ଗତ 8 ବର୍ଷ ମଧ୍ୟରେ ଆମେ ଆମର ଗଣତନ୍ତ୍ରକୁ ସୁଦୃଢ଼ ଓ ସ୍ଥିତିସ୍ଥାପକ କରିଛୁ: ପ୍ରଧାନମନ୍ତ୍ରୀ ମୋଦୀ
ଭାରତରେ ଭିତ୍ତିଭୂମି ଏବଂ ଉତ୍ପାଦନ କ୍ଷମତା ନିର୍ମାଣରେ ଜାପାନ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ: ପ୍ରଧାନମନ୍ତ୍ରୀ ମୋଦୀ
ବୈଷୟିକ ନେତୃତ୍ୱାଧୀନ, ବିଜ୍ଞାନ ନେତୃତ୍ୱାଧୀନ, ନବସୃଜନ ନେତୃତ୍ୱାଧୀନ ଏବଂ ପ୍ରତିଭା ନେତୃତ୍ୱାଧୀନ ଭବିଷ୍ୟତକୁ ନେଇ ଭାରତ ଆଶାବାଦୀ: ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୩ ମଇ ୨୦୨୨ ରେ ଜାପାନରେ ଥିବା ୭୦୦ ରୁ ଅଧିକ ପ୍ରବାସୀ ଭାରତୀୟ ସଦସ୍ୟଙ୍କୁ ସମ୍ବୋଧିତ ଏବଂ ଆଲୋଚନା କରିଛନ୍ତି ।

ଏହି କାର୍ଯ୍ୟକ୍ରମ ପୂର୍ବରୁ ପ୍ରଧାନମନ୍ତ୍ରୀ ଜାପାନର ଇଣ୍ଡୋଲୋଜିଷ୍ଟ, କ୍ରୀଡ଼ାବିତ୍‍ ଏବଂ ସାଂସ୍କୃତିକ କଳାକାରଙ୍କ ସହ ସାକ୍ଷାତ କରିଥିଲେ ଯେଉଁମାନେ ଭାରତ ଏବଂ ଜାପାନ ମଧ୍ୟରେ ସାଂସ୍କୃତିକ ତଥା ଲୋକମାନଙ୍କ ମଧ୍ୟରେ ଭାବ ବିନିମୟକୁ ପ୍ରୋତ୍ସାହିତ କରୁଛନ୍ତି । ପ୍ରଧାନମନ୍ତ୍ରୀ ଜାପାନରେ ପ୍ରଭାସୀ ଭାରତୀୟ ସମ୍ମାନ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ମଧ୍ୟ ଭେଟିଛନ୍ତି । ଜାପାନରେ ୪୦,୦୦୦ ରୁ ଅଧିକ ପ୍ରବାସୀ ଭାରତୀୟ ରହିଛନ୍ତି ।

ଭାରତୀୟ ସମ୍ପ୍ରଦାୟ ସଦସ୍ୟଙ୍କୁ ସେମାନଙ୍କର ଦକ୍ଷତା, ପ୍ରତିଭା ଏବଂ ଉଦ୍ୟୋଗୀତା ଏବଂ ମାତୃଭୂମି ସହିତ ଯୋଗାଯୋଗ ପାଇଁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସ୍ୱାମୀ ବିବେକାନନ୍ଦ ଏବଂ ରବୀନ୍ଦ୍ର ନାଥ ଟାଗୋରଙ୍କ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ ଭାରତ ଏବଂ ଜାପାନ ମଧ୍ୟରେ ଥିବା ଗଭୀର ସାଂସ୍କୃତିକ ସମ୍ପର୍କ ଉପରେ ଆଲୋକପାତ କରିଛନ୍ତି । ନିକଟ ଅତୀତରେ ଭାରତରେ ବିଭିନ୍ନ ସାମାଜିକ-ଅର୍ଥନୈତିକ ବିକାଶ ଏବଂ ସଂସ୍କାରମୂଳକ ପଦକ୍ଷେପ ବିଶେଷ ଭାବରେ ଭିତ୍ତିଭୂମି, ପ୍ରଶାସନ, ସବୁଜ ବିକାଶ, ଡିଜିଟାଲ୍ ବିପ୍ଳବ ଉପରେ ସେ ଆଲୋକପାତ କରିଥିଲେ । ସେ "ଭାରତ ଚଲୋ, ଭାରତ ସେ ଯୋଡୋ” ର ଅଭିଯାନରେ ଯୋଗଦେବା ପାଇଁ ଭାରତୀୟ ସମ୍ପ୍ରଦାୟକୁ ଆମନ୍ତ୍ରଣ କରିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The entrepreneurs building a self-reliant India

Media Coverage

The entrepreneurs building a self-reliant India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 21, 2026
July 21, 2026

Self-Reliance Is No Longer a Slogan — It’s Happening Across Engines, UPI, Vaccines & FDI Under the Leadership of PM Modi