ଗତ 8 ବର୍ଷ ମଧ୍ୟରେ ଆମେ ଆମର ଗଣତନ୍ତ୍ରକୁ ସୁଦୃଢ଼ ଓ ସ୍ଥିତିସ୍ଥାପକ କରିଛୁ: ପ୍ରଧାନମନ୍ତ୍ରୀ ମୋଦୀ
ଭାରତରେ ଭିତ୍ତିଭୂମି ଏବଂ ଉତ୍ପାଦନ କ୍ଷମତା ନିର୍ମାଣରେ ଜାପାନ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ: ପ୍ରଧାନମନ୍ତ୍ରୀ ମୋଦୀ
ବୈଷୟିକ ନେତୃତ୍ୱାଧୀନ, ବିଜ୍ଞାନ ନେତୃତ୍ୱାଧୀନ, ନବସୃଜନ ନେତୃତ୍ୱାଧୀନ ଏବଂ ପ୍ରତିଭା ନେତୃତ୍ୱାଧୀନ ଭବିଷ୍ୟତକୁ ନେଇ ଭାରତ ଆଶାବାଦୀ: ପ୍ରଧାନମନ୍ତ୍ରୀ ମୋଦୀ

ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ, ଯେତେବେଳେ ମଧ୍ୟ ମୁଁ ଜାପାନ ଆସୁଛି ସେତେବେଳେ ମୁଁ ପ୍ରତ୍ୟେକ ଥର ଦେଖୁଛି ଯେ ଆପଣମାନଙ୍କର ସ୍ନେହର ବର୍ଷା ପ୍ରତି ଥର ବୃଦ୍ଧି ପାଇ ଚାଲିଛି। ଆପଣମାନଙ୍କ ମଧ୍ୟରୁ ଏମିତି କେତେକ ସାଥୀ ଅଛନ୍ତି ଯେଉଁମାନେ ଅନେକ ବର୍ଷ ଧରି ଏଠାରେ ବସବାସ କରି ଆସୁଛନ୍ତି । ଜାପାନର ଭାଷା, ଏଠାକାର ବେଶଭୂଷା, ସଂସ୍କୃତି ଖାଦ୍ୟପେୟ ଏକ ପ୍ରକାରରେ ଆପଣଙ୍କ ଜୀବନର ଏକ ଅଭିନ୍ନ ଅଂଶ ମଧ୍ୟ ପାଲଟି ଯାଇଛି, ଆଉ ଏକ ଅଭିନ୍ନ ଅଂଶ ମଧ୍ୟ ପାଲଟି ଯିବାର ଅନ୍ୟ ଏକ କାରଣ ଏହା ମଧ୍ୟ ହେଉଛି ଯେ ଭାରତୀୟ ସମୁଦାୟଙ୍କ ସଂସ୍କାର ସମାବେଶ ହୋଇ ରହି ଆସିଛି। କିନ୍ତୁ ଏହା ସହିତ ଜାପାନରେ ନିଜର ପରମ୍ପରା, ନିଜସ୍ୱ ମୂଲ୍ୟବୋଧ, ନିଜ ଜୀବନରେ ମାଟି ମାଆ ପ୍ରତି ଯେଉଁ ପ୍ରତିବଦ୍ଧତା ରହିଛି ତାହା ମଧ୍ୟ ହେଉଛି ଖୁବ୍ ଗଭୀର। ଆଉ ଏହି ଦୁଇଟି ଯାକର ମିଳନ ହୋଇଛି। ଏଥିପାଇଁ ସ୍ୱାଭାବିକ ଭାବେ ଏକ ଆପଣାପଣର ଅନୁଭବ ହେବା ହେଉଛି ବହୁତ ସ୍ୱାଭାବିକ।

ସାଥୀଗଣ,

ଆପଣମାନେ ଏଠାରେ ରହିଛନ୍ତି, ବହୁତ ଲୋକ ଆପଣମାନେ ଏଠାରେ ବସବାସ କରି ରହି ଯାଇଛନ୍ତି। ମୁଁ ଜାଣିଛି କିଛି ଲୋକ ଏଠାରେ ମଧ୍ୟ ବିବାହ କରି ରହି ଯାଇଛନ୍ତି। କିନ୍ତୁ ଏହା ମଧ୍ୟ ଠିକ ଯେ ଏତେ ବର୍ଷ ଧରି ଯୋଡ଼ି ହେବା ସତ୍ୱେ ଭାରତ ପ୍ରତି ଆପଣମାନଙ୍କର ଶ୍ରଦ୍ଧା ଭାରତ ବିଷୟରେ ଯେତେବେଳେ କିଛି ଭଲ ଖବର ଆସିଥାଏ ତେବେ ଆପଣମାନଙ୍କର ଖୁସିର ସୀମା ରହେ ନାହିଁ। ହୋଇଥାଏ ନା ? ଆଉ କେତେବେଳେ କିଛି ଖରାପ ଖବର ଆସିଯାଏ, ତେବେ ସବୁଠାରୁ ଅଧିକ ଦୁଃଖୀ ଆପଣମାନେ ହିଁ ହୋଇଥାଆନ୍ତି। ଏହି ବିଶେଷତ୍ୱ ହେଉଛି ଆମ୍ଭମାନଙ୍କର, ଯେ ଆମେ କର୍ମଭୂମି ସହିତ ତନ-ମନରେ ଯୋଡ଼ି ହୋଇଯାଉ, ନିଜକୁ ଖାପ ଖୁଆଇ ନେଉ କିନ୍ତୁ ମାତୃଭୂମିର ମୂଳ ସହିତ ଆମର ଯେଉଁ ଆକର୍ଷଣ ରହିଥାଏ, ତାହାଠାରୁ କେବେହେଲେ ମଧ୍ୟ କୌଣସି ଦୂରତା ସୃଷ୍ଟି ହେବାକୁ ଦେଇ ନ ଥାଉ ଆଉ ଏହା ହେଉଛି ଆମର ସବୁଠାରୁ ବଡ଼ ସାମର୍ଥ୍ୟ।

ସାଥୀଗଣ,

ସ୍ୱାମୀ ବିବେକାନନ୍ଦ ମହୋଦୟ ଯେତେବେଳେ ନିଜର ଐତିହାସିକ ସମ୍ବୋଧନ ପାଇଁ ଚିକାଗୋ ଯାଉଥିଲେ ତେବେ ତାହା ପୂର୍ବରୁ ସେ ଜାପାନ ଆସିଥିଲେ ଆଉ ଜାପାନ ତାଙ୍କର ମନ ମନ୍ଦିରରେ, ତାଙ୍କର ମନ ମସ୍ତିଷ୍କ ଉପରେ ଏକ ଗଭୀର ରେଖାପାତ କରିଥିଲା। ଜାପାନର ଲୋକମାନଙ୍କର ଦେଶଭକ୍ତି, ଜାପାନର ଲୋକମାନଙ୍କର ଆତ୍ମବିଶ୍ୱାସ, ଏଠାକାର ଅନୁଶାସନ, ସ୍ୱଚ୍ଛତା ପାଇଁ ଜାପାନର ଲୋକମାନଙ୍କର ସଚେତନତା, ବିବେକାନନ୍ଦ ମହୋଦୟ ଖୋଲାଖୋଲି ଭାବେ ଏହି କଥାର ପ୍ରଶଂସା କରିଥିଲେ। ଗୁରୁଦେବ ରବୀନ୍ଦ୍ର ନାଥ ଟେଗୋର ମହୋଦୟ ଏହା ମଧ୍ୟ କହୁଥିଲେ, ଜାପାନ ହେଉଛି ଏଭଳି ଏକ ଦେଶ ଯାହା ଏକାଧାରାରେ ହେଉଛି ପ୍ରାଚୀନ ଏବଂ ହେଉଛି ଆଧୁନିକ ମଧ୍ୟ। ଆଉ ଟେଗୋର କହିଥିଲେ, ‘ଜାପାନ ହେଉଛି ଏକ ସହଜ ପୁରାତନ ପ୍ରସ୍ପୁଟିତ ପଦ୍ମ ଭଳି, ଅର୍ଥାତ ସେ କହିବାକୁ ଚାହୁଁଥିଲେ ଯେ ଜାପାନ ପଦ୍ମର ଫୁଲ ଭଳି ଯେତିକି ଦୃଢ଼ତାର ସହିତ ନିଜର ମୂଳ ସହିତ ଯୋଡ଼ି ହୋଇଛି ସେତିକି ହିଁ ଭବ୍ୟତାର ସହିତ ସେ ଚତୁର୍ଦ୍ଦିଗରେ ସୁନ୍ଦରତାକୁ ମଧ୍ୟ ବୃଦ୍ଧି କରୁଛି। ଆମର ଏହି ସବୁ ମହାପୁରୁଷ ମାନଙ୍କର ଏହି ପ୍ରକାରର ପବିତ୍ର ଭାବନା ଜାପାନ ସହିତ ଆମର ସମ୍ବନ୍ଧର ଗଭୀରତାକୁ ସ୍ପଷ୍ଟ କରୁଛି।

ସାଥୀଗଣ,

ଚଳିତ ଥର ଯେତେବେଳେ ଜାପାନ ଆସିଛି ସେତେବେ ଆମର କୂଟନୈତିକ ସମ୍ବନ୍ଧକୁ ସତୁରୀ ବର୍ଷ ହେବାକୁ ଯାଉଛି, ସାତ ଦଶକ। ସାଥୀଗଣ ଆପଣମାନେ ମଧ୍ୟ ଏଠାରେ ରହି ଅନୁଭବ କରୁଥିବେ। ହିନ୍ଦୁସ୍ତାନରେ ମଧ୍ୟ ପ୍ରତ୍ୟେକ ଲୋକ ଅନୁଭବ କରୁଛନ୍ତି ଯେ ଭାରତ ଏବଂ ଜାପାନ ହେଉଛନ୍ତି ପ୍ରାକୃତିକ ସାଥୀ। ଭାରତର ବିକାଶ ଯାତ୍ରାରେ ଜାପାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହି ଆସିଛି। ଜାପାନ ସହିତ ଆମର ସମ୍ବନ୍ଧ ହେଉଛି ଆତ୍ମୀୟତାର, ହେଉଛି ଆଧ୍ୟାତ୍ମିକତାର, ଜାପାନ ସହିତ ଆମର ସମ୍ବନ୍ଧ ହେଉଛି ସହଯୋଗର, ହେଉଛି ଆନ୍ତରିକତାର। ଆଉ ଏଥିପାଇଁ ଏହି ସମ୍ପର୍କ ହେଉଛି ଏକ ପ୍ରକାରରେ ଆମର ସାମର୍ଥ୍ୟର, ଏହି ସମ୍ପର୍କ ହେଉଛି ସମ୍ମାନର। ଆଉ ଏହି ସମ୍ପର୍କ ହେଉଛି ବିଶ୍ୱ ପାଇଁ ସମନ୍ୱିତ ସଂକଳ୍ପର ମଧ୍ୟ। ଜାପାନ ସହିତ ଆମର ସମ୍ବନ୍ଧ ହେଉଛି ବୁଦ୍ଧଙ୍କର, ହେଉଛି ବୌଦ୍ଧଙ୍କର, ହେଉଛି ଜ୍ଞାନର। ଆମର ମହାକାଳ ଅଛନ୍ତି ତ ଜାପାନରେ ଡାଇକୋକୁଟେନ ଅଛନ୍ତି। ଆମର ବ୍ରହ୍ମା ଅଛନ୍ତି ତ ଜାପାନରେ ବୋନଟେନ ଅଛନ୍ତି, ଆମର ମାଆ ସରସ୍ୱତୀ ଅଛନ୍ତି ତ ଜାପାନରେ ବେନଜୈଟେନ ଅଛନ୍ତି। ଆମର ମା ସରସ୍ୱତୀ ଅଛନ୍ତି ତ, ଜାପାନରେ ବେନଜାଇଟେନ ଅଛନ୍ତି। ଆମର ମହାଦେବୀ ଲକ୍ଷ୍ମୀ ଅଛନ୍ତି ତ ଜାପାନରେ କିଚିଜୋଟେନ ଅଛନ୍ତି। ତେବେ ଆମର ଗଣେଶ ଅଛନ୍ତି ତ, ଜାପାନରେ କାଙ୍ଗୀଟେନ ଅଛନ୍ତି। ଜାପାନରେ ଯଦି ଜୈନ ପରମ୍ପରା ରହିଛି ତେବେ ଆମେ ଧ୍ୟାନକୁ, ମେଡିଟେସନ ବା ଯୋଗକୁ ଆତ୍ମା ସହିତ ସାକ୍ଷାତକାର କରିବା କାର୍ଯ୍ୟର ମାଧ୍ୟମ ବୋଲି ମାନୁଛେ।

ଏକବିଂଶ ଶତାବ୍ଦୀର ଭାରତ ଏବଂ ଜାପାନର ଏହି ସାଂସ୍କୃତିକ ସମ୍ବନ୍ଧଗୁଡ଼ିକୁ ଆମେ ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହିତ ଆଗକୁ ବଢ଼ାଇ ଚାଲିଛୁ, ଆଉ ମୁଁ ହେଉଛି କାଶୀର ସାଂସଦ, ତେଣୁ ବଡ଼ ଗର୍ବର ସହିତ କହିବାକୁ ଚାହିଁବି ଯେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିୟା ପି ଯେତେବେଳେ କାଶୀ ଯାଇଥିଲେ, ସେତେବେଳେ ସେ ଏକ ଖୁବ ସୁନ୍ଦର ଉପହାର କାଶୀକୁ ଦେଇଥିଲେ। ଜାପାନ ସହଯୋଗରେ କାଶୀରେ ନିର୍ମାଣ କରାଯାଇଥିବା ରୁଦ୍ରାକ୍ଷ ଆଉ କେବେ ମୋର କର୍ମଭୂମି ରହି ଆସିଥିବା ଅହମ୍ମଦାବାଦରେ ଜୈନ ଗାର୍ଡେନ, ଆଉ କାଇଜୈନ ଆକାଡେମୀ ଏହା ହେଉଛି ଏଭଳି କଥା ଯାହା ଆମକୁ କେତେ ନିକଟତର କରି ଦେଇଛି। ଆପଣମାନେ ଏଠାରେ ଜାପାନରେ ରହି ମଧ୍ୟ ଏହି ଐତିହାସିକ ବନ୍ଧନକୁ ଆହୁରି ସୁଦୃଢ଼ କରୁଛନ୍ତି ଆଉ ସଶକ୍ତ କରୁଛନ୍ତି।

ସାଥୀଗଣ,

ଆଜିକାର ଦୁନିଆକୁ ଭଗବାନ ବୁଦ୍ଧଙ୍କର ବିଚାର ଉପରେ, ତାଙ୍କ ପ୍ରଦର୍ଶିତ ମାର୍ଗ ଉପରେ ଚାଲିବାର ଆବଶ୍ୟକତା ହୁଏତ ପୂର୍ବାପେକ୍ଷା ଅଧିକ ରହିଛି। ଏହି ରାସ୍ତା ହେଉଛି ଯାହା ଆଜି ଦୁନିଆର ସମସ୍ତ ଆହ୍ୱାନ ସେ ହୁଏତ ହିଂସା ହେଉ, ଅରାଜକତା ହେଉ, ଆତଙ୍କବାଦ ହେଉ, ଜଳବାୟୁ ପରିବର୍ତନ ହେଉ, ଏହି ସବୁରୁ ମାନବତାକୁ ବଂଚାଇବାର ଏହା ହେଉଛି ମାର୍ଗ। ଭାରତ ସୌଭାଗ୍ୟଶାଳୀ ଅଟେ ଯେ ଏହାକୁ ଭଗବାନ ବୁଦ୍ଧଙ୍କର ପ୍ରତ୍ୟକ୍ଷ ଆଶୀର୍ବାଦ ପ୍ରାପ୍ତ ହେଲା। ତାଙ୍କର ବିଚାରଧାରାଗୁଡ଼ିକୁ ଅଭ୍ୟସ୍ତ କରି ଭାରତ ନିରନ୍ତର ମାନବତାର ସେବା କରୁଛି। ଆହ୍ୱାନ ଗୁଡ଼ିକ ହୁଏତ ଯେ କୌଣସି ପ୍ରକାରର ହେଉ, କେତେ ବଡ଼ ହେଉ ନା କାହିଁକି ଭାରତ ସେଗୁଡ଼ିକର ସମାଧାନ ଖୋଜି ବାହାର କରିଥାଏ। କରୋନା ଦ୍ୱାରା ବିଶ୍ୱ ସମ୍ମୁଖରେ ଶହେ ବର୍ଷର ସବୁଠାରୁ ବଡ଼ ଯେଉଁ ସଙ୍କଟ ସୃଷ୍ଟି ହେଲା, ତାହା ଆମ ସମ୍ମୁଖରେ ରହିଛି ଆଉ ଏହା ଯେତେବେଳେ ଆରମ୍ଭ ହୋଇଥିଲା, ସେତେବେଳେ କାହାକୁ ଜଣା ନ ଥିଲା ଯେ ଆଗକୁ ଯାଇ କ’ଣ ହେବ। ଆରମ୍ଭରେ ତ ଏହିଭଳି ଲାଗୁଥିଲା ସେଠାରେ ଆସିଛି, ଏଠାରେ କ’ଣ ଅଛି। କାହାକୁ ମଧ୍ୟ ଜଣା ନ ଥିଲା ଏହାକୁ କିଭଳି ମୁକାବିଲା କରାଯିବ? ଆଉ ଟିକା ମଧ୍ୟ ନ ଥିଲା ଆଉ ନା ହିଁ ଏହି କଥାର କୌଣସି ଅନୁମାନ ରହିଥିଲା ଯେ କେତେ ସମୟ ଭିତରେ ଟିକା ଆସିଯିବ। ଏପରିକି ଏହି କଥା ଉପରେ ମଧ୍ୟ ସନ୍ଦେହ ରହିଥିଲା ଯେ ଟିକା ଆସିବ କି ଆସିବ ନାହିଁ। ଚାରିଆଡ଼େ ଅନିଶ୍ଚିତତାର ବାତାବରଣ ରହିଥିଲା। ସେହିସବୁ ପରିସ୍ଥିତିରେ ମଧ୍ୟ ଭାରତ ବିଶ୍ୱର ଅନ୍ୟ ଦେଶଗୁଡ଼ିକୁ ଔଷଧ ପଠାଇଲା। ଯେତେବେଳେ ଟିକା ଉପଲବ୍ଧ ହେଲା ସେତେବେଳେ ଭାରତ ମେଡ୍ ଇନ୍ ଇଣ୍ଡିଆ ଟିକାକୁ ନିଜର କୋଟି- କୋଟି ନାଗରିକମାନଙ୍କୁ ମଧ୍ୟ ଆଉ ବିଶ୍ୱର ଶହେରୁ ଅଧିକ ଦେଶକୁ ମଧ୍ୟ ପଠାଇଲା।

 

 

ସାଥୀଗଣ,

ନିଜର ସ୍ୱାସ୍ଥ୍ୟସେବାକୁ ଆହୁରି ଉନ୍ନତ କରିବା ପାଇଁ ଭାରତ ଅଦ୍ଭୂତପୂର୍ବ ନିବେଶ କରୁଛି। ଦୂର-ଦୂରାନ୍ତର ଅଂଚଳମାନଙ୍କରେ ମଧ୍ୟ ସ୍ୱାସ୍ଥ୍ୟସେବାର ସୁବିଧା ପହଂଚୁ ଏଥିପାଇଁ ଦେଶରେ ଲକ୍ଷ- ଲକ୍ଷ ନୂତନ ଆରୋଗ୍ୟ କେନ୍ଦ୍ର ନିର୍ମାଣ କରାଯାଉଛି। ଆପଣମାନେ ଏହା ଜାଣି ମଧ୍ୟ ଖୁସି ହେବେ ଯେ, ବୋଧହୁଏ ଆଜି ଆପଣମାନେ ଶୁଣିଥିବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଭାରତର ଆଶାକର୍ମୀ, ଆଶା ଭଉଣୀମାନଙ୍କୁ ମହାନିର୍ଦ୍ଦେଶକ ବିଶ୍ୱ ସ୍ୱାସ୍ଥ୍ୟ ନେତୃତ୍ୱ ପୁରସ୍କାରରେ ସମ୍ମାନିତ କରିଛି। ଭାରତର ଲକ୍ଷ- ଲକ୍ଷ ଆଶା ଭଉଣୀ ମାତୃ ଯତ୍ନ ଠାରୁ ନେଇ ଟିକା ପର୍ଯ୍ୟନ୍ତ, ପୋଷଣରୁ ନେଇ ସ୍ୱଚ୍ଛତା ପର୍ଯ୍ୟନ୍ତ ଦେଶର ସ୍ୱାସ୍ଥ୍ୟ ଅଭିଯାନକୁ ଗାଁ ମଧ୍ୟରେ ଗତି ପ୍ରଦାନ କରୁଛନ୍ତି ମୁଁ ଆଜି ଜାପାନର ଧରଣୀରୁ ଆମର ସମସ୍ତ ଆଶାକର୍ମୀ ଭଉଣୀମାନଙ୍କୁ ହୃଦୟର ସହିତ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି। ସେମାନଙ୍କୁ ସଲାମ କରୁଛି।

ସାଥୀଗଣ,

ଭାରତ ଆଜି କୌଣସି ପ୍ରକାରରେ ବୈଶ୍ୱିକ ଆହ୍ୱାନର ମୁକାବିଲା କରିବାରେ ସାହାଯ୍ୟ କରୁଛି। ଏହାର ଆଉ ଏକ ଉଦାହରଣ ମଧ୍ୟ ହେଉଛି ପରିବେଶର। ଆଜି ଜଳବାୟୁ ପରିବର୍ତନ ବିଶ୍ୱ ସମ୍ମୁଖରେ ଉଭା ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କଟ ହୋଇ ଠିଆ ହୋଇଛି। ଆମେ ଭାରତରେ ଏହି ଆହ୍ୱାନକୁ ଦେଖିଲୁ ମଧ୍ୟ ଆଉ ସେହି ସମସ୍ୟାର ସମାଧାନ କରିବା ପାଇଁ ରାସ୍ତା ଖୋଜିବା ଦିଗରେ ଆମେ ଆଗକୁ ବଢ଼ିଲୁ। ଭାରତ 2070 ପର୍ଯ୍ୟନ୍ତ ନେଟ୍ ଜିରେ ପାଇଁ ପ୍ରତିଶ୍ରୁତିବଦ୍ଧ। ଆମେ ଆନ୍ତର୍ଜାତିୟ ସୌର ମେଂଟ ଭଳି ବିଶ୍ୱସ୍ତରୀୟ ପଦକ୍ଷେପର ମଧ୍ୟ ନେତୃତ୍ୱ ନେଇଛୁ। ଜଳବାୟୁ ପରିବର୍ତନ କାରଣରୁ ବିଶ୍ୱ ଉପରେ ପ୍ରାକୃତିକ ବିପର୍ଯ୍ୟୟର ବିପଦ ମଧ୍ୟ ବୃଦ୍ଧି ପାଇଛି। ଏହି ବିପର୍ଯ୍ୟୟର ବିପଦକୁ ସେଗୁଡ଼ିକୁ ପ୍ରଦୂଷଣର ଦୁସ୍ପ୍ରଭାବକୁ ଜାପାନର ଲୋକମାନଙ୍କ ଠାରୁ ଆଉ କିଏ ଭଲ ଭାବେ ବୁଝି ପାରିବ। ପ୍ରାକୃତିକ ବିପର୍ଯ୍ୟୟ ଗୁଡ଼ିକ ଜାପାନର ଲୋକମାନଙ୍କୁ ଏହା ସହିତ ଲଢ଼ିବା ପାଇଁ କ୍ଷମତାକୁ ମଧ୍ୟ ନିର୍ମାଣ କରି ଦେଇଛି। ଯେଉଁଭଳି ଭାବେ ଜାପାନର ଲୋକମାନେ ଏହି ସବୁ ଆହ୍ୱାନଗୁଡ଼ିକର ମୁକାବିଲା କରିଛନ୍ତି, ପ୍ରତ୍ୟେକ ସମସ୍ୟା କିଛି ନା କିଛି ଶିଖାଇଛି। ତାହାର ସମାଧାନ ଖୋଜିଛନ୍ତି ଆଉ ବ୍ୟବସ୍ଥାଗୁଡ଼ିକୁ ମଧ୍ୟ ବିକଶିତ କରିଛନ୍ତି। ବ୍ୟକ୍ତିମାନଙ୍କର ମଧ୍ୟ ସେହିଭଳି ଭାବେ ସଂସ୍କାର କରିଛନ୍ତି। ଏହା ହେଉଛି ନିଜକୁ ନିଜ ମଧ୍ୟରେ ପ୍ରଶଂସାଯୋଗ୍ୟ କଥା। ଏହି ଦିଗରେ ମଧ୍ୟ ଭାରତ ସିଡିଆରଆଇ ବା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସମନ୍ୱୟ ଭିତିଭୂମିରେ ଅଗ୍ରଣୀ ସ୍ଥାନରେ ରହିଛି।

ସାଥୀଗଣ,

ଆଜି ଭାରତ ସବୁଜ ଭବିଷ୍ୟତ, ସବୁଜ କର୍ମସଂସ୍ଥାନ କ୍ୟାରିୟର ରୋଡମ୍ୟାପ ପାଇଁ ମଧ୍ୟ ଖୁବ୍ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଭାରତରେ ଇଲେକ୍ଟ୍ରିକ୍ ମୋବିଲିଟିକୁ ବ୍ୟାପକ ପ୍ରୋତ୍ସାହନ ଦିଆ ଯାଉଛି। ସବୁଜ ଉଦଜାନକୁ ହାଇଡ୍ରୋକାର୍ବନର ବିକଳ୍ପ ଭାବେ ପ୍ରସ୍ତୁତ କରିବା ପାଇଁ ବିଶେଷ ମିଶନ୍ ଆରମ୍ଭ କରାଯାଇଛି। ଜୈବ- ଇନ୍ଧନ ସହିତ ଜଡ଼ିତ ଗବେଷଣା ଏବଂ ଭିତିଭୂମିର ନିର୍ମାଣ ଉପରେ ବହୁତ ବଡ଼ ମାତ୍ରାରେ କାର୍ଯ୍ୟ ଚାଲୁ ରହିଛି। ଭାରତ ଏହି ଦଶକର ଶେଷ ବେଳକୁ ନିଜର ସର୍ବମୋଟ ସ୍ଥାପିତ ଶକ୍ତି କ୍ଷମତାକୁ 50 ପ୍ରତିଶତ ଅଣ- ଜୀବାଶ୍ମ ଇନ୍ଧନ ଦ୍ୱାରା ପୂରଣ କରିବାର ସଂକଳ୍ପ ନେଇଛି।

ସାଥୀଗଣ,

ସମସ୍ୟାଗୁଡ଼ିକର ସମାଧାନକୁ ନେଇ ଭାରତୀୟମାନଙ୍କର ଯେଉଁ ଆତ୍ମବିଶ୍ୱାସ ରହିଛି ଏହି ଆତ୍ମବିଶ୍ୱାସ ଆଜି ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକ ଦିଗରେ, ପ୍ରତ୍ୟେକ ପଦକ୍ଷେପରେ ଦେଖିବାକୁ ମିଳୁଛି। ବିଶ୍ୱ ଯୋଗାଣ ଶୃଙ୍ଖଳକୁ ଯେଭଳି ଭାବେ ବିଗତ ଦୁଇ ବର୍ଷ ଧରି କ୍ଷତି ପହଂଚିଛି। ସଂମ୍ପୂର୍ଣ୍ଣ ଯୋଗାଣ ଶୃଙ୍ଖଳ ଉପରେ ପ୍ରଶ୍ନ ଚିହ୍ନ ଘେରି ରହିଛି। ଆଜି ସମଗ୍ର ବିଶ୍ୱ ପାଇଁ ଏହା ନିଜକୁ ନିଜ ମଧ୍ୟରେ ଏକ ବହୁତ ବଡ ସଂକଟ ହୋଇ ରହିଛି। ଭବିଷ୍ୟତରେ ଏଭଳି ସ୍ଥିତିରୁ ରକ୍ଷା ପାଇବା ପାଇଁ ଆମେ ଆତ୍ମନିର୍ଭର ଭାରତର ସଂକଳ୍ପ ସହିତ ଆଗକୁ ଅଗ୍ରସର ହେଉଛୁ, ଏବଂ ଆତ୍ମନିର୍ଭରଶୀଳତାର ଆମର ଏହି ସଂକଳ୍ପ ଯେ କେବଳ ଖାଲି ଭାରତ ପାଇଁ ଏପରି ନୁହେଁ। ଏହା ଏକ ସ୍ଥିର, ବିଶ୍ୱସ୍ଥ ବିଶ୍ୱ ଯୋଗାଣ ଶୃଙ୍ଖଳ ପାଇଁ ହେଉଛି ବହୁତ ବଡ଼ ନିବେଶ। ଆଜି ସମଗ୍ର ବିଶ୍ୱ ଏହା ଅନୁଭବ କରିଛି ଯେ ଯେଉଁ ଗତିରେ ଏବଂ ଯେଉଁ ମାତ୍ରାରେ ଭାରତ କାର୍ଯ୍ୟ କରି ପାରିବ, ତାହା ହେଉଛି ଅଦ୍ଭୁତପୂର୍ବ। ଆଜି ମଧ୍ୟ ସାରା ବିଶ୍ୱ ଏହା ଦେଖୁଛି ଯେ ଯେଉଁ ପ୍ରକାରରେ, ଯେଉଁ ମାତ୍ରାରେ ଭାରତ ଆନୁଷ୍ଠାନିକ ଭିତିଭୂମି ଦକ୍ଷତା ନିର୍ମାଣ ଉପରେ ଗୁରୁତ୍ୱ ଦେଉଛି, ତାହା ମଧ୍ୟ ହେଉଛି ଅଦ୍ଭୁତପୂର୍ବ। ମୁଁ ଖୁସୀ ଯେ, ଆମର ଏହି ସାମର୍ଥ୍ୟର ନିର୍ମାଣରେ ଜାପାନର ଏକ ଗୁରୁତ୍ୱପୁର୍ଣ୍ଣ ଭାଗିଦାରୀ ରହିଛି। ମୁମ୍ବଇ- ଅହମଦାବାଦ ହାଇସ୍ପିଡ୍ ରେଳ ହେଉ, ଦିଲ୍ଲୀ- ମୁମ୍ବଇ ଇଣ୍ଡଷ୍ଟ୍ରିଆଲ କରିଡର ହେଉ, ଉତ୍ସର୍ଗୀକୃତ ଫ୍ରେଟ କରିଡର ହେଉ, ଏହା ଭାରତ ଜାପାନ ସହଯୋଗର ହେଉଛି ବହୁତ ବଡ଼ ଉଦାହରଣ।

ସାଥୀଗଣ,

ଭାରତରେ ହେଉଥିବା ପରିବର୍ତନରେ ଆଉ ଏକ ସ୍ୱତନ୍ତ୍ର କଥା ହେଉଛି। ଆମେ ଭାରତରେ ଏକ ଦୃଢ ଏବଂ ମଜବୁତ, ଦାୟିତ୍ୱ ସମ୍ପର୍ଣ୍ଣ ଗଣତନ୍ତ୍ରର ପରିଚୟ ସୃଷ୍ଟି କରିଛୁ। ଯାହାକୁ ଆମେ ବିଗତ ଆଠ ବର୍ଷ ଧରି ଲୋକଙ୍କ ଜୀବନରେ ସକରାତ୍ମକ ପରିବର୍ତନର ମାଧ୍ୟମ କରିଛୁ। ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆଜି ସମାଜର ସେହି ଲୋକ ମଧ୍ୟ ଯୋଡି ହେଉଛନ୍ତି। ଯେଉଁମାନେ କେବେ ଗୌରବର ସହିତ ଏହା ଅନୁଭବ କରୁ ନ ଥିଲେ ଯେ ସେମାନେ ମଧ୍ୟ ହେଉଛନ୍ତି ଏହାର ଏକ ଅଂଶ। ପ୍ରତ୍ୟେକ ଥର, ପ୍ରତି ନିର୍ବାଚନରେ ରେକର୍ଡ ସଂଖ୍ୟକ ମତଦାନ ଆଉ ସେଥିରେ ଆମର ଯେଉଁ ମାଆ- ଭଉଣୀମାନେ ଅଛନ୍ତି ସେମାନଙ୍କୁ ଟିକେ ଖୁସୀ ଲାଗିବ। ଆପଣ ଯଦି ଭାରତର ନିର୍ବାଚନକୁ ଟିକେ ବିସ୍ତୃତ ଭାବେ ଦେଖୁଥିôବେ ତେବେ ଆପଣଙ୍କ ଧ୍ୟାନକୁ ଆସୁଥିବ ଯେ ପୁରୁଷ ମାନଙ୍କ ଅପେକ୍ଷା ମହିଳାମାନେ ଅଧିକ ସଂଖ୍ୟରେ ମତଦାନ କରୁଛନ୍ତି। ଏହା ହେଉଛି ଏହି କଥାର ପ୍ରମାଣ। ଭାରତର ଗଣତନ୍ତ୍ର ସାମାନ୍ୟରୁ ଅତି ସାଧାରଣ ନାଗରିକଙ୍କ ଅଧିକାର ପ୍ରତି କେତେ ସଜାଗ ଅଛି, କେତେ ସମର୍ପିତ ଅଛି ଏବଂ ପ୍ରତ୍ୟେକ ନାଗରିକଙ୍କୁ କେତେ ସାମର୍ଥ୍ୟବାନ କରୁଛି।

ସାଥୀଗଣ,

ମୌଳିକ ସୁବିଧାଗୁଡ଼ିକ ସହିତ ଆମେ ଭାରତର ଆଶା ଆକାଂକ୍ଷାକୁ ମଧ୍ୟ ନୂତନ ଶିଖରରେ ପହଂଚାଉଛୁ, ନୂତନ ସୋପାନ ପ୍ରଦାନ କରୁଛୁ। ଭାରତରେ ଅନ୍ତର୍ଭୁକ୍ତିକରଣ, ତ୍ରୁଟିଶୂନ୍ୟ ପ୍ରଶାସନର ଅର୍ଥାତ ଏକ ଏଭଳି ଯୋଗାଣ ବ୍ୟବସ୍ଥା, ଟେକ୍ନୋଲୋଜିର ଭରପୁର ବ୍ୟବହାର କରି ଏକ ଏଭଳି ପ୍ରଶାସନିକ କଳର ସଂପ୍ରସାରଣ କରାଯାଉଛି, ଫଳରେ ଯିଏ ଯେଉଁ କଥା ପାଇବା ଲାଗି ଯୋଗ୍ୟ ସେ ବିନା କୌଣସି ସମସ୍ୟାରେ, ବିନା କୌଣସି ଅଭିଯୋଗରେ, ବିନା ଦୁର୍ନୀତିରେ ନିଜର ଅଧିକାର ପ୍ରାପ୍ତ କରି ପାରିବ ଆଉ ସେଥିପାଇଁ ଆମେ ସଂମ୍ପୂର୍ଣ୍ଣ ଶକ୍ତିର ସହିତ ଲାଗି ପଡିଛୁ। ଆଉ ଟେକ୍ନୋଲୋଜିର ଏହି ଉପଯୋଗ ଦ୍ୱାରା ସିଧାସଳଖ ନଗଦ ହସ୍ତାନ୍ତରର, ଏହି ପରମ୍ପରା କରୋନାର ଏହି ବିକଳ କାଳଖଣ୍ଡରେ ଗତ ଦୁଇ ବର୍ଷରେ ଭାରତର ଏବଂ ବିଶେଷ କରି ଭାରତର ଦୂର ଦୂରାନ୍ତ ଗାଁରେ ରହୁଥିବା, ଜଙ୍ଗଲରେ ରହୁଥିବା ଆମର ନାଗରିକଙ୍କ ଅଧିକାରର ବହୁତ ବଡ଼ ସୁରକ୍ଷା କରିଛି, ସେମାନଙ୍କୁ ସହାୟତା କରିଛି।

ସାଥୀଗଣ,

ଭାରତର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଏହି କଠିନ ସମୟରେ ମଧ୍ୟ ନିରନ୍ତର ଚାଲୁ ରହିଛି ଏବଂ ତାହାର ଏକ କାରଣ ହେଉଛି ଭାରତରେ ଯେଉଁ ଡିଜିଟାଲ ବିପ୍ଳବ ଆସିଛି। ଡିଜିଟାଲ ନେଟୱର୍କର ଯେଉଁ ଶକ୍ତି ସୃଷ୍ଟି ହୋଇଛି, ତାହାଦ୍ୱାରା ଏହି ପରିଣାମ ମିଳୁଛି। ଆଉ ସାଥୀଗଣ ଆପଣମାନେ ଏହା ଜାଣି ଖୁସି ହେବେ ଯେ ସମଗ୍ର ବିଶ୍ୱରେ ଯେଉଁ ଡିଜିଟାଲ କାରବାର ହେଉଛି, ବିନା ନଗଦରେ, ଏଠାରେ ଜାପାନରେ ତ, ଆପଣମାନେ ଟେକ୍ନୋଲୋଜି ସହିତ ଭଲଭାବେ ପରିଚିତ ଅଛନ୍ତି। କିନ୍ତୁ ଏହି କଥା ଶୁଣି ଆନନ୍ଦିତ ହେବେ, ଆଶ୍ଚର୍ଯ୍ୟ ହେବେ ଆଉ ଗର୍ବ କରିବେ। ସମଗ୍ର ବିଶ୍ୱରେ ଯେତେ ମଧ୍ୟ ଡିଜିଟାଲ କାରବାର ହେଉଛି, ସେଥିରୁ କେବଳ 40 ପ୍ରତିଶତ ଭାରତରେ ହିଁ ହେଉଛି । କରୋନାର ପ୍ରାରମ୍ଭିକ ଦିନରେ ଯେତେବେଳେ ସବୁକିଛି ବନ୍ଦ ଥିଲା, ସେହି ସଂକଟ ସମୟରେ ମଧ୍ୟ ଭାରତ ସରକାର ଗୋଟିଏ ମାତ୍ର କ୍ଲିକ ବଟନ ଦବାଇ ଏକ ସମୟରେ କୋଟି- କୋଟି ଭାରତୀୟଙ୍କ ପର୍ଯ୍ୟନ୍ତ ସହଜରେ ସେମାନଙ୍କ ପାଇଁ ଯେଉଁ ସହାୟତା ପହଂଚାଇବାର ଥିଲା, ପହଂଚାଇ ପାରୁଥିଲେ। ଆଉ ଯେଉଁମାନଙ୍କୁ ସହାୟତା ଦେବା ପାଇଁ ସ୍ଥିର ହୋଇଥିଲା ସେମାନଙ୍କୁ ହିଁ ମିଳିଲା, ନିର୍ଦ୍ଧାରିତ ସମୟରେ ମିଳିଲା ଏବଂ ଏହି ସଂକଟ ସହିତ ମୁକାବିଲା କରିବାର ସାମର୍ଥ୍ୟ ମଧ୍ୟ ମିଳିଲା। । ବାସ୍ତବରେ ଆଜି ଭାରତରେ ଜନ ପରିଚାଳିତ ପ୍ରଶାସନ କାର୍ଯ୍ୟକରୁଛି। ପ୍ରଶାସନର ଏହି ମଡେଲ ଯୋଗାଣକୁ ସାମର୍ଥ୍ୟବାନ କରିଦେଉଛି। ଏହା ହେଉଛି ଗଣତନ୍ତ୍ର ଉପରେ ନିରନ୍ତର ସୁଦୃଢ ହେଉଥିବା ବିଶ୍ୱାସର ସବୁଠାରୁ ବଡ଼ କାରଣ।

ସାଥୀଗଣ,

ଆଜି ଯେତେବେଳେ ଭାରତ ସ୍ୱାଧୀନତାର 75 ବର୍ଷ ପାଳନ କରୁଛି। ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ସେତେବେଳେ ଆଗାମୀ 25 ବର୍ଷ ଅର୍ଥାତ୍ ସ୍ୱାଧୀନତାର 100 ବର୍ଷ ସୁଦ୍ଧା ଆମକୁ ହିନ୍ଦୁସ୍ଥାନକୁ କେଉଁଠିକୁ ନେବାକୁ ପଡିବ। କେଉଁ ଶିଖର ହାସଲ କରିବାକୁ ପଡିବ। ବିଶ୍ବରେ କେଉଁଠି- କେଉଁଠାରେ ଆମର ଜାତୀୟ ପତାକା ଉଡାଇବାକୁ ପଡିବ, ଆଜି ହିନ୍ଦୁସ୍ଥାନ ସେହି ରୋଡମ୍ୟାପ ପ୍ରସ୍ତୁତ କରିବାରେ ଲାଗିପଡିଛି। ସ୍ୱାଧୀନତାର ଏହି ଅମୃତକାଳରେ ଭାରତର ସମୃଦ୍ଧିର, ଏକ ସମ୍ପନ୍ନତାର ସମୃଦ୍ଧ ଇତିହାସ ଲେଖିବାକୁ ଯାଉଛି ବନ୍ଧୁଗଣ। ମୁଁ ଜାଣିଛି ଆମେ ଏ ଯେଉଁ ସଂକଳ୍ପ ନେଇଛୁ । ଏହି ସଂକଳ୍ପ ଗୁଡ଼ିକ ହେଉଛି ନିଜକୁ ନିଜ ମଧ୍ୟରେ ବହୁତ ବଡ଼। କିନ୍ତୁ ସାଥୀଗଣ, ମୋର ଯେଉଁଭଳି ଭାବେ ଲାଳନ ପାଳନ ହୋଇଛି, ମୋତେ ଯେଉଁ ସଂସ୍କାର ମିଳିଛି, ଯେଉଁ ଲୋକମାନେ ମୋତେ ପରିପାଳିତ କରିଛନ୍ତି, ସେଥିପାଇଁ ମୋର ମଧ୍ୟ ଏକ ଅଭ୍ୟାସରେ ପରିଣତ ହୋଇଯାଇଛି । ମୋତେ ଲହୁଣୀ ଉପରେ ଗାର ଟାଣିବାରେ ମଜା ଆସେ ନାହିଁ, ମୁଁ ପଥର ଉପରେ ଗାର ଟାଣିଥାଏ । କିନ୍ତୁ ସାଥୀଗଣ, ପ୍ରଶ୍ନ ମୋଦୀଙ୍କ ବିଷୟରେ ନୁହେଁ । ଆଜି ହିନ୍ଦୁସ୍ଥାନର 130 କୋଟି ଲୋକ ଏବଂ ମୁଁ ଜାପାନରେ ବସିଥିବା ଲୋକଙ୍କ ଆଖିରେ ସମାନ ଭାବେ ସେହି ଆତ୍ମବିଶ୍ବାସ ଦେଖୁଛି, 130 କୋଟି ଦେଶବାସୀଙ୍କ ଆତ୍ମବିଶ୍ୱାସ, 130 କୋଟି ସଂକଳ୍ପ, 130 କୋଟି ସ୍ବପ୍ନ ଏବଂ ଏହି 130 କୋଟି ସ୍ବପ୍ନକୁ ସାକାର କରିବା ପାଇଁ ଏହି ବିରାଟ ସାମର୍ଥ୍ୟ, ନିଶ୍ଚିତ ପରିଣାମ ନେଇ କରି ଆସିବ ବନ୍ଧୁଗଣ । ଆମର ସ୍ୱପ୍ନର ଭାରତକୁ ଆମକୁ ଦେଖିକରି ରହିବାକୁ ହେବ। ଆଜି ଭାରତ ନିଜର ସଭ୍ୟତା, ନିଜର ସଂସ୍କୃତି, ନିଜର ଅନୁଷ୍ଠାନ ଉପରେ ଆମେ ହରାଇଥିବା ବିଶ୍ୱାସକୁ ପୁନଃ ହାସଲ କରୁଛି । ଆଜି ସାରା ବିଶ୍ବରେ ଯେ କୌଣସି ଭାରତୀୟ, ଆଜି ଛାତି ଫୁଲାଇ, ଆଖିରେ ଆଖି ମିଳାଇ ହିନ୍ଦୁସ୍ଥାନର କଥା ବହୁତ ଗର୍ବର ସହିତ କହୁଛି। ଏହି ପରିବର୍ତ୍ତନ ଆସିଛି। ଆଜି ମୁଁ ଏଠାକୁ ଆସିବା ପୂର୍ବରୁ, ଭାରତର ମହାତ୍ମାମାନଙ୍କ ଦ୍ବାରା ପ୍ରଭାବିତ କିଛି ଲୋକ ଯେଉଁମାନେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି, ସେଭଳି କିଛି ଲୋକଙ୍କୁ ଦର୍ଶନ କରିବାର ସୁଯୋଗ ମୋତେ ମିଳିଛି । ଆଉ ବଡ଼ ଗର୍ବର ସହିତ ସେ ଯୋଗର କଥା କହୁଥିଲେ । ସେମାନେ ହେଉଛନ୍ତି ଯୋଗ ପାଇଁ ସମର୍ପିତ। ଜାପାନରେ ଏଭଳି କୌଣସି ବ୍ୟକ୍ତି ନ ଥିବେ ଯାହାର ଯୋଗ ବିଷୟରେ ଧାରଣା ନ ଥିବ। ଆମର ଆୟୁର୍ବେଦ, ଆମର ପାମ୍ପରିକ ଚିକିତ୍ସା ପଦ୍ଧତୀ, ଆଜିକାଲି ତ, ଆମର ମସଲାର ଚାହିଦା ବହୁତ ଦୂର ପର୍ଯ୍ୟନ୍ତ, ତାହାର ଚାହିଦା ବୃଦ୍ଧି ପାଇଛି। ଲୋକମାନେ ଆମର ହଳଦୀ ମଗାଉଛନ୍ତି । କେବଳ ଏତିକି ହିଁ ନୁହେଁ, ସାଥୀଗଣ, ଆମର ଖଦୀ, ନଚେତ, ସ୍ବାଧୀନତା ପରେ, ଧୀରେ ଧୀରେ ଏହା ସେହି ନେତାଙ୍କ ପୋଷାକ ହୋଇ ରହିଯାଇଥିଲା । ଆଜି ତାହା ପୁନଃର୍ଜିବୀତ ହୋଇ ଯାଇଛି। ଖାଦୀ ବୈଶ୍ବିକ ସ୍ତରର ହୋଇ ପାରିଛି। ଏହା ତ, ହେଉଛି ଭାରତର ପରିବର୍ତ୍ତିତ ଚିତ୍ର, ବନ୍ଧୁଗଣ। ଆଜିର ଭାରତ ନିଜର ଅତୀତକୁ ନେଇ ଯେତିକି ଗୌରବାନ୍ବିତ, ସେତିକି ହିଁ ଟେକ୍ନୋଲୋଜିର ନେତୃତ୍ୱ, ବିଜ୍ଞାନର ନେତୃତ୍ୱ, ନବସୃଜନର ନେତୃତ୍ୱ, ପ୍ରତିଭାର ନେତୃତ୍ୱ ନେଇ ଭବିଷ୍ୟତ ବିଷୟରେ ମଧ୍ୟ ସମାନ ଆଶାବାଦୀ। ଜାପାନ ଦ୍ୱାରା ପ୍ରଭାବିତ ହୋଇ ସ୍ବାମୀ ବିବେକାନନ୍ଦ ଥରେ କହିଥିଲେ ଯେ, ଆମ ଭାରତୀୟ ଯୁବକମାନେ ନିଜ ଜୀବନରେ ଅତି କମରେ ଥରେ ଜାପାନ ପରିଦର୍ଶନ କରିବା ଆବଶ୍ୟକ । ଆପଣମାନେ ଏହି ବାକ୍ୟ ପଢିକରି ଆସିବେ ଏହା ମୁଁ କହୁନାହିଁ, କିନ୍ତୁ ବିବେକାନନ୍ଦ ମହୋଦୟ ଭାରତର ଲୋକଙ୍କୁ କହିଥିଲେ ଯେ ଭାଇ ଥରେ ତ, ଦେଖିକରି ଆସ ଜାପାନ ହେଉଛି କିପରି।

ସାଥୀଗଣ,

ସେହି ଯୁଗରେ ବିବେକାନନ୍ଦ ମହୋଦୟ ଯାହା କହିଥିଲେ ଆଜିର ଯୁଗ ଅନୁରୂପ ସେହି କଥାକୁ, ସେହି ସଦଭାବନାକୁ ଆଗକୁ ବଢାଇ, ମୁଁ କହିବାକୁ ଚାହେଁ ଯେ ଜାପାନର ପ୍ରତ୍ୟେକ ଯୁବକ ତାଙ୍କ ଜୀବନରେ ଅନ୍ତତପକ୍ଷେ ଥରେ ଭାରତ ପରିଦର୍ଶନ କରିବା ଉଚିତ୍। ଆପଣମାନେ ନିଜର ଦକ୍ଷତା ବଳରେ, ନିଜର ପ୍ରତିଭା ଦ୍ବାରା , ନିଜର ଉଦ୍ୟମିତା ଦ୍ବାରା ଜାପାନର ଏହି ମହାନ ଭୂମିକୁ ମନ୍ତ୍ରମୁଗ୍ଧ କରିଛନ୍ତି । ଭାରତୀୟତାର ରଙ୍ଗରେ, ଭାରତର ସମ୍ଭାବନାରେ ମଧ୍ୟ ଆପଣମାନଙ୍କୁ କ୍ରମାଗତ ଭାବେ ଜାପାନକୁ ପରିଚିତ କରିବାକୁ ପଡିବ। ଆସ୍ଥା ହେଉ ଅବା ଦୁଃସାହସିକ କାର୍ଯ୍ୟ, ଜାପାନ ପାଇଁ ଭାରତ ଏକ ସ୍ବଭାବିକ ପର୍ଯ୍ୟଟନ ସ୍ଥଳୀ। ଆଉ ଏଥିପାଇଁ ଭାରତକୁ ଚାଲ, ଭାରତକୁ ଦେଖ, ଭାରତ ସହିତ ସାମିଲ ହୁଅ, ଏହି ସଂକଳ୍ପ ସହିତ ମୁଁ ଜାପାନର ପ୍ରତ୍ୟେକ ଭାରତୀୟଙ୍କୁ ଅନୁରୋଧ କରିବି ସେମାନେ ତା’ ସହ ସାମିଲ ହୁଅନ୍ତୁ । ମୁଁ ନିଶ୍ଚିତ ଯେ ଆପଣମାନଙ୍କର ସାର୍ଥକ ପ୍ରୟାସ ଦ୍ବାରା ଭାରତ-ଜାପାନର ବନ୍ଧୁତାକୁ ନୂତନ ଶିଖର ମିଳିବ । ମୋତେ ଏହି ଅଦ୍ଭୁତ ସ୍ୱାଗତ ପାଇଁ ଏବଂ ମୁଁ ଦେଖୁଥିଲି, ଭିତରକୁ ଆସୁଥିଲି । ଚାରିଆଡେ ଉତ୍ସାହ, ସ୍ଲୋଗାନ, ଉତ୍ସାହ ଏବଂ ଆପଣ ନିଜ ଭିତରେ ଯେଭଳି ଭାରତକୁ ବଞ୍ଚିବାକୁ ଚେଷ୍ଟା କରୁଛନ୍ତି ତାହା ବାସ୍ତବରେ ବେଶ ହୃଦୟସ୍ପର୍ଶୀ। ଆପଣମାନଙ୍କର ଏହି ଭଲପାଇବା, ଏହି ସ୍ନେହ ସଦା ସର୍ବଦା ଅତୁଟ ହୋଇ ରହୁ। ଏତେ ବ୍ୟାପକ ସଂଖ୍ୟାରେ ଆସି, ଆଉ ମୋତେ ଅବଗତ କରାଯାଇଛି ଯେ ଜାପାନରେ କେବଳ ଟୋକିଓରୁ ନୁହେଁ ବାହାରୁ ମଧ୍ୟ କିଛି ବନ୍ଧୁ ଆଜି ଏଠାକୁ ଆସିଛନ୍ତି। ପୂର୍ବରୁ ମୁଁ ଆସୁଥିଲି । ଏଥର ଆସିପାରି ନ ଥିଲି, ତେଣୁ ଆପଣମାନେ ଆସିଗଲେ। କିନ୍ତୁ ମୋତେ ଆପଣ ସମସ୍ତଙ୍କୁ ଦର୍ଶନ କରିବାର ସୁଯୋଗ ମିଳିଲା, ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ମୋର ହୃଦୟର ସହିତ କୃତଜ୍ଞତା ଜଣାଉଛି । ଭରତ ମାତା କି ଜୟ, ଭରତ ମାତା କି ଜୟ, ଆପଣମାନଙ୍କୁ ବହୁତ ଧନ୍ୟବାଦ। 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
RuPay credit cards ride UPI growth, approach nearly 40% share in new issuances

Media Coverage

RuPay credit cards ride UPI growth, approach nearly 40% share in new issuances
NM on the go

Nm on the go

Always be the first to hear from the PM. Get the App Now!
...
Prime Minister marks opening of Shri Kedarnath Dham and commencement of Chardham Yatra
April 22, 2026
Prime Minister conveys his sentiments through a letter addressed to all devotees

The Prime Minister today expressed deep reverence on the sacred occasion of the opening of the doors of Shri Kedarnath Dham in Devbhoomi Uttarakhand, marking the commencement of this year’s Chardham Yatra. On the occasion, the Prime Minister shared his heartfelt sentiments through a letter addressed to all devotees visiting Uttarakhand for the Yatra, and extend his best wishes and prayers for their well-being.

Highlighting the spiritual significance of the occasion, Shri Modi noted that the journey to Kedarnath Dham and the Chardham is a divine celebration of India’s enduring faith, unity, and rich cultural traditions. He emphasized that such pilgrimages offer a glimpse into the country’s eternal heritage and spiritual consciousness.

The Prime Minister posted on X:

"देवभूमि उत्तराखंड की पवित्र धरती पर आज श्री केदारनाथ धाम के कपाट पूरे विधि-विधान के साथ हम सभी श्रद्धालुओं के लिए खोल दिए गए हैं।

केदारनाथ धाम और चारधाम की यह यात्रा हमारी आस्था, एकता और समृद्ध परंपराओं का दिव्य उत्सव है। इन यात्राओं से हमें भारत की सनातन संस्कृति के दर्शन भी होते हैं।

इस वर्ष चारधाम यात्रा के आरंभ उत्सव पर, उत्तराखंड आने वाले सभी श्रद्धालुओं के लिए मैंने एक पत्र के माध्यम से अपनी भावनाएं व्यक्त की हैं।

मेरी कामना है कि बाबा केदार सभी पर अपनी कृपा बनाए रखें और आपकी यात्राओं को शुभ करें।

हर-हर महादेव!"