ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୯ ଫେବୃଆରୀ ୨୦୨୬ରେ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଅବସରରେ ହେଲେନିକ୍ (ଗ୍ରୀସ୍‌) ର ପ୍ରଧାନମନ୍ତ୍ରୀ ଶ୍ରୀ କିରିୟାକୋସ୍ ମିତ୍‌ସୋତାକିସ୍‌ଙ୍କୁ ଭେଟିଥିଲେ। ନୂଆଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ରେ ଅଂଶଗ୍ରହଣ କରିବା ପାଇଁ ଗ୍ରୀସ୍‌ର ପ୍ରଧାନମନ୍ତ୍ରୀ ୧୮ ରୁ ୧୯ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଛନ୍ତି । ପ୍ରଧାନମନ୍ତ୍ରୀ ମିତ୍‌ସୋତାକିସ୍‌ଙ୍କ ସହ ଡିଜିଟାଲ ଗଭର୍ଣ୍ଣାନ୍ସ ମନ୍ତ୍ରୀ ଶ୍ରୀ ଦିମିତ୍‌ରିଓସ୍ ପାପାଷ୍ଟର୍ଜିଓ ଏବଂ ବରିଷ୍ଠ ଅଧିକାରୀଙ୍କ ଏକ ପ୍ରତିନିଧିମଣ୍ଡଳ ମଧ୍ୟ ଉପସ୍ଥିତ ଥିଲେ ।

ଦୁଇ ନେତା ଦ୍ୱିପାକ୍ଷିକ ରଣନୈତିକ ସହଭାଗୀତାର ସମ୍ପୂର୍ଣ୍ଣ କ୍ଷେତ୍ରର ସମୀକ୍ଷା କରିଥିଲେ ଏବଂ ବିଭିନ୍ନ କ୍ଷେତ୍ରରେ ସହଭାଗୀତା ନିରନ୍ତର ଗତିରେ ବୃଦ୍ଧି ପାଉଛି ବୋଲି ସ୍ୱୀକାର କରିଥିଲେ । ସେମାନେ ଭବିଷ୍ୟତରେ ପାରସ୍ପରିକ ସ୍ୱାର୍ଥର ନୂତନ କ୍ଷେତ୍ରରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଆଗକୁ ବଢ଼ିବା ସହିତ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ବିଚାର କରିବା ଉପରେ ମଧ୍ୟ ଆଲୋଚନା କରିଥିଲେ । ଦୁଇ ନେତା ନିକଟରେ କରାଯାଇଥିବା କନେକ୍ଟିଭିଟି ପଦକ୍ଷେପ ଏବଂ ଆଇଏମ୍‌ଇସି ଅଧୀନରେ ସେଗୁଡିକୁ ଆହୁରି ବିସ୍ତାର କରିବାର ସମ୍ଭାବନା ଉପରେ ମଧ୍ୟ ଚର୍ଚ୍ଚା କରିଥିଲେ ।

 

ସମ୍ପ୍ରତି ଉଚ୍ଚସ୍ତରୀୟ ଗସ୍ତର ଆଦାନପ୍ରଦାନ ରଣନୈତିକ ସହଭାଗୀତାକୁ ଏକ ନୂତନ ଗତି ଦେଇଛି ଏବଂ ନିକଟରେ ଶେଷ ହୋଇଥିବା ଭାରତ–ଇୟୁ ଏଫଟିଏ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ନିବେଶ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ଉଭୟ ନେତା ସହମତ ହୋଇଛନ୍ତି ।

 

ଏହା ପ୍ରଧାନମନ୍ତ୍ରୀ ମିତ୍‌ସୋତାକିସ୍‌ଙ୍କ ଦ୍ୱିତୀୟ ଭାରତ ଗସ୍ତ ଥିଲା । ପୂର୍ବରୁ ଫେବୃଆରୀ ୨୦୨୪ରେ ସେ ଭାରତ ଗସ୍ତରେ ଆସିଥିଲେ, ଯାହା ୧୫ ବର୍ଷ ପରେ ଗ୍ରୀସ୍‌ରୁ କୌଣସି ସରକାରୀ ମୁଖ୍ୟଙ୍କ ପ୍ରଥମ ଭାରତ ଗସ୍ତ ଥିଲା । ଏହା ପୂର୍ବରୁ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୫ ଅଗଷ୍ଟ ୨୦୨୩ରେ ଏଥେନ୍ସ ଗସ୍ତ କରିଥିଲେ, ଯାହା ଫଳରେ ଦ୍ୱିପାକ୍ଷିକ ସମ୍ପର୍କ ରଣନୈତିକ ସହଭାଗୀତା ସ୍ତରକୁ ଉନ୍ନୀତ ହୋଇଥିଲା ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nagaland gets its first natural gas supply via National Gas Grid

Media Coverage

Nagaland gets its first natural gas supply via National Gas Grid
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 19, 2026
August 19, 2026

Defence to Diamonds: How PM Modi’s Vision Turned India into a Global Capability Hub