“ଐତିହାସିକ ଉତଥାନ ପତନ ମଧ୍ୟରେ ମଣିପୁରବାସୀଙ୍କ ଏକତା ଓ ନମନୀୟତା ସେମାନଙ୍କ ପ୍ରକୃତ ଶକ୍ତି”
“ବନ୍ଦ ଓ ଅବରୋଧରୁ ମୁକ୍ତି ଓ ଶାନ୍ତି ନିମନ୍ତେ ମଣିପୁର ହକଦାର”
“ମଣିପୁରକୁ ଦେଶର କ୍ରୀଡା ଶକ୍ତିକେନ୍ଦ୍ର କରିବା ପାଇଁ ସରକାର ଅଙ୍ଗୀକାରବଦ୍ଧ”
“ମଣିପୁରକୁ ଉତ୍ତର-ପୂର୍ବ ଆକ୍ଟଇଷ୍ଟ ନୀତିର କେନ୍ଦ୍ର କରିବା ପାଇଁ ମଣିପୁରର ଏକ ମୁଖ୍ୟ ଭୂମିକା ରହିଛି”
“ମଣିପୁରର ଅଭିବୃଦ୍ଧି ଯାତ୍ରା ପଥରେ ଥିବା ବାଧାବିଘ୍ନ ଘୁଞ୍ଚିଯାଇଛି ଓ ଆଗାମୀ ୨୫ ବର୍ଷ ମଣିପୁର ବିକାଶର ହେବ ଅମୃତ କାଳ”

ମଣିପୁର ରାଜ୍ୟର ୫୦ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଣିପୁରବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରର ଉଦବୋଧନ ଦେଇ ସେ ଏହି ମହିମାନ୍ୱିତ ଯାତ୍ରାରେ ଯୋଗଦାନ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ତ୍ୟାଗ ଓ ଉଦ୍ୟମ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଐତିହାସିକ ଉତଥାନ ପତନ ମଧ୍ୟରେ ମଣିପୁରବାସୀଙ୍କ ଏକତା ଓ ନମନୀୟତା ସେମାନଙ୍କ ପ୍ରକୃତ ଶକ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି । ସେ ମଣିପୁରବାସୀଙ୍କ ଆଶା ଆକାଂକ୍ଷା ନେଇ ପ୍ରାଥମିକ ତଥ୍ୟ ହାସଲ କଲାପରେ ଯାଇ ଏହା ତାଙ୍କୁ ରାଜ୍ୟର ସମସ୍ୟା ସମାଧାନ ଦିଗରେ ବାଟ କଢ଼ାଇଥିଲା ବୋଲି ଦୃଢ଼ତାର ସହ ଦୋହରାଇଥିଲେ । ମଣିପୁରବାସୀ ସେମାନଙ୍କ ଆକାଂକ୍ଷିତ ଶାନ୍ତି ଫେରି ପାଇବା ଯୋଗୁ ସେ ଖୁସୀ ପ୍ରକଟ କରିଥିଲେ । ବନ୍ଦ ଓ ଅବରୋଧରୁ ମୁକ୍ତି ସହ ଶାନ୍ତି ପାଇଁ ମଣିପୁର ହକଦାର ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମଣିପୁରକୁ କ୍ରୀଡାର ଶକ୍ତିକେନ୍ଦ୍ର ଭାବେ ଗଢ଼ିତୋଳିବାକୁ ସରକାର ଅଙ୍ଗୀକାରବଦ୍ଧ । ସେ କହିଥିଲେ ଯେ ମଣିପୁରର ପୁଅ-ଝିଅମାନେ କ୍ରୀଡା କ୍ଷେତ୍ରରେ ଦେଶପାଇଁ ଗୌରବ ଆଣିଛନ୍ତି ଓ ସେମାନଙ୍କ କ୍ରୀଡା ପ୍ରତି ଅନୁରାଗ ଓ ସାମର୍ଥ୍ୟକୁ ସମ୍ମାନ ଦେଇ ଦେଶର ପ୍ରଥମ କ୍ରୀଡା ବିଶ୍ୱବିଦ୍ୟାଳୟ ମଣିପୁରରେ ସ୍ଥାପନ କରାଯାଇଛି । ଷ୍ଟାର୍ଟଅପ କ୍ଷେତ୍ରରେ ମଧ୍ୟ ମଣିପୁର ଯୁବଗୋଷ୍ଠୀର ସଫଳତାର ସେ ଉଲ୍ଲେଖ କରିଥିଲେ । ସରକାର ସ୍ଥାନୀୟ ହସ୍ତକଳାର ପ୍ରଚାର ପ୍ରସାର ପାଇଁ ମଧ୍ୟ ଅଙ୍ଗୀକାରବଦ୍ଧ ବୋଲି ସେ କହିଥିଲେ ।

ଆକ୍ଟଇଷ୍ଟ ନୀତିରେ ଉତ୍ତରପୂର୍ବାଞ୍ଚଳର କେନ୍ଦ୍ର ଭାବେ ଗଢ଼ିତୋଳିବାରେ ମଣିପୁରର ପ୍ରମୁଖ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ତାର ସହ କହିଥିଲେ । ଡବଲ ଇଞ୍ଜିନ ସରକାର ଯୋଗୁଁ ମଣିପୁର ରେଳବାଇ ଭଳି ବହୁ ପ୍ରତିକ୍ଷୀତ ସୁବିଧାସୁଯୋଗ ପାଉଛି ବୋଲି ସେ କହିଥିଲେ ।

 ଜିରୀବମ-ଟୁପୁଲ-ଇମ୍ଫାଲ ରେଳ ଲାଇନ ସମେତ ହଜାର ହଜାର କୋଟି ଟଙ୍କା ବ୍ୟୟରେ ସଂଯୋଗୀକରଣ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି । ସେହିପରି ଇମ୍ଫାଲ ବିମାନବନ୍ଦର ଆନ୍ତର୍ଜାତିକ ମାନ୍ୟତା ପାଇବା ଯୋଗୁ ଦିଲ୍ଲୀ, କୋଲକାତା ଓ ବାଙ୍ଗାଲୁରୁ ଇତ୍ୟାଦି ସହ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ସମୂହର ଯୋଗାଯୋଗରେ ଉନ୍ନତି ଘଟଛି । ଭାରତ-ମିଆଁମାର-ଥାଇଲାଣ୍ଡ ତ୍ରିସ୍ତରୀୟ ରାଜପଥ ଓ ୯ ହଜାର କୋଟି ଟଙ୍କାର ପ୍ରାକୃତିକ ଗ୍ୟାସ ପାଇପ ଲାଇନ ଯୋଗୁ ମଣିପୁର ଅନେକ ସୁବିଧା ପାଇବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ମଣିପୁରର ଅଭିବୃଦ୍ଧି ଯାତ୍ରା ପଥରେ ଥିବା ବାଧାବିଘ୍ନ ଘୁଞ୍ଚିଯାଇଛି ଓ ଆଗାମୀ ୨୫ ବର୍ଷ ମଣିପୁର ନିମନ୍ତେ ପ୍ରଗତିର ଅମୃତ କାଳ ହେବ । ଉପସଂହାରରେ ସେ ରାଜ୍ୟର ଡବଲ ଇଞ୍ଜିନ ଅଭବୃଦ୍ଧିର ଶୁଭେଚ୍ଛା କାମନା କରିଥିଲେ ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharmaceutical sector records transformative growth over 12 years, strengthening affordable healthcare and self-reliance

Media Coverage

India’s pharmaceutical sector records transformative growth over 12 years, strengthening affordable healthcare and self-reliance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 19, 2026
June 19, 2026

Appreciation for India’s Domestic Growth and Rising Global Influence under PM Modi’s Leadership