଛତାପ୍ରେମୀ ଜନସାଧାରଣଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଆସନ୍ତୁ ଏବେ ଗୋଟିଏ ଫୋନ୍ କଲ ଶୁଣିବା – “ନମସ୍କାର, ମୋ ନାଁ ସଇତାନ ସିଂହ, ମୁଁ ରାଜସ୍ଥାନର ବିକାନେର୍ ଜିଲ୍ଲା ‘ପୁଗଲ’ତହସିଲରୁ କହୁଛି । ମୁଁ ଜଣେ ଦୃଷ୍ଟିହୀନ ବ୍ୟକ୍ତି । ଦୁଇଟିଯାକ ଆଖିରେ ମୁଁ ଦେଖିପାରୁନାହିଁ । ମୁଁ ସମ୍ପୂର୍ଣ୍ଣ ଦୃଷ୍ଟିହୀନ । ମୁଁ କହିବାକୁ ଚାହେଁ ଯେ ‘ମନ୍ କି ବାତ୍’ରେ ମୋଦୀଜୀ ସ୍ୱଚ୍ଛତା ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଖୁବ୍ ଭଲ । ଆମେ ଦୃଷ୍ଟିହୀନ ଲୋକମାନେ ଶୌଚକ୍ରିୟା ପାଇଁ ବହୁତ ହଇରାଣ ହେଉଥିଲୁ । ଏବେ ପ୍ରତ୍ୟେକ ଘରେ ଶୌଚାଳୟ ତିଆରି ହେବାରୁ ଆମମାନଙ୍କୁ ବହୁତ ସୁବିଧା ହେଲା । ଏ ପଦକ୍ଷେପ ଏକ ସୁନ୍ଦର ପଦକ୍ଷେପ ଏବଂ ଭବିଷ୍ୟତରେ ମଧ୍ୟ ଏହା ଚାଲୁରହିବା ଦରକାର ।”

ବହୁତ ବହୁତ ଧନ୍ୟବାଦ, ଆପଣ ବହୁତ ବଡ଼ କଥାଟିଏ କହିଲେ । ପ୍ରତ୍ୟେକଙ୍କ ଜୀବନରେ,ସ୍ୱଚ୍ଛତାର ବହୁତ ମହତ୍ୱ ଅଛି । ‘ସ୍ୱଚ୍ଛ ଭାରତ ଅଭିଯାନ’ କାର୍ଯ୍ୟକ୍ରମରେ ଆପଣଙ୍କ ଘରେ ଶୌଚାଳୟ ନିର୍ମିତ ହେଲା ଏବଂ ତଦ୍ୱାରା ଆପଣଙ୍କର ସୁବିଧା ହେଲା । ଆମପାଇଁ ୟା’ଠାରୁ ବଳି ଖୁସିର କଥା ଆଉ କ’ଣ ହୋଇପାରେ । ଏହି ଅଭିଯାନ ସହିତ ସମ୍ପୃକ୍ତ ଥିବା ଲୋକମାନେ ହୁଏତ ଜାଣିପାରିନଥିବେ ଯେ ଜଣେ ପ୍ରଜ୍ଞାଚକ୍ଷୁ ହୋଇଥିବାରୁ ଆପଣ ଦେଖପାରୁନାହାଁନ୍ତି, ତା’ ସାଥିରେ ଶୌଚାଳୟଟିଏ ନ ଥିବାରୁ ଆପଣ କିଭଳି ଅସୁବିଧାରେ ଜୀବନ କାଟୁଥିବେ । ଏବେ ଶୌଚାଳୟଟିଏ ନିର୍ମିତ ହେବା ଆପଣଙ୍କ ପାଇଁ କିଭଳି ଏକ ବରଦାନ ହେଲା – ଯଦି ଆପଣ ଏ ବିଷୟରେ ଫୋନ୍ କରିନଥାନ୍ତେ, ତେବେ ହୁଏତ ଏହି ସମ୍ବେଦନଶୀଳ ବିଷୟଟି ସ୍ୱଚ୍ଛତା ଆନ୍ଦୋଳନ ସହ ଜଡ଼ିତ ଲୋକମାନଙ୍କର ଧ୍ୟାନକୁ ଆସିପାରିନଥାନ୍ତା । ଏହି ଫୋନକଲ୍ ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ।

ମୋର ପ୍ରିୟ ଦେଶବାସୀଗଣ, ‘ସ୍ୱଚ୍ଛ ଭାରତ ମିଶନ’ ଖାଲି ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ଏକ ସଫଳ କାହାଣୀ ଭାବେ ପରିଚିତ ହେଲାଣି ଯାହା ବିଷୟରେ ପ୍ରାୟ ସମସ୍ତେ ଚର୍ଚ୍ଚା କରୁଛନ୍ତି । ଭାରତ ଏଥର ବିଶ୍ୱର ସବୁଠାରୁ ବଡ଼ ସ୍ୱଚ୍ଛତା ସମ୍ମିଳନୀ ଆୟୋଜିତ କରିବାକୁ ଯାଉଛି ଯାହା ଏକ ଐତିହାସିକ ପଦକ୍ଷେପ ହେବ । ‘ମହାତ୍ମାଗାନ୍ଧୀ ଅନ୍ତର୍ଜାତୀୟ ସ୍ୱଚ୍ଛତା ସମ୍ମିଳନୀ’ ବା‘Mahatma Gandhi International Sanitation Convention’ । ଏହି ସମ୍ମିଳନୀରେ ସାରା ବିଶ୍ୱର ସ୍ୱଚ୍ଛତା ମନ୍ତ୍ରୀ (Minister of Sanitation)ମାନେ ତଥା ଏହି କ୍ଷେତ୍ରର ବିଶେଷଜ୍ଞମାନେ ଆସି ସ୍ୱଚ୍ଛତା ବିଷୟରେ ନିଜ ନିଜର ଅନୁଭୂତି ଏବଂ ପ୍ରୟୋଗ ବିଷୟରେ ଆଲୋଚନା କରିବେ । ମହାତ୍ମାଗାନ୍ଧୀ ଅନ୍ତର୍ଜାତୀୟ ସ୍ୱଚ୍ଛତା ସମ୍ମିଳନୀ 2018 ମସିହା ଅକ୍ଟୋବର 2 ତାରିଖ ଦିନ ବାପୁଙ୍କ 150ତମ ଜୟନ୍ତୀ ସମାରୋହରେ ଶୁଭାରମ୍ଭ ସହିତ ସମାହିତ ହେବ ।

ମୋର ପ୍ରିୟ ଦେଶବାସୀଗଣ, ସଂସ୍କୃତରେ ଗୋଟିଏ ଉକ୍ତି ଅଛି – ନ୍ୟାୟମୂଳଂ ସ୍ୱରାଜ୍ୟଂ ସ୍ୟାତ୍ ଅର୍ଥାତ୍ ସ୍ୱରାଜ୍ୟର ମୂଳରେ ନ୍ୟାୟ ଥାଏ । ଯେତେବେଳେ ନ୍ୟାୟ ସମ୍ବନ୍ଧରେ ଚର୍ଚ୍ଚା ହୁଏ,ସେଥିରେ ମାନବିକ ଅଧିକାର କଥା ସମ୍ପୂର୍ଣ୍ଣ ସମାହିତ ହୋଇଥାଏ । ଶୋଷିତ, ପୀଡ଼ିତ ଏବଂ ବଂଚିତମାନଙ୍କର ସ୍ୱତନ୍ତ୍ରତା ତଥା ସେମାନଙ୍କ ପାଇଁ ଶାନ୍ତି ଓ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ଏହା ଅନିବାର୍ଯ୍ୟ । ବାବାସାହେବ ଆମ୍ବେଦକରଙ୍କ ଦ୍ୱାରା ନିର୍ମିତ ସମ୍ବିଧାନରେ ଗରିବମାନଙ୍କର ମୂଳ ଅଧିକାର ରକ୍ଷା ପାଇଁ ବିଭିନ୍ନ ପ୍ରାବଧାନ ରହିଛି । ତାଙ୍କରି ଦୂରଦୃଷ୍ଟି ଦ୍ୱାରା ପ୍ରେରିତ ହୋଇ 1993 ମସିହା ଅକ୍ଟୋବର 12 ତାରିଖ ଦିନ ‘ଜାତୀୟ ମାନବିକ ଅଧିକାର ଆୟୋଗ’ ଗଠିତ ହୋଇଥିଲା । କିଛିଦିନ ପରେ ଜାତୀୟ ମାନବିକ ଅଧିକାର ଆୟୋଗ ଗଠନର 25 ବର୍ଷ ପୂର୍ତି ହେବ । ଏହି ଆୟୋଗ ଖାଲି ମାନବ ଅଧିକାର ରକ୍ଷା କରିଛି ତା’ନୁହେଁ ବରଂ ତା’ର ମାନବୀୟ ଗରିମାକୁ ବଢ଼ାଇବାର ପ୍ରୟାସ ମଧ୍ୟ କରିଛି । ଆମର ପ୍ରାଣପ୍ରିୟ ନେତା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ସ୍ପଷ୍ଟ ଭାବରେ କହିଥିଲେ ଯେ ମାନବ ଅଧିକାର ଆମମାନଙ୍କ ପାଇଁ ଅନ୍ୟ ଦ୍ୱାରା ପ୍ରଦତ କୌଣସି ଅବଧାରଣା ନୁହେଁ । ଆମର ‘ଜାତୀୟ ମାନବିକ ଅଧିକାର ଆୟୋଗ’ର ପ୍ରତୀକ ଚିହ୍ନରେ ବୈଦିକ କାଳର ଆଦର୍ଶସୂତ୍ର ‘ସର୍ବେ ଭବନ୍ତୁ ସୁଖିନଃ’ ଅଙ୍କିତ ହୋଇରହିଛି । ‘ଆମ ଜାତୀୟ ମାନବିକ ଅଧିକାର ଆୟୋଗ’ ମାନବ ଅଧିକାର ସମ୍ବନ୍ଧରେ ବ୍ୟାପକ ସଚେତନତା ଜାଗୃତ କରିବା ସଙ୍ଗେ ସଙ୍ଗେ ତା’ର ଅପବ୍ୟବହାରକୁ ନିବାରଣ କରବା ଦିଗରେ ପ୍ରଶଂସନୀୟ କାର୍ଯ୍ୟ କରିଆସିଛି । 25 ବର୍ଷର ଏହି ଯାତ୍ରା ଭିତରେ ଏହା ଦେଶବାସୀମାନଙ୍କ ମନରେ ଏକ ଆଶା ଓ ବିଶ୍ୱାସର ବାତାବରଣ ସୃଷ୍ଟି କରିପାରିଛି । ମୁଁ ଭାବୁଛି ଗୋଟିଏ ସୁସ୍ଥ ସମାଜ ଗଠନ ଏବଂ ଲୋକତାନ୍ତ୍ରିକ ମୂଲ୍ୟବୋଧ ପାଇଁ ଏହା ଏକ ଆଶାଜନକ ବିଷୟ । ଆଜି ଜାତୀୟ ସ୍ତରରେ ମାନବିକ ଅଧିକାର ଆୟୋଗ ସମେତ 26ଟି ରାଜ୍ୟରେ ମଧ୍ୟ ପ୍ରାଦେଶିକ ମାନବିକ ଅଧିକାର ଆୟୋଗ ଗଠନ କରାଯାଇଛି । ଏକ ସମାଜ ଭାବରେ ଆମମାନଙ୍କ ପାଇଁ ମାନବିକ ଅଧିକାରର ମହତ୍ୱକୁ ବୁଝିବା ଏବଂ ତାକୁ ନିଜର ଆଚରଣରେ କାର୍ଯ୍ୟକାରୀ କରିବାର ଆବଶ୍ୟକତା ଅଛି । ଏହାହିଁ ସବ୍କା ସାଥ୍ – ସବ୍କା ବିକାଶର ଆଧାର ।

ମୋର ପ୍ରିୟ ଦେଶବାସୀଗଣ, ଅକ୍ଟୋବର ମାସରେ ହିଁ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ,ରାଜମାତା ବିଜୟାରାଜେ ସିନ୍ଧିୟାଙ୍କର ଜନ୍ମଶତାବ୍ଦୀ ବର୍ଷର ଆରମ୍ଭ । ଏହି ସମସ୍ତ ମହାପୁରୁଷମାନେ ଆମମାନଙ୍କୁ ପ୍ରେରଣା ଦେଇ ଆସିଥିଲେ – ମୁଁ ସେମାନଙ୍କୁ ପ୍ରଣାମ ଜଣାଉଛି । ଅକ୍ଟୋବର 31 ତାରିଖ ସର୍ଦ୍ଦାର ପଟେଲଙ୍କ ଜନ୍ମଦିନ । ଏ ସମସ୍ତ ବିଷୟରେ ମୁଁ ଆଗାମୀ ‘ମନ୍ କି ବାତ୍’ରେ ସବିସ୍ତାର ଚର୍ଚ୍ଚା କରିବି । କିନ୍ତୁ ଆଜି ମୁଁ ଏ ବିଷୟରେ ଏତିକି କହିବାକୁ ଚାହେଁ ଯେ ଗତ କେତେବର୍ଷ ହେଲା – ସର୍ଦ୍ଦାର ପଟେଲଙ୍କ ଜନ୍ମଦିନରେ ଅକ୍ଟୋବର 31 ତାରିଖ ଦିନ ହିନ୍ଦୁସ୍ଥାନର ପ୍ରତ୍ୟେକ ଛୋଟବଡ଼ ସହର, ପଡ଼ା ଓ ଗାଁମାନଙ୍କରେ ‘Run for Unity’, ‘ଏକତା ପାଇଁ ଦୌଡ଼’ ଆୟୋଜିତ ହୋଇଆସୁଛି । ଏ ବର୍ଷ ମଧ୍ୟ ଆମେମାନେ ଆଗ୍ରହର ସହିତ ନିଜର ଗ୍ରାମ, ସହର, ମହାନଗରଗୁଡ଼ିକରେ ‘ଏକତା ପାଇଁ ଦୌଡ଼’ ଆୟୋଜନ କରିବା । ‘ଏକତା ପାଇଁ ଦୌଡ’ – ଏହି କାର୍ଯ୍ୟକ୍ରମ ସର୍ଦ୍ଦାର ପଟେଲଙ୍କୁ ସ୍ମରଣ କରିବାର ଏକ ଉତମ ଉପାୟ । କାରଣ ସର୍ଦ୍ଦାର ପଟେଲ ସାରାଜୀବନ ଦେଶର ଏକତା ପାଇଁ କାମ କରିଥିଲେ । ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଅକ୍ଟୋବର 31 ତାରିଖ ଦିନ ‘ଏକତା ପାଇଁ ଦୌଡ’ ଆୟୋଜନ ମାଧ୍ୟମରେ ସମାଜର ସବୁ ଶ୍ରେଣୀର ଲୋକଙ୍କୁ, ଦେଶର ପ୍ରତ୍ୟେକ ଏକକକୁ ଏକତା ସୂତ୍ରରେ ବାନ୍ଧିବାର ପ୍ରୟାସକୁ ଆମେମାନେ ଗୁରୁତ୍ୱ ଦେବା । ଏହାହିଁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ।

ମୋର ପ୍ରିୟ ଦେଶବାସୀଗଣ, ନବରାତ୍ରୀ ହେଉ, ଦୁର୍ଗାପୂଜା ବା ବିଜୟାଦଶମୀ ହେଉ, ଏହି ପବିତ୍ର ପର୍ବ ପାଇଁ ଆପଣମାନଙ୍କୁ ଅନ୍ତରର ବହୁତ ବହୁତ ଶୁଭକାମନା ଜଣାଉଛି । ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Will walk shoulder to shoulder': PM Modi pushes 'Make in India, Partner with India' at Russia-India forum

Media Coverage

'Will walk shoulder to shoulder': PM Modi pushes 'Make in India, Partner with India' at Russia-India forum
NM on the go

Nm on the go

Always be the first to hear from the PM. Get the App Now!
...
Today, India is becoming the key growth engine of the global economy: PM Modi
December 06, 2025
India is brimming with confidence: PM
In a world of slowdown, mistrust and fragmentation, India brings growth, trust and acts as a bridge-builder: PM
Today, India is becoming the key growth engine of the global economy: PM
India's Nari Shakti is doing wonders, Our daughters are excelling in every field today: PM
Our pace is constant, Our direction is consistent, Our intent is always Nation First: PM
Every sector today is shedding the old colonial mindset and aiming for new achievements with pride: PM

आप सभी को नमस्कार।

यहां हिंदुस्तान टाइम्स समिट में देश-विदेश से अनेक गणमान्य अतिथि उपस्थित हैं। मैं आयोजकों और जितने साथियों ने अपने विचार रखें, आप सभी का अभिनंदन करता हूं। अभी शोभना जी ने दो बातें बताई, जिसको मैंने नोटिस किया, एक तो उन्होंने कहा कि मोदी जी पिछली बार आए थे, तो ये सुझाव दिया था। इस देश में मीडिया हाउस को काम बताने की हिम्मत कोई नहीं कर सकता। लेकिन मैंने की थी, और मेरे लिए खुशी की बात है कि शोभना जी और उनकी टीम ने बड़े चाव से इस काम को किया। और देश को, जब मैं अभी प्रदर्शनी देखके आया, मैं सबसे आग्रह करूंगा कि इसको जरूर देखिए। इन फोटोग्राफर साथियों ने इस, पल को ऐसे पकड़ा है कि पल को अमर बना दिया है। दूसरी बात उन्होंने कही और वो भी जरा मैं शब्दों को जैसे मैं समझ रहा हूं, उन्होंने कहा कि आप आगे भी, एक तो ये कह सकती थी, कि आप आगे भी देश की सेवा करते रहिए, लेकिन हिंदुस्तान टाइम्स ये कहे, आप आगे भी ऐसे ही सेवा करते रहिए, मैं इसके लिए भी विशेष रूप से आभार व्यक्त करता हूं।

साथियों,

इस बार समिट की थीम है- Transforming Tomorrow. मैं समझता हूं जिस हिंदुस्तान अखबार का 101 साल का इतिहास है, जिस अखबार पर महात्मा गांधी जी, मदन मोहन मालवीय जी, घनश्यामदास बिड़ला जी, ऐसे अनगिनत महापुरूषों का आशीर्वाद रहा, वो अखबार जब Transforming Tomorrow की चर्चा करता है, तो देश को ये भरोसा मिलता है कि भारत में हो रहा परिवर्तन केवल संभावनाओं की बात नहीं है, बल्कि ये बदलते हुए जीवन, बदलती हुई सोच और बदलती हुई दिशा की सच्ची गाथा है।

साथियों,

आज हमारे संविधान के मुख्य शिल्पी, डॉक्टर बाबा साहेब आंबेडकर जी का महापरिनिर्वाण दिवस भी है। मैं सभी भारतीयों की तरफ से उन्हें श्रद्धांजलि अर्पित करता हूं।

Friends,

आज हम उस मुकाम पर खड़े हैं, जब 21वीं सदी का एक चौथाई हिस्सा बीत चुका है। इन 25 सालों में दुनिया ने कई उतार-चढ़ाव देखे हैं। फाइनेंशियल क्राइसिस देखी हैं, ग्लोबल पेंडेमिक देखी हैं, टेक्नोलॉजी से जुड़े डिसरप्शन्स देखे हैं, हमने बिखरती हुई दुनिया भी देखी है, Wars भी देख रहे हैं। ये सारी स्थितियां किसी न किसी रूप में दुनिया को चैलेंज कर रही हैं। आज दुनिया अनिश्चितताओं से भरी हुई है। लेकिन अनिश्चितताओं से भरे इस दौर में हमारा भारत एक अलग ही लीग में दिख रहा है, भारत आत्मविश्वास से भरा हुआ है। जब दुनिया में slowdown की बात होती है, तब भारत growth की कहानी लिखता है। जब दुनिया में trust का crisis दिखता है, तब भारत trust का pillar बन रहा है। जब दुनिया fragmentation की तरफ जा रही है, तब भारत bridge-builder बन रहा है।

साथियों,

अभी कुछ दिन पहले भारत में Quarter-2 के जीडीपी फिगर्स आए हैं। Eight परसेंट से ज्यादा की ग्रोथ रेट हमारी प्रगति की नई गति का प्रतिबिंब है।

साथियों,

ये एक सिर्फ नंबर नहीं है, ये strong macro-economic signal है। ये संदेश है कि भारत आज ग्लोबल इकोनॉमी का ग्रोथ ड्राइवर बन रहा है। और हमारे ये आंकड़े तब हैं, जब ग्लोबल ग्रोथ 3 प्रतिशत के आसपास है। G-7 की इकोनमीज औसतन डेढ़ परसेंट के आसपास हैं, 1.5 परसेंट। इन परिस्थितियों में भारत high growth और low inflation का मॉडल बना हुआ है। एक समय था, जब हमारे देश में खास करके इकोनॉमिस्ट high Inflation को लेकर चिंता जताते थे। आज वही Inflation Low होने की बात करते हैं।

साथियों,

भारत की ये उपलब्धियां सामान्य बात नहीं है। ये सिर्फ आंकड़ों की बात नहीं है, ये एक फंडामेंटल चेंज है, जो बीते दशक में भारत लेकर आया है। ये फंडामेंटल चेंज रज़ीलियन्स का है, ये चेंज समस्याओं के समाधान की प्रवृत्ति का है, ये चेंज आशंकाओं के बादलों को हटाकर, आकांक्षाओं के विस्तार का है, और इसी वजह से आज का भारत खुद भी ट्रांसफॉर्म हो रहा है, और आने वाले कल को भी ट्रांसफॉर्म कर रहा है।

साथियों,

आज जब हम यहां transforming tomorrow की चर्चा कर रहे हैं, हमें ये भी समझना होगा कि ट्रांसफॉर्मेशन का जो विश्वास पैदा हुआ है, उसका आधार वर्तमान में हो रहे कार्यों की, आज हो रहे कार्यों की एक मजबूत नींव है। आज के Reform और आज की Performance, हमारे कल के Transformation का रास्ता बना रहे हैं। मैं आपको एक उदाहरण दूंगा कि हम किस सोच के साथ काम कर रहे हैं।

साथियों,

आप भी जानते हैं कि भारत के सामर्थ्य का एक बड़ा हिस्सा एक लंबे समय तक untapped रहा है। जब देश के इस untapped potential को ज्यादा से ज्यादा अवसर मिलेंगे, जब वो पूरी ऊर्जा के साथ, बिना किसी रुकावट के देश के विकास में भागीदार बनेंगे, तो देश का कायाकल्प होना तय है। आप सोचिए, हमारा पूर्वी भारत, हमारा नॉर्थ ईस्ट, हमारे गांव, हमारे टीयर टू और टीय़र थ्री सिटीज, हमारे देश की नारीशक्ति, भारत की इनोवेटिव यूथ पावर, भारत की सामुद्रिक शक्ति, ब्लू इकोनॉमी, भारत का स्पेस सेक्टर, कितना कुछ है, जिसके फुल पोटेंशियल का इस्तेमाल पहले के दशकों में हो ही नहीं पाया। अब आज भारत इन Untapped पोटेंशियल को Tap करने के विजन के साथ आगे बढ़ रहा है। आज पूर्वी भारत में आधुनिक इंफ्रास्ट्रक्चर, कनेक्टिविटी और इंडस्ट्री पर अभूतपूर्व निवेश हो रहा है। आज हमारे गांव, हमारे छोटे शहर भी आधुनिक सुविधाओं से लैस हो रहे हैं। हमारे छोटे शहर, Startups और MSMEs के नए केंद्र बन रहे हैं। हमारे गाँवों में किसान FPO बनाकर सीधे market से जुड़ें, और कुछ तो FPO’s ग्लोबल मार्केट से जुड़ रहे हैं।

साथियों,

भारत की नारीशक्ति तो आज कमाल कर रही हैं। हमारी बेटियां आज हर फील्ड में छा रही हैं। ये ट्रांसफॉर्मेशन अब सिर्फ महिला सशक्तिकरण तक सीमित नहीं है, ये समाज की सोच और सामर्थ्य, दोनों को transform कर रहा है।

साथियों,

जब नए अवसर बनते हैं, जब रुकावटें हटती हैं, तो आसमान में उड़ने के लिए नए पंख भी लग जाते हैं। इसका एक उदाहरण भारत का स्पेस सेक्टर भी है। पहले स्पेस सेक्टर सरकारी नियंत्रण में ही था। लेकिन हमने स्पेस सेक्टर में रिफॉर्म किया, उसे प्राइवेट सेक्टर के लिए Open किया, और इसके नतीजे आज देश देख रहा है। अभी 10-11 दिन पहले मैंने हैदराबाद में Skyroot के Infinity Campus का उद्घाटन किया है। Skyroot भारत की प्राइवेट स्पेस कंपनी है। ये कंपनी हर महीने एक रॉकेट बनाने की क्षमता पर काम कर रही है। ये कंपनी, flight-ready विक्रम-वन बना रही है। सरकार ने प्लेटफॉर्म दिया, और भारत का नौजवान उस पर नया भविष्य बना रहा है, और यही तो असली ट्रांसफॉर्मेशन है।

साथियों,

भारत में आए एक और बदलाव की चर्चा मैं यहां करना ज़रूरी समझता हूं। एक समय था, जब भारत में रिफॉर्म्स, रिएक्शनरी होते थे। यानि बड़े निर्णयों के पीछे या तो कोई राजनीतिक स्वार्थ होता था या फिर किसी क्राइसिस को मैनेज करना होता था। लेकिन आज नेशनल गोल्स को देखते हुए रिफॉर्म्स होते हैं, टारगेट तय है। आप देखिए, देश के हर सेक्टर में कुछ ना कुछ बेहतर हो रहा है, हमारी गति Constant है, हमारी Direction Consistent है, और हमारा intent, Nation First का है। 2025 का तो ये पूरा साल ऐसे ही रिफॉर्म्स का साल रहा है। सबसे बड़ा रिफॉर्म नेक्स्ट जेनरेशन जीएसटी का था। और इन रिफॉर्म्स का असर क्या हुआ, वो सारे देश ने देखा है। इसी साल डायरेक्ट टैक्स सिस्टम में भी बहुत बड़ा रिफॉर्म हुआ है। 12 लाख रुपए तक की इनकम पर ज़ीरो टैक्स, ये एक ऐसा कदम रहा, जिसके बारे में एक दशक पहले तक सोचना भी असंभव था।

साथियों,

Reform के इसी सिलसिले को आगे बढ़ाते हुए, अभी तीन-चार दिन पहले ही Small Company की डेफिनीशन में बदलाव किया गया है। इससे हजारों कंपनियाँ अब आसान नियमों, तेज़ प्रक्रियाओं और बेहतर सुविधाओं के दायरे में आ गई हैं। हमने करीब 200 प्रोडक्ट कैटगरीज़ को mandatory क्वालिटी कंट्रोल ऑर्डर से बाहर भी कर दिया गया है।

साथियों,

आज के भारत की ये यात्रा, सिर्फ विकास की नहीं है। ये सोच में बदलाव की भी यात्रा है, ये मनोवैज्ञानिक पुनर्जागरण, साइकोलॉजिकल रेनसां की भी यात्रा है। आप भी जानते हैं, कोई भी देश बिना आत्मविश्वास के आगे नहीं बढ़ सकता। दुर्भाग्य से लंबी गुलामी ने भारत के इसी आत्मविश्वास को हिला दिया था। और इसकी वजह थी, गुलामी की मानसिकता। गुलामी की ये मानसिकता, विकसित भारत के लक्ष्य की प्राप्ति में एक बहुत बड़ी रुकावट है। और इसलिए, आज का भारत गुलामी की मानसिकता से मुक्ति पाने के लिए काम कर रहा है।

साथियों,

अंग्रेज़ों को अच्छी तरह से पता था कि भारत पर लंबे समय तक राज करना है, तो उन्हें भारतीयों से उनके आत्मविश्वास को छीनना होगा, भारतीयों में हीन भावना का संचार करना होगा। और उस दौर में अंग्रेजों ने यही किया भी। इसलिए, भारतीय पारिवारिक संरचना को दकियानूसी बताया गया, भारतीय पोशाक को Unprofessional करार दिया गया, भारतीय त्योहार-संस्कृति को Irrational कहा गया, योग-आयुर्वेद को Unscientific बता दिया गया, भारतीय अविष्कारों का उपहास उड़ाया गया और ये बातें कई-कई दशकों तक लगातार दोहराई गई, पीढ़ी दर पीढ़ी ये चलता गया, वही पढ़ा, वही पढ़ाया गया। और ऐसे ही भारतीयों का आत्मविश्वास चकनाचूर हो गया।

साथियों,

गुलामी की इस मानसिकता का कितना व्यापक असर हुआ है, मैं इसके कुछ उदाहरण आपको देना चाहता हूं। आज भारत, दुनिया की सबसे तेज़ी से ग्रो करने वाली मेजर इकॉनॉमी है, कोई भारत को ग्लोबल ग्रोथ इंजन बताता है, कोई, Global powerhouse कहता है, एक से बढ़कर एक बातें आज हो रही हैं।

लेकिन साथियों,

आज भारत की जो तेज़ ग्रोथ हो रही है, क्या कहीं पर आपने पढ़ा? क्या कहीं पर आपने सुना? इसको कोई, हिंदू रेट ऑफ ग्रोथ कहता है क्या? दुनिया की तेज इकॉनमी, तेज ग्रोथ, कोई कहता है क्या? हिंदू रेट ऑफ ग्रोथ कब कहा गया? जब भारत, दो-तीन परसेंट की ग्रोथ के लिए तरस गया था। आपको क्या लगता है, किसी देश की इकोनॉमिक ग्रोथ को उसमें रहने वाले लोगों की आस्था से जोड़ना, उनकी पहचान से जोड़ना, क्या ये अनायास ही हुआ होगा क्या? जी नहीं, ये गुलामी की मानसिकता का प्रतिबिंब था। एक पूरे समाज, एक पूरी परंपरा को, अन-प्रोडक्टिविटी का, गरीबी का पर्याय बना दिया गया। यानी ये सिद्ध करने का प्रयास किया गया कि, भारत की धीमी विकास दर का कारण, हमारी हिंदू सभ्यता और हिंदू संस्कृति है। और हद देखिए, आज जो तथाकथित बुद्धिजीवी हर चीज में, हर बात में सांप्रदायिकता खोजते रहते हैं, उनको हिंदू रेट ऑफ ग्रोथ में सांप्रदायिकता नज़र नहीं आई। ये टर्म, उनके दौर में किताबों का, रिसर्च पेपर्स का हिस्सा बना दिया गया।

साथियों,

गुलामी की मानसिकता ने भारत में मैन्युफेक्चरिंग इकोसिस्टम को कैसे तबाह कर दिया, और हम इसको कैसे रिवाइव कर रहे हैं, मैं इसके भी कुछ उदाहरण दूंगा। भारत गुलामी के कालखंड में भी अस्त्र-शस्त्र का एक बड़ा निर्माता था। हमारे यहां ऑर्डिनेंस फैक्ट्रीज़ का एक सशक्त नेटवर्क था। भारत से हथियार निर्यात होते थे। विश्व युद्धों में भी भारत में बने हथियारों का बोल-बाला था। लेकिन आज़ादी के बाद, हमारा डिफेंस मैन्युफेक्चरिंग इकोसिस्टम तबाह कर दिया गया। गुलामी की मानसिकता ऐसी हावी हुई कि सरकार में बैठे लोग भारत में बने हथियारों को कमजोर आंकने लगे, और इस मानसिकता ने भारत को दुनिया के सबसे बड़े डिफेंस importers के रूप में से एक बना दिया।

साथियों,

गुलामी की मानसिकता ने शिप बिल्डिंग इंडस्ट्री के साथ भी यही किया। भारत सदियों तक शिप बिल्डिंग का एक बड़ा सेंटर था। यहां तक कि 5-6 दशक पहले तक, यानी 50-60 साल पहले, भारत का फोर्टी परसेंट ट्रेड, भारतीय जहाजों पर होता था। लेकिन गुलामी की मानसिकता ने विदेशी जहाज़ों को प्राथमिकता देनी शुरु की। नतीजा सबके सामने है, जो देश कभी समुद्री ताकत था, वो अपने Ninety five परसेंट व्यापार के लिए विदेशी जहाज़ों पर निर्भर हो गया है। और इस वजह से आज भारत हर साल करीब 75 बिलियन डॉलर, यानी लगभग 6 लाख करोड़ रुपए विदेशी शिपिंग कंपनियों को दे रहा है।

साथियों,

शिप बिल्डिंग हो, डिफेंस मैन्यूफैक्चरिंग हो, आज हर सेक्टर में गुलामी की मानसिकता को पीछे छोड़कर नए गौरव को हासिल करने का प्रयास किया जा रहा है।

साथियों,

गुलामी की मानसिकता ने एक बहुत बड़ा नुकसान, भारत में गवर्नेंस की अप्रोच को भी किया है। लंबे समय तक सरकारी सिस्टम का अपने नागरिकों पर अविश्वास रहा। आपको याद होगा, पहले अपने ही डॉक्यूमेंट्स को किसी सरकारी अधिकारी से अटेस्ट कराना पड़ता था। जब तक वो ठप्पा नहीं मारता है, सब झूठ माना जाता था। आपका परिश्रम किया हुआ सर्टिफिकेट। हमने ये अविश्वास का भाव तोड़ा और सेल्फ एटेस्टेशन को ही पर्याप्त माना। मेरे देश का नागरिक कहता है कि भई ये मैं कह रहा हूं, मैं उस पर भरोसा करता हूं।

साथियों,

हमारे देश में ऐसे-ऐसे प्रावधान चल रहे थे, जहां ज़रा-जरा सी गलतियों को भी गंभीर अपराध माना जाता था। हम जन-विश्वास कानून लेकर आए, और ऐसे सैकड़ों प्रावधानों को डी-क्रिमिनलाइज किया है।

साथियों,

पहले बैंक से हजार रुपए का भी लोन लेना होता था, तो बैंक गारंटी मांगता था, क्योंकि अविश्वास बहुत अधिक था। हमने मुद्रा योजना से अविश्वास के इस कुचक्र को तोड़ा। इसके तहत अभी तक 37 lakh crore, 37 लाख करोड़ रुपए की गारंटी फ्री लोन हम दे चुके हैं देशवासियों को। इस पैसे से, उन परिवारों के नौजवानों को भी आंत्रप्रन्योर बनने का विश्वास मिला है। आज रेहड़ी-पटरी वालों को भी, ठेले वाले को भी बिना गारंटी बैंक से पैसा दिया जा रहा है।

साथियों,

हमारे देश में हमेशा से ये माना गया कि सरकार को अगर कुछ दे दिया, तो फिर वहां तो वन वे ट्रैफिक है, एक बार दिया तो दिया, फिर वापस नहीं आता है, गया, गया, यही सबका अनुभव है। लेकिन जब सरकार और जनता के बीच विश्वास मजबूत होता है, तो काम कैसे होता है? अगर कल अच्छी करनी है ना, तो मन आज अच्छा करना पड़ता है। अगर मन अच्छा है तो कल भी अच्छा होता है। और इसलिए हम एक और अभियान लेकर आए, आपको सुनकर के ताज्जुब होगा और अभी अखबारों में उसकी, अखबारों वालों की नजर नहीं गई है उस पर, मुझे पता नहीं जाएगी की नहीं जाएगी, आज के बाद हो सकता है चली जाए।

आपको ये जानकर हैरानी होगी कि आज देश के बैंकों में, हमारे ही देश के नागरिकों का 78 thousand crore रुपया, 78 हजार करोड़ रुपए Unclaimed पड़ा है बैंको में, पता नहीं कौन है, किसका है, कहां है। इस पैसे को कोई पूछने वाला नहीं है। इसी तरह इन्श्योरेंश कंपनियों के पास करीब 14 हजार करोड़ रुपए पड़े हैं। म्यूचुअल फंड कंपनियों के पास करीब 3 हजार करोड़ रुपए पड़े हैं। 9 हजार करोड़ रुपए डिविडेंड का पड़ा है। और ये सब Unclaimed पड़ा हुआ है, कोई मालिक नहीं उसका। ये पैसा, गरीब और मध्यम वर्गीय परिवारों का है, और इसलिए, जिसके हैं वो तो भूल चुका है। हमारी सरकार अब उनको ढूंढ रही है देशभर में, अरे भई बताओ, तुम्हारा तो पैसा नहीं था, तुम्हारे मां बाप का तो नहीं था, कोई छोड़कर तो नहीं चला गया, हम जा रहे हैं। हमारी सरकार उसके हकदार तक पहुंचने में जुटी है। और इसके लिए सरकार ने स्पेशल कैंप लगाना शुरू किया है, लोगों को समझा रहे हैं, कि भई देखिए कोई है तो अता पता। आपके पैसे कहीं हैं क्या, गए हैं क्या? अब तक करीब 500 districts में हम ऐसे कैंप लगाकर हजारों करोड़ रुपए असली हकदारों को दे चुके हैं जी। पैसे पड़े थे, कोई पूछने वाला नहीं था, लेकिन ये मोदी है, ढूंढ रहा है, अरे यार तेरा है ले जा।

साथियों,

ये सिर्फ asset की वापसी का मामला नहीं है, ये विश्वास का मामला है। ये जनता के विश्वास को निरंतर हासिल करने की प्रतिबद्धता है और जनता का विश्वास, यही हमारी सबसे बड़ी पूंजी है। अगर गुलामी की मानसिकता होती तो सरकारी मानसी साहबी होता और ऐसे अभियान कभी नहीं चलते हैं।

साथियों,

हमें अपने देश को पूरी तरह से, हर क्षेत्र में गुलामी की मानसिकता से पूर्ण रूप से मुक्त करना है। अभी कुछ दिन पहले मैंने देश से एक अपील की है। मैं आने वाले 10 साल का एक टाइम-फ्रेम लेकर, देशवासियों को मेरे साथ, मेरी बातों को ये कुछ करने के लिए प्यार से आग्रह कर रहा हूं, हाथ जोड़कर विनती कर रहा हूं। 140 करोड़ देशवसियों की मदद के बिना ये मैं कर नहीं पाऊंगा, और इसलिए मैं देशवासियों से बार-बार हाथ जोड़कर कह रहा हूं, और 10 साल के इस टाइम फ्रैम में मैं क्या मांग रहा हूं? मैकाले की जिस नीति ने भारत में मानसिक गुलामी के बीज बोए थे, उसको 2035 में 200 साल पूरे हो रहे हैं, Two hundred year हो रहे हैं। यानी 10 साल बाकी हैं। और इसलिए, इन्हीं दस वर्षों में हम सभी को मिलकर के, अपने देश को गुलामी की मानसिकता से मुक्त करके रहना चाहिए।

साथियों,

मैं अक्सर कहता हूं, हम लीक पकड़कर चलने वाले लोग नहीं हैं। बेहतर कल के लिए, हमें अपनी लकीर बड़ी करनी ही होगी। हमें देश की भविष्य की आवश्यकताओं को समझते हुए, वर्तमान में उसके हल तलाशने होंगे। आजकल आप देखते हैं कि मैं मेक इन इंडिया और आत्मनिर्भर भारत अभियान पर लगातार चर्चा करता हूं। शोभना जी ने भी अपने भाषण में उसका उल्लेख किया। अगर ऐसे अभियान 4-5 दशक पहले शुरू हो गए होते, तो आज भारत की तस्वीर कुछ और होती। लेकिन तब जो सरकारें थीं उनकी प्राथमिकताएं कुछ और थीं। आपको वो सेमीकंडक्टर वाला किस्सा भी पता ही है, करीब 50-60 साल पहले, 5-6 दशक पहले एक कंपनी, भारत में सेमीकंडक्टर प्लांट लगाने के लिए आई थी, लेकिन यहां उसको तवज्जो नहीं दी गई, और देश सेमीकंडक्टर मैन्युफैक्चरिंग में इतना पिछड़ गया।

साथियों,

यही हाल एनर्जी सेक्टर की भी है। आज भारत हर साल करीब-करीब 125 लाख करोड़ रुपए के पेट्रोल-डीजल-गैस का इंपोर्ट करता है, 125 लाख करोड़ रुपया। हमारे देश में सूर्य भगवान की इतनी बड़ी कृपा है, लेकिन फिर भी 2014 तक भारत में सोलर एनर्जी जनरेशन कपैसिटी सिर्फ 3 गीगावॉट थी, 3 गीगावॉट थी। 2014 तक की मैं बात कर रहा हूं, जब तक की आपने मुझे यहां लाकर के बिठाया नहीं। 3 गीगावॉट, पिछले 10 वर्षों में अब ये बढ़कर 130 गीगावॉट के आसपास पहुंच चुकी है। और इसमें भी भारत ने twenty two गीगावॉट कैपेसिटी, सिर्फ और सिर्फ rooftop solar से ही जोड़ी है। 22 गीगावाट एनर्जी रूफटॉप सोलर से।

साथियों,

पीएम सूर्य घर मुफ्त बिजली योजना ने, एनर्जी सिक्योरिटी के इस अभियान में देश के लोगों को सीधी भागीदारी करने का मौका दे दिया है। मैं काशी का सांसद हूं, प्रधानमंत्री के नाते जो काम है, लेकिन सांसद के नाते भी कुछ काम करने होते हैं। मैं जरा काशी के सांसद के नाते आपको कुछ बताना चाहता हूं। और आपके हिंदी अखबार की तो ताकत है, तो उसको तो जरूर काम आएगा। काशी में 26 हजार से ज्यादा घरों में पीएम सूर्य घर मुफ्त बिजली योजना के सोलर प्लांट लगे हैं। इससे हर रोज, डेली तीन लाख यूनिट से अधिक बिजली पैदा हो रही है, और लोगों के करीब पांच करोड़ रुपए हर महीने बच रहे हैं। यानी साल भर के साठ करोड़ रुपये।

साथियों,

इतनी सोलर पावर बनने से, हर साल करीब नब्बे हज़ार, ninety thousand मीट्रिक टन कार्बन एमिशन कम हो रहा है। इतने कार्बन एमिशन को खपाने के लिए, हमें चालीस लाख से ज्यादा पेड़ लगाने पड़ते। और मैं फिर कहूंगा, ये जो मैंने आंकडे दिए हैं ना, ये सिर्फ काशी के हैं, बनारस के हैं, मैं देश की बात नहीं बता रहा हूं आपको। आप कल्पना कर सकते हैं कि, पीएम सूर्य घर मुफ्त बिजली योजना, ये देश को कितना बड़ा फायदा हो रहा है। आज की एक योजना, भविष्य को Transform करने की कितनी ताकत रखती है, ये उसका Example है।

वैसे साथियों,

अभी आपने मोबाइल मैन्यूफैक्चरिंग के भी आंकड़े देखे होंगे। 2014 से पहले तक हम अपनी ज़रूरत के 75 परसेंट मोबाइल फोन इंपोर्ट करते थे, 75 परसेंट। और अब, भारत का मोबाइल फोन इंपोर्ट लगभग ज़ीरो हो गया है। अब हम बहुत बड़े मोबाइल फोन एक्सपोर्टर बन रहे हैं। 2014 के बाद हमने एक reform किया, देश ने Perform किया और उसके Transformative नतीजे आज दुनिया देख रही है।

साथियों,

Transforming tomorrow की ये यात्रा, ऐसी ही अनेक योजनाओं, अनेक नीतियों, अनेक निर्णयों, जनआकांक्षाओं और जनभागीदारी की यात्रा है। ये निरंतरता की यात्रा है। ये सिर्फ एक समिट की चर्चा तक सीमित नहीं है, भारत के लिए तो ये राष्ट्रीय संकल्प है। इस संकल्प में सबका साथ जरूरी है, सबका प्रयास जरूरी है। सामूहिक प्रयास हमें परिवर्तन की इस ऊंचाई को छूने के लिए अवसर देंगे ही देंगे।

साथियों,

एक बार फिर, मैं शोभना जी का, हिन्दुस्तान टाइम्स का बहुत आभारी हूं, कि आपने मुझे अवसर दिया आपके बीच आने का और जो बातें कभी-कभी बताई उसको आपने किया और मैं तो मानता हूं शायद देश के फोटोग्राफरों के लिए एक नई ताकत बनेगा ये। इसी प्रकार से अनेक नए कार्यक्रम भी आप आगे के लिए सोच सकते हैं। मेरी मदद लगे तो जरूर मुझे बताना, आईडिया देने का मैं कोई रॉयल्टी नहीं लेता हूं। मुफ्त का कारोबार है और मारवाड़ी परिवार है, तो मौका छोड़ेगा ही नहीं। बहुत-बहुत धन्यवाद आप सबका, नमस्कार।