ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ 14ରେ ଉତ୍ତରାଖଣ୍ଡର ରୁଦ୍ରପୁର ଗସ୍ତ କରିବେ  । ଏହି ଗସ୍ତ କାଳରେ ସେ ରାଜ୍ୟ ସମନ୍ୱିତ ସମବାୟ ବିକାଶ ପ୍ରକଳ୍ପର ଶୁଭାରମ୍ଭ କରିବେ ଏବଂ ଦୀନଦୟାଲ ଉପାଧ୍ୟାୟ କୃଷକ କଲ୍ୟାଣ ଯୋଜନାର ହିତାଧିକାରୀଙ୍କୁ ଋଣ ଚେକ ପ୍ରଦାନ କରିବା କାର୍ଯ୍ୟକ୍ରମ ରହିଛି  ।

ସମବାୟ, କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରକୁ ଶକ୍ତିଶାଳୀ କରି ଉତ୍ତରାଖଣ୍ଡ ଗ୍ରାମାଞ୍ଚଳର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ସମନ୍ୱିତ ସମବାୟ ବିକାଶ ପ୍ରକଳ୍ପର ଉଦ୍ଦେଶ୍ୟ  । କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରକୁ ସହାୟତା ପ୍ରଦାନ କରାଯାଇ ଉତ୍ତରାଖଣ୍ଡର ପାହାଡିଆ ଅଞ୍ଚଳରୁ ବାଧ୍ୟତାମୂଳକ ପ୍ରବାସନକୁ ରୋକାଯାଇପାରିବ  । ଏହି ପ୍ରକଳ୍ପର ପ୍ରଥମ କିସ୍ତି ଅର୍ଥ 100 କୋଟି ଟଙ୍କାର ଚେକ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ ଯାହାକି ଜାତୀୟ ସମବାୟ ବିକାଶ ସହାୟକ ଦ୍ୱାରା ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ  ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଦୀନ ଦୟାଲ ଉପାଧ୍ୟାୟ କୃଷକ କଲ୍ୟାଣ ଯୋଜନାର ହିତାଧିକାରୀଙ୍କୁ ଋଣ ଚେକ ପ୍ରଦାନ କରିବେ । ଉତ୍ତରାଖଣ୍ଡ ସରକାରଙ୍କର ଏହି ଯୋଜନା ଅଧିନରେ କୃଷକମାନଙ୍କୁ ସର୍ବନିମ୍ନ 2 ପ୍ରତିଶତ ସୁଧ ହାରରେ ଏକ ଲକ୍ଷ ଟଙ୍କା ବହୂମୁଖୀ କାର୍ଯ୍ୟ ପାଇଁ ମିଳିପାରିବ  । ଆଗାମୀ 2022 ସୁଦ୍ଧା ରାଜ୍ୟରେ କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ଏହି ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ  ।

ପ୍ରଧାନମନ୍ତ୍ରୀ 7 ନଭେମ୍ବର, 2018ରେ ଉତ୍ତରାଖଣ୍ଡର ହର୍ଷିଲଠାରେ ଭାରତୀୟ ସେନା ଏବଂ ଆଇଟିବିପି ଜବାନମାନଙ୍କ ସହ ଦିପାବଳୀ ଉତ୍ସବ ପାଳନ କରିବା ପାଇଁ ଯାଇଥିଲେ  । 7 ଅକ୍ଟୋବର,2018ରେ ଡେରାଡୁନଠାରେ ଆୟୋଜିତ ‘ଉତ୍ତରାଖଣ୍ଡ ଲକ୍ଷ୍ୟସ୍ଥଳ: ପୁଞ୍ଜିନିବେଶ ସମ୍ମିଳନୀ 2018’ କୁ ସମ୍ବୋଧନ କରିବା ପାଇଁ ଯାଇଥିଲେ  ।

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Stranded in Tehran, 50 Iranian Sikhs return safely to India

Media Coverage

Stranded in Tehran, 50 Iranian Sikhs return safely to India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 02, 2026
August 02, 2026

Youth. Manufacturing. Digital Trust. The Three Engines Powering New Bharat Under PM Modi