ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଇସ୍ରୋ ଦ୍ୱାରା ପୁନଃବ୍ୟବହାରଯୋଗ୍ୟ ପ୍ରକ୍ଷେପଣ ଯାନ ସ୍ୱୟଂ ଅବତରଣ ମିଶନର ସଫଳ ପରୀକ୍ଷଣ ପାଇଁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଡିଆରଡିଓ ଏବଂ ଭାରତୀୟ ବାୟୁ ସେନା ସହଯୋଗରେ ଏପ୍ରିଲ୨, ୨୦୨୩ ଭୋର ସମୟରେ ଏରୋନଟିକାଲ ଟେଷ୍ଟ ରେଞ୍ଜ (ଏଟିଆର), ଚିତ୍ରଦୁର୍ଗ, କର୍ଣ୍ଣାଟକ ଠାରେ ଇସ୍ରୋ ସଫଳତାର ସହ ପୁନଃବ୍ୟବହାରଯୋଗ୍ୟ ପ୍ରକ୍ଷେପଣ ଯାନ ସ୍ୱୟଂ ଅବତରଣ ମିଶନ (ଆରଏଲଭି ଏଲଇଏକ୍ସ) ପରିଚାଳନା କରିଥିଲା ।
ଇସ୍ରୋର ଏକ ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ବଢିଆ ଦଳଗତ ପ୍ରୟାସ । ଏହି ଉପଲବ୍ଧି ପୁନଃବ୍ୟବହାରଯୋଗ୍ୟ ଭାରତୀୟ ପ୍ରକ୍ଷେପଣ ଯାନ ସାକାର ଦିଗରେ ଆଉ ଏକ ପଦକ୍ଷେପ ।”
A great team effort. This achievement takes us one step closer to realising an Indian Reusable Launch Vehicle. https://t.co/GvBs2THWwK
— Narendra Modi (@narendramodi) April 2, 2023


