ଭାରତର ମହାନ ସମ୍ରାଟ ରାଜେନ୍ଦ୍ର ଚୋଳ-ପ୍ରଥମଙ୍କ ସମ୍ମାନାର୍ଥେ ଏକ ସ୍ମାରକୀ ମୁଦ୍ରା ଜାରି କଲେ ପ୍ରଧାନମନ୍ତ୍ରୀ
ରାଜରାଜା ଚୋଳ ଏବଂ ରାଜେନ୍ଦ୍ର ଚୋଳ ଭାରତର ପରିଚୟ ଏବଂ ଗର୍ବର ପ୍ରତୀକ: ପ୍ରଧାନମନ୍ତ୍ରୀ
ଚୋଳ ସାମ୍ରାଜ୍ୟର ଇତିହାସ ଏବଂ ଐତିହ୍ୟ ଆମ ମହାନ ରାଷ୍ଟ୍ରର ଶକ୍ତି ଏବଂ ବାସ୍ତବ କ୍ଷମତାକୁ ପ୍ରତିଫଳିତ କରେ: ପ୍ରଧାନମନ୍ତ୍ରୀ
ସେ ଏହି ପ୍ରୟାସ ସହିତ ଜଡିତ ସମସ୍ତ ବ୍ୟକ୍ତିଙ୍କୁ ଅଭିନନ୍ଦନ ଜଣାଇଥିଲେ
ଚୋଳ ସାମ୍ରାଜ୍ୟ ଭାରତର ଗଣତାନ୍ତ୍ରିକ ପରମ୍ପରାକୁ ଆଗକୁ ବଢାଇଥିଲା ବୋଲି ସେ ଉଲ୍ଲେଖ କରି କହିଥିଲେ ଯେ, ଏହାକୁ ପ୍ରାୟତଃ ବୈଶ୍ୱିକ ସ୍ତରରେ ଅଣଦେଖା କରାଯାଏ
ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ, ଯଦି ବିଶ୍ୱ ଏହି ଚିନ୍ତାଧାରାକୁ ଗ୍ରହଣ କରେ, ତେବେ ଅନେକ ସମସ୍ୟା ଆପେ ସମାଧାନ ହୋଇପାରିବ, ସେ କହିଥିଲେ ଯେ, ଭାରତ 'ଏକ ବିଶ୍ୱ, ଏକ ପରିବାର, ଏକ ଭବିଷ୍ୟତ' ମୂଳମନ୍ତ୍ର ମାଧ୍ୟମରେ ଏହି ଦର୍ଶନକୁ ଆଗକୁ ବଢ଼ାଉଛି
ସେ ସନ୍ତୋଷ ପ୍ରକାଶ କରିଥିଲେ ଯେ, ଦେଶ ଏହି ଦୃଷ୍ଟିକୋଣରୁ ଅନୁପ୍ରାଣିତ ହୋଇ ଆଗକୁ ବଢ଼ୁଛି
ପ୍ରଧାନମନ୍ତ୍ରୀ କହିଥିଲେ, "ଆଜିର ନୂତନ ଭାରତ ଏହି ଭାବନାର ପ୍ରତୀକ ଏବଂ ଶକ୍ତିଶାଳୀ ହୋଇଥିଲେ ବି ବିଶ୍ୱ କଲ୍ୟାଣ ଏବଂ ଏକତାର ମୂଲ୍ୟବୋଧ ସହ ଜଡିତ
ସେ ଆହୁରି ମଧ୍ୟ କହିଥିଲେ ଯେ, ଏକାଠି, ଆମେ ଏକ ଭାରତ, ଶ୍ରେଷ୍ଠ ଭାରତର ସଂକଳ୍ପକୁ ଆଗକୁ ବଢ଼ାଇବୁ ଏବଂ ଏହି ଅବସରରେ ଦେଶକୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ
ଆଜି, ମନ୍ଦିରଟି ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଭାବରେ ଠିଆ ହୋଇଛି, ଯାହା ଏହାର ଜଟିଳ ଭାସ୍କର୍ଯ୍ୟ, ଚୋଳ ବ୍ରୋଞ୍ଜ ଏବଂ ପ୍ରାଚୀନ ଶିଳାଲେଖ ପାଇଁ ପ୍ରସିଦ୍ଧ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ଗଙ୍ଗଇକୋଣ୍ଡା ଚୋଳପୁରମ ମନ୍ଦିରରେ ଆଦି ତିରୁବଥିରାଇ ମହୋତ୍ସବକୁ ସମ୍ବୋଧିତ କରିଥିଲେ । ସର୍ବଶକ୍ତିମାନ ଭଗବାନ ଶିବଙ୍କୁ ପ୍ରଣାମ କରି, ରାଜରାଜା ଚୋଳଙ୍କ ପବିତ୍ର ଭୂମିରେ ଦିବ୍ୟ ଶିବ ଦର୍ଶନ ମାଧ୍ୟମରେ ଅନୁଭୂତ ଗଭୀର ଆଧ୍ୟାତ୍ମିକ ଶକ୍ତିକୁ ପ୍ରତିଫଳିତ କରି, ଶ୍ରୀ ଇଲୈୟାରାଜଙ୍କ ସଙ୍ଗୀତ ଏବଂ ଓଧୂବରମାନଙ୍କ ପବିତ୍ର ମନ୍ତ୍ର ସହିତ, ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ, ଏହି ଆଧ୍ୟାତ୍ମିକ ପରିବେଶ ଆତ୍ମାକୁ ଗଭୀର ଭାବରେ ଆକର୍ଷିତ କରିଛି ।

 

ପବିତ୍ର ଶ୍ରାବଣ ମାସର ଗୁରୁତ୍ୱ ଏବଂ ବୃହଦେଶ୍ୱର ଶିବ ମନ୍ଦିର ନିର୍ମାଣର ୧,୦୦୦ ବର୍ଷ ପୂର୍ତ୍ତିର ଐତିହାସିକ କ୍ଷଣକୁ ବର୍ଣ୍ଣନା କରି, ଶ୍ରୀ ମୋଦୀ ଏପରି ଏକ ଅସାଧାରଣ ମୁହୂର୍ତ୍ତରେ ଭଗବାନ ବୃହଦେଶ୍ୱର ଶିବଙ୍କ ପାଦତଳେ ଉପସ୍ଥିତ ରହିବା ଏବଂ ପୂଜ୍ୟ ମନ୍ଦିରରେ ପୂଜା କରିବା ଅବସରକୁ ନିଜର ସୌଭାଗ୍ୟ ବୋଲି କହିଥିଲେ । ସେ ଐତିହାସିକ ବୃହଦେଶ୍ୱର ଶିବ ମନ୍ଦିରରେ ୧୪୦ କୋଟି ଭାରତୀୟଙ୍କ କଲ୍ୟାଣ ଏବଂ ଜାତିର ନିରନ୍ତର ପ୍ରଗତି ପାଇଁ ପ୍ରାର୍ଥନା କରିଥିଲେ ଏବଂ ଭଗବାନ ଶିବଙ୍କ ପବିତ୍ର ମନ୍ତ୍ରକୁ ଆହ୍ୱାନ କରି ଭଗବାନ ଶିବଙ୍କ ଆଶୀର୍ବାଦ ସମସ୍ତଙ୍କ ପାଖରେ ପହଞ୍ଚୁ ବୋଲି ଇଚ୍ଛା ପ୍ରକାଶ କରିଥିଲେ ।

 

ଶ୍ରୀ ମୋଦୀ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ମାନବ କଲ୍ୟାଣ ଏବଂ ସମୃଦ୍ଧି ପାଇଁ ଆମର ପୂର୍ବପୁରୁଷଙ୍କ ଦ୍ୱାରା ପ୍ରସ୍ତୁତ ୧୦୦୦ ବର୍ଷର ଇତିହାସ ଉପରେ ପ୍ରଦର୍ଶନୀ ପରିଦର୍ଶନ କରିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ । ସେ ଚିନ୍ମୟ ମିଶନ ଦ୍ୱାରା ଆୟୋଜିତ ତାମିଲ ଗୀତା ଆଲବମର ଉନ୍ମୋଚନ ଉତ୍ସବରେ ମଧ୍ୟ ଯୋଗ ଦେଇ କହିଥିଲେ ଯେ ଏହି ପଦକ୍ଷେପ ଦେଶର ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ସଂକଳ୍ପକୁ ଉଦ୍‌ଜୀବିତ କରେ । ସେ ଏହି ପ୍ରୟାସ ସହିତ ଜଡିତ ସମସ୍ତ ବ୍ୟକ୍ତିଙ୍କୁ ଅଭିନନ୍ଦନ ଜଣାଇଥିଲେ ।

 

ଏହା ସହିତ, ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ ଚୋଳ ଶାସକମାନେ ଶ୍ରୀଲଙ୍କା, ମାଳଦ୍ୱୀପ ଏବଂ ଦକ୍ଷିଣ ପୂର୍ବ ଏସିଆକୁ ସେମାନଙ୍କର କୂଟନୈତିକ ଏବଂ ବାଣିଜ୍ୟିକ ସମ୍ପର୍କ ବିସ୍ତାର କରିଥିଲେ । ଗତକାଲି ପ୍ରଧାନମନ୍ତ୍ରୀ ମାଳଦ୍ୱୀପରୁ ଫେରିଥିଲେ ଏବଂ ଆଜି ତାମିଲନାଡୁର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବା ସଂଯୋଗକୁ ଉଲ୍ଲେଖ କରିଥିଲେ ।

 

ଯେଉଁମାନେ ଭଗବାନ ଶିବଙ୍କ ଧ୍ୟାନ କରନ୍ତି ସେମାନେ ତାଙ୍କ ପରି ଅନନ୍ତ ହୋଇଯାଆନ୍ତି ବୋଲି ଶାସ୍ତ୍ରଗୁଡ଼ିକରୁ ଉଦ୍ଧୃତ କରି ଶ୍ରୀ ମୋଦି ମନ୍ତବ୍ୟ ଦେଇଥିଲେ ଯେ ଶିବଙ୍କ ପ୍ରତି ଅଟଳ ଭକ୍ତିରେ ନିମଗ୍ନ ଥିବା ଭାରତର ଚୋଳ ଐତିହ୍ୟ ଅମରତ୍ୱ ଲାଭ କରିଛି । "ରାଜରାଜା ଚୋଳ ଏବଂ ରାଜେନ୍ଦ୍ର ଚୋଳଙ୍କ ଐତିହ୍ୟ ଭାରତର ପରିଚୟ ଏବଂ ଗର୍ବର ପ୍ରତୀକ", ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଥିଲେ ଯେ ଚୋଳ ସାମ୍ରାଜ୍ୟର ଇତିହାସ ଏବଂ ଐତିହ୍ୟ ଭାରତର ବାସ୍ତବ କ୍ଷମତାକୁ ପ୍ରକଟିତ କରେ । ସେ ଗୁରୁତ୍ୱାରୋପ କରିଥିଲେ ଯେ, ଏହି ଐତିହ୍ୟ ଏକ ବିକଶିତ ଭାରତ ନିର୍ମାଣର ଜାତୀୟ ଆକାଂକ୍ଷାକୁ ପ୍ରେରଣା ଦିଏ, ମହାନ ରାଜେନ୍ଦ୍ର ଚୋଳଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରେ, ତାଙ୍କ ସ୍ଥାୟୀ ଐତିହ୍ୟକୁ ସ୍ୱୀକାର କରେ । ଆଦି ତିରୁବଥିରାଇ ମହୋତ୍ସବ ପାଳନ ହୋଇଥିବା ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ, ଆଜିର ମହାନ କାର୍ଯ୍ୟକ୍ରମ ସମାପ୍ତିର ଏହା ପ୍ରତୀକ ଅଟେ ଏବଂ ଏହି କାର୍ଯ୍ୟକ୍ରମରେ ଯୋଗଦାନ ଦେଇଥିବା ସମସ୍ତଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ ।

 

"ଐତିହାସକମାନେ ଚୋଳ ଯୁଗକୁ ଭାରତର ସ୍ୱର୍ଣ୍ଣିମ ଯୁଗ ମଧ୍ୟରୁ ଏକ ବୋଲି ବିବେଚନା କରନ୍ତି, ଏହା ଏକ ଏପରି ଯୁଗ ଯାହା ଏହାର ସାମରିକ ଶକ୍ତି ପାଇଁ ପ୍ରସିଦ୍ଧ" ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଚୋଳ ସାମ୍ରାଜ୍ୟ ଭାରତର ଗଣତାନ୍ତ୍ରିକ ପରମ୍ପରାକୁ ଆଗକୁ ବଢାଇଥିଲା ବୋଲି ସେ ଉଲ୍ଲେଖ କରି କହିଥିଲେ ଯେ, ଏହାକୁ ପ୍ରାୟତଃ ବୈଶ୍ୱିକ ସ୍ତରରେ ଅଣଦେଖା କରାଯାଏ । ସେ ଉଲ୍ଲେଖ କରିଥିଲେ ଯେ, ଇତିହାସକାରମାନେ ଗଣତନ୍ତ୍ର ପରିପ୍ରେକ୍ଷୀରେ ବ୍ରିଟେନର ମାଗ୍ନା କାର୍ଟା ବିଷୟରେ କହୁଥିବା ବେଳେ, ଚୋଳ ସାମ୍ରାଜ୍ୟ ଶହ ଶହ ବର୍ଷ ପୂର୍ବରୁ କୁଡାଭୋଲାଇ ଆମାଇପ୍ପୁ ବ୍ୟବସ୍ଥା ମାଧ୍ୟମରେ ଗଣତାନ୍ତ୍ରିକ ନିର୍ବାଚନ ପ୍ରଥା କାର୍ଯ୍ୟକାରୀ କରିଥିଲା । ଶ୍ରୀ ମୋଦୀ ସୂଚାଇଥିଲେ ଯେ ଆଜି ବିଶ୍ୱ ଆଲୋଚନା ପ୍ରାୟତଃ ଜଳ ପରିଚାଳନା ଏବଂ ପରିବେଶ ସଂରକ୍ଷଣ ଉପରେ କେନ୍ଦ୍ରିତ, ଭାରତର ପୂର୍ବପୁରୁଷମାନେ ବହୁ ପୂର୍ବରୁ ଏହି ପ୍ରସଙ୍ଗଗୁଡ଼ିକର ଗୁରୁତ୍ୱ ବୁଝିଥିଲେ । ସେ ଉଲ୍ଲେଖ କରିଥିଲେ ଯେ, ଅନେକ ରାଜା ଅନ୍ୟ ଅଞ୍ଚଳରୁ ସୁନା, ରୂପା କିମ୍ବା ପଶୁସମ୍ପଦ ଆଣିବା ପାଇଁ ପ୍ରସିଦ୍ଧ ହୋଇଥିବାବେଳେ ରାଜେନ୍ଦ୍ର ଚୋଳ ପବିତ୍ର ଗଙ୍ଗା ଜଳ ପରିବହନ ପାଇଁ ପ୍ରସିଦ୍ଧ। ପ୍ରଧାନମନ୍ତ୍ରୀ ମନେ ପକାଇଛନ୍ତି ଯେ ରାଜେନ୍ଦ୍ର ଚୋଳ ଉତ୍ତର ଭାରତରୁ ଗଙ୍ଗା ଜଳ ପରିବହନ କରିଥିଲେ ଏବଂ ଦକ୍ଷିଣରେ ଏହାକୁ ପ୍ରତିଷ୍ଠା କରିଥିଲେ। ସେ "ଗଙ୍ଗା ଜଳମୟ ଜୟସ୍ତମ୍ଭମ" ବାକ୍ୟାଂଶକୁ ଉଲ୍ଲେଖ କରି କହିଥିଲେ ଯେ, ଜଳକୁ ଚୋଳ ଗଙ୍ଗା ହ୍ରଦରେ ପ୍ରବାହିତ କରାଯାଉଥିଲା, ଯାହା ବର୍ତ୍ତମାନ ପୋନେରୀ ହ୍ରଦ ଭାବରେ ଜଣାଶୁଣା ।

 

ରାଜେନ୍ଦ୍ର ଚୋଳ ଗଙ୍ଗଇକୋଣ୍ଡା ଚୋଳପୁରମ ମନ୍ଦିର ପ୍ରତିଷ୍ଠା କରିଥିଲେ, ଯାହା ବିଶ୍ୱ ସ୍ତରରେ ଏକ ଆଶ୍ଚର୍ଯ୍ୟଜନକ ସ୍ଥାପତ୍ୟ ଭାବରେ ସ୍ୱୀକୃତି ପାଇଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ, ମାତା କାବେରୀଙ୍କ ଭୂମିରେ ଗଙ୍ଗାର ଉତ୍ସବ ପାଳନ ମଧ୍ୟ ଚୋଳ ସାମ୍ରାଜ୍ୟର ଏକ ଐତିହ୍ୟ । ଏହି ଐତିହାସିକ ଘଟଣା ସ୍ମୃତିରେ, ଗଙ୍ଗା ଜଳକୁ ପୁଣି ଥରେ କାଶୀରୁ ତାମିଲନାଡୁ ଅଣାଯାଇଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ । ସେ ଉଲ୍ଲେଖ କରିଥିଲେ ଯେ, ସେହି ସ୍ଥାନରେ ଏକ ଆନୁଷ୍ଠାନିକ ପୂଜା ଅନୁଷ୍ଠିତ ହୋଇଥିଲା । କାଶୀରୁ ନିର୍ବାଚିତ ପ୍ରତିନିଧି ଭାବରେ, ପ୍ରଧାନମନ୍ତ୍ରୀ ମାତା ଗଙ୍ଗାଙ୍କ ସହ ତାଙ୍କର ନିବିଡ଼ ଭାବପ୍ରବଣ ସମ୍ପର୍କ ବିଷୟରେ ଉପସ୍ଥାପନ କରିଥିଲେ । ସେ କହିଥିଲେ ଯେ, ଚୋଳ ରାଜାମାନଙ୍କ ସହିତ ଜଡିତ ପ୍ରୟାସ ଏବଂ କାର୍ଯ୍ୟକ୍ରମ ଏକ ପବିତ୍ର ଉଦ୍ୟମ ସହିତ ସମାନ - "ଏକ ଭାରତ, ଶ୍ରେଷ୍ଠ ଭାରତ"ର ପ୍ରତୀକ, ଯାହା ଏହି ପଦକ୍ଷେପକୁ ଏକ ନୂତନ ଏବଂ ଚଳନଶୀଳ ଶକ୍ତି ପ୍ରଦାନ କରେ ।

 

ପ୍ରଧାନମନ୍ତ୍ରୀ କହିଥିଲେ, "ଚୋଳ ଶାସକମାନେ ଭାରତକୁ ସାଂସ୍କୃତିକ ଏକତାର ସୂତ୍ରରେ ବାନ୍ଧିଥିଲେ । ଆଜି, ଆମର ସରକାର ଚୋଳ ଯୁଗର ସମାନ ଆଦର୍ଶକୁ ଆଗକୁ ବଢାଉଛି" । ସେ ଆଲୋକପାତ କରିଥିଲେ ଯେ, କାଶୀ ତାମିଲ ସଙ୍ଗମମ ଏବଂ ସୌରାଷ୍ଟ୍ର ତାମିଲ ସଙ୍ଗମମ ଭଳି କାର୍ଯ୍ୟକ୍ରମ ଶତାବ୍ଦୀ ପୁରୁଣା ଏକତାର ବନ୍ଧନକୁ ସୁଦୃଢ଼ କରୁଛି । ଶ୍ରୀ ମୋଦୀ ଆହୁରି କହିଥିଲେ ଯେ, ତାମିଲନାଡୁର ଗଙ୍ଗଇକୋଣ୍ଡା ଚୋଳପୁରମ ଭଳି ପ୍ରାଚୀନ ମନ୍ଦିରଗୁଡ଼ିକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ମାଧ୍ୟମରେ ସଂରକ୍ଷିତ କରାଯାଉଛି । ନୂତନ ସଂସଦ ଭବନର ଉଦଘାଟନ ସମୟରେ ଶିବ ଅଧିନମର ସନ୍ଥମାନେ ଆଧ୍ୟାତ୍ମିକ ମାର୍ଗଦର୍ଶନ ସହିତ ସମାରୋହର ନେତୃତ୍ୱ ନେଇଥିଲେ ବୋଲି ମନେ ପକାଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ତାମିଲ ପରମ୍ପରା ସହିତ ଜଡିତ ପବିତ୍ର ସେଙ୍ଗୋଲକୁ ସଂସଦରେ ବିଧିବଦ୍ଧ ଭାବରେ ସ୍ଥାପନ କରାଯାଇଛି, ସେହି ମୁହୂର୍ତ୍ତ ଯାହାକୁ ସେ ଏପର୍ଯ୍ୟନ୍ତ ଅତ୍ୟନ୍ତ ଗର୍ବର ସହିତ ମନେ ରଖିଛନ୍ତି ।

 

ଚିଦାମ୍ବରମ ନଟରାଜ ମନ୍ଦିରର ଦୀକ୍ଷିତମାନଙ୍କ ସହିତ ତାଙ୍କର ସାକ୍ଷାତକୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ, ସେମାନେ ତାଙ୍କୁ ଦିବ୍ୟ ମନ୍ଦିରରୁ ପବିତ୍ର ପ୍ରସାଦ ପ୍ରଦାନ କରିଥିଲେ ଯେଉଁଠାରେ ଭଗବାନ ଶିବଙ୍କୁ ତାଙ୍କ ନଟରାଜ ରୂପରେ ପୂଜା କରାଯାଏ । ସେ ମନ୍ତବ୍ୟ ଦେଇଥିଲେ ଯେ, ନଟରାଜଙ୍କ ଏହି ରୂପ ଭାରତର ଦର୍ଶନ ଏବଂ ବୈଜ୍ଞାନିକ ଭିତ୍ତିଭୂମିର ପ୍ରତୀକ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଦିଲ୍ଲୀର ଭାରତ ମଣ୍ଡପମରେ ଭଗବାନ ନଟରାଜଙ୍କ ଏହିଭଳି ଏକ ଆନନ୍ଦ ତାଣ୍ଡବ ମୂର୍ତ୍ତି ଶୋଭା ପାଉଛି, ଯେଉଁଠାରେ ୨୦୨୩ ମସିହାରେ G-20 ଶିଖର ସମ୍ମିଳନୀ ସମୟରେ ବିଶ୍ୱ ନେତାମାନେ ଏକତ୍ରିତ ହୋଇଥିଲେ ।

 

ପ୍ରଧାନମନ୍ତ୍ରୀ ସମ୍ମାନିତ ନୟନମାର ସନ୍ଥମାନଙ୍କ ଐତିହ୍ୟ, ସେମାନଙ୍କର ଭକ୍ତି ସାହିତ୍ୟ, ତାମିଲ ସାହିତ୍ୟିକ ଅବଦାନ ଏବଂ ଅଧିନାମମାନଙ୍କ ଆଧ୍ୟାତ୍ମିକ ପ୍ରଭାବ ଉପରେ ଆଲୋକପାତ କରି କହିଥିଲେ "ଭାରତର ଶୈବ ପରମ୍ପରା ଦେଶର ସାଂସ୍କୃତିକ ପରିଚୟ ପ୍ରଦର୍ଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଚୋଳ ସମ୍ରାଟମାନେ ଏହି ସାଂସ୍କୃତିକ ବିକାଶରେ ପ୍ରମୁଖ ସ୍ଥପତି ଥିଲେ ଏବଂ ତାମିଲନାଡୁ ସ୍ପନ୍ଦନଶୀଳ ଶୈବ ଐତିହ୍ୟର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହୋଇ ରହିଛି", ସେ କହିଥିଲେ ଯେ ଏହି ଉପାଦାନଗୁଡ଼ିକ ସାମାଜିକ ଏବଂ ଆଧ୍ୟାତ୍ମିକ କ୍ଷେତ୍ରରେ ଏକ ନୂତନ ଯୁଗର ସୂତ୍ରପାତ କରିଛି । ଆଜି ବିଶ୍ୱ ଅସ୍ଥିରତା, ହିଂସା ଏବଂ ପରିବେଶଗତ ସଙ୍କଟ ଭଳି ଆହ୍ୱାନର ସମ୍ମୁଖୀନ ହେଉଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ, ଶୈବ ଦର୍ଶନ ଫଳପ୍ରଦ ସମାଧାନର ମାର୍ଗ ପ୍ରଦାନ କରେ । ସେ ତିରୁମୁଲାରଙ୍କ ଶିକ୍ଷାକୁ ଉଦ୍ଧୃତ କରିଥିଲେ, ଯିଏ 'ଅନ୍ୱେ ଶିବମ୍' ଲେଖିଥିଲେ, ଯାହାର ଅର୍ଥ "ପ୍ରେମ ହେଉଛି ଶିବ ।" ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ, ଯଦି ବିଶ୍ୱ ଏହି ଚିନ୍ତାଧାରାକୁ ଗ୍ରହଣ କରେ, ତେବେ ଅନେକ ସମସ୍ୟା ଆପେ ସମାଧାନ ହୋଇପାରିବ, ସେ କହିଥିଲେ ଯେ, ଭାରତ 'ଏକ ବିଶ୍ୱ, ଏକ ପରିବାର, ଏକ ଭବିଷ୍ୟତ' ମୂଳମନ୍ତ୍ର ମାଧ୍ୟମରେ ଏହି ଦର୍ଶନକୁ ଆଗକୁ ବଢ଼ାଉଛି ।

 

 

"ଆଜି, ଭାରତ 'ବିକାଶ ବି, ବୀରାସତ୍ ବି' ମନ୍ତ୍ର ଦ୍ୱାରା ପରିଚାଳିତ ହେଉଛି, ଏବଂ ଆଧୁନିକ ଭାରତ ଏହାର ଇତିହାସରେ ଗର୍ବ କରେ", ଶ୍ରୀ ମୋଦୀ କହିଥିଲେ, ଗତ ଦଶନ୍ଧି ଧରି, ଦେଶ ଏହାର ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ମିଶନ ମୋଡରେ କାର୍ଯ୍ୟ କରିଛି । ସେ ଉଲ୍ଲେଖ କରିଥିଲେ ଯେ, ବିଦେଶରେ ଚୋରି ହୋଇ ବିକ୍ରି ହୋଇଥିବା ପ୍ରାଚୀନ ମୂର୍ତ୍ତି ଏବଂ କଳାକୃତିଗୁଡ଼ିକୁ ଭାରତକୁ ଫେରାଇ ଅଣାଯାଇଛି । ପ୍ରଧାନମନ୍ତ୍ରୀ ସୂଚାଇଛନ୍ତି ଯେ ୨୦୧୪ ପରଠାରୁ, ବିଶ୍ୱର ବିଭିନ୍ନ ଦେଶରୁ ୬୦୦ ରୁ ଅଧିକ ପ୍ରାଚୀନ କଳାକୃତିକୁ ଫେରାଇ ଅଣାଯାଇଛି, ଏଥିମଧ୍ୟରୁ ୩୬ ଟି କଳାକୃତି ବିଶେଷ ଭାବରେ ତାମିଲନାଡୁର । ସେ ଉଲ୍ଲେଖ କରିଥିଲେ ଯେ, ନଟରାଜ, ଲିଙ୍ଗୋଦ୍ଭବ, ଦକ୍ଷିଣାମୂର୍ତ୍ତି, ଅର୍ଦ୍ଧନାରୀଶ୍ୱର, ନନ୍ଦୀକେଶ୍ୱର, ଉମା ପରମେଶ୍ୱରୀ, ପାର୍ବତୀ ଏବଂ ସମ୍ବନ୍ଦର ସମେତ ଅନେକ ମୂଲ୍ୟବାନ ଐତିହ୍ୟ ସାମଗ୍ରୀ ପୁଣି ଥରେ ଏହି ଭୂମିରେ ଶୋଭା ପାଉଛି ।

 

ଭାରତର ଐତିହ୍ୟ ଏବଂ ଶୈବ ଦର୍ଶନର ପ୍ରଭାବ ଆଉ ଏହାର ଭୌଗୋଳିକ ସୀମା ପର୍ଯ୍ୟନ୍ତ ସୀମିତ ନୁହେଁ ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ସ୍ମରଣ କରିଥିଲେ ଯେ, ଯେତେବେଳେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ପ୍ରଥମ ଦେଶ ହୋଇଥିଲା, ସେତେବେଳେ ନିର୍ଦ୍ଦିଷ୍ଟ ଚନ୍ଦ୍ରସ୍ଥଳକୁ "ଶିବ-ଶକ୍ତି" ନାମ ଦିଆଯାଇଥିଲା ଏବଂ ଏହା ବିଶ୍ୱ ସ୍ତରରେ ସ୍ୱୀକୃତି ପାଇଛି ।

 

"ଚୋଳ ଯୁଗରେ ହାସଲ ହୋଇଥିବା ଆର୍ଥିକ ଏବଂ ରଣନୈତିକ ଉନ୍ନତି ଆଧୁନିକ ଭାରତ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି; ରାଜରାଜ ଚୋଳ ଏକ ଶକ୍ତିଶାଳୀ ନୌସେନା ପ୍ରତିଷ୍ଠା କରିଥିଲେ, ଯାହାକୁ ରାଜେନ୍ଦ୍ର ଚୋଳ ଆହୁରି ମଜବୁତ କରିଥିଲେ", ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଚୋଳ ଯୁଗରେ ସ୍ଥାନୀୟ ଶାସନ ବ୍ୟବସ୍ଥାର ସଶକ୍ତୀକରଣ ଏବଂ ଏକ ଦୃଢ଼ ରାଜସ୍ୱ ଗଠନ କାର୍ଯ୍ୟକାରୀ କରିବା ସମେତ ପ୍ରମୁଖ ପ୍ରଶାସନିକ ସଂସ୍କାର ଦେଖାଯାଇଥିଲା । ସେ ଉଲ୍ଲେଖ କରିଥିଲେ ଯେ, ଭାରତ ବାଣିଜ୍ୟିକ ଉନ୍ନତି, ସାମୁଦ୍ରିକ ମାର୍ଗର ବ୍ୟବହାର ଏବଂ କଳା ଓ ସଂସ୍କୃତିର ପ୍ରୋତ୍ସାହନ ମାଧ୍ୟମରେ ସମସ୍ତ ଦିଗରେ ଦ୍ରୁତ ଗତିରେ ଅଗ୍ରଗତି କରିଥିଲା। ଚୋଳ ସାମ୍ରାଜ୍ୟ ଏକ ନୂତନ ଭାରତ ନିର୍ମାଣ ପାଇଁ ଏକ ପ୍ରାଚୀନ ରୋଡମ୍ୟାପ୍ ଭାବରେ କାର୍ଯ୍ୟ କରେ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ମୋଦୀ ଆହୁରି କହିଥିଲେ ଯେ, ଏକ ବିକଶିତ ରାଷ୍ଟ୍ର ହେବା ପାଇଁ, ଭାରତକୁ ଏକତାକୁ ପ୍ରାଥମିକତା ଦେବା, ଏହାର ନୌସେନା ଏବଂ ପ୍ରତିରକ୍ଷା ବାହିନୀକୁ ମଜବୁତ କରିବା, ନୂତନ ସୁଯୋଗ ଖୋଜିବା ଏବଂ ଏହାର ମୂଳ ମୂଲ୍ୟବୋଧକୁ ସୁରକ୍ଷିତ ରଖିବା ଉଚିତ। ସେ ସନ୍ତୋଷ ପ୍ରକାଶ କରିଥିଲେ ଯେ, ଦେଶ ଏହି ଦୃଷ୍ଟିକୋଣରୁ ଅନୁପ୍ରାଣିତ ହୋଇ ଆଗକୁ ବଢ଼ୁଛି ।

 

ଆଜିର ଭାରତ ଏହାର ଜାତୀୟ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ଅପରେସନ ସିନ୍ଦୂରକୁ ଉଦ୍ଧୃତ କରି କହିଥିଲେ ଯେ, ବିଶ୍ୱ ଏହାର ସାର୍ବଭୌମତ୍ୱ ବିରୁଦ୍ଧରେ ଯେକୌଣସି ବିପଦ ପ୍ରତି ଭାରତର ଦୃଢ଼ ଏବଂ ନିର୍ଣ୍ଣାୟକ ପ୍ରତିକ୍ରିୟା ଦେଖିଛି । ସେ ଦୃଢ଼ ଭାବରେ କହିଥିଲେ ଯେ, ଏହି ପଦକ୍ଷେପ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି - ଆତଙ୍କବାଦୀ ଏବଂ ଦେଶର ଶତ୍ରୁମାନଙ୍କ ପାଇଁ କୌଣସି ନିରାପଦ ଆଶ୍ରୟସ୍ଥଳ ନାହିଁ । ସେ ଆହୁରି ମଧ୍ୟ କହିଥିଲେ ଯେ, ଅପରେସନ ସିନ୍ଦୂର ଭାରତର ଲୋକଙ୍କ ମଧ୍ୟରେ ଏକ ନୂତନ ବିଶ୍ୱାସ ସୃଷ୍ଟି କରିଛି ଏବଂ ସମଗ୍ର ବିଶ୍ୱ ଏହାକୁ ଦେଖୁଛି । ଶ୍ରୀ ମୋଦୀ ରାଜେନ୍ଦ୍ର ଚୋଳଙ୍କ ଐତିହ୍ୟ ସହିତ ଏକ ଚିନ୍ତନଶୀଳ ସମାନତା ଉଲ୍ଲେଖକରି ଗଙ୍ଗଇକୋଣ୍ଡା ଚୋଳପୁରମର ନିର୍ମାଣ ଉପରେ ଆଲୋକପାତ କରିଥିଲେ । ଗଭୀର ସମ୍ମାନ କାରଣରୁ, ଏହି ମନ୍ଦିର ଗୋପୁରମ ତାଙ୍କ ପିତାଙ୍କ ତାଞ୍ଜାଭୁରରେ ବୃହଦେଶ୍ୱର ମନ୍ଦିର ଅପେକ୍ଷା ନିମ୍ନରେ ନିର୍ମିତ ହୋଇଥିଲା । ନିଜର ସଫଳତା ସତ୍ତ୍ୱେ, ରାଜେନ୍ଦ୍ର ଚୋଳ ନମ୍ରତାର ଉଦାହରଣ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, "ଆଜିର ନୂତନ ଭାରତ ଏହି ଭାବନାର ପ୍ରତୀକ ଏବଂ ଶକ୍ତିଶାଳୀ ହୋଇଥିଲେ ବି ବିଶ୍ୱ କଲ୍ୟାଣ ଏବଂ ଏକତାର ମୂଲ୍ୟବୋଧ ସହ ଜଡିତ ।

 

ଭାରତର ଐତିହ୍ୟରେ ଗର୍ବର ଭାବନାକୁ ଆଗକୁ ବଢ଼ାଇବା ପାଇଁ ତାଙ୍କର ସଂକଳ୍ପକୁ ଦୃଢ଼ କରି ଶ୍ରୀ ମୋଦୀ ଘୋଷଣା କରିଥିଲେ ଯେ, ଆଗାମୀ ସମୟରେ ତାମିଲନାଡୁରେ ରାଜରାଜା ଚୋଳ ଏବଂ ତାଙ୍କ ପୁତ୍ର, ପ୍ରସିଦ୍ଧ ଶାସକ ରାଜେନ୍ଦ୍ର ଚୋଳ ପ୍ରଥମଙ୍କ ଭବ୍ୟ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ସେ କହିଥିଲେ ଯେ, ଏହି ପ୍ରତିମୂର୍ତ୍ତିଗୁଡ଼ିକ ଭାରତର ଐତିହାସିକ ଚେତନାର ଆଧୁନିକ ସ୍ତମ୍ଭ ଭାବରେ କାର୍ଯ୍ୟ କରିବ । ଆଜି ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏ.ପି.ଜେ. ଅବଦୁଲ କଲାମଙ୍କ ମୃତ୍ୟୁ ବାର୍ଷିକୀ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ, ଏକ ବିକଶିତ ଭାରତକୁ ନେତୃତ୍ୱ ଦେବା ପାଇଁ ଦେଶକୁ ଡକ୍ଟର କଲାମ ଏବଂ ଚୋଳ ରାଜାଙ୍କ ପରି ଲକ୍ଷ ଲକ୍ଷ ଯୁବକଙ୍କ ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀ ଶେଷରେ ଜୋର ଦେଇ କହିଥିଲେ ଯେ, ଶକ୍ତି ଏବଂ ଭକ୍ତିରେ ପରିପୂର୍ଣ୍ଣ ଏପରି ଯୁବକମାନେ ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନ ପୂରଣ କରିବେ। ସେ ଆହୁରି ମଧ୍ୟ କହିଥିଲେ ଯେ, ଏକାଠି, ଆମେ ଏକ ଭାରତ, ଶ୍ରେଷ୍ଠ ଭାରତର ସଂକଳ୍ପକୁ ଆଗକୁ ବଢ଼ାଇବୁ ଏବଂ ଏହି ଅବସରରେ ଦେଶକୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ ।

 

ଏହି କାର୍ଯ୍ୟକ୍ରମରେ ପୂଜ୍ୟ ସନ୍ଥ, ତାମିଲନାଡୁର ରାଜ୍ୟପାଳ ଶ୍ରୀ ଆର.ଏନ. ରବି, କେନ୍ଦ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ ପ୍ରମୁଖ ଉପସ୍ଥିତ ଥିଲେ ।

 

ପୃଷ୍ଠଭୂମି

 

ପ୍ରଧାନମନ୍ତ୍ରୀ ଗଙ୍ଗଇକୋଣ୍ଡା ଚୋଳପୁରମ ମନ୍ଦିରରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମ ସମୟରେ ଭାରତର ଅନ୍ୟତମ ମହାନ ସମ୍ରାଟ ରାଜେନ୍ଦ୍ର ଚୋଳ ପ୍ରଥମଙ୍କୁ ସମ୍ମାନିତ କରି ଏକ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଛନ୍ତି । ଏହି ଉତ୍ସବ ରାଜେନ୍ଦ୍ର ଚୋଳ ପ୍ରଥମଙ୍କ ଦକ୍ଷିଣ ପୂର୍ବ ଏସିଆକୁ କିମ୍ବଦନ୍ତୀ ନୌବାଣିଜ୍ୟ ଅଭିଯାନର ୧,୦୦୦ ବର୍ଷ ଏବଂ ଚୋଳ ସ୍ଥାପତ୍ୟର ଏକ ଚମତ୍କାର ଉଦାହରଣ, ପ୍ରତୀକାତ୍ମକ ଗଙ୍ଗଇକୋଣ୍ଡା ଚୋଳପୁରମ ମନ୍ଦିର ନିର୍ମାଣ ଆରମ୍ଭର ମଧ୍ୟ ସ୍ମୃତିଚାରଣ କରେ ।

 

ରାଜେନ୍ଦ୍ର ଚୋଳ ପ୍ରଥମ (1014-1044 CE) ଭାରତୀୟ ଇତିହାସର ସବୁଠାରୁ ଶକ୍ତିଶାଳୀ ଏବଂ ଦୂରଦୃଷ୍ଟିସମ୍ପନ୍ନ ଶାସକମାନଙ୍କ ମଧ୍ୟରୁ ଜଣେ ଥିଲେ । ତାଙ୍କ ନେତୃତ୍ୱରେ, ଚୋଳ ସାମ୍ରାଜ୍ୟ ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଏସିଆରେ ଏହାର ପ୍ରଭାବ ବିସ୍ତାର କରିଥିଲା । ସେ ତାଙ୍କର ବିଜୟୀ ଅଭିଯାନ ପରେ ଗଙ୍ଗଇକୋଣ୍ଡା ଚୋଳପୁରମକୁ ସାମ୍ରାଜ୍ୟ ରାଜଧାନୀ ଭାବରେ ପ୍ରତିଷ୍ଠା କରିଥିଲେ ଏବଂ ସେଠାରେ ସେ ନିର୍ମାଣ କରିଥିବା ମନ୍ଦିର ୨୫୦ ବର୍ଷରୁ ଅଧିକ ସମୟ ପାଇଁ ଶୈବ ଭକ୍ତି, ସ୍ମାରକୀ ସ୍ଥାପତ୍ୟ ଏବଂ ପ୍ରଶାସନିକ ଦକ୍ଷତାର ଏକ ଆଲୋକବର୍ତ୍ତିକା ଭାବରେ କାର୍ଯ୍ୟ କରିଥିଲା । ଆଜି, ମନ୍ଦିରଟି ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଭାବରେ ଠିଆ ହୋଇଛି, ଯାହା ଏହାର ଜଟିଳ ଭାସ୍କର୍ଯ୍ୟ, ଚୋଳ ବ୍ରୋଞ୍ଜ ଏବଂ ପ୍ରାଚୀନ ଶିଳାଲେଖ ପାଇଁ ପ୍ରସିଦ୍ଧ ।

 

ଆଦି ତିରୁବଥିରାଇ ମହୋତ୍ସବ ସମୃଦ୍ଧ ତାମିଲ ଶୈବ ଭକ୍ତି ପରମ୍ପରାକୁ ମଧ୍ୟ ଅନୁପାଳନ କରେ, ଯାହାକୁ ଚୋଳମାନଙ୍କ ଦ୍ୱାରା ଉତ୍ସାହର ସହିତ ସମର୍ଥନ କରାଯାଇଛି ଏବଂ ତାମିଲ ଶୈବ ଧର୍ମର ସନ୍ଥ-କବି - ୬୩ ଜଣ ନୟନମାରଙ୍କ ଦ୍ୱାରା ଅମର କରାଯାଇଛି । ଉଲ୍ଲେଖନୀୟ ଯେ, ରାଜେନ୍ଦ୍ର ଚୋଳଙ୍କ ଜନ୍ମ ତାରା, ତିରୁବଥିରାଇ (ଆର୍ଦ୍ରା), ୨୩ ଜୁଲାଇରେ ଆରମ୍ଭ ହେଉଛି, ଯାହା ଏହି ବର୍ଷର ଉତ୍ସବକୁ ଅଧିକ ମହତ୍ୱ ପ୍ରଦାନ କରୁଛି ।

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Modi Govt’s Rs 1,083-Crore Boost To Chandrababu’s Amaravati Project In Andhra

Media Coverage

Modi Govt’s Rs 1,083-Crore Boost To Chandrababu’s Amaravati Project In Andhra
NM on the go

Nm on the go

Always be the first to hear from the PM. Get the App Now!
...
Seven years of the abrogation of Articles 370 and 35(A)
August 05, 2026

Today the nation marks seven years since the historic abrogation of Articles 370 and 35(A) on 5th August 2019. Prime Minister Modi described it as a defining milestone in India's journey towards inclusive development.

Shri Modi noted that over the past seven years, the people of Jammu and Kashmir and Ladakh have witnessed wide-ranging transformation across sectors. Infrastructure has expanded significantly, while new opportunities have emerged in education, healthcare, entrepreneurship and sports. "The women and members of marginalised communities, who had been deprived of several constitutional rights for decades, have now been empowered through the full application of the Constitution of India", Shri Modi added.

The Prime Minister observed that this year's anniversary assumes even greater significance as the nation commemorates the 125th birth anniversary of Dr. Syama Prasad Mookerjee. He said that Dr. Mookerjee's lifelong commitment to national unity continues to inspire generations, and that the vision he championed found historic fulfilment on 5th August 2019.

Reaffirming the Government's unwavering commitment to the development of Jammu and Kashmir and Ladakh, the Prime Minister said that every citizen must have the opportunity to dream big, realise their aspirations and contribute to the vision of a Viksit Bharat.

The Prime Minister posted on X:

Seven years ago, on this day, Articles 370 and 35(A) became history, marking a decisive new chapter in the journey of Jammu and Kashmir as well as Ladakh.

Since then, the lives of the people of J&K and Ladakh have witnessed wide-ranging transformation. Infrastructure has expanded, opportunities in areas such as education, healthcare, entrepreneurship and sports have grown. Be it the women or the marginalised communities, those who were denied their basic constitutional rights for decades have been empowered thanks to the full application of the Constitution of India.

5th August this year assumes even greater significance as this is the year our nation commemorates the 125th birth anniversary of Dr. Syama Prasad Mookerjee. His lifelong commitment to national unity continues to inspire generations. What he envisioned decades ago found historic fulfilment on 5th August 2019.

We reaffirm our commitment to the progress of Jammu and Kashmir as well as Ladakh and to ensure that every citizen has the opportunity to dream big, achieve and contribute to the making of a Viksit Bharat.

#Article370Abrogation