ଗୁଜୁରାଟବାସୀଙ୍କ ସେବା ମନୋଭାବକୁ ପ୍ରଶଂସା
“ସର୍ଦ୍ଦାର ପଟେଲଙ୍କ ବାଣୀକୁ ଆମେ ଅନୁସରଣ କରିବା ଓ ଦେଶକୁ ଭଲ ପାଇବା, ପରସ୍ପର ସୌହାର୍ଦ୍ଦ୍ୟ ଓ ସହଯୋଗରେ ନିଜ ଭାଗ୍ୟ ଗଢିବା”
ଜନସଚେତନତା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ତୁଲାଇଥିବା ବ୍ୟକ୍ତିତ୍ୱମାନଙ୍କୁ ମନେ ପକାଇବା ପାଇଁ ଅମୃତ କାଳ ପ୍ରେରିତ କରୁଛି । ଆଜିର ପୀଢି ସେମାନଙ୍କ ସମ୍ପର୍କରେ ଜାଣିବା ବେଶ ଗୁରୁତ୍ୱପୂର୍ଣ୍ଣ ।
ଦେଶ ନିଜ ପାରମ୍ପରିକ କୌଶଳ ସହ ଆଧୁନିକ ସମ୍ଭାବନାକୁ ସଂଯୋଗ କରୁଛି
“ସବକା ସାଥ, ସବକା ବିକାଶର ଶକ୍ତି କ’ଣ, ତାହା ମୁଁ ଗୁଜୁରାଟରୁ ଶିଖିଛି”
“କରୋନାର ଜଟିଳ ସମୟ ପରେ ଆମ ଅର୍ଥନୀତିର ଯେପରି ପୁନରୁତ୍ଥାନ ହୋଇଛି ସେଥିପାଇଁ ସାରା ବିଶ୍ୱ ଭାରତକୁ ନେଇ ଆଶାବାଦୀ”

ନମସ୍କାର!

କାର୍ଯ୍ୟକ୍ରମରେ ଉପସ୍ଥିତ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, କେନ୍ଦ୍ର ସରକାରରେ ମୋର ସହଯୋଗୀ ଶ୍ରୀ ମନସୁଖ ମାଣ୍ଡବ୍ୟ, ଶ୍ରୀ ପୁରୁଷୋତମ ଭାଇ ରୁପାଲା, ଦର୍ଶନା ବେନ୍‌, ଲୋକସଭାରେ ମୋର ସାଂସଦ ସାଥୀ ଏବଂ ଗୁଜରାଟ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଶ୍ରୀ ସି. ଆର୍‌. ପାଟିଲ ମହୋଦୟ, ସୌରାଷ୍ଟ୍ର ପଟେଲ ସେବା ସମାଜର ଅଧ୍ୟକ୍ଷ ଶ୍ରୀ କାନ୍‌ଜୀ ଭାଇ, ସେବା ସମାଜର ସମସ୍ତ ସମ୍ମାନିତ ସଦସ୍ୟଗଣ ଏବଂ ବହୁ ସଂଖ୍ୟାରେ ଉପସ୍ଥିତ ମୋର ଭାଇ ଓ ଭଉଣୀମାନେ! \'ସୌରାଷ୍ଟ୍ର ପଟେଲ ସେବା ସମାଜ\' ଦ୍ୱାରା ଆଜି ବିଜୟା ଦଶମୀ ଅବସରରେ ଏକ ପବିତ୍ର କାର୍ଯ୍ୟର ଶୁଭାରମ୍ଭ କରାଯାଉଛି । ମୁଁ ଆପଣ ସମସ୍ତଙ୍କୁ ଏବଂ ସମଗ୍ର ଦେଶକୁ ବିଜୟା ଦଶମୀର ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରୁଛି ।

ବନ୍ଧୁଗଣ,

ରାମଚରିତ ମାନସରେ ପ୍ରଭୁ ଶ୍ରୀରାମଙ୍କ ଭକ୍ତମାନଙ୍କ ବିଷୟରେ, ତାଙ୍କ ଅନୁଗାମୀମାନଙ୍କ ବିଷୟରେ ଖୁବ ସଠିକ କଥା କୁହାଯାଇଛି । ରାମଚରିତ ମାନସରେ କୁହାଯାଇଛି -

\"ପ୍ରବଳ ଅବିଦ୍ୟା ତମ ମିଟି ଯାଇ ।

ହାର ହିଁ ସକଲ ସଲଭ ସମୁଦାୟୀ । ।

ଅର୍ଥାତ୍‌, ଭଗବାନ ରାମଙ୍କ ଆଶୀର୍ବାଦରୁ, ତାଙ୍କର ଅନୁସରଣ ଦ୍ୱାରା ବିଦ୍ୟାହୀନତା, ଅଜ୍ଞାନ ଏବଂ ଅନ୍ଧକାର ଦୂର ହୋଇଥାଏ । ସମସ୍ତ ନକରାତ୍ମକ ଶକ୍ତି ପରାଜିତ ହୋଇଥାଆନ୍ତି । ଏବଂ ଭଗବାନ ରାମଙ୍କୁ ଅନୁସରଣ କରିବାର ଅର୍ଥ ହେଉଛି - ମାନବିକତାର ଅନୁସରଣ, ଜ୍ଞାନର ଅନୁସରଣ! ଏଥିପାଇଁ ବାପୁ ଗୁଜରାଟ ମାଟିରୁ ରାମରାଜ୍ୟର ଆଦର୍ଶରେ ଚାଲିବାକୁ ଥିବା ସମାଜର ପରିକଳ୍ପନା କରିଥିଲେ । ମୁଁ ଖୁସି ଯେ ଗୁଜରାଟବାସୀ ସେହି ମୂଲ୍ୟବୋଧକୁ ଖୁବ୍ ମଜବୁତ ଭାବେ ଆଗେଇ ନେଉଛନ୍ତି, ସେଗୁଡିକୁ ସୁଦୃଢ କରୁଛନ୍ତି । \'ସୌରାଷ୍ଟ୍ର ପଟେଲ ସେବା ସମାଜ\' ଦ୍ୱାରା ଶିକ୍ଷା କ୍ଷେତ୍ରରେ ଆଜି ଆରମ୍ଭ ହେଉଥିବା କାର୍ଯ୍ୟକ୍ରମ ମଧ୍ୟ ଏହି ପର୍ଯ୍ୟାୟର ଏକ ଅଂଶ ।

ମତେ କୁହାଯାଇଛି ଯେ ୨୦୨୪ ମସିହା ସୁଦ୍ଧା ଉଭୟ ପର୍ଯ୍ୟାୟର କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇଯିବ । ଅନେକ ଯୁବକ, ବାଳକ ଓ ବାଳିକାମାନଙ୍କୁ ଆପଣଙ୍କର ଏହି ଉଦ୍ୟମରୁ ନୂତନ ଦିଗ୍‌ଦର୍ଶନ ମିଳିବ, ସେମାନଙ୍କୁ ନିଜ ସ୍ୱପ୍ନକୁ ସାକାର କରିବାର ଅବସର ମିଳିବ । ମୁଁ ଏହିସବୁ ପ୍ରୟାସଗୁଡିକ ପାଇଁ ସୌରାଷ୍ଟ୍ର ପଟେଲ ସେବା ସମାଜକୁ ଏବଂ ବିଶେଷକରି ଏହାର ଅଧ୍ୟକ୍ଷ ଶ୍ରୀ କାନ୍‌ଜୀ ଭାଇ ପଟେଲଙ୍କୁ ଏବଂ ତାଙ୍କର ପୁରା ଟିମକୁ ଅଭିନନ୍ଦନ ଜଣାଉଛି । ମୁଁ ଏଥିପାଇଁ ଆନନ୍ଦିତ ଯେ ସେବାର ଏହି କାର୍ଯ୍ୟଗୁଡିକରେ ସମାଜର ସବୁ ବର୍ଗର ଲୋକଙ୍କୁ ସାଙ୍ଗରେ ନେଇ ଚାଲିବାକୁ ଚେଷ୍ଟା କରାଯାଇଛି, ପ୍ରୟାସ କରାଯାଇଛି ।

ବନ୍ଧୁଗଣ,

ଯେତେବେଳେ ମୁଁ ଭିନ୍ନ ଭିନ୍ନ କ୍ଷେତ୍ରରେ ସେବାର ଏଭଳି କାର୍ଯ୍ୟକୁ ଦେଖେ, ସେତେବେଳେ ମୁଁ ନିଜକୁ ଗର୍ବିତ ଅନୁଭବ କରେ ଯେ ଗୁଜରାଟ କିପରି ସର୍ଦ୍ଦାର ପଟେଲଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟକୁ ଆଗକୁ ବଢାଉଛି । ସର୍ଦ୍ଦାର ସାହେବ କହିଥିଲେ ଏବଂ ସର୍ଦ୍ଦାର ସାହେବଙ୍କ ବାକ୍ୟକୁ ଆମକୁ ଆମ ଜୀବନ ସହିତ ବାନ୍ଧି ରଖିବାକୁ ହେବ । ସର୍ଦ୍ଦାର ପଟେଲ କହିଥିଲେ - ଆମକୁ ଜାତି ଓ ଧର୍ମକୁ ପ୍ରତିବନ୍ଧକ ହେବାକୁ ଦେବାର ନାହିଁ । ଆମେ ସମସ୍ତେ ଭାରତର ସନ୍ତାନ ସନ୍ତତି । ଆମ ସମସ୍ତେ ଆମ ଦେଶକୁ ପ୍ରେମ କରିବା ଉଚିତ୍‌, ପାରସ୍ପରିକ ସ୍ନେହ ଏବଂ ସହଯୋଗ ସହ ନିଜର ଭାଗ୍ୟ ନିର୍ଦ୍ଧାରଣ କରିବା ଆବଶ୍ୟକ । ସର୍ଦ୍ଦାର ସାହେବଙ୍କର ଏହି ଭାବନାସବୁକୁ ଗୁଜରାଟ କିଭଳି ସର୍ବଦା ଗୁରୁତ୍ୱ ଦେଇଆସିଛି ମୁଁ ନିଜେ ଏହାର ସାକ୍ଷୀ । ରାଷ୍ଟ୍ର ପ୍ରଥମ, ଏହା ହେଉଛି ସର୍ଦ୍ଦାର ସାହେବଙ୍କ ସନ୍ତାନମାନଙ୍କର ଜୀବନର ମନ୍ତ୍ର । ଆପଣ ଦେଶ ଦୁନିଆରେ ଯେକୌଣସି ସ୍ଥାନକୁ ଯାଆନ୍ତୁ, ଗୁଜରାଟର ଲୋକମାନଙ୍କ ମଧ୍ୟରେ ଏହି ଜୀବନ ମନ୍ତ୍ର ଆପଣଙ୍କୁ ସବୁ ସ୍ଥାନରେ ଦେଖିବାକୁ ମିଳିବ ।

ଭାଇ ଓ ଭଉଣୀମାନେ,

ଭାରତ ଏବେ ନିଜର ସ୍ୱାଧୀନତାର ୭୫ ବର୍ଷରେ ପଦାର୍ପଣ କରିଛି । ଏହି ଅମୃତକାଳ ଆମମାନଙ୍କୁ ନୂତନ ସଂକଳ୍ପ ସହିତ ସେହି ବ୍ୟକ୍ତିତ୍ୱମାନଙ୍କୁ ସ୍ମରଣ କରିବା ପାଇଁ ପ୍ରେରଣା ମଧ୍ୟ ଦେଇଥାଏ, ଯେଉଁମାନେ ଜନ ସଚେତନତା ଜାଗୃତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଆଜିର ପିଢୀ ସେମାନଙ୍କ ବିଷୟରେ ଜାଣିବା ଅତି ଆବଶ୍ୟକତା ଅଟେ । ଆଜି ଗୁଜରାଟ ଯେଉଁ ଶିଖରରେ ପହଂଚିଛି, ତାହା ପଛରେ ଏପରି ଅନେକ ଲୋକଙ୍କ ତପ-ତ୍ୟାଗ ଏବଂ ତପସ୍ୟା ରହିଛି । ବିଶେଷକରି ଶିକ୍ଷା କ୍ଷେତ୍ରରେ ଏମିତିସବୁ ବ୍ୟକ୍ତିତ୍ୱ ଅବତୀର୍ଣ୍ଣ ହୋଇଥିଲେ, ଯେଉଁମାନେ ଗୁଜରାଟର ଶିକ୍ଷା ବ୍ୟବସ୍ଥାକୁ ମଜବୁତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।

ଆମେ ସମସ୍ତେ ବୋଧହୁଏ ଜାଣିଥିବା, ଉତର ଗୁଜରାଟରେ ସେ ଜନ୍ମଗ୍ରହଣ କରିଥିଲେ ଏବଂ ଆଜି ଗୁଜରାଟର କୋଣ ଅନୁକୋଣରେ ତାଙ୍କୁ ସ୍ମରଣ କରାଯାଏ । ଏଭଳି ଏକ ମହାପୁରୁଶ ଥିଲେ ଶ୍ରୀ ଛଗନଭା । ତାଙ୍କର ଦୃଢ ବିଶ୍ୱାସ ଥିଲା ଯେ ଶିକ୍ଷା ହିଁ ସମାଜର ସଶକ୍ତିକରଣର ସବୁଠାରୁ ବଡ ମାଧ୍ୟମ ଅଟେ । ଆପଣ ଚିନ୍ତା କରନ୍ତୁ, ଆଜିଠାରୁ ୧୦୨ ବର୍ଷ ପୂର୍ବେ ୧୯୧୯ ମସିହାରେ ସେ କଡିଠାରେ ସର୍ବ ବିଦ୍ୟାଳୟ କେଲୱାନୀ ମଣ୍ଡଳର ସ୍ଥାପନା କରିଥିଲେ । ଏହା ଛଗନ ଭ୍ରାତାଙ୍କର ଦୂରଦୃଷ୍ଟିସମ୍ପନ୍ନ କାର୍ଯ୍ୟ ଥିଲା । ଏହା ତାଙ୍କର ଦୂରଦୃଷ୍ଟି ଥିଲା, ତାଙ୍କର ଲକ୍ଷ୍ୟ ଥିଲା । ତାଙ୍କର ଜୀବନ ମନ୍ତ୍ର ଥିଲା - ଭଲ କାର୍ଯ୍ୟ କଲେ, ଭଲ ଫଳ ମିଳିବ ଏବଂ ଏହି ପ୍ରେରଣା ଦ୍ୱାରା ସେ ଆଗାମୀ ପିଢୀର ଭବିଷ୍ୟତକୁ ସଜାଡି ଚାଲିଥିଲେ । ୧୯୧୯ରେ ଯେତେବେଳେ ଗାନ୍ଧିଜୀ ଛଗନଭା ଜୀଙ୍କ ମଣ୍ଡଳକୁ ଯାଇଥିଲେ, ସେତେବେଳେ ସେ କହିଥିଲେ ଯେ - ଛଗନଭା ଖୁବ୍ ଗୁରୁତ୍ୱପୂର୍ଣ୍ଣ ସେବା କାର୍ଯ୍ୟ କରୁଛନ୍ତି । ନିଜର ପିଲାମାନଙ୍କୁ ଅଧିକ ସଂଖ୍ୟାରେ ଛଗନଭାଙ୍କ ଟ୍ରଷ୍ଟକୁ ପଢିବା ପାଇଁ ପଠାଇବାକୁ ସେ  ଲୋକମାନଙ୍କୁ କହିଥିଲେ ।

ବନ୍ଧୁଗଣ,

ଦେଶର ଆଗାମୀ ପିଢୀର ଭବିଷ୍ୟତ ପାଇଁ ନିଜର ବର୍ତମାନକୁ ଜଳାଞ୍ଜଳି ଦେଇଥିବା ଏଭଳି ଆଉ ଏକ ବ୍ୟକ୍ତିତ୍ୱଙ୍କ ବିଷୟରେ ମୁଁ ଉଲ୍ଲେଖ କରିବାକୁ ଚାହିଁବି - ସେ ଥିଲେ ଭାଇ କାକା । ଭାଇ କାକା ଆନନ୍ଦ୍ ଏବଂ ଖେଡାର ଆଖପାଖ ଅଂଚଳରେ ଶିକ୍ଷା ବ୍ୟବସ୍ଥାକୁ ମଜବୁତ୍ କରିବା ପାଇଁ ଅନେକ କାର୍ଯ୍ୟ କରିଥିଲେ । ଭାଇ କାକା ନିଜେ ତ ଇଞ୍ଜିନିୟର ଥିଲେ, ବୃତିଗତ ଜୀବନ ମଧ୍ୟ ଠିକ୍ ଠାକ୍ ଚାଲିଥିଲା କିନ୍ତୁ ସର୍ଦ୍ଦାର ସାହେବ ଥରେ ମାତ୍ର କହିବା ପରେ ସେ ଚାକିରୀ ଛାଡି ଦେଇଥିଲେ ଏବଂ ଅହମଦାବାଦ ପୌରପାଳିକାରେ କାର୍ଯ୍ୟ କରିବାକୁ ଚାଲି ଆସିଥିଲେ । କିଛି ସମୟ ପରେ ସେ ଚରୋତର ଚାଲିଯାଇଥିଲେ, ଯେଉଁଠାରେ ସେ ଆନନ୍ଦରେ ଚରୋତର ଏଜୁକେସନ୍ ସୋସାଇଟିର ଦାୟିତ୍ୱ ସମ୍ଭାଳିଥିଲେ । ପରେ ସେ ଚରୋତର ବିଦ୍ୟା ମଣ୍ଡଳ ସହ ମଧ୍ୟ ଯୋଡି ହୋଇ ଯାଇଥିଲେ । ଭାଇକାକା ସେସମୟରେ ଏକ ଗ୍ରାମୀଣ ବିଶ୍ୱବିଦ୍ୟାଳୟର ସ୍ୱପ୍ନ ମଧ୍ୟ ଦେଖିଥିଲେ । ଏକ ଏଭଳି ବିଶ୍ୱବଦ୍ୟାଳୟ ଯାହା ଗାଁରେ ହୋଇଥିବ ଏବଂ ଯାହାର କେନ୍ଦ୍ରରେ ଗ୍ରାମୀଣ ବ୍ୟବସ୍ଥା ଉପରେ ବିଷୟବସ୍ତୁ ହୋଇଥିବ । ଏହି ପ୍ରେରଣା ଦ୍ୱାରା ସେ ସର୍ଦ୍ଦାର ବଲ୍ଲଭଭାଇ ବିଦ୍ୟାପୀଠର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ସେହିପରି ଭିଖାଭାଇ ପଟେଲ ମଧ୍ୟ ଥିଲେ ଯିଏ ଭାଇକାକା ଏବଂ ସର୍ଦ୍ଦାର ପଟେଲଙ୍କ ସହ କାର୍ଯ୍ୟ କରିଥିଲେ ।

ବନ୍ଧୁଗଣ,

ଯେଉଁମାନେ ଗୁଜରାଟ ବିଷୟରେ କମ୍ ଜାଣନ୍ତି, ମୁଁ ଆଜି ସେମାନଙ୍କୁ ବଲ୍ଲଭ ବିଦ୍ୟାନଗର ବିଷୟରେ ମଧ୍ୟ ଜଣାଇବାକୁ ଚାହୁଁଛି । ଆପଣମାନଙ୍କ ମଧ୍ୟରୁ ଅନେକ ଜାଣିଥିଲେ, ଏହି ସ୍ଥାନ, କରମସାଦ-ବାକରୋଲ ଏବଂ ଆନନ୍ଦ୍ ମଧ୍ୟରେ ପଡେ । ଏହି ସ୍ଥାନକୁ ଏଥିପାଇଁ ବିକଶିତ କରାଯାଇଥିଲା, କାରଣ ଏଠାରେ ଶିକ୍ଷାର ପ୍ରସାର କରାଯାଇପାରିବ, ଗାଁର ବିକାଶ ସହ ଜଡିତ କାର୍ଯ୍ୟଗୁଡିକୁ ତ୍ୱରାନ୍ୱିତ କରାଯାଇପାରିବ । ବଲ୍ଲଭ ବିଦ୍ୟାନଗର ସହ ପ୍ରଶାସନିକ ସେବାର ବିଶିଷ୍ଟ ଅଧିକାରୀ ଏଚ୍‌. ଏମ୍‌, ପଟେଲ ଜୀ ମଧ୍ୟ ସାମିଲ ଥିଲେ । ସର୍ଦ୍ଦାର ସାହେବ ଯେତେବେଳେ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ଥିଲେ, ସେତେବେଳେ ଏଚ୍‌. ଏମ୍‌. ପଟେଲ ଜୀଙ୍କୁ ତାଙ୍କର ଅତି ଘନିଷ୍ଠ ବ୍ୟକ୍ତି ଭାବେ ବିବେଚନା କରାଯାଉଥିଲା । ପରେ ଜନତା ପାର୍ଟି ସରକାରରେ ସେ ଅର୍ଥ ମନ୍ତ୍ରୀ ହୋଇଥିଲେ ।

ବନ୍ଧୁଗଣ,

ଏଭଳି ଅନେକ ନାମ ଅଛି ଯାହା ମୋର ଆଜି ମନେପଡୁଛି । ଯଦି ଆମେ ସୌରାଷ୍ଟ୍ର କଥା କହିବା ତେବେ ଆମର ମୋହନଲାଲ ଲାଲ୍‌ଜୀ ଭାଇ ପଟେଲ ଯାହାଙ୍କୁ ଆମେ ମୋଲା ପଟେଲ ନାମରେ ଜାଣିଥିଲୁ । ମୋଲା ପଟେଲ ଏକ ବିଶାଳ ଶୈକ୍ଷିକ ପରିସର ନିର୍ମାଣ କରାଇଥିଲେ । ଆଉ ଜଣେ ମୋହନ ଭାଇ ବିରଜୀଭାଇ ପଟେଲ ଯିଏ ଶହେ ବର୍ଷ ପୂର୍ବେ ପଟେଲ ଆଶ୍ରମ ନାମରେ ଏକ ଛାତ୍ରାବାସ ସ୍ଥାପନ କରି ଅମରେଲିରେ ଶିକ୍ଷା ବ୍ୟବସ୍ଥାକୁ ମଜବୁତ କରିବାର କାର୍ଯ୍ୟ କରିଥିଲେ । ଜାମନଗରରେ କେଶାବାଜୀ ଭାଇ ଅରଜୀଭାଇ ବିରାଣୀ ଏବଂ କରସନଭାଇ ବେଚରଭାଇ ବିରାଣୀ, ବହୁ ଦଶନ୍ଧି ପୂର୍ବରୁ ବାଳିକାମାନଙ୍କୁ ଶିକ୍ଷିତ କରିବା ପାଇଁ ସ୍କୁଲ ଏବଂ ଛାତ୍ରୀନିବାସ ନିର୍ମାଣ କରିଥିଲେ । ନଗୀନ ଭାଇ ପାଟେଲ, ସାକଲଚନ୍ଦ ପଟେଲ, ଗଣପତଭାଇ ପଟେଲଙ୍କ ଭଳି ଲୋକଙ୍କ ଦ୍ୱାରା କରାଯାଇଥିବା ପ୍ରୟାସର ଫଳ ଆଜି ଆମକୁ ଭିନ୍ନ ଭିନ୍ନ ବିଶ୍ୱବିଦ୍ୟାଳୟ ରୂପରେ ଦୃଶ୍ୟମାନ ହେଉଛି । ଆଜିର ଏହି ସୁଅବସର ସେମାନଙ୍କୁ ସ୍ମରଣ କରିବାର ଏକ ଉତମ ଦିବସ ଅଟେ । ଆମେ ଏଭଳି ସବୁ ବ୍ୟକ୍ତିତ୍ୱଙ୍କ ଜୀବନ ଗାଥାକୁ ଦେଖିବା ତାହାହେଲେ ଜାଣିବା ଯେ କିଭଳି ଛୋଟ ଛୋଟ ପ୍ରୟାସ ଦ୍ୱାରା ସେମାନେ ବଡ ବଡ ଲକ୍ଷ୍ୟ ହାସଲ କରି ଦେଖାଇଥିଲେ । ପ୍ରୟାସର ଏହି ସାମୁହିକତା, ବଡ ବଡ ପରିଣାମ ସମ୍ଭବ କରି ଦେଖାଇଥାଏ ।

ବନ୍ଧୁଗଣ,

ଆପଣମାନଙ୍କ ଆଶୀର୍ବାଦରୁ ମୋ ଭଳି ଅତ୍ୟନ୍ତ ସାମାନ୍ୟ ବ୍ୟକ୍ତିକୁ, ଯାହାର କୌଣସି ପାରିବାରିକ କିମ୍ବା ରାଜନୈତିକ ପୃଷ୍ଠଭୂମୀ ନଥିଲା, ଯାହା ନିକଟରେ ଜାତିବାଦ ଆଧାରିତ ରାଜନୀତିର କୌଣସି ଆଧାର ନଥିଲା, ଏପରି ମୋ ଭଳି ସାଧାରଣ ବ୍ୟକ୍ତିକୁ ଆପଣମାନେ ଆଶୀର୍ବାଦ ଦେଇ ୨୦୦୧ ମସିହାରେ ଗୁଜରାଟର ସେବା କରିବାର ସୁଯୋଗ ଦେଇଥିଲେ । ଆପଣମାନଙ୍କ ଆଶୀର୍ବାଦର ଶକ୍ତି ଏତେ ଅଧିକ ଯେ ଆଜି ୨୦ ବର୍ଷରୁ ଅଧିକ ସମୟ ହୋଇଗଲାଣି, ତଥାପି ନିରବଛିନ୍ନ ଭାବରେ ପ୍ରଥମେ ଗୁଜରାଟର ଏବଂ ଆଜି ସମଗ୍ର ଦେଶର ସେବା କରିବାର ସୌଭାଗ୍ୟ ମିଳୁଛି ।

ବନ୍ଧୁଗଣ,

\"ସବକା ସାଥ, ସବକା ବିକାଶ\" ର ସାମର୍ଥ୍ୟ କ\'ଣ, ଏହା ମଧ୍ୟ ମୁଁ ଗୁଜରାଟରୁ ହିଁ ଶିଖିଛି । ଏକଦା ଗୁଜରାଟରେ ଭଲ ସ୍କୁଲର ଅଭାବ ଥିଲା, ଉତମ ଶିକ୍ଷା ପାଇଁ ଶିକ୍ଷକମାନଙ୍କର ମଧ୍ୟ ଅଭାବ ଥିଲା । ଉମିୟା ମାତାଙ୍କ ଆଶୀର୍ବାଦ ନେଇ, ଖୋଡଲ ଧାମର ଦର୍ଶନ କରି, ମୁଁ ଏହି ସମସ୍ୟାର ସମାଧାନ ପାଇଁ ଲୋକମାନଙ୍କ ସମର୍ଥନ ଲୋଡିଥିଲି, ଲୋକମାନଙ୍କୁ ମୋ ସହ ଯୋଡିଥିଲି । ଆପଣଙ୍କର ମନେ ଥିବ, ଗୁଜରାଟ ଏହି ପରିସ୍ଥିତିରେ ପରିବର୍ତନ ଆଣିବା ପାଇଁ ପ୍ରବେଶୋତ୍ସବର ଶୁଭାରମ୍ଭ କରିଥିଲି । ସ୍କୁଲରେ ଶିକ୍ଷାର ଗୁଣବତା ବଢୁ, ଏଥିପାଇଁ ସାକ୍ଷରଦୀପ ଏବଂ ଗୁଣୋତ୍ସବ ଆରମ୍ଭ କରାଯାଇଥିଲା ।

ସେତେବେଳେ ଗୁଜରାଟରେ ଝିଅମାନେ ସ୍କୁଲରୁ ଅଧାରୁ ପାଠ ଛାଡିବା ମଧ୍ୟ ଏକ ଆହ୍ୱାନ ଥିଲା । ଏବେ ଆମ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ମଧ୍ୟ ଏ ବିଷୟରେ ବର୍ଣ୍ଣନା କଲେ । ଏହାର ଅନେକ ସାମାଜିକ କାରଣ ତ ଥିଲା, କେତେକ ବ୍ୟାବହାରିକ କାରଣ ମଧ୍ୟ ରହିଥିଲା ଯେପରି ଅନେକ ଝିଅ ସ୍କୁଲ ଆସିବାକୁ ଚାହୁଁଥିଲେ ମଧ୍ୟ ଏଥିପାଇଁ ଆସିପାରୁ ନଥିଲେ କାରଣ ସ୍କୁଲରେ ସେମାନଙ୍କ ଶୌଚାଳୟ ନ ଥିଲା । ଏସବୁ ସମସ୍ୟାର ସମାଧାନ ପାଇଁ ଗୁଜରାଟ ପଂଚଶକ୍ତିଙ୍କଠାରୁ ପ୍ରେରଣା ପାଇଲା । ପଂଚାମୃତ, ପଂଚଶକ୍ତି ଅର୍ଥାତ୍ - ଜ୍ଞାନଶକ୍ତି, ଜନଶକ୍ତି, ଜଳଶକ୍ତି, ଉର୍ଜାଶକ୍ତି ଏବଂ ରକ୍ଷାଶକ୍ତି । ସ୍କୁଲଗୁଡିକରେ ବାଳିକାମାନଙ୍କ ପାଇଁ ଶୌଚାଳୟ ନିର୍ମାଣ କରାଗଲା । ବିଦ୍ୟା ଲକ୍ଷ୍ମୀ ବଣ୍ଡ୍‌, ସରସ୍ୱତୀ ସାଧନା ଯୋଜନା, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଏଭଳି ଅନେକ ଉଦ୍ୟମର ପରିଣାମ ସ୍ୱରୂପ ଗୁଜରାଟରେ କେବଳ ପାଠପଢାର ମାନରେ ଉନ୍ନତି ଘଟିଲା ନାହିଁ ବରଂ ସ୍କୁଲରେ ଅଧାରୁ ପାଠପଢା ଛାଡିବା ହାର ମଧ୍ୟ ଦୃତ ଗତିରେ ହ୍ରାସ ପାଇଲା ।

ମୁଁ ଖୁସି ଯେ ଆଜି ଝିଅମାନଙ୍କ ପାଠପଢା ପାଇଁ, ସେମାନଙ୍କ ଭବିଷ୍ୟତ ପାଇଁ କ୍ରମାଗତ ଭାବେ ପ୍ରୟାସ ବୃଦ୍ଧି ପାଉଛି । ମୋର ମନେ ଅଛି, ଆପଣମାନେ ହିଁ ଥିଲେ ଯେଉଁମାନେ ସୁରଟରୁ ସମଗ୍ର ଗୁଜରାଟରେ ବେଟି ବଚାଓ ଅଭିଯାନ ଆରମ୍ଭ ଚଳାଇଥିଲେ, ଏବଂ ମୋର ମନେ ଅଛି ସେତେବେଳେ ଆପଣମାନଙ୍କ ସମାଜର ଲୋକମାନଙ୍କ ଗହଣକୁ ମୁଁ ଆସୁଥିଲି ଏବଂ ସେତେବେଳେ ଏହି କଠୋର କଥା ଜଣାଇବାକୁ କେବେ ମଧ୍ୟ ପଛଘୁଂଚା ଦେଇନଥିଲି । ଆପଣମାନେ ରାଜି ହୁଅନ୍ତୁ ବା ଅରାଜି ହୁଅନ୍ତୁ, ଏହାର ଚିନ୍ତା ନକରି ମୁଁ ସବୁବେଳେ ଝିଅମାନଙ୍କୁ ବଂଚାଇବାର କଠୋର କଥା କହୁଥିଲି । ଏବଂ ଆଜି ମୁଁ ଅତି ଆନନ୍ଦର ସହ କହିପାରୁଛି ଯେ ଆପଣମାନେ ସମସ୍ତେ ମୋ କଥାକୁ ଗ୍ରହଣ କରିଛନ୍ତି । ଏବଂ ଆପଣମାନେ ସୁରଟରୁ ଯେଉଁ ଯାତ୍ରା ଆରମ୍ଭ କରିଥିଲେ, ସମଗ୍ର ଗୁଜରାଟକୁ ଯାଇ, ସମାଜର କୋଣ ଅନୁକୋଣରେ ଯାଇ, ଗୁଜରାଟର ପ୍ରତି କୋଣକୁ ଯାଇ ଝିଅମାନଙ୍କୁ ବଂଚାଇବା ପାଇଁ ଲୋକମାନଙ୍କୁ ଶପଥ ଦିଆଇଥିଲେ । ଏବଂ ମତେ ମଧ୍ୟ ଆପଣମାନଙ୍କ ଏହି ମହାପ୍ରୟାସ ସହ ଯୋଡି ହେବାର ସୁଯୋଗ ମିଳିଥିଲା । ଆପଣମାନେ ବହୁତ ବଡ ପ୍ରୟାସ କରିଥିଲେ । ଗୁଜରାଟରେ ରକ୍ଷାଶକ୍ତି ବିଶ୍ୱବିଦ୍ୟାଳୟ, ଏବେ ଆମର ଭୂପେନ୍ଦ୍ର ଭାଇ ଖୁବ୍ ବିସ୍ତୃତ ଭାବେ ବିଶ୍ୱବିଦ୍ୟାଳୟ ବିଷୟରେ ବର୍ଣ୍ଣନା କରୁଥିଲେ କିନ୍ତୁ ମୁଁ ମଧ୍ୟ ଏକଥାର ପୁନରାବୃତି କରିବାକୁ ଚାହିଁବି, କାରଣ ଆଜି ଆମ ଦେଶବାସୀ ଏହି କାର୍ଯ୍ୟକ୍ରମକୁ ଦେଖୁଛନ୍ତି ତ ସେମାନେ ମଧ୍ୟ ଏହା ଜାଣନ୍ତୁ । ଗୁଜରାଟ ଏତେ କମ୍ ସମୟ ମଧ୍ୟରେ ରକ୍ଷାଶକ୍ତି ବିଶ୍ୱବିଦ୍ୟାଳୟ, ବିଶ୍ୱର ସର୍ବପ୍ରଥମ ଫରେନସିକ୍ ସାଇନସ୍ ବିଶ୍ୱବିଦ୍ୟାଳୟ, ଆଇନ୍ ବିଶ୍ୱବିଦ୍ୟାଳୟ,ଏବଂ ଦୀନ ଦୟାଲ ଉର୍ଜା  ବିଶ୍ୱବିଦ୍ୟାଳୟ, ଏଥିସହ ବିଶ୍ୱର ପ୍ରଥମ ଶିଶୁ  ବିଶ୍ୱବିଦ୍ୟାଳୟ, ଶିକ୍ଷକ ପ୍ରଶିକ୍ଷଣ ବିଶ୍ୱବିଦ୍ୟାଳୟ, କ୍ରୀଡା ବିଶ୍ୱବିଦ୍ୟାଳୟ, କାମଧେନୁ ବିଶ୍ୱବିଦ୍ୟାଳୟ ଭଳି ଅନେକ ଅଭିନବ ଶୁଭାରମ୍ଭ ଦ୍ୱାରା ଦେଶକୁ ନୂତନ ମାର୍ଗ ଦେଖାଇଛି । ଆଜି ଗୁଜରାଟର ଯୁବପିଢୀକୁ ଏହି ସବୁ ପ୍ରୟାସର ଲାଭ ମିଳୁଛି । ମୁଁ ଜାଣିଛି ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଏ ବିଷୟରେ ଅବଗତ ଏବଂ ଭୂପେନ୍ଦ୍ର ଭାଇ ମଧ୍ୟ କହିଛନ୍ତି, କିନ୍ତୁ ଆଜି ଏସବୁ କଥା ମୁଁ ଏଥିପାଇଁ ଆପଣମାନଙ୍କ ଆଗରେ ପୁଣିଥରେ କହୁଛି କାରଣ ଯେଉଁସବୁ ପ୍ରୟାସରେ ଆପଣମାନେ ମୋତେ ସହଯୋଗ କରିଛନ୍ତି, ମୋ କାନ୍ଧ ସହ କାନ୍ଧ ମିଶାଇ ଚାଲିଛନ୍ତି, ଆପଣମାନେ କେବେ ମଧ୍ୟ ପଛକୁ ବୁଲି ଦେଖିନାହାନ୍ତି, ସେଥିରୁ ମିଳିଥିବା ଅନୁଭବ ଆଜି ଦେଶରେ ବଡ ପରିବର୍ତନ ଆଣୁଛି ।

ବନ୍ଧୁଗଣ,

ଆଜି ନୂତନ ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଦେଶର ଶିକ୍ଷା ବ୍ୟବସ୍ଥାର ମଧ୍ୟ ଆଧୁନିକୀକରଣ କରାଯାଉଛି । ନୂତନ ଜାତୀୟ ଶିକ୍ଷା ନୀତିରେ ବୃତିଗତ ପାଠ୍ୟକ୍ରମଗୁଡିକୁ ସ୍ଥାନୀୟ ଭାଷାରେ, ମାତୃଭାଷାରେ ଶିକ୍ଷାଦାନ ପାଇଁ ବିକଳ୍ପ ମଧ୍ୟ ଦିଆଯାଇଛି । ଏହାର ପ୍ରଭାବ କେତେ ବିଶାଳ ହେବ ସେ ବିଷୟରେ ଖୁବ୍ କମ୍ ଲୋକ ହୃଦୟଙ୍ଗମ କରିପାରୁଛନ୍ତି । ଗାଁର, ଗରିବର ପିଲା ମଧ୍ୟ ଏବେ ନିଜର ସ୍ୱପ୍ନ ସାକାର କରିପାରିବ । ଭାଷା ପାଇଁ ଏବେ ସେମାନଙ୍କ ଜୀବନରେ ବାଧା ଆସିବ ନାହିଁ । ଏବେ ପାଠପଢାର ଅର୍ଥ କେବଳ ଡିଗ୍ରୀ ହାସଲ ପର୍ଯ୍ୟନ୍ତ ସିମୀତ ନୁହେଁ, ବରଂ ଏବେ ପାଠପଢାକୁ ଦକ୍ଷତା ସହ ସଂଯୋଗ କରାଯାଉଛି । ଦେଶ ଏବେ ଏହାର ପାରମ୍ପରିକ ଦକ୍ଷତାକୁ ଆଧୁନିକ ସମ୍ଭାବନାଗୁଡିକ ସହ ଯୋଡୁଛି ।

ବନ୍ଧୁଗଣ,

ଦକ୍ଷତାର ମହତ୍ୱ କ\'ଣ, ଏହା ଆପଣମାନଙ୍କ ଛଡା କିଏ ବା ଅଧିକ ବୁଝିପାରିବ । ଗୋଟେ ସମୟରେ ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ, ସୌରାଷ୍ଟ୍ରରେ ନିଜର ଘର ଛାଡି, ଜମି-ବାଡି, ବନ୍ଧୁ-ପରିଜନ ଛାଡି ହୀରା ସଫା କରିବା ପାଇଁ ସୁରତ ଆସିଥିଲେ । ଏକ ଛୋଟିଆ ଘରେ ୮-୮ଜଣ ୧୦-୧୦ ଜଣ ଲୋକ ରହୁଥିଲେ । କିନ୍ତୁ ଏହା ଆପଣମାନଙ୍କର ଦକ୍ଷତା ହିଁ ଥିଲା, ଆପଣମାନଙ୍କର କୌଶଳ ଥିଲା ଯେଉଁଥିପାଇଁ ଆଜି ଆପଣମାନେ ଏତେ ଉପରେ ପହଂଚି ପାରିଛନ୍ତି । ଏବଂ ପାଣ୍ଡୁରଙ୍ଗ ଶାସ୍ତ୍ରୀ ଜୀ ସେଇଥିପାଇଁ ତ ଆପଣମାନଙ୍କୁ କହିଥିଲେ - ରତ୍ନ କଳାକାର । ଆମ କାନ୍‌ଜୀଭାଇ ତ ସ୍ୱୟଂ ଏହାର ଏକ ଉଦାହରଣ । ନିଜର ବୟସ ବିଷୟରେ ଚିନ୍ତା ନକରି, ସେ ପଢି ଚାଲିଲେ, ନିଜ ସହ ନୂଆ ନୂଆ କୌଶଳ ଯୋଡି ଚାଲିଲେ ଏବଂ ଆଜି ମଧ୍ୟ ଯଦି ଆପଣ ପଚାରିବେ କାନ୍‌ଜୀ ଭାଇ କିଛି ପଢାପଢି ଚାଲିଛି କି, ତେବେ ହୋଇପାରେ ସେ କିଛି ନା କିଛି ନ ନିଶ୍ଚୟ ପଢୁଥିବେ । ଏହା ଖୁବ ବଡ କଥା ଆଜ୍ଞା ।

ବନ୍ଧୁଗଣ,

କୌଶଳ ଏବଂ ଇକୋ ସିଷ୍ଟମ ଏହା ଏକାଠି ହୋଇ ଆଜି ନବ ଭାରତର ମୂଳଦୁଆ ପକାଉଛନ୍ତି । ଷ୍ଟାର୍ଟ ଅପ୍ ଇଣ୍ଡିଆର ସଫଳତା ଆମ ସମ୍ମୁଖରେ ରହିଛି । ଆଜି ଭାରତର ଷ୍ଟାର୍ଟ ଅପ୍ ସମଗ୍ର ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରୁଛି, ଆମ ୟୁନିକର୍ଣ୍ଣ ସଂଖ୍ୟା ରେକର୍ଡ ତିଆରି କରୁଛି । କରୋନାର କଠିନ ସମୟ ପରେ ଆମ ଅର୍ଥ ବ୍ୟବସ୍ଥା ଯେତେ ଦୃତଗତିରେ ପ୍ରତ୍ୟାବର୍ତନ କରିଛି, ଏହାଦ୍ୱାରା ସମଗ୍ର ବିଶ୍ୱ ଭାରତକୁ ନେଇ  ଖୁବ ଆଶାବାଦୀ ହୋଇଉଠିଛି । ଏଇ ନିକଟରେ ଏକ ବିଶ୍ୱସ୍ତରୀୟ ସଂସ୍ଥା ମଧ୍ୟ କହିଛି ଯେ ଭାରତ ପୁଣିଥରେ ବିଶ୍ୱର ସବୁଠାରୁ ଦୃତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ହେବାକୁ ଯାଉଛି । ମୁଁ  ନିଶ୍ଚିତ ଯେ, ଗୁଜରାଟ ରାଷ୍ଟ୍ର ନିର୍ମାଣରେ ନିଜର ପ୍ରୟାସରେ ସବୁଥର ପରି ସର୍ବଶ୍ରେଷ୍ଠ ହେବ, ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବ । ଏବେ ତ ଭୂପେନ୍ଦ୍ର ଭାଇ ପଟେଲ ଜୀ ଏବଂ ତାଙ୍କର ପୁରା ଟିମ ଏକ ନୂତନ ଶକ୍ତି ସହ ଗୁଜରାଟର ପ୍ରଗତୀର ଏହି ମିଶନରେ ଲାଗି ପଡିଛନ୍ତି ।

ବନ୍ଧୁଗଣ,

ଏମିତି ତ, ଭୂପେନ୍ଦ୍ର ଭାଇଙ୍କ ନେତୃତ୍ୱରେ ନୂତନ ସରକାର ଗଠନ ହେବା ପରେ ଆଜି ପ୍ରଥମଥର ମତେ ଏତେ ବିସ୍ତୃତ ଭାବେ ଗୁଜରାଟର ଲୋକଙ୍କୁ ସମ୍ବୋଧନ କରିବା ପାଇଁ ସୁଯୋଗ ମିଳିଛି । ଜଣେ ସହକର୍ମୀ ଭାବରେ ଭୂପେନ୍ଦ୍ର ଭାଇଙ୍କ ସହ ମୋର ୨୫ ବର୍ଷରୁ ଅଧିକ ସମୟର ପରିଚୟ । ଏହା ଆମ ସମସ୍ତଙ୍କ ପାଇଁ ଗୌରବର ବିଷୟ ଯେ ଭୂପେନ୍ଦ୍ର ଭାଇ, ଜଣେ ଏଭଳି ମୁଖ୍ୟମନ୍ତ୍ରୀ ଯାହାଙ୍କର ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ମଧ୍ୟ ଜ୍ଞାନ ରହିଛି ଏବଂ ସେ ତୃଣମୂଳ ସ୍ତର ପର୍ଯ୍ୟନ୍ତ ମଧ୍ୟ ସେତିକି ଜଡିତ । ଭିନ୍ନ ଭିନ୍ନ କ୍ଷେତ୍ରରେ କାମ କରିବାର ତାଙ୍କର ଅନୁଭବ, ଗୁଜରାଟର ବିକାଶରେ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ । କେତକେବେଳ ଏକ ଛୋଟ ନଗରପାଳିକାର ସଦସ୍ୟ, ପୁଣି ନଗରପାଳିକା ଅଧ୍ୟକ୍ଷ, ପୁଣି ଅହମଦାବାଦ ମହାନଗରର କର୍ପୋରେଟର, ତା ପରେ ଅହମଦାବାଦ ମହାନଗର ପାଳିକାର ସ୍ଥାୟୀ କମିଟିର ଅଧ୍ୟକ୍ଷ, ପୁଣି ଏୟୁଡିଏ- ଔଡା ଭଳି ପ୍ରତିଷ୍ଠିତ ଅନୁଷ୍ଠାନର ଅଧ୍ୟକ୍ଷ, ପାଖାପାଖି ୨୫ ବର୍ଷ ପର୍ଯ୍ୟନ୍ତ ନିରବଛିନ୍ନ ଭାବେ ସେ ତୃଣମୂଳ ସ୍ତରର ଶାସନ-ପ୍ରଶାସନକୁ ଦେଖିଛନ୍ତି, ପରଖିଛନ୍ତି, ଏବଂ ନେତୃତ୍ୱ ଦେଇଛନ୍ତି । ମୁଁ ଖୁସି ଯେ ଆଜି ଏଭଳି ଅନୁଭବି ବ୍ୟକ୍ତି ଗୁଜରାଟର ବିକାଶ ଯାତ୍ରାକୁ, ଦୃତ ଗତିରେ ଆଗେଇ ନେବାକୁ ଗୁଜରାଟର ନେତୃତ୍ୱ ନେଉଛନ୍ତି ।

ବନ୍ଧୁଗଣ,

ଆଜି ପ୍ରତ୍ୟେକ ଗୁଜରାଟି ମଧ୍ୟ ଏହି ବିଷୟକୁ ନେଇ ଗର୍ବ କରୁଛି ଯେ ଏତେ ଦୀର୍ଘ ସମୟ ଧରି ସାର୍ବଜନିକ ଜୀବନରେ ରହିବା ସତ୍ୱେ ମଧ୍ୟ, ଏତେ ବଡ ବଡ ପଦବୀରେ ରହିବା ପରେ ମଧ୍ୟ, ୨୫ ବର୍ଷ ପର୍ଯ୍ୟନ୍ତ କାମ କରିବା ପରେ ମଧ୍ୟ ଭୂପେନ୍ଦ୍ର ଭାଇଙ୍କ କାର୍ଯ୍ୟକଳାପରେ କୌଣସି ବିବାଦ ନାହିଁ । ଭୂପେନ୍ଦ୍ର ଭାଇ ଖୁବ୍ କମ୍ କଥା କୁହନ୍ତି କିନ୍ତୁ କାମରେ କୌଣସି ଅଭାବ ଆଣିବାକୁ ଦିଅନ୍ତି ନାହିଁ । ଜଣେ ନୀରବ କର୍ମୀଙ୍କ ଭଳି, ଜଣେ ମୁକସେବକଙ୍କ ଭଳି କାମ କରିବା, ତାଙ୍କ କାର୍ଯ୍ୟଶୈଳୀର ଏକ ଅଂଶ । ଖୁବ୍ କମ୍ ଲୋକଙ୍କୁ ଏକଥା ଜଣାଥିବ ଯେ ଭୂପେନ୍ଦ୍ର ଭାଇଙ୍କ ପରିବାର, ସର୍ବଦା ଆଧ୍ୟାତ୍ମିକତା ପ୍ରତି ସମର୍ପିତ ରହିଆସିଛି । ତାଙ୍କ ପିତା, ଆଧ୍ୟାତ୍ମିକ କ୍ଷେତ୍ର ସହ ଜଡିତ ରହିଆସିଛନ୍ତି । ମୋର ବିଶ୍ୱାସ, ଏତେ ଉତମ ସଂସ୍କାରସମ୍ପନ୍ନ ଭୂପେନ୍ଦ୍ର ଭାଇଙ୍କ ନେତୃତ୍ୱରେ ଗୁଜରାଟ ସାମଗ୍ରିକ ବିକାଶ କରିବ ।

ବନ୍ଧୁଗଣ,

ଆଜାଦୀର ଅମୃତ ମହୋତ୍ସବକୁ ନେଇ ମୋର ଆପଣ ସମସ୍ତଙ୍କୁ ଏକ ଅନୁରୋଧ ରହିଛି । ଏହି ଅମୃତ ମହୋତ୍ସବରେ ଆପଣ ସମସ୍ତଙ୍କୁ ମଧ୍ୟ କିଛି ସଙ୍କଳ୍ପ ନେବା ଆବଶ୍ୟକ, ଦେଶକୁ କିଛି ଦେବା ଭଳି ମିଶନ୍ ଆରମ୍ଭ କରିବାକୁ ପଡିବ । ଏହି ମିଶନ୍ ଏଭଳି ହେବା ଉଚିତ୍ ଯେ ଯାହାର ପ୍ରଭାବ ଗୁଜରାଟର କୋଣ ଅନୁକୋଣରେ ଦୃଶ୍ୟଗୋଚର ହେବ । ଆପଣଙ୍କ ମଧ୍ୟରେ ଯେତେ ସାମର୍ଥ୍ୟ ରହିଛି, ମୁଁ ଜାଣିଛି ଆପଣ ସମସ୍ତେ ମିଶି ଏହା କରିପାରିବେ । ଆମର ନୂତନ ପିଢୀ, ଦେଶ ପାଇଁ ସମାଜ ପାଇଁ ବଂଚିବା ଶିଖୁ, ଏହାର ପ୍ରେରଣା ମଧ୍ୟ ଆପଣମାନଙ୍କ ପ୍ରୟାସର ମୁଖ୍ୟ ଅଂଶ ହେବ ଆବଶ୍ୟକ । \'ସେବା ରୁ ସିଦ୍ଧି\' ର ମନ୍ତ୍ର ଅନୁସରଣ କରି ଆମେ ଗୁଜରାଟକୁ ଦେଶର ନୂତନ ଶିଖରରେ ପହଂଚାଇବା । ବହୁତ ବର୍ଷ ପରେ ଆପଣମାନଙ୍କ ସହ କଥା ହେବାର ସୌଭାଗ୍ୟ ମିଳିଲା । ଏଠି ଭର୍ଚୁଆଲ ମାଧ୍ୟମରେ ମୁଁ ଆପଣ ସମସ୍ତଙ୍କୁ ଦେଖୁଛି । ସବୁ ପୁରୁଣା ମୁହଁ ମୋ ସମ୍ମୁଖରେ ଦୃଶ୍ୟମାନ ।

ଏହି ଶୁଭେଚ୍ଛା ସହିତ, ଆପଣ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
J&K digitises 70 lakh land parcels under Centre's digital agriculture push

Media Coverage

J&K digitises 70 lakh land parcels under Centre's digital agriculture push
NM on the go

Nm on the go

Always be the first to hear from the PM. Get the App Now!
...
PM chairs 53rd PRAGATI Meeting
August 25, 2026
PM reviews six key infrastructure projects across the Railway, Road and Power sectors
Projects reviewed span across 9 States with cumulative investment of more than ₹30,000 crore
PM says Infrastructure projects should be viewed as an integrated whole, rather than as individual sections or packages
PM calls for continuous reforms across all stages of project implementation and a proactive work culture across Ministries and States
PM says Speed must go hand-in-hand with quality
While reviewing AgriStack, PM emphasises the need to leverage the latest digital technologies including AI to derive greater value from agricultural data
On cyber fraud and ‘digital arrest’, PM stresses training, public awareness, cyber-safety education and coordinated action

Prime Minister Shri Narendra Modi chaired the 53rd meeting of PRAGATI, the ICT-enabled, multi-modal platform for Pro-Active Governance and Timely Implementation, at Seva Teerth earlier today.

During the meeting, Prime Minister reviewed six key infrastructure projects across the Railway, Road and Power sectors, spanning nine States with a cumulative cost of more than ₹30,000 crore. The projects, significant for strengthening connectivity, supporting industrial and economic activity and improving public services, were reviewed with particular emphasis on adherence to timelines, inter-agency coordination, resolution of pending issues and expeditious completion.

Prime Minister emphasised that delays in infrastructure projects have consequences beyond cost escalation, as they also postpone the benefits intended for citizens, businesses and the economy. He said that infrastructure projects should be viewed and monitored as an integrated whole, rather than as isolated sections, stretches or packages. He noted that progress in individual packages should ultimately translate into timely completion and operationalisation of the entire project. Ministries and States were therefore asked to adopt an end-to-end approach, and address critical gaps that could delay the overall commissioning and delivery of benefits. He called for fostering a proactive work culture across Ministries and State Governments, with greater ownership at every level of project implementation.

Prime Minister stressed the need to explore common utility corridors for infrastructure services, wherever feasible, particularly while planning major transport and infrastructure projects. He called upon Ministries and States to examine such integrated approaches at the planning stage itself, keeping in view their technical and economic feasibility.

Prime Minister said that speed of execution must be accompanied by uncompromising quality. He called upon Ministries, States and implementing agencies to adopt modern technologies and strengthen quality assurance and supervision at every stage.

While reviewing AgriStack under the Digital Agriculture Mission, Prime Minister emphasised the need to leverage the latest digital technologies, including Artificial Intelligence, to derive greater value from agricultural data. He stressed that the data ecosystem should be effectively utilised across the agricultural value chain, from input planning to processing, enabling more informed interventions, better targeting and data-driven decision-making. He appreciated the efforts of the States and the Central Government in building the AgriStack ecosystem and called for further strengthening its use for delivering better outcomes for farmers.

During the review of cyber fraud cases, including incidents of digital arrest, Prime Minister said that prevention must be strengthened through a sustained focus on training, awareness and education. He stressed the need for continuous and targeted public-awareness campaigns, particularly for senior citizens, youth and other vulnerable sections, to familiarise them with common fraud techniques, warning signs and safe digital practices. He also called for regular capacity-building of personnel involved so that emerging modes of cyber fraud are identified and acted upon swiftly.