ଚଳିତବର୍ଷ ଏପ୍ରିଲ ୨୨ ତାରିଖରେ ସାଉଦି ଆରବ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜେଦାହ ରୟାଲ ପ୍ୟାଲେସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ସାଉଦି କ୍ରାଉନ ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ସଲମାନ ।

ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ସହ ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱିତୀୟ ଷ୍ଟ୍ରାଟେଜିକ ପାର୍ଟନରସିପ କାଉନସିଲ (ଏସପିସି)ରେ ଯୋଗ ଦେଇଛନ୍ତି । ତେବେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ସାଉଦି ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ସଲମାନ କଡା ଭାଷାରେ ନିନ୍ଦା କରିଛନ୍ତି । ଏହି ବୈଠକରେ ଆତଙ୍କବାଦକୁ ମୂଳପୋଛ କରିବାକୁ ଦୁଇ ଦେଶର ନେତା ରାଜି ହୋଇଛନ୍ତି ।

 

ନୂଆଦିଲ୍ଲୀରେ ସେପ୍ଟେମ୍ବର ୨୦୨୩ରେ ଏସପିସିର ବୈଠକ ପରଠାରୁ ହୋଇଥିବା ଅଗ୍ରଗତି ନେଇ ଦୁଇ ନେତା ସମୀକ୍ଷା କରିଥିଲେ ।  ପୂର୍ବରୁ ଦୁଇ ଦେଶ ଭିତରେ ମନ୍ତ୍ରୀସ୍ତରୀୟ ଆଲୋଚନା ସହ ଉଚ୍ଚସ୍ତରୀୟ ବୈଠକ ସଫଳତାର ସହ ସରିଥିବା କୁହାଯାଇଛି । ଊର୍ଜା, ପ୍ରତିରକ୍ଷା, ବାଣିଜ୍ୟ, ପ୍ରଯୁକ୍ତି ବିଦ୍ୟା, ସଂସ୍କୃତି ପରି ବିଭିନ୍ନ କ୍ଷେତ୍ରରେ ଏହାରି ଭିତରେ ଦୁଇ ଦେଶ ଭିତରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଥିବା ସୂଚନା ଦିଆଯାଇଛି । ସାଉଦିରେ ଭାରତୀୟ ସମୁଦାୟଙ୍କ ଅଗ୍ରଗତି ପାଇଁ ସମ୍ପୃକ୍ତ ସରକାର ଅନେକ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପ୍ରତିପକ୍ଷଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସେହିପରି ଭାରତୀୟ ହଜ ତୀର୍ଥଯାତ୍ରୀଙ୍କ ପାଇଁ ସାଉଦି ସରକାରଙ୍କ ସହଯୋଗକୁ ମଧ୍ୟ ପ୍ରଧାନମନ୍ତ୍ରୀ ଭୂୟସୀ ପ୍ରଶଂସା କରିଥିଲେ ।

ପୁଞ୍ଜି ନିବେଶ କ୍ଷେତ୍ରରେ ଗଠିତ ହୋଇଥିବା ଉଚ୍ଚସ୍ତରୀୟ ଟାସ୍କ ଫୋର୍ସର ଅଗ୍ରଗତିକୁ ଦୁଇ ନେତା ଉଚ୍ଚ ପ୍ରଶଂସା କରିଛନ୍ତି । ବିଭିନ୍ନ କ୍ଷେତ୍ରରେ ଭାରତରେ ପ୍ରାୟ ଶହେ ବିଲିୟନ ଆମେରିକୀୟ ଡଲାର ପୁଞ୍ଜି ନିବେଶ କରିବା ପାଇଁ ସାଉଦି ଦେଇଥିବା ପ୍ରତିଶ୍ରୁତି ଅନୁସାରେ କାମ ଜାରି ରହିଥିବା ନେଇ ଦୁଇ ନେତା ଖୁସି ପ୍ରକଟ କରିଥିଲେ । ଊର୍ଜା, ଫାର୍ମାସିଟ୍ୟୁକାଲ, ପେଟ୍ରୋକେମିକାଲ୍ସ, ଟେଲି କମ୍ୟୁନିକେସନ, ସ୍ୱାସ୍ଥ୍ୟ ପରି ଅନେକ କ୍ଷେତ୍ରରେ ଭାରତରେ ସାଉଦି ଆରବ ପୁଞ୍ଜି ନିବେଶ କରିଛି । ଏହି ପରିପ୍ରେକ୍ଷୀରେ ଭାରତବର୍ଷରେ ଦୁଇଟି ରିଫାଇନାରୀ ନିର୍ମାଣ କରିବାକୁ ହୋଇଥିବା ଚୁକ୍ତିନାମାକୁ ଦୁଇ ନେତା ସ୍ୱାଗତ କରିଥିଲେ । ତେବେ ଏନେଇ ଟ୍ୟାକ୍ସ କାରବାର ଉପରେ ବି ଅଗ୍ରଗତି ହୋଇଥିବା କୁହାଯାଇଛି । ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପ୍ରଚଳିତ କରେନ୍ସି ମାଧ୍ୟମରେ କାରବାର କରିବାକୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରସ୍ତାବ ଦେଇଥିଲେ ।

ଭାରତ-ମଧ୍ୟ ପ୍ରାଚ୍ୟ ୟୁରୋପ ଇକୋନୋମିକ କରିଡର (ଆଇଏମଇଇସି) ସମ୍ପର୍କରେ ଦୁଇ ନେତା ବିସ୍ତୃତ ଭାବେ ବି ଆଲୋଚନା କରିଛନ୍ତି । ଆଂଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ବି ଦୁଇ ନେତା ବିଶଦ ଭାବେ ଆଲୋଚନା କରିଥିବା ସୂଚନା ମିଳିଛି ।

ଷ୍ଟ୍ରାଟେଜିକ ପାର୍ଟନରସିପ କାଉନସିଲର ଦୁଇ ସବ କମିଟିର ଅଗ୍ରଗତି ନେଇ ଦୁଇ ନେତା ଖୁସି ପ୍ରକଟ କରିଛନ୍ତି । ରାଜନୀତି, ନିରାପତା, ସାମାଜିକ ଓ ସାଂସ୍କୃତିକ ସହଯୋଗ ନେଇ ଗଠିତ କମିଟି ଓ ଅର୍ଥନୀତି-ପୁଞ୍ଜିନିବେଶ କମିଟି ଏବଂ ଯୁଗ୍ମ ଟାସ୍କ ଫୋର୍ସର କାର୍ଯ୍ୟକାରିତା ନେଇ ଦୁଇ ନେତା ଖୁବ ଆଶାବାଦୀ ରହିଥିବା କହିଛନ୍ତି ।

 

ଷ୍ଟ୍ରାଟେଜିକ ପାର୍ଟନରସିପ କାଉନସିଲ ଅଧୀନରେ ଆଉ ଦୁଇ ସବ କମିଟି ଗଠନ କରାଯାଇଥିବା ସୂଚନା ଦିଆଯାଇଛି । ଗଠିତ ହୋଇଥିବା ପ୍ରତିରକ୍ଷା ସହଯୋଗ ମନ୍ତ୍ରୀସ୍ତରୀୟ କମିଟି ଏବଂ ପର୍ଯ୍ୟଟନ ଓ ସାଂସ୍କୃତିକ ସହଯୋଗ ମନ୍ତ୍ରୀସ୍ତରୀୟ କମିଟି ଦୁଇ ଦେଶ ଭିତରେ ରହିଥିବା ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ଦୁଇ ନେତା ଖୁବ ଆଶାବାଦୀ ରହିଥିବା କହିଛନ୍ତି ।

ମହାକାଶ, ସ୍ୱାସ୍ଥ୍ୟ, କ୍ରୀଡା ଓ ପୋଷ୍ଟାଲ ପରି ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ଭିତରେ ଚାରିଟି ରାଜିନାମା ସ୍ୱାକ୍ଷରିତ ହୋଇଛି । ଆଗାମୀ ଦିନରେ ଭାରତରେ ହେବାକୁ ଥିବା ଷ୍ଟ୍ରାଟେଜିକ ପାର୍ଟନରସିପ କାଉନସିଲର ତୃତୀୟ ବୈଠକରେ ଯୋଗ ଦେବାକୁ ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଆମନ୍ତ୍ରଣ ଜଣାଇଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of His Majesty King Harald V of Norway
August 28, 2026

The Prime Minister, Shri Narendra Modi condoled the passing of His Majesty King Harald V of the Kingdom of Norway. Recalling his meeting with His Majesty during his visit to Norway earlier this year, Shri Modi remembered his warmth and profound sense of service to the people and nation of Norway.

The Prime Minister posted on X;

“Deeply saddened by the passing of His Majesty King Harald V of the Kingdom of Norway.

I fondly recall meeting His Majesty during my visit to Norway earlier this year and was deeply touched by his warmth and profound sense of service to his nation.

My heartfelt condolences to the Royal Family and the people of Norway.