ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାନ ସନ୍ଥ ଶ୍ରୀ ଗୁରୁ ରବିଦାସ ମହାରାଜ ଜୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ତାଙ୍କ ଚିନ୍ତାଧାରାରେ ନ୍ୟାୟ ଏବଂ ସହାନୁଭୂତିର ଭାବନା ହେଉଛି ସର୍ବୋଚ୍ଚ, ଯାହା ଜନ କଲ୍ୟାଣ ପାଇଁ ଆମର ଯୋଜନାଗୁଡ଼ିକର ମୂଳଦୁଆ ଗଠନ କରିଥାଏ। ଶ୍ରୀ ମୋଦୀ କହିଥିଲେ, "ସାମାଜିକ ସୌହାର୍ଦ୍ଦ୍ୟ ଏବଂ ସଦଭାବନା ଯେଉଁ ପ୍ରଦୀପ ସେ ପ୍ରଜ୍ୱଳିତ କରିଥିଲେ, ତାହା ଦେଶବାସୀଙ୍କ ପଥକୁ ସର୍ବଦା ଆଲୋକିତ କରି ରଖିବ।"
ଶ୍ରୀ ମୋଦୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
"ମାନବତାର ଅନନ୍ୟ ଉପାସକ, ମହାନ ସନ୍ଥ ଶ୍ରୀ ଗୁରୁ ରବିଦାସ ମହାରାଜ ଜୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଅଭିବାଦନ। ତାଙ୍କ ବିଚାରରେ, ନ୍ୟାୟ ଏବଂ କରୁଣା ସର୍ବୋପରି ଥିଲା, ଯାହା ଜନ କଲ୍ୟାଣ ପାଇଁ ଆମର ଯୋଜନାର ମୂଳରେ ଅଛି । ସେ ଯେଉଁ ସାମାଜିକ ସୌହାର୍ଦ୍ଦ୍ୟ ଏବଂ ସଦଭାବନାର ପ୍ରଦୀପ ପ୍ରଜ୍ଜ୍ୱଳିତ କରିଥିଲେ, ତାହା ସର୍ବଦା ଦେଶବାସୀଙ୍କ ପଥକୁ ଆଲୋକିତ କରିବ ।’’
मानवता के अनन्य उपासक महान संत श्री गुरु रविदास महाराज जी को उनकी जयंती पर कोटि-कोटि नमन। उनके विचारों में न्याय और करुणा का भाव सर्वोपरि था, जो जनकल्याण की हमारी योजनाओं के मूल में है। उन्होंने सामाजिक समरसता और सद्भावना के जिस दीप को प्रज्वलित किया, वह देशवासियों के पथ को सदैव…
— Narendra Modi (@narendramodi) February 1, 2026


