ଇନ୍‌ଫିନିଟି କ୍ୟାମ୍ପସ ୨୦୦,୦୦୦ ବର୍ଗଫୁଟର କାର୍ଯ୍ୟକ୍ଷେତ୍ରରେ ପରିବ୍ୟାପ୍ତ ଏକ ଅତ୍ୟାଧୁନିକ କେନ୍ଦ୍ର
ଏହି କ୍ୟାମ୍ପସ ଏକାଧିକ ପ୍ରକ୍ଷେପଣ ଯାନର ଡିଜାଇନ, ବିକାଶ, ସମନ୍ୱିତ ଏବଂ ପରୀକ୍ଷଣ ଜରିଆରେ ଭାରତର ନିଜସ୍ୱ ମହାକାଶ କ୍ଷମତାକୁ ବଢ଼ାଇବ
ପ୍ରଧାନମନ୍ତ୍ରୀ ସ୍କାଏରୁଟର ପ୍ରଥମ ଅରବିଟାଲ ରକେଟ – ବିକ୍ରମ-୧ର ଉନ୍ମୋଚନ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୭ ନଭେମ୍ବର ସକାଳ ୧୧ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତୀୟ ମହାକାଶ ଷ୍ଟାର୍ଟଅପ ସ୍କାଏରୁଟର ଇନଫିନିଟି କ୍ୟାମ୍ପସର ଉଦ୍‌ଘାଟନ କରିବେ । ସେ ସ୍କାଏରୁଟର ପ୍ରଥମ ଅରବିଟାଲ (କକ୍ଷପଥ) ରକେଟ, ବିକ୍ରମ-୧ ମଧ୍ୟ ଉନ୍ମୋଚନ କରିବେ, ଯାହା କକ୍ଷପଥକୁ ଉପଗ୍ରହ ଉତ୍‌କ୍ଷେପଣ କରିବାର କ୍ଷମତା ରଖିବ ।

ଏହି ଅତ୍ୟାଧୁନିକ କେନ୍ଦ୍ରରେ ଏକାଧିକ ପ୍ରକ୍ଷେପଣ ଯାନ ଡିଜାଇନ, ବିକାଶ, ସମନ୍ୱିତ ଏବଂ ପରୀକ୍ଷଣ ପାଇଁ ପ୍ରାୟ ୨୦୦,୦୦୦ ବର୍ଗଫୁଟର କାର୍ଯ୍ୟକ୍ଷେତ୍ର ରହିବ ଏବଂ ପ୍ରତି ମାସରେ ଗୋଟିଏ କକ୍ଷପଥ ରକେଟ ନିର୍ମାଣ କରିବାର କ୍ଷମତା ରଖିବ ।

ସ୍କାଏରୁଟ ହେଉଛି ଭାରତର ପ୍ରମୁଖ ଘରୋଇ ମହାକାଶ କମ୍ପାନୀ, ଯାହାର ସ୍ଥାପନା ପବସ ଚନ୍ଦନା ଏବଂ ଭରତ ଢ଼ାକାଙ୍କ ଦ୍ୱାରା ହୋଇଥିଲା । ଉଭୟ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନର ପୂର୍ବତନ ଛାତ୍ର ଏବଂ ଇସ୍ରୋର ପୂର୍ବତନ ବୈଜ୍ଞାନିକ ଥିଲେ ଏବଂ ଏବେ ଉଦ୍ୟୋଗୀ । ନଭେମ୍ବର ୨୦୨୨ରେ ସ୍କାଏରୁଟ ଏହାର ସବ୍‌-ଅର୍‌ବିଟଲ ରକେଟ, ବିକ୍ରମ-ଏସ୍ ଲଞ୍ଚ କରିଥିଲା, ଏଥିସହ ମହାକାଶକୁ ରକେଟ ଉତ୍‌କ୍ଷେପଣ କରିଥିବା ପ୍ରଥମ ଭାରତୀୟ ଘରୋଇ କମ୍ପାନୀ ହୋଇଥିଲା ।

ଘରୋଇ ମହାକାଶ ଉଦ୍ୟୋଗଗୁଡିକର ଦ୍ରୁତ ଅଭିବୃଦ୍ଧି ହେଉଛି ଗତ କିଛି ବର୍ଷ ମଧ୍ୟରେ ସରକାରଙ୍କ ଦ୍ୱାରା କରାଯାଇଥିବା ପରିବର୍ତ୍ତନକାରୀ ସଂସ୍କାରର ସଫଳତାର ପ୍ରମାଣ, ଯାହା ଭାରତର ନେତୃତ୍ୱକୁ ଏକ ଆତ୍ମବିଶ୍ୱାସୀ ଏବଂ ସକ୍ଷମ ବିଶ୍ୱସ୍ତରୀୟ ମହାକାଶ ଶକ୍ତି ଭାବରେ ମଜବୁତ କରିଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s power sector set for strong FY27 growth on rising demand, capacity additions: Report

Media Coverage

India’s power sector set for strong FY27 growth on rising demand, capacity additions: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 20, 2026
July 20, 2026

Yuva to Global Stage: How PM Modi’s Policies Are Turning India’s Youth, Farms & Factories into Growth Engines