ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଡକ୍ଟର ମୁଖାର୍ଜୀଙ୍କ ଅପାର ଅବଦାନକୁ ସ୍ମରଣ କରି ଶ୍ରୀ ମୋଦୀ କହିଛନ୍ତି, ସେ ଦେଶର ସମ୍ମାନ, ମର୍ଯ୍ୟାଦା ଏବଂ ଗୌରବ ରକ୍ଷା କରିବା ପାଇଁ ନିଜର ଜୀବନ ଉତ୍ସର୍ଗ କରିଥିଲେ । ଶ୍ରୀ ମୋଦୀ ଆହୁରିମଧ୍ୟ କହିଛନ୍ତି ଯେ, ଏକ ବିକଶିତ ଏବଂ ଆତ୍ମନିର୍ଭରଶୀଳ ଭାରତ ନିର୍ମାଣରେ ତାଙ୍କର ଆଦର୍ଶ ଏବଂ ନୀତି ଅମୂଲ୍ୟ ।
ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଦେଶର ଅମର ସୁପୁତ୍ର ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ଦେଶର ସମ୍ମାନ, ମର୍ଯ୍ୟାଦା ଏବଂ ଗୌରବ ରକ୍ଷା କରିବା ପାଇଁ ସେ ନିଜର ଜୀବନ ଉତ୍ସର୍ଗ କରିଥିଲେ । ତାଙ୍କର ଆଦର୍ଶ ଏବଂ ନୀତି ଏକ ବିକଶିତ ତଥା ଆତ୍ମନିର୍ଭର ଭାରତର ନିର୍ମାଣ ପାଇଁ ଅମୂଲ୍ୟ ସମ୍ପଦ ।”
राष्ट्र के अमर सपूत डॉ. श्यामा प्रसाद मुखर्जी को उनकी जन्म-जयंती पर भावभीनी श्रद्धांजलि। देश की आन-बान और शान की रक्षा के लिए उन्होंने अपने प्राण न्योछावर कर दिए। उनके आदर्श और सिद्धांत विकसित और आत्मनिर्भर भारत के निर्माण में बहुमूल्य हैं। pic.twitter.com/7RzeKDh8m6
— Narendra Modi (@narendramodi) July 6, 2025


