ଡ. ଲୋହିଆଙ୍କ ସ୍ମରଣରେ

Published By : Admin | March 26, 2019 | 03:06 IST

ଆଜିର ଦିନ ଦେଶର ମହାନ ବିପ୍ଲବୀମାନଙ୍କ ସମ୍ମାନର ଦିନ ।
ମାଁ ଭାରତୀର ଅମର ସୁପୁତ୍ର ବୀର ଭଗତ ସିଂହ, ସୁଖଦେବ ସିଂହ ଏବଂ ରାଜଗୁରୁଙ୍କୁ, ସେମାନଙ୍କ ସର୍ବୋଚ୍ଚ ବଳିଦାନ ପାଇଁ ଦେଶ ସେମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପିତ କରୁଛି ।
ଏହା ସହିତ ଅଦ୍ୱିତୀୟ ବିଚାରକ, ବିପ୍ଲବୀ ତଥା ଅତୁଳନୀୟ ଦେଶଭକ୍ତ ଡ. ରାମ ମନୋହର ଲୋହିଆଙ୍କୁ ତାଙ୍କର ଜୟନ୍ତୀ ଅବସରରେ ସାଦର ପ୍ରଣାମ ।
ପ୍ରଖର ବୁଦ୍ଧିମାନ ଡ. ଲୋହିଆଙ୍କ ଲୋକଙ୍କ ସହ ଜଡ଼ିତ ରାଜନୀତି ପ୍ରତି ଗଭୀର ଆସ୍ଥା ଥିଲା ।
ଯେତେବେଳେ ଭାରତ ଛାଡ଼ ଆନ୍ଦୋଳନ ଅବସରରେ ଦେଶର ଶୀର୍ଷ ନେତାମାନେ ଗିରଫ ହୋଇଥିଲା, ସେତେବେଳେ ଯୁବକ ଲୋହିଆ ,ଏହି ଆନ୍ଦୋଳନର ନେତୃତ୍ୱ ସମ୍ଭାଳି ଥିଲେ । ସେ ଭୂମିଗତ ହୋଇ, ଅଣ୍ଡର ଗ୍ରାଉଣ୍ଡ ସେବା ଆରମ୍ଭ କରିଥିଲେ ଓ ଏହା ଫଳରେ ଆନ୍ଦୋଳନର ଗତି ତୀବ୍ରତା ହୋଇଥିଲା ।
ଗୋଆ ମୁକ୍ତି ଆନ୍ଦୋଳନର ଇତିହାସରେ ଡ. ଲୋହିଆଙ୍କ ନାମ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇଛି ।
ଯେଉଁଠାରେ ମଧ୍ୟ ଗରୀବ, ଶୋଷିତ, ବଂଚିତ ଲୋକମାନଙ୍କର ସହାୟତାର ଆବଶ୍ୟକତା ପଡୁଥିଲା ଡ. ଲୋହିଆ ସେଠାରେ ଉପସ୍ଥିତ ରହୁଥିଲେ ।
ଡ. ଲୋହିଆଙ୍କ ବିଚାର ଆଜି ମଧ୍ୟ ଆମକୁ ପ୍ରେରଣା ଦିଏ । ସେ କୃଷିର ଆଧୁନିକୀକରଣ କରିବା, ଅନ୍ନଦାତାଙ୍କ ସଶକ୍ତିକରଣ ବିଷୟରେ ଅନେକ କିଛି ଲେଖିଛନ୍ତି । ତାଙ୍କର ଉକ୍ତ ବିଚାର ଅନୁରୂପ ଏନଡିଏ ସରକାର 'ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି' ,'କୃଷି ସିଂଚାଇ ଯୋଜନା' ,'ଇ- ନାମ' , 'ସୋଏଲ ହେଲ୍ଥ କାର୍ଡ' ଏବଂ ଅନ୍ୟ ଯୋଜନା ମାଧ୍ୟମରେ ଚାଷୀ ମାନଙ୍କର କଲ୍ୟାଣ ପାଇଁ କାମ କରିଛନ୍ତି ।
ଡ. ଲୋହିଆ ସମାଜରେ ବ୍ୟାପ୍ତ ଜାତି ବ୍ୟବସ୍ଥା, ପୁରୁଷ ଓ ମହିଳାମାନଙ୍କ ମଧ୍ୟରେ ଥିବା ଅସାମନତାକୁ ଦେଖି ବହୁତ ଦୁଃଖୀତ ଥିଲେ । 'ସବକା ସାଥ ସବକା ବିକାଶ' ର ଆମର ମନ୍ତ୍ର ତଥା ଗତ ପାଂଚ ବର୍ଷର ଟ୍ରାକ ରେକର୍ଡ ଏହା ସ୍ପଷ୍ଟ କରିଥାଏ ଯେ, ଆମେ ଡ. ଲୋହିଆଙ୍କ ଭିଜନକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛୁ । ଆଜି ଯଦି ସେ ଥାଆନ୍ତେ ତେବେ ଏନଡିଏ ସରକାରଙ୍କ କାର୍ଯ୍ୟକୁ ଦେଖି, ସେ ନିଶ୍ଚିତ ରୂପେ ଗର୍ବ ଅନୁଭବ କରିଥାନ୍ତେ ।
ଯେତେବେଳେ, ସେ ସଂସଦ ଭିତରେ ଅବା ବାହାରେ କିଛି କହୁଥିଲେ, ସେତେବେଳେ କଂଗ୍ରେସ ମଧ୍ୟରେ ଏହାକୁ ନେଇ ସବୁ ବେଳେ ଭୟ ରହୁଥିଲା ।
ଦେଶର ବିକାଶ ପାଇଁ କଂଗ୍ରେସ କେତେ ଘାତକ ହୋଇ ସାରିଛି, ଡ. ଲୋହିଆ ଏହାକୁ ଭଲ ଭାବେ ବୁଝୁଥିଲେ । ସେ 1962 ମସିହାରେ କହିଥିଲେ ଯେ " କଂଗ୍ରେସ ଶାସନରେ କୃଷି ହେଉ ଅବା ଶିଳ୍ପ ଅବା ସେନା ,କୌଣସି କ୍ଷେତ୍ରରେ ବିକାଶ ହୋଇନଥିଲା । "
ତାଙ୍କର ଏହି ଶବ୍ଦ କଂଗ୍ରେସର ପରର ସରକାର ଉପରେ ମଧ୍ୟ ଅକ୍ଷରଶଃ ଲାଗୁ ହୋଇ ଚାଲିଛି । ପରେ କଂଗ୍ରେସର ଶାସନକାଳରେ ଚାଷୀମାନଙ୍କୁ ହଇରାଣ କରା ଗଲା, ଶିଳ୍ପ ଗୁଡିକୁ ହତୋତ୍ସାହିତ କରାଗଲା (କେବଳ କଂଗ୍ରେସ ନେତା ମାନଙ୍କ ବନ୍ଧୁ ଓ ସମ୍ପର୍କୀୟ ମାନଙ୍କର ଶିଳ୍ପକୁ ଛାଡି) ଓ ରାଷ୍ଟ୍ରୀୟ ସୁରକ୍ଷାକୁ ଅଣଦେଖା କରାଗଲା ।
କଂଗ୍ରେସବାଦର ବିରୋଧ ଡ. ଲୋହିଆଙ୍କ ହୃଦୟରେ ଥିଲା । ତାଙ୍କ ଚେଷ୍ଟା ଫଳରେ 1967 ମସିହାରେ ସାଧାରଣ ନିର୍ବାଚନରେ ସବୁ ପ୍ରକାର ସମ୍ବଳ ବିଶିଷ୍ଟ ଓ ଶକ୍ତିଶାଳୀ କଂଗ୍ରେସକୁ ବଡ଼ ଝଟକା ଲାଗିଥିଲା । ସେ ସମୟରେ ଅଟଳଜୀ କହିଥିଲେ ଯେ- ଡ. ଲୋହିଆଙ୍କ ପ୍ରୟାସର ପରିଣାମ ଫଳରେ ହାୱଡା-ଅମୃତସର ମେଲ ଜରିଆରେ ସମ୍ପୂର୍ଣ୍ଣ ଯାତ୍ରା ,ବିନା କୌଣସି କଂଗ୍ରେସ ଶାସିତ ରାଜ୍ୟ ମଧ୍ୟରେ ଯାଇ କରାଯାଇ ପାରିବ ।
ଦୁର୍ଭାଗ୍ୟର କଥା ଯେ ,ରାଜନୀତିରେ ଆଜି ଏପରି ଘଟଣାମାନ ସାମ୍ନାକୁ ଆସୁଛି ଯେ, ଯାହାକୁ ଦେଖି ବୋଧହୁଏ ଡ. ଲୋହିଆ ବିଚଳିତ ଓ ବ୍ୟଥିତ ହୋଇ ଯାଆନ୍ତେ ।
ସେହି ଦଳ , ଯିଏ ଡ. ଲୋହିଆଙ୍କୁ ନିଜର ଆଦର୍ଶ ବୋଲି କହିବାକୁ ଥକୁନଥିଲେ , ସେମାନେ ଆଜି ସମ୍ପୂର୍ଣ୍ଣ ଭାବେ ତାଙ୍କର ସିଦ୍ଧାନ୍ତକୁ ଜଳାଞ୍ଜଳି ଦେଇ ଦେଇଛନ୍ତି । କେବଳ ସେତିକି ହିଁ ନୁହେଁ ,ଏହି ଦଳମାନେ ଡ. ଲୋହିଆଙ୍କୁ ଅପମାନିତ କରିବାକୁ କୌଣସି ସୁଯୋଗକୁ ହାତଛଡା କରୁ ନାହାନ୍ତି ।
ଓଡ଼ିଶାର ବରିଷ୍ଠ ସମାଜବାଦୀ ନେତା ସୁରେନ୍ଦ୍ର ନାଥ ଦ୍ୱିବେଦୀ କହିଥିଲେ ଯେ , “ଡ. ଲୋହିଆ ଇଂରେଜ ମାନଙ୍କ ଶାସନକାଳରେ ଯେତେଥର ଜେଲ ଯାଇଥିଲେ ,ତା'ଠାରୁ ଅଧିକ ଥର କଂଗ୍ରେସ ସରକାର ତାଙ୍କୁ ଜେଲରେ ପୁରାଇଥିଲେ । ”
ଆଜି ସେହି କଂଗ୍ରେସ ସହିତ ତଥାକଥିତ ଲୋହିଆବାଦୀ ପାର୍ଟୀ ମାନେ ସୁବିଧାବାଦୀ ମହା ମିଲାବଟୀ ମେଣ୍ଟ କରିବାକୁ ଉଦବିଗ୍ନ ଅଛନ୍ତି । ଏହି ବିଡମ୍ବନା ହାସ୍ୟାସ୍ପଦ ହେବା ସହ ନିନ୍ଦନୀୟ ମଧ୍ୟ ।
ଡ. ଲୋହିଆ ବଂଶବାଦୀ ରାଜନୀତି, ସବୁବେଳେ ଗଣତନ୍ତ୍ର ପାଇଁ ଘାତକ ବୋଲି ମନେ କରୁଥିଲେ । ତାଙ୍କ ଅନୁଯାୟୀ, ସେମାନଙ୍କ ପାଇଁ ନିଜ ପରିବାର ଦେଶର ସ୍ୱାର୍ଥଠାରୁ ଉର୍ଦ୍ଧରେ ,ଏହାକୁ ଦେଖିବା ପରେ, ସେ ଆଶ୍ଚର୍ଯ୍ୟ ହେବା ସହ କଷ୍ଟ ଅନୁଭବ କରୁଥିଲେ ।
ଡ. ଲୋହିଆ ମନେ କରୁଥିଲେ ଯେ ,ଯେଉଁ ବ୍ୟକ୍ତି ସମତା, ସମାନତା, ଓ ସମତ୍ୱ ଭାବ ସହ କାମ କରିଥାଏ, ସେ ହିଁ ଯୋଗୀ । ଦୁଃଖର କଥା ଯେ ,ନିଜକୁ ଲୋହିଆବାଦୀ ବୋଲି ଦାବି କରୁଥିବା ପାର୍ଟି ମାନେ ଏହି ସିଦ୍ଧାନ୍ତକୁ ଭୁଲି ଯାଇଛନ୍ତି । ସେମାନେ ସ୍ୱାର୍ଥ ଓ ଶୋଷଣରେ ବିଶ୍ୱାସ କରନ୍ତି । ଏହି ପାର୍ଟି ମାନେ ଯେପରି ଭାବରେ ମଧ୍ୟ କ୍ଷମତା ହାସଲ କରିବା, ଜନ ସାଧାରଣଙ୍କ ଧନ-ସମ୍ପତିକୁ ଲୂଟ କରିବା ଓ ଶୋଷଣ କରିବାରେ ସେମାନେ ସିଦ୍ଧହସ୍ତ । ଗରୀବ, ଦଳିତ, ପଛୁଆ, ବଂଚିତ ବର୍ଗର ଲୋକ ମାନଙ୍କର ସମେତ ମହିଳାମାନେ ମଧ୍ୟ ଏମାନଙ୍କର ଶାସନରେ ସୁରକ୍ଷିତ ରହିବା ଅନୁଭବ କରନ୍ତି ନାହିଁ, କାରଣ ଏହି ପାର୍ଟି ମାନେ ଅପରାଧୀ ଓ ଅସାମାଜିକ ତତ୍ୱଙ୍କୁ ଖୋଲାଖୋଲି ଭାବେ କାମ କରିବାକୁ ଦେଇଥାନ୍ତି ।
ଡ. ଲୋହିଆ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପୁରୁଷ ଓ ମହିଳା ମାନଙ୍କ ମଧ୍ୟରେ ସମାନତା ରହିବା ଆବଶ୍ୟକ ବୋଲି ମନେ କରୁଥିଲେ । କିନ୍ତୁ ଭୋଟ ବ୍ୟାଙ୍କ ରାଜନୀତିରେ ଆକଂଠ ବୁଡି ରହିଥିବା ପାର୍ଟି ମାନଙ୍କର ଆଚରଣ ଏହା ଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଛି । ଏହି କାରଣରୁ ତଥାକଥିତ ଲୋହିଆବାଦୀ ପାର୍ଟି ମାନେ, 'ତିନି ତଲାକ' ଭଳି ଅମାନବୀୟ ପ୍ରଥାକୁ ସମାପ୍ତ କରିବାକୁ ଏନଡିଏ ସରକାରଙ୍କ ପ୍ରୟାସକୁ ବିରୋଧ କରିଥିଲେ ।
ଏହି ଦଳମାନଙ୍କୁ ଏହା ସ୍ପଷ୍ଟ କରିବା ଉଚିତ ଯେ , ସେମାନଙ୍କ ପାଇଁ ଡ. ଲୋହିଆଙ୍କ ବିଚାର ଓ ଆଦର୍ଶ ବଡ଼ ନା ଭୋଟବ୍ୟାଙ୍କ ରାଜନୀତି ?
ଆଜି 130 କୋଟି ଭାରତୀୟଙ୍କ ସମ୍ମୁଖରେ ଏହି ପ୍ରଶ୍ନ ଠିଆ ହୋଇଛି – ଯେଉଁ ଲୋକ ମାନେ ଡ. ଲୋହିଆଙ୍କ ଭଳି ଲୋକଙ୍କ ସହିତ ବିଶ୍ୱାସଘାତକତା କରିଥିଲେ,ସେମାନଙ୍କ ଠାରୁ ଆମେ ଦେଶ ସେବାର ଆଶା କିପରି କରି ପାରିବା ?
ବାସ୍ତବରେ ଯେଉଁ ଲୋକମାନେ ଡ. ଲୋହିଆଙ୍କ ସିଦ୍ଧାନ୍ତ ପ୍ରତି ଛଳନା କରିଛନ୍ତି, ସେମାନେ ସର୍ବଦା ଭଳି ଦେଶବାସୀଙ୍କ ସହ ମଧ୍ୟ ଛଳନା କରିବେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
21% YoY rise in engineering exports in June shows sector's resilience amid global challenges: EEPC India Chairman

Media Coverage

21% YoY rise in engineering exports in June shows sector's resilience amid global challenges: EEPC India Chairman
NM on the go

Nm on the go

Always be the first to hear from the PM. Get the App Now!
...
ଭାରତର ଏକତା ଏବଂ ପ୍ରଗତି ପାଇଁ ଉତ୍ସର୍ଗୀକୃତ ଜୀବନ
July 06, 2026

ରାଷ୍ଟ୍ରବାଦ ଓ ନିଃସ୍ୱାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ୱ ରହିଛି । ଆମେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନ କରୁଛେ । ତାଙ୍କ ଜୀବନ ସାହସ ଏବଂ ମା’ ଭାରତୀ ପ୍ରତି ଅତୁଟ ସମର୍ପଣର ଏକ ଚିରସ୍ଥାୟୀ ଉଦାହରଣ ହୋଇ ରହିଛି । ଆଧୁନିକ ଭାରତରେ ଏପରି ନେତା ବିରଳ ଯାହାଙ୍କ ଠାରେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଭଳି ବୁଦ୍ଧିମତ୍ତା, ଜନସେବା ଏବଂ ନୈତିକ ଦୃଢ଼ତାର ଏତେ ଗଭୀର ସଂଗମ ଦେଖିବାକୁ ମିଳୁଥିବ।

ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଏପରି ଏକ ପରିସ୍ଥିତିରେ ଜନ୍ମଗ୍ରହଣ କରିଥିଲେ ଯେଉଁଠି ସେ ଚାହିଁଥିଲେ ସୁରକ୍ଷିତ ଏବଂ ଆରାମଦାୟକ ଜୀବନଯାପନ ଅତିବାହିତ କରିପାରିଥାନ୍ତେ । ତାଙ୍କ ପିତା ସାର୍‌ ଆଶୁତୋଷ ମୁଖାର୍ଜୀ ତତ୍କାଳୀନ ସମୟର ଜଣେ ଅଗ୍ରଣୀ ଶିକ୍ଷାବିତ୍‌ ଏବଂ ବୁଦ୍ଧିଜୀବୀ ଥିଲେ। ଭାଗ୍ୟ ତାଙ୍କ ଆଗରେ ବିଶେଷାଧିକାରର ମାର୍ଗ ରଖିଥିଲେ ମଧ୍ୟ ତାଙ୍କର ଅନ୍ତରାତ୍ମା ତାଙ୍କୁ ବଳିଦାନ ଏବଂ ରାଷ୍ଟ୍ର ସେବା ଦିଗରେ ଆଗେଇ ନେଇଥିଲା । ଉପନିବେଶବାଦ, ସାମ୍ପ୍ରଦାୟିକତା, ମାନବୀୟ ଆହ୍ୱାନ ହେଉ କିମ୍ବା ଅନ୍ୟ କୌଣସି ସମସ୍ୟା ନିଜ ସମୟର ଅସ୍ଥିରତାକୁ ଦେଖି ସେ କେବଳ ଜଣେ ମୂକ ଦର୍ଶକ ସାଜିପାରିବେ ନାହିଁ ବୋଲି ତାଙ୍କ ମନରେ ବିଶ୍ୱାସ ଦୃଢ଼ ହୋଇଥିଲା। ଏହି ଯାତ୍ରା ସମୟରେ ତାଙ୍କୁ ଗୁରୁତର ବ୍ୟକ୍ତିଗତ ଦୁଃଖର ସାମ୍ନା କରିବାକୁ ପଡ଼ିଥିଲା। ପ୍ରଥମେ ତାଙ୍କର ନବଜାତ ଶିଶୁ ଏବଂ ପରେ ତାଙ୍କ ପତ୍ନୀ ପ୍ରାଣ ହରାଇଥିଲେ। କିନ୍ତୁ ଏହି ସବୁ ବ୍ୟକ୍ତିଗତ ଧକ୍କା ତାଙ୍କର ସଂକଳ୍ପକୁ ଆହୁରି ଗଭୀର କରିଥିଲା ଏବଂ ସେବା ପ୍ରତି ତାଙ୍କର ଅତୁଟ ପ୍ରତିବଦ୍ଧତାକୁ ଅଧିକ ମଜବୁତ କରିଥିଲା ।

ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସାର୍ବଜନୀନ ଜୀବନକୁ ପରିଭାଷିତ କରିଥିବା ଏକମାତ୍ର ଆଦର୍ଶ ଥିଲା ଭାରତର ଅଖଣ୍ଡତା । ବିଭାଜନର ଅସ୍ଥିରତାପୂର୍ଣ୍ଣ ସମୟରେ ସେ ଦୃଢ଼ତାର ସହ ଛିଡ଼ା ହୋଇଥିଲେ, ଯାହାଫଳରେ ପଶ୍ଚିମବଙ୍ଗ ଭାରତର ଅଭିନ୍ନ ଅଙ୍ଗ ହୋଇରହିବା ସୁନିଶ୍ଚିତ ହୋଇଥିଲା । କିଛି ବର୍ଷ ପରେ ଏହି ଦୃଢ଼ ବିଶ୍ୱାସ ତାଙ୍କୁ ଜାମ୍ମୁ-କାଶ୍ମୀର ଆଡ଼କୁ ଆଗେଇ ନେଇଥିଲା। ଜେଲରେ ବନ୍ଦୀ ହେବା ସତ୍ତ୍ୱେ ତାଙ୍କର ଦୃଢ଼ ସଂକଳ୍ପ ଅତୁଟ ରହିଥିଲା ଏବଂ ନିସଂଗତା ତାଙ୍କର ମନୋବଳକୁ ଭାଙ୍ଗି ପାରିନଥିଲା। କାରାବାସରେ ହିଁ ତାଙ୍କର ଜୀବନ ଦୀପ ଅକସ୍ମାତ୍‌ ଲିଭି ଯାଇଥିଲା। ଶେଷ ସମୟରେ ଡକ୍ଟର ମୁଖାର୍ଜୀ ସେହି ଅଗଣିତ ଲୋକଙ୍କ ଠାରୁ ଦୂରରେ ଥିଲେ ଯେଉଁମାନଙ୍କ ଲକ୍ଷ୍ୟକୁ ସେ ଆପଣାଇ ନେଇଥିଲେ । ଇତିହାସରେ ଏପରି ମୁହୂର୍ତ୍ତ ଆସିଥାଏ ଯେତେବେଳେ କୌଣସି ବ୍ୟକ୍ତିଙ୍କର ଅନ୍ତିମ ବଳିଦାନ ରାଜନୀତି ଠାରୁ ଊର୍ଦ୍ଧ୍ୱକୁ ଯାଇ ରାଷ୍ଟ୍ରୀୟ ସ୍ମୃତିର ଏକ ଅଂଶବିଶେଷ ପାଲଟିଯାଏ। ଡକ୍ଟର ମୁଖାର୍ଜୀଙ୍କ ଅନ୍ତିମ ଯାତ୍ରା ମଧ୍ୟ ଏପରି ଏକ ମୁହୂର୍ତ୍ତ। ଆଚାର୍ଯ୍ୟ ବିନୋବା ଭାବେ କହିଥିଲେ, ‘‘ଡକ୍ଟର ମୁଖାର୍ଜୀ ସେହି ଲକ୍ଷ୍ୟ ପାଇଁ ନିଜର ବଳିଦାନ ଦେଇଥିଲେ ଯେଉଁଥିରେ ତାଙ୍କର ବିଶ୍ୱାସ ରହିଥିଲା। ଅନେକ ବର୍ଷ ପରେ ୨୦୧୯ରେ ଅନୁଚ୍ଛେଦ ୩୭୦ ଓ ୩୫ (ଏ) ଉଚ୍ଛେଦ ତାଙ୍କ ବଳିଦାନ ପାଇଁ ସବୁଠୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଥିଲା।

ଡକ୍ଟର ମୁଖାର୍ଜୀଙ୍କ ପାଇଁ ଭାରତ ଏବଂ ଭାରତୀୟ ମୂଲ୍ୟବୋଧ ସର୍ବୋପରି ଥିଲା। ସେ ଏପରି ପ୍ରତିଷ୍ଠାନ ଗଢ଼ିଥିଲେ ଏବଂ ଏଭଳି ପ୍ରଣାଳୀ ବିକଶିତ କରିଥିଲେ, ଯାହା ତତ୍କାଳୀନ ସମୟର ପାରମ୍ପରିକ ଚିନ୍ତାଧାରାର ବିପରୀତ ଥିଲା । ସେ କଲିକତା ବିଶ୍ୱବିଦ୍ୟାଳୟର ସବୁଠୁ କମ୍‌ ବୟସ୍କ କୁଳପତି ହୋଇଥିଲେ। ନିଜର ଅଭିନବ ଶୈଳୀରେ ସେ ଏପରି ସକାରାତ୍ମକ ପରିବର୍ତ୍ତନ ଆଣିଥିଲେ ଯାହା ଦେଶଭକ୍ତିପୂର୍ଣ୍ଣ ଏବଂ ଭବିଷ୍ୟତ ଆଧାରିତ ଥିଲା। ଶିକ୍ଷାବିତ୍‌ ମାନଙ୍କର ଏକ ସମ୍ମିଳନୀରେ ଉଦବୋଧନ ଦେଇ ଡକ୍ଟର ମୁଖାର୍ଜୀ ଗୋଟିଏ ଭଲ କଥା କହିଥିଲେ: ‘‘ଶିକ୍ଷାନୁଷ୍ଠାନକୁ କେବଳ କିଛି କିରାଣୀ ଏବଂ କମ୍‌ ବେତନ ପାଉଥିବା କର୍ମଚାରୀଙ୍କ ପ୍ରସ୍ତୁତି କାରଖାନା ରୂପେ ଦେଖିବା ଭୁଲ। ଆମକୁ ଏପରି ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବାକୁ ହେବ ଯେଉଁମାନେ ଆମର ସ୍ୱୟଂଶାସିତ ଅନୁଷ୍ଠାନ-ଯଥା ନଗର ନିଗମ, ପ୍ରାନ୍ତୀୟ ଏବଂ କେନ୍ଦ୍ରୀୟ ବିଧାନସଭାର ନେତୃତ୍ୱ ନେଇପାରିବେ। ଏଥିସହିତ ଆର୍ଥିକ, ବାଣିଜ୍ୟିକ ଏବଂ ଔଦ୍ୟୋଗିକ ଭଳି ଜୀବନର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ ପରିଚାଳନା କରିପାରିବେ ।’’

ତାଙ୍କ ନେତୃତ୍ୱରେ, କଲିକତା ବିଶ୍ୱବିଦ୍ୟାଳୟ ପାଠାଗାର ଭିତ୍ତିଭୂମିର ଉନ୍ନତି, ବିଜ୍ଞାନ ଗବେଷଣା ବୃଦ୍ଧି, କଳାକୃତି ଅଧ୍ୟୟନକୁ ପ୍ରୋତ୍ସାହନ ଏବଂ କୃଷିରେ ପାଠ୍ୟକ୍ରମ ପ୍ରଚଳନ କରିବା ଭଳି ଅଭିନବ ପଦକ୍ଷେପ ଗ୍ରହଣ କରିଥିଲା। ସେ କ୍ରୀଡା, ଶିକ୍ଷକ ତାଲିମ ଏବଂ ଛାତ୍ର କଲ୍ୟାଣ ଭଳି କ୍ଷେତ୍ରଗୁଡ଼ିକ ପ୍ରତି ଧ୍ୟାନ ଦେଇଥିଲେ। ଛାତ୍ରଛାତ୍ରୀ ଏବଂ ପୂର୍ବତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗର୍ବର ଭାବନା ସୃଷ୍ଟି କରିବା ପାଇଁ, ସେ ୨୪ ଜାନୁଆରୀକୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଭାବରେ ପାଳନ କରିବାର ଏକ ପରମ୍ପରା ଆରମ୍ଭ କରିଥିଲେ। ବିଶ୍ୱବିଦ୍ୟାଳୟ ପାଇଁ ଏକ ଗୀତ ରଚନା କରିବା ଲାଗି ସେ ଅନ୍ୟ କେହି ନୁହେଁ ସ୍ୱୟଂ ଗୁରୁଦେବ ଟାଗୋରଙ୍କୁ ଅନୁରୋଧ କରିଥିଲେ ।

ଏପରି ମନୋଭାବର ଆଉ ଏକ ଉଦାହରଣ ତାଙ୍କ ଜୀବନର ଶେଷ ଭାଗରେ ଦେଖିବାକୁ ମିଳିଥିଲା। ଏହି ସମୟରେ ସେ ଭାରତୀୟ ଜନସଂଘ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ। ତତ୍କାଳୀନ ସମୟରେ କଂଗ୍ରେସ ଦଳ ସର୍ବବ୍ୟାପୀ ଥିଲା । ଆମର ସାଂସ୍କୃତିକ ମୂଳଦୁଆ ସହ ଜଡିତ ରହି ଭାରତର ପ୍ରଗତି ପାଇଁ ଏକ ବିକଳ୍ପ ସ୍ୱର ଉତ୍ତୋଳନ କରିବାର ଆବଶ୍ୟକତା ରହିଛି ବୋଲି ସେ ଅନୁଭବ କରିଥିଲେ । ଦଳର ପ୍ରତୀକ ସ୍ୱରୂପ ଦୀୟା ବା ମାଟି ଦୀପକୁ ଗ୍ରହଣ କରିବା ଉପଯୁକ୍ତ ନିଷ୍ପତ୍ତି ଥିଲା। ଦୀପ ସାମାନ୍ୟ ହୋଇପାରେ କିନ୍ତୁ ଏହା ନିଜ ଠାରୁ ବହୁ ଦୂରରେ ଥିବା ଅନ୍ଧକାରକୁ ଦୂର କରିବାର ସାମର୍ଥ୍ୟ ରଖିଥାଏ। ଜନସଂଘ ଠିକ୍‌ ଏହିପରି ଭାବରେ କାର୍ଯ୍ୟ କରିଥିଲା ।

ଭାରତର ପ୍ରଥମ ଶିଳ୍ପ ଏବଂ ଯୋଗାଣ ମନ୍ତ୍ରୀ ଭାବରେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ କାର୍ଯ୍ୟକାଳ ଜଣେ ରାଜନେତା ଭାବେ ତାଙ୍କ ବ୍ୟକ୍ତିତ୍ୱକୁ ପରିପ୍ରକାଶ କରିଥିଲା। ବିକାଶକୁ ନେଇ ତାଙ୍କର ଧାରଣା ଅତ୍ୟନ୍ତ ବ୍ୟାପକ ଏବଂ ମାନବୀୟ ଥିଲା। ନୂଆ କରି ସ୍ୱାଧୀନ ହୋଇଥିବା ଗୋଟିଏ ରାଷ୍ଟ୍ରର ମର୍ଯ୍ୟାଦା, ସୁଯୋଗ ଏବଂ ଆତ୍ମବିଶ୍ୱାସ ଫେରାଇ ଆଣିବା ଲାଗି ସେ ଶିଳ୍ପକୁ ଏକ ମାଧ୍ୟମ ରୂପେ ଦେଖୁଥିଲେ । ସେ ସମ୍ପତ୍ତି ସୃଷ୍ଟି ଏବଂ ମୂଲ୍ୟ ବୃଦ୍ଧିକୁ ସମ୍ମାନ କରୁଥିଲେ। ଦାମୋଦର ଭ୍ୟାଲି କର୍ପୋରେସନ, ସିନ୍ଦ୍ରି ସାର କାରଖାନା ଏବଂ ଏକ ଦୃଢ଼ ଶିଳ୍ପ ନୀତି ଭଳି ଅଗ୍ରଣୀ ପଦକ୍ଷେପ ମାଧ୍ୟମରେ ଡକ୍ଟର ମୁଖାର୍ଜୀ ଆଧୁନିକ ଶିଳ୍ପ ସମ୍ପନ୍ନ ଭାରତର ମୂଳଦୁଆ ଗଢ଼ିଥିଲେ । ଅନୁରୂପ ଭାବେ ସେ ଭାରତର ପାରମ୍ପରିକ ଶକ୍ତିକୁ ମଧ୍ୟ କେବେ ଅବହେଳା କରିନଥିଲେ । ହସ୍ତତନ୍ତ, କୁଟୀର ଶିଳ୍ପ, କାରିଗର ଏବଂ ବୟନ ଶ୍ରମିକଙ୍କ କଲ୍ୟାଣ ପାଇଁ ସେ ଉଲ୍ଲେଖନୀୟ କାର୍ଯ୍ୟ କରିଯାଇଛନ୍ତି ।

ଏଠାରେ, ମୁଁ ଏକ ବ୍ୟକ୍ତିଗତ ଅଭିଜ୍ଞତା ବାଣ୍ଟିବାକୁ ଚାହେଁ । ଡକ୍ଟର ମୁଖାର୍ଜୀ ଯେଉଁ ସିନ୍ଦ୍ରି ପ୍ଲାଣ୍ଟକୁ ଆତ୍ମନିର୍ଭରଶୀଳତାର ସ୍ପଷ୍ଟ ଦୃଷ୍ଟିକୋଣ ସହିତ ପ୍ରତିଷ୍ଠା କରିବା ପାଇଁ କାମ କରିଥିଲେ ସେହି ଶିଳ୍ପାନୁଷ୍ଠାନକୁ ଅନେକ ଦଶନ୍ଧି ଧରି ଦେଶ ଚଳାଉଥିବା ଲୋକମାନେ ଅଣଦେଖା କରିଥିଲେ। ଆମ ସରକାରଙ୍କୁ ଏହାର ପୁନରୁଦ୍ଧାରରେ ଯୋଗଦାନ ଦେବାର ସୁଯୋଗ ମିଳିଥିବାରୁ ମୁଁ ଗୌରବାନ୍ୱିତ ମନେ କରୁଛି । ଏପରି କାର୍ଯ୍ୟକ୍ରମରେ ସେଠାରେ ଉପସ୍ଥିତ ରହିବା ପ୍ରକୃତରେ ସବୁଠାରୁ ସ୍ୱତନ୍ତ୍ର ମୁହୂର୍ତ୍ତ ମଧ୍ୟରୁ ଅନ୍ୟତମ ଥିଲା।

ଭାରତର ସଭ୍ୟତାଗତ ପରମ୍ପରାରେ ଆଲୋଚନା ଓ ବିତର୍କକୁ ଦୀର୍ଘ ଦିନ ଧରି ସମ୍ମାନ ଦିଆଯାଇ ଆସୁଛି । ଡକ୍ଟର ମୁଖାର୍ଜୀ ଏହି ଗଣତାନ୍ତ୍ରିକ ଭାବନାକୁ ମୂର୍ତ୍ତିମନ୍ତ କରିଥିଲେ। ସେ ପଣ୍ଡିତ ନେହରୁଙ୍କ ମନ୍ତ୍ରିମଣ୍ଡଳରେ ଯୋଗ ଦେଇଥିଲେ। କାରଣ ପ୍ରାରମ୍ଭିକ ବର୍ଷଗୁଡ଼ିକରେ ରାଷ୍ଟ୍ର ନିର୍ମାଣର କାର୍ଯ୍ୟ ରାଜନୈତିକ ମତଭେଦ ଠାରୁ ଊର୍ଦ୍ଧ୍ୱରେ ଥିଲା ବୋଲି ସେ ଚିନ୍ତା କରୁଥିଲେ। ସେ ଆନ୍ତରିକତା ଏବଂ ଗଠନମୂଳକ ମନୋଭାବ ସହିତ ସେବା କରିଥିଲେ। କିନ୍ତୁ ରାଷ୍ଟ୍ରୀୟ ଗୁରୁତ୍ୱ ବହନ କରୁଥିବା ପ୍ରଶ୍ନଗୁଡ଼ିକ ପାଇଁ ଏକ ଭିନ୍ନ ପଥର ଆବଶ୍ୟକତା ରହିଛି ବୋଲି ଯେତେବେଳେ ସେ ଅନୁଭବ କଲେ ସେତେବେଳେ ମର୍ଯ୍ୟାଦାର ସହିତ ନିଜ ପଦ ତ୍ୟାଗ କରିଥିଲେ । ଏହାପରେ ରାଷ୍ଟ୍ର ଆବଶ୍ୟକ କରୁଥିବା ରାଜନୈତିକ କାର୍ଯ୍ୟରେ ନିଜକୁ ପୂର୍ଣ୍ଣପ୍ରାଣରେ ଉତ୍ସର୍ଗ କଲେ ।

୭୫ ବର୍ଷ ପୂର୍ବେ ପଣ୍ଡିତ ନେହରୁ ପ୍ରଥମ ସଂଶୋଧନ ଆଣିଥିଲେ, ଯାହା ବାକ୍ ସ୍ୱାଧୀନତା ଉପରେ ପ୍ରତ୍ୟକ୍ଷ ଆକ୍ରମଣ ଥିଲା। ଡକ୍ଟର ମୁଖାର୍ଜୀ ଏହାର କଠୋର ସମାଲୋଚକମାନଙ୍କ ମଧ୍ୟରୁ ଜଣେ ଥିଲେ। ସେ କଂଗ୍ରେସ କ’ଣ କରିପାରିବ ତାହା ସମ୍ପୂର୍ଣ୍ଣ ବୁଝିପାରିଥିଲେ। ଆଉ ତାଙ୍କର ଏହି ଭାବନା ଠିକ୍‌ ଥିଲା । ୭୫ ବର୍ଷ ପୂର୍ବେ ପ୍ରଥମ ସଂଶୋଧନ ଆଣିଥିବା ଲୋକମାନେ ହିଁ ୫୦ ବର୍ଷ ପୂର୍ବେ ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏଥିପାଇଁ ସେମାନେ ୪୨ତମ ସଂଶୋଧନ ଆଇନ ଆଣିଥିଲେ, ଯାହା ପୁଣି ଥରେ ଉଦାର ଗଣତାନ୍ତ୍ରିକ ମୂଲ୍ୟବୋଧର ମୂଳଦୁଆ ଉପରେ ଆଘାତ କରିଥିଲା।

ଡକ୍ଟର ମୁଖାର୍ଜୀଙ୍କ ମାନବୀୟ କାର୍ଯ୍ୟ ମଧ୍ୟ ଅସାଧାରଣ ଥିଲା। ୧୯୪୩ ମସିହାରେ ବଙ୍ଗରେ ସବୁଠାରୁ ଭୟଙ୍କର ଦୁର୍ଭିକ୍ଷ ପଡ଼ିଥିବା ସମୟରେ ସେ ପ୍ରଭାବିତ ଲୋକଙ୍କ ସେବା କରିବାରେ ନିଜକୁ ଉତ୍ସର୍ଗ କରିଥିଲେ । ଲୋକମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଅନେକ କ୍ୟାଣ୍ଟିନ୍ ଏବଂ ରିଲିଫ୍ କେନ୍ଦ୍ର ଖୋଲିବାରେ ତାଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଗୋଟିଏ ପଟେ ନିଜ ଲୋକଙ୍କ ଦୁର୍ଦ୍ଦଶା ଦେଖି ସେ ଗଭୀର ଭାବରେ ମର୍ମାହତ ହୋଇଥିଲେ ଏବଂ ଅନ୍ୟପଟେ, ଉପନିବେଶବାଦୀ ଶାସକଙ୍କ ସମ୍ବେଦନହୀନତା ତାଙ୍କ ମନରେ ଘୃଣା ଉତ୍ପନ୍ନ କରିଥିଲା । ସେ ‘ପଞ୍ଚଶେର ମନ୍ୱନ୍ତର’ ନାମକ ଏକ ପୁସ୍ତକ ମଧ୍ୟ ଲେଖିଥିଲେ, ଯେଉଁଥିରେ ସେ ତାଙ୍କର କ୍ଷୋଭ ପ୍ରକାଶ କରିଥିଲେ। ୧୯୪୨ ମସିହାରେ ମେଦିନୀପୁରରେ ହୋଇଥିବା ଏକ ମହାବାତ୍ୟା ସମୟରେ ସହାୟତା ଯୋଗାଇ ଦେବା ଏବଂ ସ୍ୱାଭାବିକତା ଫେରାଇ ଆଣିବାରେ ସେ ବ୍ୟାପକ ପ୍ରୟାସ କରିଥିଲେ। ତାଙ୍କର ଏହି ପ୍ରୟାସକୁ ସର୍ବତ୍ର ପ୍ରଶଂସା କରାଯାଇଥିଲା।

କୋଲକାତାର ଏକ ମହାବିଦ୍ୟାଳୟରେ ଭାଷଣ ଦେବା ଅବସରରେ ଡକ୍ଟର ମୁଖାର୍ଜୀ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ, ‘‘ତୁମେମାନେ ଯେଉଁ କାର୍ଯ୍ୟ କରୁଛ, ତାକୁ ଗମ୍ଭୀରତାର ସହିତ, ସମ୍ପୂର୍ଣ୍ଣ ଏବଂ ଭଲ ଭାବରେ କର; ଏହାକୁ କେବେବି ଅଧା କିମ୍ବା ଅସମ୍ପୂର୍ଣ୍ଣ ଛାଡ଼ି ଦିଅ ନାହିଁ । ନିଜର ସର୍ବୋତ୍ତମ ପ୍ରୟାସ ନକରିବା ପର୍ଯ୍ୟନ୍ତ ସନ୍ତୁଷ୍ଟ ହୁଅ ନାହିଁ ।’’ ଆମ ଦେଶ ଏକ ବିକଶିତ ଭାରତର ଲକ୍ଷ୍ୟ ଦିଗରେ ଅଗ୍ରସର ହେବା ସହିତ ଡକ୍ଟର ମୁଖାର୍ଜୀଙ୍କୁ ସର୍ବୋତ୍ତମ ଶ୍ରଦ୍ଧାଞ୍ଜଳି ଦେବା ଲାଗି ଆମ ପାଖରେ ଉପଯୁକ୍ତ ସୁଯୋଗ ରହିଛି । ଆସନ୍ତୁ ଆମେ ଏକ ଶକ୍ତିଶାଳୀ, ଅଖଣ୍ଡ, ଆତ୍ମବିଶ୍ୱାସୀ ଏବଂ କରୁଣାପୂର୍ଣ୍ଣ ଭାରତ ଗଠନ କରିବା ଲାଗି ଦୈନନ୍ଦିନ ପ୍ରୟାସ କରିବା । ଏଭଳି ଏକ ଭାରତ ଗଢ଼ିବା ଲାଗି ଡକ୍ଟର ମୁର୍ଖାଜୀଙ୍କର ଦୃଢ଼ ବିଶ୍ୱାସ ରହିଥିଲା। ବର୍ତ୍ତମାନର ଯୁବପିଢ଼ିଙ୍କୁ ମୁଁ ଯେତିକି ଜାଣିଛି ସେମାନେ ଏ ସୁଯୋଗର ଲାଭ ଉଠାଇ ନିଶ୍ଚିତ ଭାବେ ଏହି ସ୍ୱପ୍ନକୁ ସାକାର କରିବେ ବୋଲି ମୋର ବିଶ୍ୱାସ ।