ସୋମନାଥ... ଏହି ଶବ୍ଦଟିକୁ ଶୁଣିବା ମାତ୍ରେ ଆମମାନଙ୍କ ହୃଦୟ ଓ ମନରେ ଗର୍ବ ଏବଂ ଗୌରବର ଏକ ଭାବନା ଆପେ ଜାଗ୍ରତ ହୋଇଥାଏ । ଏହା ହେଉଛି ଭାରତର ଆତ୍ମାର ଶାଶ୍ୱତ ଆହ୍ୱାନ । ଏହି ଭବ୍ୟ ମନ୍ଦିର ଭାରତର ପଶ୍ଚିମ ତଟରେ ଗୁଜରାଟ ରାଜ୍ୟରେ ପ୍ରଭାସ ପତନ ନାମକ ସ୍ଥାନରେ ଅବସ୍ଥିତ । ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ସ୍ତୋତ୍ରମରେ ସାରା ଭାରତରେ ଥିବା ୧୨ଗୋଟି ଜ୍ୟୋତିର୍ଲିଙ୍ଗଙ୍କ ସମ୍ପର୍କରେ ବର୍ଣ୍ଣନା ରହିଛି । ଏହି ସ୍ତୋତ୍ର ଏପରି ଭାବରେ ଆରମ୍ଭ: ‘ସୌରାଷ୍ଟ୍ରେ ସୋମନାଥଂ ଚ...’ ଯାହା ଦେଶର ପ୍ରଥମ ଜ୍ୟୋତିର୍ଲିଙ୍ଗ ଭାବରେ ସୋମନାଥଙ୍କୁ ଆମ ସଭ୍ୟତା ତଥା ଆଧ୍ୟାତ୍ମିକ ସଂକେତ ଭାବରେ ଉପସ୍ଥାପନ କରେ ।

ଏଥିରେ ଆହୁରି ମଧ୍ୟ କୁହାଯାଇଛି:
ସୋମଲିଙ୍ଗଂ ନରୋ ଦୃଷ୍ଟ୍ୱା ସର୍ବପାପୈ ପ୍ରମୁଚ୍ୟତେ ।
ଲଭତେ ଫଳଂ ମନୋବାଞ୍ଚିତଂ ମୃତଃ ସ୍ୱର୍ଗଂ ସମାଶ୍ରୟେତ୍ । ।

ଏହାର ଅର୍ଥ ହେଉଛି: କେବଳ ସୋମନାଥ ଶିବଲିଙ୍ଗଙ୍କ ଦର୍ଶନ ମାତ୍ରେ ଜଣେ ବ୍ୟକ୍ତି ତା’ର ସକଳ ପାପରୁ ନିଶ୍ଚିତ ରୂପେ ମୁକ୍ତ ହୋଇଥାଏ ଏବଂ ଏଥି ସହିତ ତା’ର ମନର ସକଳ ସକାରାତ୍ମକ କାମନା ପୂର୍ଣ୍ଣ ହେବା ସହିତ ସେ ମୃତ୍ୟୁ ପରେ ସ୍ୱର୍ଗଲୋକ ପ୍ରାପ୍ତ ହୋଇଥାଏ ।

କ୍ଷୋଭର କଥା, ଏହି ସୋମନାଥ, ଯାହାଙ୍କୁ କୋଟି କୋଟି ଶ୍ରଦ୍ଧାଳୁ ପ୍ରାଚୀନ କାଳରୁ ପୂଜାର୍ଚ୍ଚନା କରିଆସୁଥିଲେ, ଉପାସନା କରିଆସୁଥିଲେ, ତାହାକୁ ବିଦେଶାଗତ ଆକ୍ରମଣକାରୀମାନେ ଆକ୍ରମଣ କରିଥିଲେ, କାରଣ ସେମାନଙ୍କର ଉଦ୍ଦେଶ୍ୟ ଥିଲା ଏହାକୁ ଧ୍ୱଂସ କରିବା, କେବଳ ଏହି ମନ୍ଦିରର ଉପାସନାକୁ ବନ୍ଦ କରିବା ନୁହେଁ ।

ସୋମନାଥ ମନ୍ଦିର ନିମନ୍ତେ ବର୍ଷ ୨୦୨୬ଟି ବିଶେଷ ମହତ୍ତ୍ୱ ବହନ କରେ । ଏହି ମହାନ ପୀଠ ଉପରେ ପ୍ରଥମ ଆକ୍ରମଣ ଘଟିବାର ୧୦୦୦ ବର୍ଷ ପୂରଣ ହୋଇଛି । ୧୦୨୬ ଖ୍ରୀଷ୍ଟାବ୍ଦର ଜାନୁଆରୀ ମାସରେ ଗଜନୀର ମାହମୁଦ ସୋମନାଥ ମନ୍ଦିର ଉପରେ ଆକ୍ରମଣ କରିଥିଲେ ଏବଂ ଆସ୍ଥା ଓ ସଭ୍ୟତାର ଏହି ମହାନ ସଂକେତକୁ ଧ୍ୱଂସ କରିଦେବାକୁ ଚାହିଁଥିଲେ । ଏଥି ନିମନ୍ତେ ଯେତେ ରକ୍ତପାତ ଓ ବର୍ବର ଆକ୍ରମଣ କରାଯାଇପାରେ, ସେ ତାହା ଆପଣାଇଥିଲେ ।

ତଥାପି, ଏହି ଘଟଣାର ଏକ ହଜାର ବର୍ଷ ପରେ ସୁଦ୍ଧା, ସେହି ମନ୍ଦିର ପୂର୍ବ ଗୌରବର ସହିତ ସେଠାରେ ଦଣ୍ଡାୟମାନ, କାରଣ ସୋମନାଥ ମନ୍ଦିରର ଭବ୍ୟତାକୁ ବଜାୟ ରଖିବା ସକାଶେ ଅତୀତରେ ଅସଂଖ୍ୟ ପୁନଃର୍ଗଠନ ପ୍ରୟାସ କରାଯାଇଆସିଛି । ଏଭଳି ଏକ ପ୍ରୟାସର ମାଇଲଖୁଣ୍ଟ ୨୦୨୬ ମସିହାରେ ୭୫ ବର୍ଷ ପୂରଣ କରୁଛି । ସେହିଭଳି ପ୍ରୟାସ ୧୯୫୧ ମସିହା ମେ ୧୧ ତାରିଖ ଦିନ ଏକ ଉତ୍ସବରେ ସଂପାଦନ କରାଯାଇଥିଲା ଏବଂ ତାହା ସଂପାଦନ କରାଯାଇଥିଲା ଭାରତର ତତ୍କାଳୀନ ମହାମହୀମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଉପସ୍ଥିତିରେ । ସେଦିନ ଏହି ପୁନଃର୍ବିନ୍ୟାସକୃତ ମନ୍ଦିରର ଦ୍ୱାରକୁ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ଖୋଲାଯାଇଥିଲା ।

ସୋମନାଥ ମନ୍ଦିର ଉପରେ ପ୍ରଥମ ଆକ୍ରମଣ ଘଟିଥିଲା ୧୦୨୬ ଖ୍ରୀଷ୍ଟାବ୍ଦରେ । ସେତେବେଳେ ଏହି ନଗରୀର ଲୋକମାନଙ୍କ ଉପରେ ନିଷ୍ଠୁର ଆକ୍ରମଣ କରାଯାଇଥିଲା । ସେତେବେଳେ ଏହି ମନ୍ଦିରକୁ ଯେଉଁଭଳି ବୀଭତ୍ସ ଭାବରେ ଧ୍ୱଂସ କରାଯାଇଥିଲା ତାହାର ବିସ୍ତୃତ ବର୍ଣ୍ଣନା ବିଭିନ୍ନ ଐତିହାସିକ ଗ୍ରନ୍ଥମାନଙ୍କରେ ଉଲ୍ଲେଖ ରହିଛି । ଆପଣମାନେ ତାହା ପଢ଼ିଲେ, ଛାତି ଥରିଉଠେ । ଏହାର ପ୍ରତ୍ୟେକ ଧାଡ଼ିରେ ଦୁଃଖ, କ୍ରୂରତା ଭରି ରହିଛି ଏବଂ ଏହି ଦୁଃଖ ସମୟ ସହିତ କେବେ ପ୍ରଶମିତ ହୋଇଯାଇନାହିଁ ।

ଆପଣମାନେ କଳ୍ପନା କରି ପାରିବେ ଯେ ଭାରତ ଉପରେ ଏହା କି ପ୍ରକାର ପ୍ରଭାବ ପକାଇଥିଲା ଏବଂ ଲୋକମାନଙ୍କ ଭାବନାକୁ କେତେ ଆଘାତ ଦେଇଥିଲା । କାହିଁକି ନା, ସୋମନାଥ ସେମାନଙ୍କ ପାଇଁ ଅଚିନ୍ତନୀୟ ଆଧ୍ୟାତ୍ମିକ ଗୁରୁତ୍ୱ ବହନ କରେ । ଏହି ତଟ ମଧ୍ୟ ସମାଜକୁ ପର୍ଯ୍ୟାପ୍ତ ଆର୍ଥିକ ଶକ୍ତି ଓ ସାମର୍ଥ୍ୟ ଯୋଗାଇ ଆସୁଥିଲା । ଏହି ସମୁଦ୍ର ଦେଇ ବଣିକମାନେ, ନାବିକମାନେ ଭାରତର ଭବ୍ୟ ଗାଥାକୁ ଦୂର ଦୂରାନ୍ତକୁ ବହନ କରି ନେଉଥିଲେ ।

ତଥାପି, ମୁଁ ଗର୍ବର ସହିତ ଏବଂ ବିନା ଦ୍ୱିଧାରେ ଏକଥା କହିବାକୁ ଚାହେଁ ଯେ ସୋମନାଥଙ୍କ ଗାଥା, ଏହା ଉପରେ ବିଦେଶୀ ଲୁଣ୍ଠନକାରୀଙ୍କ ଆକ୍ରମଣର ଏକ ହଜାର ବିତି ସାରିଥିଲେ ସୁଦ୍ଧା, ସେହି ଧ୍ୱଂସ ଦ୍ୱାରା ସଂଜ୍ଞା ନିରୂପିତ ହୁଏନାହିଁ । ଭାରତ ମାତାଙ୍କ କୋଟି କୋଟି ସନ୍ତାନଙ୍କ ଅତୁଟ ସାହସ ଦ୍ୱାରା ହିଁ ଏହାର ସଂଜ୍ଞା ନିରୂପିତ ।

ଏହି ମଧ୍ୟଯୁଗୀୟ ବର୍ବରତା ଯାହା ଆଜକୁ ହଜାର ବର୍ଷ ପୂର୍ବେ ୧୦୨୬ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇଥିଲା, ତାହା ଅନ୍ୟମାନଙ୍କୁ ସୋମନାଥ ମନ୍ଦିର ଉପରେ ଅନ୍ୟମାନଙ୍କୁ ବାରମ୍ବାର ଆକ୍ରମଣ କରିବାକୁ ‘ପ୍ରେରଣା’ ଯୋଗାଇଥିଲା । ଆମର ଜନସାଧାରଣ ଏବଂ ଏହାର ସଂସ୍କୃତିକୁ ଦାସତ୍ୱର ବେଡ଼ିରେ ବାନ୍ଧି ରଖିବା ନିମନ୍ତେ ଏହା ଥିଲା ପ୍ରଥମ ପ୍ରୟାସ । ପ୍ରତ୍ୟେକ ଥର ଏହି ମନ୍ଦିର ଉପରେ ହେଉଥିବା ଆକ୍ରମଣ ବେଳେ, ଆମମାନଙ୍କ ନିକଟରେ ଏହାକୁ ବିରୋଧ କରିବା ଏବଂ ସୁରକ୍ଷା ପ୍ରଦାନ କରିବା ସକାଶେ ମହାନ ବୀର ଓ ବୀରାଙ୍ଗନାମାନେ ଉପଲବ୍ଧ ଥିଲେ ଏବଂ ପ୍ରତ୍ୟେକ ଥର, ପିଢ଼ି ପରେ ପିଢ଼ି, ଆମର ଏହି ମହାନ ସଭ୍ୟତାର ଲୋକମାନେ, ନିଜକୁ ସେଭଳି ଆକ୍ରାନ୍ତାମାନଙ୍କ ବିରୁଦ୍ଧରେ ଠିଆ ହୋଇଥିଲେ ଏବଂ ଧ୍ୱଂସ ମନ୍ଦିରକୁ ପୁନର୍ବାର ଭବ୍ୟତାର ସହିତ ପୁନଃନିର୍ମାଣ ପୂର୍ବକ ଠିଆ କରାଇଥିଲେ । ଏହା ଆମମାନଙ୍କର ପରମ ସୌଭାଗ୍ୟ ଯେ ଅହଲ୍ୟାବାଈ ହୋଲକାରଙ୍କ ଭଳି ମହାନ୍ ବ୍ୟକ୍ତିତ୍ୱ ଯେଉଁ ଭୂମିରେ ଜନ୍ମ ଗ୍ରହଣ କରିଥିଲେ ଆମେ ସେହି ଭୂମିରେ ଭୂମିଷ୍ଠ ହୋଇଛେ । ଅହଲ୍ୟାବାଈ ହୋଲକାର ସୋମନାଥ ମନ୍ଦିରର ପୁନଃନିର୍ମାଣ ନିମନ୍ତେ ଯେଉଁ ଆଦର୍ଶ ପ୍ରୟାସ କରିଥିଲେ ତାହା ପ୍ରଶଂସନୀୟ ଯାହା ଫଳରେ ଶ୍ରଦ୍ଧାଳୁମାନେ ପୁନର୍ବାର ମନ୍ଦିରରେ ପୂଜାର୍ଚ୍ଚନା କରିପାରିଥିଲେ ।

୧୮୯୦ ଦଶକରେ ସ୍ୱାମୀ ବିବେକାନନ୍ଦ ସୋମନାଥ ମନ୍ଦିର ପରିଦର୍ଶନ କରିଥିଲେ ଏବଂ ତାହା ତାଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା । ସେ ତାଙ୍କର ସେହି ଅନୁଭବକୁ ୧୮୯୭ ମସିହାରେ ଚେନ୍ନାଇଠାରେ ପ୍ରଦାନ କରିଥିବା ଏକ ଭାଷଣରେ ପ୍ରଦାନ କରି କରିଥିଲେ । ସେ କହିଥିଲେ, ‘ଦକ୍ଷିଣ ଭାରତର କେତେକ ପ୍ରାଚୀନ ମନ୍ଦିର ଏବଂ ଗୁଜରାଟର ସୋମନାଥ ଭଳି ମନ୍ଦିର ଆମମାନଙ୍କୁ ଜ୍ଞାନର ବିପୁଳ ଶିକ୍ଷା ପ୍ରଦାନ କରେ । ସେହିସବୁ ମନ୍ଦିରମାନେ ଆମମାନଙ୍କୁ ମାନବ ଜାତିର ପ୍ରାଚୀନ ଇତିହାସ ମଧ୍ୟକୁ ଗଭୀର ଭାବରେ ଅନ୍ତର୍କ୍ଷେପଣ ନିମନ୍ତେ ପ୍ରେରିତ କରେ ଯାହା ଆମେ କୌଣସି ଗ୍ରନ୍ଥରୁ କେବେ ପାଇପାରିବା ନାହିଁ । ଲକ୍ଷ୍ୟ କରିବା କଥା ଯେ ସେହିସବୁ ମନ୍ଦିରଗୁଡ଼ିକ କିପରି ଏଭଳି ଆକ୍ରାନ୍ତାମାନଙ୍କ ହଜାର ହଜାର ଆକ୍ରମଣର ସ୍ୱାକ୍ଷର ନିଜ ବକ୍ଷରେ ବହନ କରି ରଖିଛନ୍ତି ଏବଂ ଶହ ଶହ ପିଢ଼ି ଧରି ତାହା ଜାରି ରହିଛି । ସେମାନେ ନିରବଚ୍ଛିନ୍ନ ଭାବରେ ଏହାକୁ ଧ୍ୱଂସ କରିଚାଲିଥିଲେ ଏବଂ ସେହି ଧ୍ୱଂସ ସ୍ତୂପ ଭିତରୁ ତାହା ପୁଣି ଥରେ ମୁଣ୍ଡ ଟେକିଥାଏ, ପୁନର୍ଜାଗରିତ ହୋଇ ଆହୁରି ମଜଭୁତ ହୋଇଥାଏ! ଏହା ହେଉଛି ଜାତୀୟ ମାନସିକତା, ତାହା ହିଁ ହେଉଛି ରାଷ୍ଟ୍ରୀୟ ଜୀବନ ସ୍ରୋତ । ଏହାକୁ ଅନୁସରଣ କରନ୍ତୁ ଏବଂ ଏହା ଆମକୁ ମହିମାମଣ୍ଡିତ କରିବା ଆଡ଼କୁ ଆଗେଇନିଏ । ଏହାକୁ ତ୍ୟାଗ କରନ୍ତୁ ଏବଂ ଦେଖିବେ, ତୁମର ବିନାଶ ଘଙ୍କିବ । ମୃତ୍ୟୁ ହେଉଛି ଏହାର ଏକମାତ୍ର ପରିଣାମ । ବିନାଶ, ଏହାର ଏକମାତ୍ର ପରିଣାମ- ଯେଉଁ ମୁହୂର୍ତ୍ତରେ ସେହି ଜୀବନ ସ୍ରୋତରୁ ତୁମେ ଦୂରେଇଯିବ ।’

ଦେଶ ସ୍ୱାଧୀନତା ଲାଭ କରିବା ପରେ ସୋମନାଥ ମନ୍ଦିରର ପୁନଃନିର୍ମାଣର ପବିତ୍ର କାର୍ଯ୍ୟ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦ୍ୱାରା ସଂପାଦିତ ହୋଇଥିଲା । ୧୯୪୭ ମସିହାରେ ସେ ଦୀପାବଳୀ ସମୟରେ ଯେତେବେଳେ ସେହି ମନ୍ଦିରକୁ ଏକତା ଦର୍ଶନ ପାଇଁ ଯାଇଥିଲେ ଏହାର ଧ୍ୱଂସାବଶେଷ ଦେଖି ସେ ଏତେ ମାତ୍ରାରେ ମ୍ରିୟମାଣ ହୋଇ ପଡ଼ିଥିଲେ ଯେ ସେ ସେହିଠାରେ ଘୋଷଣା କରିଥିଲେ ଯେ ଏହି ମନ୍ଦିରର ପୁନଃନିର୍ମାଣ କରାଯିବ । ପରିଶେଷରେ, ୧୯୫୧ ମସିହା ମେ ୧୧ ତାରିଖ ଦିନ, ସେହିଠାରେ ଭବ୍ୟ ସୋମନାଥ ମନ୍ଦିର ଉନ୍ମୋଚିତ ନିର୍ମିତ ହୋଇ ଏହାର ଦ୍ୱାର ଶ୍ରଦ୍ଧାଳୁମାନଙ୍କ ପାଇଁ ଉନ୍ମୋଚିତ ହୋଇଥିଲା । ଡକ୍ଟର ରାଜେନ୍ଦ୍ର ପ୍ରସାଦ ସେହି ଅବସରରେ ସେଠାରେ ଉପସ୍ଥିତ ଥିଲେ । ମହାନ୍ ସର୍ଦ୍ଦାର ସାହେବ ସେହି ଐତିହାସିକ ଦିନର ଅବସରକୁ ଦେଖିବା ସକାଶେ ସେତେବେଳକୁ ଜୀବିତ ନଥିଲେ, କିନ୍ତୁ ତାଙ୍କ ସ୍ୱପ୍ନ ସାକାରିତ ହୋଇ ରାଷ୍ଟ୍ର ସମ୍ମୁଖରେ ସଗର୍ବେ ଦଣ୍ଡାୟମାନ ହୋଇଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ, ଏଭଳି ଘଟଣାକ୍ରମରେ ବିଶେଷ ଖୁସି ନଥିଲେ । ସେ ଚାହୁଁ ନଥିଲେ ଯେ ମାନ୍ୟବର ରାଷ୍ଟ୍ରପତି ତଥା ଅନ୍ୟ ମନ୍ତ୍ରୀଗଣ ଏଭଳି ବିଶେଷ କାର୍ଯ୍ୟକ୍ରମ ସହିତ ଜଡ଼ିତ ହୁଅନ୍ତୁ । ସେ ମତ ପୋଷଣ କରିଥିଲେ ଯେ ଏହା ଭାରତ ସମ୍ପର୍କରେ ଏକ ଖରାପ ଧାରଣା ସୃଷ୍ଟି କରିବ । କିନ୍ତୁ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଦୃଢ଼ ଭାବରେ ନିଜ ସିଦ୍ଧାନ୍ତରେ ଅଟଳ ରହିଥିଲେ ଏବଂ ଯାହା ଘଟିଥିଲା, ତାହା ଆଜି ଇତିହାସ । କେ.ଏମ. ମୁନସୀଙ୍କ ପ୍ରୟାସ ବିନା ସୋମନାଥ ମନ୍ଦିର ସମ୍ପର୍କୀତ କୌଣସି ପ୍ରସଙ୍ଗ କଦାପି ସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଇ ପାରିବନାହିଁ । ସେ ସକ୍ରିୟତାର ସହିତ ସର୍ଦ୍ଦାର ପଟେଲଙ୍କୁ ସମର୍ଥନ ଜ୍ଞାପନ କରିଥିଲେ । ସୋମନାଥଙ୍କ ସମ୍ପର୍କୀତ ତାଙ୍କର ରଚନାବଳୀ, ଏଥିରେ ‘ସୋମନାଥ: ଶାଶ୍ୱତ ଧାମ’ ପୁସ୍ତକ ସାମିଲ, ଅତୀମ ସୂଚନାଧର୍ମୀ ଏବଂ ଶିକ୍ଷଣୀୟ ।

ମୁନସୀଜୀଙ୍କ ଏହି ପୁସ୍ତକର ନାମ ହିଁ ଆମମାନଙ୍କୁ ଏହା ସୂଚାଏ ଯେ ଆମେ ଏଭଳି ଏକ ସଭ୍ୟତା ଯାହା ଏକ ଶାଶ୍ୱତ ଚିନ୍ତାଧାରା ଏବଂ ବିଚାରବୋଧ ସଦାବେଳେ ଧାରଣ କରିଆସିଛୁ । ଆମେ ଏକଥା ଦୃଢ଼ତାର ସହିତ ବିଶ୍ୱାସ କରୁ ଯେ ଯାହା ଶାଶ୍ୱତ ତାହା କଦାପି କ୍ଷୟଶୀଳ ନୁହେଁ । ଏହା ଆମର ପ୍ରସିଦ୍ଧ ଗୀତା ଗ୍ରନ୍ଥରେ ମଧ୍ୟ ବର୍ଣ୍ଣିତ ରହିଛି: ‘ନୈନଂ ଚ୍ଛିନ୍ଦନ୍ତି ଶସ୍ତ୍ରାଣି...’ । ଆମ ସଭ୍ୟତାର ଅଦମ୍ୟ ଭାବନା ସମ୍ପର୍କରେ ସୋମନାଥ ବ୍ୟତୀତ ଅନ୍ୟ କୌଣସି ଉତ୍ତମ ଉଦାହରଣ ଦିଆଯାଇ ପାରିବନାହିଁ, ଯାହା ବର୍ତ୍ତମାନ ସୁଦ୍ଧା ଗୌରବର ସହିତ, ସକଳ ପ୍ରକାର ପ୍ରତିକୂଳ ଶକ୍ତିଙ୍କ ପ୍ରଭାବ ଓ ସଂଘର୍ଷ ସତ୍ତ୍ୱେ ଦଣ୍ଡାୟମାନ ରହିଛି ।
ସେହି ମାନସିକତା ହିଁ ଆମ ରାଷ୍ଟ୍ରର ପରିକଳ୍ପନାରେ ଜଳଜଳ ହୋଇ ଦୃଶ୍ୟମାନ । ଏହା ବୈଶ୍ୱିକ ବିକାଶର ଉଜ୍ଜ୍ୱଳତମ ବିନ୍ଦୁ ଭାବରେ ବିଦ୍ୟମାନ । ଏହା ଶତାବ୍ଦୀ ଶତାବ୍ଦୀ ଧରି ଆକ୍ରମଣ ଏବଂ ଉପନିବେଶବାଦୀ ଲୁଣ୍ଠନର ଶିକାର ହୋଇ ସୁଦ୍ଧା ନିଜକୁ ଅତୁଟ ରଖିପାରିଛି । ଏହା ଆମର ମୂଲ୍ୟବୋଧ ଧାରା ଏବଂ ଜନସାଧାରଣଙ୍କ ପ୍ରତିବଦ୍ଧତା ଯାହା ଆଜି ଭାରତକୁ ବୈଶ୍ୱିକ ଧ୍ୟାନର କେନ୍ଦ୍ରବିନ୍ଦୁରେ ପରିଣତ କରିଛି । ବିଶ୍ୱ ଆଜି ଆଶା ଓ ସକାରାତ୍ମକ ଭାବନାର ସହିତ ଭାରତକୁ ଦେଖୁଛି । ସେମାନେ ଭାରତର ନବାଚାରଧର୍ମୀ ଯୁବଗୋଷ୍ଠୀଙ୍କ ଉପରେ ପୁଂଜି ନିବେଶ କରିବାକୁ ଆଗ୍ରହୀ । ଆମର କଳା, ସଂସ୍କୃତି, ସଙ୍ଗୀତ ଏବଂ ଅସୁମାରି ଉତ୍ସବ ଦିନକୁ ଦିନ ବୈଶ୍ୱିକ ହେବାରେ ଲାଗିଛି । ଯୋଗ ଓ ଆୟୁର୍ବେଦ ବିଶ୍ୱବ୍ୟାପୀ ପ୍ରଭାବ ବିସ୍ତାର କରିଚାଲିଛି ଏବଂ ନିରାମୟ ଜୀବନ ଧାରଣକୁ ଶକ୍ତି ଯୋଗାଉଛି । ସବୁଠାରୁ କେତେଗୋଟି ଜଟିଳ ବୈଶ୍ୱିକ ଚାଲେଞ୍ଜର ସମାଧାନ ଭାରତରୁ ହିଁ ଆସିପାରିଛି ।

କାହିଁ କେଉଁ ଅସୁମାରି ଅତୀତ ଠାରୁ ସୋମନାଥ ବିଭିନ୍ନ ବର୍ଗର ଲୋକମାନଙ୍କୁ ଏକତ୍ରିତ କରିଛି । ଆଜକୁ ଶହ ଶହ ବର୍ଷ ପୂର୍ବେ, କଳିକାଳ ସର୍ବାଙ୍ଗ ହେମଚନ୍ଦ୍ରାଚାର୍ଯ୍ୟ ନାମକ ଜନୈକ ଜୈନ ମୁନି, ସୋମନାଥ ମନ୍ଦିରକୁ ଆସିଥିଲେ । କୁହାଯାଏ ଯେ ସେଠାରେ ପ୍ରାର୍ଥନା କରିବା ପରେ, ସେ ଗାନ କରିଥିଲେ, ‘ଭବବୀଜାଙ୍କୁଜନନାରାଗାଦ୍ୟାଃ କ୍ଷୟମୁପଗତା ଯସ୍ୟ’ । ଏହାର ଅର୍ଥ ହେଲା – ସେହି ଶକ୍ତିଙ୍କୁ ନମସ୍କାର ଯାହାଙ୍କୁ ଦର୍ଶନ ମାତ୍ରେ ସକଳ ପ୍ରକାର ଜାଗତିକ ବୀଜର ବିନାଶ ଘଟେ, ଯାହାଙ୍କ କରୁଣାରୁ ସକଳ ପ୍ରକାର ସାଂସାରିକ ବନ୍ଧନ ଓ ଲୋଭ ମନରୁ ଉଭେଇଯାଏ ।’ ଆଜି ସୁଦ୍ଧା, ସୋମନାଥ ସେହି ସାମର୍ଥ୍ୟକୁ ବହନ କରିଛି ଏବଂ ଆମମାନଙ୍କ ମନ ଓ ଆତ୍ମା ଭିତରେ ଏକ ଦିବ୍ୟ ଓ ବିରାଟ ଜାଗରଣ ସୃଷ୍ଟି କରୁଛି ।

୧୦୨୬ ଖ୍ରୀଷ୍ଟାବ୍ଦର ସେହି ପ୍ରଥମ ଆକ୍ରମଣର ଏକ ହଜାର ବର୍ଷ ପରେ, ସୋମାନଥର ସମୁଦ୍ର ତଥାପି ସେହିଭଳି ସ୍ୱରରେ ଉଦଘୋଷଣା କରୁଛି ଯାହା ଅତୀତରେ କରିଆସୁଥିଲା । ଯେଉଁ ଢେଊ ଆସି ସୋମନାଥଙ୍କ ପାଦରେ ମଥା ପିଟୁଛି, ତାହା ସେହି ଗୋଟିଏ କାହାଣୀ ହିଁ ବଖାଣୁଛି । ଯାହା ହେଉ ନା କାହିଁକି, ସେହି ଢେଊ ଭଳି ତାହା ବାରମ୍ବାର ମଥା ପିଟି ଚାଲିଛି, ସଙ୍ଗୀତ ଗାନ କରିଚାଲିଛି ।

ଅତୀତର ସେହିସବୁ ଆକ୍ରାନ୍ତାମାନେ ବର୍ତ୍ତମାନ ସମୟର ପବନରେ କାହିଁ ରେଣୁ ଭାବରେ କୁଆଡ଼େ ହଜି ଯାଇଛନ୍ତି, ସେମାନଙ୍କର ନାମ କେବଳ ଧ୍ୱଂସ ସହିତ ତୁଳନୀୟ । ଇତିହାସର ପାଦଟୀକାରେ ହିଁ ସେମାନେ ରହିଯାଇଛନ୍ତି, ଯଦ୍ୟପି ସୋମନାଥ ସେହିଭଳି ଉଜ୍ଜ୍ୱଳ, ଦୀପ୍ତୀମାନ ହୋଇ ଦୂର ଦିଗବଳୟ ପର୍ଯ୍ୟନ୍ତ ସବୁକିଛି ଆଲୋକିତ କରୁଛି । ତାହା ଆମମାନଙ୍କୁ ସେହି ଶାଶ୍ୱତ ଭାବନାକୁ ସ୍ମରଣ କରାଇ ଦେଉଛି ଯେ ୧୦୨୬ର ଆକ୍ରମଣ ସତ୍ତ୍ୱେ ଆମର ଭାବନା ସେହିଭଳି ଅତୁଟ ରହିଛି ଏବଂ ରହିଥିବ । ସୋମନାଥ ହେଉଛି ଆଶାର ସଙ୍ଗୀତ ଯାହା ଆମକୁ ସୂଚାଏ ଯେ ଘୃଣା ଏବଂ ଧର୍ମାନ୍ଧତା ନିକଟରେ ସାମୟିକ ଶକ୍ତି ଥାଇପାରେ, କିନ୍ତୁ ଆସ୍ଥା ଓ ବିଶ୍ୱାସ ନିକଟରେ ଥିବା ସୁସାମର୍ଥ୍ୟ ହେଉଛି ସେହି ଶାଶ୍ୱତ ଶକ୍ତି ଯାହା ଅନନ୍ତକାଳ ପର୍ଯ୍ୟନ୍ତ ଉଜ୍ଜୀବିତ ରହିଥିବ ।

ଯଦି ସୋମନାଥ ମନ୍ଦିର, ଯାହା ଆଜକୁ ଏକ ହଜାର ବର୍ଷ ପୂର୍ବେ ଏକଦା ଆକ୍ରମଣର ଶିକାର ହୋଇଥିଲା ଏବଂ ଏହା ପରେ ବାରମ୍ବାର ଆକ୍ରମଣକୁ ଅଙ୍ଗେ ନିଭାଇଥିଲା, ତାହା ଯଦି ପୁଣି ଥରେ ମୁଣ୍ଡ ଟେକି ଠିଆ ହୋଇପାରେ, ତେବେ ଆମେମାନେ ଆମର ମହାନ ରାଷ୍ଟ୍ରକୁ ମଧ୍ୟ ଗୌରବଶାଳୀ କରି ପୁଣି ଥରେ ଠିଆ କରାଇ ପାରିବା, ଯାହା ଆଜକୁ ହଜାର ହଜାର ବର୍ଷ ପୂର୍ବେ ଆମଠାରେ ଥିଲା । ଶ୍ରୀ ସୋମନାଥ ମହାଦେବଙ୍କ ଆଶୀର୍ବାଦ ସହିତ, ଆମେ ଆଗକୁ ପୁନଃସଂକଳ୍ପର ସହିତ ଅଗ୍ରସର ହେବା ଏବଂ ବିକଶିତ ଭାରତ ନିର୍ମାଣ କରିବା, ଯେଉଁଠାରେ ଆମ ସଭ୍ୟତାର ପ୍ରଜ୍ଞା ଆମକୁ ମାର୍ଗ ପ୍ରଦର୍ଶନ କରିବ ଏବଂ ସମଗ୍ର ବିଶ୍ୱର କଲ୍ୟାଣ ନିମନ୍ତେ ସହାୟକ ହେବ ।

ଜୟ ସୋମନାଥ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
82 km in less than 1 hour: Delhi-Meerut Namo Bharat corridor set for full opening on Feb 22

Media Coverage

82 km in less than 1 hour: Delhi-Meerut Namo Bharat corridor set for full opening on Feb 22
NM on the go

Nm on the go

Always be the first to hear from the PM. Get the App Now!
...
India AI Impact Summit 2026: Shaping a human-centric future for AI
February 22, 2026

At a defining moment in human history, the world gathered at the AI Impact Summit 2026 in New Delhi. For us in India, it was a moment of immense pride and joy to welcome heads of state and government, delegates, and innovators from across the world.

India brings scale and energy to everything it does, and this summit was no exception. Representatives from over 100 nations came together. Innovators showcased cutting-edge AI products and services. Thousands of young people could be seen in the exhibition halls, asking questions and imagining possibilities. Their curiosity made this the largest and most democratized AI summit in the world. I see this as an important moment in India’s development journey, because a mass movement for AI innovation and adoption has truly taken off.

Human history has witnessed many technological shifts that changed the course of civilization. Artificial intelligence belongs in the same league as fire, writing, electricity, and the Internet. But with AI, changes that once took decades can unfold within weeks and impact the entire planet.

AI is making machines intelligent, but it is even more of a force multiplier for human intent. Making AI human-centric instead of machine-centric is vital. At this summit, we placed human well-being at the heart of the global AI conversation, with the principle of “Sarvajana Hitaya, Sarvajana Sukhaya” (Welfare for All, Happiness of All).

I have always believed that technology must serve people, not the other way around. Whether it is digital payments through UPI or COVID vaccination, we have ensured that digital public infrastructure reaches everyone, leaving none behind. I could see the same spirit in the summit, in the work of our innovators in domains like agriculture, security, assistance for persons with disabilities, and tools for multilingual populations.

There are already examples of the empowering potential of AI in India. Recently, Sarlaben, an AI-powered digital assistant launched by Indian dairy cooperative AMUL, is providing real-time guidance to 3.6 million dairy farmers, mostly women, about cattle health and productivity in their own language. Similarly, an AI-based platform called Bharat VISTAAR gives multilingual inputs to farmers, empowering them with information about everything from weather to market prices.

Humans must not become data points, raw material for machines

Humans must never become mere data points or raw material for machines. Instead, AI must become a tool for global good, opening new doors of progress for the Global South. To translate this vision into action, India presented the MANAV framework for human-centric AI governance.

M – Moral and ethical systems: AI should be based on ethical guidelines.
A – Accountable governance: Transparent rules and robust oversight.
N – National sovereignty: Respect for national rights over data.
A – Accessible and inclusive: AI should not be a monopoly.
V – Valid and legitimate: AI must adhere to laws and be verifiable.

MANAV, which means “human,” offers principles that anchor AI in human values in the 21st century.

Trust is the foundation upon which AI’s future rests. As generative systems flood the world with content, democratic societies face risks from deepfakes and disinformation. Just as food carries nutrition labels, digital content must carry authenticity labels. I urge the global community to come together to create shared standards for watermarking and source verification. India has already taken a step in this direction by legally requiring clear labeling of synthetically generated content.

The welfare of our children is a matter close to our hearts. AI systems must be built with safeguards that encourage responsible, family-guided engagement, reflecting the same care we bring to education systems worldwide.

Technology yields its greatest benefit when shared, rather than guarded as a strategic asset. Open platforms can help millions of youth contribute to making technology safer and more human-centric. This collective intelligence is humanity’s greatest strength. AI must evolve as a global common good.

We are entering an era where humans and intelligent systems will co-create, co-work, and co-evolve. Entirely new professions will emerge. When the Internet began, no one could imagine the possibilities. It ended up creating a huge number of new opportunities, and so will AI.

I am confident that our empowered youth will be the true drivers of the AI age. We are encouraging skilling, reskilling, and lifelong learning by running some of the largest and most diverse skilling programs in the world.

India is home to one of the world’s largest youth populations and technology talent. With our energy capacity and policy clarity, we are uniquely positioned to harness AI’s full potential. At this summit, I was proud to see Indian companies launch indigenous AI models and applications, reflecting the technological depth of our young innovation community.

To fuel the growth of our AI ecosystem, we are building a robust infrastructure foundation. Under the India AI Mission, we have deployed thousands of Graphics processing units and are set to deploy more soon. By accessing world-class computing power at highly affordable rates, even the smallest start-ups can become global players. Further, we have established a national AI Repository, democratizing access to datasets and AI models. From semiconductors and data infrastructure to vibrant start-ups and applied research, we are focusing on the complete value chain.

India’s diversity, democracy, and demographic dynamism provide the right atmosphere for inclusive innovation. Solutions that succeed in India can serve humanity everywhere. That is why our invitation to the world is: Design and develop in India. Deliver to the world. Deliver to humanity.

Source: The Jerusalem Post

The writer is the Prime Minister of India.