ଆଜିର ଦିନ ଦେଶର ମହାନ ବିପ୍ଲବୀମାନଙ୍କ ସମ୍ମାନର ଦିନ ।
ମାଁ ଭାରତୀର ଅମର ସୁପୁତ୍ର ବୀର ଭଗତ ସିଂହ, ସୁଖଦେବ ସିଂହ ଏବଂ ରାଜଗୁରୁଙ୍କୁ, ସେମାନଙ୍କ ସର୍ବୋଚ୍ଚ ବଳିଦାନ ପାଇଁ ଦେଶ ସେମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପିତ କରୁଛି ।
ଏହା ସହିତ ଅଦ୍ୱିତୀୟ ବିଚାରକ, ବିପ୍ଲବୀ ତଥା ଅତୁଳନୀୟ ଦେଶଭକ୍ତ ଡ. ରାମ ମନୋହର ଲୋହିଆଙ୍କୁ ତାଙ୍କର ଜୟନ୍ତୀ ଅବସରରେ ସାଦର ପ୍ରଣାମ ।
ପ୍ରଖର ବୁଦ୍ଧିମାନ ଡ. ଲୋହିଆଙ୍କ ଲୋକଙ୍କ ସହ ଜଡ଼ିତ ରାଜନୀତି ପ୍ରତି ଗଭୀର ଆସ୍ଥା ଥିଲା ।
ଯେତେବେଳେ ଭାରତ ଛାଡ଼ ଆନ୍ଦୋଳନ ଅବସରରେ ଦେଶର ଶୀର୍ଷ ନେତାମାନେ ଗିରଫ ହୋଇଥିଲା, ସେତେବେଳେ ଯୁବକ ଲୋହିଆ ,ଏହି ଆନ୍ଦୋଳନର ନେତୃତ୍ୱ ସମ୍ଭାଳି ଥିଲେ । ସେ ଭୂମିଗତ ହୋଇ, ଅଣ୍ଡର ଗ୍ରାଉଣ୍ଡ ସେବା ଆରମ୍ଭ କରିଥିଲେ ଓ ଏହା ଫଳରେ ଆନ୍ଦୋଳନର ଗତି ତୀବ୍ରତା ହୋଇଥିଲା ।
ଗୋଆ ମୁକ୍ତି ଆନ୍ଦୋଳନର ଇତିହାସରେ ଡ. ଲୋହିଆଙ୍କ ନାମ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇଛି ।
ଯେଉଁଠାରେ ମଧ୍ୟ ଗରୀବ, ଶୋଷିତ, ବଂଚିତ ଲୋକମାନଙ୍କର ସହାୟତାର ଆବଶ୍ୟକତା ପଡୁଥିଲା ଡ. ଲୋହିଆ ସେଠାରେ ଉପସ୍ଥିତ ରହୁଥିଲେ ।
ଡ. ଲୋହିଆଙ୍କ ବିଚାର ଆଜି ମଧ୍ୟ ଆମକୁ ପ୍ରେରଣା ଦିଏ । ସେ କୃଷିର ଆଧୁନିକୀକରଣ କରିବା, ଅନ୍ନଦାତାଙ୍କ ସଶକ୍ତିକରଣ ବିଷୟରେ ଅନେକ କିଛି ଲେଖିଛନ୍ତି । ତାଙ୍କର ଉକ୍ତ ବିଚାର ଅନୁରୂପ ଏନଡିଏ ସରକାର 'ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି' ,'କୃଷି ସିଂଚାଇ ଯୋଜନା' ,'ଇ- ନାମ' , 'ସୋଏଲ ହେଲ୍ଥ କାର୍ଡ' ଏବଂ ଅନ୍ୟ ଯୋଜନା ମାଧ୍ୟମରେ ଚାଷୀ ମାନଙ୍କର କଲ୍ୟାଣ ପାଇଁ କାମ କରିଛନ୍ତି ।
ଡ. ଲୋହିଆ ସମାଜରେ ବ୍ୟାପ୍ତ ଜାତି ବ୍ୟବସ୍ଥା, ପୁରୁଷ ଓ ମହିଳାମାନଙ୍କ ମଧ୍ୟରେ ଥିବା ଅସାମନତାକୁ ଦେଖି ବହୁତ ଦୁଃଖୀତ ଥିଲେ । 'ସବକା ସାଥ ସବକା ବିକାଶ' ର ଆମର ମନ୍ତ୍ର ତଥା ଗତ ପାଂଚ ବର୍ଷର ଟ୍ରାକ ରେକର୍ଡ ଏହା ସ୍ପଷ୍ଟ କରିଥାଏ ଯେ, ଆମେ ଡ. ଲୋହିଆଙ୍କ ଭିଜନକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛୁ । ଆଜି ଯଦି ସେ ଥାଆନ୍ତେ ତେବେ ଏନଡିଏ ସରକାରଙ୍କ କାର୍ଯ୍ୟକୁ ଦେଖି, ସେ ନିଶ୍ଚିତ ରୂପେ ଗର୍ବ ଅନୁଭବ କରିଥାନ୍ତେ ।
ଯେତେବେଳେ, ସେ ସଂସଦ ଭିତରେ ଅବା ବାହାରେ କିଛି କହୁଥିଲେ, ସେତେବେଳେ କଂଗ୍ରେସ ମଧ୍ୟରେ ଏହାକୁ ନେଇ ସବୁ ବେଳେ ଭୟ ରହୁଥିଲା ।
ଦେଶର ବିକାଶ ପାଇଁ କଂଗ୍ରେସ କେତେ ଘାତକ ହୋଇ ସାରିଛି, ଡ. ଲୋହିଆ ଏହାକୁ ଭଲ ଭାବେ ବୁଝୁଥିଲେ । ସେ 1962 ମସିହାରେ କହିଥିଲେ ଯେ " କଂଗ୍ରେସ ଶାସନରେ କୃଷି ହେଉ ଅବା ଶିଳ୍ପ ଅବା ସେନା ,କୌଣସି କ୍ଷେତ୍ରରେ ବିକାଶ ହୋଇନଥିଲା । "
ତାଙ୍କର ଏହି ଶବ୍ଦ କଂଗ୍ରେସର ପରର ସରକାର ଉପରେ ମଧ୍ୟ ଅକ୍ଷରଶଃ ଲାଗୁ ହୋଇ ଚାଲିଛି । ପରେ କଂଗ୍ରେସର ଶାସନକାଳରେ ଚାଷୀମାନଙ୍କୁ ହଇରାଣ କରା ଗଲା, ଶିଳ୍ପ ଗୁଡିକୁ ହତୋତ୍ସାହିତ କରାଗଲା (କେବଳ କଂଗ୍ରେସ ନେତା ମାନଙ୍କ ବନ୍ଧୁ ଓ ସମ୍ପର୍କୀୟ ମାନଙ୍କର ଶିଳ୍ପକୁ ଛାଡି) ଓ ରାଷ୍ଟ୍ରୀୟ ସୁରକ୍ଷାକୁ ଅଣଦେଖା କରାଗଲା ।
କଂଗ୍ରେସବାଦର ବିରୋଧ ଡ. ଲୋହିଆଙ୍କ ହୃଦୟରେ ଥିଲା । ତାଙ୍କ ଚେଷ୍ଟା ଫଳରେ 1967 ମସିହାରେ ସାଧାରଣ ନିର୍ବାଚନରେ ସବୁ ପ୍ରକାର ସମ୍ବଳ ବିଶିଷ୍ଟ ଓ ଶକ୍ତିଶାଳୀ କଂଗ୍ରେସକୁ ବଡ଼ ଝଟକା ଲାଗିଥିଲା । ସେ ସମୟରେ ଅଟଳଜୀ କହିଥିଲେ ଯେ- ଡ. ଲୋହିଆଙ୍କ ପ୍ରୟାସର ପରିଣାମ ଫଳରେ ହାୱଡା-ଅମୃତସର ମେଲ ଜରିଆରେ ସମ୍ପୂର୍ଣ୍ଣ ଯାତ୍ରା ,ବିନା କୌଣସି କଂଗ୍ରେସ ଶାସିତ ରାଜ୍ୟ ମଧ୍ୟରେ ଯାଇ କରାଯାଇ ପାରିବ ।
ଦୁର୍ଭାଗ୍ୟର କଥା ଯେ ,ରାଜନୀତିରେ ଆଜି ଏପରି ଘଟଣାମାନ ସାମ୍ନାକୁ ଆସୁଛି ଯେ, ଯାହାକୁ ଦେଖି ବୋଧହୁଏ ଡ. ଲୋହିଆ ବିଚଳିତ ଓ ବ୍ୟଥିତ ହୋଇ ଯାଆନ୍ତେ ।
ସେହି ଦଳ , ଯିଏ ଡ. ଲୋହିଆଙ୍କୁ ନିଜର ଆଦର୍ଶ ବୋଲି କହିବାକୁ ଥକୁନଥିଲେ , ସେମାନେ ଆଜି ସମ୍ପୂର୍ଣ୍ଣ ଭାବେ ତାଙ୍କର ସିଦ୍ଧାନ୍ତକୁ ଜଳାଞ୍ଜଳି ଦେଇ ଦେଇଛନ୍ତି । କେବଳ ସେତିକି ହିଁ ନୁହେଁ ,ଏହି ଦଳମାନେ ଡ. ଲୋହିଆଙ୍କୁ ଅପମାନିତ କରିବାକୁ କୌଣସି ସୁଯୋଗକୁ ହାତଛଡା କରୁ ନାହାନ୍ତି ।
ଓଡ଼ିଶାର ବରିଷ୍ଠ ସମାଜବାଦୀ ନେତା ସୁରେନ୍ଦ୍ର ନାଥ ଦ୍ୱିବେଦୀ କହିଥିଲେ ଯେ , “ଡ. ଲୋହିଆ ଇଂରେଜ ମାନଙ୍କ ଶାସନକାଳରେ ଯେତେଥର ଜେଲ ଯାଇଥିଲେ ,ତା'ଠାରୁ ଅଧିକ ଥର କଂଗ୍ରେସ ସରକାର ତାଙ୍କୁ ଜେଲରେ ପୁରାଇଥିଲେ । ”
ଆଜି ସେହି କଂଗ୍ରେସ ସହିତ ତଥାକଥିତ ଲୋହିଆବାଦୀ ପାର୍ଟୀ ମାନେ ସୁବିଧାବାଦୀ ମହା ମିଲାବଟୀ ମେଣ୍ଟ କରିବାକୁ ଉଦବିଗ୍ନ ଅଛନ୍ତି । ଏହି ବିଡମ୍ବନା ହାସ୍ୟାସ୍ପଦ ହେବା ସହ ନିନ୍ଦନୀୟ ମଧ୍ୟ ।
ଡ. ଲୋହିଆ ବଂଶବାଦୀ ରାଜନୀତି, ସବୁବେଳେ ଗଣତନ୍ତ୍ର ପାଇଁ ଘାତକ ବୋଲି ମନେ କରୁଥିଲେ । ତାଙ୍କ ଅନୁଯାୟୀ, ସେମାନଙ୍କ ପାଇଁ ନିଜ ପରିବାର ଦେଶର ସ୍ୱାର୍ଥଠାରୁ ଉର୍ଦ୍ଧରେ ,ଏହାକୁ ଦେଖିବା ପରେ, ସେ ଆଶ୍ଚର୍ଯ୍ୟ ହେବା ସହ କଷ୍ଟ ଅନୁଭବ କରୁଥିଲେ ।
ଡ. ଲୋହିଆ ମନେ କରୁଥିଲେ ଯେ ,ଯେଉଁ ବ୍ୟକ୍ତି ସମତା, ସମାନତା, ଓ ସମତ୍ୱ ଭାବ ସହ କାମ କରିଥାଏ, ସେ ହିଁ ଯୋଗୀ । ଦୁଃଖର କଥା ଯେ ,ନିଜକୁ ଲୋହିଆବାଦୀ ବୋଲି ଦାବି କରୁଥିବା ପାର୍ଟି ମାନେ ଏହି ସିଦ୍ଧାନ୍ତକୁ ଭୁଲି ଯାଇଛନ୍ତି । ସେମାନେ ସ୍ୱାର୍ଥ ଓ ଶୋଷଣରେ ବିଶ୍ୱାସ କରନ୍ତି । ଏହି ପାର୍ଟି ମାନେ ଯେପରି ଭାବରେ ମଧ୍ୟ କ୍ଷମତା ହାସଲ କରିବା, ଜନ ସାଧାରଣଙ୍କ ଧନ-ସମ୍ପତିକୁ ଲୂଟ କରିବା ଓ ଶୋଷଣ କରିବାରେ ସେମାନେ ସିଦ୍ଧହସ୍ତ । ଗରୀବ, ଦଳିତ, ପଛୁଆ, ବଂଚିତ ବର୍ଗର ଲୋକ ମାନଙ୍କର ସମେତ ମହିଳାମାନେ ମଧ୍ୟ ଏମାନଙ୍କର ଶାସନରେ ସୁରକ୍ଷିତ ରହିବା ଅନୁଭବ କରନ୍ତି ନାହିଁ, କାରଣ ଏହି ପାର୍ଟି ମାନେ ଅପରାଧୀ ଓ ଅସାମାଜିକ ତତ୍ୱଙ୍କୁ ଖୋଲାଖୋଲି ଭାବେ କାମ କରିବାକୁ ଦେଇଥାନ୍ତି ।
ଡ. ଲୋହିଆ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପୁରୁଷ ଓ ମହିଳା ମାନଙ୍କ ମଧ୍ୟରେ ସମାନତା ରହିବା ଆବଶ୍ୟକ ବୋଲି ମନେ କରୁଥିଲେ । କିନ୍ତୁ ଭୋଟ ବ୍ୟାଙ୍କ ରାଜନୀତିରେ ଆକଂଠ ବୁଡି ରହିଥିବା ପାର୍ଟି ମାନଙ୍କର ଆଚରଣ ଏହା ଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଛି । ଏହି କାରଣରୁ ତଥାକଥିତ ଲୋହିଆବାଦୀ ପାର୍ଟି ମାନେ, 'ତିନି ତଲାକ' ଭଳି ଅମାନବୀୟ ପ୍ରଥାକୁ ସମାପ୍ତ କରିବାକୁ ଏନଡିଏ ସରକାରଙ୍କ ପ୍ରୟାସକୁ ବିରୋଧ କରିଥିଲେ ।
ଏହି ଦଳମାନଙ୍କୁ ଏହା ସ୍ପଷ୍ଟ କରିବା ଉଚିତ ଯେ , ସେମାନଙ୍କ ପାଇଁ ଡ. ଲୋହିଆଙ୍କ ବିଚାର ଓ ଆଦର୍ଶ ବଡ଼ ନା ଭୋଟବ୍ୟାଙ୍କ ରାଜନୀତି ?
ଆଜି 130 କୋଟି ଭାରତୀୟଙ୍କ ସମ୍ମୁଖରେ ଏହି ପ୍ରଶ୍ନ ଠିଆ ହୋଇଛି – ଯେଉଁ ଲୋକ ମାନେ ଡ. ଲୋହିଆଙ୍କ ଭଳି ଲୋକଙ୍କ ସହିତ ବିଶ୍ୱାସଘାତକତା କରିଥିଲେ,ସେମାନଙ୍କ ଠାରୁ ଆମେ ଦେଶ ସେବାର ଆଶା କିପରି କରି ପାରିବା ?
ବାସ୍ତବରେ ଯେଉଁ ଲୋକମାନେ ଡ. ଲୋହିଆଙ୍କ ସିଦ୍ଧାନ୍ତ ପ୍ରତି ଛଳନା କରିଛନ୍ତି, ସେମାନେ ସର୍ବଦା ଭଳି ଦେଶବାସୀଙ୍କ ସହ ମଧ୍ୟ ଛଳନା କରିବେ ।
ସୋମନାଥ... ଏହି ଶବ୍ଦଟିକୁ ଶୁଣିବା ମାତ୍ରେ ଆମମାନଙ୍କ ହୃଦୟ ଓ ମନରେ ଗର୍ବ ଏବଂ ଗୌରବର ଏକ ଭାବନା ଆପେ ଜାଗ୍ରତ ହୋଇଥାଏ । ଏହା ହେଉଛି ଭାରତର ଆତ୍ମାର ଶାଶ୍ୱତ ଆହ୍ୱାନ । ଏହି ଭବ୍ୟ ମନ୍ଦିର ଭାରତର ପଶ୍ଚିମ ତଟରେ ଗୁଜରାଟ ରାଜ୍ୟରେ ପ୍ରଭାସ ପତନ ନାମକ ସ୍ଥାନରେ ଅବସ୍ଥିତ । ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ସ୍ତୋତ୍ରମରେ ସାରା ଭାରତରେ ଥିବା ୧୨ଗୋଟି ଜ୍ୟୋତିର୍ଲିଙ୍ଗଙ୍କ ସମ୍ପର୍କରେ ବର୍ଣ୍ଣନା ରହିଛି । ଏହି ସ୍ତୋତ୍ର ଏପରି ଭାବରେ ଆରମ୍ଭ: ‘ସୌରାଷ୍ଟ୍ରେ ସୋମନାଥଂ ଚ...’ ଯାହା ଦେଶର ପ୍ରଥମ ଜ୍ୟୋତିର୍ଲିଙ୍ଗ ଭାବରେ ସୋମନାଥଙ୍କୁ ଆମ ସଭ୍ୟତା ତଥା ଆଧ୍ୟାତ୍ମିକ ସଂକେତ ଭାବରେ ଉପସ୍ଥାପନ କରେ ।

ଏଥିରେ ଆହୁରି ମଧ୍ୟ କୁହାଯାଇଛି:
ସୋମଲିଙ୍ଗଂ ନରୋ ଦୃଷ୍ଟ୍ୱା ସର୍ବପାପୈ ପ୍ରମୁଚ୍ୟତେ ।
ଲଭତେ ଫଳଂ ମନୋବାଞ୍ଚିତଂ ମୃତଃ ସ୍ୱର୍ଗଂ ସମାଶ୍ରୟେତ୍ । ।
ଏହାର ଅର୍ଥ ହେଉଛି: କେବଳ ସୋମନାଥ ଶିବଲିଙ୍ଗଙ୍କ ଦର୍ଶନ ମାତ୍ରେ ଜଣେ ବ୍ୟକ୍ତି ତା’ର ସକଳ ପାପରୁ ନିଶ୍ଚିତ ରୂପେ ମୁକ୍ତ ହୋଇଥାଏ ଏବଂ ଏଥି ସହିତ ତା’ର ମନର ସକଳ ସକାରାତ୍ମକ କାମନା ପୂର୍ଣ୍ଣ ହେବା ସହିତ ସେ ମୃତ୍ୟୁ ପରେ ସ୍ୱର୍ଗଲୋକ ପ୍ରାପ୍ତ ହୋଇଥାଏ ।
କ୍ଷୋଭର କଥା, ଏହି ସୋମନାଥ, ଯାହାଙ୍କୁ କୋଟି କୋଟି ଶ୍ରଦ୍ଧାଳୁ ପ୍ରାଚୀନ କାଳରୁ ପୂଜାର୍ଚ୍ଚନା କରିଆସୁଥିଲେ, ଉପାସନା କରିଆସୁଥିଲେ, ତାହାକୁ ବିଦେଶାଗତ ଆକ୍ରମଣକାରୀମାନେ ଆକ୍ରମଣ କରିଥିଲେ, କାରଣ ସେମାନଙ୍କର ଉଦ୍ଦେଶ୍ୟ ଥିଲା ଏହାକୁ ଧ୍ୱଂସ କରିବା, କେବଳ ଏହି ମନ୍ଦିରର ଉପାସନାକୁ ବନ୍ଦ କରିବା ନୁହେଁ ।
ସୋମନାଥ ମନ୍ଦିର ନିମନ୍ତେ ବର୍ଷ ୨୦୨୬ଟି ବିଶେଷ ମହତ୍ତ୍ୱ ବହନ କରେ । ଏହି ମହାନ ପୀଠ ଉପରେ ପ୍ରଥମ ଆକ୍ରମଣ ଘଟିବାର ୧୦୦୦ ବର୍ଷ ପୂରଣ ହୋଇଛି । ୧୦୨୬ ଖ୍ରୀଷ୍ଟାବ୍ଦର ଜାନୁଆରୀ ମାସରେ ଗଜନୀର ମାହମୁଦ ସୋମନାଥ ମନ୍ଦିର ଉପରେ ଆକ୍ରମଣ କରିଥିଲେ ଏବଂ ଆସ୍ଥା ଓ ସଭ୍ୟତାର ଏହି ମହାନ ସଂକେତକୁ ଧ୍ୱଂସ କରିଦେବାକୁ ଚାହିଁଥିଲେ । ଏଥି ନିମନ୍ତେ ଯେତେ ରକ୍ତପାତ ଓ ବର୍ବର ଆକ୍ରମଣ କରାଯାଇପାରେ, ସେ ତାହା ଆପଣାଇଥିଲେ ।

ତଥାପି, ଏହି ଘଟଣାର ଏକ ହଜାର ବର୍ଷ ପରେ ସୁଦ୍ଧା, ସେହି ମନ୍ଦିର ପୂର୍ବ ଗୌରବର ସହିତ ସେଠାରେ ଦଣ୍ଡାୟମାନ, କାରଣ ସୋମନାଥ ମନ୍ଦିରର ଭବ୍ୟତାକୁ ବଜାୟ ରଖିବା ସକାଶେ ଅତୀତରେ ଅସଂଖ୍ୟ ପୁନଃର୍ଗଠନ ପ୍ରୟାସ କରାଯାଇଆସିଛି । ଏଭଳି ଏକ ପ୍ରୟାସର ମାଇଲଖୁଣ୍ଟ ୨୦୨୬ ମସିହାରେ ୭୫ ବର୍ଷ ପୂରଣ କରୁଛି । ସେହିଭଳି ପ୍ରୟାସ ୧୯୫୧ ମସିହା ମେ ୧୧ ତାରିଖ ଦିନ ଏକ ଉତ୍ସବରେ ସଂପାଦନ କରାଯାଇଥିଲା ଏବଂ ତାହା ସଂପାଦନ କରାଯାଇଥିଲା ଭାରତର ତତ୍କାଳୀନ ମହାମହୀମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଉପସ୍ଥିତିରେ । ସେଦିନ ଏହି ପୁନଃର୍ବିନ୍ୟାସକୃତ ମନ୍ଦିରର ଦ୍ୱାରକୁ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ଖୋଲାଯାଇଥିଲା ।
ସୋମନାଥ ମନ୍ଦିର ଉପରେ ପ୍ରଥମ ଆକ୍ରମଣ ଘଟିଥିଲା ୧୦୨୬ ଖ୍ରୀଷ୍ଟାବ୍ଦରେ । ସେତେବେଳେ ଏହି ନଗରୀର ଲୋକମାନଙ୍କ ଉପରେ ନିଷ୍ଠୁର ଆକ୍ରମଣ କରାଯାଇଥିଲା । ସେତେବେଳେ ଏହି ମନ୍ଦିରକୁ ଯେଉଁଭଳି ବୀଭତ୍ସ ଭାବରେ ଧ୍ୱଂସ କରାଯାଇଥିଲା ତାହାର ବିସ୍ତୃତ ବର୍ଣ୍ଣନା ବିଭିନ୍ନ ଐତିହାସିକ ଗ୍ରନ୍ଥମାନଙ୍କରେ ଉଲ୍ଲେଖ ରହିଛି । ଆପଣମାନେ ତାହା ପଢ଼ିଲେ, ଛାତି ଥରିଉଠେ । ଏହାର ପ୍ରତ୍ୟେକ ଧାଡ଼ିରେ ଦୁଃଖ, କ୍ରୂରତା ଭରି ରହିଛି ଏବଂ ଏହି ଦୁଃଖ ସମୟ ସହିତ କେବେ ପ୍ରଶମିତ ହୋଇଯାଇନାହିଁ ।
ଆପଣମାନେ କଳ୍ପନା କରି ପାରିବେ ଯେ ଭାରତ ଉପରେ ଏହା କି ପ୍ରକାର ପ୍ରଭାବ ପକାଇଥିଲା ଏବଂ ଲୋକମାନଙ୍କ ଭାବନାକୁ କେତେ ଆଘାତ ଦେଇଥିଲା । କାହିଁକି ନା, ସୋମନାଥ ସେମାନଙ୍କ ପାଇଁ ଅଚିନ୍ତନୀୟ ଆଧ୍ୟାତ୍ମିକ ଗୁରୁତ୍ୱ ବହନ କରେ । ଏହି ତଟ ମଧ୍ୟ ସମାଜକୁ ପର୍ଯ୍ୟାପ୍ତ ଆର୍ଥିକ ଶକ୍ତି ଓ ସାମର୍ଥ୍ୟ ଯୋଗାଇ ଆସୁଥିଲା । ଏହି ସମୁଦ୍ର ଦେଇ ବଣିକମାନେ, ନାବିକମାନେ ଭାରତର ଭବ୍ୟ ଗାଥାକୁ ଦୂର ଦୂରାନ୍ତକୁ ବହନ କରି ନେଉଥିଲେ ।
ତଥାପି, ମୁଁ ଗର୍ବର ସହିତ ଏବଂ ବିନା ଦ୍ୱିଧାରେ ଏକଥା କହିବାକୁ ଚାହେଁ ଯେ ସୋମନାଥଙ୍କ ଗାଥା, ଏହା ଉପରେ ବିଦେଶୀ ଲୁଣ୍ଠନକାରୀଙ୍କ ଆକ୍ରମଣର ଏକ ହଜାର ବିତି ସାରିଥିଲେ ସୁଦ୍ଧା, ସେହି ଧ୍ୱଂସ ଦ୍ୱାରା ସଂଜ୍ଞା ନିରୂପିତ ହୁଏନାହିଁ । ଭାରତ ମାତାଙ୍କ କୋଟି କୋଟି ସନ୍ତାନଙ୍କ ଅତୁଟ ସାହସ ଦ୍ୱାରା ହିଁ ଏହାର ସଂଜ୍ଞା ନିରୂପିତ ।
ଏହି ମଧ୍ୟଯୁଗୀୟ ବର୍ବରତା ଯାହା ଆଜକୁ ହଜାର ବର୍ଷ ପୂର୍ବେ ୧୦୨୬ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇଥିଲା, ତାହା ଅନ୍ୟମାନଙ୍କୁ ସୋମନାଥ ମନ୍ଦିର ଉପରେ ଅନ୍ୟମାନଙ୍କୁ ବାରମ୍ବାର ଆକ୍ରମଣ କରିବାକୁ ‘ପ୍ରେରଣା’ ଯୋଗାଇଥିଲା । ଆମର ଜନସାଧାରଣ ଏବଂ ଏହାର ସଂସ୍କୃତିକୁ ଦାସତ୍ୱର ବେଡ଼ିରେ ବାନ୍ଧି ରଖିବା ନିମନ୍ତେ ଏହା ଥିଲା ପ୍ରଥମ ପ୍ରୟାସ । ପ୍ରତ୍ୟେକ ଥର ଏହି ମନ୍ଦିର ଉପରେ ହେଉଥିବା ଆକ୍ରମଣ ବେଳେ, ଆମମାନଙ୍କ ନିକଟରେ ଏହାକୁ ବିରୋଧ କରିବା ଏବଂ ସୁରକ୍ଷା ପ୍ରଦାନ କରିବା ସକାଶେ ମହାନ ବୀର ଓ ବୀରାଙ୍ଗନାମାନେ ଉପଲବ୍ଧ ଥିଲେ ଏବଂ ପ୍ରତ୍ୟେକ ଥର, ପିଢ଼ି ପରେ ପିଢ଼ି, ଆମର ଏହି ମହାନ ସଭ୍ୟତାର ଲୋକମାନେ, ନିଜକୁ ସେଭଳି ଆକ୍ରାନ୍ତାମାନଙ୍କ ବିରୁଦ୍ଧରେ ଠିଆ ହୋଇଥିଲେ ଏବଂ ଧ୍ୱଂସ ମନ୍ଦିରକୁ ପୁନର୍ବାର ଭବ୍ୟତାର ସହିତ ପୁନଃନିର୍ମାଣ ପୂର୍ବକ ଠିଆ କରାଇଥିଲେ । ଏହା ଆମମାନଙ୍କର ପରମ ସୌଭାଗ୍ୟ ଯେ ଅହଲ୍ୟାବାଈ ହୋଲକାରଙ୍କ ଭଳି ମହାନ୍ ବ୍ୟକ୍ତିତ୍ୱ ଯେଉଁ ଭୂମିରେ ଜନ୍ମ ଗ୍ରହଣ କରିଥିଲେ ଆମେ ସେହି ଭୂମିରେ ଭୂମିଷ୍ଠ ହୋଇଛେ । ଅହଲ୍ୟାବାଈ ହୋଲକାର ସୋମନାଥ ମନ୍ଦିରର ପୁନଃନିର୍ମାଣ ନିମନ୍ତେ ଯେଉଁ ଆଦର୍ଶ ପ୍ରୟାସ କରିଥିଲେ ତାହା ପ୍ରଶଂସନୀୟ ଯାହା ଫଳରେ ଶ୍ରଦ୍ଧାଳୁମାନେ ପୁନର୍ବାର ମନ୍ଦିରରେ ପୂଜାର୍ଚ୍ଚନା କରିପାରିଥିଲେ ।

୧୮୯୦ ଦଶକରେ ସ୍ୱାମୀ ବିବେକାନନ୍ଦ ସୋମନାଥ ମନ୍ଦିର ପରିଦର୍ଶନ କରିଥିଲେ ଏବଂ ତାହା ତାଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା । ସେ ତାଙ୍କର ସେହି ଅନୁଭବକୁ ୧୮୯୭ ମସିହାରେ ଚେନ୍ନାଇଠାରେ ପ୍ରଦାନ କରିଥିବା ଏକ ଭାଷଣରେ ପ୍ରଦାନ କରି କରିଥିଲେ । ସେ କହିଥିଲେ, ‘ଦକ୍ଷିଣ ଭାରତର କେତେକ ପ୍ରାଚୀନ ମନ୍ଦିର ଏବଂ ଗୁଜରାଟର ସୋମନାଥ ଭଳି ମନ୍ଦିର ଆମମାନଙ୍କୁ ଜ୍ଞାନର ବିପୁଳ ଶିକ୍ଷା ପ୍ରଦାନ କରେ । ସେହିସବୁ ମନ୍ଦିରମାନେ ଆମମାନଙ୍କୁ ମାନବ ଜାତିର ପ୍ରାଚୀନ ଇତିହାସ ମଧ୍ୟକୁ ଗଭୀର ଭାବରେ ଅନ୍ତର୍କ୍ଷେପଣ ନିମନ୍ତେ ପ୍ରେରିତ କରେ ଯାହା ଆମେ କୌଣସି ଗ୍ରନ୍ଥରୁ କେବେ ପାଇପାରିବା ନାହିଁ । ଲକ୍ଷ୍ୟ କରିବା କଥା ଯେ ସେହିସବୁ ମନ୍ଦିରଗୁଡ଼ିକ କିପରି ଏଭଳି ଆକ୍ରାନ୍ତାମାନଙ୍କ ହଜାର ହଜାର ଆକ୍ରମଣର ସ୍ୱାକ୍ଷର ନିଜ ବକ୍ଷରେ ବହନ କରି ରଖିଛନ୍ତି ଏବଂ ଶହ ଶହ ପିଢ଼ି ଧରି ତାହା ଜାରି ରହିଛି । ସେମାନେ ନିରବଚ୍ଛିନ୍ନ ଭାବରେ ଏହାକୁ ଧ୍ୱଂସ କରିଚାଲିଥିଲେ ଏବଂ ସେହି ଧ୍ୱଂସ ସ୍ତୂପ ଭିତରୁ ତାହା ପୁଣି ଥରେ ମୁଣ୍ଡ ଟେକିଥାଏ, ପୁନର୍ଜାଗରିତ ହୋଇ ଆହୁରି ମଜଭୁତ ହୋଇଥାଏ! ଏହା ହେଉଛି ଜାତୀୟ ମାନସିକତା, ତାହା ହିଁ ହେଉଛି ରାଷ୍ଟ୍ରୀୟ ଜୀବନ ସ୍ରୋତ । ଏହାକୁ ଅନୁସରଣ କରନ୍ତୁ ଏବଂ ଏହା ଆମକୁ ମହିମାମଣ୍ଡିତ କରିବା ଆଡ଼କୁ ଆଗେଇନିଏ । ଏହାକୁ ତ୍ୟାଗ କରନ୍ତୁ ଏବଂ ଦେଖିବେ, ତୁମର ବିନାଶ ଘଙ୍କିବ । ମୃତ୍ୟୁ ହେଉଛି ଏହାର ଏକମାତ୍ର ପରିଣାମ । ବିନାଶ, ଏହାର ଏକମାତ୍ର ପରିଣାମ- ଯେଉଁ ମୁହୂର୍ତ୍ତରେ ସେହି ଜୀବନ ସ୍ରୋତରୁ ତୁମେ ଦୂରେଇଯିବ ।’
ଦେଶ ସ୍ୱାଧୀନତା ଲାଭ କରିବା ପରେ ସୋମନାଥ ମନ୍ଦିରର ପୁନଃନିର୍ମାଣର ପବିତ୍ର କାର୍ଯ୍ୟ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦ୍ୱାରା ସଂପାଦିତ ହୋଇଥିଲା । ୧୯୪୭ ମସିହାରେ ସେ ଦୀପାବଳୀ ସମୟରେ ଯେତେବେଳେ ସେହି ମନ୍ଦିରକୁ ଏକତା ଦର୍ଶନ ପାଇଁ ଯାଇଥିଲେ ଏହାର ଧ୍ୱଂସାବଶେଷ ଦେଖି ସେ ଏତେ ମାତ୍ରାରେ ମ୍ରିୟମାଣ ହୋଇ ପଡ଼ିଥିଲେ ଯେ ସେ ସେହିଠାରେ ଘୋଷଣା କରିଥିଲେ ଯେ ଏହି ମନ୍ଦିରର ପୁନଃନିର୍ମାଣ କରାଯିବ । ପରିଶେଷରେ, ୧୯୫୧ ମସିହା ମେ ୧୧ ତାରିଖ ଦିନ, ସେହିଠାରେ ଭବ୍ୟ ସୋମନାଥ ମନ୍ଦିର ଉନ୍ମୋଚିତ ନିର୍ମିତ ହୋଇ ଏହାର ଦ୍ୱାର ଶ୍ରଦ୍ଧାଳୁମାନଙ୍କ ପାଇଁ ଉନ୍ମୋଚିତ ହୋଇଥିଲା । ଡକ୍ଟର ରାଜେନ୍ଦ୍ର ପ୍ରସାଦ ସେହି ଅବସରରେ ସେଠାରେ ଉପସ୍ଥିତ ଥିଲେ । ମହାନ୍ ସର୍ଦ୍ଦାର ସାହେବ ସେହି ଐତିହାସିକ ଦିନର ଅବସରକୁ ଦେଖିବା ସକାଶେ ସେତେବେଳକୁ ଜୀବିତ ନଥିଲେ, କିନ୍ତୁ ତାଙ୍କ ସ୍ୱପ୍ନ ସାକାରିତ ହୋଇ ରାଷ୍ଟ୍ର ସମ୍ମୁଖରେ ସଗର୍ବେ ଦଣ୍ଡାୟମାନ ହୋଇଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ, ଏଭଳି ଘଟଣାକ୍ରମରେ ବିଶେଷ ଖୁସି ନଥିଲେ । ସେ ଚାହୁଁ ନଥିଲେ ଯେ ମାନ୍ୟବର ରାଷ୍ଟ୍ରପତି ତଥା ଅନ୍ୟ ମନ୍ତ୍ରୀଗଣ ଏଭଳି ବିଶେଷ କାର୍ଯ୍ୟକ୍ରମ ସହିତ ଜଡ଼ିତ ହୁଅନ୍ତୁ । ସେ ମତ ପୋଷଣ କରିଥିଲେ ଯେ ଏହା ଭାରତ ସମ୍ପର୍କରେ ଏକ ଖରାପ ଧାରଣା ସୃଷ୍ଟି କରିବ । କିନ୍ତୁ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଦୃଢ଼ ଭାବରେ ନିଜ ସିଦ୍ଧାନ୍ତରେ ଅଟଳ ରହିଥିଲେ ଏବଂ ଯାହା ଘଟିଥିଲା, ତାହା ଆଜି ଇତିହାସ । କେ.ଏମ. ମୁନସୀଙ୍କ ପ୍ରୟାସ ବିନା ସୋମନାଥ ମନ୍ଦିର ସମ୍ପର୍କୀତ କୌଣସି ପ୍ରସଙ୍ଗ କଦାପି ସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଇ ପାରିବନାହିଁ । ସେ ସକ୍ରିୟତାର ସହିତ ସର୍ଦ୍ଦାର ପଟେଲଙ୍କୁ ସମର୍ଥନ ଜ୍ଞାପନ କରିଥିଲେ । ସୋମନାଥଙ୍କ ସମ୍ପର୍କୀତ ତାଙ୍କର ରଚନାବଳୀ, ଏଥିରେ ‘ସୋମନାଥ: ଶାଶ୍ୱତ ଧାମ’ ପୁସ୍ତକ ସାମିଲ, ଅତୀମ ସୂଚନାଧର୍ମୀ ଏବଂ ଶିକ୍ଷଣୀୟ ।
ମୁନସୀଜୀଙ୍କ ଏହି ପୁସ୍ତକର ନାମ ହିଁ ଆମମାନଙ୍କୁ ଏହା ସୂଚାଏ ଯେ ଆମେ ଏଭଳି ଏକ ସଭ୍ୟତା ଯାହା ଏକ ଶାଶ୍ୱତ ଚିନ୍ତାଧାରା ଏବଂ ବିଚାରବୋଧ ସଦାବେଳେ ଧାରଣ କରିଆସିଛୁ । ଆମେ ଏକଥା ଦୃଢ଼ତାର ସହିତ ବିଶ୍ୱାସ କରୁ ଯେ ଯାହା ଶାଶ୍ୱତ ତାହା କଦାପି କ୍ଷୟଶୀଳ ନୁହେଁ । ଏହା ଆମର ପ୍ରସିଦ୍ଧ ଗୀତା ଗ୍ରନ୍ଥରେ ମଧ୍ୟ ବର୍ଣ୍ଣିତ ରହିଛି: ‘ନୈନଂ ଚ୍ଛିନ୍ଦନ୍ତି ଶସ୍ତ୍ରାଣି...’ । ଆମ ସଭ୍ୟତାର ଅଦମ୍ୟ ଭାବନା ସମ୍ପର୍କରେ ସୋମନାଥ ବ୍ୟତୀତ ଅନ୍ୟ କୌଣସି ଉତ୍ତମ ଉଦାହରଣ ଦିଆଯାଇ ପାରିବନାହିଁ, ଯାହା ବର୍ତ୍ତମାନ ସୁଦ୍ଧା ଗୌରବର ସହିତ, ସକଳ ପ୍ରକାର ପ୍ରତିକୂଳ ଶକ୍ତିଙ୍କ ପ୍ରଭାବ ଓ ସଂଘର୍ଷ ସତ୍ତ୍ୱେ ଦଣ୍ଡାୟମାନ ରହିଛି ।
ସେହି ମାନସିକତା ହିଁ ଆମ ରାଷ୍ଟ୍ରର ପରିକଳ୍ପନାରେ ଜଳଜଳ ହୋଇ ଦୃଶ୍ୟମାନ । ଏହା ବୈଶ୍ୱିକ ବିକାଶର ଉଜ୍ଜ୍ୱଳତମ ବିନ୍ଦୁ ଭାବରେ ବିଦ୍ୟମାନ । ଏହା ଶତାବ୍ଦୀ ଶତାବ୍ଦୀ ଧରି ଆକ୍ରମଣ ଏବଂ ଉପନିବେଶବାଦୀ ଲୁଣ୍ଠନର ଶିକାର ହୋଇ ସୁଦ୍ଧା ନିଜକୁ ଅତୁଟ ରଖିପାରିଛି । ଏହା ଆମର ମୂଲ୍ୟବୋଧ ଧାରା ଏବଂ ଜନସାଧାରଣଙ୍କ ପ୍ରତିବଦ୍ଧତା ଯାହା ଆଜି ଭାରତକୁ ବୈଶ୍ୱିକ ଧ୍ୟାନର କେନ୍ଦ୍ରବିନ୍ଦୁରେ ପରିଣତ କରିଛି । ବିଶ୍ୱ ଆଜି ଆଶା ଓ ସକାରାତ୍ମକ ଭାବନାର ସହିତ ଭାରତକୁ ଦେଖୁଛି । ସେମାନେ ଭାରତର ନବାଚାରଧର୍ମୀ ଯୁବଗୋଷ୍ଠୀଙ୍କ ଉପରେ ପୁଂଜି ନିବେଶ କରିବାକୁ ଆଗ୍ରହୀ । ଆମର କଳା, ସଂସ୍କୃତି, ସଙ୍ଗୀତ ଏବଂ ଅସୁମାରି ଉତ୍ସବ ଦିନକୁ ଦିନ ବୈଶ୍ୱିକ ହେବାରେ ଲାଗିଛି । ଯୋଗ ଓ ଆୟୁର୍ବେଦ ବିଶ୍ୱବ୍ୟାପୀ ପ୍ରଭାବ ବିସ୍ତାର କରିଚାଲିଛି ଏବଂ ନିରାମୟ ଜୀବନ ଧାରଣକୁ ଶକ୍ତି ଯୋଗାଉଛି । ସବୁଠାରୁ କେତେଗୋଟି ଜଟିଳ ବୈଶ୍ୱିକ ଚାଲେଞ୍ଜର ସମାଧାନ ଭାରତରୁ ହିଁ ଆସିପାରିଛି ।

କାହିଁ କେଉଁ ଅସୁମାରି ଅତୀତ ଠାରୁ ସୋମନାଥ ବିଭିନ୍ନ ବର୍ଗର ଲୋକମାନଙ୍କୁ ଏକତ୍ରିତ କରିଛି । ଆଜକୁ ଶହ ଶହ ବର୍ଷ ପୂର୍ବେ, କଳିକାଳ ସର୍ବାଙ୍ଗ ହେମଚନ୍ଦ୍ରାଚାର୍ଯ୍ୟ ନାମକ ଜନୈକ ଜୈନ ମୁନି, ସୋମନାଥ ମନ୍ଦିରକୁ ଆସିଥିଲେ । କୁହାଯାଏ ଯେ ସେଠାରେ ପ୍ରାର୍ଥନା କରିବା ପରେ, ସେ ଗାନ କରିଥିଲେ, ‘ଭବବୀଜାଙ୍କୁଜନନାରାଗାଦ୍ୟାଃ କ୍ଷୟମୁପଗତା ଯସ୍ୟ’ । ଏହାର ଅର୍ଥ ହେଲା – ସେହି ଶକ୍ତିଙ୍କୁ ନମସ୍କାର ଯାହାଙ୍କୁ ଦର୍ଶନ ମାତ୍ରେ ସକଳ ପ୍ରକାର ଜାଗତିକ ବୀଜର ବିନାଶ ଘଟେ, ଯାହାଙ୍କ କରୁଣାରୁ ସକଳ ପ୍ରକାର ସାଂସାରିକ ବନ୍ଧନ ଓ ଲୋଭ ମନରୁ ଉଭେଇଯାଏ ।’ ଆଜି ସୁଦ୍ଧା, ସୋମନାଥ ସେହି ସାମର୍ଥ୍ୟକୁ ବହନ କରିଛି ଏବଂ ଆମମାନଙ୍କ ମନ ଓ ଆତ୍ମା ଭିତରେ ଏକ ଦିବ୍ୟ ଓ ବିରାଟ ଜାଗରଣ ସୃଷ୍ଟି କରୁଛି ।
୧୦୨୬ ଖ୍ରୀଷ୍ଟାବ୍ଦର ସେହି ପ୍ରଥମ ଆକ୍ରମଣର ଏକ ହଜାର ବର୍ଷ ପରେ, ସୋମାନଥର ସମୁଦ୍ର ତଥାପି ସେହିଭଳି ସ୍ୱରରେ ଉଦଘୋଷଣା କରୁଛି ଯାହା ଅତୀତରେ କରିଆସୁଥିଲା । ଯେଉଁ ଢେଊ ଆସି ସୋମନାଥଙ୍କ ପାଦରେ ମଥା ପିଟୁଛି, ତାହା ସେହି ଗୋଟିଏ କାହାଣୀ ହିଁ ବଖାଣୁଛି । ଯାହା ହେଉ ନା କାହିଁକି, ସେହି ଢେଊ ଭଳି ତାହା ବାରମ୍ବାର ମଥା ପିଟି ଚାଲିଛି, ସଙ୍ଗୀତ ଗାନ କରିଚାଲିଛି ।
ଅତୀତର ସେହିସବୁ ଆକ୍ରାନ୍ତାମାନେ ବର୍ତ୍ତମାନ ସମୟର ପବନରେ କାହିଁ ରେଣୁ ଭାବରେ କୁଆଡ଼େ ହଜି ଯାଇଛନ୍ତି, ସେମାନଙ୍କର ନାମ କେବଳ ଧ୍ୱଂସ ସହିତ ତୁଳନୀୟ । ଇତିହାସର ପାଦଟୀକାରେ ହିଁ ସେମାନେ ରହିଯାଇଛନ୍ତି, ଯଦ୍ୟପି ସୋମନାଥ ସେହିଭଳି ଉଜ୍ଜ୍ୱଳ, ଦୀପ୍ତୀମାନ ହୋଇ ଦୂର ଦିଗବଳୟ ପର୍ଯ୍ୟନ୍ତ ସବୁକିଛି ଆଲୋକିତ କରୁଛି । ତାହା ଆମମାନଙ୍କୁ ସେହି ଶାଶ୍ୱତ ଭାବନାକୁ ସ୍ମରଣ କରାଇ ଦେଉଛି ଯେ ୧୦୨୬ର ଆକ୍ରମଣ ସତ୍ତ୍ୱେ ଆମର ଭାବନା ସେହିଭଳି ଅତୁଟ ରହିଛି ଏବଂ ରହିଥିବ । ସୋମନାଥ ହେଉଛି ଆଶାର ସଙ୍ଗୀତ ଯାହା ଆମକୁ ସୂଚାଏ ଯେ ଘୃଣା ଏବଂ ଧର୍ମାନ୍ଧତା ନିକଟରେ ସାମୟିକ ଶକ୍ତି ଥାଇପାରେ, କିନ୍ତୁ ଆସ୍ଥା ଓ ବିଶ୍ୱାସ ନିକଟରେ ଥିବା ସୁସାମର୍ଥ୍ୟ ହେଉଛି ସେହି ଶାଶ୍ୱତ ଶକ୍ତି ଯାହା ଅନନ୍ତକାଳ ପର୍ଯ୍ୟନ୍ତ ଉଜ୍ଜୀବିତ ରହିଥିବ ।

ଯଦି ସୋମନାଥ ମନ୍ଦିର, ଯାହା ଆଜକୁ ଏକ ହଜାର ବର୍ଷ ପୂର୍ବେ ଏକଦା ଆକ୍ରମଣର ଶିକାର ହୋଇଥିଲା ଏବଂ ଏହା ପରେ ବାରମ୍ବାର ଆକ୍ରମଣକୁ ଅଙ୍ଗେ ନିଭାଇଥିଲା, ତାହା ଯଦି ପୁଣି ଥରେ ମୁଣ୍ଡ ଟେକି ଠିଆ ହୋଇପାରେ, ତେବେ ଆମେମାନେ ଆମର ମହାନ ରାଷ୍ଟ୍ରକୁ ମଧ୍ୟ ଗୌରବଶାଳୀ କରି ପୁଣି ଥରେ ଠିଆ କରାଇ ପାରିବା, ଯାହା ଆଜକୁ ହଜାର ହଜାର ବର୍ଷ ପୂର୍ବେ ଆମଠାରେ ଥିଲା । ଶ୍ରୀ ସୋମନାଥ ମହାଦେବଙ୍କ ଆଶୀର୍ବାଦ ସହିତ, ଆମେ ଆଗକୁ ପୁନଃସଂକଳ୍ପର ସହିତ ଅଗ୍ରସର ହେବା ଏବଂ ବିକଶିତ ଭାରତ ନିର୍ମାଣ କରିବା, ଯେଉଁଠାରେ ଆମ ସଭ୍ୟତାର ପ୍ରଜ୍ଞା ଆମକୁ ମାର୍ଗ ପ୍ରଦର୍ଶନ କରିବ ଏବଂ ସମଗ୍ର ବିଶ୍ୱର କଲ୍ୟାଣ ନିମନ୍ତେ ସହାୟକ ହେବ ।
ଜୟ ସୋମନାଥ!


