ଗୁଜୁରାଟବାସୀଙ୍କ ସେବା ମନୋଭାବକୁ ପ୍ରଶଂସା
“ସର୍ଦ୍ଦାର ପଟେଲଙ୍କ ବାଣୀକୁ ଆମେ ଅନୁସରଣ କରିବା ଓ ଦେଶକୁ ଭଲ ପାଇବା, ପରସ୍ପର ସୌହାର୍ଦ୍ଦ୍ୟ ଓ ସହଯୋଗରେ ନିଜ ଭାଗ୍ୟ ଗଢିବା”
ଜନସଚେତନତା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ତୁଲାଇଥିବା ବ୍ୟକ୍ତିତ୍ୱମାନଙ୍କୁ ମନେ ପକାଇବା ପାଇଁ ଅମୃତ କାଳ ପ୍ରେରିତ କରୁଛି । ଆଜିର ପୀଢି ସେମାନଙ୍କ ସମ୍ପର୍କରେ ଜାଣିବା ବେଶ ଗୁରୁତ୍ୱପୂର୍ଣ୍ଣ ।
ଦେଶ ନିଜ ପାରମ୍ପରିକ କୌଶଳ ସହ ଆଧୁନିକ ସମ୍ଭାବନାକୁ ସଂଯୋଗ କରୁଛି
“ସବକା ସାଥ, ସବକା ବିକାଶର ଶକ୍ତି କ’ଣ, ତାହା ମୁଁ ଗୁଜୁରାଟରୁ ଶିଖିଛି”
“କରୋନାର ଜଟିଳ ସମୟ ପରେ ଆମ ଅର୍ଥନୀତିର ଯେପରି ପୁନରୁତ୍ଥାନ ହୋଇଛି ସେଥିପାଇଁ ସାରା ବିଶ୍ୱ ଭାରତକୁ ନେଇ ଆଶାବାଦୀ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୁରତରେ ସୌରାଷ୍ଟ୍ର ପଟେଲ ସେବା ସମାଜ ଦ୍ୱାରା ନିର୍ମିତ ହଷ୍ଟେଲ ଫେଜ-୧ର ଭୂମିପୂଜନ ସମାରୋହରେ ଭାଗ ନେଇଥିଲେ ।

ଗୁଜୁରାଟବାସୀଙ୍କ ଭାବନାକୁ ପ୍ରଶଂସା କରିବା ସହ ସାମାଜିକ ବିକାଶରେ ଗୁଜୁରାଟ ସବୁବେଳେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବାରୁ ଗୌରବାନ୍ୱିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଅବସରରେ ସେ ସର୍ଦ୍ଦାର ପଟେଲଙ୍କୁ ସ୍ମରଣ କରିବା ସହ ଏହି ମହାନ ନେତାଙ୍କ ଉକ୍ତିକୁ ପୁନରୁଦ୍ଧାର କରି କହିଥିଲେ ଜାତି ଓ ସମ୍ପ୍ରଦାୟକୁ ରାଷ୍ଟ୍ରୀୟ ବିକାଶ କାର୍ଯ୍ୟରେ ବାଧକ ସାଜିବାକୁ ଦେବା ଅନୁଚିତ । ସର୍ଦ୍ଦାର ପଟେଲଙ୍କ ଉକ୍ତି ଉଲ୍ଲେଖ କରି ସେ କହିଥିଲେ, ଆମେ ସମସ୍ତେ ଭାରତର ପୁଅ ଓ ଝିଅ । ଆମେ ସମସ୍ତେ ନିଜ ଦେଶକୁ ପ୍ରେମ କରିବା, ପରସ୍ପର ସୌହାର୍ଦ୍ଦ୍ୟ ଓ ସହଯୋଗରେ ନିଜ ଭାଗ୍ୟ ଗଢିବା ଉଚିତ ।

ଭାରତ ଏବେ ନିଜ ସ୍ୱାଧୀନତାର ୭୫ ବର୍ଷରେ ପହଞ୍ଚିଛି । ଏହି ଅମୃତ କାଳରେ ଆମେ ନୂଆ ସଂକଳ୍ପ ନେଇ ଜନଚେତନାକୁ ଜାଗ୍ରତ କରିବାରେ ପ୍ରମୁଖ ଭୂମିକା ତୁଲାଇଥିବା ବ୍ୟକ୍ତିତ୍ୱମାନଙ୍କୁ ମନେ ପକାଇବାକୁ ପ୍ରେରଣା ଯୋଗାଉଛି । ଆଜିର ପୀଢି ସେମାନଙ୍କ ସମ୍ପର୍କରେ ଜାଣିବା ଖୁବ ଜରୁରୀ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ବଲ୍ଲଭ ବିଦ୍ୟାନଗର ସମ୍ପର୍କରେ କହିଥିଲେ । ଗ୍ରାମୀଣ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଶିକ୍ଷାର ପ୍ରସାର ପାଇଁ ଏହି ସ୍ଥାନ ବିକଶିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ଭାବେ ଗୁଜୁରାଟରେ ସେବା କରିବାର ନିଜ ଅନୁଭବ ବଖାଣିବା ସହ ରାଜନୀତିରେ କୌଣସି ଜାତି ଆଧାର ନଥିବା ସତ୍ତ୍ୱେ କିପରି ତାଙ୍କ ଭଳି ବ୍ୟକ୍ତିଙ୍କୁ ୨୦୦୧ରେ ଲୋକେ ରାଜ୍ୟର ସେବା କରିବାକୁ ଆଶୀର୍ବାଦ ଦେଇଥିଲେ ତାହା କହିଥିଲେ । ଜନ ଆଶୀର୍ବାଦର ସାମର୍ଥ୍ୟକୁ ପ୍ରଶଂସା କରିବା ସହ ଏହା ୨୦ ବର୍ଷରୁ ଅଧିକ ସମୟ ଧରି ନିରବଚ୍ଛିନ୍ନ ଭାବେ ରାଜ୍ୟ ଓ ପରେ ସାରା ଦେଶର ସେବା କରିବାକୁ ସାମର୍ଥ୍ୟ ଦେଇଛି ବୋଲି କହିଥିଲେ । ସବକା ସାଥ, ସବକା ବିକାଶର ଶକ୍ତି କଣ, ତାହା ଗୁଜୁରାଟରୁ ଶିଖିଥିଲି । ପୂର୍ବରୁ ଗୁଜୁରାଟରେ ଭଲ ସ୍କୁଲର ଅଭାବ ଥିଲା, ଉତ୍ତମ ଶିକ୍ଷା ପାଇଁ ଶିକ୍ଷକଙ୍କ ଅଭାବ ଥିଲା । ଏହି ସମସ୍ୟାର ସମାଧାନ ପାଇଁ ଜନସାଧାରଣଙ୍କୁ ଯୋଡା ଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ନୂଆ ଜାତୀୟ ଶିକ୍ଷା ନୀତିରେ ସ୍ଥାନୀୟ ଭାଷାରେ ପ୍ରଫେସନାଲ କୋର୍ସ ପଢିବାର ବିକଳ୍ପ ପ୍ରଦାନ କରାଯାଇଛି । ଏବେ ପାଠ ପଢିବା କେବଳ ଡିଗ୍ରୀ ହାସଲ ପର୍ଯ୍ୟନ୍ତ ସୀମିତ ରହିନାହିଁ, ବରଂ ପାଠ ସହିତ କୌଶଳକୁ ଯୋଡା ଯାଇଛି । ଦେଶ ଏବେ ନିଜ ପାରମ୍ପରିକ କୌଶଳକୁ ଆଧୁନିକ ସମ୍ଭାବନା ସହିତ ଯୋଡୁଛି ।   

ମହାମାରୀ ପୃଷ୍ଠଭୂମିରେ ଅର୍ଥ ବ୍ୟବସ୍ଥାରେ ହେଉଥିବା ତୀବ୍ର ପୁନରୁତ୍ଥାନର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେଉଁ ଗତିରେ ଅର୍ଥ ବ୍ୟବସ୍ଥା କରୋନାର ଜଟିଳ ସମୟ ପରେ ସୁଧୁରିଛି ତାହା ସାରା ବିଶ୍ୱକୁ ଭାରତ ପ୍ରତି ଆଶାବାଦୀ କରିଛି । ଭାରତ ପୁଣିଥରେ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥାରେ ପରିଣତ ହେବାକୁ ଯାଉଛି ବୋଲି ଏକ ବିଶ୍ୱସ୍ତରୀୟ ସଂସ୍ଥା ଆକଳନ କରିଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିବା ସହ ପ୍ରଯୁକ୍ତି ସାଙ୍ଗକୁ ବାସ୍ତବତା ସହ ତାଙ୍କ ସମ୍ପର୍କ କହିଛି ବୋଲି କହିଥିଲେ । ବିଭିନ୍ନ ସ୍ତରରେ କାମ କରିବାର ତାଙ୍କ ଅଭିଜ୍ଞତା ଗୁଜୁରାଟର ବିକାଶରେ ବେଶ ସହାୟକ ହେବ ବୋଲି ସେ କହିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check

Media Coverage

'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 18, 2026
May 18, 2026

Norway to Netherlands: PM Modi's Leadership Turns Heritage, Honors & High-Tech Deals into India's Global Momen