ଭାରତ ଓ ରୱାଣ୍ଡା ମଧ୍ୟରେ ସମ୍ବନ୍ଧ ସମୟର କଷଟି ପଥରରେ କଷି ହୋଇ ସୁଦୃଢ଼ ହୋଇଛି;ଆମ ପାଇଁ ଏହା ହେଉଛି ଗର୍ବର ବିଷୟ ଯେ ରୱାଣ୍ଡାର ଆର୍ଥିକ ବିକାଶ ଏବଂ ରାଷ୍ଟ୍ରୀୟ ବିକାଶ ଯାତ୍ରାରେ ଭାରତ ଆପଣଙ୍କ ବିଶ୍ୱସ୍ଥ ଭାଗିଦାର ରହିଛି:ପ୍ରଧାନମନ୍ତ୍ରୀ ମୋଦୀ
ଭାରତ ଖୁବ ଶୀଘ୍ର ରୱାଣ୍ଡାରେ ହାଇ କମିଶନ ଖୋଲିବାକୁ ଯାଉଛି :ପ୍ରଧାନମନ୍ତ୍ରୀ ମୋଦୀ
ଆମେ ନିଜର ବ୍ୟବସାୟିକ ଏବଂ ନିବେଶ ସମ୍ବନ୍ଧକୁ ଆହୁରି ଅଧିକ ମଜଭୁତ କରିବାକୁ ଚାହୁଁ :ପ୍ରଧାନମନ୍ତ୍ରୀ ମୋଦୀ

ରାଷ୍ଟ୍ରପତି ମହାଭାଗ ପଲ କଗାମ,

ସମ୍ମାନୀୟ ପ୍ରତିନିଧି ଦଳ,

ଗଣମାଧ୍ୟମର ସଦସ୍ୟ,

ଏହା ହେଉଛି ପ୍ରଥମ ଅବସର ଯେତବେଳେ କି ଭାରତର କୌଣସି ପ୍ରତିନିଧି ଦଳ ରୱାଣ୍ଡା ଆସିଛନ୍ତି । ଆଉ ମୋର ସୌଭାଗ୍ୟ ହେଉଛି ଯେ ମୋ ବନ୍ଧୁ କଗାମେଙ୍କ ନିମନ୍ତ୍ରଣ ଫଳରେ ଏହି ସୁଅବସର ମୋତେ ମିଳିଛି ।

ରାଷ୍ଟ୍ରପତି କଗାମେଙ୍କ ବନ୍ଧୁତ୍ୱପୂର୍ଣ୍ଣ ଶବ୍ଦ ଏବଂ ମୋର ତଥା ମୋର ପ୍ରତିନିଧି ଦଳଙ୍କୁ ଯଥୋଚିତ ଭବ୍ୟ ସ୍ୱାଗତ ଏବଂ ସମ୍ମାନ ପାଇଁ ମୁଁ ହୃଦୟରୁ କୃତଜ୍ଞତା ପ୍ରକଟ କରୁଛି । ରାଷ୍ଟ୍ରପତି କଗାମେ ସ୍ୱୟଂ ମୋତେ ସ୍ୱାଗତ କରିବା ପାଇଁ ବିମାନବନ୍ଦର ଆସିଥିଲେ । ତାଙ୍କର ଏହି ସ୍ୱତନ୍ତ୍ର ଆଚରଣ ହେଉଛି ସମଗ୍ର ଭାରତ ପାଇଁ ସମ୍ମାନ । ଆସନ୍ତାକାଲି ସକାଳେ କିଗାଲି ଗଣସଂହାର ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବି । 1994 ଗଣସଂହାର ପରେ ରୱାଣ୍ଡା ଯେଉଁ ଶାନ୍ତି ପ୍ରକ୍ରିୟା ଗ୍ରହଣ କରିଛି, ତାହା ବାସ୍ତବରେ ପ୍ରଶଂସନୀୟ ଏବଂ ସ୍ଵତନ୍ତ୍ର । ରାଷ୍ଟ୍ରପତି କଗାମେଙ୍କ କୁଶଳ ନେତୃତ୍ୱ ଫଳରେ ହିଁ ପ୍ରଭାବୀ ଓ ସକ୍ଷମ ଶାସନ ଦ୍ୱାରା ରୱାଣ୍ଡା ଆଜି ଦ୍ରୂତ ଗତିରେ ଆର୍ଥିକ ପ୍ରଗତି କରୁଛି ।

 

ବନ୍ଧୁଗଣ,

ଭାରତ ଓ ରୱାଣ୍ଡା ମଧ୍ୟରେ ସମ୍ବନ୍ଧ ସମୟର କଷଟି ପଥରରେ କଷି ହୋଇ ସୁଦୃଢ଼ ହୋଇଛି । ଆମ ପାଇଁ ଏହା ହେଉଛି ଗର୍ବର ବିଷୟ ଯେ ରୱାଣ୍ଡାର ଆର୍ଥିକ ବିକାଶ ଏବଂ ରାଷ୍ଟ୍ରୀୟ ବିକାଶ ଯାତ୍ରାରେ ଭାରତ ଆପଣଙ୍କ ବିଶ୍ୱସ୍ଥ ଭାଗିଦାର ରହିଛି । ରୱାଣ୍ଡାର ବିକାଶ ଯାତ୍ରାରେ ଆମର ଯୋଗଦାନ ଆଗକୁ ମଧ୍ୟ ଚାଲୁରହିବ । ଆମେ ତାଲିମ,ପ୍ରାଦ୍ୟୋଗିକୀ, ଭିତ୍ତିଭୂମିର ବିକାଶ ଏବଂ ପ୍ରକଳ୍ପ ସହାୟତା କ୍ଷେତ୍ରରେ ସହଯୋଗ କରିଆସିଛୁ । ଅର୍ଥ,ପରିଚାଳନା, ଗ୍ରାମୀଣ ଉନ୍ନୟନ ଏବଂ ଆଇସିଟି ପରି କ୍ଷେତ୍ରରେ ଆମେ ରୱାଣ୍ଡା ପାଇଁ ଅଗ୍ରଣୀ ଭାରତୀୟ ସଂସ୍ଥାନମାନଙ୍କରେ ତାଲିମ ପ୍ରଦାନ କରିଥାଉ । ସାମର୍ଥ୍ୟ ନିର୍ମାଣରେ ଏହି ଯୋଗଦାନକୁ ଆମେ ଆହୁରି ବୃଦ୍ଧି କରିବାକୁ ଚାହିଁବୁ । ଆଜି ଆମେ 2 ଶହ ନିୟୁତ ଡଲାରର ଋଣ ସହାୟତା ଏବଂ ପ୍ରଶିକ୍ଷଣ ବିଷୟ ଉପରେ ବୁଝାମଣା କରିଛୁ । ଆଜି ଆମେ ଚମଡା ଭଳି ନୂତନ କ୍ଷେତ୍ର ଏବଂ ଗୋପାଳନ ଓ ଦୁଗ୍ଧ ଉନ୍ନୟନ କ୍ଷେତ୍ରରେ ଗବେଷଣା ସହିତ ଦୁଇ ଦେଶ ମଧ୍ୟରେ ସହଯୋଗର ବିଭିନ୍ନ କ୍ଷେତ୍ର ଉପରେ ମଧ୍ୟ ଚର୍ଚ୍ଚା କରିଛୁ । ଏହି ସନ୍ଦର୍ଭରେ ମୁଁ କାଲି ରାଷ୍ଟ୍ରପତି କଗାମେଙ୍କ ସହିତ ରୁବେରୁ ଆଦର୍ଶ ଗ୍ରାମକୁ ଯାତ୍ରା କରିବା ବାବଦରେ ଅନେକ ପରିମାଣରେ ଉତ୍ସୁକ ଅଛି । ଭାରତ ହେଉଛି ସ୍ୱୟଂ ଏକ କୃଷି ପ୍ରଧାନ ଦେଶ ଏବଂ ଆମର ଅଧିକାଂଶ ଜନସଂଖ୍ୟା ଗ୍ରାମରେ ବାସ କରନ୍ତି । ଏବଂ ଏଥିପାଇଁ ମୁଁ ଗ୍ରାମୀଣ ଜୀବନକୁ ସୁଧାରିବା ପାଇଁ ରୱାଣ୍ଡାର ଅନୁଭବରୁ ଏବଂ ରାଷ୍ଟ୍ରପତିକଗାମେଙ୍କ ପଦକ୍ଷେପରୁ ଲାଭାନ୍ୱିତ ହେବାକୁ ଚାହୁଁ । ନିର୍ମାଣ କ୍ଷେତ୍ର, ଆତିଥ୍ୟ ଏବଂ ପର୍ଯ୍ୟଟନ ସହିତ ଆମେ ଏପରି ବହୁତ କ୍ଷେତ୍ର ପ୍ରସ୍ତାବିତ କରିଛୁ, ଯେଉଁଥିରେ କି ଭାରତ ଏବଂ ରୱାଣ୍ଡା ମଧ୍ୟରେ ବ୍ୟାପକ ବିକାଶମୂଳକଭାଗିଦାରୀକୁ ମଜଭୁତ କରିପାରିବେ । ଆମେ ନିଜର ବ୍ୟବସାୟିକ ଏବଂ ନିବେଶ ସମ୍ବନ୍ଧକୁ  ଆହୁରି ଅଧିକ ମଜଭୁତ କରିବାକୁ ଚାହୁଁ । ଆଉ ଏଥିପାଇଁ ରାଷ୍ଟ୍ରପତି କଗାମେ ଏବଂ ମୁଁ ଆସନ୍ତାକାଲି ଦୁଇ ଦେଶର ପ୍ରମୁଖ ବ୍ୟବସାୟିକ ନେତୃବୃନ୍ଦଙ୍କୁ ଭେଟିବୁ ଏବଂ ତାଙ୍କର ପ୍ରସ୍ତାବ ଉପରେ ବିଚାର କରିବୁ ।

 

ବନ୍ଧୁଗଣ

ମୋତେ ଏହା କହି ପ୍ରସନ୍ନତା ହେଉଛି କି ଆମେ ଖୁବ ଶୀଘ୍ର ରୱାଣ୍ଡାରେ ହାଇ କମିଶନ ଖୋଲିବାକୁ ଯାଉଛୁ । ଏହାଫଳରେ କେବଳ ଆମ ସରକାରମାନଙ୍କ ମଧ୍ୟରେ ଘନିଷ୍ଠ ସମ୍ବାଦ ସମ୍ଭବ ହେବ ନାହିଁ, ବରଂ ଏଥିସହିତବାଣିଜ୍ୟ ଦୂତାବାସ, ପାସପୋର୍ଟ ଏବଂ ଭିସା ତଥା ଅନ୍ୟାନ୍ୟ ସୁବିଧା ମଧ୍ୟ ସୁଲଭ ହେବ । ଆମେ ଦୁଇ ଦେଶ ମଧ୍ୟରେ ସମ୍ବନ୍ଧକୁ ଆଗାମୀ ସମୟରେ ଆହୁରି ଅଧିକ ଉଚ୍ଚସ୍ତରକୁ ନେଇଯିବା ନେଇ ଆଶାନ୍ୱିତ ଅଛୁ ।

ମୁଁ ପୁଣିଥରେ ରାଷ୍ଟ୍ରପତି କଗାମେଙ୍କୁ ମୋର ହାର୍ଦ୍ଦିକ କୃତଜ୍ଞତା ଅର୍ପଣ କରୁଛି । ଆହୁରି ମଧ୍ୟ 125କୋଟି ଭାରତୀୟମାନଙ୍କ ତରଫରୁ ରୱାଣ୍ଡାର ଜନସାଧାରଣଙ୍କୁ ଶୁଭକାମନା ଜଣାଉଛି ।

ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending

Media Coverage

Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026