ଶ୍ରୀ କୁମାର ମଙ୍ଗଲମ ବିର୍ଲା ଜୀଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ,

ଥାଇଲାଣ୍ଡ ରାଷ୍ଟ୍ରର ସମ୍ମାନିତ ଅତିଥିଗଣ,

ବିର୍ଲା ପରିବାର ଓ ପ୍ରବନ୍ଧନର ସଦସ୍ୟଗଣ,

ଥାଇଲାଣ୍ଡ ଓ ଭାରତର ବ୍ୟବସାୟୀ ନେତୃବୃନ୍ଦ,

ବନ୍ଧୁଗଣ,

ନମସ୍କାର

ସାୱଦି ଖ୍ରପ ।

ଥାଇଲାଣ୍ଡର ସୁବର୍ଣ୍ଣଭୂମିରେ ଆଦିତ୍ୟ ବିର୍ଲା ଗ୍ରୁପର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ଆମେ ସମସ୍ତେ ଏଠାରେ ଏକତ୍ରିତ ହୋଇଛୁ । ଏହା ବାସ୍ତବରେ ଏକ ସ୍ୱତନ୍ତ୍ର ଅବସର । ମୁଁ ଆଦିତ୍ୟ ବିର୍ଲା ଗ୍ରୁପର ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଉଛି । ଥାଇଲାଣ୍ଡରେ ଗ୍ରୁପ ପକ୍ଷରୁ କରାଯାଇଥିବା ଉଲ୍ଲେଖନୀୟ କାର୍ଯ୍ୟ ବିଷୟରେ ଶ୍ରୀ କୁମାର ମଙ୍ଗଲମ ବିର୍ଲା ଏବେ ଯାହା କହିଲେ ଆମେ ଶୁଣିଲୁ । ଏହି ରାଷ୍ଟ୍ରରେ ଏହା ଅନେକଙ୍କ ପାଇଁ ସୁଯୋଗ ଏବଂ ସମୃଦ୍ଧି ଆଣୁଛି ।

ବନ୍ଧୁଗଣ,

ଆମେ ଏଠାରେ ଥାଇଲାଣ୍ଡରେ ଅଛୁଯାହା ସହ ଭାରତର ଦୃଢ଼ ସାଂସ୍କୃତିକ ସମ୍ପର୍କ ରହିଛି ।  ଭାରତର ଅଗ୍ରଣୀ ଶିଳ୍ପ ସଂସ୍ଥା ଏହି ରାଷ୍ଟ୍ରରେ 50 ବର୍ଷ ପୂରଣ କରିବା ଅବସରରେ ଆମେ ଏଠାରେ ଉପସ୍ଥିତ ହୋଇଛୁ । ଯୋଡ଼ିବାର ଅନ୍ତର୍ନିହିତ ଶକ୍ତି ବାଣିଜ୍ୟ ଓ ସଂସ୍କୃତି ନିକଟରେ ରହିଥିବା ନେଇ ମୋର ବିଶ୍ୱାସ ଆହୁରି ସୁଦୃଢ଼ ହୋଇଛି । ଶହ ଶହ ବର୍ଷ ଧରି ସନ୍ଥ ଓ ବ୍ୟବସାୟୀମାନେ ଦୂରଦୂରାନ୍ତକୁ ଯାତ୍ରା କରି ଆସୁଛନ୍ତି । ସେମାନେ ଘରଠାରୁ ବହୁ ଦୂରକୁ ଯାତ୍ରା କରି ବିଭିନ୍ନ ସଂସ୍କୃତି ସହିତ ଯୋଡ଼ି ହୋଇଛନ୍ତି । ଆଗାମୀ ଦିନରେ ସାଂସ୍କୃତିକ ସମ୍ପର୍କ ଏବଂ ବାଣିଜ୍ୟର ଆଗ୍ରହ ବିଶ୍ୱକୁ ଆହୁରି ନିବିଡ଼ କରିବ ବୋଲି ମୋର ଆଶା ରହିଛି ।

ବନ୍ଧୁଗଣ,

ଆଜି ଭାରତରେ ହେଉଥିବା କେତେକ ସକାରାତ୍ମକ ପରିବର୍ତ୍ତନର ଛବି ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା ଲାଗି ମୁଁ ଆଗ୍ରହୀ । ମୁଁ ଏହା ପୂର୍ଣ୍ଣ ବିଶ୍ୱାସର ସହ କହିପାରେ ଯେ ଭାରତରେ ଏହା ହେଉଛି ସବୁଠୁ ଶ୍ରେଷ୍ଠ ସମୟ! ଆଜିର ଭାରତରେ ଅନେକ କଥା ଉପରକୁ ଉଠୁଛି ଏବଂ କିଛି ତଳକୁ ଖସୁଛି । ବ୍ୟବସାୟିକ ସୁଗମତା’ ସହିତ ତାଳ ଦେଇ ସହଜ ଜୀବନ ଧାରଣ ହାର ଊଦ୍ଧ୍ୱର୍ମୁଖୀ ହୋଇଛି । ଆମର ଜଙ୍ଗଲ ଘନତ୍ୱ ବୃଦ୍ଧି ପାଉଛି । ଆମ ପେଟେଣ୍ଟ ଏବଂ ଟ୍ରେଡମାର୍କ ସଂଖ୍ୟା ମଧ୍ୟ ବଢ଼ୁଛି । ଉତ୍ପାଦକତା ଓ ଦକ୍ଷତା ବୃଦ୍ଧି ପାଇବାରେ ଲାଗିଛି । ଅଧିକ ସଂଖ୍ୟକ ଲୋକ ଉଚ୍ଚମାନର ସ୍ୱାସ୍ଥ୍ୟ ସେବା ପାଇପାରୁଛନ୍ତି । ଅନ୍ୟପଟେ ଟିକସର ସଂଖ୍ୟା ହ୍ରାସ ପାଉଛି । ଟିକସ ଦର କମୁଛି । ନାଲି ଫିତା ବ୍ୟବସ୍ଥା ହ୍ରାସ ପାଇଛି । ପ୍ରିୟାପ୍ରୀତି ତୋଷଣ କମିଛି । ଦୁର୍ନୀତି ମଧ୍ୟ ହ୍ରାସ ପାଉଛି । ଦୁର୍ନୀତିଗ୍ରସ୍ତମାନେ ସୁରକ୍ଷା ଲୋଡ଼ୁଛନ୍ତି । କ୍ଷମତାକେନ୍ଦ୍ରରେ ଦଲାଲ ଏବେ ଇତିହାସ ପାଲଟିଲେଣି ।

ବନ୍ଧୁଗଣ,

ବିଭିନ୍ନ କ୍ଷେତ୍ରରେ ଗତ 5 ବର୍ଷ ମଧ୍ୟରେ ଭାରତ ଅନେକ ସଫଳତାର କାହାଣୀ ଲେଖିଛି । ଏହାର କାରଣ କେବଳ ସରକାର ନୁହନ୍ତି । ଭାରତ ଏକ ନିର୍ଦ୍ଧାରିତଅମଲାତନ୍ତ୍ରିକ ଢଙ୍ଗରେ କାମ କରିବା ଛାଡ଼ି ଦେଇଛି । ମହତ୍ୱାକାଂକ୍ଷୀ ଅଭିଯାନ କାର୍ଯ୍ୟକାରୀ କରାଯାଉଥିବାରୁ ଯୁଗାନ୍ତକାରୀ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଏହି ମହତ୍ୱାକାଂକ୍ଷୀ ଅଭିଯାନରେ ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣ ରହୁଥଇବାରୁ ଏଗୁଡ଼ିକ ପ୍ରଭାବଶାଳୀ ଜନ ଆନ୍ଦୋଳନରେ ପରିଣତ ହେଉଛନ୍ତି । ଏହି ଜନ ଆନ୍ଦୋଳନ ଦ୍ୱାରା ଚମତ୍କାର ହେଉଛି । ପୂର୍ବରୁ ଯାହା ଅସମ୍ଭବ ଲାଗୁଥିଲାସେଗୁଡ଼ିକ ଏବେ ସମ୍ଭବ ହୋଇପାରିଛି । ଜୀବନର ସର୍ବନିମ୍ନ ଆବଶ୍ୟକତା ପୂରଣ ଏବେ ଶତପ୍ରତିଶତ ହାରରେ ପହଁଚିଛି । ଏହାର ଭଲ ଉଦାହରଣ ହେଉଛି-ଜନଧନ ଯୋଜନା ଯାହା ପ୍ରାୟତଃ ସମ୍ପୂର୍ଣ୍ଣ ଆର୍ଥିକ ଅନ୍ତର୍ଭୂକ୍ତିକରଣ ସୁନିଶ୍ଚିତ କରିଛି । ଆହୁରିସ୍ୱଚ୍ଛ ଭାରତ ମିଶନଯେଉଁଠି ପ୍ରାୟତଃ ପ୍ରତ୍ୟେକ ପରିବାର ନିକଟରେ ସ୍ୱଚ୍ଛତା ପହଁଚିପାରିଛି ।

ବନ୍ଧୁଗଣ,

ଭାରତରେ ସେବା ପ୍ରଦାନରେ ତ୍ରୁଟିବିଚ୍ୟୁତି କାରଣରୁ ଆମେ ବଡ଼ ସମସ୍ୟାର ସମ୍ମୁଖୀନ ହେଉଥିଲୁ । ଗରିବ ଲୋକମାନେ ଏହାଦ୍ୱାର ବିଶେଷ ଭାବେ କ୍ଷତି ସହୁଥିଲେ । ଆପଣମାନେ ଜାଣି ଚକିତ ହେବେ ଯେ ଅନେକ ବର୍ଷ ଧରି ଗରିବଙ୍କ ପାଇଁ ଖର୍ଚ୍ଚ କରାଯାଉଥିବା ଅର୍ଥ ପ୍ରକୃତରେ ଗରିବଙ୍କ ନିକଟରେ ପହଁଚି ପାରୁନଥିଲା ।  ଡିବିଟି ଜରିଆରେ ଆମ ସରକାର ଏପରି ଏକ ପ୍ରଥାକୁ ସମାପ୍ତ କଲା । ଡିବିଟିର ଅର୍ଥ ହେଉଛି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ । ଡିବିଟି ଦ୍ୱାରା ଦଲାଲି ଓ ଅପାରଗ ସଂସ୍କୃତି ହ୍ରାସ ପାଇଛି । ଏଥିରେ ତ୍ରୁଟିର ସୁଯୋଗ ନାହିଁ । ଡିବିଟି ବର୍ତ୍ତମାନ ସୁଦ୍ଧା 2 ହଜାର କୋଟି ଡଲାର ସଂଚୟ କରିପାରିଛି । ଆପଣ ଘରେ ଘରେ ଏଲଇଡି ବଲବ ଦେଖିବାକୁ ପାଇବେ । ଆପଣମାନେ ଜାଣନ୍ତି ଯେ ସେଗୁଡ଼ିକ ଅଧିକ ବିଦ୍ୟୁତ ଶକ୍ତି ସଂଚୟକାରୀ ଓ ଦକ୍ଷ । କିନ୍ତୁ ଭାରତରେ ଏହାର ପ୍ରଭାବ ବିଷୟରେ ଆପଣ ଜାଣନ୍ତି କିଆମେ ଗତ କିଛି ବର୍ଷ ମଧ୍ୟରେ 36 କୋଟିରୁ ଅଧିକ ଏଲଇଡି ବଲବ୍ ବାଂଟିଛୁ । ଆମେ 1 କୋଟିରୁ ଅଧିକ ଷ୍ଟ୍ରିଟ ଲାଇଟକୁ ଏଲଇଡିରେ ରୂପାନ୍ତରିତ କରିଛୁ । ଏହା ମାଧ୍ୟମରେ ଆମେ ପାଖାପାଖି 350 କୋଟି ଡଲାର ସଂଚୟ କରିପାରିଛୁ । ଅଙ୍ଗାରକାମ୍ଳ ନିର୍ଗମନ ମଧ୍ୟ ହ୍ରାସ କରିପାରିଛୁ । ଶକ୍ତି ସଂଚୟର ଅର୍ଥ ହେଉଛି ଶକ୍ତି ଉତ୍ପାଦନ । ଏହି ଅର୍ଥ ଏବେ ଅନ୍ୟ ଅନୁରୂପ ପ୍ରଭାବୀ ଯୋଜନାରେ ଲକ୍ଷ ଲକ୍ଷ ଲୋକଙ୍କ ସଶକ୍ତିକରଣ ପାଇଁ ଖର୍ଚ୍ଚ କରାଯାଉଛି ।

ଆଜିର ଭାରତରେ କଠିନ ପରିଶ୍ରମୀ ଟିକସଦାତାଙ୍କ ଭୂମିକା ଉଲ୍ଲେଖନୀୟ । ଗୋଟିଏ କ୍ଷେତ୍ର ଯେଉଁ ଦିଗରେ ଆମେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛୁ ତାହା ହେଲା ଟିକସବ୍ୟବସ୍ଥା । ମୁଁ ଆନନ୍ଦିତ ଯେ ଭାରତ ବର୍ତ୍ତମାନ ସବୁଠୁ ଜନଅନୁକୂଳ ଟିକସ ବ୍ୟବସ୍ଥା ରୂପରେ ପରିଗଣିତ ହେଉଛି । ଏଥିରେ ଆହୁରି ଉନ୍ନତି ଆଣିବା ଲାଗି ଆମେ ପ୍ରତିଶ୍ରୁତିବଦ୍ଧ । ଗତ 5 ବର୍ଷ ମଧ୍ୟରେ ଆମେ ମଧ୍ୟବବର୍ଗଙ୍କ ଉପରେ ଟିକସ ବୋଝ ହ୍ରାସ କରିଛୁ । ବର୍ତ୍ତମାନ ଆମେ ମୁଖମୁଣ୍ଡଳ ବିହୀନ ଟିକସ ଆକଳନ ବ୍ୟବସ୍ଥା କରିଛୁ ଯେଉଁଥିରେ ବାଛବିଚାର ଓ ଶୋଷଣ ପାଇଁ ସ୍ଥାନ ନାହିଁ । କର୍ପୋରେଟ ଟିକସ ଛାଡ଼ ପାଇଁ ଭାରତ ନେଇଥିବା ନିଷ୍ପତ୍ତି ବିଷୟରେ ଆପଣମାନେ ଶୁଣିଥିବେ । ଆମର ଜିଏସଟି ଭାରତର ଅର୍ଥନୈତିକ ସଂଯୋଗୀକରଣ ସ୍ୱପ୍ନ ପୂରଣ କରିଛି । ଆମେ ଏହାକୁ ଆହୁରି ବ୍ୟବହାରକାରୀ ଅନୁକୂଳ କରିବା ଲାଗି ଚାହୁଁଛୁ । ଏସବୁ କଥା ଯାହା ମୁଁ କହିଲି ସେସବୁ ନିବେଶ ଲାଗି ଭାରତକୁ ବିଶ୍ୱର ସବୁଠୁ ଆକର୍ଷଣୀୟ ଅର୍ଥବ୍ୟବସ୍ଥାରେ ପରିଣତ କରିଛି ।

ବନ୍ଧୁଗଣ,

ଗତ 5 ବର୍ଷ ମଧ୍ୟରେ ଭାରତ 286 ଆମେରିକୀୟ ଡଲାର ପ୍ରତ୍ୟକ୍ଷ ବିଦେଶୀ ମୁଦ୍ରା ହାସଲ କରିଛି । ଗତ 20 ବର୍ଷ ମଧ୍ୟରେ ଭାରତ ହାସଲ କରିଥିବା ଏଫଡିଆଇର ଏହା ହେଉଛି ପାଖାପାଖି ଅଧା । ଏଥିମଧ୍ୟରୁ 90 % ସ୍ୱୟଂକ୍ରିୟ ମାର୍ଗରେ ଆସିଛି । ଏଥିମଧ୍ୟରୁ 40% ହେଉଛି ସବୁଜ କ୍ଷେତ୍ର ନିବେଶ ।  ଏହା ଦର୍ଶାଉଛି ଯେ ନିବେଶକମାନେ ଭାରତରେ ଏକ ଦୀର୍ଘସ୍ଥାୟୀ ନିବେଶ କ୍ଷେତ୍ର ଦେଖୁଛନ୍ତି । ଭାରତର ଅଭିବୃଦ୍ଧି କାହାଣୀ ବିଭିନ୍ନ ମାନ୍ୟତାରେ ପ୍ରତିଫଳିତ ହୋଇଛି । ୟୁଏନସିଟିଏଡି ଅନୁଯାୟୀ ଆମେ ଶୀର୍ଷ 10ଟି ଏଫଡିଆଇ ଲକ୍ଷ୍ୟସ୍ଥଳୀ ମଧ୍ୟରେ ସ୍ଥାନ ପାଇପାରିଛୁ । ଗତ 5 ବର୍ଷ ମଧ୍ୟରେ ଡବ୍ଲ୍ୟୁଆଇପିଓର ବିଶ୍ୱ ନବୋନ୍ମେଷ ସୂଚକାଙ୍କରେ ଆମେ 24ଟି ସ୍ଥାନ ଉପରକୁ ଉଠିପାରିଛୁ । ତେବେ ଏଥିମଧ୍ୟରୁ ଦୁଇଟି କଥା ମୁଁ ବିଶେଷ ଭାବେ କହିବାକୁ ଚାହେଁ । ଗତ 5 ବର୍ଷ ମଧ୍ୟରେ ଭାରତ ବିଶ୍ୱ ବ୍ୟାଙ୍କର ବ୍ୟବସାୟିକ ସୁଗମତା’ ମାନ୍ୟତାରେ 79ଟି ସ୍ଥାନ ଉପରକୁ ଉଠିପାରିଛି । 2014ରେ ଏହା 142ତମ ସ୍ଥାନରେ ଥିବା ବେଳେ 2019ରେ 63ତମ ସ୍ଥାନରେ ପହଁଚିଛି । ଏହା ଏକ ବଡ଼ ସଫଳତା । ଲଗାତାର ତିନି ବର୍ଷ ଧରି ଆମେ ଶୀର୍ଷ ଦଶ ସଂସ୍କାରକଙ୍କ ମଧ୍ୟରେ ସ୍ଥାନ ପାଇପାରିଛୁ । ଭାରତରେ ବ୍ୟବସାୟ କରିବା ଲାଗି ଅନେକ ସ୍ୱତନ୍ତ୍ର କାରଣ ରହିଛି । ଆମର ବିସ୍ତୃତ ଏବଂ ବିବିଧ ରାଷ୍ଟ୍ର । ଏଠାରେ କେନ୍ଦ୍ରରାଜ୍ୟ ଓ ସ୍ଥାନୀୟ ସରକାର ରହିଛନ୍ତି । ଏହି ପରିପ୍ରେକ୍ଷୀରେଏକ ଦିଗ ନିର୍ଦ୍ଧାରଣକାରୀ ପ୍ରଗତି ସଂସ୍କାର ପ୍ରତି ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି । ବ୍ୟବସାୟିକ ପରିବେଶକୁ ଉନ୍ନତ କରିବା ଲାଗି ଲୋକମାନେ ଓ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ।

ବନ୍ଧୁଗଣ,

ବିଶ୍ୱ ଅର୍ଥନୈତିକ ମଂଚର ଭ୍ରମଣ ଓ ପର୍ଯ୍ୟଟନ ପ୍ରତିଦ୍ୱନ୍ଦ୍ୱିତା ସୂଚକାଙ୍କରେ ଭାରତର ମାନ୍ୟତାରେ ଉନ୍ନତି ଘଟିବା ହେଉଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । 2013ରେ ଆମେ 65ତମ ସ୍ଥାନରେ ଥିବାବେଳେ 2019ରେ 34ତମ ସ୍ଥାନରେ ରହିଛୁ । ଏହା ଶ୍ରେଷ୍ଠ ଉନ୍ନତି ମଧ୍ୟରୁ ଅନ୍ୟତମ । ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ 50% ବୃଦ୍ଧି ପାଇଛି । ଆପଣମାନେ ସମସ୍ତେ ଜାଣନ୍ତି ଯେ ଆରାମସୁବିଧା ଓ ନିରାପତା ନପାଇବା ପର୍ଯ୍ୟନ୍ତ ଜଣେ ପର୍ଯ୍ୟଟକ କୌଣସି ସ୍ଥାନକୁ ଯାଇନଥାନ୍ତି । ତେଣୁଯଦି ଆମର ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛିତାର ଅର୍ଥ ହେଉଛି ତୃଣମୂଳସ୍ତରରେ ଆମର ପ୍ରୟାସ ଫଳପ୍ରଦ ହେଉଛି । ବିଶ୍ୱକୁ ଭାରତରେ ସ୍ୱାଗତ ପାଇଁ ଆମ ଦେଶ ପାଖରେ ଉନ୍ନତ ସଡ଼କଉନ୍ନତ ବିମାନ ଯୋଗାଯୋଗଉନ୍ନତ ସ୍ୱଚ୍ଛତା ଓ ଭଲ ଆଇନଶୃଙ୍ଖଳା ବ୍ୟବସ୍ଥା ରହିଛି ।

ବନ୍ଧୁଗଣ,

ପରିବର୍ତ୍ତନର ପ୍ରଭାବକୁ ଦେଖି ଏସବୁ ମାନ୍ୟତା ପ୍ରସ୍ତୁତ କରାଯାଇଛି । ଏସବୁ ମାନ୍ୟତା କେବଳ ଆକଳନ ନୁହେଁ । ଯାହା ବାସ୍ତବରେ ତୃଣମୂଳସ୍ତରରେ କାର୍ଯ୍ୟକାରୀ ହୋଇଛି ଏସବୁ ହେଉଛି ତାର ପ୍ରତିଫଳନ ।

ବନ୍ଧୁଗଣ,

ଭାରତ ବର୍ତମାନ 5 ଲକ୍ଷ କୋଟି ଆମେରିକୀୟ ଡଲାର ଅର୍ଥବ୍ୟବସ୍ଥାରେ ପରିଣତ ହେବାକୁ ଲକ୍ଷ୍ୟ ରଖିଛି । 2014ରେ ମୋ ସରକାର ଯେତେବେଳେ ଦାୟିତ୍ୱ ନେଲା ଭାରତ ଜିଡିପି ପାଖାପାଖି 2 ଲକ୍ଷ କୋଟି ଆମେରିକୀୟ ଡଲାର ଥିଲା । 65 ବର୍ଷରେ 2 ଲକ୍ଷ କୋଟି ଡଲାର । ହେଲେ ମାତ୍ର 5 ବର୍ଷ ମଧ୍ୟରେ ଆମେ ଏହାକୁ ପାଖାପାଖି 3 ଲକ୍ଷ କୋଟି ଡଲାରରେ ପହଁଚାଇପାରିଛୁ । ତେଣୁ 5 ଲକ୍ଷ କୋଟି ଡଲାର ଅର୍ଥବ୍ୟବସ୍ଥାର ସ୍ୱପ୍ନ ଖୁବଶୀଘ୍ର ବାସ୍ତବତାରେ ପରିଣତ ହେବ ବୋଲି  ମୋର ଦୃଢ଼ ବିଶ୍ୱାସ ରହିଛି । ଆମେ ପରିବର୍ତ୍ତୀ ପିଢ଼ିର ଭିତ୍ତିଭୂମି ଉପରେ 1.5 ଲକ୍ଷ କୋଟି ଡଲାର ନିବେଶ କରିବାକୁ ଯାଉଛୁ ।

ବନ୍ଧୁଗଣ,

ଯଦି ଗୋଟିଏ କଥାଯାହାକୁ ନେଇ ମୁଁ ସ୍ୱତନ୍ତ୍ର ଭାବେ ଗର୍ବ କରେତାହା ହେଉଛି ଭାରତର ପ୍ରତିଭାସମ୍ପନ୍ନ ଏବଂ ଦକ୍ଷ ମାନବ ପୁଞ୍ଜି । ଭାରତ ବିଶ୍ୱର ସର୍ବବୃହତ ଷ୍ଟାର୍ଟଅପ ଇକୋସିଷ୍ଟମ ଏହା ଆଶ୍ଚର୍ଯ୍ୟର କଥା ନୁହେଁ । ଡିଜିଟାଲ ଉପଭୋକ୍ତାଙ୍କ ପାଇଁ ଭାରତ ହେଉଛି ସର୍ବବୃହତ ଏବଂ ଦ୍ରୁତଅଭିବୃଦ୍ଧିଶୀଳ ବଜାର । ପ୍ରାୟ 100 କୋଟି ସ୍ମାର୍ଟ ଫୋନ ବ୍ୟବହାର କାରୀ ଏବଂ ପ୍ରାୟତଃ 50 କୋଟି ଇଂଟରନେଟ ବ୍ୟବହାରକାରୀ ରହିଛନ୍ତି । ଆମେ ଚତୁର୍ଥ ଶିଳ୍ପ ବିପ୍ଳବ ସହିତ ତାଳ ଦେଇ ଚାଲିଛୁ ଏବଂ ବିକାଶ ଓ ପ୍ରଶାସନିକ ଆବଶ୍ୟକତା ପୂରଣ କରିବା ଲାଗି ପ୍ରଯୁକ୍ତିକୁ ଗ୍ରହଣ କରିବା ଦିଗରେ ସକ୍ରିୟ ଭାବେ କାମ କରୁଛୁ । ଏସବୁ ଅଗ୍ରଗତି ସହିତ ଆମେ ଏକ ବିଶ୍ୱ ଉତ୍ପାଦନ କେନ୍ଦ୍ର ଭାବେ ଉଭା ହେବାକୁ ପ୍ରୟାସ କରୁଛୁ ।

ବନ୍ଧୁଗଣ,

ଥାଇଲାଣ୍ଡକୁ ବିଜ୍ଞାନପ୍ରଯୁକ୍ତିନବୋନ୍ମେଷ ଓ ସୃଜନଶୀଳତା ଆଧାରରେ ନିର୍ମିତ ଏକ ମୂଲ୍ୟ ଆଧାରିତ ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲାଗି ଥାଇଲାଣ୍ଡ ଫୋର ପଏଣ୍ଟ ଜିରୋ’ (ଚତୁର୍ଥ ଶିଳ୍ପ ବିପ୍ଳବ) ଲକ୍ଷ୍ୟ ରଖିଛି । ଏହା ଭାରତର ପ୍ରାଥମିକତା ଅନୁକୂଳ ଏବଂ ପ୍ରଶଂସାଯୋଗ୍ୟ । ଡିଜିଟାଲ ଇଣ୍ଡିଆସ୍କିଲ ଇଣ୍ଡିଆଗଙ୍ଗା ପୁନରୁଦ୍ଧାର ପ୍ରକଳ୍ପସ୍ୱଚ୍ଛ ଭାରତ ଅଭିଯାନସ୍ମାର୍ଟ ସିଟି ଓ ଜଳ ଜୀବନ ମିଶନ ଆଦି ଭାରତୀୟ ଯୋଜନାଗୁଡ଼ିକ ସହଭାଗୀତା ପାଇଁ ଉତମ ସମ୍ଭବନା ସୃଷ୍ଟି କରୁଛି ।

ବନ୍ଧୁଗଣ,

ଭାରତ ସମୃଦ୍ଧି ଲାଭ କଲେବିଶ୍ୱ ସମୃଦ୍ଧ ହୋଇଥାଏ । ଭାରତର ବିକାଶ ପାଇଁ ଆମର ଲକ୍ଷ୍ୟ ପୃଥିବୀକୁ ମଧ୍ୟ ଏକ ଉନ୍ନତ ରାଷ୍ଟ୍ରରେ ପରିଣତ କରିବ । ଯେତେବେଳେ ଆମେ ଆୟୁଷ୍ମାନ ଭାରତ ଜରିଆରେ ଉଚ୍ଚମାନର ଏବଂ ସୁଲଭ ସ୍ୱାସ୍ଥ୍ୟସେବା 50 କୋଟି ଭାରତୀୟଙ୍କୁ ଦେବାକୁ ଚାହୁଁଛୁଏହା ନିଶ୍ଚିତ ଭାବେ ଏକ ସୁସ୍ଥ ପୃଥିବୀ ଦିଗରେ ବାଟ କଡ଼େଇ ନେଉଛି । 2025 ସୁଦ୍ଧା ଆମେ ଯକ୍ଷ୍ମା ଉନ୍ମୁଳନ ପାଇଁ ନିଷ୍ପତ୍ତି ନେଇଛୁ । ବୈଶ୍ୱିକ ଲକ୍ଷ୍ୟ 2030ର 5 ବର୍ଷ ପୂର୍ବରୁ ଆମେ ଏହି ଲକ୍ଷ୍ୟ ହାସଲ ଲାଗି ପ୍ରୟାସ କରୁଛୁ । ଏହା ନିଶ୍ଚିତ ଭାବେ ଯକ୍ଷ୍ମା ବିରୋଧରେ ବିଶ୍ୱର ଲଢ଼େଇକୁ ସୁଦୃଢ଼ କରିବ । ଅନୁରୂପ ଭାବେ ଆମର ଉପଲବ୍ଧି ଓ ଶ୍ରେଷ୍ଠ ପ୍ରଚଳନକୁ ବିଶ୍ୱ ସହିତ ବାଂଟିବାକୁ ଚାହୁଁଛୁ । ଆମର ଦକ୍ଷିଣ ଏସିଆ ଉପଗ୍ରହ ଆମ କ୍ଷେତ୍ରରେ ଅନେକ ଲୋକଙ୍କୁ ସହାୟତା କରୁଛି । ବିଶେଷ କରି ଛାତ୍ରଛାତ୍ରୀ ଓ ମତ୍ସ୍ୟଜୀବୀଙ୍କ ପାଇଁ ଏହା ସହାୟକ ହେଉଛି ।

ବନ୍ଧୁଗଣ,

ଆମର ଆକ୍ଟ ଇଷ୍ଟ ନୀତି ଭାବନା ନେଇ ଆମେ ଏହି କ୍ଷେତ୍ରକୁ ଯୋଗାଯୋଗ ସମ୍ପ୍ରସାରିତ କରିବା ଲାଗି ସ୍ୱତନ୍ତ୍ର ଦୃଷ୍ଟି ଦେଉଛୁ । ଥାଇଲାଣ୍ଡର ପଶ୍ଚିମ ଉପକୂଳ ବନ୍ଦର ସହିତ ଭାରତର ପୂର୍ବ ଉପକୂଳରେ ରହିଥିବା ବନ୍ଦର ଯଥା ଚେନ୍ନାଇବିଶାଖାପାଟଣା ଓ କୋଲକାତା ସହ ସିଧାସଳଖ ଯୋଗାଯୋଗ ଦ୍ୱାରା ଆମର ଅର୍ଥନୈତିକ ଭାଗିଦାରୀ ବୃଦ୍ଧି ପାଇବ । ଏସମସ୍ତ ସୁହାଇଲା ଭଳି ଦିଗର ଲାଭ ଆମେ ନେବା ଉଚିତ । ଆମେ ଆମ ପୂର୍ବଜଙ୍କ ଭଳି ଆମର ଭୌଗଳିକ ପ୍ରମୁଖତାର ଲାଭ  ଉଠାଇବ ଆବଶ୍ୟକ ।

ବନ୍ଧୁଗଣ,

ଆମର ଅର୍ଥବ୍ୟବସ୍ଥା ସମର୍ଥ ଏବଂ ପରସ୍ପର ଅନୁକୂଳଆମ ସଂସ୍କୃତିରେ ସମାନତା ରହିଛିପରସ୍ପର ପ୍ରତି ଆମର ସଦ୍ଦିଚ୍ଛା ରହିଛିଏସବୁକୁ ଦୃଷ୍ଟିରେ ରଖିଲେ ମୋର ବିଶ୍ୱାସ ଯେ ଆମର ବ୍ୟବସାୟିକ ସହଭାଗୀତା ନିଶ୍ଚିତ ଭାବେ ସଫଳ ହୋଇପାରିବ । ଶେଷରେ ମୁଁ କହିବାକୁ ଚାହୁଁଛି ଯେ : ନିବେଶ ଓ ସହଜ ବ୍ୟବସାୟ ପାଇଁ ଭାରତକୁ ଆସନ୍ତୁ । ନବୋନ୍ମେଷ ଏବଂ ଷ୍ଟାର୍ଟ ଅପ ପାଇଁ ଭାରତ ଆସନ୍ତୁ । ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳୀ ଏବଂ ଲୋକମାନଙ୍କ ଉଦାର ଆତିଥେୟର ଅନୁଭୂତି ପାଇଁ ଭାରତ ଆସନ୍ତୁ । ଭାରତ ଆପଣଙ୍କୁ  ବାହୁ ମେଲାଇ ସ୍ୱାଗତ କରୁଛି ।

ଧନ୍ୟବାଦ ।

ଖୋବ ଖୁନ ଖ୍ରପ ।

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s passenger vehicle sales jump 35% to 4.5 lakh in August as Maruti, M&M drive growth

Media Coverage

India’s passenger vehicle sales jump 35% to 4.5 lakh in August as Maruti, M&M drive growth
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting the virtues of instilling fearlessness and saving lives
September 02, 2026

Prime Minister Shri Narendra Modi shared a Sanskrit Subhashitam today, highlighting the virtues of instilling fearlessness and saving lives.

The Prime Minister wrote on X;

"अभयस्यैव यो दाता तस्यैव सुमहत्फलम् ।

न हि प्राणसमं दानं त्रिषु लोकेषु विद्यते ॥"

Whoever takes away people's fear receives great blessings, and in all three worlds, there is no greater gift than saving a life.